Winter - The Sakala

ରାଜ୍ୟରେ କମୁଛି ଶୀତର ପ୍ରଭାବ, ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ରାତି ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ଶୀତର ପ୍ରଭାବ, ବଢ଼ୁଛି ରାତି ତାପମାତ୍ରା । ଆସନ୍ତା ୩ ଦିନ ଭିତରେ ଆହୁରି ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡି଼ ସହ କାକର ପଡି଼ବ । ଦିନର ତାପମାତ୍ରା ୩୧ ଡିଗ୍ରୀ ସହ ରାତି ତାପମାତ୍ରା ୧୭ ଡିଗ୍ରୀ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦ୍ରାପଡା, ଜଗତସିଂହପୁର,ଭଦ୍ରକ, ପୁରୀ ଜିଲ୍ଲାରେ ସକାଳେ ଘନ କୁହୁଡି଼ ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୬ ଡିଗ୍ରୀ ରେର୍ଡ କରାଯାଇଛି ।

ଶୀତରେ ଲାଗିଲା ସାମାନ୍ୟ ବ୍ରେକ୍, ୪ ଦିନରେ ୪ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଶୀତରେ ଲାଗିଲା ବ୍ରେକ୍, ବଢିଲା ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ଫଳରେ ପୂର୍ବାପେକ୍ଷା ଶୀତର ପ୍ରଭାବ ହ୍ରାସ ହୋଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବାକୁ ଥିବାରୁ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ୪ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଆଗକୁ ଥଣ୍ଡାର ପ୍ରଭାବ ହ୍ରାସ ହେବ।

ଶୀତର ପ୍ରଭାବ କମିବାର ମୁଖ୍ୟ କାରଣ ଭାବେ ପଶ୍ଚିମାଝଡ଼କୁ ବିବେଚନା କରାଯାଉଛି। ରାଜ୍ୟ ଉପରେ କ୍ରମାଗତ ଭାବେ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବ। ୧୯ ତାରିଖ ଓ ୨୧ ତାରିଖରେ ଉତ୍ତରପଶ୍ଚିମ ଭାରତକୁ ପଶ୍ଚିମାଝଡ଼ ଅତିକ୍ରମ କରି ଓଡ଼ିଶା ଉପରେ ପ୍ରଭାବ ପକାଇବ। ପଶ୍ଚିମାଝଡ଼ ଯୋଗୁଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ଏହା ତାପମାତ୍ରା ବୃଦ୍ଧିରେ ସହାୟକ ହେବ। ଆଗାମୀ ୨୪ଘଣ୍ଟା ପରେ ଦେଶର ପୂର୍ବ ଭାଗରେରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। ଶୀତର ପ୍ରଭାବ କମିବା ନେଇ ସମ୍ଭାବନା ସୃଷ୍ଟି ହେବା ପରେ ପାଣିପାଗ କେନ୍ଦ୍ର ପକ୍ଷରୁ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ନେଇ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଶିମିଳିପାଳରେ ହାଡ଼ଭଙ୍ଗା ଶୀତ: ୧୩ ବର୍ଷର ରେକର୍ଡ ଭାଙ୍ଗିଲା, ତାପମାତ୍ରା ମାଇନସ୍ ୧ ଡିଗ୍ରୀ
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତର ଲହରୀ। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ଅତ୍ୟଧିକ ନିମ୍ନଗାମୀ ହେବା ସହ ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି। ଶିମିଳିପାଳର ୟୁବିକେ (UBK) ବା ଅପର ବାରହା କମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀ (-01°C) ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା।

ଶିମିଳିପାଳର ବିଭିନ୍ନ ସ୍ଥାନରେ ତାପମାତ୍ରା ଅତି ନିମ୍ନସ୍ତରକୁ ଖସିଆସିଛି। ବିଶେଷ କରି ଚହଲା ଏବଂ ଗୁରୁଗୁଡ଼ିଆରେ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ରହିଥିବା ବେଳେ ବରେହିପାଣିରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତୁଷାରପାତ ସଦୃଶ ଅନୁଭୂତି ହେଉଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି।

