Arunachal Pradesh - The Sakala
ବ୍ରହ୍ମପୁତ୍ର ଉପରେ ଚୀନ ନିର୍ମାଣ କରୁଛି 'ୱାଟର ବମ୍'; ଭାରତ ପାଇଁ ବିପଦ ଆଣିପାରେ ଏହି ବିଶାଳ ଜଳବିଦ୍ୟୁତ୍ ପ୍ରକଳ୍ପ
ନୂଆଦିଲ୍ଲୀ: ତିବ୍ଦତର ୟାର୍ଲୁଙ୍ଗ ସାଙ୍ଗପୋ ନଦୀରେ ଚୀନ ଏକ ବିଶାଳ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପ ଭାରତର ତଳ ମୁଣ୍ଡରେ ଥିବା ଅଞ୍ଚଳଗୁଡିକ ପାଇଁ ଜଳ ସୁରକ୍ଷା ଏବଂ ଜୀବିକା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିପାରେ। ବ୍ରହ୍ମପୁତ୍ର ନଦୀ ଭାବରେ ଭାରତରେ ପ୍ରବେଶ କରୁଥିବା ଏହି ନଦୀର ଗତିପଥରେ କୌଣସି ବଡ଼ ଧରଣର ହସ୍ତକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିପଦର କାରଣ ହୋଇପାରେ। ସିଏନଏନର ରିପୋର୍ଟ ମୁତାବକ, ୧୬୮ ବିଲିୟନ ଡଲାରର ଏହି ହାଇଡ୍ରୋପାୱାର ସିଷ୍ଟମ ବନ୍ଧ, ଜଳଭଣ୍ଡାର ଏବଂ ସୁଡଙ୍ଗ ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ କରିବ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ପୂର୍ବରୁ ଚେତାବନୀ ଦେଇଥିଲେ ଯେ ଚୀନର ଏହି ପ୍ରକଳ୍ପ ଏକ "ୱାଟର ବମ୍" ବା ଜଳ ବୋମା ଭାବରେ ବ୍ୟବହୃତ ହୋଇପାରେ। ଚୀନ ବ୍ରହ୍ମପୁତ୍ରକୁ ଛାଡୁଥିବା ପାଣିର ପରିମାଣ ଏବଂ ସମୟକୁ ନିୟନ୍ତ୍ରଣ କରିବାର କ୍ଷମତା ପାଇବ। ହଠାତ୍ ପାଣି ଛାଡିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ କିମ୍ବା ଜରୁରୀ ସମୟରେ ପାଣି ଅଟକାଇ ନଦୀକୁ ଶୁଖାଇ ଦିଆଯାଇପାରେ। ଏହା କୃଷି ଓ ଜନଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଅଗଷ୍ଟ ମାସରେ ସଂସଦରେ ଏକ ବିବୃତ୍ତି ଦେଇ କହିଥିଲେ ଯେ ସରକାର ବ୍ରହ୍ମପୁତ୍ର ନଦୀ ସହ ଜଡିତ ଘଟଣାବଳୀ ଉପରେ ନିରନ୍ତର ନଜର ରଖିଛନ୍ତି। ୧୯୮୬ ମସିହାରୁ ଚୀନ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ଚଳାଇଥିଲା। ଭାରତର ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ତଳ ମୁଣ୍ଡରେ ରହୁଥିବା ଭାରତୀୟ ନାଗରିକଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ବିଶେଷଜ୍ଞଙ୍କ ମତରେ, ଯଦିଓ ବ୍ରହ୍ମପୁତ୍ରର ଅଧିକାଂଶ ଜଳ ମୌସୁମୀ ବର୍ଷାରୁ ଆସିଥାଏ, ତଥାପି ଉପର ମୁଣ୍ଡରେ ବନ୍ଧ ନିର୍ମାଣ ନଦୀର ପ୍ରାକୃତିକ ପ୍ରବାହକୁ ବାଧାପ୍ରାପ୍ତ କରିପାରେ। ଆସାମ ଏବଂ ଅରୁଣାଚଳ ପ୍ରଦେଶର କୃଷି କ୍ଷେତ୍ର, ମତ୍ସ୍ୟଚାଷ ଏବଂ ଭୂତଳ ଜଳସ୍ତର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ, ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ବ୍ରହ୍ମପୁତ୍ରରେ ନିଜର ୧୧,୨୦୦ ମେଗାୱାଟର ଏକ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରୁଛି।
