Dhanteras - The Sakala

ଆଜି ପବିତ୍ର ଧନ୍‌ତେରାସ୍‌: ୨୫ ଟନ୍ ସୁନା, ୧୦୦୦ ଟନ୍ ରୁପା ବିକ୍ରି ଆଶା
ନୂଆଦିଲ୍ଲୀ: ଆଜି ପବିତ୍ର ଧନତେରାସ । ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ। ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଏହି ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ଧନତେରାସରେ ସୁନା, ରୁପା, ବାସନ, ଝାଡୁ କିଣିଲେ ଘରକୁ ଲକ୍ଷ୍ମୀ ଆସିବେ ବୋଲି ବିଶ୍ୱାସ ରହିଛି । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି ।

ଦେଶବ୍ୟାପୀ ବଜାରରେ ଦୀପାବଳି ପ୍ରବଳ ଉତ୍ସାହର ସହିତ ପାଳନ କରାଯାଉଛି। ଏଥିପାଇଁ ଗ୍ରାହକମାନେ ବଜାରରେ ଭିଡ଼ ଜମାଇଛନ୍ତି। ଆଜି ସାରା ଦେଶରେ ପାଳନ ହେଉଛି ଧନ୍‌ତେରାସ୍‌। ଧନତେରାସ୍‌କୁ ଲୋକେ ଶୁଭ ବିବେଚନା କରି ସୁନା, ରୂପା, ବାସନକୁସନ ଏବଂ ଘରକରଣା ସାମଗ୍ରୀ କିଣିଥାନ୍ତି। ତେଣୁ କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍‌) ଏବଂ ଏହାର ଅଳଙ୍କାର ଶାଖା, ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡସ୍ମିଥ୍ସ ଫେଡେରେସନ (ଏଆଇଜେଜିଏଫ୍‌) ଚଳିତଥର ଧନତେରସରେ ୫୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଏବଂ ରୂପା କାରବାର ଆକଳନ କରିଛି। ଏଭଳି ସମୟରେ ଶୁକ୍ରବାର ସୁନା ୧୦ ଗ୍ରାମ ପିଛା ୧.୩୨ ଲକ୍ଷ ଟଙ୍କା ଟପି ପୁଣିଥରେ ସର୍ବକାଳୀନ ରେକର୍ଡ ସ୍ତର ଅତିକ୍ରମ କରିଛି।

ଦୀପାବଳି ଓ ଧନ୍‌ତେରାସ ପୂର୍ବରୁ ଦେଶବ୍ୟାପୀ ସୁନା ବଜାରକୁ ନେଇ କ୍ୟାଟ୍‌ ଏବଂ ଏଆଇଜେଜିଏଫ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଚଳିତବର୍ଷ ସୁନା ଏବଂ ରୁପା ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କ୍ୟାଟ୍‌ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଚାନ୍ଦନୀ ଚୌକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏବଂ ଏଆଇଜେଜିଏଫ୍‌ର ଜାତୀୟ ସଭାପତି ପଙ୍କଜ ଆରୋରା କହିଛନ୍ତି ଯେ ସୁନା ଏବଂ ରୂପାର ରେକର୍ଡ ଉଚ୍ଚ ମୂଲ୍ୟ ଯୋଗୁଁ ମଧ୍ୟମ ଏବଂ ଉଚ୍ଚବର୍ଗର ଗ୍ରାହକମାନେ ନିବେଶ ଲକ୍ଷ୍ୟରେ ସ୍ବର୍ଣ୍ଣ ମୁଦ୍ରାକୁ  ଅଧିକ ପ୍ରାଥମିକତା ଦେଉଛନ୍ତି। ବିବାହ ଋତୁରେ କ୍ରେତାମାନେ ମଧ୍ୟ ଭାରୀ ଅଳଙ୍କାର ଅପେକ୍ଷା ହାଲୁକା ଅଳଙ୍କାରକୁ ଗୁରୁତ୍ବ ଦେଉଛନ୍ତି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଦୀପାବଳି ସମୟରେ ସୁନା ମୂଲ୍ୟ ପ୍ରାୟ ୧୦ ଗ୍ରାମ ପିଛା ୮୦,୦୦୦ ଟଙ୍କା ରହିଥିଲା, ଯାହା ଚଳିତ ବର୍ଷ ୧,୩୦,୦୦୦ ଟଙ୍କା ଉପରେ ପହଞ୍ଚିଛି, ଯାହା ଏହି ଧତୁର ମୂଲ୍ୟରେ ୬୦% ବୃଦ୍ଧିକୁ ଦର୍ଶାଉଛି।କରୁଛି। ସେହିପରି, ୨୦୨୪ ରେ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୯୮,୦୦୦ ଟଙ୍କା ଥିଲା ଏବଂ ବର୍ତ୍ତମାନ ଏହା କିଲୋ ପିଛା ୨.୦୬ ଲକ୍ଷ ଟଙ୍କା  ଅତିକ୍ରମ କରିଛି, ଯାହା ଏହି ଧାତୁ ମୂଲ୍ୟରେ ପ୍ରାୟ ୭୦% ବୃଦ୍ଧିକୁ ଦର୍ଶାଉଛି। ଖଣ୍ଡେଲୱାଲଙ୍କ ମତରେ, ଧନତେରାସରୁ ଦୀପାବଳି ପର୍ଯ୍ୟନ୍ତ ପର୍ବ ଋତୁରେ ସୁନା ଏବଂ ମୁଦ୍ରାର ଚାହିଦା ସବୁଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ଆରୋରାଙ୍କ ମତରେ ସାରା ଦେଶରେ ପ୍ରାୟ ୫ ଲକ୍ଷ ଛୋଟ ଏବଂ ବଡ଼ ଅଳଙ୍କାର ବ୍ୟବସାୟୀ କାର୍ଯ୍ୟ କରୁଛନ୍ତି। ଯଦି ପ୍ରତ୍ୟେକ ଅଳଙ୍କାର ବ୍ୟବସାୟୀ ହାରାହାରି ୫୦ ଗ୍ରାମ ସୁନା ବିକ୍ରି କରନ୍ତି, ତେବେ ମୋଟ ପ୍ରାୟ ୨୫ ଟନ୍ ସୁନା ବିକ୍ରି ହେବ, ଯାହା ବର୍ତ୍ତମାନର ମୂଲ୍ୟରେ ୩୨,୫୦୦ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଇଛି। ସେହିପରି, ଯଦି ପ୍ରତ୍ୟେକ ଅଳଙ୍କାର ବ୍ୟବସାୟୀ ହାରାହାରି ୨ କିଲୋଗ୍ରାମ ରୂପା ବିକ୍ରି କରନ୍ତି, ତେବେ ପ୍ରାୟ ୧୦୦୦ ଟନ୍ ରୂପା ବିକ୍ରି ହେବ, ଯାହା ବର୍ତ୍ତମାନର ମୂଲ୍ୟରେ ପ୍ରାୟ ୧୮,୦୦୦ କୋଟି ଟଙ୍କା ମୂଲ୍ୟର ହେବ ବୋଲି ଆକଳନ କରାଯାଇଛି। ତେଣୁ, ଦେଶବ୍ୟାପୀ ସୁନା ବଜାରରେ ମୋଟ ବ୍ୟବସାୟ ୫୦,୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ଖଣ୍ଡେଲୱାଲ ଏବଂ ଆରୋରା ବ୍ୟାଖ୍ୟା କରିଛନ୍ତି ଯେ, ପରିବର୍ତ୍ତିତ ବଜାର ଧାରା ଦେଖି, ଅଳଙ୍କାର ବ୍ୟବସାୟୀମାନେ ଏବେ ପରିବର୍ତ୍ତିତ ଗ୍ରାହକ ଚାହିଦା ସହିତ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଫ୍ୟାନ୍ସି ଅଳଙ୍କାର ଏବଂ ରୂପା ମୁଦ୍ରା ଭଳି ନୂତନ ବିକଳ୍ପ ଉପରେ ଧ୍ୟାନ ଦେଉଛନ୍ତି। ଗ୍ରାହକମାନେ ସୁନା ଏବଂ ରୁପା ଅଳଙ୍କାର ଅପେକ୍ଷା କଏନ୍‌ ବେଶୀ ପସନ୍ଦ କରିପାରନ୍ତି।

