bollywood - The Sakala

ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
ପାକିସ୍ତାନୀ କଳାକାରଙ୍କ ଉପରେ ଭାରତରେ ଲାଗିଥିବା ପ୍ରତିବନ୍ଧକକୁ ପ୍ରାୟ ୧୦ ବର୍ଷ ବିତିଗଲାଣି। ବଲିଉଡରେ ଅନେକ ହିଟ୍ ଗୀତ ଗାଇଥିବା ଲୋକପ୍ରିୟ ପାକିସ୍ତାନୀ ଗାୟକ ଅତିଫ ଅସଲାମ ଏବେ ଏହି ନିଷେଧାଦେଶ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ଏକ ସାମ୍ପ୍ରତିକ ସାକ୍ଷାତକାରରେ ସେ ଆଶ୍ଚର୍ଯ୍ୟଜନକ ବୟାନ ଦେଇ କହିଛନ୍ତି ଯେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଜଣାଉଛନ୍ତି, କାରଣ ଏହା ତାଙ୍କ କ୍ୟାରିୟରର ଦିଗ ବଦଳାଇ ଦେଇଥିଲା। ଏହା ସହିତ ସେ ଦାବି କରିଛନ୍ତି ଯେ ତାଙ୍କର ଭାରତୀୟ ପ୍ରଶଂସକମାନେ ଏବେ ବି ଭିପିଏନ୍ (VPN) ମାଧ୍ୟମରେ ତାଙ୍କ ଗୀତ ଶୁଣୁଛନ୍ତି।

ନିଷେଧାଦେଶକୁ ନେଇ କ'ଣ କହିଲେ ଅତିଫ?

ୟୁଟ୍ୟୁବ୍ ଚ୍ୟାନେଲ୍ 'ୱାନ୍ ଅନ୍ ୱାନ୍ ୱିଥ୍ କ୍ରିସ୍ ଫେଡ୍' କୁ ଦେଇଥିବା ଏକ ସାକ୍ଷାତକାରରେ ଅତିଫ ଅସଲାମ ତାଙ୍କର ଭାରତୀୟ ସଙ୍ଗୀତ ଯାତ୍ରା ଏବଂ ନିଷେଧାଦେଶ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, \"ଗତ ୧୦ ବର୍ଷ ଧରି ମୁଁ ଭାରତରେ କୌଣସି ଗୀତ ଗାଇ ନାହିଁ। କିନ୍ତୁ ମୋର ପ୍ରଶଂସକମାନେ ଭିପିଏନ୍ ବ୍ୟବହାର କରି ମୋ ଗୀତ ଶୁଣୁଛନ୍ତି ଏବଂ ସିଡି (CD) ତିଆରି କରି ପରସ୍ପରକୁ ବାଣ୍ଟୁଛନ୍ତି। ଯଦିଓ ମୁଁ ପାଇରେସିକୁ ସମର୍ଥନ କରେ ନାହିଁ, କିନ୍ତୁ ସଙ୍ଗୀତ ଯେଉଁଠାରେ ପହଞ୍ଚିବା କଥା, ତାହା ନିଶ୍ଚିତ ପହଞ୍ଚିବ।

କ୍ୟାରିୟରରେ ଆସିଲା ବଡ଼ ପରିବର୍ତ୍ତନ

ଏହି ବ୍ୟାନ୍ ତାଙ୍କ ଉପରେ କି ପ୍ରଭାବ ପକାଇଥିଲା ବୋଲି ପଚରାଯିବାରୁ ଅତିଫ୍ କହିଥିଲେ ଯେ, ସେ ଏଥିପାଇଁ ଆଦୌ ଦୁଃଖିତ ନୁହଁନ୍ତି। ବରଂ ସେ ଏହି ପ୍ରତିବନ୍ଧକ ପାଇଁ କୃତଜ୍ଞ। \"ଯେଉଁମାନେ ମୋ ଉପରେ ବ୍ୟାନ୍ ଲଗାଇଛନ୍ତି, ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଏହି ନିଷ୍ପତ୍ତି ମୋତେ ଜଣେ ସ୍ୱାଧୀନ କଳାକାର (Independent Artist) ଭାବରେ ନିଜକୁ ପ୍ରତିଷ୍ଠା କରିବାର ସୁଯୋଗ ଦେଲା ଏବଂ ମୋ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଲା,\" ବୋଲି ସେ ପ୍ରକାଶ କରିଛନ୍ତି।

ଭାରତରେ କାହିଁକି ଲାଗିଥିଲା ବ୍ୟାନ୍?

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ହୋଇଥିବା ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହା ପରେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ଦେଶବ୍ୟାପୀ ହୋଇଥିବା ବିରୋଧ ପ୍ରଦର୍ଶନ କାରଣରୁ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ସରକାରଙ୍କ ପକ୍ଷରୁ ପାକିସ୍ତାନୀ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାରଣରୁ ଅତିଫ ଅସଲାମଙ୍କ ପରି ଲୋକପ୍ରିୟ ଗାୟକମାନଙ୍କୁ ଭାରତରେ କାମ କରିବାକୁ ବାରଣ କରାଯାଇଥିଲା।

ରିଲିଜ୍ ହେଲା 'ରାମାୟଣ: ପାର୍ଟ ୧'ର ଟ୍ରେଲର୍: ରାମ ଭୂମିକାରେ ରଣବୀର କପୁର, ରାବଣ ସାଜିଲେ ୟସ୍
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ: ପାର୍ଟ ୧'ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ ହୋଇଛି। ହିନ୍ଦୀ, କନ୍ନଡ଼, ତେଲୁଗୁ, ତାମିଲ ଏବଂ ମାଲାୟାଲମ ସମେତ ମୋଟ ୫ଟି ଭାରତୀୟ ଭାଷାରେ ଏହି ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ଏହି ସିନେମାରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟସ୍ ଙ୍କ ପରି ଷ୍ଟାର୍ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

ଟ୍ରେଲର୍‌ର ଆରମ୍ଭରେ ଲଙ୍କାର ରାଜା ଭାବରେ ୟସ୍ (ରାବଣ)ଙ୍କର ଦମଦାର ଏଣ୍ଟ୍ରି ଦେଖିବାକୁ ମିଳିଛି। ଏହାପରେ ପ୍ରଭୁ ରାମଙ୍କ ଅଯୋଧ୍ୟା ଜୀବନରୁ ଆରମ୍ଭ କରି କୈକେୟୀଙ୍କ ବରଦାନ ମାଗିବା, ବନବାସ ଯିବା, ଶୂର୍ପଣଖା ପ୍ରସଙ୍ଗ ଏବଂ ସୀତା ହରଣ ପରି ପୌରାଣିକ ମହାକାବ୍ୟର ପ୍ରମୁଖ ଘଟଣାଗୁଡ଼ିକୁ ଏହି ଟ୍ରେଲର୍‌ରେ ଖୁବ୍ ସୁନ୍ଦର ଭାବରେ ଦର୍ଶାଯାଇଛି।

ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର, ମାତା ସୀତା ଭୂମିକାରେ ସାଇ ପଲ୍ଲବୀ, ରାବଣ ଭୂମିକାରେ ୟସ୍ ଏବଂ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଖୁବ୍ ମାନୁଛନ୍ତି। ସେହିପରି କୈକେୟୀ ଭାବରେ ଲାରା ଦତ୍ତ, ଶୂର୍ପଣଖା ଭୂମିକାରେ ରକୁଲ ପ୍ରୀତ ସିଂହ ଏବଂ ରାଜା ଦଶରଥ ଭୂମିକାରେ ଅରବିନ୍ଦ ଗୋଭିଲ୍ ନଜର ଆସିଛନ୍ତି।

ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରନାଟ୍ୟ ଲେଖକ ଶ୍ରୀଧର ରାଘବନ ଏହି ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ କରିଛନ୍ତି। ଏଥିରେ ଓସ୍କାର ବିଜେତା କିମ୍ବଦନ୍ତୀ ସଙ୍ଗୀତକାର ହାନ୍ସ ଜିମର୍ ଏବଂ ଏ. ଆର. ରହମାନ ମିଳିତ ଭାବେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଯାହାକୁ ପୂର୍ବ ଏବଂ ପଶ୍ଚିମର ସବୁଠାରୁ ବଡ଼ ସହଯୋଗ ବୋଲି କୁହାଯାଉଛି।

ନିର୍ମାତା ନମିତ ମାଲହୋତ୍ରା କହିଛନ୍ତି ଯେ, "ରାମାୟଣ କେବଳ ଆମର ସବୁଠାରୁ ବଡ଼ ମହାକାବ୍ୟ ନୁହେଁ, ବରଂ ଏହା ଆମ ଜୀବନଶୈଳୀ ଏବଂ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତର ଏହି ମହାନ କାହାଣୀକୁ ବିଶ୍ୱସ୍ତରରେ ଉପସ୍ଥାପନ କରିବା ପାଇଁ ଆଜି ଆମ ପାଖରେ କଳାକାର, ଜ୍ଞାନକୌଶଳ ଏବଂ ସାମର୍ଥ୍ୟ ରହିଛି।" ସେହିପରି ନିର୍ଦ୍ଦେଶକ ନୀତେଶ ତିୱାରୀ କହିଛନ୍ତି ଯେ, ଏହି ମହାକାବ୍ୟର ମୂଲ୍ୟବୋଧ ଏବଂ ଗାରିମାକୁ ବଜାୟ ରଖି ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ଭକ୍ତିର ସହ ସେ ଏହି ସିନେମା ନିର୍ମାଣ କରିଛନ୍ତି।

ଅନୁମତି ବିନା କାରାଭାନ୍‌ରେ ପଶି ସାର୍ଟ ଖୋଲିଦେଲେ ଆସିଷ୍ଟାଣ୍ଟ ଡିରେକ୍ଟର: ଭୟରେ ଥରିବାକୁ ଲାଗିଥିଲା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ହାତଗୋଡ଼
ଦକ୍ଷିଣ ଭାରତୀୟ ସିନେମା ଏବଂ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ (Kajal Aggarwal) ନିକଟରେ ନିଜ ଫିଲ୍ମ କ୍ୟାରିୟର ସହ ଜଡିତ ଏକ ଭୟାନକ ଅନୁଭୂତି ଶେୟାର କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଫିଲ୍ମ ସେଟ୍‌ରେ ଜଣେ ଫ୍ୟାନ୍ ତଥା ଆସିଷ୍ଟାଣ୍ଟ ଡିରେକ୍ଟରଙ୍କ ଆଚରଣ ତାଙ୍କୁ ଖୁସି କରିବା ପରିବର୍ତ୍ତେ ଭୟଭୀତ କରିଦେଇଥିଲା। ବିନା ଅନୁମତିରେ ତାଙ୍କ ଭ୍ୟାନିଟି ଭ୍ୟାନ୍‌ରେ ପଶି ସମ୍ପୃକ୍ତ ବ୍ୟକ୍ତିଜଣକ ଏପରି କିଛି କରିଥିଲେ, ଯାହା ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଥିଲା।

ବିନା ଅନୁମତିରେ ଭ୍ୟାନିଟି ଭ୍ୟାନ୍‌ରେ ପଶିଲେ ଡିରେକ୍ଟର

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେବା ବେଳେ କାଜଲ ଏହି ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି। ଘଟଣାଟି କିଛି ଦିନ ତଳର। ସେତେବେଳେ ସେ ଏକ ଫିଲ୍ମର ସୁଟିଂ ସାରି ନିଜ କାରାଭାନ୍ ବା ଭ୍ୟାନିଟି ଭ୍ୟାନ୍‌ରେ ବିଶ୍ରାମ ନେଉଥିଲେ। ସେ ଏକାକୀ ଥିବା ବେଳେ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ହଠାତ୍ ବିନା ଅନୁମତିରେ ସେଠାରେ ପଶି ଆସିଥିଲେ। କେବଳ ସେତିକି ନୁହେଁ, ବ୍ୟକ୍ତିଜଣକ କାଜଲଙ୍କ ସାମ୍ନାରେ ହଠାତ୍ ନିଜ ସାର୍ଟ ଖୋଲି ଦେଇଥିଲେ ଏବଂ ତାଙ୍କ ଛାତିରେ ଥିବା କାଜଲଙ୍କ ନାମର ଏକ ଟାଟୁ (Tattoo) ଦେଖାଇଥିଲେ।

ଭୟରେ ଥରିବାକୁ ଲାଗିଥିଲେ କାଜଲ

ଏହି ଘଟଣା ସମ୍ପର୍କରେ କହିବାକୁ ଯାଇ କାଜଲ କହିଛନ୍ତି, "ଏହି ଆକସ୍ମିକ ଘଟଣା ମୋତେ ଏତେ ମାତ୍ରାରେ ଆଶ୍ଚର୍ଯ୍ୟ କରିଥିଲା ଯେ, ମୋର ହାତ ଓ ଗୋଡ଼ ଥରିବାକୁ ଲାଗିଥିଲା।" ସେ ବୁଝିପାରିଥିଲେ ଯେ ବ୍ୟକ୍ତିଜଣକ ଜଣେ ବଡ଼ ପ୍ରଶଂସକ ଭାବରେ ଏହି ଟାଟୁ କରିଛନ୍ତି। କିନ୍ତୁ ଜଣେ ମହିଳା ଏକାକୀ ଥିବା ବେଳେ ବିନା ଅନୁମତିରେ ତାଙ୍କ ବ୍ୟକ୍ତିଗତ ପରିସର ମଧ୍ୟରେ ପ୍ରବେଶ କରିବା ସମ୍ପୂର୍ଣ୍ଣ ରୂପେ ଅଗ୍ରହଣୀୟ ଥିଲା। କାଜଲ କହିଥିଲେ ଯେ, କେହି ଯେତେ ବଡ଼ ଫ୍ୟାନ୍ ହେଲେ ବି ଏପରି ଆଚରଣ ଗ୍ରହଣଯୋଗ୍ୟ ନୁହେଁ। ଏହା ପରେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେବା ସହ ଏପରି କଲେ ତାଙ୍କ ବିରୋଧରେ ଅପରାଧିକ ମାମଲା (Criminal Action) ଦାୟର କରାଯିବ ବୋଲି ଧମକ ଦେଇ ସେଠାରୁ ବିଦା କରିଦେଇଥିଲେ।

ବଲିଉଡ୍ ଅପେକ୍ଷା ସାଉଥ୍ ଫିଲ୍ମକୁ କାହିଁକି ଗୁରୁତ୍ୱ ଦିଅନ୍ତି?

