Edible Oil Price - The Sakala

ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍
ଭୁବନେଶ୍ୱର: ଖାଉଟିଙ୍କୁ ଝଟକା । ରୋଷେଇ ଘରେ ମହଙ୍ଗା ମାଡ । ଗ୍ୟାସ ପରେ ବଢ଼ିଲା ଖାଇବା ତେଲ । ହାଣ୍ଡିଶାଳରେ ପଡ଼ିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ବଜାରରେ ବୃଦ୍ଧି ପାଉଛି ଖାଇବା ତେଲ ଦର । କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି।

ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହୁଛି । ଦେଶଗୁଡ଼ିକରେ ଯୁଦ୍ଧ ଚାଲୁଥିବା ଯୋଗୁଁ ତେଲ ଦର ବୃଦ୍ଧି ପାଉଛି । ରାଜ୍ୟରେ ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ବଢିବାରେ ଲାଗିଛି । ଖାଇବା ତେଲ ଦରବୃଦ୍ଧିକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି । ଅନ୍ୟପଟେ ଓଡ଼ିଶାରେ ପ୍ରାୟ ୨୦ଦିନ ପାଇଁ ତେଲ ଷ୍ଟକ ରହିଥିବା ରାଜ୍ୟ ବ୍ୟବସାୟୀ ସଙ୍ଘର ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର, ପାମୋଲିନ୍‌ ରପ୍ତାନୀ ଉପରୁ କଟକଣା ହଟାଇଲା ଇଣ୍ଡୋନେସିଆ; କମିପାରେ ଖାଇବା ତେଲ ଦର !
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଖାଇବା ତେଲ ଦର ବଢିଚାଲିଥିବାରୁ ଖାଉଟିଙ୍କ ଚିନ୍ତା ବଢିଯାଇଛି। ଖାଇବା ତେଲର ଉଚ୍ଚ ଦର ମୁଦ୍ରାସ୍ଫୀତିକୁ ଉପରମୁହାଁ କରୁଛି। ଇତିମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଆଗାମୀ ଦିନରେ ଦେଶରେ ଖାଇବା ତେଲ ମୂଲ୍ୟରେ କେତେକାଂଶରେ ହ୍ରାସ ଦେଖିବାକୁ ମିଳିପାରେ । ଏହାର କାରଣ ହେଉଛି ଇଣ୍ଡୋନେସିଆ ସରକାର ପାମୋଲିନ୍‌ ତେଲ ରପ୍ତାନୀ ଉପରେ ଲାଗୁ କରିଥିବା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମେ’ ୨୩ରୁ ପାମୋଲିନ୍‌ ତେଲ ରପ୍ତାନୀ ଉପରେ ଲାଗୁ କରାଯାଇଥିବା କଟକଣାକୁ ଇଣ୍ଡୋନେସିଆ ପ୍ରତ୍ୟାହାର କରିନେବ। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏହି ଘୋଷଣା କରିଛନ୍ତି।ଇଣ୍ଡୋନେସିଆ ସରକାର ଏହି ନିଷ୍ପତ୍ତି ଦେଶର ପାମୋଲିନ୍‌ ତୈଳ ଉଦ୍ୟୋଗରେ କାମ କରୁଥିବା ୧୭ ନିୟୁତ ଅର୍ଥାତ ୧.୭୦ କୋଟି ଲୋକଙ୍କ ହିତକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତ ନିଜ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ବିଦେଶରୁ ଆମଦାନୀ କରିଥାଏ। ରୁଷ-ୟୁକ୍ରେନ ଯୁଦ୍ଧ ଓ ଇଣ୍ଡୋନେସିଆ ଦ୍ୱାରା ରପ୍ତାନି କଟକଣା ଲାଗୁ ଯୋଗୁଁ ଦେଶରେ ଖାଇବା ତେଲ ଦର ହଠାତ୍‌ ବଢିଯାଇଛି । ଭାରତ ପ୍ରତିବର୍ଷ ପ୍ରାୟ ୧୩ ରୁ ୧୩.୫୦ ନିୟୁତ ଟନ ଖାଇବା ତେଲ ଆମଦାନୀ କରିଥାଏ। ଏଥିରୁ ୬୩ ପ୍ରତିଶତ ଅର୍ଥାତ ୮ରୁ ୮.୫୦ ନିୟୁତ ଟନ୍‌ ତେଲ ହେଉଛି ପାମୋଲିନ୍‌ ତେଲ। ଆମଦାନୀ କରାଯାଉଥିବା ୬୩ ପ୍ରତିଶତ ପାମୋଲିନ୍‌ ତେଲ ମଧ୍ୟରୁ ୪୫ ପ୍ରତିଶତ ଇଣ୍ଡୋନେସିଆରୁ ଆମଦାନୀ କରାଯାଇଥାଏ। ଦରବୃଦ୍ଧି ଯୋଗୁଁ ଦେଶର ତେଲ ଆମଦାନୀ ୧.୫ ନିୟୁତ ଟନରୁ ହ୍ରାସ ଘଟି ୧.୩ ନିୟୁତ ଟନ୍‌ ରହିଛି। ଏହାପରେ ବି ମହଙ୍ଗା ମାଡ ଯୋଗୁଁ ୨୦୨୧-୨୨ରେ ଖାଇବା ତେଲ ଆମଦାନୀ ପାଇଁ କେନ୍ଦ୍ର ସରକାରଙ୍କୁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହାର ପୂର୍ବବର୍ଷରେ ତେଲ ଆମଦାନୀରେ କେନ୍ଦ୍ର ସରକାରଙ୍କୁ ୮୨,୧୨୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।

ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଖାଇବା ତେଲ ବାବଦରେ ପାମୋଲିନ୍‌ ତେଲର ସବୁଠୁ ଅଧିକ ବ୍ୟବହାର କରାଯାଏ। ବୈଶ୍ୱିକ ତୈଳ ବଜାରରେ ଏହାର ଚାହିଦା ପ୍ରାୟ ୪୦ ପ୍ରତିଶତ। ଏହାପରେ ସୋୟାବିନ୍‌ ତେଲ ୪୨ ପ୍ରତିଶତ ଏବଂ ସୋରିଷ ତେଲର ବ୍ୟବହାର ୧୫ ପ୍ରତିଶତ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୮ରେ ଇନଣ୍ଡୋନେସିଆ ସରକାର ପାମୋଲିନ୍‌ ତେଲର ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେହେତୁ ଇଣ୍ଡୋନେସିଆ ସରକାର ସେଠାକାର ଘରୋଇ ବଜାରରେ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଦେଶକୁ ପାମୋଲିନ୍‌ ତେଲ ରପ୍ତାନି କରିବାକୁ ମନା କରିଦେଇଥିଲେ ସେଥିପାଇଁ ଖାଇବା ତେଲ ମୂଲ୍ୟ ବଢିଯାଇଥିଲା। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ଇଣ୍ଡୋନେସିଆ ଚଳିତମାସ ୨୩ରୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଉଠାଇବାକୁ ଘୋଷଣା କରିଛି। ଏହାପରେ ଭାରତର ଘରୋଇ ବଜାରରେ ପାମୋଲିନ୍‌ ତେଲ ଦରରେ ବୃଦ୍ଧି ଘଟିଥିଲା। ଏବେ ଇଣ୍ଡୋନେସିଆର ଏହି ନିଷ୍ପତ୍ତି ଭାରତରେ ଖାଉଟିଙ୍କୁ ଆଶ୍ୱସ୍ତ କରିଛି।

ଋଷ-ୟୁକ୍ରେନ୍‌ ଯୁଦ୍ଧ ପ୍ରଭାବ: ଖାଇବା ତେଲ ଦର ଅଣାୟତ୍ତ
ଭୁବନେଶ୍ବର: ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ବ ଉପରେ ପଡିଛି। ଏଥିଯୋଗୁ ହୁ ହୁ ହୋଇ ବଢିବା​‌ରେ ଲାଗିଛି ଖାଇବା ତେଲ ଦର। କ୍ରୁଡ୍‌ ଅଏଲ ଦାମ ଅହେତୁକ ଭାବେ ବୃଦ୍ଧି ଫଳରେ ଏହାର ପ୍ରଭାବ ସିଧାସଳଖ ଭାବେ ଖାଉଟିଙ୍କ ଉପ​‌ରେ ଲାଗିଛି। ଏହାମଧ୍ୟରେ ଭାରତରେ ଖାଇବା ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇପାରେ ଲାଗିଛି। ଘରୋଇ ବଜାରରେ ପାମୋଲିନ୍‌ ଅଏଲ, ସୂର୍ଯ୍ୟମୂଖୀ, ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି ପାଇଛି। ମାତ୍ର ୧୫ ଦିନ ମଧ୍ୟରେ ଖାଇଲା ତେଲ ଦର ପାଖାପାଖି ୫୦ ଟଙ୍କା ବଢ଼ିଗଲାଣି। ଘରୋଇ ବଜାରରେ ହୋଇଥିବା ଏହି ଦର ବୃଦ୍ଧି ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ବଡ଼ ଅକଳରେ ପକାଇଛି। ଦର ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକର। ଯଦିବା ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଇତିମଧ୍ୟରେ ଦୁଇ ଦୁଇ ଥର ବୈଠକ କରିଛି ସସବୁର ଫଳ ଶୂନ୍‌। ତେଣୁ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର ଖାଇବା ଦର ବୃଦ୍ଧି ନେଇ ସମୀକ୍ଷା କରିବାର ସମ୍ଭାବନା ରହିଛି।

