odishanews - The Sakala
ବର୍ଷା ଆଳ; ବଢୁଛି ପରିବା ଦର
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁଁ ପରିବା ଦର ବୃଦ୍ଧି ହେଉଛି। କେତେକ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଥିବା ବେଳେ ଚାଷ ଜମି ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ବଜାରରେ ପରିବା ଅଭାବ ହେତୁ ଦର ବଢ଼଼ୁଥିବା ବ୍ୟବସାୟୀମାନେ କହିଛନ୍ତି। କେତେକ ପରିବା ୧୦୦ଟଙ୍କା ଟପିଥିବା ବେଳେ ପ୍ରତ୍ୟେକ ପରିବା କିଲୋ ପିଛା ଦୁଇ ଦିନ ମଧ୍ୟରେ ୧୦ରୁ ୧୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ଫଳରେ ଖାଉଟିମାନେ ପ୍ରଭାବିତ ହେଉଛନ୍ତି। ଅନେକଙ୍କ ଖାଇବା ଥାଳିରୁ ପରିବା ବି ଉଭାନ୍‌‌ ହୋଇଗଲାଣି।
ଚଳିତବର୍ଷ ଲଗାଣ ବର୍ଷା ଯୋଗୁଁଁ ସପ୍ତାହେ ପୂର୍ବରୁ ଯେଉଁ ପରିବା ଦର କିଲୋ ପିଛା ୫୦ ମଧ୍ୟରେ ସୀମିତ ରହିଥିଲା ଏବେ ତାହା ୭୦ ଛୁଇଁଛି। ଆଉ କେତେକ ପରିବା ୧୦୦ଟଙ୍କାରେ ପହଞ୍ଚିଛି। ଟମାଟୋ କିଲୋ ୨୦ରୁ ୩୦, ପୋଟଳ ୭୦, ଭେଣ୍ଡି ୬୦, କଖାରୁ ୪୦, କ୍ୟାପସିକମ୍‌‌ ୧୨୦, ଗାଜର ୬୦, ବିନସ୍‌‌ ୧୨୦, କାକୁଡ଼ି ୬୦, ଜହ୍ନି ୮୦, କାଙ୍କଡ଼ ୨୦୦, ଫୁଲକୋବି ଗୋଟାକୁ ୭୦, ବାଇଗଣ ୭୦ରୁ ୮୦, ଧଣିଆ ବିଡ଼ା ୩୦, ପୁଦିନା ବିଡ଼ା ୩୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଶିଳା, କଳମ, ଖଡ଼ା, ଲେଉଟିଆ ଆଦି ଶାଗର ଦର ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।
ତେବେ ବର୍ଷା ପାଇଁ ପରିବା ଆମଦାନୀ ହୋଇପାରୁ ନଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହିଛନ୍ତି। ତେବେ ବର୍ଷା ଆଳରେ ବ୍ୟବସାୟୀମାନେ ପରିବା ଦର ମନକୁ ମନ ବୃଦ୍ଧି କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ଆଳୁ ପିଆଜ ମଧ୍ୟ କେତେକ ଖୁଚୁରା ବ୍ୟବସାୟୀ କିଲୋପିଛା ୫ରୁ ୭ଟଙ୍କା ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏନେଇ ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ପୂର୍ବରୁ ଓଡ଼ିଶାରେ ଯେଉଁ ପରିମାଣରେ ଚାଷ ହେଉଥିଲା ତାହା ଏବେ ହେଉ ନାହିଁ। ତେଣୁ ବର୍ଷ ସାରା ୮୦ ପ୍ରତିଶତ ପରିବା ପାଇଁ ବାହାର ରାଜ୍ୟକୁ ଆମେ ଭରସା କରୁଛୁ।