ଧନତେରାସରେ ଜମିଲା ବେପାର, ୧୩୦ କୋଟିର ସୁନା ଅଳଙ୍କାର ବୋହିନେଲେ ଗ୍ରାହକ
ଭୁବନେଶ୍ୱର: ଗତକାଲି ଥିଲା ଧନତେରାସ। ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଧନତେରାସ ଅବସରରେ ଚଳଚଞ୍ଚଳ ରହିଥିଲା ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରତିଯୋଗିତା। ଗତକାଲି ଦିନ ବେଳା ଅପେକ୍ଷା ସନ୍ଧ୍ୟା ପରେ ଶୋ’ ରୁମ୍‌ଗୁଡିକରେ ଭିଡ଼ ଜୋର ହୋଇଥିଲା। ଯଦିବା ପୂର୍ବବର୍ଷ ତୁଳନାରେ ଏଥର ଦର ବହୁର ଅଧିକ ରହିଥିଲା ତଥାପି କାରବାର ଭଲ ହୋଇଥିଲା। ଉଚ୍ଚ ଦରର ପ୍ରଭାବ ଲୋକଙ୍କ ସୁନା କିଣା ମୋହ ଭାଙ୍ଗିପାରି ନ ଥିଲା। ଚଳିତଥର ଧନ ତ୍ରୟୋଦଶୀ ତିଥି ଦୁଇ ଦିନ ପଡ଼ୁଛି। ତେଣୁ ବହୁ ସଂଖ୍ୟାରେ ଲୋକ ସୁନା କିଣିଥିବାବେଳେ ଶନିବାର ମଧ୍ୟାହ୍ନ ଯାଏ ଏହାର ତିଥି ରହୁଥିବାରୁ ଆଜି ମଧ୍ୟ ସୁନା ରୁପା ବିକ୍ରି ଜମିବ ବୋଲି ବ୍ୟବସାୟୀ ଆଶାବାଦୀ। ଏଥର ଧନତେରାସରେ ରାଜ୍ୟରେ ଶହେ ତିରିଶ କୋଟି ଏବଂ ରାଜଧାନୀରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ବିକ୍ରି ହୋଇଛି। ଅପରପକ୍ଷେ ଏଥର ଧନ୍‌ତେରାସ୍‌ରେ ସାରା ଦେଶରେ ୩୦ ହଜାର କୋଟି ଟଙ୍କା ମୂଲ୍ୟର ସୁନା, ରୂପା ଏବଂ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସାୟ ହୋଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ କହିଛି।

କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା। ଏଥର ଅନୁକୂଳ ପାଗ ମଧ୍ୟ କାରବାର ପାଇଁ ଅଧିକ ସୁହାଇଥିଲା। ଆହୁରିମଧ୍ୟ ଏଥର ଦୁଇ ଦିନ ଧନ୍‌ତେରାସ୍‌ ପଡୁଥିବାରୁ ସପରିବାରେ ଲୋକେ ସୁନା ଦୋକାନରେ ଜମାଇଥିଲେ ଭିଡ଼। ଚଳିତଥର ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୫,୯୦୦ ଟଙ୍କା ରହିଥିବାବେଳେ ଗତ ବର୍ଷ ଏହା ୪୭,୦୦୦ ଟଙ୍କା ରହିଥିଲା। ସେହିଭଳି ରୁପା କିଲୋ ପିଛା ଚଳିତଥର ୭୫,୦୦୦ ଟଙ୍କା ରହିଥିବାବେଳେ ଗତବର୍ଷ ୫୯,୦୦୦ ଟଙ୍କାରେ ବିକ୍ରି ହେଉଥିଲା।

ଆଜି ପବିତ୍ର ଧନତେରାସ; ଆୟୁର୍ବେଦର ଜନକ ଭଗବାନ୍ ଧନ୍ଵନ୍ତରୀଙ୍କ ଜୟନ୍ତୀ
