Taiwan - The Sakala

ତାଇଓ୍ବାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରେକର୍ଡ଼
ନୂଆଦିଲ୍ଲୀ: ତାଇଓ୍ବାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ତାଇୱାନରେ ୫.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ଲୋକ ଭୟଭୀତ ହୋଇ ଘରୁ ଦୌଡି ପଳାଇଛନ୍ତି ।ୟୁନାଇଟେଡ ଷ୍ଟେଟ ଜିଓଲୋଜିକାଲ ସର୍ଭେ ମୁତାବକ, ତାଇୱାନରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ହୁଆଲିୟନ ସହର ଠାରୁ ୭୧ କିମି ଦୂର ୩୧ କିମି ଗଭୀରରେ ରହିଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩
ନୂଆଦିଲ୍ଲୀ: ତାଇୱାନରେ ଶକ୍ତିଶାଳୀ ଭୂକମ୍ପ । ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା। ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଶକ୍ତିଶାଳୀ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଭୂକମ୍ପ ଯୋଗୁ ତାଇୱାନର ବହୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ରାସ୍ତା ଆଡ଼କୁ ଢଳି କି ରହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ମିଳି ନ ଥିବା ବେଳେ ସେନା ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତାଇୱାନର ଭୂକମ୍ପ ଝଟକା ଜାପାନ, ଚୀପ ଓ ଫିଲିପାଇନ୍ସରେ ବି ଅନୁଭୂତ ହୋଇଛି।

ଭୂକମ୍ପର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କିମି ଗଭୀରରେ ଥିବା ଜଣାଯାଇଛି। ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି ।

୨୪ ଘଣ୍ଟା ମଧ୍ୟରେ ତାଇୱାନରେ ଦ୍ବିତୀୟ ଭୂକମ୍ପ ଝଟ୍‌କା, ସୁନାମି ଆସିବା ନେଇ ସତର୍କତା ଜାରି
ନୂଆଦିଲ୍ଲୀ : ଚୀନ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ତାଇୱାନ ପାଇଁ ଶନିବାର ଏବଂ ରବିବାର ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା।। ଶନିବାର ପରେ ରବିବାର ଅପରାହ୍ନରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିବା କୁହାଯାଉଛି। ଭୂକମ୍ପ ପରେ ସୁନାମି ଆସିବା ସତର୍କସୂଚନା ଜାରି କରାଯାଇଥିବା କଥା ତାଇୱାନ୍‌ର ପାଣିପାଗ ବ୍ୟୁରୋ କହିଛି। ଯାହା ତାଇୱାନରେ ଭୟର ବାତାବରଣ ସୃଷ୍ଟି କରିଛି। ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ ଥିଲା। ଏହାପୂର୍ବରୁ ଶନିବାର ଦିନ ତାଇୱାନରେ ୬.୪ ତୀବ୍ରତା ଏକ ଭୂକମ୍ପ ହୋଇଥିଲା।

ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଳାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର୍‌ ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍‌ସି’ ସତର୍କସୂଚନା ଜାରି କରିଥିଲା। ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଭୂମିକମ୍ପ ପ୍ରଭାବରେ ୟୁଲି ନଗରୀରେ ଅନ୍ୟୂନ ଗୋଟିଏ ଅଟ୍ଟାଳିକା ଭଙ୍ଗିପଡ଼ିଥିବା କଥା ତାଇୱାନ୍‌ର ଆଂଶିକ ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ଭୂମିକମ୍ପର କମ୍ପନ ରାଜଧାନୀ ତାଇପେଇରେ ବି ଅନୁଭୂତ ହୋଇଥିଲା।