ଆଳୁ, ପିଆଜ ଠାରୁ ଆରମ୍ଭ କରି ଫୁଲ କୋବି, ବନ୍ଧା କୋବି, ଟମାଟୋ, ବାଇଗଣ, ଗାଜର, ବିଟ୍‌‌, କ୍ୟାପସିକମ୍‌‌, ଝୁଡ଼ଙ୍ଗ, ପୋଟଳ ଆଦି ପରିବା ରାଜ୍ୟ ବାହାରୁ ଆମଦାନୀ କରାଯାଉଛି। ଚାଷୀକୁ ଚାଷ କରିବାକୁ ପ୍ରୋତ୍ସାନ ଦେବା, ତାର ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ବଜାରୀକରଣ ପାଇଁ ସୁବିଧା ଯୋଗାଇ ଦିଆଯାଆନ୍ତା ତେବେ ତେବେ ଚାଷୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିନ୍ତେ। ଆମେ ନୂଆ ସରକାରଙ୍କ ଉପରେ ଯେଉଁ ଆଶା ରଖିଥିଲୁ ଯେ, ସରକାର କ୍ରିୟାଶୀଳ ହେବେ, ବାସ୍ତବ ଚିନ୍ତାଧାରା ନେଇ କାମ କରିବେ ତାହା ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟ କରାଯାଇ ପାରନି। କାରଣ ଚାଷୀ ଚାଷ ନକଲେ ଆମେ ଅନ୍ୟ ରାଜ୍ୟକୁ ଭରସା କରିବା। ବର୍ତ୍ତମାନ ହେଲେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ଯେଉଁଭଳି ବର୍ଷା ଲାଗି ରହିଛି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ତେଣୁ ଅନେକ ପରିବା ନଷ୍ଟ ହେବା ସହ ଟ୍ରାନ୍‌‌ସପୋର୍ଟେସନ୍‌‌ ପାଇଁ ଦର ଆହୁରି ବଢ଼଼ିପାରେ। ହେଲେ ବାଲେଶ୍ୱରକୁ ବାଦ୍‌‌ ଦେଲେ ଓଡ଼ିଶାରେ ଅନ୍ୟ ସ୍ଥାନରେ ବନ୍ୟା ପରିସ୍ଥିତି ଯଦିଓ ସୃଷ୍ଟି ହୋଇ ନାହିଁ, କିନ୍ତୁ ବନ୍ୟା ପାଇଁ ଓଡ଼ିଶାରେ ପରିବା ଚାଷ ଉପରେ ପ୍ରଭାବ ପଡ଼ିବ ନାହିଁ। କାରଣ ଓଡ଼ିଶାରେ ଚାଷୀମାନେ ଆଉ ପୂର୍ବଭଳି ପରିବା ଚାଷ କରୁନାହାନ୍ତି।
ଏମିତିକି ଗାଁ ଗଣ୍ଡାରେ ପୂର୍ବରୁ ନିଜ ବାଡ଼ି ବଗିଚାରେ ଯେଉଁ ଚାଷ କରୁଥିଳେ ତାହା ବି ହେଉ ନାହିଁ। ପୂର୍ବରୁ ଓଡ଼ିଶାର କଖାରୁ, ଭେଣ୍ଡି, କାକୁଡ଼ି, ଜହ୍ନି, ଟମାଟୋ, ବାଇଗଣ, ଛଚିନ୍ଦ୍ରା, ପୋଟଳ, କାକୁଡ଼ି ଆଦି ଲୋକାଲ୍‌‌ ପରିବା ଆମଦାନୀ ହେଉଥିଲା। ବର୍ତ୍ତମାନ ମହାରାଷ୍ଟ୍ର, କର୍ଣ୍ଣାଟକ, ରାଞ୍ଚି, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ପରିବା ଆମଦାନୀ ହେଉଥିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ପରିବା ଦର ବୃଦ୍ଧି ପାଇବା ସ୍ୱାଭବିକ।
ଓବିସି ବର୍ଗଙ୍କ ପାଇଁ ଲଢେ଼ଇ ଓ ଏସ୍‌ସି, ଏସ୍‌ଟିଙ୍କ ସଂଖ୍ୟାନୁପାତିକ ସଂରକ୍ଷଣ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି
ଭୁବନେଶ୍ୱର: ରାଜ୍ୟର ଏସଇବିସି/ଓବିସି ବର୍ଗ ପାଇଁ ୨୭% ସଂରକ୍ଷଣ ଓ ଏସ୍‌ସି, ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ୩୮.