31st State Film Award - The Sakala
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାର ଶୁଣାଣି ହୋଇଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । ପୁରସ୍କାର ଚୟନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୁରସ୍କାର ଚୟନ ଉପରେ ଅସନ୍ତୋଷ ପ୍ରକାଶ କରି ଛବିରାଣୀ ଫିଲ୍ମର ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଆସନ୍ତା ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଚଳିତ ବର୍ଷ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ କଳାକାର ସଂଘ ଓ ନିର୍ଦ୍ଦେଶକ, ପ୍ରଯୋଜକମାନଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଚଳଚ୍ଚିତ୍ର ‘ଛବିରାଣୀ’ଟିମ୍‌ କଟକ ଠାରେ ପୁରସ୍କାରକୁ ନେଇ ବର୍ଷିଥିଲାବେଳେ ପୁଣି ଭୁବନେଶ୍ୱର ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପୁରସ୍କାର ମନୋନୟନରେ ଜୁରୀମାନେ ପାତରଅନ୍ତର ଓ ପକ୍ଷପାତିତା କରିଥିବା ଅଭିଯୋଗ କରିଥିଲେ ।
ସିଧାସଳଖ ଜଣେ ଜୁରୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଥିଲେ । ଚଳଚ୍ଚିତ୍ର ନିର୍ମାଣରେ ତାଙ୍କ ୟୁନିଟ୍‌ର ସହାୟତା ନନେବାରୁ ସେ ରାଗ ରଖି ଏଭଳି କରିଛନ୍ତି ବୋଲି କହିଥିଲେ। ତେଣୁ ଏହାର ଏକ ନିରପେକ୍ଷ ତଦନ୍ତ ହେବା ଦରକାର। ପୂରା ପ୍ରକିୟାକୁ ବାତିଲ କରାଯାଇ ଆଉଥରେ ପୁରସ୍କାର ଚୟନ କରାଯାଉ ବୋଲି ଅଭିଯୋଗ ହୋଇଥିଲା ।
ଭୁବନେଶ୍ୱର: ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର । ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା । ଟେଲି ଫିଲ୍ମ ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲିଫିଲ୍ମ ପୁରସ୍କାର ପାଇବ । ସେହିପରି ସରଗମ ଶ୍ରେଷ୍ଠ ଟେଲି ସିରିଏଲ ପାଇବ । ସରଗମ ଟେଲି ଫିଲ୍ମ ପାଇଁ ଚଣ୍ଡୀ ପରିଜା ପାଇବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।
କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ଦେବାଶିଷ ପାତ୍ର । ସେହିପରି ରଙ୍ଗିଲା ବୋହୂ ପାଇଁ ଲିପସା ମିଶ୍ର ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ପାଇବେ ଜୀବନ ପଣ୍ଡା । ରଙ୍ଗିଲା ବୋହୂ ପାଇଁ ମଧୁସ୍ମିତା ପ୍ରଧାନ ପାଇବେ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର । ସରଗମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ ସୁରେଶ ମିଶ୍ର, ସେହିପରି ରଙ୍ଗିଲା ବୋହୂ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ପାଇବେ ଉଷଶୀ ମିଶ୍ର । ଶ୍ରେଷ୍ଠ ହାସ୍ୟକଳାକାର ଭାବେ ବିବେଚିତ ହୋଇଛନ୍ତି ଶଙ୍କର ପ୍ରଧାନ ।
ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କ କାଲିର ଅତୀତ ଶ୍ରେଷ୍ଠ ଚଳିଚିତ୍ର ଭାବେ ମନୋନୀତ ହୋଇଛି । ଏହି ଫିଲ୍ମ ପାଇଁ ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ । ଫିଲ୍ମ ଖୁସି ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ସରୋଜ ପରିଡ଼ା । ଅଭିନେତ୍ରୀ କାବ୍ୟା କିରଣ ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଶଲା ବୁଢାର ବଦଲା ପାଇଁ କପିଳେଶ୍ବର ପ୍ରସାଦ ମହାପାତ୍ର ପାଇବେ ଶ୍ରେଷ୍ଠ କାହାଣୀ ପୁରସ୍କାର । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁ ବାଳକୃଷ୍ଣ ସମ୍ମାନ ପାଇବେ ବୈଦ୍ୟନାଥ ଦାସ ।
ସେହିପରି ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ବିବେଚିତ ହୋଇଛନ୍ତି ସ୍ବୟମ ପାଢୀ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ପାଇବେ ଦୀପ୍ତିରେଖା ପାଢୀ । ଓଡ଼ିଶା ପ୍ରାନ୍ତରୀୟ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି ଝରନ୍ । ଦିବଂଗତ ଅଭିନେତା ଅଟଳବିହାରୀ ପଣ୍ଡାଙ୍କୁ ମରୋଣତ୍ତର ଭାବେ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର ମିଳିବ । ସେହିପରି ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର କ୍ୟାଟେଗୋରୀରେ ଶ୍ରୀକ୍ଷେତ୍ରରୁ ସାହିଯାତ ପାଇଁ ଶ୍ରେଷ୍ଠ ପ୍ରଯୋଜକ ପୁରସ୍କାର ପାଇବେ ଆଶୁତୋଷ ପଟ୍ଟନାୟକ । ଚଳଚ୍ଚିତ୍ର ରସଗୋଲା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି ସ୍ବରାଜ ମିଶ୍ର । ରାଜ୍ୟ ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।