Akhilesh Yadav - The Sakala

ଅଖିଳେଶ ଯାଦବଙ୍କୁ ସିବିଆଇ ସମନ
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନୋଟିସ୍‌ ଜାରି କରିଛି ସିବିଆଇ। ବେଆଇନ ଖନନ ମାମଲାରେ ଫେବ୍ରୁଆରୀ ୨୯ରେ ତାଙ୍କୁ ଦିଲ୍ଲୀସ୍ଥିତ ସିିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି। ଅଖିଳେଶ ଯାଦବଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ କୁହାଯାଇଛି। ଏନେଇ ସେ ନିଜେ ରାଜଧାନୀରେ ଏକ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।

ଅଖିଳେଶ କହିଛନ୍ତି ଯେ, ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏକ ନୋଟିସ୍‌ ଆସିଥିଲା ଏବଂ ଏହି ନିର୍ବାଚନ ସମୟରେ ​​ମଧ୍ୟ ଏକ ନୋଟିସ୍‌ ଆସିଛି। ସିବିଆଇର ଏହି ନୋଟିସ୍‌କୁ ଲୋକସଭା ନିର୍ବାଚନ ସହିତ ମଧ୍ୟ ଯୋଡ଼ାଯାଉଛି।

ମୁଲାୟମଙ୍କ ଦ୍ବିତୀୟ ବିବାହ, ଅଖିଳେଶଙ୍କ ସାଇକେଲ ପାଇଁ ସାଜିଛି କଣ୍ଟା
ନୂଆଦିଲ୍ଲୀ: ୧୯୮୨ ମସିହାର କଥା। ସେତେବେଳେ ସାରା ଦେଶରେ କଂଗ୍ରେସ ଏକ ବିଚିତ୍ର ସ୍ଥିତି ଦେଇ ଗତି କରୁଥିଲା। ଜାତିଭିତ୍ତିକ ରାଜନୀତି ଲାଗି (ଅ)ଖ୍ୟାତି ଲାଭ କରିଥିବା ଉତ୍ତରପ୍ରଦେଶରେ ସେତେବେଳେ ଯାଦବ ଓ ପଛୁଆ ଶ୍ରେଣୀର ପ୍ରାଧାନ୍ୟ ବୃଦ୍ଧି ପାଉଥିଲା। ଏତିକି ବେଳେ ରାଜ୍ୟରେ ନୂଆ ନେତା ଭାବରେ ଉଭା ହୋଇଥିଲେ ଜଣେ ଯୁବୋତ୍ତର ଯୁବକ। ନାଁ ଥିଲା ମୁଲାୟମ ସିଂହ ଯାଦବ।

ମୁଲାୟମ ସେତେବେଳକୁ ସମାଜବାଦୀ ପାର୍ଟି ଗଠନ କରି ନ ଥିଲେ। କିନ୍ତୁ ରାଜନୀତିରେ ସକ୍ରିୟ ହୋଇ ସାରିଥିଲେ। ଯାଦବ ଗୋଷ୍ଠୀର ତ୍ରାଣକର୍ତ୍ତା ଭାବରେ ତାଙ୍କର ନୂଆ ପରିଚୟ ସୃଷ୍ଟି ହୋଇ ସାରିଥିଲା। ଏତିକି ବେଳେ ତାଙ୍କ ଜୀବନକୁ ଆସିଥିଲେ ଜଣେ ଯୁବତୀ। ବିବାହିତ ଓ ଏକ ସନ୍ତାନ (ଅଖିଳେଶ) ପିତା ହୋଇଥିବା ସତ୍ତ୍ବେ ମୁଲାୟମଙ୍କ ଜୀବନରେ ସେହି ଯୁବତୀ ସାଧନାଙ୍କ ଆବିର୍ଭାବ ସେତେବେଳେ ଶିଶୁ ଅଖିଳେଶଙ୍କ ବ୍ୟକ୍ତିଗତ ଜୀବନରେ ଯେଉଁ ଝଞ୍ଜା ସୃଷ୍ଟି କରିଥିଲା, ୪୦ ବର୍ଷ ପରେ ଅପର୍ଣ୍ଣା ରୂପରେ ଅଖିଳେଶଙ୍କ ରାଜନୈତିକ ଜୀବନରେ ଆସିଛି ଅନୁରୂପ ଝଡ଼। ଅପର୍ଣ୍ଣା ହେଉଛନ୍ତି ଅଖିଳେଶଙ୍କ ସାବତ ଭାଇ (ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ସାଧନାଙ୍କ ପୁଅ) ପ୍ରତୀକଙ୍କ ପତ୍ନୀ। ଯିଏ କି ଏବେ ଲାଲ ଟୋପି ଦଳ ସମାଜବାଦୀ ପାର୍ଟି ଛାଡ଼ି ଗେରୁଆ ଦଳ କୁହାଯାଉଥିବା ବିଜେପିର ପଦ୍ମ ଧରିଛନ୍ତି।

