Gas Cylinder Price Hike - The Sakala

ଖାଉଟିଙ୍କୁ ଝଟକା: ପୁଣି ବଢିଲା ଘରୋଇ ଓ କମର୍ସିଆଲ ଗ୍ଯାସ ଦର
ନୂଆଦିଲ୍ଲୀ: ଗୁରୁବାକ ସକାଳୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢିଯାଇଛି। ଦେଶରେ ପୁଣି ବଢିଛି ଗ୍ୟାସ ସିଲିଣ୍ଡର ଦାମ୍ । ଉଭୟ ଘରୋଇ ଓ କମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି ।

ସୂଚନା ଅନୁଯାୟୀ, ଘରୋଇ ଗ୍ୟାସ ଦର ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବାଳେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୮ ଟଙ୍କା ବଢିଛି ।

ଏହାପୂର୍ବରୁ, ମେ ୭ ତାରିଖରେ କମର୍ସିଆଲ ଏଲପିଜି ଦାମ୍ ୧୦ ଟଙ୍କା କମିଥିଲା । କିନ୍ତୁ ୮ ତାରିଖରେ ଘରୋଇ ଗ୍ୟାସ୍ ଦାମ୍ ୫୦ ଟଙ୍କା ବଢିଥିଲା । ସେହିପରି ମେ ୧ ତାରିଖରେ ମଧ୍ୟ ଏଲପିଜି ଦାମ୍ ୧୦୨ ଟଙ୍କା ବୃଦ୍ଧି କରାଯାଇଥିଲା । ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଉପରେ ଏହି ଦାମ୍ ବୃଦ୍ଧି ହୋଇଥିଲା ।

ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼: ୨୫୦ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ଦର
ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼ । ୨୫୦ ଟଙ୍କା ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ନୀଳ ରଙ୍ଗର ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ନୂଆ ଦର ବଢ଼ିବା ପରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଥିବାବେଳେ କୋଲକାତାରେ ୨ ହଜାର ୩୫୧, ମୁମ୍ବାଇରେ ୨ ହଜାର ୨୦୫, ଚେନ୍ନାଇରେ ୨ ହଜାର ୪୦୬ ଟଙ୍କା ହୋଇଛି ଅଣସବସିଡ୍ ଗ୍ୟାସ ସିଲିଣ୍ଡର ଦାମ୍ ।

ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ ସ୍ଥିର ରହିଛି । ମାର୍ଚ୍ଚ ୨୨ ତାରିଖରେ ୫୦ ଟଙ୍କା ବଡିଥିଲା ଘରୋଇ ଗ୍ୟାସ ଦର ।

କମର୍ସିଆଲ ସିଲିଣ୍ଡରଗୁଡିକର ବ୍ୟବହାର ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନମାନଙ୍କରେ ହୋଇଥାଏ । ଏଭଳି ପରିସ୍ଥିତିରେ ୨୫୦ ଟଙ୍କା ବୃଦ୍ଧି କାରଣରୁ ସେମାନଙ୍କ ମାସିକ ବଜେଟ୍ ଉପରେ ପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ, ଆସନ୍ତା ମାସରେ ବିବାହ ଆଦି କାର୍ଯ୍ଯରେ ଗ୍ୟାସ ସିଲିଣ୍ଡରର ଅତ୍ୟଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତେଣୁ କ୍ୟାଟରିଂ ଏବଂ ରୋଷେଆମାନେ ଏହି କାରଣରୁ ସେମାନଙ୍କର ମୂଲ୍ୟ ବୃଦ୍ଧି କରିବେ ।

ଗ୍ୟାସ୍ ଦରବୃଦ୍ଧିକୁ ନେଇ ତୃତୀୟ ଦିନରେ ପହଞ୍ଚିଛି ବିଜେଡିର ବିକ୍ଷୋଭ
ବ୍ରହ୍ମପୁର: ଗ୍ୟାସ୍ ଦରବୃଦ୍ଧିକୁ ନେଇ ଆଜି ତୃତୀୟ ଦିନରେ ବିକ୍ଷୋଭ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ରଣହୁଙ୍କାର ଦେଉଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ନେତ୍ରୀ । ଆଜି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରିଛି ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଲଗାତର ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ତିନି ବର୍ଷରେ ପାଖାପାଖି ଦୁଇ ଗୁଣା ଦର ବୃଦ୍ଧି ହୋଇଛି । ସେହିପରି ଉଜ୍ଜଳା ନାଁରେ କେନ୍ଦ୍ର ସରକାରଙ୍କ ଲୋକଙ୍କୁ ଠକି ଚାଲିଥିବା ବିଜେଡି ଅଭିଯୋଗ କରିଛି । କୋଭିଡ ପାଇଁ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏପରି ସ୍ଥିତିରେ କିପରି ପରିବାର ଚାଲିବ ସେନେଇ ପ୍ରଶ୍ନ କରିଛି ଦଳ ।