୭୫% ସଂରକ୍ଷଣ ଦାବିରେ ବିଜୁ ଜନତା ଦଳ ତରଫରୁ ରାଜଭବନ ସମ୍ମୁଖରେ ବିଶାଳ ଜନଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ, ଦଳର ବରିଷ୍ଠ ନେତାମାନେ ଏହି ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦଳର ଏହି ଦାବି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ବିଧାୟକ ତଥା ବିଜେଡି ଓବିସି ସେଲ୍‌ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳର ଏସ୍‌ଟି ସେଲ୍‌ର ଆବାହକ ଶ୍ରୀ ମଙ୍ଗଳା କିସାନ ଓ ଦଳର ଏସସି ସେଲର ଆବାହକ ଶ୍ରୀ ମହେଶ ସାହୁଙ୍କ ଆବାହକତ୍ୱରେ ଆଜିର ଏହି ଜନଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ, ନିକଟରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଇଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ଏକ ପ୍ରବଞ୍ଚନା ବୋଲି କୁହଯାଇଛି। ବିଶେଷକରି, ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗ ପାଇଁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନଥିବାକୁ ଦଳ ତରଫରୁ ନାପସନ୍ଦ କରାଯାଇଛି। ଯେଉଁ ଉଚ୍ଚଶିକ୍ଷା କ୍ଷେତ୍ରରେ, ଅଧିକାଂଶ ଆସନ ଗୁଡିକ ଖାଲି ପଡୁଛି, ସେ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରାଯିବା ଓବିସି ବର୍ଗ ପାଇଁ ଏକ ପ୍ରତାରଣା ଛଡା ଆଉ କିଛି ନୁହେଁ। ତେଣୁ ତୁରନ୍ତ ରାଜ୍ୟର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରାଯାଇଛି।
ସ୍ମାରକପତ୍ରରେ ଆହୁରି କୁହାଯାଇଛି, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ଓ ଅନେକ ରାଜ୍ୟରେ ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ରାଜ୍ୟର ଏସ୍‌ସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୩୮.୭୫% ସଂରକ୍ଷଣ ପ୍ରଦାନ କରାଯାଉଥିବା ବେଳେ, ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ୨୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ତେଣୁ ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ମଧ୍ୟ ୩୮.୭୫ % ସଂରକ୍ଷଣ ପ୍ରଦାନ ପାଇଁ ବିଜୁ ଜନତା ଦଳ ତରଫରୁ ଦାବି କରାଯାଇଛି ।
