Orissa High Court - The Sakala

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଓଟିଏଆଣ୍ଡଏଏସ (OT&AS) ପ୍ରଶିକ୍ଷାର୍ଥୀ ଭୀମସେନ ପ୍ରସାଦ ଟୁଡୁଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦,୦୦୦ ଟଙ୍କାର ଦୁଇଟି ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ତାଙ୍କୁ ଗତ ଜୁନ ୧୩ ତାରିଖରେ ଗିରଫ କରାଯାଇଥିଲା। ଗତ ଜୁନ ମାସରେ କାଠଯୋଡ଼ି ନଦୀରୁ ମିଳିଥିଲା ଚନ୍ଦ୍ରିକାଙ୍କ ମୃତଦେହ

ଅଦାଲତଙ୍କ ସର୍ତ୍ତ ଅନୁଯାୟୀ, ଅଭିଯୁକ୍ତ ଜଣକ ମାମଲାର କୌଣସି ସାକ୍ଷୀଙ୍କୁ ଭେଟିପାରିବେ ନାହିଁ କିମ୍ବା ଯୋଗାଯୋଗ କରିପାରିବେ ନାହିଁ। ଯଦି କୌଣସି ସାକ୍ଷୀ ଜାମିନ ସର୍ତ୍ତ ଉଲ୍ଲଂଘନ ହୋଇଥିବା ଅନୁଭବ କରନ୍ତି, ତେବେ ସେମାନେ ଏହି ବିଷୟ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ।

ଶୁଣାଣି ସମୟରେ ଟୁଡୁଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ପୋଲିସ ଅଭିଯୁକ୍ତଙ୍କ ଜେରା ଶେଷ କରିସାରିଛି ଏବଂ ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇସାରିଛି। ତେଣୁ ତଦନ୍ତ ଦୃଷ୍ଟିରୁ ତାଙ୍କୁ ଆଉ ବିଚାର ବିଭାଗୀୟ ହେପାଜତରେ ରଖିବାର କୌଣସି ଆବଶ୍ୟକତା ନାହିଁ। ଏହା ସହିତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବେ ଏବଂ ଫେରାର ହେବେ ନାହିଁ ବୋଲି ଓକିଲ ପ୍ରତିଶ୍ରୁତି ଦେଇଥିଲେ।

ଗତ ଜୁନ ୪, ୨୦୨୬ରେ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ବାରଙ୍ଗ ପୋଲିସ ସୀମା ଅନ୍ତର୍ଗତ କାଠଯୋଡ଼ି ନଦୀରୁ ଉଦ୍ଧାର କରାଯାଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଭୀମସେନ ପ୍ରସାଦ ଟୁଡୁ ବିବାହ କରିବାକୁ ମନା କରିଦେବାରୁ ଚନ୍ଦ୍ରିକା ଆତ୍ମହତ୍ୟା କରିବା ପରି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟୁଡୁଙ୍କୁ ବହିଷ୍କାର କରାଯାଇଥିଲା । ଏବେ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପରେ ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଉପରେ ନଜର ରହିଛି ।

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ, କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ହାଇକୋର୍ଟ
କଟକ: ଓଡ଼ିଶା ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ୨୦୨୫ ମସିହା ସେପ୍ଟେମ୍ବର ୨୫ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଏହି ମାମଲା ଆବେଦନକାରୀ ସାଗରିକା ପରିଡ଼ାଙ୍କ ସହ ଜଡିତ ଅଟେ। ତାଙ୍କୁ ୪ ସପ୍ତାହ ମଧ୍ୟରେ ପୁନଃ ଚାକିରିରେ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଖଣ୍ଡପୀଠ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ବିନା ବିଳମ୍ବରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନକରିବା ଏବଂ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ କରାଯାଇଥିବା ନେଇ କୋର୍ଟ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।

ଗତ ଅଗଷ୍ଟ ୧୬ ତାରିଖରେ ଅବସର ଗ୍ରହଣ କରିଥିବା ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ତାଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅବସର ଗ୍ରହଣ କରିବା ଅଦାଲତ ଅବମାନନା ମାମଲାରୁ ବର୍ତ୍ତିବା ପାଇଁ କୌଣସି ଆଧାର ନୁହେଁ। ଆଇଜି (କର୍ମଚାରୀ)ଙ୍କ ଦ୍ୱାରା ଏହି ନୋଟିସ ପ୍ରଦାନ କରାଯିବ ଏବଂ ଖୁରାନିଆଙ୍କୁ ୭ ଦିନ ମଧ୍ୟରେ ନିଜର ଉତ୍ତର ରଖିବାକୁ ପଡିବ।

ଯଦି କୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରାଗଲା ନାହିଁ, ତେବେ ବର୍ତ୍ତମାନର ଡିଜିପି ଏବଂ ଆଇଜି (କର୍ମଚାରୀ)ଙ୍କୁ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ: ଆତ୍ମସମର୍ପଣ ନକରିବାରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ପୁଣିଥରେ ବଢ଼ିବାରେ ଲାଗିଛି। ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନହେବା ତଥା ଆତ୍ମସମର୍ପଣ ନକରିବା ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ଯୌନ ନିର୍ଯାତନା ତଥା ପ୍ରତାରଣା ମାମଲାରେ ସୌରିନଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଏବେ ତାଙ୍କ ଗିରଫଦାରୀ ଆଶଙ୍କା ଘନୀଭୂତ ହୋଇଛି।

ମାମଲାର ପୃଷ୍ଠଭୂମି

ସୂଚନାଯୋଗ୍ୟ ଯେ, କଟକରେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ବିରୋଧରେ ଏତଲା ଦେଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କ ସହ ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଯୁବତୀଜଣକ ଅଭିଯୋଗ କରିଥିଲେ। ଏହି ସାଙ୍ଘାତିକ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

କୋର୍ଟଙ୍କ କଡ଼ା ଆଭିମୁଖ୍ୟ

ଏହି ମାମଲାରେ କଣ୍ଠଶିଳ୍ପୀଙ୍କୁ ଗିରଫ କରିବା ପାଇଁ ନିମ୍ନ ଅଦାଲତଙ୍କ ପକ୍ଷରୁ ଏକ ଜାମିନ୍ ବିହୀନ ପରୱାନା (NBW) ଜାରି କରାଯାଇଥିଲା। ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ଏନବିଡବ୍ଲୁ ଉପରେ ରୋକ ଲଗାଇବା ସହ ଅନ୍ତରୀଣ ସୁରକ୍ଷା ହାସଲ କରିଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ଆତ୍ମସମର୍ପଣ ନକରି ବାରମ୍ବାର ସମୟ ଗଡ଼ାଇ ଚାଲିଥିଲେ। ନିମ୍ନ ଅଦାଲତରେ ହାଜର ନହେବାରୁ ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଅନ୍ତରୀଣ ସୁରକ୍ଷା ହଟାଇବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଏବେ କମିଶନରେଟ୍ ପୋଲିସ କୌଣସି ମୁହୂର୍ତ୍ତରେ ସୌରିନଙ୍କୁ ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଛି।