ଅନ୍ୟପଟେ, ଶିମିଳିପାଳ ପାଦଦେଶରେ ଥିବା ରାମତୀର୍ଥ ଏବଂ ସାତକୋଶିଆରେ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁଁ ସ୍ଥାନୀୟ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି।

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା, ଆହୁରି ୩ ଦିନ କଲବଲ କରିବ ଜାଡ଼
ଭୁବନେଶ୍ୱର: ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀରେ ବାଘୁଆ ଜାଡ଼ । ୯ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ପାରଦ । ଜାନୁଆରୀ ମାସରେ ଭୁବନେଶ୍ୱରର ତୃତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ । ଭୁବନେଶ୍ୱରର ରାତି ତାପମାତ୍ରା ୯.୪ ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀକୁ ଖସିବା ସହ ଚଳିତବର୍ଷ ଏହା ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ସେହିପରି ବାଲେଶ୍ୱର ୯.୫, ଝାରସୁଗୁଡା ୫.୮, କେନ୍ଦୁଝର ୮.୦, ସମ୍ବଲପୁର ୧୦.୦, ରାଉରକେଲା ୫.୪ ରେକର୍ଡ ହୋଇଛି ।

ଅନ୍ୟପଟେ ଏଭଳି ସ୍ଥିତି ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ (କୋଲ୍ଡ ୱେଭ୍‌) ସତର୍କ ସୂଚନା ଜାରି କରାଯାଇଛି। ଜଗତସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ସୋନପୁର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଆସନ୍ତା ୩ ଦିନ ପରେ ରାଜ୍ୟର କିଛି ସ୍ଥାନରେ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ। ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଅପରିବର୍ତ୍ତିତ ରହି ପୁଣି ଏହା ପରେ ତାପମାତ୍ରାରେ ହ୍ରାସ ଘଟିବ ବୋଲି ପାଣିପାଗ କେନ୍ଦ୍ର ନିଜ ବୁଲେଟିନ୍‌ରେ ଦର୍ଶାଇଛି। ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ୍‌(୦) ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଛି।

୬ ଡିଗ୍ରୀକୁ ଖସିଲା ପାରଦ, ‌‌ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଥଣ୍ଡା ...
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଜାରି ରହିଛି। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପ୍ରଭାବରେ ଚଳିତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି। ଲଗାତାର ଦୁଇ ଦିନ ହେବ, ଭୁବନେଶ୍ୱର ଓ ଫୁଲବାଣୀରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ଡିଗ୍ରୀ ତଳେ ରହିଥିବା ହେତୁ ଏଠାରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାବ୍ୟତୀତ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୬ ଡିଗ୍ରୀ ଛୁଇଁଛି। କୋରାପୁଟର ସେମିଳିଗୁଡ଼ାଠାରେ ତାପମାତ୍ରା ସର୍ବନିମ୍ନ ୬.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜି. ଉଦୟଗିରିରେ ୭, ଦାରିଙ୍ଗବାଡ଼ିରେ ୭.୫, ଫୁଲବାଣୀରେ ୮.୨, ଝାରସୁଗୁଡ଼ା ଓ ଚିପିଲିମାରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୪.୮ଡିଗ୍ରୀ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ କିଛି କିଛି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିପାରେ।