ସାକ୍ଷାତକାରରେ କାଜଲ ବଲିଉଡ୍ ଅପେକ୍ଷା ସାଉଥ୍ ଇଣ୍ଡଷ୍ଟ୍ରିରେ ଅଧିକ କାମ କରିବାର କାରଣ ମଧ୍ୟ ପ୍ରକାଶ କରିଥିଲେ। ତାଙ୍କ ମତରେ, ସାଉଥ୍ ଫିଲ୍ମରେ ତାଙ୍କୁ ଅଧିକ ଦମଦାର ଭୂମିକା ମିଳୁଥିଲା, ଯାହା ବଲିଉଡ୍‌ରେ ମିଳୁନଥିଲା। ସେ କହିଥିଲେ, "ମୁଁ ପରିମାଣ ଅପେକ୍ଷା ଗୁଣବତ୍ତାକୁ ଅଧିକ ଗୁରୁତ୍ୱ ଦିଏ। ଯେତେବେଳେ ସାଉଥ୍‌ରେ ମୋତେ ଭଲ ଚରିତ୍ର ମିଳୁଛି, ମୁଁ ହିନ୍ଦୀ ଫିଲ୍ମରେ ସାଧାରଣ ଭୂମିକା କାହିଁକି କରିବି?" ଏହା ବ୍ୟତୀତ ସେ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରିର କାର୍ଯ୍ୟ ଶୈଳୀର ତୁଳନା କରି କହିଥିଲେ ଯେ ସାଉଥ୍‌ର ସୁଟିଂ ସେଟ୍‌ରେ ସମୟାନୁବର୍ତ୍ତିତା ଉପରେ କଡ଼ା ଧ୍ୟାନ ଦିଆଯାଏ, କିନ୍ତୁ ବଲିଉଡ୍‌ରେ ସମୟର କୌଣସି ଠିକ୍ ଠିକଣା ନଥାଏ। ଉଦାହରଣ ସ୍ୱରୂପ, ଅଭିନେତା ସଲମାନ ଖାନ୍‌ (Salman Khan) ଙ୍କ ସେଟ୍‌ରେ ସବୁଠାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ସେ ସ୍ୱୀକାର କରିଛନ୍ତି।

ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା
ବଲିଉଡରେ ଷ୍ଟାର୍ କିଡ୍ସମାନଙ୍କୁ ଖୁବ୍ ସହଜରେ କାମ ମିଳିଯାଏ ବୋଲି ସାଧାରଣତଃ ଲୋକଙ୍କର ଧାରଣା ରହିଛି। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସତ ହୋଇନଥାଏ। ହିନ୍ଦୀ ସିନେମାର ପ୍ରସିଦ୍ଧ କମେଡି କିଙ୍ଗ୍ ଜନି ଲିଭରଙ୍କ ଝିଅ ଜେମି ଲିଭର ନିକଟରେ ଏଭଳି ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସହଜରେ କାମ ମିଳିନଥିଲା।

କାଷ୍ଟିଂ ଡିରେକ୍ଟରଙ୍କ ମିଥ୍ୟା ପ୍ରତିଶ୍ରୁତି

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜେମି ନିଜର ସଂଘର୍ଷ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଅନେକ ଥର ରିଜେକ୍ସନର ସାମ୍ନା କରିବାକୁ ପଡିଛି। ଫିଲ୍ମ ଏବଂ କମେଡି ସୋ' ପାଇଁ ସେ କାଷ୍ଟିଂ ଡିରେକ୍ଟରଙ୍କ ଅଫିସ୍ ଚକ୍କର କାଟିଥିଲେ। ଲୋକେ ତାଙ୍କୁ ରୋଲ୍ ଦେବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ପରେ କଥା ରଖୁନଥିଲେ। ଅନେକ ସମୟରେ ଅଡିସନ୍ ଦେବା ପରେ ମଧ୍ୟ ଏଡିଟିଂରେ ତାଙ୍କ ରୋଲ୍ କାଟି ଦିଆଯିବ ବୋଲି ତାଙ୍କୁ କୁହାଯାଉଥିଲା।

ଷ୍ଟାର୍ କିଡ୍ ହେବାର ମିଳିଲାନି ଫାଇଦା

ନିଜର ବ୍ୟକ୍ତିଗତ ଅନୁଭୂତି ଶେୟାର କରି ଜେମି କହିଛନ୍ତି ଯେ, ସେମାନେ ବହୁତ ସାଧାରଣ ଜୀବନଯାପନ କରନ୍ତି। ଷ୍ଟାର୍ କିଡ୍ ହେବାର କୌଣସି ଅହଂକାର ସେମାନେ କେବେ ଦେଖାନ୍ତି ନାହିଁ। ବାକି ଷ୍ଟାର୍ କିଡ୍ସଙ୍କ ଭଳି ତାଙ୍କ ଭାଗ୍ୟ ସେତେଟା ଭଲ ନଥିଲା। ସେ ନିଜ କ୍ୟାରିୟର ଆରମ୍ଭରେ ଅନେକ ମିଟିଂ କରିଥିଲେ ମଧ୍ୟ କୌଣସି ଫଳାଫଳ ମିଳିନଥିଲା।

କମେଡି ଭିଡିଓରୁ ମିଳିଲା ପରିଚୟ

ଫିଲ୍ମରେ ସୁଯୋଗ ନମିଳିବା ପରେ ମଧ୍ୟ ଜେମି ହାର୍ ମାନିନଥିଲେ। ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ରେ ନିଜର କମେଡି ଭିଡିଓ ଏବଂ ରିଲସ୍ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିବା ଆରମ୍ଭ କଲେ। ଆଜି ତାଙ୍କ ଟ୍ୟାଲେଣ୍ଟ ଏବଂ କଠିନ ପରିଶ୍ରମ ଯୋଗୁଁ ହିଁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ତାଙ୍କୁ କାମ ମିଳିବା ମଧ୍ୟ ଆରମ୍ଭ ହୋଇଛି।

ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଏବଂ ନିଜ ବ୍ଲଗ୍ ମାଧ୍ୟମରେ ସର୍ବଦା ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। କିନ୍ତୁ ନିକଟରେ ତାଙ୍କର ଏକ ରହସ୍ୟମୟ ବ୍ଲଗ୍ ପୋଷ୍ଟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ପୋଷ୍ଟରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା, ଅସ୍ତ୍ରୋପଚାର ଏବଂ ଆଇସିୟୁ (ICU) ରହଣି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାସହ ସେ ଘରକୁ ଫେରିବା ସମୟକୁ ସବୁଠାରୁ କଷ୍ଟକର ପର୍ଯ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ବ୍ଲଗ୍‌ରେ କ'ଣ ଲେଖିଛନ୍ତି ବିଗ୍ ବି?