ଏହି କାହାଣୀର କିଛି ଅଧ୍ୟାୟ ‘ବଦଲାବ କି ଲହର’ ନାମକ ଏକ ପୁସ୍ତକରେ ଉଲ୍ଲେଖ ରହିଛି। ଏହି ପୁସ୍ତକ ଅନୁସାରେ ପତ୍ନୀ ଓ ଏକ ସନ୍ତାନକୁ ନେଇ ସୁଖୀ ଜୀବନ ଅତିବାହିତ କରୁଥିବା ମୁଲାୟମ ଏକ ସମାବେଶରେ ସାଧନାଙ୍କୁ ଦେଖିଥିଲେ। ସେତେବେଳେ ୨୩ ବର୍ଷୀୟା ସାଧନା ନର୍ସିଂ ଶିକ୍ଷା ଶେଷ କରି ଲକ୍ଷ୍ନୌର ଏକ ନର୍ସିଂ ହୋମ୍‍ରେ କାର୍ଯ୍ୟ କରୁଥିଲେ। ପ୍ରଥମ ଦେଖାରେ ସେମାନଙ୍କର ପ୍ରେମ ହୋଇ ନ ଥିଲା। ଏହି ସାକ୍ଷାତ ଥିଲା ଅତ୍ୟନ୍ତ ଔପଚାରିକ। ମାତ୍ର ଏହାର ପରବର୍ତ୍ତୀ ଘଟଣାକ୍ରମ ଅତ୍ୟନ୍ତ ରୋମାଞ୍ଚକର ଓ ଯେଉଁଥିପାଇଁ ସାଧନାଙ୍କ ଉପରେ ଅତ୍ୟନ୍ତ ପ୍ରୀତ ହୋଇଥିଲେ ମୁଲାୟମ।

ଏକଦା ମୁଲାୟମଙ୍କ ମା’ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟରେ ଜଟିଳତା ଥିଲା ଏବଂ ନିଜେ ମୁଲାୟମ ଡ଼ାକ୍ତରଖାନା ଯାଇ ତାଙ୍କ ମା’ଙ୍କର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଥିଲେ। ଚିକିତ୍ସା ଦାୟିତ୍ୱରେ ଥିବା ଜଣେ ନର୍ସ ମୁଲାୟମଙ୍କ ମା’ଙ୍କୁ ଏକ ଇଞ୍ଜେକ୍ସନ ଦେବାକୁ ଆସିଥିଲେ। ମାତ୍ର ଠିକ୍‍ ଇଞ୍ଜେକ୍ସନ ଦେବା ମୁହୂର୍ତ୍ତରେ ତାଙ୍କୁ ସେଠାରେ ଉପସ୍ଥିତ ଥିବା ସାଧନା ନର୍ସଙ୍କୁ ବାରଣ କରିଥିଲେ। ଚିକିତ୍ସାଧୀନ ରୋଗୀଙ୍କ ପାଇଁ ଏହି ଇଞ୍ଜେକ୍ସନ ଠିକ୍‍ ନୁହେଁ ବୋଲି ଯୁକ୍ତି କରିଥିଲେ। ଫଳରେ ଇଞ୍ଜେକ୍ସନ ନ ଦେଇ ନର୍ସ ଫେରି ଯାଇଥିଲେ। ପରେ ଜଣାପଡ଼ିଥିଲା ଯେ ନର୍ସ ଯେଉଁ ଇଞ୍ଜେକ୍ସନ ଦେଉଥିଲେ ତାହା ଭୁଲ ଥିଲା ଓ ତାହା ଦେଇଥିଲେ ରୋଗୀଙ୍କ ଜୀବନ ଯିବାର ଆଶଙ୍କା ରହିଥିଲା। ମୁଲାୟମଙ୍କୁ ଏହି ଘଟଣା ବେଶ୍‍ ପ୍ରଭାବିତ କରିଥିଲା ଓ ସେ ସାଧନାଙ୍କ ପ୍ରେମରେ ପଡ଼ି ଯାଇଥିଲେ।

ମୁଲାୟମ ଓ ସାଧନାଙ୍କ ଗୋପନ ପ୍ରେମ ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ କେହି ଏହାର ସୁରାକ ପାଇ ନ ଥିଲେ କେବଳ ଜଣକ ଛଡ଼ା। ସେ ଜଣକ ହେଉଛନ୍ତି ମୁଲାୟମଙ୍କ ଅତ୍ୟନ୍ତ ଘନିଷ୍ଠ ଅମର ସିଂହ। ୧୯୮୨ ମସିହାରେ ସାଧନାଙ୍କ ସହ ମୁଲାୟମଙ୍କ ସାକ୍ଷାତଠାରୁ ଆରମ୍ଭ କରି ପ୍ରେମ ପ୍ରସଙ୍ଗ ପର୍ଯ୍ୟନ୍ତ ସେ ସବୁ କଥା ଜାଣିଥିଲେ। ମାତ୍ର ଏହି ଗୋପନ ପ୍ରେମକୁ ସେ ମୁଲାୟମଙ୍କ ସହ ତାଙ୍କର ଗଭୀର ‘ଦୋସ୍ତି’ର ପେଡ଼ିରେ ଲୁଚାଇ ରଖିବାକୁ ସକ୍ଷମ ହୋଇଥିଲେ। ମାତ୍ର ଛଅ ବର୍ଷ ପରେ ମୁଲାୟମଙ୍କ ଏହି ଗୋପନ ପ୍ରେମର କିଛି ଅଧ୍ୟାୟ ଆଲୋକକୁ ଆସିଲା, ଯେତେବେଳେ ସାଧନା ଗୁପ୍ତା ତାଙ୍କର ପ୍ରଥମ ସ୍ୱାମୀ ଚନ୍ଦ୍ରପ୍ରକାଶ ଗୁପ୍ତାଙ୍କୁ ତ୍ୟାଗ କରି ଅନ୍ୟତ୍ର ରହିବା ଆରମ୍ଭ କଲେ। ଆଉ ମୁଲାୟମ ସାଧନାଙ୍କୁ ନିଜ ପରିବାର ସହ ପରିଚିତ କରାଇଥିଲେ। ‘କାରାଭାନ’ ପତ୍ରିକାରେ ନେହା ଦୀକ୍ଷିତଙ୍କ କାହାଣୀ ଅନୁସାରେ ମୁଲାୟମ ଓ ସାଧନାଙ୍କ ସମ୍ପର୍କ ସେତେବେଳକୁ ଅତି ନିବିଡ଼ ହୋଇ ସାରିଥିଲା। ୧୯୮୮ ମସିହାରେ ସାଧନା ମୁଲାୟମଙ୍କ ଘରକୁ ନିୟମିତ ଯାତାୟତ ଆରମ୍ଭ କରି ଦେଇଥିଲେ ଏବଂ ପ୍ରଥମ ଦିନ ମୁଲାୟମ ତାଙ୍କ ସହ ଅଖିଳେଶଙ୍କ ପରିଚୟ କରାଇ ଦେଇଥିଲେ। ୧୫ ବର୍ଷ ବୟସର ଅଖିଳେଶଙ୍କୁ କିନ୍ତୁ ସାଧନା ଆଦୌ ପସନ୍ଦ ନ ଥିଲେ। ସେଥିପାଇଁ ସେ ସାଧନାଙ୍କୁ ଥରେ ଅସମ୍ମାନିତ କରିଥିଲେ ଓ ପ୍ରତ୍ୟୁତ୍ତରରେ ତାଙ୍କୁ ସାଧନାଙ୍କଠାରୁ ଚାପୁଡ଼ା ଖାଇବାକୁ ପଡ଼ିଥିଲା। ଏହି ଘଟଣା ପରେ ମୁଲାୟମ ଟିକିଏ ଚିନ୍ତାଗ୍ରସ୍ତ ଥିଲେ। ତେବେ ଅମର ସିଂହଙ୍କ ପରାମର୍ଶରେ ସେ ଅଖିଳେଶଙ୍କୁ ପଢ଼ିବା ପାଇଁ ଅନ୍ୟତ୍ର ପଠାଇ ଦେଇଥିଲେ। ପ୍ରଥମେ ତାଙ୍କ ନାମ ଇଟାୱାରେ ଆରମ୍ଭ ହୋଇଥିଲା ଓ ପରେ ରାଜସ୍ଥାନକୁ ପଢ଼ିବାକୁ ପଠାଇ ଦିଆଯାଇଥିଲା।