ଶନିବାର ରାତିରେ୬.୪ ତୀବ୍ରତାର ଭୂକମ୍ପ ହୋଇଥିଲା

ଶନିବାର ରାତିରେ ତାଇୱାନର ପୂର୍ବ ଉପକୂଳ ଅଞ୍ଚଳରେ ୬.୪  ତୀବ୍ରତାର ଏକ ଭୂକମ୍ପ ଘଟିଥିଲା। କିନ୍ତୁ ଏଥିରେ କୌଣସି ଜୀବନ ହାନି ହୋଇନାହିଁ।  ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଉତ୍ତର ଉପକୂଳବର୍ତ୍ତୀ ସହର ତାଇଟୁଙ୍ଗ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପ୍ରାୟ ୯.୩୦ ସମୟରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା । ଭୂକମ୍ପ ବିଷୟରେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ଅନ୍ୟପଟେ ଆଜି ଆଉ ଗୋଟେ ଭୂକମ୍ପର କମ୍ପନ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। କାରଣ ଭୂକମ୍ପ ପରେ ଏଠାରେ ସୁନାମି ଭୟ ଲୋକମାନଙ୍କ ଘାରିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଧ୍ୟ ଏହା ନିଶ୍ଚିତ କରିଛି ଯେ ତାଇୱାନରେ ଏପରି ଭୂକମ୍ପରେ କ୍ଷୟକ୍ଷତିର ସମ୍ଭାବନା କମ୍ ରହିଛି। ଯଦିଓ ସାମାନ୍ୟ କ୍ଷତି ହୋଇପାରେ। ତାଇୱାନ ପାଇଁ ଭୂକମ୍ପ ଏକ ନୂଆ କଥା ନୁହେଁ। ଏଠାରେ ପ୍ରାୟତ ଭୂକମ୍ପ ହୁଏ । ବାସ୍ତବରେ, ତାଇୱାନ ଦୁଇଟି ଟେକ୍ଟୋନିକ୍ ପ୍ଲେଟର ମିଳନ ମଧ୍ୟରେ ରହିଛି। ଏଣୁ ଏଠାରେ ପ୍ରାୟତ ଭୂକମ୍ପ ଅନୁଭୁତ ହୁଏ।

ତାଇୱାନ୍‌-ଚାଇନା ବିବାଦ ମଧ୍ୟରେ ଚୀନ୍‌କୁ ଭାରତର ଚେତାବନୀ, ଲଦାଖରେ କରନାହିଁ ବାୟୁ ସୀମା ଉଲ୍ଲଂଘନ
ନୂଆଦିଲ୍ଲୀ : ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ୍ ଗସ୍ତକୁ ନେଇ ଉଗ୍ରରୂପ ଧାରଣ କରିଛି ତାଇୱାନ୍‌-ଚାଇନା ବିବାଦ। ଏହି ବିବାଦ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ଉପରେ ରହିଛି। ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା ପରେ ଅଧିକ ଘନେଇଛି ଯୁଦ୍ଧ ସ୍ଥିତି । ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା। ଅଦ୍ୟାବଧି ତାଇଓ୍ୱାନ୍ ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ। ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ତାଇୱାନ୍‌ ଦ୍ବୀପ ଚତୁଃପାର୍ଶ୍ବରେ ଆରମ୍ଭ କରିଥିବା ବ୍ୟାପକ ସମରାଭ୍ୟାସରେ ଦୂରଗାମୀ ରକେଟ୍‌ କମାଣ ଏବଂ ସାଧାରଣ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଏହାରି ମଧ୍ୟରେ ଚାଇନାକୁ ଚେତାବନୀ ଦେଇଛି ଭାରତ।

ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ପୂର୍ବ ଲଦାଖର ଚୁସୁଲ ମଲଡୋ ଠାରେ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ଏଥିରେ ଗତ ୪୫ଦିନ ମଧ୍ୟରେ ଚୀନ୍ ବାୟୁସେନା ଦ୍ୱାରା ବାୟୁ ସୀମା ଉଲ୍ଲଂଘନ କରାଯିବାକୁ ନେଇ ଭାରତ ଦୃଢ ବିରୋଧ କରିଛି। ଭାରତୀୟ ବାୟୁସେନା ଏହି ଅଞ୍ଚଳରୁ ଚୀନ୍ ଯୁଦ୍ଧ ବିମାନକୁ ତଡ଼ି ଦେଇଥିଲା। ପୂର୍ବ ଲଦ୍ଦାଖ ସୀମା ନିକଟରେ ଲଢୁଆ ବିମାନ ଉଡାଇ ଚୀନର ଉସକାଇଲା ଭଳି କାମକୁ ଭାରତ ବିରୋଧ କରିଛି ।

