IND Vs AFG - The Sakala

ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟି-୨୦: ସିରିଜ୍‌ ଜିତିବା ଲକ୍ଷ୍ୟରେ ଖେଳିବ ଭାରତ
ଇନ୍ଦୋର: ଆଜି ମୋହାଲିରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏଠାରେ ଦଳ ଦ୍ବିତୀୟ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କେବଳ ସିରିଜ୍‌ ବିଜୟ ନୁହେଁ, ବରଂ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଚୟନକୁ ମଧ୍ୟ ଗୁରୁତ୍ବ ଦିଆଯିବ। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା।

ଅନ୍ୟପକ୍ଷରେ ପ୍ରତିଦ୍ବନ୍ଦ୍ବୀ ଦଳ ନିକଟରେ ପ୍ରମୁଖ ସ୍ପିନର ରଶିଦ୍‌ ଖାନ୍‌ଙ୍କ ଅନୁପସ୍ଥିତି ରହିଛି। ଏହା ସତ୍ତ୍ବେ ଦଳ ନିକଟରେ ଟି-୨୦ ଫ୍ରାଞ୍ଚାଇଜ୍‌ ଓ ଆଇପିଏଲ୍‌ ଖେଳିବାର ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି। ଦଳ ନିକଟରେ ଥିବା ଶ୍ରେଷ୍ଠ ସ୍ପିନରଙ୍କୁ ନେଇ ଆଫଗାନିସ୍ତାନ ଏହି ମ୍ୟାଚ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ନିଶ୍ଚିତ ଚେଷ୍ଟା କରିବ।

ଆଜିର ମ୍ୟାଚ୍‌ ଲାଗି ବିରାଟ କୋହଲି ଦଳକୁ ଫେରିବା ପରେ ନିଶ୍ଚିତଭାବେ ଶକ୍ତି ବୃଦ୍ଧି ପାଇଛି। କିନ୍ତୁ ସେ ଟି-୨୦ରେ କ୍ବାଲିଟି ସ୍ପିନରଙ୍କ ବିପକ୍ଷରେ ଭଲ ଖେଳିପାରୁନାହାନ୍ତି। ଏହି ମ୍ୟାଚ୍‌ରେ ଆଫାଗାନିସ୍ତାନ ସ୍ପିନରଙ୍କ ବିପକ୍ଷରେ ତାଙ୍କ ବ୍ୟାଟିଂ ଟେଷ୍ଟ ହେବ। ଜୟସ୍ବାଲ ଯଦି ଫିଟ୍‌ ହୁଅନ୍ତି ତେବେ ଗିଲ୍‌ଙ୍କ ସ୍ଥାନରେ ସେ ଖେଳିବେ। ଏବେ ଦଳରେ ଶିବମ ଦୁବେ ଓ ୱାଶିଟନ ସୁନ୍ଦରଙ୍କୁ ସାମିଲ କରାଯିବା ଫଳରେ ଭାରତ ନଂ-୮ ଯାଏ ଭଲ ବ୍ୟାଟିଂ କରିପାରିବ। କିନ୍ତୁ ଦୁବେଙ୍କ ପ୍ରଦର୍ଶନ ଦଳକୁ ନୂଆ ଆଶା ଦେଇଛି। ସେ ଗତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ବେଞ୍ଚରେ ବସି ସମୟ କଟାଇଥିଲେ। ଏଥର ପ୍ରଥମ ସୁଯୋଗକୁ ଦୁଇ ହାତରେ ବ୍ୟବହାର କରି ଭାରତକୁ ମ୍ୟାଚ୍‌ ଜିତାଇଲେ। ସେ ଯେତେ ଅଧିକ ଖେଳିବେ ଭାରତ ସେତିକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍‌ ଅପ୍‌ ଖେଳାଳି ପାଇବ। ଵିକେଟରକ୍ଷକ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ପ୍ରଥମ ପସନ୍ଦର ଖେଳାଳିଭାବେ ସ୍ଥାନ ଦେଇଛି। ଏଥିରୁ ସେ ଫାଇଦା ନେବା ଉଚିତ୍। ବୋଲିଂରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌। ତେବେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ।

