Wing Commander Abhinandan Varthaman - The Sakala

ବାଲାକୋଟ ହିରୋଙ୍କୁ ଦିୱାଲୀ ଗିଫ୍ଟ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଲା ପ୍ରମୋସନ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସେନା ପକ୍ଷରୁ ଦିୱାଲୀ ଉପହାର ଦିଆଯାଇଛି। ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଛି ପଦନ୍ନୋତି। ଏବେ ତାଙ୍କୁ ଗ୍ରୁପ କ୍ୟାପଟେନ୍‌ ପଦରେ ନିଯୁକ୍ତି ଦିଆଯାଇଛି। ଗ୍ରୁପ୍ କ୍ୟାପ୍ଟେନର ପଦବୀ ଭାରତୀୟ ସ୍ଥଳ ସେନାରେ କର୍ଣ୍ଣେଲ ପଦବୀ ସହିତ ସମାନ।

୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ପାଲଟା ଆକ୍ରମଣର ଦୃଢ଼ ଜବାବ ଦେଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ଅଭିନନ୍ଦନ ଏକମାତ୍ର ପାଇଲଟ ଯିଏ ଭାରତର ମିଗ-୨୬ ଯୁଦ୍ଧ ବିମାନ ଦ୍ୱାରା ପାକିସ୍ତାନର ଏଫ-୧୬କୁ ଖସାଇ ଦେବାକୁ ସକ୍ଷମ ହୋଇଥିଲେ।

ଫେବୃଆରୀ ୨୦୧୯ ରେ ଆତଙ୍କବାଦୀମାନେ ଜାମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷା ବାହିନୀ ଯାଉଥିବା ଏକ ଗାଡିକୁ  ଆତ୍ମଘାତୀ ବିସ୍ଫୋରଣରେ ଉଡାଇଦେଇଥିଲେ। ଏଥିରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହା ପରେ ଭାରତୀୟ ସେନା ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାର ଦିନକ ପରେ ଅର୍ଥାତ ୨୦୧୯ ମସିହା ଫେବୃଆରୀ ୨୭ରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଦ୍ୱାରା ଭାରତ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ପକ୍ଷରୁ ଆକାଶ ପଥରେ ହିଁ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯାଇଥିଲା। ଏହି ଲଢ଼େଇ ସମୟରେ ଅଭିନନ୍ଦନ ମିଗ୍‌-୨୧ ବିମାନ ଦ୍ୱାରା ପିଓକେରେ ପ୍ରବେଶ କରି ପାକ୍‌ର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଏହି ସମୟରେ ତାଙ୍କର MiG-21 ବିମାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଅଭିନନ୍ଦନ ପିଓକେ ଏକ ଗାଁରେ ପାରାଚ୍ୟୁଟ୍ ଦ୍ୱାରା ଅବତରଣ କରିଥିଲେ। ସେଠାରେ ତାଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ବନ୍ଦୀ କରି ନେଇଥିଲେ। ଏହା ପରେ ଭାରତର ପ୍ରବଳ ଚାପ ଯୋଗୁଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲେ।

୨୦୧୯ ସୀମାରେ ପରାକ୍ରମ ଦେଖାଇଥିବାରୁ ଅଭିନନ୍ଦନଙ୍କୁ ପୂର୍ବରୁ  ସୂର୍ଯ୍ୟ ଚକ୍ରରେ ମଧ୍ୟ ସମ୍ମାନୀତ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସାହାସିକତା ଏବଂ ପରାକ୍ରମ ପାଇଁ ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗ୍ରୁପ୍ କ୍ୟାପ୍ଟେନର ପଦବୀକୁ ପ୍ରମୋସନ କରାଯାଇଛି।