ତେବେ ବିଗତ ୧୫ ଦିନର ଦରଦାମ ରିପୋର୍ଟ ଦେଖିବାକୁ ଗଲେ, ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ଯାଏଁ ତେଲ କମ୍ପାନୀ ଗୁଡିକ ଦର ପ୍ରାୟ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟାଇଛନ୍ତି। ଏଥିରେ ଏହି ୧୫ ଦିନ ମଧ୍ୟରେ ପାମୋଲିନ୍‌ ତେଲ ଦର ୪୦-୪୫ ଟଙ୍କା ବୃଦ୍ଧି ହୋଇଛି। ଭୁବନେଶ୍ବରରେ ୧୫ ଦିନ ତଳେ ୧୨୦-୧୨୫ ଟଙ୍କାରେ ବିକ୍ରି ହେଉଥିବା ପାମୋଲିନ୍‌ ତେଲ ଦର ଏବେ ୧୫୫-୧୬୦ ଟଙ୍କା ହୋଇଯାଇଛି। ସେହିଭଳି ସୂର୍ଯ୍ୟମୁଖୀ ତେଲ ଦର ଲିଟର ପିଛା ୫୦ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ପୂର୍ବରୁ ଏହା ଲିଟର ପିଛା ୧୩୫-୧୪୦ ଟଙ୍କା ରହିଥିବାବେଳେ ଏବେ ଏହା ୧୮୫ ଟଙ୍କାରେ ବିକ୍ରି କରାଯାଉଛି। ବତ୍ତର୍ମାନ ସ୍ଥିତିରେ ଅନେକ ଛୋଟ ବ୍ୟବସାୟ ଖାଇବା ତେଲର ଷ୍ଟକ୍‌ ରଖୁ ନ ଥିବା ମଧ୍ୟ ଜଣାଯାଇଛି। ଏହି ସମୟରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଷ୍ଟକ୍‌ ଏବଂ ବିଲ୍‌ ଯାଞ୍ଚ କରିବା କାର୍ଯ୍ୟ ଜାରି ରହିଛି। ପ୍ରସଙ୍ଗ ଉପରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ପରିସ୍ଥିତି ଏଭଳି ହେବା ନେଇ ପୂର୍ବରୁ ଆମେ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଥିଲୁ। ଏଥିପାଇଁ ମାସକ ତଳୁ ରାଜ୍ୟ ସରକାର ସଂଘ ସହ ଆଲୋଚନା କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲୁ। ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ପଣ୍ଡା ପୁଣିଥରେ ନିବେଦନ କରିଛନ୍ତି। ଏବେ ବି ସମୟ ଅଛି ନଚେତ୍‌ ଆଗକୁ ପରିସ୍ଥିତି ଆହୁରି ବିଗିଡିଯିବ ସେ ଚେତାଇ ଦେଇଛନ୍ତି।

ଖାଉଟିଙ୍କ ପାଇଁ ଖୁସି ଖବର; ପେଟ୍ରୋଲ-ଡିଜେଲ୍ ପରେ ଶସ୍ତା ହେଲା ଖାଇବା ତେଲଦର
ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଖୁସିଖବର । ଖାଇବା ତେଲଦରରୁ ଏବେ ଖାଉଟିଙ୍କୁ ମିଳିବ ଆସ୍ୱସ୍ତି । ଶସ୍ତା ହେବ ଖାଇବା ତେଲ । ତେଲ ଦାମର ରାହାଜାନି ଭିତରେ ସାଧାରଣ ଗରିବୀ, ଖଟିଖିଆ ଖାଉଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ବଜାରକୁ ଗଲେ ତେଲ ନକିଣି ଫେରୁଥିଲେ ଖାଉଟି । ପ୍ରଥମେ ପେଟ୍ରୋଲ, ଡ଼ିଜେଲରୁ ସେସ କମାଇବା ପରେ ଏବେ ଖାଇବା ତେଲ ଦାମ କମ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିବା ପରେ ଖାଇବା ତେଲଦର ହ୍ରାସ ପାଇବ ବୋଲି ସୂଚନା ମିଳିଛି ।

ଖାଇବା ତେଲରୁ ସେସ୍‌ କମାଇଛି କେନ୍ଦ୍ର । ଯହାଦ୍ୱାରା ସନଫ୍ଲାଓ୍ବାର, ପାମ୍‌, ସୋୟାବିନ୍‌ ତେଲ ଆଦି ଖାଇବା ତେଲ ଦାମ କମ ହୋଇଛି । ଏପରି ସ୍ଥିତିରେ ଖାଉଟି ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିଛନ୍ତି । ଦୁଇ ଦିନତଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦାମ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ । ସେପଟେ ଓଡ଼ିଶା ସରକାର ମଧ୍ୟ ଡିଜେଲ ଏବଂ ପେଟ୍ରୋଲରୁ ୩ ଟଙ୍କା ଲେଖାଏଁ ଭାଟ ଛାଡ଼ କରିଛନ୍ତି । ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ କେନ୍ଦ୍ର ସରକାର କୃଷି ସେସ୍ ୫ ପ୍ରତିଶତକୁ ହ୍ରାସ ପାଇଛି । ଯାହା ଫଳରେ ବିଭିନ୍ନ ତେଲଦର ଲିଟର ପିଛା ଦାମ ୪ରୁ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଛି ।