gold sales - The Sakala
ବାଧିଲାନି ସୁନାର ଚଢ଼ାଦର : ଅକ୍ଷୟ ତୃତୀୟାରେ ରାଜଧାନୀବାସୀ ବୋହିନେଲେ ୮୦ କୋଟିର ଗହଣା
ଭୁବନେଶ୍ୱର : ଗତକାଲି ଥିଲା ସୁଖ ଆଉ ସମୃଦ୍ଧିର ଦିନ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ କେବଳ କୃଷି କିମ୍ବା ଗୃହ ପ୍ରବେଶ ନୁହେଁ କୌଣସି ଧାତବ ଜିନିଷ କିଣିବାକୁ ଓଡ଼ିଆ ଘରେ ମଙ୍ଗଳମୟ ବିବେଚନା କରାଯାଏ। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କର ଏକ ଧାରଣା ରହିଛି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା। ଦିନ ତମାମ୍‍ ଶୋ’ରୁମ୍‍ଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ବିଗତ ଦୁଇ ବର୍ଷ ହେବ କୋଭିଡ୍‌ କଟକଣା ମଧ୍ୟରେ ସମୟ ଚାଲିଯାଇଥିଲା। ଏଥର ଆଉ ସେ କଟକଣା ନାହିଁ। ବଜାରରେ ଚାହିଦା ବଢ଼ିଛି। ଫଳରେ ଏଥର ଅକ୍ଷୟ ତୃତୀୟାରେ ରାଜଧାନୀରେ ୮୦ କୋଟିରୁ ଅଧିକ ଟଙ୍କାର ସୁନା ବିକ୍ରି ହୋଇଛି।
ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ଦିନରେ ଟାଣ ଖରା ଥିବାରୁ ସନ୍ଧ୍ୟା ବେଳକୁ ଏହି ଭିଡ ଅଧିକ ହୋଇଥିଲା। ତେବେ ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ ହାତ ଛଡା କରିବାକୁ ଚାହିଁ ନ ଥିଲେ ରାଜଧାନୀବାସୀ। ରାଜଧାନୀ ଭୁବନେଶ୍ୱରର ଛୋଟ ବଡ ପାଖାପାଖି ୨୫୦ ଶୋ’ ରୁମ୍‍ରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଏହି ଅବସରରେ ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷିତ ଆକର୍ଷଣୀୟ ଅଫର ବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‍ ନିକଟକୁ। କ୍ୟାସ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା।
ଦିନବେଳା ଗ୍ରୀଷ୍ମର ଅସହ୍ୟ ତାତି ରୋକିପାରି ନ ଥିଲା ଗ୍ରାହକଙ୍କ ସୁନା କିଣିବା ଆଗ୍ରହକୁ। ସଂନ୍ଧ୍ୟା ପରେ ବର୍ଷା ସତ୍ତ୍ବେ ଶୋ’ ରୁମ୍‌ରେ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଗତବର୍ଷ ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫,୭୨୦ ଟଙ୍କା ରହିଥିବାବେଳେ ରୁପା ମୂଲ୍ୟ କିଲୋ ପିଛା ୭୨,୩୦୦ ଟଙ୍କା ରହିଥିଲା। ତେବେ ଚଳିତଥର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୦୦୦ ଟଙ୍କା ଏବଂ ରୁପା କିଲୋ ୬୫,୦୦୦ ଟଙ୍କା ରହିଥିଲା। ଯଦିବା ଗତବର୍ଷ ତୁଳନାରେ ଚଳିତଥର ରୁପା ମୂଲ୍ୟ କମ୍‌ ରହିଛି ତଥାପି ସୁନା ମୂଲ୍ୟ କିଛିଟା ଅଧିକ ରହିଛି। ଉଚ୍ଚ ଦର ସତ୍ତ୍ବେ ଏହା ଗ୍ରାହକଙ୍କ ସୁନା କିଣିବା ଟ୍ରେଣ୍ଡ୍‍କୁ ଅଟକାଇପାରିନାହିଁ। କୋଭିଡ୍‌ରେ ଗତ ଦୁଇ ବର୍ଷ ଧରି ବିବାହ ଓ ବ୍ରତଘର ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ କମ୍‌ ହୋଇଥିଲା। ଏବେ କଟକଣା ନ ଥିବାରୁ ଅଧିକ ମାଙ୍ଗଳିକ କାର୍ଯ୍ୟକ୍ରମ ହେଉଛି, ଯାହା ଫଳରେ ସୁନାର ଚାହିଦା ବଢ଼ିଛି।
ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଗ୍ରାହକ ସୁପ୍ରଭା ସାହୁ କୁହନ୍ତି, ଅକ୍ଷୟ ତୃତୀୟା ଶୁଭ ଦିନ ହୋଇଥିବାରୁ ଆମେ ସବୁ ବର୍ଷ ଭଳି ଚଳିତବର୍ଷ ସୁନା କିଣାକିଣି କରିଛୁ। ପୂର୍ବରୁ କୋଭିଡ୍‌ ପାଇଁ କଟକଣା ଲାଗିଥିଲା ଆଉ ରୋଜଗାର ବି ସେମିତି ଭଲ ନ ଥିଲା। ଆମେ ଏଥର ଦର ଅଧିକ ଥିଲେ ମଧ୍ୟ ଘରୋଇ ବିବାହ କାର୍ଯ୍ୟକ୍ରମ ଲାଗି ସୁନା କିଣୁଛୁ। ଅପରପକ୍ଷେ କ୍ଷେତ୍ର ସହ ଜଡିତ ବିଶେଷଜ୍ଞଙ୍କ ମତରେ ଏଥର ଅକ୍ଷୟ ତୃତୀୟାରେ ରାଜଧାନୀରେ ପାଖାପାଖି ଦେଢ଼ କୁଇଣ୍ଟାଲ ଅର୍ଥାତ୍‍ ୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ବିକ୍ରି ହୋଇଥିବା ଜଣାଯାଇଛି। ଏସବୁବ୍ୟତୀତ ଆଜିର ଦିନରେ ଅନେକ ଲୋକ ଶୋ’ ରୁମ୍‍୍‍ରେ ସୁନା କଏନ୍‍, ରୁପାର ଉପହାର ସହ ଫ୍ୟାଶନ୍‍ ଜୁଏଲେରୀ କିଣୁଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖିମ୍‍ଜୀର ସିଇଓ ପି. ପାର୍ଥସାରଥୀ କୁହନ୍ତି, ଚଳିତଥର ଭଲ ବ୍ୟବସାୟ ଆଶା କରୁଛୁ। ପୂର୍ବବର୍ଷ ତୁଳନାରେ ଏଥର ବିକ୍ରି ୧୦%ରୁ ଅଧିକ ରହିଛି। ଚଳିତଥର ସୁନା ଚୁଡି, ଚେନ୍‌ ଏବଂ କାନ ଫୁଲ ଅଧିକ ବିକ୍ରି ହୋଇଛି।
ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷ ଆରମ୍ଭରେ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜିଠାରୁ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବ। ମୋଦୀ ସରକାର ଆଜିଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି। ଏହି ସୁନାକୁ ଆପଣ ଫିଜିକାଲ ରୁପରେ କିଣି ପାଇବେ ନାହିଁ । ସ୍ବର୍ଣ୍ଣ  ଗୋଲ୍ଡ ବଣ୍ଡ ସ୍କିମରେ ଏହାକୁ କିଣିପାରିବେ।  ୨୦୨୧-୨୨ ବର୍ଷ ପାଇଁ ଜାନୁଆରୀ ୧୦ ଅର୍ଥାତ ଆଜିଠାରୁ  ୧୪ ତାରିଖ ପର୍ଯ୍ୟନ୍ତ ସୁନାରେ ବିନିଯୋଗ କରିବାର ଏକ ସୁଯୋଗ ପାଇବେ।
କିଣିବା ପୂର୍ବରୁ ଜାଣିବା ଜରୁରୀ ସୂଚନା:
-ସ୍ବର୍ଣ୍ଣ ଗୋଲ୍ଡ ବଣ୍ଡ ସ୍କିମ୍ ଏହା ହେଉଛି ଭାରତ ସରକାରଙ୍କ ନବମ ସଂସ୍କରଣ ।
-ଏହି ସ୍କିମରେ ଆପଣ ପାଞ୍ଚ ଦିନ ଅର୍ଥାତ୍ ଜାନୁୟାରୀ ୧୪ ପର୍ଯ୍ୟନ୍ତ ସୁନା କିଣି ପାରିବେ।
-ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏହି ଯୋଜନାରେ ପ୍ରତି ଗ୍ରାମ ପିଛା ୪,୭୮୬ ଟଙ୍କା ରଖାଯାଇଛି।
-ଅନଲାଇନରେ ଆବେଦନ କରୁଥିବା ନିବେଶକଙ୍କୁ ମୂଲ୍ୟଠାରୁ ଗ୍ରାମ ପିଛା ୫୦ ଟଙ୍କା ରିହାତିରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
-ଏହାକୁ ଡିଜିଟାଲ୍ ମୋଡ୍ ମାଧ୍ୟମରେ କରାଯାଇଥାଏ ।
– କ୍ରୟ ପାଇଁ ଏକ ସେବି ପ୍ରାଧିକୃତ ବୋକର ଇସ୍ୟୁ ମୂଲ୍ୟ ଦେବାକୁ ପଡିବ ।
– ଏହି ବଣ୍ଡକୁ ବିକ୍ରି କରିବା ପରେ ଟଙ୍କା ନିବେଶକଙ୍କ ଆକାଉଣ୍ଟରେ ଜମା ହୋଇଥାଏ।
-ସ୍ବର୍ଣ୍ଣ ଗୋଲ୍ଡ ବଣ୍ଡ ସ୍କିମ୍ ବଣ୍ଡଗୁଡିକ ଇସ୍ୟୁ ମୂଲ୍ୟ ଉପରେ ବାର୍ଷିକ ୨.୫୦% ସ୍ଥିର ସୁଧ ହାର ପ୍ରଦାନ କରାଯାଇଥାଏ।
-ଏହି ରାଶି ପ୍ରତି ଛଅ ମାସରେ ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହୋଇଥାଏ ।
-ଏହି ଯୋଜନାରେ ସ୍ଲାବ ଅନୁଯାୟୀ ଟ୍ୟାକ୍ସ ଦେବାକୁ ପଡିବ ।
-ବିନିଯୋଗ କରିବାକୁ ଆପଣଙ୍କ ପାଖରେ ଏକ ପାନ୍ କାର୍ଡ ଥିବା ଆବଶ୍ୟକ ।
-ଗୋଲ୍ଡ ବଣ୍ଡ ପାଇଁ ସୁନାର ମୂଲ୍ଯ ଭାରତୀୟ ଆଭୁଷଣ ଆସୋସିଏସନ୍ ସଙ୍ଘ ଲିମିଟେଡ୍ ଦ୍ୱାରା ପ୍ରକାଶିତ ୯୯୯ ଶୁଦ୍ଧ ସୁନାର ହାରାହାରି ମୂଲ୍ୟ ସହିତ ସମାନ ହେବ ।
-ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଲିମିଟେଡ୍ ମାଧ୍ୟମରେ ବିକ୍ରି ହେବ।
ବଣ୍ଡର ଅବଧି ଆଠ ବର୍ଷ
ଏହି ବଣ୍ଡର ଅବଧି ଆଠ ବର୍ଷ ରହିଛି। ନିବେଶକ ଚାହିଁଲେ ପଞ୍ଚମ ବର୍ଷ ପରେ ଏହି ବଣ୍ଡରୁ ପ୍ରସ୍ଥାନ କରିପାରିବେ।
ଏହି ଯୋଜନା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା: ୨୦୧୫ ମସିହାରେ ଆରମ୍ଭ ହୋଇଥିବା SGB ଯୋଜନାରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମୁଦାୟ ୨୫ ହଜାର ୭୦୨ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୨୦-୨୧ ମଧ୍ୟରେ ରିଜର୍ଭ ବ୍ୟାଙ୍କ ସମୁଦାୟ ୧୬,୦୪୯ କୋଟି ଟଙ୍କା (୩୨.୩୫ ଟନ୍) ପାଇଁ  ୧୨ ଟି ସିରିଜ୍ SGB ଜାରି କରିଥିଲା ​​। ସୁନା ପାଇଁ ଫିଜିକାଲ ଚାହିଦା ହ୍ରାସ କରିବା ଏବଂ ଏହାର କ୍ରୟରେ ବ୍ୟବହୃତ ଘରୋଇ ସଞ୍ଚୟକୁ ଆର୍ଥିକ ସଞ୍ଚୟକୁ ସ୍ଥାନାନ୍ତର କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଥିଲା ।
ଗ୍ରାହକଙ୍କ ଅଭିଯୋଗ ପ୍ରକ୍ରିୟାକରଣରେ ଅଧିକ ଉନ୍ନତି ଆଣିବା ପାଇଁ ଆନୁମୋଦନ ପାଇଥିବା କାର୍ଯ୍ୟାଳୟର ନୋଡାଲ୍ ଅଧିକାରୀ (RO) ଯୋଗାଯୋଗର ପ୍ରଥମ ବିନ୍ଦୁ ହେବ। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଆନୁମୋଦନ କାର୍ଯ୍ୟାଳୟର ଅର୍ଥ ହେଉଛି ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (SCHIL), ନର୍ଦ୍ଧାରିତ ହୋଇଥିବା ଡାକଘର ଏବଂ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ (NSE ଏବଂ BSE)। ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଗ୍ରାହକଙ୍କ ଅଭିଯୋଗ RO ରେ ସମାଧାନ ହେବ ।