ଆନିମେଟେଡ୍ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ'ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ବିବାଦୀୟ ଆନିମେଟେଡ୍ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ'ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ବୁଧବାର ଦିନ ସୁପ୍ରିମକୋର୍ଟ ସିଧାସଳଖ ମନା କରିଦେଇଛନ୍ତି। କଳା ଏବଂ ସୃଜନଶୀଳତାକୁ ସମ୍ବେଦନଶୀଳତା ଦର୍ଶାଇ ବ୍ୟାନ୍ କରିବା ପାଇଁ ବାରମ୍ବାର ଆବେଦନ କରାଯାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବିଚାରପତି ବି.ଭି ନାଗରତ୍ନା ଏବଂ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଏହି ଫିଲ୍ମ କୌଣସି ପ୍ରକାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତି ଓ ସମ୍ମାନକୁ କ୍ଷୁର୍ଣ୍ଣ କରୁନାହିଁ। କେତେକ ଲୋକଙ୍କ ଆବେଗକୁ ନେଇ ଯଦି କଳା ଉପରେ ଅଙ୍କୁଶ ଲଗାଯାଏ, ତେବେ ରାମାୟଣ ଏବଂ ମହାଭାରତ ଭଳି ପୌରାଣିକ ମହାକାବ୍ୟ ଉପରେ ଆଧାରିତ କୌଣସି କଳାକୃତି ଭବିଷ୍ୟତରେ ସୃଷ୍ଟି ହୋଇପାରିବ ନାହିଁ ବୋଲି କୋର୍ଟ ମୌଖିକ ଭାବେ କହିଛନ୍ତି।

ଫିଲ୍ମର ରିଲିଜ୍ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ (SJTA) ଏବଂ ଜଣେ ଭକ୍ତଙ୍କ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବରୁ ଜୁଲାଇ ୧୭ରେ ଦିଆଯାଇଥିବା ଆଦେଶକୁ ବଳବତ୍ତର ରଖି, ଜୁଲାଇ ୨୮ରେ ପୁରୀ ରଥଯାତ୍ରା ଶେଷ ହେବା ପରେ ଫିଲ୍ମଟିକୁ ରିଲିଜ୍ କରିବାକୁ ଅନୁମତି ଦିଆଯାଇଛି।

ଶୁଣାଣି ସମୟରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ ଯେ, ଏହି ଫିଲ୍ମରେ ମହାପ୍ରଭୁଙ୍କୁ 'ଡୋରେମନ୍' ଏବଂ 'ସ୍ପାଇଡରମ୍ୟାନ୍' ଭଳି ଚିତ୍ରଣ କରାଯାଇଛି। ତେବେ ଖଣ୍ଡପୀଠ ଏହି ଆପତ୍ତିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଏହି ଆନିମେଟେଡ୍ ଫିଲ୍ମଟି ମୁଖ୍ୟତଃ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଆପତ୍ତିଜନକ କିଛି ନାହିଁ।

ଖଣ୍ଡପୀଠ ଚେତାବନୀ ଦେଇଛନ୍ତି ଯେ, ଯଦି ଏଭଳି ଆବେଦନ ଜାରି ରହେ, ତେବେ ହିନ୍ଦୁ ଦେବଦେବୀଙ୍କ ଉପରେ ଆଧାରିତ କୌଣସି ଟିଭି ସିରିଏଲ୍, ଚିତ୍ରକଳା, କିମ୍ବା ଭାସ୍କର୍ଯ୍ୟ ନିର୍ମାଣ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ କୋର୍ଟ ବାଧ୍ୟ ହେବେ। ବିଭିନ୍ନ ରାଜ୍ୟରେ ରାମାୟଣର ଭିନ୍ନ ଭିନ୍ନ ସଂସ୍କରଣ ରହିଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ସୃଜନଶୀଳତା ରହିଛି ବୋଲି ବିଚାରପତି ନାଗରତ୍ନା ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି ସ୍କନ୍ଦ ପୁରାଣର ନିୟମ ଅନୁଯାୟୀ ନିର୍ମାଣ ହୋଇନଥିବା ଦର୍ଶାଇ ଗତ ଜୁଲାଇ ୧୫ ତାରିଖରେ ଓଡ଼ିଶା ହାଇକୋର୍ଟ ଏହାର ଦେଶବ୍ୟାପୀ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ବିରୋଧରେ ଫିଲ୍ମର ପ୍ରଯୋଜନା ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ପ୍ରଯୋଜକଙ୍କୁ ନିଜ ବିବେକ ଅନୁଯାୟୀ ଯଦି କିଛି ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ତାହା କରିବା ପାଇଁ ସ୍ୱାଧୀନତା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସୃଜନଶୀଳ ନିଷ୍ପତ୍ତି ଉପରେ ବିଚାରପତିମାନେ ହସ୍ତକ୍ଷେପ କରିବେ ନାହିଁ।

ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା: ଚିଟଫଣ୍ଡ ମାମଲା ରଦ୍ଦ ଆବେଦନ ଖାରଜ, ୬ ମାସ ମଧ୍ୟରେ ବିଚାର ସାରିବାକୁ ନିର୍ଦ୍ଦେଶ
କଟକ: ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା । ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫସିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଓଡ଼ିଶା ହାଇକୋର୍ଟରେ ଏକ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ସିବିଆଇ (CBI) ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି।

ହାଇକୋର୍ଟ ଏହି ମାମଲାକୁ ବାତିଲ କରିବାକୁ ମନା କରିଦେବା ସହ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ବିଚାର ସମ୍ପୂର୍ଣ୍ଣ କରିବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ କୁହାଯାଇଛି। କୌଣସି ଅନାବଶ୍ୟକ ବିଳମ୍ବ ନ କରିବାକୁ ଏବଂ ବାରମ୍ବାର ଶୁଣାଣି ତାରିଖ ନ ଘୁଞ୍ଚାଇବାକୁ ହାଇକୋର୍ଟ କଡ଼ା ତାଗିଦ୍ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ପ୍ରଭାତ ବିଶ୍ୱାଳ ସମାନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହି ସମୟରେ ବିଚାର ପ୍ରକ୍ରିୟା ଗୋଟିଏ ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେହି ସମୟସୀମା ପାର୍ ହୋଇ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ମାମଲାର ବିଚାର ଏବେ ବି ଅସମ୍ପୂର୍ଣ୍ଣ ରହିଛି।

ତାଳଚୁଆ ସାମୁଦ୍ରିକ ଥାନାରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ IIC
କେନ୍ଦ୍ରାପଡ଼ା: ତାଳଚୁଆଥାନା ସାମୁଦ୍ରିକ ଥାନାରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ IIC  । କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ସାମୁଦ୍ରିକ ଥାନା ହାଜତରେ ମା’ପୁଅଙ୍କୁ ବର୍ବରୋଚିତ ନିର୍ଯାତନା ଦେବା ଦେବା ମାମଲାରେ ନିଲମ୍ବିତ IIC ସନ୍ଧ୍ୟାରାଣୀ ଜେନା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରୀ ଏଡ଼ାଇବା ପାଇଁ ସେ ଗତ ଜୁନ ୨୯ ତାରିଖରେ ହାଇକୋର୍ଟରେ ଏକ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଗତ ମେ ୨୫ ତାରିଖରେ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ଏକ ପାରିବାରିକ ବିବାଦ ସମ୍ପର୍କରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ। ସେଠାରେ ଉଭୟଙ୍କୁ ବେଆଇନ ଭାବେ ଅଟକ ରଖାଯିବା ସହ ତୃତୀୟ ଶ୍ରେଣୀ (ଥାର୍ଡ ଡିଗ୍ରୀ) ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଅନୁଯାୟୀ, ଆଇଆଇସି ସନ୍ଧ୍ୟାରାଣୀ ଜେନା ତାଙ୍କ କେଶ ଧରି ଘୋଷାଡ଼ିବା ସହ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇ ଦେଇଥିଲେ। ସେହିପରି ପୁଅ ଅନନ୍ତଙ୍କୁ ଶୌଚାଳୟ ଭିତରେ ମାଡ଼ ମରାଯିବା ସହ ତାଙ୍କ ତଣ୍ଟି ଚିପି ଧରାଯାଇଥିଲା। ଏହାବ୍ୟତୀତ ସେମାନଙ୍କୁ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ୫ ଘଣ୍ଟାରୁ ଅଧିକ ସମୟ ଅଟକ ରଖିବା ପରେ ପୋଲିସ ସେମାନଙ୍କୁ ଛାଡ଼ିଥିଲା।