ରାଜ୍ୟରେ ତଳମୁହାଁ ପାରଦ; ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା
ଭୁବନେଶ୍ୱର: ଖସୁଛି ତାପମାତ୍ରା ବଢ଼ୁଛି ଥଣ୍ଡା । ସଞ୍ଜ ନଇଁଲେ ଆସୁଛି ଶୀତ। ରାତି ୧୦ ପରେ ସାରା ରାଜ୍ୟରେ ଆରମ୍ଭ ହୋଇଯାଉଛି ଶୀତର ପ୍ରଭାବ। ଅନେକ ସ୍ଥାନରେ ତାପମାତ୍ରା ତଳମୁହାଁ ହେତୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଧାରା ଆହୁରି ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ଅନେକ ସ୍ଥାନରେ ଶୀତ ଜାରିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୀତର ପ୍ରଭାବ ପ୍ରବଳ ଅନୁଭୂତ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ୮ ଡିଗ୍ରୀକୁ ଖସିଛି। ଦାରିଙ୍ଗବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି.ଉଦୟଗିରିରେ ୮.୭ ଡିଗ୍ରୀ, ଫୁଲବାଣୀ ୧୦, ଝାରସୁଗୁଡ଼ାରେ ୧୦.୬ ରେକର୍ଡ ହୋଇଛି। ଏହି ସହରଗୁଡ଼ିକ ସମେତ ରାଜ୍ୟର ମୋଟ୍‌ ୨୧  ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପାରଦ ରହିଛି। ରାଜ୍ୟର ଅନ୍ୟ ସହର ଭଳି ଦ୍ୱୈତ ନଗରୀରେ ମଧ୍ୟ ଥଣ୍ଡା ବଢ଼ିଛି। ଗତ ୨୪ ଘଣ୍ଟାରେ କଟକରେ ତାପମାତ୍ରା ୧୫.୨ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି।

