smart card - The Sakala

ନୂଆପଡ଼ାରେ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସେବାର ନୂଆ ଅଧ୍ୟାୟ, ସ୍ମାର୍ଟ କାର୍ଡ ବିତରଣ ସହ ୪୭୯ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ-ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଭିଡିଓ କନଫରେସିଂରେ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଭର୍ଚୁଆଲ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପ୍ରଦାନ କରିବା ସହ ଗ୍ରାମଞ୍ଚରେରେ ୧ଲକ୍ଷ ୬୩ ହଜାର ୭୦୬ ଜଣ ଓ ସହରାଞ୍ଚଳରେ ୮ ହଜାର ୯୩୪ ଜଣଙ୍କୁ ସ୍ମାର୍ଟ କାର୍ଟ ଦିଆଯିବ। ତାସହ ଜିଲ୍ଲାର ବିକାଶ ପାଇଁ ୪୭୯ କୋଟି ୮୯ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ନୂଆ ପରିଚୟ ନେଇ ଆଗକୁ ଯାଉଛି ନୂଆପଡା । ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନୂଆ ଭାବରେ କାର୍ଯ୍ୟକାରୀ କରାଯାଉଛି । ଦେଶର ବଡ଼ ବଡ଼ ହସପିଟାଲରେ ଚିକିତ୍ସିତ ହୋଇପାରିବେ ଲୋକେ । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ । ମୋ ପାଇଁ ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ, ଚିକିତ୍ସା ନପାଇ କେହି ମୃତ୍ୟୁ ମୁଖରେ ପଡ଼ିଲେ ମୋତେ ଦୁଃଖ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଚାଷ କ୍ଷେତ୍ରରେ ନୂଆପଡା ନୂଆ ପରିଚୟ ପାଇଛି । ଜିଲ୍ଲାର ୮୦ ପ୍ରତିଶତ ପରିବାରଙ୍କ ନିକଟରେ ପିଇବା ପାଣି ପହଞ୍ଚିଛି । ସବୁ ଗାଁ ସବୁ ପଡ଼ାକୁ ପିଇବା ପାଣି ଯୋଗାଣ ଜାରି ରହିଛି । ଏବେ ବିକାଶର ଧାରାରେ ନୂଆପଡା ଯୋଡି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ ।

https://t.co/XbWv76nhiS

— Naveen Patnaik (@Naveen_Odisha) November 8, 2021

ଏହି ସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢ଼ୋଲକିଆ ଉପସ୍ଥିତ ଉପସ୍ଥିତ ରହି ୧୦ ଜଣ ମହିଳାଙ୍କୁ ସ୍ମାର୍ଟ କାର୍ଡ ବିତରଣ କରାଯାଇଛି। ନୂଆପଡା ଜିଲ୍ଲାରେ ଆଜି ୩ଟି ଏନ୍ଏ‌ସି ୫ ବ୍ଲକରେ ସ୍ମାର୍ଟ କାଡ ବିତରଣରେ ନୂଆପଡ଼ା ବ୍ଳକ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଗାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନାଥ ସାରକା ଉପସ୍ଥିତ ରହି ଉଦଘାଟନ କରିବେ। ସେହିପରି ସିନାପାଲି ବ୍ଳକରେ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବୋଡ଼େନ ବ୍ଳକରେ ସ୍କୁଲ ଓ ଗଣଶିକ୍ଷକ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, କୋମନା ବ୍ଳକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଖଡ଼ିଆଳ ଏନ୍ଏ‌ସିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଖରିଆର ରୋଡ଼ ଏନଏସିରେ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରହି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବିତିରଣ କରିଥିଲେ।

ସୂଚନାଯୋଗ୍ୟ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ଏହି ନୂଆ ବ୍ୟବସ୍ଥାରେ ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡିବନି । କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।