ଅନ୍ୟପକ୍ଷରେ, ଅଭିଯୋଗ ଦାଖଲ ହେବାର ଏକ ମାସ ମଧ୍ୟରେ ଯଦି ଆପଣଙ୍କର ସମସ୍ଯାର ସମାଧା ହୋଇନାହିଁ। RO ର ଉତ୍ତରରେ ନିବେଶକ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେ sgb@rbi.org.in ରେ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରିପାରିବେ।
କରୋନା ଭାଙ୍ଗିପାରିଲାନି ସୁନା ମୋହ: ଧନ୍‌ତେରାସରେ ସୁନା ବିକ୍ରି ୧୦୦ କୋଟି ପାର୍‌
ଭୁବନେଶ୍ୱର: ବର୍ଷ ତମାମ୍‌ କରୋନାକୁ ନେଇ ସମସ୍ତେ ଚିନ୍ତାରେ ରହିଲେ। ବନ୍ଦ ହୋଇଗଲା କାରବାର। ହେଲେ ମାତ୍ର ଦୁଇ ମାସ ପରେ ଏହି ଟ୍ରେଣ୍ଡ୍‌ ବଦଳିଗଲା। ଚଳଚଞ୍ଚଳ ହୋଇଗଲା ଆର୍ଥିକ କାର୍ଯ୍ୟକଳାପ। ପୁଣି ଥରେ ଉଠିଲା ବଜାର। ଧୀରେ ଧୀରେ ସୁନା ବଜାରକୁ ଫେରିଲା ଚମକ। ଆଜି ଥିଲା ଧନ୍‌ତେରାସ୍‍। ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଧନ୍‌ତେରାସ୍‍ ଅବସରରେ ଚଳଚଞ୍ଚଳ ରହିଥିଲା ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରତିଯୋଗିତା। ଦିନତମାମ୍‍ ଶୋ ରୁମଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଲାଗୁଥିଲା ସତେ ଯେମିତି ଏ ବର୍ଷ କରୋନାର ପ୍ରଭାବ ସେଭଳି ବଜାର କାରବାର ଉପରେ ନାହିଁ। କରୋନା ମହାମାରୀର ପ୍ରଭାବ ଭାଙ୍ଗିପାରିନାହିଁ ଲୋକଙ୍କ ସୁନା କିଣା ମୋହ। ଏଥର ଧନ୍‍୍‍୍‍ତେରାସ୍‍ରେ ରାଜଧାନୀରେ ପାଖାପାଖି ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।
ମଙ୍ଗଳବାର ଧନ୍‌ତେରାସ୍‍ ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ବେଳକୁ ଏହି ଭିଡ ଅସମ୍ଭାଳ ହୋଇଥିଲା। ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ କେହି ହାତ ଛଡା କରିବାକୁ ଚାହିଁ ନ ଥିଲେ। ସପରିବାରେ ଲୋକେ ସୁନା ଦୋକାନରେ ଜମାଇଥିଲେ ଭିଡ଼। କେବଳ ବଡ କାହିଁକି ଛୋଟ ଶୋ ରୁମ୍‍ଗୁଡିକରେ ମଧ୍ୟ ଲାଗି ରହିଥିଲା ନାହିଁ ନ ଥିବା ଭିଡ। ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷଣା ହୋଇଥିବା ଆକର୍ଷଣୀୟ ଅଫରବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‍କୁ। କେଉଁ ଶୋ ରୁମ୍‍ ସୁନା କଏନ୍‍ ତ କିଏ ଗଢ଼ା ମଜୁରିରେ ଅଫର ଦେଇଥିଲା। ଏସବୁର ସୁଯୋଗ ନେବା ପାଇଁ କ୍ୟାଶ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା। ଏଥର ଅନୁକୂଳ ପାଗ ମଧ୍ୟ କାରବାର ପାଇଁ ଅଧିକ ସୁହାଇଥିଲା। ଚଳିତଥର ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫,୨୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍‍ର ମୂଲ୍ୟ ୫୦,୩୬୦ ଟଙ୍କା ରହିଛି। ସେହିଭଳି ରୁପା କିଲୋ ପିଛା ୬୭,୦୦୦ ଟଙ୍କାରେ ବିକ୍ରି ହେଉଛି। ଗତବର୍ଷ ଏହି ସମୟରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖÒ ୫୫,୦୦୦ ଟଙ୍କା ରହିଥିଲା। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ସୁନା ଦର ଢ଼େର କମ୍‌ ରହିଥିବାଯୋଗୁ ଗ୍ରାହକମାେନ ଏହାର ସୁଯୋଗ ଦେଇ କିଣାକିଣୁ କରୁଛନ୍ତି। ଏଥିରେ ରୁପା କାରବାର ମଧ୍ୟ ପଛରେ ପଡି ନ ଥିଲା। ସୁନା କଏନ୍‍ ଛାଡିଦେଲେ ରୁପାର ବିଭିନ୍ନ ଉତ୍ପାଦ ବହୁ ମାତ୍ରାରେ ବିକ୍ରି ହୋଇଥିଲା।
ବାଣୀବିହାରଠାରୁ ରାଜମହଲ ଯାଏ, ଜୟଦେବ ବିହାରଠାରୁ ପଟିଆ ଏବଂ ରସୁଲଗଡଠାରୁ କଳ୍ପନାଛକ ଯାଏ ଧନ୍‌ତେରାସ୍‍ ଲାଗି ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଜନପଥରେ ଅଧିକାଂଶ ସୁନା ଦୋକାନ ରହିଥିବା ଯୋଗୁ ଏହି ରାସ୍ତାରେ ଅଧିକ ଟ୍ରାଫିକ୍‍ ଜାମ୍‌ ହୋଇଥିଲା। ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଗ୍ରାହକ ଲକ୍ଷ୍ମୀପ୍ରିୟା ମହାପାତ୍ର କୁହନ୍ତି, ଧନ୍‌ତେରାସ୍‍ ହେଉଛି ସୁନା କିଣିବା ଲାଗି ସବୁଠରୁ ଶୁଭଦିନ। ଆମେ ପ୍ରତ୍ୟେକ ବର୍ଷ ଭଳି ଛଳିତଥର ଏହି ଦିନ କିଛି ନା କିଛି ସୁନା ଜିନିଷ କିଣିଥାଉ। ଓଡ଼ିଶାରେ ଏବେ ଏହା ଏକ ଟ୍ରେଣ୍ଡ୍‍ରେ ପରିଣତ ହୋଇଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଥର ଧନ୍‌ତେରାସ୍‍ରେ ରାଜଧାନୀରେ ପାଖାପାଖି ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି। ପୂର୍ବବର୍ଷ ତୁନଳାରେ ଏଥର ୧୫ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଛି। ଏ ସମ୍ପର୍କରେ ଖିମ୍‍ଜୀର ଡାଇରେକ୍ଟର ମିତେଶ ଖିମ୍‍ଜୀ କୁହନ୍ତି, ବଜାର ଏବେ କୋଭିଡ୍‌ ମହାମାରୀରୁ ସୁଧାର ଆଡକୁ ଆସିଛି। କାରବାର ପ୍ରାକ୍‌ କରୋନା ସ୍ତରଠାରୁ ୮୦-୯୦ ପ୍ରତିଶତକୁ ଫେରିଲାଣି। ଲକ୍‌ଡାଉଡ଼୍ ପରେ ଗ୍ରାହକଙ୍କ ରେସପନ୍ସ ବେଶ ଭଲ ରହିଛି। ଆଶା କରୁଛୁ ଗତ ବର୍ଷ ତୁଳନାରେ ଏଥର ଧନ୍‌ତେରାସ୍‌ରେ ବିକ୍ରି ଅଭିବୃଦ୍ଧି ୧୧-୧୨ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।