ମହଙ୍ଗା ମାଡ଼: ‘ଉଜ୍ଜ୍ୱଳା’ ଫାଙ୍କା, ଗ୍ୟାସ୍‍ ଭରୁନାହାନ୍ତିି ୭୦% ଉଜ୍ଜ୍ୱଳା ଗ୍ରାହକ
ଭୁବନେଶ୍ୱର: ମହଙ୍ଗା ମାଡ଼ରେ ସବୁ ଗଣିତ ଓଲଟପାଲଟ। ରୋଷେଇ ଘର ବଜେଟ ବିଗିଡ଼ିବା ପରେ ସାଧାରଣ ଖାଉଟିଙ୍କଠାରୁ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସବୁଠି ବଢ଼଼ିଛି ଅସନ୍ତୋଷ। ପ୍ରଭାବିତ ହୋଇଛି ବେପାରବଣିଜ। ନିକଟରେ ଟିକସ ହ୍ରାସ ପରେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରୁ କିଛିଟା ଆଶ୍ୱସ୍ତି ମିଳିଛି, ତେବେ ରନ୍ଧନ ଗ୍ୟାସ୍‍ ଦର ବୃଦ୍ଧିରେ ଖାଉଟି ଅଣନିଶ୍ୱାସୀ। ଏଲ୍‍ପିଜି ମହଙ୍ଗା ହେବା ପରେ ପରିବାରର ଆର୍ଥିକ ଗଣିତ ବିଗିଡ଼ି ଯାଇଛି। ମହଙ୍ଗା ଏଲ୍‍ପିଜି ସବୁ ବର୍ଗକୁ ପ୍ରଭାବିତ କରିଛି। ଏପରିକି ଯେଉଁ ‘ଉଜ୍ଜ୍ୱଳା’କୁ ନେଇ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାର ବାହାବାହା ନେଉଛନ୍ତି ସେହି ଉଜ୍ଜ୍ୱଳା ହିତାଧିକାରୀ ବର୍ଦ୍ଧିତ ଦର ଯୋଗୁଁ ସିଲିଣ୍ଡରକୁ ବାନ୍ଧିବୁନ୍ଧି ଖଟତଳେ ଗଡ଼଼ାଇ ଦେଲେଣି। ପୁଣି ଚୂଲି, କାଠ, ଘସି, ନଡ଼ାକୁ ମୁହାଁଇଛନ୍ତି ଗ୍ରାମର ଗରିବ ମହିଳା। ଗ୍ୟାସ୍‍ ସିଲିଣ୍ଡରର ଉଚ୍ଚ ଦର ଗରିବ ଓ ମଧ୍ୟବିତ୍ତ ପରିବାରର ପକେଟ୍‍କୁ ସୁହାଉନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ନ ଭରିବା। ୭୦ ପ୍ରତିଶତ ଉଜ୍ଜ୍ୱଳା ହିତାଧିକାରୀ ଗ୍ୟାସ୍‍ ଭରୁନାହାଁନ୍ତି। ଏମିତିକି ଏଲ୍‍ପିଜି ସିଲିଣ୍ଡରର ଉଚ୍ଚ ଦର ଯୋଗୁଁ ଖାଉଟି ଆଉ ସିଲିଣ୍ଡର ଭରିବାରେ ଆର୍ଥିକ ଦୃଷ୍ଟିରୁ ସମର୍ଥ ହେଉନାହାନ୍ତି। ଏହାର ସିଧାସଳଖ ପ୍ରଭାବ ଗ୍ୟାସ୍‍ ବିତରକଙ୍କ ବ୍ୟବସାୟ ଉପରେ ପଡ଼ିଛି। ଫଳତଃ ଦର ବୃଦ୍ଧି ଚାପରେ ଗ୍ୟାସ୍‍ ବ୍ୟବସାୟ ୫୦ ପ୍ରତିଶତ ପ୍ରଭାବିତ ହୋଇଛି। ଯାହାକୁ ନେଇ ଏବେ ଖାଉଟିଙ୍କ ପରେ ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟରମାନେ ଚିନ୍ତାରେ ପଡ଼ିଛନ୍ତି।