୧୯୮୯ରେ ମୁଲାୟମ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେଲେ। ନେତାଜୀ ଭାବରେ ଯାଦବ ସମ୍ପ୍ରଦାୟର ଶୀର୍ଷ ନେତାର ମାନ୍ୟତା ପାଇଲେ। ୧୯୮୮ ମସିହାରେ ତାଙ୍କ ଜୀବନରେ ସାଧନାଙ୍କ ପ୍ରବେଶ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଥିବାରୁ ସେ ସାଧନାଙ୍କୁ ଭାଗ୍ୟଶାଳୀ ବୋଲି ମନେ କରୁଥିଲେ। ଏ ସମ୍ପର୍କରେ ତାଙ୍କ ପୁରା ପରିବାର ଜାଣିଲେ। ତେବେ ତାଙ୍କର ଦ୍ୱିତୀୟ ବିବାହକୁ ସାର୍ବଜନୀନ କରାଯାଇ ନ ଥିଲା। ପତ୍ନୀ ଭାବରେ ମୁଲାୟମଙ୍କ ସହ ରହୁଥିଲେ ମଧ୍ୟ ସାଧନାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ବିଧିବଦ୍ଧ ମାନ୍ୟତା ମିଳି ନ ଥିଲା। ସାଧନା ମଧ୍ୟ ଏ ସମ୍ପର୍କରେ କାହାକୁ କିଛି କହି ନ ଥିଲେ। ଇତିମଧ୍ୟରେ ବିତି ଯାଇଥିଲା ଆହୁରି ୧୭ ବର୍ଷ।