ସୋମବାର ଦିନ ନିଜ ବ୍ୟକ୍ତିଗତ ବ୍ଲଗ୍‌ରେ ବିଗ୍ ବି ଲେଖିଛନ୍ତି, ".. ଡାକ୍ତରଖାନାରେ ଏକ ଅସ୍ତ୍ରୋପଚାର ଏବଂ ଆଇସିୟୁରେ, ଦକ୍ଷ ଡାକ୍ତର ତଥା ମେଡିକାଲ୍ ଷ୍ଟାଫ୍‌ଙ୍କ ଯତ୍ନରେ.. ଡିସଚାର୍ଜ.. ଏବଂ ଘରକୁ ଫେରିବା .."। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଆସୁଥିବା ଆହ୍ୱାନଗୁଡିକ ବିଷୟରେ ସେ ଆହୁରି ଲେଖିଛନ୍ତି ଯେ, "ଘରକୁ ଫେରିବା ପରର ଏହି ସମୟ ଶାରୀରିକ, ମାନସିକ ଏବଂ ବ୍ୟବହାରିକ ଭାବରେ ସବୁଠାରୁ କଷ୍ଟକର ପର୍ଯ୍ୟାୟ ଅଟେ। ଆପଣ ଜଣେ ସମ୍ମାନିତ ବିଜେତା ହୋଇପାରନ୍ତି ଏବଂ ଦିନେ ପରାଜୟ ଆପଣଙ୍କୁ ଚାହିଁ ରହିଥାଏ.. ଏହା ଆପଣଙ୍କ ଜୀବନର ସବୁଠାରୁ କଠିନ ସମୟ"।

ଦାର୍ଶନିକ ଅନ୍ଦାଜରେ ଦେଲେ ବାର୍ତ୍ତା

ଏହି ପୋଷ୍ଟର ଶେଷରେ ଏକ ଦାର୍ଶନିକ ବାର୍ତ୍ତା ଦେଇ ଅମିତାଭ ବଚ୍ଚନ ଲେଖିଛନ୍ତି, "କେହି କେହି ଏହାକୁ ସାହସର ସହ ସାମ୍ନା କରନ୍ତି.. କେହି କେହି ହାରିଯାଆନ୍ତି.. ଯେଉଁମାନେ ସଂଘର୍ଷ କରନ୍ତି ଏବଂ ସାହସୀ ହୁଅନ୍ତି ସେମାନେ ସର୍ବଦା ବିଜେତା ହୋଇ ରୁହନ୍ତି... ଆଉ ଯେଉଁମାନେ ତାହା କରନ୍ତି ନାହିଁ, ସେମାନେ ପୁରୁଣା ଗୌରବରେ ବଞ୍ଚିବାକୁ ଆପଣେଇ ନିଅନ୍ତି। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ପସନ୍ଦ। ଏଥିରେ କିଛି ଭୁଲ୍ ନାହିଁ। ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ"।

ପ୍ରଶଂସକଙ୍କ ମଧ୍ୟରେ ଉଦ୍‌ବେଗ

ଏହି ବ୍ଲଗ୍ ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ନେଟ୍‌ଦୁନିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ପ୍ରିୟ ଅମିତ ଜୀ, ଆଶା କରୁଛୁ ଆପଣ ନିଜ ସ୍ୱାସ୍ଥ୍ୟ ବିଷୟରେ ଏପରି କହୁନାହାଁନ୍ତି! ଆଶା କରୁଛୁ ଆପଣ ଡାକ୍ତରଖାନା କିମ୍ବା ଆଇସିୟୁରେ ନଥିଲେ! ଆପଣ ଯାହାଙ୍କ ବିଷୟରେ ବି ପୋଷ୍ଟ କରିଛନ୍ତି ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ"। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ଆପଣ କାହା ବିଷୟରେ କହୁଛନ୍ତି ଅମିତାଭ ଜୀ? ମୁଁ ବହୁତ ଚିନ୍ତିତ"। ଏହି ରହସ୍ୟମୟ ପୋଷ୍ଟଟି ପ୍ରକୃତରେ ତାଙ୍କ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ନା ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ବଲିଉଡ ଅଭିନେତା ଆମୀର ଖାନଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ମୁମ୍ବାଇ ପୋଲିସ
ସଲମାନ ଖାନଙ୍କ ପରେ ଏବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ (Aamir Khan) ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀଙ୍କ ପକ୍ଷରୁ ଆମୀର ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଧମକ ଏକ ସୋସିଆଲ ମିଡିଆ ପୋଷ୍ଟ ଏବଂ ଭଏସ୍ ନୋଟ୍ ମାଧ୍ୟମରେ ଦିଆଯାଇଛି। ଘଟଣାକୁ ଗମ୍ଭୀରତାର ସହ ନେଇ ମୁମ୍ବାଇ ପୋଲିସ ଏହାର ତଦନ୍ତ ଏବଂ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ସୋସିଆଲ ମିଡିଆରେ ମିଳିଲା ଧମକ

ରିପୋର୍ଟ ଅନୁଯାୟୀ, ଆର୍ଜୁ ବିଷ୍ଣୋଇ ଏବଂ ଟାଇସନ୍ ବିଷ୍ଣୋଇ ନାମକ ଦୁଇ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଛନ୍ତି, ଯେଉଁମାନେ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଛନ୍ତି। ଏହି ପୋଷ୍ଟରେ ଅଭିନେତାଙ୍କୁ ସିଧାସଳଖ ଚେତାବନୀ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଆମୀର ଖାନ କିମ୍ବା ତାଙ୍କ ଟିମ୍ ପକ୍ଷରୁ ପୋଲିସରେ କୌଣସି ଆନୁଷ୍ଠାନିକ ଅଭିଯୋଗ କରାଯାଇ ନାହିଁ।

ଧମକ ପଛର କାରଣ

ଗ୍ୟାଙ୍ଗର ସଦସ୍ୟମାନେ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ ଆମୀର ଖାନ ତାଙ୍କର ତୃତୀୟ ବିବାହ ମାଧ୍ୟମରେ 'ଲଭ୍ ଜିହାଦ'କୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ସନାତନ ଧର୍ମକୁ ଅପମାନିତ କରୁଛନ୍ତି। ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖାଯାଇଛି ଯେ, ଯେଉଁମାନେ ଷ୍ଟାରଡମ୍ ନାମରେ ଏଭଳି ଘୃଣ୍ୟ କାର୍ଯ୍ୟକୁ ପ୍ରୋତ୍ସାହିତ କରିବେ, ସେମାନଙ୍କୁ ଉଚିତ ଶାସ୍ତି ଦିଆଯିବ। ଏହା ସହିତ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗତ ମାସରେ ଘଟିଥିବା ଏକ ୧୩ ବର୍ଷୀୟା ନାବାଳିକାର ଯୌନ ନିର୍ଯାତନା ଘଟଣାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଥିବା ରାଜନେତାମାନଙ୍କୁ ମଧ୍ୟ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଗ୍ୟାଙ୍ଗ ଚେତାବନୀ ଦେଇଛି। ଏଥିସହ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ପରବେଶ ଓ ହିମାଂଶୁ ନାମକ ଦୁଇ ସଦସ୍ୟଙ୍କୁ ମଧ୍ୟ ପୋଷ୍ଟ ଜରିଆରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ପୋଲିସର ତଦନ୍ତ ଜାରି