ଭାରତ ଏବଂ ଚୀନ୍ ପୂର୍ବରୁ କରିଥିବା ବୁଝାମଣା ଅନୁସାରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(LAC) ର ୧୦ କିଲୋମିଟର ମଧ୍ୟରେ ନିଜ ନିଜର ଯୁଦ୍ଧ ବିମାନ ଉଡ଼ାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚୀନ୍ ବିମାନ ଗତ ଦେଢ ମାସ ମଧ୍ୟରେ ଏହାକୁ ଉଲ୍ଲଂଘନ କରିଛି।ଚୀନ୍ ସାମରିକ ଅଧିକାରୀଙ୍କୁ ଭାରତ ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛି ଏବଂ ଭାରତ ପକ୍ଷରୁ ଚୀନ୍‌କୁ ବାୟୁସେନା ଉଲ୍ଲଂଘନ ଭଳି ଉତ୍ତେଜନାମୂଳକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦିଆଯାଇଛି।

ଏହି ବୈଠକରେ ପ୍ରଥମଥର ପାଇଁ ସାମିଲ ହୋଇଥିଲେ ଭାରତୀୟ ଏୟାରଫୋର୍ସ କମାଣ୍ଡର । ସ୍ୱତନ୍ତ୍ର ସାମରିକ ଆଲୋଚନାରେ ଉଭୟ ଦେଶର ବାୟୁସେନା ଅଧିକାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ବ୍ୟତୀତ ସାମରିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏୟାର କମାଣ୍ଡର ଅମିତ ଶର୍ମା ଭାରତୀୟ ପକ୍ଷରେ ଉପସ୍ଥିତ ଥିବାବେଳେ ଚୀନ୍ ପକ୍ଷରୁ ତାଙ୍କ ପ୍ରତିପକ୍ଷ ଅଧିକାରୀ ଥିଲେ। ସୂତ୍ରରୁ ପ୍ରକାଶ ଯେ ଲେଫ୍ଟନାଣ୍ଟ ଜେନେରାଲ ଏ ସେନଗୁପ୍ତାଙ୍କ ନେତୃତ୍ୱରେ ଅଗ୍ନି ଏବଂ ଫ୍ୟୁରି କର୍ପସ ଅଧୀନରେ ମେଜର ଜେନେରାଲ ପଦବୀର ଜଣେ ଅଧିକାରୀ ଭାରତୀୟ ସେନାକୁ ପ୍ରତିନିଧିତ୍ୱ କରିଥିଲେ। ଏହି ବୈଠକରେ ଭାରତ ଚୀନକୁ ସଫା ସଫା କହିଦେଇଛି, ଲଢୁଆ ବିମାନ ଉଡାଇବା ବେଳେ ନିଜ ସୀମାର ରହୁ ଚୀନ୍ । ଏହା ସହିତ ଏଲଏସି ଠାରୁ ୧୦ କିମି ଦୂରତା ବଜାୟୀ ରଖୁ ।

ଏହି ଆଲୋଚନା ପରେ ଆଜି ଗଣାମଧ୍ୟମକୁ ସୂଚା ଦିଆଯିବା ସହିତ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ଚିଫ୍ ମାର୍ସଲ ବିଆର ଚୌଧୁରୀ କହିଛନ୍ତି, ଭାତର ଏଲଏସି ବାହାରେ ଚୀନର ଗତିବିଧୀ ଉପରେ ନଜର ରଖିଛି । ଯଦି ସୀମାରେ ଚୀନର କୌଣସି ଅପ୍ରିତିକର ଗତିବିଧୀ ନଜର କରିବୁ ତାହେଲେ ଭାରତ ତାର ଲଢୁଆ ବିମାନକୁ ସୀମାରେ ମୁତୟନ କରିଦେବ । ରାଡାର ସିଷ୍ଟମକୁ ଆହୁରି ମଜଭୁତ କରିଦିଆଯାଇଛି । ଚୀନ୍ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଚିଫ୍ ମାର୍ସଲ।