ପାତରଅନ୍ତର କରିବ ଶୀତ; ଉପକୂଳରେ କମ୍‌, ଆଭ୍ୟନ୍ତରୀଣରେ ସ୍ୱାଭାବିକ...
ଭୁବନେଶ୍ୱର: ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଚଳିତ ବର୍ଷ  ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବା ସହ ଉପକୂଳ ଓଡ଼ିଶାରେ ଏହା ଅପେକ୍ଷାକୃତ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ଶୀତ ସ୍ଥିତିକୁ ନେଇ ପ୍ରଫେସର୍‌ ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ଉତ୍ତର ଭାରତରେ ପ୍ରବଳ ଶୀତ ହେବ। କିନ୍ତୁ ରାଜ୍ୟରେ ଶୀତ ବିଳମ୍ବର ଆସିବ ଓ କମ୍‌ ଥଣ୍ଡା ରହିବ। ଅକ୍ଟୋବରରୁ ଲା-ନିନା ସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଫେବ୍ରୁଆରୀ ସୁଦ୍ଧା ଏହା ସ୍ୱାଭାବିକ ସ୍ଥିତିକୁ ଆସିଯିବ। ସାଧାରଣତଃ ଲା-ନିନା ବର୍ଷଗୁଡ଼ିକରେ ଶୀତର ମାତ୍ରା ଅଧିକ ରହିଥାଏ। କିନ୍ତୁ ସବୁଆଡେ଼ ଏହା ହୋଇ ନ ଥାଏ। ଏଥର ମଧ୍ୟ ଶୀତ ହେଉଥିବା ରାଜ୍ୟଗୁଡ଼ିକରେ ଶୀତ ସ୍ୱାଭାବିକଠାରୁ ଅଧିକ ରହିବ। ନଭେମ୍ବର-ଡିସେମ୍ବରରେ ପଶ୍ଚିମ ହିମାଳୟ ଓ ସଂଲଗ୍ନ ପଞ୍ଜାବ, ଜାମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପାକିସ୍ତାନ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ବହୁତ କମିବ। କିନ୍ତୁ ଓଡ଼ିଶାକୁ ଶୀତ ଆସିବାରେ ବିଳମ୍ବିତ ହେବ। ଡିସେମ୍ବର ଆରମ୍ଭ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଜାନୁଆରୀ ଓ ଫେବୃଆରୀରେ ଶୀତ ସ୍ୱାଭାବିକ ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସାଧାରଣତଃ ଦୁଇଟି କାରଣ ପାଇଁ କମ୍‌ ଶୀତ ହୋଇଥାଏ। ଉତ୍ତର-ପୂର୍ବ ପବନ ବୋହିଲେ ଆର୍ଦ୍ରତା ଅଧିକ ରହିବା ସହ କୁହୁଡ଼ି ଅଧିକ ରହିବ ଏବଂ ମେଘୁଆ ପାଗ ବଢ଼ିବ। ଉତ୍ତର ଭାରତରୁ ଥଣ୍ଡା ପବନ ମଧ୍ୟ ଆସିବାରେ ବାଧାପ୍ରାପ୍ତ ହେବ। ଦ୍ୱିତୀୟତଃ, ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ହେତୁ ମେଘୁଆ ପାଗ ସହ ବର୍ଷା ହେବ। ତେବେ ଏହି ସମୟରେ ଦିନବେଳା ସାଧାରଣ ଭାବେ ତାପମାତ୍ରା କମ୍‌ ରହିବ। କୋହଲା ପାଗ ଅଧିକ ରହିପାରେ। ଶୀତ କମ୍‌ ରହିଲେ ମଧ୍ୟ ଡିସେମ୍ବର ଓ ଜାନୁଆରୀରେ କିଛି ସ୍ୱଳ୍ପ ଅବଧି ପାଇଁ ଶୀତ ଲହରୀ ହୋଇପାରେ। ଉପକୂଳରେ ଶୀତ କମିଲେ ମଧ୍ୟ ଆଭ୍ୟନ୍ତରୀଣରେ ବିଶେଷ କରି ଶୀତପ୍ରବଣ ଅଞ୍ଚଳରେ ସ୍ୱାଭାବିକ ଥଣ୍ଡା ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆଗୁଆ ଆସିବ ଶୀତ, ଅଧିକ ଦିନ ରହିବ....
ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିଥିଲା, ସ୍ୱାଭାବିକ ଭାବରେ ବର୍ଷିବା ସହ ଧାର୍ଯ୍ୟ ସମୟରେ ବିଦାୟ ନେଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ଆସିବ ଥଣ୍ଡା। ଏପରିକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ଥଣ୍ଡା ପଡ଼ିବ ବୋଲି ପାଣିପାଗବିଜ୍ଞାନୀମାନେ ଆକଳନ କରୁଛନ୍ତି। ପ୍ରାୟ ୨ ମାସ ପୂର୍ବରୁ ହିମାଳୟ ଉପରାର୍ଦ୍ଧର ୮୬% ଅଞ୍ଚଳ ବରଫରେ ଆବୃତ୍ତ ହୋଇଛି ଓ ହିମାଳୟର ନିମ୍ନଭାଗ ଅଞ୍ଚଳର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ପ୍ରାୟ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ କମ୍‌ ହୋଇଛି ଓ ବରଫ ତରଳିବା ହାର ପ୍ରାୟ ଶୂନ୍ୟକୁ ଖସି ଆସିଛି। ଡିସେମ୍ବରରେ ଲା ନିନା ସକ୍ରିୟ ହେବା ସମ୍ଭାବନା ଥିବାରୁ ଚଳିତବର୍ଷ ଭାରତରେ ଭଲ ବର୍ଷା ହୋଇଛି ଓ ଅଧିକ ଥଣ୍ଡା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ହିମାଳୟର ଉପରାର୍ଦ୍ଧା ଅର୍ଥାତ୍‌ ୪ ହଜାର ଫୁଟ ଉଚ୍ଚରୁ ଅଧିକ ଅଞ୍ଚଳରେ ତାପମାତ୍ରା ଏବେ ବିଯୁକ୍ତ ୧୫ ଡ଼ିଗ୍ରୀ ରହିଛି। ଲା ନିନା କାରଣରୁ ଉତ୍ତର, ମଧ୍ୟ ଓ ପୂର୍ବ ଭାରତରେ ତାପମାତ୍ରା ଖୁବ୍‌ ଶୀଘ୍ର ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି କୁହାଯାଉଛି। ହିମାଚଳ ପ୍ରଦେଶ,  ସିକିମ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର ତାପମାତ୍ରା ଦ୍ରୁତ ବେଗରେ ହ୍ରାସ ପାଇଛି। ଏପରିକି ମଧ୍ୟପ୍ରଦେଶରେ ତାପମାତ୍ରା ୧୬ ଡ଼ିଗ୍ରୀୁ ଫସିଛି। ଭୋପାଳରେ ତାପମାତ୍ରା ସ୍ୱାଭାବିକଠାରୁ ୪ ଡ଼ିଗ୍ରୀ କମ୍‌ ହୋଇ ୧୫.୮ ଡ଼ିଗ୍ରୀକୁ ଖସିଛି । ରାଜସ୍ଥାନରେ ଦିନ ଓ ରାତିର ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ରାତିର ତାପମାତ୍ରା ୧୫ ଡ଼ିଗ୍ରୀ ତଳକୁ ଖସିଥିବା ରେକଡର଼୍ କରାଯାଇଛି। ନେପାଳରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ହିମାଳୟ ଉପତ୍ୟକାରେ ବରଫପାତ ବୃଦ୍ଧି ପାଇଛି। ପାଣିପାଗବିଜ୍ଞାନୀମାନେ ଏହାକୁ ଏକ ଶୁଭ ସଙ୍କେତ ବୋଲି ମନେ କରୁଛନ୍ତି। ଏହାଦ୍ୱାରା ଗ୍ଲାସିୟରର ଅନ୍ୟୂନ ୫ ବର୍ଷ ପାଇଁ ଅଧିକ ଜୀବନ୍ତ ରହିବ ଓ ଉତ୍ତରଭାରତର ନଦୀଗୁଡ଼ିକର ସ୍ରୋତ ଶୁଖିବ ନାହିଁ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଭାରତୀୟ ଉପମହାଦ୍ୱୀପର ତାପମାତ୍ରା ଗତ ୧୨୨ ବର୍ଷରେ ୦.୯୯ ଡ଼ିଗ୍ରୀ ବୃଦ୍ଧି ପାଇଛି, ମାତ୍ର ଚଳିତ ବର୍ଷ ଅର୍ଥାତ୍‌ ୨୦୨୫ ଶେଷ ସୁଦ୍ଧା ଏହି ବୃଦ୍ଧିରେ ଅଙ୍କୁଶ ଲାଗିବ ଓ ଲା ନିନା କାରଣ ଯୋଗୁ ତାପମାତ୍ରା ୦.୨ଡ଼ିଗ୍ରୀ କମ୍‌ ହେବ।