ବର୍ତ୍ତମାନ ମୁମ୍ବାଇ ପୋଲିସ ସାଇବର ସେଲ୍ ସହାୟତାରେ ଭାଇରାଲ ହେଉଥିବା ଏହି ସୋସିଆଲ ମିଡିଆ ପୋଷ୍ଟ ଏବଂ ଭଏସ୍ ନୋଟର ସତ୍ୟତା ଯାଞ୍ଚ କରୁଛି। ସଲମାନ ଖାନଙ୍କୁ ମିଳିଥିବା କ୍ରମାଗତ ଧମକ ପରେ ଏବେ ଆମୀର ଖାନଙ୍କୁ ଏଭଳି ଧମକ ବଲିଉଡରେ ଆତଙ୍କ ଖେଳାଇ ଦେଇଛି। ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରତିଟି ଦିଗକୁ ଟିକନିଖି ଭାବେ ତଦନ୍ତ କରୁଛି।

୬୧ ବର୍ଷରେ ପୁଣି ବର ସାଜିଲେ ଆମିର ଖାନ୍: ୨୦ ବର୍ଷରେ ପ୍ରଥମ ପ୍ରେମରୁ ୬୧ରେ ତୃତୀୟ ବିବାହ ଯାଏଁ ତାଙ୍କର ଯାତ୍ରା
ବଲିଉଡର ସୁପରଷ୍ଟାର ତଥା 'ମିଷ୍ଟର ପରଫେକ୍ସନିଷ୍ଟ' ଭାବେ ପରିଚିତ ଆମିର ଖାନ୍ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୬୧ ବର୍ଷ ବୟସରେ ସେ ନିଜର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍ଟ (Gauri Spratt)ଙ୍କୁ ବିବାହ କରିଛନ୍ତି। ଜୁଲାଇ ୫ ତାରିଖରେ ଏକ ଘରୋଇ ଉତ୍ସବରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଘରୋଇ ପରିବେଶରେ ସମ୍ପନ୍ନ ହେଲା ବିବାହ

ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆମିରଙ୍କ ବାସଭବନରେ ଏହି ରେଜିଷ୍ଟ୍ରି ବିବାହ ସମ୍ପନ୍ନ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଉତ୍ସବରେ କେବଳ ପରିବାରବର୍ଗ ଓ ଅତି ଘନିଷ୍ଠ ବନ୍ଧୁଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ଅତିଥି ସାମିଲ ହୋଇଥିଲେ। ବିବାହ ବେଳେ ଗୌରୀ ଏକ ଆକର୍ଷଣୀୟ ଆଇଭୋରୀ ଲେସ୍ ସୁଟ୍ ପିନ୍ଧିଥିବା ବେଳେ, ଆମିର କ୍ଲାସିକ୍ କ୍ରିମ୍ କୁର୍ତ୍ତାରେ ନଜର ଆସିଥିଲେ।

ପୂର୍ବତନ ପତ୍ନୀଙ୍କ ଉପସ୍ଥିତି

ଏହି ବିବାହର ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥା ନିଆରା କଥା ଥିଲା ଆମିରଙ୍କ ପୂର୍ବତନ ପତ୍ନୀ ରୀନା ଦତ୍ତ ଏବଂ କିରଣ ରାଓଙ୍କ ଉପସ୍ଥିତି। ଏହି ଉତ୍ସବରେ ଉଭୟ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ପାରସ୍ପରିକ ସମ୍ମାନର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ସହ ଆମିରଙ୍କ ପିଲା ଇରା ଖାନ୍ ଓ ଜୁନୈଦ ଖାନ୍ ମଧ୍ୟ ଏହି ଖୁସିରେ ସାମିଲ ହୋଇଥିଲେ।

୨୦ ବର୍ଷରେ ପ୍ରଥମ ପ୍ରେମରୁ ୬୧ରେ ତୃତୀୟ ବିବାହ

ଆମିରଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାର ବିଷୟ ହୋଇରହିଛି। ମାତ୍ର ୨୦ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ପ୍ରେମ ରୀନାଙ୍କୁ ବିବାହ କରିଥିଲେ। ପରେ କିରଣ ରାଓଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ହୋଇଥିଲା। ଏବେ ୬୧ ବର୍ଷରେ ସେ ନିଜଠାରୁ ୧୪ ବର୍ଷ ସାନ ତଥା ୪୭ ବର୍ଷୀୟା ଗୌରୀଙ୍କୁ ତୃତୀୟ ଥର ପାଇଁ ଜୀବନସାଥୀ କରିଛନ୍ତି। ପ୍ରାୟ ୨୫ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲେ ମଧ୍ୟ, ୨୦୨୪ ମସିହାରେ ବେଙ୍ଗାଲୁରୁରେ ସେମାନଙ୍କର ସମ୍ପର୍କ ପୁଣି ଯୋଡ଼ି ହୋଇଥିଲା। ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହାକୁ ଆମିର ନିଜର ଏହି ନୂଆ ଜୀବନ ଆରମ୍ଭ କରି ପ୍ରମାଣିତ କରିଛନ୍ତି।

ବଲିଉଡରେ ଲିଙ୍ଗଗତ ବୈଷମ୍ୟ ନେଇ ମୁହଁ ଖୋଲିଲେ କୃତି ସାନନ୍: 'ପୁରୁଷ ତାରକାମାନଙ୍କୁ ଭୟ କରନ୍ତି ସହକାରୀ ନିର୍ଦ୍ଦେଶକ'
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କୃତି ସାନନ୍ ନିକଟରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଥିବା ଲିଙ୍ଗଗତ ବୈଷମ୍ୟ (Gender bias) ନେଇ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଫିଲ୍ମ ସେଟ୍‌ରେ ମହିଳା କଳାକାରମାନଙ୍କୁ ଅନେକ ସମୟରେ ହାଲୁକା ଭାବେ ନିଆଯାଏ ଏବଂ ସେମାନଙ୍କୁ କମ୍ ଗୁରୁତ୍ୱ ଦିଆଯାଏ। ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୁଷ ତାରକାମାନଙ୍କୁ ଭୟ କରନ୍ତି ସହକାରୀ ନିର୍ଦ୍ଦେଶକ

କୃତିଙ୍କ ଅନୁଯାୟୀ, ଫିଲ୍ମ ସେଟ୍‌ରେ ପୁରୁଷ ଏବଂ ମହିଳା ତାରକାମାନଙ୍କ ପ୍ରତି ବ୍ୟବହାରରେ ଆକାଶ ପାତାଳ ଫରକ ଦେଖିବାକୁ ମିଳେ। ସେ କହିଛନ୍ତି ଯେ, "ଆସିଷ୍ଟାଣ୍ଟ ଡିରେକ୍ଟର (AD) କିମ୍ବା ସହକାରୀ ନିର୍ଦ୍ଦେଶକମାନେ ପୁରୁଷ ତାରକାମାନଙ୍କୁ ଭୟ କରନ୍ତି। କିନ୍ତୁ ମହିଳା ଅଭିନେତ୍ରୀମାନଙ୍କ କ୍ଷେତ୍ରରେ ସେଭଳି କିଛି ଦେଖିବାକୁ ମିଳେନାହିଁ, ଯାହା ଫଳରେ ସେମାନଙ୍କୁ ସହଜରେ ଅଣଦେଖା କରାଯାଇଥାଏ।"

'ପ୍ରଶ୍ନ କଲେ ନାୟକ ପେସାଦାର, ନାୟିକା ହେଲେ ବେଶି କଥା'