ଆମେରିକାକୁ ଚୀନ୍‌ର ଧମକ: ତାଇୱାନ ସ୍ବାଧୀନତାକୁ ସମର୍ଥନ କଲେ ହେବ ଯୁଦ୍ଧ
ବେଜିଂ(ଏଜେନ୍ସି): ୟୁକ୍ରେନ ଏବଂ ଋଷ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଋଷ୍‌କୁ ଜବାବ ଦେବା ପାଇଁ ଆମେରିକା ନେତୃତ୍ବାଧୀନ ନାଟୋ ପ୍ରସ୍ତୁତ ହୋଇ ରହିଛି। ଏପରି ସମୟରେ ଆମେରିକାକୁ ଚୀନ୍‌ ଧମକ ଦେଇଛି। ତାଇୱାନ ସ୍ବାଧୀନତାକୁ ସମର୍ଥନ କଲେ ୨ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ଚୀନ୍‌ ରାଷ୍ଟ୍ରଦୂତ କିନ ଗାଙ୍ଗ ଚେତାବନୀ ଦେଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଚୀନ୍‌ ଏବଂ ଆମେରିକା ମଧ୍ୟରେ ତାଇୱାନ ସବୁଠାରୁ ବିସ୍ଫୋରକ ପ୍ରସଙ୍ଗ। ତାଇୱାନ ଅଧିକାରୀ ସ୍ବାଧୀନତା ଦିଗରେ ପ୍ରୟାସ ଜାରି ରଖିଲେ ଆମେରିକା ଏବଂ ଚୀନ୍‌ ସେନାମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଏହାକୁ ନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ବିବୃତି ଜାରି କରିଛି। ଏଥିରେ କୁହାଯାଇଛି ପେଣ୍ଟାଗନ ଏବେ ବି ‘ଏକ ଚୀନ୍‌ ନୀତି’ ଏବଂ ‘ଆମେରିକା ତାଇୱାନ ସମ୍ବନ୍ଧ’ ଆଇନ ଉପରେ କାଏମ ରହିଛି। ଆମେରିକା ଦୀର୍ଘ ବର୍ଷ ହେଲା ତାଇୱାନ ପରିବର୍ତ୍ତେ ଚୀନ୍‌କୁ ମାନ୍ୟତା ଦେଇ ଆସୁଥିଲା। କିନ୍ତୁ ତାଇୱାନ ସମ୍ବନ୍ଧ ଆଇନ ଅନୁଯାୟୀ ତାଇପେକୁ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସହୟତା କରୁଛି। ପେଣ୍ଟାଗନ ମୁଖପାତ୍ର କହିଛନ୍ତି ଯେ ତାଇୱାନର ସୁରକ୍ଷା ପାଇଁ ଆମେରିକା ଏହି ଦେଶକୁ ସହଯୋଗ କରିବା ଜାରି ରଖିବ। ବଳ ପ୍ରୟୋଗ କରି ତାଇୱାନ ଲୋକଙ୍କ ସୁରକ୍ଷାରେ ବିପଦ ସୃଷ୍ଟି କଲେ ତାହାର ଦୃଢ ଜବାବ ଦିଆଯିବ। ଏହା ପୂର୍ବରୁ ଚୀନ୍‌ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ମଧ୍ୟ ଆମେରିକାକୁ ଧମକ ଦେଇଥିଲା। ତାଇୱାନର ସୁରକ୍ଷା ପାଇଁ ସେନା ପଠାଇଲେ ସେମାନଙ୍କ ଉପରେ ଆକ୍ରମଣ ପାଇଁ ଚୀନ୍‌ ପଛଘୁଞ୍ଚା ଦେବନାହିଁ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ ଯେ ତାଇୱାନ ଚୀନ୍‌କୁ ଦୃଢ ଜବାବ ଦେଉଛି। ଏହି ଦେଶକୁ ଆମେରିକା ଏବଂ ଜାପାନ ସମର୍ଥନ କରୁଛନ୍ତି। କିଛି ଦିନ ତଳେ ତାଇୱାନର ସମ୍ଭାବ୍ୟ ଜରୁରୀକାଳୀନ ସ୍ଥିତିକୁ ନେଇ ମିଳିତ ଅଭିଯାନ ନିମନ୍ତେ ଏକ ଚିଠା ପ୍ରସ୍ତାବ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଗଣତନ୍ତ୍ର ଦ୍ବାରା ପରିଚାଳିତ ତାଇୱାନକୁ ଚୀନ୍‌ ନିଜର ବୋଲି ଦାବି କରୁଛି। ନିଜର କର୍ତ୍ତୁତ୍ବ ଜାହିର କରିବା ପାଇଁ ଚୀନ୍‌ ବାୟୁ ସେନା ବିମାନ କ୍ରମାଗତ ଭାବେ ତାଇୱାନ ଆକାଶ ସୀମାରେ ଅନୁପ୍ରେବଶ କରୁଛି। ଏହାକୁ ଦେଖି ତାଇୱାନ ନିଜର ସାମରିକ କ୍ଷମତା ବଢ଼ାଇବାରେ ଲାଗିଛି।