ବର୍ତ୍ତମାନ ବଜାରରେ ଏକ ଏଲ୍‍ପିଜି ସିଲିଣ୍ଡର ପିଛା ଦର ୯୨୬ ଟଙ୍କା ରହିଥିବାବେଳେ ବାଣିଜ୍ୟିକ ସିଲିଣ୍ଡର ଦର ୨୧୦୦ ଟଙ୍କାରେ ପହଞ୍ଚିଛି। ଚଳିତବର୍ଷ ଏପ୍ରିଲରେ ଘରୋଇ ଏଲ୍‍ପିଜି ଅଣ-ରିଆତି ଗ୍ୟାସ୍‍ ସିଲିଣ୍ଡର (୧୪.୨ କେଜି) ଦର ୮୩୫ ଟଙ୍କା ୫୦ ପଇସା ରହିଥିଲା। ଅକ୍ଟୋବରରେ ଏହି ଦର ସିଲିଣ୍ଡର ପିଛା ୯୨୬ ଟଙ୍କାରେ ପହଞ୍ଚିଛି। ସେହିଭଳି ବାଣିଜ୍ୟିକ ଏଲ୍‍ପିଜି ସିଲିଣ୍ଡର(୧୯ କେଜି)ର ଦର ଏପ୍ରିଲ ମାସରେ ୧୭୩୫ ଟଙ୍କା ୫୦ ପଇସା ରହିଥିଲା। ଏବେ ଏହା ୨୧୦୦ ଟଙ୍କାରେ ପହଞ୍ଚିଲାଣି। ତେଲ ତାତିରେ ଏବେ ବଜାରରେ ପେଟ୍ରୋଲ ଓ ଡିଜେଲଠାରୁ ତେଜରାତି, ପନିପରିବା ଏବଂ ଔଷଧ ସାମଗ୍ରୀ ମୂଲ୍ୟ ବହୁଗୁଣ ବଢ଼଼ିଯାଇଛି। ଏଭଳି ମହଙ୍ଗା ମାଡ଼ ସମୟରେ ଏଲ୍‍ପିଜି ଗ୍ରାହକ ଗ୍ୟାସ୍‍ ଭର୍ତ୍ତି ସିଲିଣ୍ଡର କିଣିବାକୁ ସକ୍ଷମ ହେଉନାହିଁ। ଘର ଦୁଆରମୁହଁରେ ସିଲିଣ୍ଡର ଧରି ଆସିଥିବା ଡେଲିଭରୀ ବଏକୁ ପେମେଣ୍ଟ ଦେବାକୁ ଗ୍ରାହକଙ୍କ ପକେଟ୍‍ରେ ପଇସା ନାହିଁ। ଏଥିଯୋଗୁ ଗ୍ୟାସ୍‍ ବ୍ୟବସାୟ ୫୦ ପ୍ରତିଶତ ପ୍ରଭାବିତ ହୋଇଛି। ଏହାଛଡା ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ଉଜ୍ୱଳା ଗ୍ୟାସ୍‍ର ସିଲିଣ୍ଡର ଏବେ ଫାଙ୍କା। ଏହାର ମୁଖ୍ୟ କାରଣ ହେଉଛି ଏହି ସିଲିଣ୍ଡରରେ ଗ୍ୟାସ୍‍ ଭରିବାକୁ ସେହି ହିତାଧିକାରୀଙ୍କ ପାଖରେ ପାଇସା ନାହିଁ। ଯାହାର ଫଳସ୍ୱ୍ୱରୂପ ବର୍ତ୍ତମାନ ଉଜ୍ଜ୍ୱଳା ଯୋଜନାରେ ବ୍ୟବସାୟ ୩୦ ପ୍ରତିଶତ କମିଯାଇଛି। ଅପରପକ୍ଷେ ବ୍ୟବସାୟ କାରବାର ଭଲ ରହୁ ନ ଥିବାଯୋଗୁ ବାଣିଜ୍ୟିକ ସିଲିଣ୍ଡର ବିକ୍ରି ମଧ୍ୟ ୫୦ ଭାଗ କମିଯାଇଛି। ସିଲିଣ୍ଡର ବିକ୍ରି କମିବାର ପ୍ରଭାବ ଏବେ ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟରଙ୍କ ଉପରେ ପଡ଼ିଛି। ଏଥିଯୋଗୁ ପ୍ରତି ସିଲିଣ୍ଡର ପିଛା ଡିଷ୍ଟ୍ରିବ୍ୟୁଟର ପାଉଥିବା କମିସନ କମୁଛି।