Arunachal road accident: ଅରୁଣାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା: ୧୦୦୦ ଫୁଟ ଗଭୀର ଖାଇକୁ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ
ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା। ୧୦୦୦ ଫୁଟ ଖାଇକୁ ଟ୍ରକ୍ ଖସି ୨୨ ଶ୍ରମିକ ମୃତ । ଅଞ୍ଜୱା ଜିଲ୍ଲାର ଚଗ୍ଲଗାମ ଅଞ୍ଚଳରେ ଶ୍ରମିକମାନେ କାମ କରିବାକୁ ଗଲା ବେଳେ ଘଟିଛି ଏହି ଦୁର୍ଘଟଣା । ମୃତ ସମସ୍ତ ଶ୍ରମିକ ଆସାମର ହୋଇଥିବା ସୂଚନା । ସୂଚନା ଅନୁସାରେ, ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଟ୍ରକରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ପୋଲିସ, ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ସେନା ଟିମ୍ ମିଳିତ ଭାବେ ଏହି ଅପରେସନ ଚଲାଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆସାମ ଏବଂ ଅରୁଣାଚଳ ପ୍ରଦେଶର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏକ କଣ୍ଟ୍ରାକ୍ଟ ପାଇଁ ଅରୁଣାଚଳ ପ୍ରଦେଶର ଏକ ପ୍ରୋଜେକ୍ଟ ସାଇଟକୁ ଯାଉଥିଲେ ସମସ୍ତ ଶ୍ରମିକ । କିନ୍ତୁ ବିପଜ୍ଜନକ ଘାଟି ରାସ୍ତାରେ ଟ୍ରକଟି ଯିବାବେଳେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କିଛି ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣ ଶ୍ରମିକଙ୍କ ପରିଚୟ ମିଳିନାହିଁ । ବାକି ଲୋକଙ୍କୁ ଖୋଜା ଚାଲିଛି । ମୃତକଙ୍କ ପରିବାରକୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି । ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଏବଂ ଖରାପ ରାସ୍ତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବହୁତ ଅସୁବିଧା ହେଉଛି ।
ବିଶ୍ବର ସବୁଠୁ ଲମ୍ବା ବାଇ ଲେନ୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଉଦଘାଟନ ହେଲା ବିଶ୍ୱର ସବୁଠୁ ଲମ୍ବା ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ ‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି।
ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ। ଏହି ଟନେଲ ଅରୁଣାଚଳ ପ୍ରଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବୁଷ୍ଟର ଭଳି କାମ ଦେବ। ଏଥିସହ ଭାରତୀୟ ସେନା ପାଇଁ ମଧ୍ୟ ଏହି ଟନେଲ ବେଶ ସହାୟକ ହେବ। ପ୍ରତିଦିନ ୩ ହଜାର କାର୍‌, ୨ ହଜାର ଟ୍ରକ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲରେ ଯିବା ଆସିବା କରିପାରିବେ। ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟନେଲ ଭିତରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗାଡ଼ି ଯିବା ଆସିବା କରିପାରିବ।