ଅନ୍ୟପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ଧାରା ଆରମ୍ଭ ହେବା ପରେ  ଏବେ ଓଡ଼ିଶାରେ ପାଗ ମୁଖ୍ୟତଃ ଓ ଶୁଖିଲା ଓ ଖରାଟିଆ ରହିଛି। ରାଜ୍ୟକୁ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଆସିବା ମଧ୍ୟ କମିଛି।  ଫଳରେ ରାତିରେ ମଧ୍ୟ ଧୀରେ ଧୀରେ ବା ହାଲୁକା ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି।  ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨୨-୨୪ ଡିଗ୍ରୀ ମଧ୍ୟରେ ରହୁଛି।

୧୭ ତାରିଖ  ସୁଦ୍ଧା କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ କମିପାରେ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ୍‌ ରହିବ। ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ କମିବା ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ୍‌ ଓ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ବର୍ତ୍ତମାନ ଲା-ନିନା ସ୍ଥିତି ସୃଷ୍ଟି ହୋଇ ସାରିଛି।  ତେଣୁ ଏବର୍ଷ ଭଲ ଶୀତର ଆକଳନ କରାଯାଇଛି।

ଜାଡ଼ରେ ଥରୁଛି ସାରା ଓଡ଼ିଶା, ଫୁଲବାଣୀ ସବୁଠୁ ଥଣ୍ଡା…
ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ। ରାଜ୍ୟରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୬  ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ରେକର୍ଡ କରାଯାଇଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା  ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ ୭.୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେବ। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ତାରିଖ ପରେ ଶୀତ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ସକାଳେ ଟ୍ବିନ୍ ସିଟିରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଯାହାଫଳରେ କି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ଠାରୁ କମ ରେକର୍ଡ ସର୍ବନିମ୍ନ ରାତ୍ରି ତାପମାତ୍ରା