୨୦୦୫ ମସିହାରେ ବିଶ୍ୱନାଥ ଚତୁର୍ବେଦୀ ନାମକ ଜଣେ ବ୍ୟକ୍ତିଙ୍କ ଯୋଗୁଁ ସାଧନାଙ୍କ ସହ ବିବାହକୁ ଶେଷରେ ଅଦାଲତରେ ସ୍ୱୀକାର କରିଥିଲେ ମୁଲାୟମ। ବିଶ୍ୱନାଥ ଚତୁର୍ବେଦୀ ୨୦୦୫ ଜୁଲାଇ ୫ ତାରିଖରେ ସୁପ୍ରିମକୋର୍ଟରେ ମୁଲାୟମଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ୧୯୭୯ ମସିହାରେ କେଇ ହଜାର ଟଙ୍କା ସମ୍ପତ୍ତିର ମାଲିକ ଥିବା ମୁଲାୟମଙ୍କ ପରି ଜଣେ ସମାଜବାଦୀ ନେତା କିପରି ଶହଶହ କୋଟି ଟଙ୍କାର ମାଲିକ ହେଲେ ବୋଲି ଏଥିରେ ପ୍ରଶ୍ନ କରିଥିଲେ। ବିଶ୍ୱନାଥଙ୍କ ଏହି ଆପତ୍ତିପତ୍ରର ତଦନ୍ତ ସିବିଆଇକୁ ସମର୍ପିଥିଲେ ସୁପ୍ରିମକୋର୍ଟ। ୨୦୦୭ରେ ତଦନ୍ତ ରିପୋର୍ଟରେ ଯେଉଁ ସବୁ ତଥ୍ୟ ଉଲ୍ଲେଖ ଥିଲା ସେଥିରୁ ଗୋଟିଏ ଅଧ୍ୟାୟ ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କର ସନ୍ତାନଙ୍କ ସମ୍ପର୍କରେ ଉଲ୍ଲେଖ ଥିଲା। ଏଥିରେ କୁହାଯାଇଥିଲା ଯେ ୧୯୯୪ ମସିହାଠାରୁ ମୁଲାୟମଙ୍କର ଆଉ ଜଣେ ପତ୍ନୀ ଅଛନ୍ତି। ଯାହାଙ୍କ ନାମ ସାଧନା ଗୁପ୍ତା। ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି, ଯାହାର ନାମ ପ୍ରତୀକ ଗୁପ୍ତା। ସରକାରୀ ସ୍କୁଲରେ ତାଙ୍କର ଶିକ୍ଷାଲାଭ ହୋଇଛି ଏବଂ ପିତାଙ୍କ ନାମରେ ଏମ୍‍.ଏସ୍‍. ଯାଦବ ବୋଲି ଉଲ୍ଲେଖ ରହିଛି। ଶେଷରେ ମୁଲାୟମ ୨୦୦୭ ମସିହାରେ ସୁପ୍ରିମକୋର୍ଟରେ ନିଜ ସମ୍ପତ୍ତି ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସାଧନା ଗୁପ୍ତାଙ୍କୁ ପତ୍ନୀ ଓ ପ୍ରତୀକ ଗୁପ୍ତାଙ୍କୁ ପୁଅ ବୋଲି ସ୍ୱୀକାର କରିଥିଲେ।

ଏହି ସତ୍ୟପାଠ ପରେ ମୁଲାୟମ ଓ ଅଖିଳେଶଙ୍କ ବାପା-ପୁଅ ସମ୍ପର୍କରେ ରହିଥିବା ଫାଟକୁ ଅଧିକ ପ୍ରସାରିତ କରିଥିଲା। ସମାଜବାଦୀ ପାର୍ଟିରେ ମୁଲାୟମଙ୍କର ଉତ୍ତରାଧିକାରୀ ଭାବରେ ଅଖିଳେଶ ନିଜକୁ ଗଢ଼ିଥିଲେ ମଧ୍ୟ ପ୍ରତୀକଙ୍କ ଆବିର୍ଭାବ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଭୟ ମଧ୍ୟ ରହିଥିଲା। ଏହା ସତ୍ତ୍ବେ ମୁଲାୟମ ୨୦୧୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟିକୁ ବିଜୟୀ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଶିରିପା ଅଖିଳେଶଙ୍କ ମୁଣ୍ଡରେ ବାନ୍ଧିଥିଲେ। ଏହା ପରେ ସମାଜବାଦୀ ପାର୍ଟିରେ ଆରମ୍ଭ ହୋଇଥିଲା ଅଖିଳେଶ ରାଜ୍‍। ପରିଣତି ସ୍ୱରୂପ ୨୦୧୭ ମସିହା ପରେ ବାପା-ପୁଅ, ଦାଦା-ପୁତୁରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଆଉ ପରିଣତି ଏପରି ହୋଇଥିଲା ଯେ ନାଲି ଟୋପି ପିନ୍ଧା ମୁଲାୟମଙ୍କ ପରିବାରର ସାନ ବୋହୂ (ଅଖିଳେଶଙ୍କ ଭାଇବୋହୂ) ଅପର୍ଣ୍ଣା କେବଳ ଗେରୁଆ ଶିବିରକୁ ଯାଇ ପଦ୍ମ ଧରି ନାହାନ୍ତି, ମୁଲାୟମଙ୍କ ଶଢ଼ୁ ତଥା ଅଖିଳେଶଙ୍କ ମଉସା ମଧ୍ୟ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ଉତ୍ତରପ୍ରଦେଶ ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’ : ଶୁଭ ଉଦ୍‌ଘାଟନ କଲେ ଅଖିଳେଶ ଯାଦବ
ଲକ୍ଷ୍ନୌ : ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’। ଏଥିପାଇଁ ସ୍ୱତନ୍ତ୍ର ଅତର ପ୍ରସ୍ତୁତ କରିଛି ସମାଜବାଦୀ ପାର୍ଟି । ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏକ ନୂଆ ତରିକାରେ ପ୍ରସ୍ତୁତ ହୋଇଛି। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଦଳ ପ୍ରତି ଅଧିକ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଲାଗି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଗୋଟାଏ ଅତରର ଶୁଭାରମ୍ଭ କରିଛନ୍ତି।