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ହୋଇଥିବା ଡାକ୍ତରୀ ମାଇନାରୁ ଅନ୍ନପୂର୍ଣ୍ଣାଙ୍କ ହାତ ଏବଂ ଅନନ୍ତଙ୍କ ବେକ, ଗୋଡ଼ ଓ ପିଠିରେ ଏକାଧିକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଓଡ଼ିଶା ପୋଲିସ ପକ୍ଷରୁ ସନ୍ଧ୍ୟାରାଣୀଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା। ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଦଫା ଅଧୀନରେ ତାଳଚୁଆ ସାମୁଦ୍ରିକ ଥାନାରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ଏତେ ସଙ୍ଗିନ ଅଭିଯୋଗ ଓ ମାମଲା ରୁଜୁ ହେବା ସତ୍ତ୍ୱେ ଅଭିଯୁକ୍ତ ଆଇଆଇସିଙ୍କୁ କାହିଁକି ଏଯାଏଁ ଗିରଫ କରାଯାଇ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍
କଟକ: ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା । ଗିରଫ ହୋଇଥିବା ସମସ୍ତ ୮ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନ୍‌ଫିଡେନ୍ସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ତଦନ୍ତରେ ସହଯୋଗ କରିବା ଏବଂ ଟ୍ରାଏଲ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇପାରିବେ ନାହିଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ ୧୯  ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ତାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଲା । ଯାହା ଫଳରେ ପରୀକ୍ଷା ବାତିଲ ହେଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର ।

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଛାଡ଼ପତ୍ରପ୍ରାପ୍ତ ଝିଅଙ୍କୁ ମିଳିବ ପରିବାର ପେନ୍‌ସନ୍‌
କଟକ: ପେନସନ ପାଉଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ନିର୍ଭରଶୀଳ ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅ ପରିବାର ପେନସନ ପାଇବା ପାଇଁ ଯୋଗ୍ୟ ବୋଲି ହାଇକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କେବଳ ଛାଡ଼ପତ୍ର ଡିଗ୍ରୀ ମିଳିବାରେ ବିଳମ୍ୱ ହେବା କାରଣରୁ ଜଣେ ଅସହାୟ ଝିଅକୁ ପରିବାର ପେନସନରୁ ବଞ୍ଚିତ କରାଯାଇପାରିବ ନାହିଁ। ଯଦି ଜଣେ ଝିଅ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ଶାଶୁ ଘରୁ ବାହାରି ଆସି ନିଜ ବାପା-ମା’ଙ୍କ ଉପରେ ନିର୍ଭରଶୀଳ ଥିଲେ, ତେବେ ତାଙ୍କୁ ପେନସନ ପାଇବାର ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ବିଶ୍ୱମିତ୍ରା ଧଳ ଏବଂ ଅନ୍ୟମାନଙ୍କ ତରଫରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏପରି ରାୟ ଦେଇଛନ୍ତି। ଏଥିସହ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ଆବେଦନକାରୀଙ୍କ ଦାବିପତ୍ର ଉପରେ ଜାରି ପ୍ରତ୍ୟାଖ୍ୟାନ ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ବକେୟା ସହ ପରିବାର ପେନସନ ପ୍ରଦାନ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ, ଆବେଦନକାରୀଙ୍କ ପିତା କୃଷି ବିଭାଗରେ ଓଭରସିଅର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ତାଙ୍କର ମୃତ୍ୟ ତଥା ୨୦୧୧ ମସିହା ଡିସେମ୍ୱର୩୧ ପର୍ଯ୍ୟନ୍ତ ପେନସନ ପାଉଥିଲେ। ଏହାପରେ ଆବେଦନକାରୀଙ୍କ ମା' ୨୦୧୯ ମସିହା ଜୁନ ୯ପର୍ଯ୍ୟନ୍ତ ପରିବାର ପେନସନ ପାଇ ମୃତ୍ୟୁବରଣ କରିଥିଲେ। ଏହା ପରେ ଆବେଦନକାରୀ ତଥା ମୃତ କର୍ମଚାରୀଙ୍କ ଛାଡପତ୍ର ପାଇଥିବା ବିବାହିତ ଝିଅ ପରିବାର ପେନସନ ପାଇଁ ଆବେଦନ କରିଥିଲେ ସୁଦ୍ଧା ଏହାକୁ ଖାରଜ କରାଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କର ଆବେଦନକୁ ଆକାଉଣ୍ଟାଣ୍ଟ ଜେନେରାଲ ଏହି ଆଧାରରେ ପ୍ରତ୍ୟାଖ୍ୟାନ କରିଥିଲେ ଯେ, ପେନସନଭୋଗୀ ବାପା ବା ମା’ଙ୍କ ମୃତ୍ୟୁ ବେଳକୁ ସେମାନଙ୍କ ପାଖରେ ବିଧିବଦ୍ଧ ଛାଡ଼ପତ୍ର ଡିଗ୍ରୀ ନଥିଲା। ତେଣୁ ସେମାନଙ୍କୁ “ନିର୍ଭରଶୀଳ’ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଯାଇଥିଲା।  ଆବେଦନକାରୀ ଦର୍ଶାଇଥିଲେ ଯେ ସେ ତାଙ୍କ ପିତାମାତାଙ୍କ ପେନସନ ଉପରେ ନିର୍ଭରଶୀଳ ଥିଲେ ଓ ୨୦୧୦ଡିସେମ୍ୱର୨୫ରୁ ପୈତୃକ ଘରେ ରହିଆସୁଥିଲେ।