ଫୁଲବାଣୀ ୭.୫ ଡିଗ୍ରୀ, ରାଉରକେଲା ୮.୭ ଡିଗ୍ରୀ, ଅନୁଗୁଳ- ୯ ଡିଗ୍ରୀ, ଝାରସୁଗୁଡ଼ା- ୯ ଡିଗ୍ରୀ,  ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ ଓ ଭବନୀପାଟଣା ୯.୯ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ସାରା ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରଭାବ, କଲବଲ କରିବ ଘନ କୁହୁଡ଼ି
ଭୁବନେଶ୍ୱର: ରାଜ୍ୟକୁ ଧୀରେ ଧୀରେ ଶୀତର ଲେଉଟାଣି ହେଉଛି। କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ଯାହାର ପରିଣାମ ସ୍ୱରୂପ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ପାରଦ ୧୦ ଡିଗ୍ରୀ ନିକଟତର ହେଉଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରା ଆହୁରି ହ୍ରାସ ହେବ ଫଳରେ ଶୀତ ବଢ଼ିବ। ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏଥିସହିତ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବ। ଫଳରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାଫଳରେ ସାରା ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବ। ଆଜିଠାରୁ ତାପମାତ୍ରା ହ୍ରାସ ହୋଇଥିବା ଯୋଗୁଁ ନୂଆ ବର୍ଷ ରାତିରେ ଏହାର ପ୍ରଭାବ ଅନୁଭୂତ ହେବା ସହ ଶୀତ ଆହୁରି ବଢ଼ିବ।

ଏଥିସହ କିଛି କିଛି ସ୍ଥାନରେ ଘନ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ମଙ୍ଗଳବାର ସକାଳ ସୁଦ୍ଧା ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଘନ କୁହୁଡ଼ି ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହୁଡ଼ି ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ନୂଆବର୍ଷରୁ ବଢ଼ିବ ଶୀତ, ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି
ଭୁବନେଶ୍ୱର: ନୂଆବର୍ଷରୁ ବଢ଼ିବ ଶୀତ । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରାଯାଇଛି । ପ୍ରବଳ ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ ।

ସେପଟେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ରହିବ । ୨୪ ଘଂଟା ମଧ୍ୟରେ ନବରଙ୍ଗପୁର, ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ନୂଆପଡାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ସମେତ କିଛି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି ।

ରାଜ୍ୟରେ ପଶ୍ଚିମାଝଡ଼ ସକ୍ରିୟ ଥିବାବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଘନ କୁହୁଡି ନେଇ ୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା । ସେହିଭଳି କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ ଓ ଅନୁଗୁଳରେ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ପାହାଡିଆ ଅଂଚଳ ଭାବରେ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମତଳ ଅଂଚଳ ଭାବରେ ଫୁଲବାଣୀରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସାରା ରାଜ୍ୟରେ ଶୀତ ଲହରୀ ଜାରି, ୧୫ ଡିଗ୍ରୀ ତଳେ ଅନେକ ସହର
ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ଲହରୀ ଜାରି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ଡିଗ୍ରୀ ତଳେ ରାଜ୍ୟର ଅନେକ ସହର । ରାଜ୍ୟରେ ଗତ ୨ ଦିନ ଧରି ଶୀତ ଅନୁଭୂତ ହେଉଛି ଏବଂ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ ସ୍ଥାନରେ ପାରଦ୧୦ ଡିଗ୍ରୀ ତଳେ ଥିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅପରପକ୍ଷେ, ଆସନ୍ତା ୩ ଦିନ ପରେ ରାଜ୍ୟବ୍ୟାପୀ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଯାହାଫଳରେ ଶୀତ ଅପେକ୍ଷାକୃତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପାଣିପାଗ କେନ୍ଦ୍ର ଅନୁଯାୟୀ ଶନିବାର ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟରେ ଗୋଟିଏରୁ ୨ଟି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି। ୧୫ ତାରିଖରେ ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ନେଇ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପ୍ରବଳ ଥଣ୍ଡା କାରଣରୁ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି। ସକାଳେ ଅନେକ ସମୟ ପର୍ଯ୍ୟନ୍ତ କୁହୁଡ଼ୁ ରହୁଛି। ପର୍ଯ୍ୟଟକଙ୍କୁ ଏହା ନୂଆ ଅନୁଭୂତି ଦେଉଛି।