ଅନ୍ୟ ପକ୍ଷରେ ଆଫଗାନିସ୍ତାନର ସମସ୍ୟା ହେଉଛି ବ୍ୟାଟିଂ। ଦଳ ନିକଟରେ ଢ଼େର ବ୍ୟାଟର ରହିଛନ୍ତି। କିନ୍ତୁ ଟପ୍‌ ଅର୍ଡରରେ ଦ୍ରୁତ ରନ୍‌ ସଂଗୃହୀତ ହୋଇପାରୁନି। ପ୍ରଥମ ମ୍ୟାଚ୍‌ରେ ଦଳ ପ୍ରଥମ ୧୦ ଓଭରରେ ମାତ୍ର ୫୭ ରନ୍‌ ଉଠାଇଥିଲା। ଏହାକୁ ଦଳ ସୁଧାରିବାକୁ ନିଶ୍ଚିତ ଚେଷ୍ଟା କରିବ। ତେବେ ଦଳର ସ୍ପିନର ମୁଜୀବ ଉର ରହମନ, ମହମ୍ମଦ୍‌ ନବି ଓ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇ ଭାରତ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି।

ପିଚ୍‌: ଇନ୍ଦୋର ପିଚ୍‌ ବ୍ୟାଟରଙ୍କୁ ସୁହାଇବ। ଏଠାରେ ଏଯାଏ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳାଯାଇନି। କିନ୍ତୁ ଶେଷଥର ଏଠାରେ ଅନୁଷ୍ଠିତ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ୪୦୫ ରନ ମିଳିଥିଲା। ଦକ୍ଷିଣ ଆଫ୍ରିକାର ରିଲି ରୁଷୋ ୪୮ ବଲ୍‌ରେ ଶତକ ହାସଲ କରିଥିଲେ। ଏଠାରେ ଜୟବାୟୁ ସାଧାରଣ ରହିଛି। କ୍ରିକେଟ ଖେଳ ଲାଗି ଏହା ଉପଯୁକ୍ତ ହେବ।

ଖେଳାଳି ଦଳ:

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା ଓ ସଞ୍ଜୁ ସାମସନ (ଉଭୟ ଵିକେଟରକ୍ଷକ), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେଷ ଖାନ୍‌ ଓ ମୁକେଶ କୁମାର।

ଆଫଗାନିସ୍ତାନ: ଇବ୍ରାହିମ ଜଡ୍ରାନ, (ଅଧିନାୟକ), ରହମନୁଲ୍ଲା ଗୁରବାଜ ଓ ଇକ୍ରାମ ଅଲ୍ଲୀଖୀଲ (ଉଭୟ ୱିକେଟରକ୍ଷକ), ହଜରତଉଲ୍ଲା ଜାଜାଇ, ରହମତ ଶାହ, ନଜିବୁଲ୍ଲା ଜଡ୍ରାନ, ମହମ୍ମଦ୍‌ ନବି, କରିମ ଜାନତ, ଆଜମଉଲା ଓମରଜାଇ, ସରାଫୁଦ୍ଦିନ ଅଶ୍ରଫ, ମୁଜୀବ-ଉର-ରହମନ, ଫଜଲ ହକ୍‌ ଫାରୁକି, ଫରୀଦ ଅହମ୍ମଦ୍‌, ନବୀନ-ଉଲ-ହକ୍‌, ନୁର ଅହମ୍ମଦ୍‌, ମହମ୍ମଦ୍‌ ସଲୀମ୍‌, କାଏସ ଅହମ୍ମଦ୍‌, ଗୁଲବଦିନ ନାଏବ ।

ଆଇସିସି ଟି-୨୦ ବିଶ୍ବକପ: ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ
ଆବୁଧାବି: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଭାରତର ଏହାର ସୁପର୍‌-୧୨ ପର୍ଯ୍ୟାୟର ୩ୟ ମ୍ୟାଚରେ ବୁଧବାର ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହେବାପରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତ ପ୍ରତିଯୋଗିତାରେ ବିଜୟଶୂନ୍ୟ ରହିଛି। ସେମିଫାଇନାଲରେ ପ୍ରବେଶ କରିବା ଏବେ ଭାରତ ଲାଗି କାଠିକର ପାଠ ହୋଇପଡ଼ିଛି। ଭାରତ ଏହାର ପରବର୍ତ୍ତୀ ୩ଟି ମ୍ୟାଚରେ ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ ସେମିଫାଇନାଲ ଖେଳିବା ନିର୍ଭର କରେ। ତେଣୁ ଆଫଗାନିସ୍ତାନ ବିପକ୍ଷରେ ବୃହତ୍ ବିଜୟ ହାସଲ କରି ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବା ଲାଗି କୋହଲିଙ୍କ ଦଳ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଆଫ ଗାନିସ୍ତାନର ପ୍ରଦର୍ଶନ ପ୍ରତିଯୋଗିତାରେ ବେଶ୍ ଉତ୍ସାହଜନକ ରହିଛି। ଦଳ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ୍‌-୨’ରେ ପାକିସ୍ତାନ (୬) ପଛକୁ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ପାଇଁ ପ୍ରମୁଖ ଦାବିଦାର ରହିଛି।