ଦ୍ୱିତୀୟ ପତ୍ନୀଙ୍କୁ ମିଳିବନି ସରକାରୀ ପେନସନ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ: ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି ପେନସନ’ ପାଇବା ପାଇଁ ହକଦାର୍‌ ନୁହଁନ୍ତି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବା ସମୟରେ କୌଣସି ବ୍ୟକ୍ତି ଦ୍ୱିତୀୟ ବିବାହ କରନ୍ତି, ତେବେ ସେହି ବିବାହ ଆଇନତଃ ଗ୍ରହଣୀୟ ନୁହେଁ ଏବଂ ଏଭଳି ସ୍ଥିତିରେ ଦ୍ବିତୀୟ ସ୍ତ୍ରୀ ପେନସନ ଦାବି କରିପାରିବେ ନାହିଁ।

କୋର୍ଟ ଦର୍ଶାଇଛନ୍ତି ଯେ, ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ଥାଇ ଦ୍ୱିତୀୟ ବିବାହ କରିବା ଏକ ଅପରାଧ। ଯେଉଁ ବିବାହ ଆରମ୍ଭରୁ ହିଁ ବେଆଇନ ବା ଅସିଦ୍ଧ, ତାହା ପରବର୍ତ୍ତୀ ସମୟରେ କିମ୍ବା ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ବୈଧ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ତେଣୁ ଦ୍ୱିତୀୟ ପତ୍ନୀଙ୍କ ପେନସନ ଦାବିକୁ କୋର୍ଟ ଖାରଜ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଓଡ଼ିଶା ସିଭିଲ ସର୍ଭିସେସ (ପେନସନ) ନିୟମାବଳୀ-୧୯୯୨ର ଉଲ୍ଲେଖ କରିଛନ୍ତି। ନିୟମାବଳୀ ଅନୁଯାୟୀ, ପେନସନ ପାଇବା ପାଇଁ ଜଣେ ‘ବୈଧ ପତ୍ନୀ’ ହେବା ଅପରିହାର୍ଯ୍ୟ। ଦ୍ୱିତୀୟ ପତ୍ନୀଙ୍କୁ ପେନସନ ଦେବା ଅର୍ଥ ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ସହ ସମାନ ବୋଲି କୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି।

ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ
କଟକ: ଟାଟା ପାୱାରକୁ ହାଇକୋର୍ଟ ଛାଟ । ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ । ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଇଆରସି ଏବଂ ଶକ୍ତି ସଚିବଙ୍କୁ ବି ନୋଟିସ ଜାରୀ କରିଛନ୍ତି ମାନ୍ୟବର ହାଇକୋର୍ଟ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ ।

ସୂଚନା ଅନୁସାରେ, ଭଏସ ଅଫ କଟକ ପକ୍ଷରୁ ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ୍ ନିର୍ଦେଶାବଳୀର ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଥିଲା ସାମାଜିକ ସଂଗଠନ ‘ଭଏସ୍ ଅଫ୍ କଟକ’। ବିନା ଗ୍ରାହକଙ୍କ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ଲଗାଯିବା କଥାକୁ ପିଟିସନରେ ଉଲ୍ଲେଖ କରାଯାଇଥିଲା । ଏହି ପ୍ରକ୍ରିୟା ବିଦ୍ୟୁତ୍ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଆବେଦନକାରୀ କହିଥିଲେ । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଏବଂ ଅତିରିକ୍ତ ସୁରକ୍ଷା ଜମା ନୋଟିସକୁ ରଦ୍ଦ କରିବାକୁ ଆବଦେନକାରୀ ଦାବି କରିଥିଲେ । ଏହି ମମାଲାରେ ଶକ୍ତି ସଚିବ, ଟାଟା ପାୱାର ଏବଂ OERCକୁ  ପକ୍ଷଭୁକ୍ତ କରାଯାଇଥିଲା । ତେବେ ଏହି ମାମଲାରେ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ଦୁଇ ସପ୍ତାହରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହ୍ୟୁମାନ ସାଗର ମୃତ୍ୟୁ ମାମାଲା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅର୍ପିତା ଚୌଧୁରୀ
କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ଆବେଦନ କଲେ ଅର୍ପିତା। ଗିରଫଦାରୀକୁ ଏଡ଼ାଇବା ଲାଗି ଜାମିନ୍ ଆବେଦନ କରିଥିବାର ଚର୍ଚ୍ଚା ହେଉଛି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ମମାଲା ରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମର୍କତ ନଗର ଥାନାରେ ରୁଜୁ ମାମଲାର ତଦନ୍ତ କରୁଛି କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗତ ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ । ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟିନଥିଲା। ଶେଷରେ ନଭେମ୍ବର ୧୭ ତାରିଖରେ ହ୍ୟୁମାନଙ୍କ ମୃତ୍ୟୁ ହୋଇଥିଲା ।

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ
କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ। ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବାହ୍ନ ୧୦ଟାରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହାଇକୋର୍ଟର ସମସ୍ତ ବିଚାରପତି, ଆଡ଼ଭୋକେଟ ଜେନେରାଲ, ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ବରିଷ୍ଠ ଆଇନଜୀବୀ, ଅବସରପ୍ରାପ୍ତ ବିଚାରପତି ଉପସ୍ଥିତ ରହିଥିଲେ।

ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିକଟରେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତ ଗ୍ରହଣ କରାଯାଇଥିଲା ।

ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସିଟି ସିଭିଲ୍ କୋର୍ଟ, ଡିଆରଟି ଓ ସୁପ୍ରିମକୋର୍ଟ ମଧ୍ୟ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ । ଜଣେ ଦକ୍ଷ ତଥା ସୁନାମ ଅର୍ଜନ କରିଥିବା ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।