ପ୍ରତିବର୍ଷ ଦୀପାବଳି ପୂର୍ବରୁ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରାସ୍‌ ରୂପେ ପାଳନ କରାଯାଏ। ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ଦେବବୈଦ୍ୟ ଶ୍ରୀଧନ୍ବନ୍ତରୀଙ୍କର ପୂଜା କରିବା ବିଧି ମଧ୍ୟ ଚଳିଆସୁଛି। ବାସ୍ତବରେ ଏହି ଦିନଟି ଧନ୍ବନ୍ତରୀ ଦିବସ, ମାତ୍ର କାଳକ୍ରମେ ଅପଭ୍ରଂଶ ହୋଇ ଏହା ଧନତେରାସ୍‌ ନାମରେ ପ୍ରଚଳିତ। ତେବେ ଭାରତର ଅନେକ ପ୍ରଦେଶରେ ଅନେକେ ଧନ୍ବନ୍ତରୀ ଦିବସ ସଂପର୍କରେ ଏବେ ବି ଅବଗତ ନାହାନ୍ତି, ତା’ର କାରଣ ଆଧୁନିକ ଚିକିତ୍ସା ଆସିବା ପରେ ଆୟୁର୍ବେଦ ପରମ୍ପରା କ୍ରମଶଃ ଅବକ୍ଷୟ ହେବାକୁ ଲାଗିଲା। ତେଣୁ ଲୋକମାନେ ଲକ୍ଷ୍ମୀ, ଗଣେଶଙ୍କୁ ପୂଜା କରି ଧନ୍ବନ୍ତରୀଙ୍କୁ ଭୁଲିବାକୁ ଲାଗିଲେ। ଏଠାରେ ଜାଣି ରଖିବା ଉଚିତ ଯେ, ଧନତେରାସ୍‌ କେବଳ ସୁନାଗହଣା କିଣିବାର ଦିବସ ନୁହେଁ, ଏହା ପଛରେ ଅନେକ ବୈଜ୍ଞାନିକ ତତ୍ତ୍ବ ମଧ୍ୟ ରହିଛି।

ଶ୍ରୀଧନ୍ବନ୍ତରୀ ସମୁଦ୍ରମନ୍ଥନରୁ ଆବିର୍ଭାବ ହୋଇଥିବା ନେଇ ପୁରାଣରେ ବର୍ଣ୍ଣନା ରହିଛି। ସେ ଅମୃତକଳସ ଧରି ଆସିଥିଲେ। ବିଶ୍ବର ବାୟୁ, ଜଳ, ମାଟି, ଆକାଶକୁ କିପରି ବିଷମୁକ୍ତ କରାଯାଇ ମନୁଷ୍ୟ ଓ ପ୍ରକୃତି ରୋଗମୁକ୍ତ ତଥା ସୁସ୍ଥ ରହିବ, ତାହାର ମାର୍ଗ ମଧ୍ୟ ସେ କହିଥିଲେ। ଆରୋଗ୍ୟଦାତା କହିଲେ ୩ଟି ତତ୍ତ୍ବକୁ ବୁଝାଏ। ଯାହାଦ୍ବାରା ମନୁଷ୍ୟ ସମାଜ ଓ ପରିବେଶ ସୁସ୍ଥ ହୋଇପାରିବ। ଯେପରି ଆ – ଆହାର, ରୋ- ରୋଗ ଏବଂ ଗ୍ୟ- ଜ୍ଞାନ। ଆମ୍ଭେମାନେ ଦୈନନ୍ଦିନ ପ୍ରାୟ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାଉ, ତାହାର ପ୍ରଧାନ କାରଣ ଆହାର। ଆହାର ସଂଯମତା ନ ରହିଲେ ରୋଗ ହୋଇଥାଏ। ଯେପରି ‘ଆହାରଃ ସମ୍ଭବ ଦେହଃ ରୋଗାଗ୍ନି ଆହାର ସମ୍ଭବାଃ।’ ଅର୍ଥାତ୍‌ ଆହାର ଆମର ଶରୀର ପାଇଁ ଆବଶ୍ୟକ ବଞ୍ଚିବା ନିମନ୍ତେ, ମାତ୍ର ସେହି ଆହାରରୁ ମଧ୍ୟ ରୋଗ ସୃଷ୍ଟି ହୁଏ। ଫଳରେ ଶରୀରର ପୋଷଣ ହେବା ପରିବର୍ତ୍ତେ ବିକୃତି ଜନିତ ରୋଗ ସୃଷ୍ଟି କରିଥାଏ। ଏହି ଜ୍ଞାନ ବା ବିଷୟ ଆୟୁର୍ବେଦରେ ପ୍ରାଞ୍ଜଳ ଭାବେ ବର୍ଣ୍ଣିତ। ମାତ୍ର ଆମ୍ଭେମାନେ ଆଜିକାଲି ଏହା ବିଚାର ନ କରି ଅଖାଦ୍ୟ, ବିଷାକ୍ତ ଆଦି ଖାଇବା ଦ୍ବାରା ବିଭିନ୍ନ ରୋଗରେ ପଡ଼ିଥାଉ। ତା’ଛଡ଼ା ଯଦି ଦୈନନ୍ଦିନ ପୋଷକ ଖାଦ୍ୟ ଖିଆଯାଏ, ତେବେ ଔଷଧର ଆବଶ୍ୟକତା ହୁଏନି। ଯଦି ଆହାର ବିଚାର କରି ଖିଆ ନ ଯାଏ, ତେବେ ଔଷଧର ମଧ୍ୟ ସେବନ କଲେ ସୁଫଳ ମିଳେନି। ତେଣୁ ଆଜି ଏ ଦିବସରେ ଆସନ୍ତୁ ଆମ୍ଭେମାନେ ଔଷଧୀୟ ବୃକ୍ଷଲତା ଲଗାଇ ପରିବେଶକୁ ସୁସ୍ଥ ରଖିବା, ବାୟୁ, ଜଳ, ଭୂମି ଓ ଆକାଶକୁ ପ୍ରଦୂଷଣ ମୁକ୍ତ ରଖି ଉତ୍ତମ ଆହାର ଗ୍ରହଣ ପୂର୍ବକ ନିଜକୁ ନୀରୋଗ ରଖିବାର ସଂକଳ୍ପ ନେବା।