ତେଣୁ ଆଫଗାନିସ୍ତାନ ମଧ୍ୟ ଏହି ମ୍ୟାଚରେ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଫେଲ୍ ମାରିଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସକୁ ଛାଡ଼ିଦେଲେ ଅନ୍ୟକୌଣସି ବ୍ୟାଟର୍ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଭାରତୀୟ ଦଳର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଉଭୟ ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ଦୁଇଟିଯାକ ମ୍ୟାଚରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ମଧ୍ୟ ଭାରତକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ବିଶେଷ କରି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବାଦ୍ ଦେବାକୁ ଅନେକ କ୍ରିକେଟ୍ ପଣ୍ଡିତ ନାପସନ୍ଦ କରିଛନ୍ତି। ତେଣୁ ଆଫ ଗାନିସ୍ତାନ ବିପକ୍ଷରେ ଭାରତ ଚୂଡ଼ାନ୍ତ ଏକାଦଶରେ କିଛିଟା ପରିବର୍ତ୍ତନ କରିପାରେ। ବିଶେଷ କରି ବରୁଣ ଚକ୍ରବର୍ତୀ ଚାପରେ ବୋଲିଂ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ଅଶ୍ବିନଙ୍କୁ ସୁଯୋଗ ମିଳିପାରେ।

ସେହିଭଳି ଆଘାତପ୍ରାପ୍ତ ସୂର୍ଯ୍ୟ କୁମାର ଯାଦବ ଯଦି ଫିଟ୍ ହୁଅନ୍ତି ତେବେ ସେ ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି। ପାଣ୍ଡ୍ଯା ୨ଟି ମ୍ୟାଚରେ ୩୫ ବଲ ଖେଳି ୩୧ ରନ୍ ସଂଗ୍ରହ କରିଛନ୍ତି । ଆଗ ଧାଡ଼ିର ଫିନିଶର ଭାବେ ପାଣ୍ଡ୍ୟାଙ୍କଠାରୁ ଭାରତ ଯାହା ଆଶାରଖିଥିଲା ସେଥିରେ ସେ ବିଫଳ ହୋଇଛନ୍ତି।

ଅପରପକ୍ଷରେ ଆଫଗାନିସ୍ତାନ ସ୍କଟ୍‌ଲାଣ୍ଡ ଓ ନାମିବ୍ୟା ବିପକ୍ଷରେ ବିଜୟ ହାସଲ କରି ୪ ପଏଣ୍ଟ ପାଇଛି। କିନ୍ତୁ ପାକିସ୍ତାନଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ଏପରିକି ଗୋଟିଏ ସମୟରେ ପାକିସ୍ତାନ ପରାଜୟଦ୍ବାର ଦେଶରେ ରହିଥିଲେ ମଧ୍ୟ ମଧ୍ୟ ଆସିଫ୍ ଅଲ୍ଲୀ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଉଦ୍ଧାର କରିଥିଲେ। ତେଣୁ ଆଫଗାନିସ୍ତାନ ଖେଳାଳିଙ୍କ ମନୋବଳ ବେଶ୍ ଉଚ୍ଚରେ ରହିଛି। ବିଶେଷ କରି ରଶିଦ୍ ଖାନ୍, ମହମ୍ମଦ ନବି  ଓ ମୁଜିବ ଉର୍ ରେହମାନଙ୍କ ସ୍ପିନ ଆଟାକ୍‌କୁ ଭ।ରତୀୟ ବ୍ୟାଟ୍ସମ୍ଯାନ କେମିତି ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।