ନୂଆଦିଲ୍ଲୀ: ଅରୁଣାଚଳରେ ପୁଣି ଚୀନର ଦାଦାଗିରି । ୧୧ ସ୍ଥାନର ନାମ ବଦଳାଇ ଏହାକୁ ଦକ୍ଷିଣ ତିବ୍ବତ ବୋଲି କହିଛି ଚୀନ୍ । ଚୀନ ନାଗରିକ ମନ୍ତ୍ରଣାଳୟ ପକ୍ଷରୁ ୧୧ସ୍ଥାନର ନାମ ଜାରି କରାଯାଇଛି । ଦୁଇଟି ଭୂମି କ୍ଷେତ୍ର, ଦୁଇଟି ଜନବସତି କ୍ଷେତ୍ର, ୫ଟି ପର୍ବତାଞ୍ଚଳ ଓ ଦୁଇଟି ନଦୀର ନାଁ ଜାରି କକରାଯାଇଛି ।
ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏ ନେଇ ପ୍ରକାଶିତ ରିପୋର୍ଟରେ ଏହି ନାମ ପରିବର୍ତ୍ତନକୁ ତୃତୀୟ ପର୍ଯ୍ଯାୟ ବୋଲି କୁହାଯାଇଛି । ୨୦୧୭ ରେ ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାମକୁ ଚୀନ ପରିବର୍ତ୍ତନ କରିଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ପୂର୍ବରୁ ଚୀନର ଏହି କାରନାମାକୁ ଭାରତ ବିରୋଧ କରିଆସିଛି ।
ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ । ନାମ ପରିବର୍ତ୍ତନ କରିଦେଲେ ତଥ୍ୟ ବଦଳିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଚୀନ ଭାରତ ମଧ୍ୟରେ ୩୪ଶହ ୮୮ କିମି ଲମ୍ବର ସୀମା ଅଞ୍ଚଳ ରହିଛି। ଇଷ୍ଟର୍ଣ୍ଣ, ମିଡିଲ ଓ ଓ୍ବେଷ୍ଟର୍ଣ୍ଣ ନାମରେ ଏହି ସୀମାକୁ ବିଭାଜନ କରାଯାଇଛି । ଇଷ୍ଟର୍ଣ୍ଣରେ ସିକ୍କିମ ଓ ଅରୁଣାଚଳର ୧୩ଶହ ୪୬କିମି ସୀମା ଚୀନ ସହ ରହିଥିବା ବେଳେ ମିଡିଲ ସେକ୍ଟରରେ ଅରୁଣାଚଳ ଓ ଉତ୍ତରାଖଣ୍ଡର ୫୪୫ କିମି ଓ ଓ୍ବେଷ୍ଟର୍ଣ୍ଣ ସେକ୍ଟରରେ ଲଦାଖର ୧୫ଶହ ୯୭କିମି ଲମ୍ବ ସୀମାଞ୍ଚଳ ରହିଛି। ଅରୁଣାଚଳ ପ୍ରଦେଶର ୯୦ହଜାର ବର୍ଗମିଟରକୁ ଚୀନ ନିଜର ବୋଲି ଦାବି କରିଆସୁଛି ।
ଆମେରିକା ସିନେଟ୍‌ରେ ପ୍ରସ୍ତାବ ପାରିତ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ
ୱାଶିଂଟନ୍: ଅରୁଣାଚଳ ପ୍ରଦେଶସ୍ଥିତ ଆନ୍ତର୍ଜାତିକ ସୀମାରେଖାକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ବିବାଦ ପ୍ରସଙ୍ଗରେ ଆମେରିକା ଭାରତକୁ ଦୃଢ ସମର୍ଥନ କରିଛି। ଅରୁଣାଚଳ ପ୍ରଦେଶର ସର୍ବାଧିକ ଭାଗକୁ ଚୀନ ନିଜର ଏବଂ ଏହା ଦକ୍ଷିଣ ତିବ୍ଦତର ଅଂଶ କହୁଥିବା ବେଳେ ଏହା ଭାରତର ଅଭିନ୍ନ ଅଙ୍ଗ ବୋଲି ଆମେରିକା କହିଛି। ଏହିପ୍ରସଙ୍ଗରେ ଆମେରିକା ସଂସଦର ଉଚ୍ଚ ସଦନ ସିନେଟ୍‌ରେ ଏକ ପ୍ରସ୍ତାବ ଆଗତ କରାଯିବା ସହିତ ଉଭୟ ଡେମୋକ୍ରାଟ୍‌ ଏବଂ ରିପ୍ଳବିକାନ ପାର୍ଟି ପକ୍ଷରୁ ଭାରତର ଦାବିକୁ ସମର୍ଥନ କରାଯାଇଛି। କେବଳ ସେତିକି ନୁହେଁ , ଏହି ଅଞ୍ଚଳରେ ଚୀନ୍‌ ବାରମ୍ବାର ହରକତ୍‌ କରୁଥିବାରୁ ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଭାରତକୁ ଆମେରିକା ସହାୟତା କରିବାକୁ ଏହି ପ୍ରସ୍ତାବରେ ଅନୁମୋଦନ ଦିଆଯାଇଛି। ଆମେରିକାର ଦୁଇ ସାଂସଦ ବିଲ ହେଗେର୍ଟି ଏବଂ ଜେଫ୍‌ ମର୍କଲି ସିନେଟ୍‌ରେ ଏହି ପ୍ରସ୍ତାବ ଆଣିଥିଲା ବେଳେ ଏହାକୁ ଆଉ ଜଣେ ସାଂସଦ ମଧ୍ୟ ସମର୍ଥନ କରିଛନ୍ତି।
ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ ନିଜର ଔଦ୍ଧତ୍ୟ ଜାରି ରଖିଥିଲା ବେଳେ ଦକ୍ଷିଣ ଚୀନ ସାଗରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଚୀନ୍‌ର ବିସ୍ତାରବାଦୀ ଏବଂ ଏକଚାଟିଆ ନୀତି ଯୋଗୁଁ ବହୁ ରାଷ୍ଟ୍ରଙ୍କ ସାର୍ବଭୌମତ୍ବ ପ୍ରତି ଆଞ୍ଚ ଆସିଛି। ଏହି ନୀତିରେ ଚୀନ୍‌ ଅରୁଣାଚଳ ପ୍ରଦେଶରେ ମଧ୍ୟ ମନମାନୀ ଚଳାଇଛି। ଅରୁଣାଚଳ ପ୍ରଦେଶକୁ ଲାଗି ଚୀନ୍‌ ନୂଆ ନୂଆ ଗାଁ ବସାଇବା ସହିତ ଏଠାରେ ମାଣ୍ଡାରିନ ଭାଷାରେ ଲେଖାଯାଇଥିବା ପୋଷ୍ଟର ଲଗାଯାଉଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଚୀନ୍‌ ସେନା ଦ୍ବାରା ବାରମ୍ବାର ହରକତ୍‌ କରାଯିବାରୁ ଏଠାକାର ଗ୍ରାମାଞ୍ଚଳବାସୀଙ୍କ ବିକାଶ ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ଅରୁଣାଚଳର ୨୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ଅତ୍ୟନ୍ତ କଠିନ ଚଳଣି ଦେଇ ଜୀବନ ନିର୍ବାହ କରୁଛନ୍ତି। ବିଗତ ୬ ବର୍ଷ ମଧ୍ୟରେ ଅରୁଣାଚଳ ସୀମାରେ ଭାରତୀୟ ସେନା ସହ ଚୀନ୍‌ ସେନା ମଧ୍ୟ ବହୁବାର ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଏଠାରେ ଆନ୍ତର୍ଜାତିକ ସୀମାରେଖା ଭାବେ ମ୍ୟାକ୍‌ ମୋହନ ଲାଇନକୁ ସମ୍ମାନ ଦେବାକୁ ହେବ। କିନ୍ତୁ ଚୀନ୍‌ ଏହାକୁ ବାରମ୍ବାର ଉଲ୍ଲଘଂନ କରୁଥିବା ଏବଂ ଏହାକୁ ସମ୍ମାନ ଦେଉ ନଥିବାରୁ ସୁରକ୍ଷା ପାଇଁ ଭାରତକୁ ଆମେରିକା ସହାୟତା କରିବା ଦରକାର ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। ଭାରତ ଆମେରିକାର ପ୍ରମୁଖ ଅଂଶୀଦାର ରାଷ୍ଟ୍ର ହୋଇଥିବାରୁ ଦ୍ବିପାକ୍ଷିକ ସ୍ତରରେ ହେଉ କିମ୍ବା ‘କ୍ବାଡ୍‌’ ଏବଂ ‘ଆଇଟୁୟୁଟୁ’ ଭଳି ବୈଶ୍ବିକ ଗୋଷ୍ଠୀ ଦ୍ବାରା ଭାରତକୁ ସହାୟତା କରିବା ଜରୁରୀ ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। ବିଶେଷକରି ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ଯେଭଳି ସଫଳ ନ ହୁଏ ତାହାକୁ ଦୃଷ୍ଟିରେ ରଖି ଭାରତକୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ଦରକାର ବୋଲି ଏହି ପ୍ରସ୍ତାବରେ ଗୁରୁତ୍ବ ଦିଆଯାଇଛି।
ଅରୁଣାଚଳ ପ୍ରଦେଶର ଇଟାନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିପୋଡ଼ି ପାଉଁଶ ହୋଇଗଲା ୭୦୦ ଦୋକାନ
ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୭ଶହ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇ ଶୁଖିଲା ଦ୍ରବ୍ୟରେ ଭର୍ତି ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି। ଦୀପାବଳି ପାଇଁ ଫୁଟାଯାଇଥିବା ବାଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମାତ୍ର ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା କଥା କହିଛି ପୋଲିସ ।