ବଢୁଛି ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା: ତାଇୱାନ୍ ସୀମାରେ ଚୀନର ପ୍ରସ୍ତୁତି
ନୂଆଦିଲ୍ଲୀ: ବିସ୍ତାରବାଦ ନୀତିକୁ ନେଇ ଚୀନ୍ ଏବେ ସାରା ବିଶ୍ୱ ପାଇଁ ବିପଦ ପାଲଟିଛି। ଭାରତ ସମେତ ତାଇୱାନ ଏବଂ ଅନ୍ୟ କିଛି ରାଷ୍ଟ୍ର ପାଇଁ ଚୀନ୍ ବିପଦ ସୃଷ୍ଟି କରିଥିବା ବେଳେ ଯେକୌଣସି ସମୟରେ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭାରତୀୟ ସୀମାରେ ଚୀନ ବିପୁଳ ସଂଖ୍ୟାରେ ସେନା ଠୁଳ କରିବା ସହିତ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ବଢାଇବାରେ ଲାଗିଛି। ଠିକ୍ ସେହିପରି ତାଇୱାନ ସୀମାରେ ମଧ୍ୟ ଚୀନ୍‌ର ପିଏଲଏ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ଟ୍ୟାଙ୍କ ନିୟୋଜିତ କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କିତ କିଛି ଭିଡିଓ ଭାଇରାଲ ହେବା ପରେ ଏଭଳି ଆଶଙ୍କା ବଢିଛି। ଚୀନ୍‌ର ଏଭଳି ଆଭିମୁଖ୍ୟକୁ ନେଇ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ବଢିଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ବିଶେଷକରି ତାଇୱାନକୁ ପୂର୍ଣ୍ଣ ଦଖଲ କରିବା ପାଇଁ ଚୀନ୍ କିଛି ବି କରିପାରେ ବୋଲି କୁହାଯାଉଥିବା ବେଳେ ଏହି କାରଣରୁ ବିଶ୍ବର ବୃହତ ଶକ୍ତିମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହିତ ଏହା ଯୁଦ୍ଧ ପାଇଁ ବାଟ କାଢିବ ବୋଲି କୁହାଯାଉଛି।

ହଂଙ୍କର ଜଣେ ସରକାରୀ ଅଧିକାରୀ ଏଲିନ୍ ଚାଙ୍ଗଙ୍କ କହିବା ଅନୁଯାୟୀ, ଚୀନ୍‌ର ଯୁଦ୍ଧ ପ୍ରସ୍ତୁତି ସମ୍ପର୍କିତ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଚୀନ ସେନା ବଡ଼ ବଡ ଟ୍ରକରେ ଟ୍ୟାଙ୍କର ପରିବହନ କରୁଥିବା ଦେଖିବାକୁ ମିଳିଛି । ଚୀନ କମ୍ୟୁନିଷ୍ଟ ପାର୍ଟିଶତ ବାର୍ଷିକୀ ଅବସରରେ ତାଇୱାନକୁ ପୁଣି ଥରେ ଶାସନାଧୀନ କରିବାକୁ ଚୀନ ସରକାର ଉଦ୍ୟମ କରୁଛନ୍ତି ବୋଲି କୁହାଯାଇଛି।