DHE_Odisha - The Sakala

ୟୁନିଭର୍ସିଟି ହାଇସ୍କୁଲର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ, ସ୍କୁଲ ପରିଚାଳନା ଦାୟିତ୍ୱରୁ ହଟିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରୟାସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ୟୁନିଭର୍ସିଟି ହାଇସ୍କୁଲର ଭାଗ୍ୟ ଓ ଭବିଷ୍ୟତକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଉଚ୍ଚ ବିଦ୍ୟାଳୟରେ ୬ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ। ବର୍ତ୍ତମାନ ଏହି ହାଇସ୍କୁଲ ବିଶ୍ୱବିଦ୍ୟାଳୟର ପରିଚାଳନା ଅର୍ଥାତ ଉଚ୍ଚଶିକ୍ଷା ବିଭାଗ ହାତରେ ରହିବା ନା ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଯିବ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗିଛି।

୧୯୬୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଥିଲା ୟୁନଭର୍ସିଟି ହାଇସ୍କୁଲ। ଏହି ଉଚ୍ଚ ବିଦ୍ୟାଳୟର ସମସ୍ତ ପରିଚାଳନା ଦାୟିତ୍ୱ ବିଶ୍ୱବିଦ୍ୟାଳୟକୁ ନ୍ୟସ୍ତ କରାଯାଇ ଥିବାବେଳେ ନିଯୁକ୍ତି ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଦାୟିତ୍ୱ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟସ୍ତ କରାଯାଇଥିଲା। ମାତ୍ର ପରୀକ୍ଷା ପରିଚାଳନା ଦାୟିତ୍ୱ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଦିଆଯାଇଥିଲା। ଏକି କ୍ରମରେ ବେଶ୍‍ ସୁରୁଖୁରୁରେ ପରିଚାଳିତ ହେଉଥିଲା ୟୁନିଭର୍ସିଟି ହାଇସ୍କୁଲ। ଓଡ଼ିଶାର ବହୁ ପ୍ରତିଷ୍ଠିତ ଓ ଖ୍ୟାତିସମ୍ପର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ଉଚ୍ଚ ବିଦ୍ୟାଳୟ ଜନ୍ମ ଦେଇଛି। ହେଲେ ଖ୍ୟାତିସମ୍ପର୍ଣ୍ଣ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଆନ୍ତରିକତା ନଥିବା ପରିଲକ୍ଷିତ ହେଉଛି। ଦୀର୍ଘ ଦିନ ହେବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦ ଖାଲି ଥିବାବେଳେ ଏହାକୁ ପୂରଣ ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବା ଦେଖିବାକୁ ମିଳିଛି।

ବିଦ୍ୟାଳୟର ୫ ଜଣ ରେଗୁଲାର ଓ ଚୁକ୍ତିଭିତ୍ତିକ ୩ ଜଣଙ୍କୁ ମିଶାଇ ମୋଟ୍‍ ୮ ଜଣ ଶିକ୍ଷକ ଅଛନ୍ତି। ହେଲେ ବିଶ୍ୱବିଦ୍ୟାଳୟର ଅନୁମୋଦିତ ପଦ ଶିକ୍ଷକ ୨୯ ରହିଛି। ୬୩୦ ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ ମାତ୍ର ୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। ସେହିପରି ଅନ୍ୟାନ୍ୟ ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ତେଣୁ ଶିକ୍ଷାନୁଷ୍ଠାନର ସମସ୍ତ ପଦ ପଦବୀ ପୂରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ପ୍ରକାଶ ପାଇଛି।

ଅପରପକ୍ଷେ ୟୁନିଭର୍ସିଟି ହାଇସ୍କୁଲ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟ କୁଳ ସଚିବଙ୍କୁ ଚିଠି ଲେଖିଛି। ବିଭାଗୀୟ ସ୍ୱତନ୍ତ୍ର ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୟୁନିଭର୍ସିଟି ହାଇସ୍କୁଲର ପରିଚାଳନା ପାଇଁ ଉଚ୍ଚ ଶିକ୍ଷା ବିଭାଗର କୌଣସି ଦାୟିତ୍ୱ ନାହିଁ, ମାତ୍ର ଉକ୍ତ ବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ଦିଗରେ ବିଭାଗ ବିଚାରବିମର୍ଶ କରିପାରେ। ତେଣୁ ୟୁନିଭର୍ସିଟି ହାଇସ୍କୁଲରେ କେତେ ସଂଖ୍ୟକ ପଦ ଖାଲି ରହିଛି ଓ ବିଗତ ୫ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସେ ନେଇ ତଥ୍ୟ ରଖିବାକୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଚିଠିରେ ଲିଖିତ ହୋଇଥିବା ବାକ୍ୟ ‘ୟୁନିଭର୍ସିଟି ହାଇସ୍କୁଲର ପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗର କୌଣସି ଦାୟିତ୍ୱ ନାହିଁ’ ବୁଦ୍ଧୀଜୀବୀଙ୍କୁ ଚକିତ କରିଛି। ତେଣୁ ୟୁନିଭର୍ସିଟି ହାଇସ୍କୁଲର ଭାଗ୍ୟ ଓ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏ ସମ୍ପର୍କରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ କହିଛନ୍ତି ଯେ, ୟୁନିଭର୍ସିଟି ହାଇସ୍କୁଲ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ କି ନାହିଁ ସେନେଇ ନିକଟରେ ଏକ ବୈଠକ ବସିଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚଶିକ୍ଷା ବିଭାଗର ଅଧୀକାରୀ ଓ ସିଣ୍ଡିକେଟ୍‍ କମିଟି ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସ୍କୁଲ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ବୋଲି ମଧ୍ୟ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଶିକ୍ଷାନୁଷ୍ଠାନର କର୍ମଚାରୀ ପଦ ପୂରଣ କରିବା ପାଇଁ ବିଭାଗ ଏପରି ନିର୍ଦ୍ଦେଶନାମା ଜାରି କରିଥାଇପାରେ ବୋଲି ସେ କହିଛନ୍ତି। ମାତ୍ର ଏପରି କୌଣସି ନିର୍ଦ୍ଦେଶନାମା ତାଙ୍କ ନିକଟରେ ପହଞ୍ଚି ନଥିବା ସେ କହିଛନ୍ତି।

ପଞ୍ଚାୟତିରାଜ ଦିବସ ପାଇଁ ଆସନ୍ତାକାଲି ରାଜ୍ଯର ସମସ୍ତ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଛୁଟି
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

5th March’ 2021 is declared a holiday for State Universities and Colleges, coming under HE Department, in view of Panchayati Raj Divas. 👇🏽 pic.twitter.com/gOW6knMwLn

— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) March 4, 2021