jaganmohan - The Sakala

ଲୋକସେବା ଭବନରେ କେଉଁ ୬ଟି ମୁଖ୍ୟ ପ୍ରସଙ୍ଗରେ ଆଲୋଚନା କଲେ ନବୀନ ଓ ଜଗନ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ବୈଠକ ହୋଇଛି। ଏହି ବୈଠକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଇ ରାଜ୍ୟ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ମୁଖ୍ୟତଃ ବୈଠକରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଆଲୋଚନା ପରେ ମିଳିତ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇ.ଏସ୍ ଜଗନମୋହନ ରେଡ୍ଡୀ ।

Pleasure meeting with Andhra Pradesh Chief Minister Shri @ysjagan ji. Had a very cordial and fruitful discussion on number of issues of mutual interest, particularly on water resources, common boundary, energy and left-wing extremism. pic.twitter.com/8ipM4BY0s4

— Naveen Patnaik (@Naveen_Odisha) November 9, 2021

ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ସମ୍ପଦ ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ କରାଯିବ ସେନେଇ ଆଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ଯେଉଁ ୬ ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ସେଗୁଡିକ ହେଉଛି…..

କୋଟିଆ ସୀମା ବିବାଦ

ନେରାଡ଼ି ବ୍ୟାରେଜ୍

ଝଞ୍ଜାବତୀ ଡ୍ୟାମ୍

ପୋଲାଭରମ

ବାହୁଡ଼ା ନଦୀରୁ ଜଳ ଛାଡ଼ିବା

ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ

ବୈଠକରେ କୋଟିଆ ବିବାଦର ସମାଧାନ ପାଇଁ ୨ ରାଜ୍ୟ କାମ କରିବାକୁ ସହମତି ଦେଇଥିଲେ। ମିଳିତ ଭାବେ ସମସ୍ୟାର ସମାଧାନ କରିବେ ବୋଲି ରାଜି ହୋଇଥିଲେ। ସେହିପରି ପୋଲାଭରମ୍‌ ବିବାଦର ସମାଧାନ ନେଇ ଆଲୋଚନା ହୋଇଛି। ଜଳ ବିବାଦ, ଶକ୍ତି ଓ ନକ୍ସଲ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଆପୋଷ ଆଲୋଚନା ଜରିଆରେ କରିବାକୁ ଦୁଇ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ସାମିଲ ହେବେ । କୋଟିଆ ଗ୍ରାମପୁଞ୍ଜ, ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ ଓ ବାହୁଦା ନଦୀରୁ ଜଳ ଛାଡିବା ଭଳି ସମସ୍ୟାର ସମାଧାନ କରିବା ପାଇଁ ଦୁଇ ରାଜ୍ୟ ରାଜି ହୋଇଛନ୍ତି ।

ସେହିପରି ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପଟାନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଉଭୟ ରାଜ୍ୟ ଯେକୌଣସି ପ୍ରସଙ୍ଗରେ ପୂର୍ଣ୍ଣ ସହଯୋଗ କରିବାକୁ ସହମତ ହୋଇଥିଲେ। ଅତୀତରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି, ଉଭୟ ରାଜ୍ୟର ପ୍ରଶାସନ ସହଯୋଗର ହାତ ବଢ଼ାଇଛନ୍ତି। ସେହି ସମ୍ପର୍କ ଉଭୟ ରାଜ୍ୟ ମଧ୍ୟରେ ଅତୁଟ ରହିବ।

ଅନ୍ୟପଟେ ଶ୍ରୀକାକୁଲମ ବିଶ୍ୱବିଦ୍ୟାଳୟରେ ଏକ ଓଡିଆ ଚେୟାର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲେଗୁ ଚେୟାର ପ୍ରତିଷ୍ଠା ଦିଗରେ ଦୁଇ ରାଜ୍ୟ କାମ କରିବେ ବୋଲି କହିଛନ୍ତି । ଏହାଛଡା ଦୁଇ ରାଜ୍ୟର ସୀମାନ୍ତ ଅଂଚଳରେ ଥିବା ସ୍କୁଲଗୁଡିକରେ ଓଡିଆ ଓ ତେଲେଗୁ ଭାଷା ଶିକ୍ଷକ ନିଯୁକ୍ତି କରାଯିବ । ସୀମାବର୍ତ୍ତୀ ସ୍କୁଲଗୁଡ଼ିକରେ ବହି ଯୋଗାଣ, ଶିକ୍ଷକ ନିଯୁକ୍ତି ଏବଂ ଅନ୍ୟ ବ୍ୟବସ୍ଥା ହେବ । ସଙ୍ଘୀୟ ବ୍ୟବସ୍ଥାରେ ଉଭୟ ରାଜ୍ୟ ପରସ୍ପରକୁ ସାହାଯ୍ୟ ଓ ସହଯୋଗ ବଜାୟ ରଖିବାକୁ ନିଷ୍ପତ୍ତି ହୋଇଛି।