ଲାଲ୍‌ ଓ ଶାଗୁଆ କାଚ ବୋତଲରେ ପଶିଥିବା ‘ସାମାଜବାଦୀ ଅତର’ ନାମିତ ଏହି ଅତର ୨୨ଟି ପ୍ରାକୃତିକ ସୁବାସରୁ ପ୍ରସ୍ତୁତ କରାଯାଇଛି। ଅତର ଖୋଳ ଉପରେ ଛାପା ଯାଇଛି ଅଖିଳେଶ ଯାଦବ ଏବଂ ‘ସମାଜବାଦୀ ପାର୍ଟି’ର ନିର୍ବାଚନ ସଙ୍କେତର ଛବି। ଏହି ଅତର ୨୦୨୨ ନିର୍ବାଚନରେ ତା’ର ମ୍ୟାଜିକ ଦେଖାଇବ ବୋଲି ଅଖିଲେଶ ଯାଦବ କହିଛନ୍ତି। ସେ କହିଛନ୍ତି, ଲୋକମାନେ ଯେତେବେଳେ ଏହି ସେଣ୍ଟକୁ ବ୍ୟବହାର କରିବେ ସେତେବେଳେ ସମାଜବାଦ ଅନୁଭବ କରିବେ। ସମାଜବାଦୀ ସେଣ୍ଟ ୨୦୨୨ରେ ଘୃଣାର ବିନାଶ କରିବ ବୋଲି ସେ କହିଛନ୍ତି।

ଏହି ଅତରକୁ ପ୍ରସ୍ତୁତ କରିବାକୁ ୪ ମାସ ସମୟ ଲାଗିଛି । ଏହାର ସ୍ୱତନ୍ତ୍ରତା ହେଉଛି ଏହି ଅତରରେ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ମିଳୁଥିବା ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ମିଶିଛି । ୪ଟି ସୁବାସରୁ ପ୍ରସ୍ତୁତ ହୋଇଥିବା ଉକ୍ତ ଅତର ବୋତଲର ନାଁ ଥିଲା- ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଏବଂ କନ୍ନୌଜ। ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟକୁ ବ୍ୟବହାର କରି ୨୦୨୨ବର୍ଷରେ ଦଳୀୟ ମତଭେଦକୁ ଦୂରେଇବାକୁ ଚେଷ୍ଟା କରାଯାଉଛି ।ଏହାକୁ ବ୍ୟବହାର କଲେ ସମାଜବାଦର ସୁଗନ୍ଧ ହେବ । ଏହା ଦ୍ୱାରା ଭାଇଚାରା ମଧ୍ୟ ଅନୁଭବ ହେବ ବୋଲି କହିଛନ୍ତି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କନ୍ନୌଜ ‘ସମାଜବାଦୀ ପାର୍ଟି’ର ନେତା ତଥା ଉତ୍ତର ପ୍ରଦେଶ ‘ଏମ୍‌ଏଲ୍‌ସି’ ପୁଷ୍ପରାଜ ଜୈନ୍‌।