ଆଜି ଭୋରରୁ ପ୍ରାୟ ଦୁଇଟି ଦୋକାନରେ ନିଆଁ ଲାଗିଯାଇଥିଲା । ହେଲେ ଏହି ନିଆଁ ଏତେ ଭୟଙ୍କର ରୂପ ନେଇଥିଲା କି, ଆଖି ପିଛୁଳାକେ ନିଆଁ ଅନ୍ୟ ଦୋକାନକୁ ବ୍ୟାପିଥିଲା । ଭୋରରୁ ନିଆଁ ଲାଗିଥିବାରୁ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଇଟାନଗର: ଅରୁଣାଚଳ ପ୍ରଦେଶର ଉପେର ସିଆଙ୍ଗ ଜିଲ୍ଲାରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିଥିବା ସ୍ଥାନକୁ କୌଣସି ରାସ୍ତା ସଂଯୋଗ ନାହିଁ। ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ପଠାଯାଇଛି।
ସୂଚନାଅନୁଯାୟୀ, ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ଆକ୍ରାମକ ହେଲିକପ୍ଟର ହେଉଛି ରୁଦ୍ର । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଭାରତୀୟ ସେନା ପାଇଁ ଏହାକୁ ବନାଇଛି । ଏହା ହାଲୁକା ଧ୍ରୁବ ହେଲିକପ୍ଟରର ୱିପନ ସିଷ୍ଟମ ଇଣ୍ଟିଗ୍ରେଟେଡ ଏମକେ-ଆଇଭି ସଂସ୍କରଣ ଅଟେ ।
ଖବର ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବରରେ ଅରୁଣାଚଳପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ହେଲିକପ୍ଟର ଦୁର୍ଘଟଣା। ଏହା ପୂର୍ବରୁ ତାୱାଙ୍ଗ ନିକଟରେ Cheetah ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ଯୁବକଙ୍କୁ ଭାରତକୁ ହସ୍ତାନ୍ତର କଲା ଚୀନ୍ ସେନା
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରୁ ନିଖୋଜ ହୋଇଯାଇଥିବା ମିରାମ ତାରୋନଙ୍କୁ ଚୀନ୍ ସେନା ଭାରତୀୟ ସେନାକୁ ହସ୍ତାନ୍ତର କରିଛି। ଏନେଇ ଟ୍ୱିଟ କରି କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି। ଟୁଇଟ୍‌ରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଅରୁଣାଚଳ ପ୍ରଦେଶର ଯୁବକ ମିରାମ ତାରୋନଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି। ଡାକ୍ତରୀ ପରୀକ୍ଷା ସହିତ ଉପଯୁକ୍ତ ପ୍ରକ୍ରିୟା ପାଳନ କରାଯାଉଛି | ଉଲ୍ଲେଖନୀୟ ଯେ, ଗତ ୧୮ତାରିଖରେ ଅରୁଣାଚଳ ପ୍ରଦେଶ ସୀମାରୁ ୧୯ବର୍ଷୀୟ ମିରାମ ତାରୋନ ନିଖୋଜ ହୋଇଯାଇଥିଲେ । ଭାରତ-ଚୀନ୍ ସୀମା ଏଲଏସି ନିକଟରୁ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ ।
ଗଣତନ୍ତ୍ର ଦିବସ ଅବସରରେ ଭାରତୀୟ ସେନା ହଟଲାଇନରେ ଭାରତୀୟ ସେନା ସହ କଥା ହୋଇଥିଲେ ଏବଂ ଶୀଘ୍ର ମିରାମ ତାରୋନଙ୍କୁ ହସ୍ତାନ୍ତର କରିବାକୁ କହିଥିଲା। ତାରୋନ ଫେରି ଆସିଥିବାରୁ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ମାଟିର ଗାଓ ଖୁସି ପ୍ରକାଶ କରିଛନ୍ତି । ଆମ ପୁଅ ଫେରି ଆସିଥିବାରୁ ଆମେ ଖୁସି ବୋଲି ସେ କହିଛନ୍ତି।