ବଲିଉଡର ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇ କୃତି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଯଦି ଜଣେ ନାୟକ କୌଣସି ବିଷୟରେ ପ୍ରଶ୍ନ କରନ୍ତି, ତେବେ ତାଙ୍କୁ 'ପ୍ରୋଫେସନାଲ୍' ବା ପେସାଦାର ବୋଲି ଧରିନିଆଯାଏ। ମାତ୍ର ଯଦି ଜଣେ ନାୟିକା ନିଜର ମତ ରଖନ୍ତି କିମ୍ବା ପ୍ରଶ୍ନ କରନ୍ତି, ତେବେ ତାଙ୍କୁ 'ବେଶି କଥା କହୁଥିବା' ବ୍ୟକ୍ତି ଭାବରେ ବିଚାର କରାଯାଏ।

ବଲିଉଡରେ ସବୁଠୁ ଅଧିକ ଚାଲେଞ୍ଜ

ନିଜ ଜୀବନର ଅନୁଭୂତି ବାଣ୍ଟି କୃତି ସାନନ୍ କହିଛନ୍ତି ଯେ, ସେ ଇଞ୍ଜିନିୟରିଂ କଲେଜରେ ପଢ଼ିଛନ୍ତି ଏବଂ ମଡେଲିଂ ମଧ୍ୟ କରିଛନ୍ତି। କିନ୍ତୁ ଏସବୁ କ୍ଷେତ୍ର ତୁଳନାରେ ବଲିଉଡରେ ତାଙ୍କୁ ସବୁଠାରୁ ଅଧିକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ବିଶେଷକରି ଫିଲ୍ମ ସେଟ୍‌ରେ ଥିବା ଏହି ଭେଦଭାବ ତାଙ୍କୁ ଅନେକ ସମୟରେ ନିରାଶ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବୟସଗତ ଭେଦଭାବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଈଶା କୋପିକର। ଫିଲ୍ମଗୁଡ଼ିକରେ ପୁରୁଷ ଏବଂ ମହିଳା କଳାକାରଙ୍କ ପାଇଁ ଥିବା ଭିନ୍ନ ଭିନ୍ନ ମାନଦଣ୍ଡ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି, ଅଧିକ ବୟସର ଅଭିନେତାମାନେ ନିଜଠାରୁ ଅଧା ବୟସର ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ କିପରି ସ୍ୱାଭାବିକ ବୋଲି ଧରିନିଆଯାଏ, ସେ ନେଇ ଈଶା କଡ଼ା ସମାଲୋଚନା କରିଛନ୍ତି।

ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଜାରି କରି ଈଶା କୋପିକର କହିଛନ୍ତି ଯେ, "ଏହା ବହୁତ ଆଶ୍ଚର୍ଯ୍ୟଜନକ କଥା ନୁହେଁ କି? ଜଣେ ପୁରୁଷର ବୟସ ବଢ଼ିଲେ ତାହାକୁ ଅଭିଜ୍ଞତା ବୋଲି କୁହାଯାଏ, କିନ୍ତୁ ଜଣେ ମହିଳାର ବୟସ ବଢ଼ିଲେ ତାହାକୁ ଏକ ସମସ୍ୟା ଭାବେ ଦେଖାଯାଏ। ଫିଲ୍ମଗୁଡ଼ିକରେ ଆମେ ଦେଖୁ ଯେ, ହିରୋମାନେ ନିଜଠାରୁ ଅଧା ବୟସର ଝିଅମାନଙ୍କ ସହ ରୋମାନ୍ସ କରୁଛନ୍ତି ଏବଂ ଏହାକୁ ବହୁତ ସାଧାରଣ ବା ନର୍ମାଲ୍ ବୋଲି ଗ୍ରହଣ କରାଯାଉଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କୁ ସେମାନଙ୍କ ବୟସ ଏବଂ ରୂପକୁ ନେଇ ବାରମ୍ବାର ବିଚାର କରାଯାଇଥାଏ।

ବୟସ ବଢ଼ିବା କୌଣସି ଅପମାନ ନୁହେଁ

ମହିଳାମାନଙ୍କ ସମର୍ଥନରେ ଦୃଢ଼ ଯୁକ୍ତି ବାଢ଼ି ଈଶା କହିଛନ୍ତି ଯେ, ଯଦି ଜଣେ ମହିଳା ଷ୍ଟାଇଲିସ୍ ହୋଇଥାଏ ଏବଂ ନିଜର ବ୍ୟକ୍ତିତ୍ୱକୁ ଉଜାଗର କରେ, ତେବେ ତାଙ୍କୁ 'ନିଜ ବୟସ ହିସାବରେ ଆଚରଣ କରିବାକୁ' ଉପଦେଶ ଦିଆଯାଏ। "କିନ୍ତୁ ସତ କଥା ହେଉଛି, ସମୟ ସହିତ ମହିଳାମାନେ ଆହୁରି ଗଭୀର ହୁଅନ୍ତି। ସେମାନଙ୍କର ଆତ୍ମବିଶ୍ୱାସ ଆହୁରି ମଜବୁତ ହୁଏ। ସେମାନଙ୍କର ସୌନ୍ଦର୍ଯ୍ୟ କେବଳ ଚେହେରାରେ ନଥାଏ, ବରଂ ସେମାନଙ୍କ ଜୀବନ ଯାତ୍ରାରେ ପ୍ରତିଫଳିତ ହୁଏ। ମୁହଁର କୁଞ୍ଚନ କେବଳ ବୟସ ଦର୍ଶାଏ ନାହିଁ, ବରଂ ସେମାନଙ୍କର ସଂଘର୍ଷକୁ ମଧ୍ୟ ପ୍ରମାଣିତ କରେ" ବୋଲି ସେ କହିଛନ୍ତି।

ଶେଷରେ, ଦର୍ଶକ ଏବଂ ସମାଜକୁ ବାର୍ତ୍ତା ଦେଇ ଈଶା କୋପିକର ଅନୁରୋଧ କରିଛନ୍ତି ଯେ ବୟସ ବଢ଼ିବା ପ୍ରକ୍ରିୟାକୁ ଏକ ଅପମାନ ଭାବେ ନ ଦେଖି ପ୍ରତ୍ୟେକ ବୟସରେ ମହିଳାମାନଙ୍କୁ ସମ୍ମାନ ଦିଆଯିବା ଉଚିତ୍। ଜଣେ ମହିଳାର ରୂପ ଓ ଚର୍ମକୁ ନୁହେଁ ବରଂ ତାର ଆଭ୍ୟନ୍ତରୀଣ ଶକ୍ତିକୁ ଦେଖିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି।

View this post on Instagram

A post shared by Isha Koppikar (@isha_konnects)

‘ପ୍ରହାର’ରେ ରାଜକୁମାର ରାଓଙ୍କ ଦମଦାର ଅଭିନୟ, ପ୍ରଶଂସାରେ ପୋତି ପକାଇଲେ ଉଜ୍ଜ୍ୱଳ ନିକମ
ପ୍ରସିଦ୍ଧ ପବ୍ଲିକ୍ ପ୍ରସିକ୍ୟୁଟର୍ ତଥା ରାଜ୍ୟସଭା ସାଂସଦ ଉଜ୍ଜ୍ୱଳ ନିକମ ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଆଗାମୀ ବାୟୋପିକ୍ 'ପ୍ରହାର'ରେ ରାଜକୁମାର ରାଓ ତାଙ୍କ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କର ଏହି ଅଭିନୟକୁ ଶ୍ରୀ ନିକମ ଖୁବ୍ ପସନ୍ଦ କରିଛନ୍ତି। ଏହି ଚଳଚ୍ଚିତ୍ରଟି ବିଶେଷ କରି ୨୦୦୮ ମସିହାରେ ହୋଇଥିବା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏବଂ ଏଥିରେ ଜୀବିତ ଧରାପଡ଼ିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବର ମାମଲା ଉପରେ ଆଧାରିତ।