ଏ ସମ୍ପର୍କରେ ଓଡ଼ିଶା ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟର ସଂଘର ସଭାପତି ବିଶ୍ୱନାଥ ମୁଖାର୍ଜୀ କହିଛନ୍ତି ଯେ, ସିଲିଣ୍ଡର ବିକ୍ରି କମିବା ଯୋଗୁ ଆମ ଭଳି ଡିଷ୍ଟ୍ରିବ୍ୟୁଟର ବେଶୀ ପ୍ରଭାବିତ। ଆମକୁ ପ୍ରତି ସିଲିଣ୍ଡର ପିଛା ଡେଲିଭରୀ ବାବଦ ଖର୍ଚ୍ଚ ୬୪ ଟଙ୍କା ମିଳିଥାଏ। ଏହାବାଦ୍‍ ଗ୍ରାହକଙ୍କ ଦ୍ୱାରଦେଶରେ ଡେଲିଭରି ପାଇଁ ଖର୍ଚ୍ଚ ତେଲ ଦର ବଢ଼଼ିବା ପରେ ସିଲିଣ୍ଡର ପିଛା ପ୍ରାୟ ୩୫ ଟଙ୍କା ପଡ଼ିଯାଉଛି। ଡେଲିଭରୀ ବୟ ଚାର୍ଜ ୩୦ ଟଙ୍କା ଖର୍ଚ୍ଚ ହେଉଛି। ଏଲ୍‍ପିଜି ଦର ବଢ଼଼ିବା ଯୋଗୁ ଲୋକେ ଖୁବ୍‍ କମ୍‍ ସିଲିଣ୍ଡର ଭରୁଛନ୍ତି। ଯେଉଁଠି ଆମେ ମାସକୁ ୧୨,୦୦୦ ଏଲ୍‍ପିଜି ସିଲିଣ୍ଡର ଯୋଗାଣ କରୁଥିଲୁ ଏବେ ତାହା ୯୦୦୦କୁ ଖସିଆସିଛି। ଦରବୃଦ୍ଧି ଯୋଗୁ ସହରାଞ୍ଚଳରେ ଏଲ୍‍ପିଜି ବ୍ୟବସାୟ ୩୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷେ ଆମର କ୍ଷତି ବଢ଼଼ିବାରେ ଲାଗିଛି। ସହରାଞ୍ଚଳର ଯେଉଁ ମଧ୍ୟବିତ୍ତ ପରିବାରଟିଏ ବର୍ଷକୁ ୧୨ଟା ସିଲିଣ୍ଡର ନେଉଥିଲା, ଏବେ ସେହିପରି ବର୍ଷକୁ ୬ରୁ ୮ ସିଲିଣ୍ଡର ନେଉଛି। ଗ୍ରାମାଞ୍ଚଳ କଥା ନ କହିବା ଭଲ। ରାଜ୍ୟରେ ମୋଟ ୯୭୬ ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟର ରହିଛନ୍ତି। ଅନେକ ଗ୍ରାମାଞ୍ଚଳର ଡିଷ୍ଟ୍ରିବ୍ୟୁଟର ବ୍ୟବସାୟ ବନ୍ଦ କରିବାକୁ ଚିନ୍ତା କଲେଣି। ପ୍ରସଙ୍ଗ ଉପରେ ଏଲ୍‍ପିଜି ବିତରକ ସଂଘର ସଦସ୍ୟ ପବିତ୍ର ମୋହନ ସାହୁ କହିଛନ୍ତି ଯେ, ଏଲ୍‍ଜିପି ଦର ବୃଦ୍ଧି ପ୍ରଭାବରେ ଉଜ୍ୱଳା ଯୋଜନାରେ ବ୍ୟବସାୟ ୭୦ ପ୍ରତିଶତ କମିଯାଇଛି। ବାଣିଜ୍ୟିକ ସିଲିଣ୍ଡର କାରବାର ମଧ୍ୟ ୫୦ ଭାଗ କମିଛି। ବର୍ତ୍ତମାନ ପରିସ୍ଥିତିରେ ଜଣେ ଉଜ୍ଜ୍ୱଳା ଗ୍ରାହକ ବର୍ଷକୁ ମାତ୍ର ୪ଟି ସିଲିଣ୍ଡର ଭରୁଥିବା ସେ କହିଛନ୍ତି।