କରୋନା ଭାଙ୍ଗିପାରିଲାନି ସୁନା ମୋହ: ଧନ୍‌ତେରାସରେ ସୁନା ବିକ୍ରି ୧୦୦ କୋଟି ପାର୍‌
ଭୁବନେଶ୍ୱର: ବର୍ଷ ତମାମ୍‌ କରୋନାକୁ ନେଇ ସମସ୍ତେ ଚିନ୍ତାରେ ରହିଲେ। ବନ୍ଦ ହୋଇଗଲା କାରବାର। ହେଲେ ମାତ୍ର ଦୁଇ ମାସ ପରେ ଏହି ଟ୍ରେଣ୍ଡ୍‌ ବଦଳିଗଲା। ଚଳଚଞ୍ଚଳ ହୋଇଗଲା ଆର୍ଥିକ କାର୍ଯ୍ୟକଳାପ। ପୁଣି ଥରେ ଉଠିଲା ବଜାର। ଧୀରେ ଧୀରେ ସୁନା ବଜାରକୁ ଫେରିଲା ଚମକ। ଆଜି ଥିଲା ଧନ୍‌ତେରାସ୍‍। ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଧନ୍‌ତେରାସ୍‍ ଅବସରରେ ଚଳଚଞ୍ଚଳ ରହିଥିଲା ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରତିଯୋଗିତା। ଦିନତମାମ୍‍ ଶୋ ରୁମଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଲାଗୁଥିଲା ସତେ ଯେମିତି ଏ ବର୍ଷ କରୋନାର ପ୍ରଭାବ ସେଭଳି ବଜାର କାରବାର ଉପରେ ନାହିଁ। କରୋନା ମହାମାରୀର ପ୍ରଭାବ ଭାଙ୍ଗିପାରିନାହିଁ ଲୋକଙ୍କ ସୁନା କିଣା ମୋହ। ଏଥର ଧନ୍‍୍‍୍‍ତେରାସ୍‍ରେ ରାଜଧାନୀରେ ପାଖାପାଖି ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।

ମଙ୍ଗଳବାର ଧନ୍‌ତେରାସ୍‍ ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ବେଳକୁ ଏହି ଭିଡ ଅସମ୍ଭାଳ ହୋଇଥିଲା। ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ କେହି ହାତ ଛଡା କରିବାକୁ ଚାହିଁ ନ ଥିଲେ। ସପରିବାରେ ଲୋକେ ସୁନା ଦୋକାନରେ ଜମାଇଥିଲେ ଭିଡ଼। କେବଳ ବଡ କାହିଁକି ଛୋଟ ଶୋ ରୁମ୍‍ଗୁଡିକରେ ମଧ୍ୟ ଲାଗି ରହିଥିଲା ନାହିଁ ନ ଥିବା ଭିଡ। ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷଣା ହୋଇଥିବା ଆକର୍ଷଣୀୟ ଅଫରବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‍କୁ। କେଉଁ ଶୋ ରୁମ୍‍ ସୁନା କଏନ୍‍ ତ କିଏ ଗଢ଼ା ମଜୁରିରେ ଅଫର ଦେଇଥିଲା। ଏସବୁର ସୁଯୋଗ ନେବା ପାଇଁ କ୍ୟାଶ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା। ଏଥର ଅନୁକୂଳ ପାଗ ମଧ୍ୟ କାରବାର ପାଇଁ ଅଧିକ ସୁହାଇଥିଲା। ଚଳିତଥର ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫,୨୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍‍ର ମୂଲ୍ୟ ୫୦,୩୬୦ ଟଙ୍କା ରହିଛି। ସେହିଭଳି ରୁପା କିଲୋ ପିଛା ୬୭,୦୦୦ ଟଙ୍କାରେ ବିକ୍ରି ହେଉଛି। ଗତବର୍ଷ ଏହି ସମୟରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖÒ ୫୫,୦୦୦ ଟଙ୍କା ରହିଥିଲା। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ସୁନା ଦର ଢ଼େର କମ୍‌ ରହିଥିବାଯୋଗୁ ଗ୍ରାହକମାେନ ଏହାର ସୁଯୋଗ ଦେଇ କିଣାକିଣୁ କରୁଛନ୍ତି। ଏଥିରେ ରୁପା କାରବାର ମଧ୍ୟ ପଛରେ ପଡି ନ ଥିଲା। ସୁନା କଏନ୍‍ ଛାଡିଦେଲେ ରୁପାର ବିଭିନ୍ନ ଉତ୍ପାଦ ବହୁ ମାତ୍ରାରେ ବିକ୍ରି ହୋଇଥିଲା।

ବାଣୀବିହାରଠାରୁ ରାଜମହଲ ଯାଏ, ଜୟଦେବ ବିହାରଠାରୁ ପଟିଆ ଏବଂ ରସୁଲଗଡଠାରୁ କଳ୍ପନାଛକ ଯାଏ ଧନ୍‌ତେରାସ୍‍ ଲାଗି ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଜନପଥରେ ଅଧିକାଂଶ ସୁନା ଦୋକାନ ରହିଥିବା ଯୋଗୁ ଏହି ରାସ୍ତାରେ ଅଧିକ ଟ୍ରାଫିକ୍‍ ଜାମ୍‌ ହୋଇଥିଲା। ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଗ୍ରାହକ ଲକ୍ଷ୍ମୀପ୍ରିୟା ମହାପାତ୍ର କୁହନ୍ତି, ଧନ୍‌ତେରାସ୍‍ ହେଉଛି ସୁନା କିଣିବା ଲାଗି ସବୁଠରୁ ଶୁଭଦିନ। ଆମେ ପ୍ରତ୍ୟେକ ବର୍ଷ ଭଳି ଛଳିତଥର ଏହି ଦିନ କିଛି ନା କିଛି ସୁନା ଜିନିଷ କିଣିଥାଉ। ଓଡ଼ିଶାରେ ଏବେ ଏହା ଏକ ଟ୍ରେଣ୍ଡ୍‍ରେ ପରିଣତ ହୋଇଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଥର ଧନ୍‌ତେରାସ୍‍ରେ ରାଜଧାନୀରେ ପାଖାପାଖି ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି। ପୂର୍ବବର୍ଷ ତୁନଳାରେ ଏଥର ୧୫ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଛି। ଏ ସମ୍ପର୍କରେ ଖିମ୍‍ଜୀର ଡାଇରେକ୍ଟର ମିତେଶ ଖିମ୍‍ଜୀ କୁହନ୍ତି, ବଜାର ଏବେ କୋଭିଡ୍‌ ମହାମାରୀରୁ ସୁଧାର ଆଡକୁ ଆସିଛି। କାରବାର ପ୍ରାକ୍‌ କରୋନା ସ୍ତରଠାରୁ ୮୦-୯୦ ପ୍ରତିଶତକୁ ଫେରିଲାଣି। ଲକ୍‌ଡାଉଡ଼୍ ପରେ ଗ୍ରାହକଙ୍କ ରେସପନ୍ସ ବେଶ ଭଲ ରହିଛି। ଆଶା କରୁଛୁ ଗତ ବର୍ଷ ତୁଳନାରେ ଏଥର ଧନ୍‌ତେରାସ୍‌ରେ ବିକ୍ରି ଅଭିବୃଦ୍ଧି ୧୧-୧୨ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।