ଚଳଚ୍ଚିତ୍ରରେ ଜୀବନ୍ତ ହୋଇଛି ସଂଘର୍ଷର କାହାଣୀ

ଏହି ବାୟୋପିକ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ଉଜ୍ଜ୍ୱଳ ନିକମ କହିଛନ୍ତି ଯେ, "ରାଜକୁମାର ରାଓ ଏଥିରେ ଅତ୍ୟନ୍ତ ଚମତ୍କାର ଅଭିନୟ କରିଛନ୍ତି। 'ପ୍ରହାର' ଚଳଚ୍ଚିତ୍ର କେବଳ ଜଣେ ପବ୍ଲିକ୍ ପ୍ରସିକ୍ୟୁଟର୍ ଭାବରେ ମୋର ଯାତ୍ରାକୁ ନୁହେଁ, ବରଂ ଜଣେ ସ୍ୱାମୀ ଏବଂ ପିତା ଭାବରେ ମୋର ଜୀବନକୁ ମଧ୍ୟ ଅତି ନିଖୁଣ ଓ ଜୀବନ୍ତ ଭାବରେ ଚିତ୍ରଣ କରିଛି।" ତାଙ୍କ କହିବା ଅନୁଯାୟୀ, ଲୋକମାନେ କେବଳ ଅଦାଲତର ରାୟକୁ ମନେ ରଖନ୍ତି, କିନ୍ତୁ ଏହା ପଛରେ ଥିବା ସଂଘର୍ଷମୟ ରାତିଗୁଡ଼ିକୁ କେହି ଜାଣନ୍ତି ନାହିଁ। ଏହି ଚଳଚ୍ଚିତ୍ରରେ ସେହି ଅଦେଖା ଦିଗଗୁଡ଼ିକୁ ଦର୍ଶାଯାଇଛି, ଯାହା କେବେ କୌଣସି ଖବରର ଶିରୋନାମା ପାଲଟିନଥିଲା।

ଲୋକଲୋଚନକୁ ଆସିବ ଅଦେଖା ଦିଗ

ନିଜ କ୍ୟାରିୟରରେ ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ଏବଂ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଭଳି ଅନେକ ହାଇ-ପ୍ରୋଫାଇଲ୍ ମାମଲା ଲଢ଼ିଥିବା ଶ୍ରୀ ନିକମ ପ୍ରଥମ ଥର ପାଇଁ ନିଜର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଛନ୍ତି। ସେ କହିଛନ୍ତି, "ମୁଁ ଏପରି ମାମଲାର ଯୁକ୍ତି ଉପସ୍ଥାପନ କରିଛି, ଯାହାକୁ ପୂରା ଦେଶ ଦେଖୁଥିଲା। ଏହି ବଡ଼ ଦାୟିତ୍ୱ ମୋତେ କେତେ ଏକୁଟିଆ କରିଦେଇଥିଲା, ସେ ବିଷୟରେ ମୁଁ କେବେ ମୁହଁ ଖୋଲିନଥିଲି। କିନ୍ତୁ ଏହି ଚଳଚ୍ଚିତ୍ରଟି ସେହି ସତ୍ୟକୁ ଦର୍ଶାଇଛି ଏବଂ ଯେଉଁ କଥାକୁ ମୁଁ ଶବ୍ଦରେ ପ୍ରକାଶ କରିପାରିନଥିଲି, ତାହା ଏହା ମାଧ୍ୟମରେ କୁହାଯାଇପାରିଛି।"

'ପ୍ରହାର' ଚଳଚ୍ଚିତ୍ର ସମ୍ପର୍କରେ

ଅବିନାଶ ଅରୁଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କୋର୍ଟରୁମ୍ ଡ୍ରାମାଟି ମୁଖ୍ୟତଃ କସାବ ଫାଶୀ ମାମଲା ଏବଂ ଆଇନଗତ ଲଢ଼େଇ ଉପରେ ପର୍ଯ୍ୟବେସିତ। ମାଡକ୍ ଫିଲ୍ମସ୍ ବ୍ୟାନରରେ ଦିନେଶ ବିଜନ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଏଥିରେ ରାଜକୁମାର ରାଓଙ୍କ ବ୍ୟତୀତ ୱାମିକା ଗାବି, ଜୟଦୀପ ଅହଲାୱତ ଏବଂ ସିକନ୍ଦର ଖେର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଆସନ୍ତା ଅଗଷ୍ଟ ୭ ତାରିଖରେ ଏହି ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି ଅଟେ।

‘ନେକ୍ସଟ୍ ଫ୍ରାଇଡେ’ର ଗ୍ୟାରେଣ୍ଟି ନାହିଁ’: ପୁଲକିତ ସମ୍ରାଟଙ୍କୁ କାହିଁକି ଏମିତି କହିଥିଲେ ସଲମାନ ଖାନ?
ପୁଲକିତ ସମ୍ରାଟ (Pulkit Samrat) ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୨ ମସିହାରେ ଫିଲ୍ମ 'ବିଟ୍ଟୁ ବସ୍' (Bittoo Boss) ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ ନିଜର ଡେବ୍ୟୁ ସମୟର ଏକ କାହାଣୀ ବଖାଣିଛନ୍ତି। ବଲିଉଡର ସୁଲତାନ ସଲମାନ ଖାନ (Salman Khan) ତାଙ୍କୁ ଫିଲ୍ମ ରିଲିଜ୍ ପୂର୍ବରୁ ଏମିତି କିଛି ପରାମର୍ଶ ଦେଇଥିଲେ, ଯାହା ତାଙ୍କର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା।

ଡେବ୍ୟୁ ପୂର୍ବରୁ ସଲମାନ ଦେଇଥିଲେ ଖାସ୍ ପରାମର୍ଶ

ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର କିମ୍ବା ମେଣ୍ଟର ନଥିବାରୁ ପୁଲକିତ ନିଜର ପ୍ରଥମ ଫିଲ୍ମକୁ ନେଇ ବେଶ୍ ଚିନ୍ତିତ ଥିଲେ। ଦର୍ଶକ ତାଙ୍କ ଅଭିନୟକୁ କିପରି ଗ୍ରହଣ କରିବେ, ସେନେଇ ସେ ଖୁବ୍ ଭୟଭୀତ ଥିଲେ। ଏହି ସମୟରେ ସଲମାନ ଖାନ ତାଙ୍କୁ ସିଧାସଳଖ ବୁଝାଇ କହିଥିଲେ, "ପୁଲକିତ, ମୁଁ ହେଉଛି ସଲମାନ ଖାନ। ଏଠି ମୋର ପରବର୍ତ୍ତୀ ଶୁକ୍ରବାରର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ତୁମେ ନିଜକୁ କ'ଣ ଭାବୁଛ? ଏତେ ଟେନସନ୍ ନେଇ ତୁମେ କ'ଣ ହାସଲ କରିବ?" ଏହି କଥା ପୁଲକିତଙ୍କୁ ଏହା ଅନୁଭବ କରାଇଥିଲା ଯେ, ଯେତେବେଳେ ସଲମାନଙ୍କ ଭଳି ମେଗାଷ୍ଟାରଙ୍କର ବକ୍ସ ଅଫିସରେ ସଫଳତାର କୌଣସି ଗ୍ୟାରେଣ୍ଟି ନାହିଁ, ସେତେବେଳେ ତାଙ୍କର ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ।

ସଲମାନଙ୍କ କଠିନ ପରିଶ୍ରମରୁ ପ୍ରେରଣା

ସଲମାନଙ୍କ କାମ ପ୍ରତି ଥିବା ନିଷ୍ଠା ଓ ଭଲପାଇବାକୁ ପୁଲକିତ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, "ସଲମାନ ଭାଇ ଦିନର ୨୪ ଘଣ୍ଟା କେବଳ ଫିଲ୍ମ ବିଷୟରେ ହିଁ ଚିନ୍ତା କରନ୍ତି। ଯଦି ସେ କେବେ ଦିନକୁ ମାତ୍ର ୩ ଘଣ୍ଟା ଶୋଇବାକୁ ସମୟ ପାଆନ୍ତି, ତେବେ ସେହି ସମୟରେ ମଧ୍ୟ ସେ ନିଜ ପ୍ରୋଜେକ୍ଟ, ଚରିତ୍ର ଏବଂ ଆକ୍ସନ ସିକ୍ୱେନ୍ସ ବିଷୟରେ ଚିନ୍ତା କରୁଥାନ୍ତି।" ସଲମାନଙ୍କର ଏହି ଉତ୍ସର୍ଗୀକୃତ ମନୋଭାବ ଦେଖିବା ପରେ ପୁଲକିତ ଅନୁଭବ କରିଥିଲେ ଯେ ଯଦି ସେ ସଲମାନଙ୍କ ସଫଳତାର ୫୦ ପ୍ରତିଶତ ବି ହାସଲ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ୫୦୦ ପ୍ରତିଶତ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ପୁଲକିତଙ୍କ ବ୍ୟକ୍ତିଗତ ଜୀବନ ଓ କ୍ୟାରିୟର୍

ସୂଚନାଯୋଗ୍ୟ ଯେ, ପୁଲକିତ ପୂର୍ବରୁ ସଲମାନ ଖାନଙ୍କ ରାକ୍ଷୀ ଭଉଣୀ ଶ୍ୱେତା ରୋହିରା (Shweta Rohira)ଙ୍କୁ ବିବାହ କରିଥିଲେ। ତେବେ ବିବାହର ମାତ୍ର ଗୋଟିଏ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ। ବର୍ତ୍ତମାନ ପୁଲକିତ ଅଭିନେତ୍ରୀ କୃତି ଖରବନ୍ଦା (Kriti Kharbanda)ଙ୍କୁ ବିବାହ କରିଛନ୍ତି। ଦୀର୍ଘ ୫ ବର୍ଷର ଡେଟିଂ ପରେ ୨୦୨୪ ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ପୁଲକିତଙ୍କୁ ନିକଟରେ ନେଟଫ୍ଲିକ୍ସ ସିରିଜ୍ 'ଗ୍ଲୋରୀ' (Glory)ରେ ଦେଖିବାକୁ ମିଳିଥିଲା।

ହଲିଉଡ୍‌ରେ ମିଳିନି ବଲିଉଡ୍ ଭଳି ସଫଳତା: ପ୍ରିୟଙ୍କାଙ୍କ ଖୋଲାଖୋଲି ସ୍ୱୀକାରୋକ୍ତି
ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ନିକଟରେ କାନ୍ସ ଲାୟନ୍ସ କନଫରେନ୍ସରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ତାଙ୍କ ଅଭିନୟ ଯାତ୍ରା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବାର୍ତ୍ତାଳାପ ବେଳେ ଅଭିନେତ୍ରୀ ସ୍ୱୀକାର କରିଛନ୍ତି ଯେ ତାଙ୍କ ହଲିଉଡ୍ କ୍ୟାରିୟର ଏପର୍ଯ୍ୟନ୍ତ ବଲିଉଡରେ ସେ ସୃଷ୍ଟି କରିଥିବା ସଫଳତା ଏବଂ ଲିଗାସି ସହ ମେଳ ଖାଉନାହିଁ।

ବଲିଉଡରେ ଶହେରୁ ଅଧିକ ଫିଲ୍ମ

ନିଜ ଯାତ୍ରା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରିୟଙ୍କା କହିଛନ୍ତି ଯେ ସେ ଭାରତୀୟ ଚଳଚ୍ଚିତ୍ର ଜଗତରେ ୧୦୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଏବଂ ନିଜ ପାଇଁ ଏକ ଦୃଢ଼ ପରିଚୟ ସୃଷ୍ଟି କରିଛନ୍ତି। ତେବେ ହଲିଉଡ୍ କଥା ଆସିଲେ, ସେ ଅନୁଭବ କରୁଛନ୍ତି ଯେ ସେ ଏପର୍ଯ୍ୟନ୍ତ ସେଠାରେ ବିଶେଷ କିଛି କରିନାହାଁନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସେ ଏବେ ବି ପାଶ୍ଚାତ୍ୟରେ ନିଜର ରାସ୍ତା ତିଆରି କରୁଛନ୍ତି ଏବଂ ଭାରତରେ ସେ ହାସଲ କରିଥିବା ଷ୍ଟାରଡମ୍ ସ୍ତରରେ ପହଞ୍ଚିବା ପାଇଁ ତାଙ୍କୁ ଆହୁରି ଅନେକ ଦୂର ଯିବାକୁ ପଡିବ।

ଷ୍ଟାଇଲିସ୍ ଅନ୍ଦାଜରେ ଆସିଲେ ନଜର

ନିଜର ପ୍ରଭାବଶାଳୀ ବକ୍ତବ୍ୟ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ଏହି ଇଭେଣ୍ଟରେ ନିଜର ଅଲଟ୍ରା-ଏଲିଗେଣ୍ଟ ଫ୍ୟାଶନ୍ ପାଇଁ ମଧ୍ୟ ଧ୍ୟାନ ଆକର୍ଷଣ କରିଥିଲେ। ଏକ ମଲ୍ଟି-କଲର ସାଟିନ୍ ଡ୍ରେସ୍ ଏବଂ ପୋଲକା-ଡଟ୍ ଗାଉନ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ଏହି ଷ୍ଟାଇଲିସ୍ ଲୁକ୍ ପୁଣିଥରେ ପ୍ରମାଣିତ କରିଛି ଯେ ସେ କାହିଁକି ଜଣେ ଗ୍ଲୋବାଲ୍ ଫ୍ୟାଶନ୍ ଆଇକନ୍ ଭାବରେ ପରିଚିତ। ତାଙ୍କର ଏହି ସତ୍ୟବାଦୀ ସ୍ୱୀକାରୋକ୍ତି ଏବଂ ଷ୍ଟାଇଲିସ୍ ଅନ୍ଦାଜ ବର୍ତ୍ତମାନ ଇଣ୍ଟରନେଟରେ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।