ଜାନୁଆରୀ ୧୮ରେ ମିରାମ ତାରୋନଙ୍କୁ ଅପହରଣ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା, ଯାହା ପରେ ଭାରତୀୟ ସେନା ପିଏଲ୍ଏ ସହିତ ଯୋଗାଯୋଗ କରିଥିଲା ​​| ଭାରତୀୟ ସେନା କହିଥିଲା ଯେ ମିରାମ ତାରୋନ୍ ଶିକାର କରିବାକୁ ଯାଇଥିବା ବେଳେ ଶିୟୁଙ୍ଗ ଲା ର ବିସିଂ ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି । ଯଦି ସେ ବାଟବଣା ହୋଇଯାଇଛନ୍ତି କିମ୍ବା ସେମାନଙ୍କ ହେପାଜତରେ ଅଛନ୍ତି, ତେବେ ତାଙ୍କୁ ଖୋଜି ତୁରନ୍ତ ଭାରତକୁ ହସ୍ତାନ୍ତର କରାଯାଉ ବୋଲି ଭାରତୀୟ ସେନା ଚୀନ୍ ସେନାକୁ କହିଥିଲା ।
ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଉତ୍ତେଜନା ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଭାରତ ସୀମା ସଂଲଗ୍ନ ବିବାଦୀୟ ଅଞ୍ଚଳରେ ଚୀନ୍ ଏହାର ଗ୍ରାମ ସ୍ଥାପନ କରୁଛି। ପେଣ୍ଟାଗନ୍ ରିପୋର୍ଟରେ‌ ଅରୁଣାଚଳ ପ୍ରଦେଶ ନିକଟରେ ଥିବା ବିବାଦୀୟ ଅଞ୍ଚଳରେ ୧୦୦ ଘର ବିଶିଷ୍ଟ ଏକ ଗାଁକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି।
ଆମେରିକା କଂଗ୍ରେସ (ସଂସଦ) କୁ ଦାଖଲ କରିଥିବା ରିପୋର୍ଟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ୍) ​​ଭାରତ ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉପରେ ଚୀନ୍‌ର ବଢୁଥିବା ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରିଛି। ‘ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟସ୍ ଇନଭଲ୍ଭିଂ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା -୨୦୨୧’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ଏହି ଭିତ୍ତିଭୂମି ଯୋଗୁଁ ଭାରତ ସରକାରଙ୍କ ଚିନ୍ତା ବଢିଯାଇଛି । କିନ୍ତୁ ଚୀନ୍ ଓଲଟି ଏଲ୍ଏସି ଉପରେ ଭାରତର ନିର୍ମାଣ କାର୍ଯ୍ୟକୁ ଦାୟୀ କରିଛି ।
ବର୍ତ୍ତମାନ ପେଣ୍ଟାଗନ୍ ରିପୋର୍ଟ ଉପରେ ଭାରତ ସରକାର କିମ୍ବା ଭାରତୀୟ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ପେଣ୍ଟାଗନ୍‌ର ଏହି ୧୯୨ ପୃଷ୍ଠାର ରିପୋର୍ଟରେ ଚୀନ୍‌ର ବଢୁଥିବା ସାମରିକ ଶକ୍ତି ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ଏଥିରେ ଚୀନ୍‌ର ଆଣବିକ ଅସ୍ତ୍ରଠାରୁ ଆରମ୍ଭ କରି ପିଏଲ୍ଏ (ନୌସେନା) ର ଯୁଦ୍ଧ ଜାହାଜ ଏବଂ ତାଇୱାନ ଉପରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଚୀନ୍‌ର ଅଙ୍କୁଶ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।