ଦଳର ବରିଷ୍ଠ ନେତାମାନେ ନିଜ ବକ୍ତବ୍ୟରେ କହିଥିଲେ, ରାଜ୍ୟର ଏସ୍‌ସି ଓ ଏସ୍‌ଟିି ଓ ଓବିସି ବର୍ଗର ଲୋକଙ୍କ ସ୍ୱାର୍ଥ ରକ୍ଷା ପ୍ରଦାନ ପାଇଁ ବିଜୁ ଜନତା ଦଳ ବିଭିନ୍ନ ପଦକ୍ଷେପ ନେବା ସହିତ ପ୍ରତିଶ୍ରୁତିବଦ୍ଧ ରହିଛି । ରାଜ୍ୟର ଓବିସି ବର୍ଗର ଲୋକ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ୨୦୨୦ ମସିହାରେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କମିସନ ଗଠନ କରାଯାଇଥିଲା । ରାଜ୍ୟର ଓବିସି, ଏସ୍‌ସି ଓ ଏସ୍‌ଟି ବର୍ଗର ଲୋକଙ୍କୁ ଶିକ୍ଷା ଓ ଚାକରି କ୍ଷେତ୍ରରେ ସଂଖ୍ୟା ଅନୁପାତରେ ଉପଯୁକ୍ତ ସଂରକ୍ଷଣ ପ୍ରଦାନ ପାଇଁ, ସର୍ବାଧିକ ୫୦% ସଂରକ୍ଷଣ ବ୍ୟବସ୍ଥା ପ୍ରତିବନ୍ଧକ ସାଜୁ ଥିବାରୁ, ଏହାକୁ ହଟାଇବା ପାଇଁ ନବୀନ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଓବିସି ମାନଙ୍କୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟରେ ଓବିସି ବର୍ଗର ଜନସଂଖ୍ୟା ସର୍ଭେ ନବୀନ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ କରାଯାଇଥିଲା । ପୂର୍ବରୁ ଓବିସି ତାଲିକାରେ ନଥିବା ୨୦ଟି ବର୍ଗର ଲୋକଙ୍କୁ ୨୦୨୩ ମସିହାରେ ନବୀନ ସରକାର ଓବିସି ବର୍ଗରେ ସାମିଲ କରି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲା।
୨୦୨୧ ମସିହାରେ, ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ, ବିଜୁ ଜନତା ଦଳ ତରଫରୁ ୪୦ ପ୍ରତିଶତରୁ ଅଧିକ ଆସନରେ ଓବିସି ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଥିଲା । ଅପରପକ୍ଷରେ, ବିଜେପି ଓବିସି ମାନଙ୍କୁ ସଂରକ୍ଷଣ ପ୍ରଦାନ ପ୍ରସଙ୍ଗକୁ ଆରମ୍ଭରୁ ବିରୋଧ କରି ଆସୁଥିଲା ବୋଲି ନେତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଓବିସି, ଏସ୍‌ସି ଓ ଏସ୍‌ଟି ବର୍ଗର ଏହି ଦାବି ପୂରଣ ହେବା ପର୍ଯ୍ୟନ୍ତ ବିଜେଡି ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରଖିବ।
ଏହି କାର୍ଯ୍ୟକ୍ରମରେ ଡ଼ ଅରୁଣ କୁମାର ସାହୁ, ମଙ୍ଗଳା କିଷାନ, ମହେଶ ସାହୁ,  ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା,  ପ୍ରମିଳା ମଲ୍ଲିକ,  ନିରଞ୍ଜନ ପୂଜାରୀ,  ଟୁକୁନି ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା,  ରଣେନ୍ଦ୍ର ପ୍ରତାପ ସ୍ୱାଇଁ,  ଅତନୁ ସବ୍ୟସାଚୀ ନାୟକ,  ସ୍ନେହାଙ୍ଗିନୀ ଛୁରିଆ,  ପ୍ରଫୁଲ୍ଲ ସାମଲ, ବଦ୍ରି ନାରାୟଣ ପାତ୍ର,  କଳିକେଶ ନାରାୟଣ ସିଂହଦେଓ, ବ୍ୟୋମକେଶ ରାୟ,  ସୁଭାଶିଷ ଖୁଣ୍ଟିଆ, ଦେବୀ ରଞ୍ଜନ ତ୍ରିପାଠୀ, ଅଶୋକ ଚନ୍ଦ୍ର ପଣ୍ଡା, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା,  ସୁଶାନ୍ତ ରାଉତ, ଗଣେଶ୍ୱର ବେହେରା,  ଧ୍ରୁବ ଚରଣ ସାହୁ,  ଭୃଗୁ ବକ୍ସିପାତ୍ର, ସୁନିଲ ମହାନ୍ତି, ପ୍ରୀତିରଞ୍ଜନ ଘଡେ଼ଇ,  ଅରବିନ୍ଦ ମହାପାତ୍ର,  ସାରଦା ପ୍ରସନ୍ନ ଜେନା,  ସାରଦା ନାୟକ, ରୋହିତ ଯୋଶେଫ ତିର୍କୀ,  ରାଜେନ୍ଦ୍ର ସାହୁ, ପ୍ରଦୀପ ମାଝୀ,  ମନ୍ମଥ ରାଉତରାୟ, ସୌଭିକ ବିଶ୍ୱାଳ, ବ୍ରଜକିଶୋର ପ୍ରଧାନ,  ନଳିନୀକାନ୍ତ ପ୍ରଧାନ, ସୁଲୋଚନା ଦାସ, ରାଜଶ୍ରୀ ମଲ୍ଲିକ,  ଶର୍ମିଷ୍ଠା ସେଠୀ,  ଲୋପାମୁଦ୍ରା ବକ୍ସିପାତ୍ର, ପ୍ରଶାନ୍ତ ମୁଦୁଲି,  ଶ୍ରୀକାନ୍ତ ସାହୁ,  ରମେଶ ବେହେରା, ସୁଧୀର ସାମଲ, ପ୍ରମୋଦ ମଲ୍ଲିକ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୂପେଶ କୁମାର ପାଣିଗ୍ରାହୀ, ପ୍ରଦୀପ ଅମାତ, ମୁକେଶ କୁମାର ପାଲ, ଯୋଗେଶ କୁମାର ସିଂ, ପ୍ରଶାନ୍ତ ବେହେରା,  ପ୍ରଦୀପ କୁମାର ସାହୁ, ଶଶି ଭୂଷଣ ବେହେରା, ଚକ୍ରମଣି କହଁର,  ନବକିଶୋର ମଲ୍ଲିକ, ବିକ୍ରମ ପଣ୍ଡା, ସୁବାସ ବେହେରା, ରୁଦ୍ର ପ୍ରତାପ ମହାରଥୀ,  ମାନସ ମାଡ଼କାମୀ, ମିଡିଆ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।
ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଓଭରବ୍ରିଜରେ ଉପରେ ଜଳିଗଲା ଟ୍ରଲର । ଜେସିବି ଲୋଡ଼ କରି କଟକରୁ ଖୋର୍ଦ୍ଧା ଯାଉଥିବା ଟ୍ରଲର ଗାଡି ଜଳିଯାଇଛି । ଓଭର ଲୋଡିଂ ସହ ସଟ ସର୍କିଟ କରଣରୁ ଗାଡିରେ ନିଆଁ ଲାଗିଥିବା ଅନୁମାନ କରିଛି ଅଗ୍ନିଶମ ବିଭାଗ। ଗାଡିଟି ସମ୍ପୂର୍ଣ ଜଳିଯାଇଥିବା ବେଳେ ଗାଡି ଚାଳକ ସମ୍ପୂର୍ଣ ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ପାଲଟିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ବନ୍ଦ କରି ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ‘ଆୟୁଷ୍ମାନ’ ଯୋଜନା। ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ନେଇ ଆରମ୍ଭରୁ ଝୁଣ୍ଟିଲେଣି ସରକାର। ନୂତନ ପ୍ରବର୍ତ୍ତିତ ଯୋଜନାରେ ରହିଥିବା ଯାବତୀୟ ଜଞ୍ଜାଳ ଏବେ ରୋଗୀଙ୍କ ପାଇଁ କାଳ ହେବାକୁ ବସିଛି। ସେହିପରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଏସ୍‌କେୱାଇରେ ତତ୍‌କାଳୀନ ସରକାର ଯେପରି ସହଜ ଓ ସରଳ ବ୍ୟବସ୍ଥା ରଖିଥିଲେ; ଆୟୁଷ୍ମାନରେ ସେପରି କିଛି ବ୍ୟବସ୍ଥା କରାଯାଇ ନାହିଁ। ପୁନଶ୍ଚ ବିଭିନ୍ନ ରୋଗ ପାଇଁ ସରକାର ମଧ୍ୟ କମ୍‌ ଅର୍ଥ ବରାଦ କରିଥିବାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଚିକିତ୍ସା କରିବାକୁ ଅରାଜି ହେଉଛନ୍ତି।
ମୁନିଗୁଡ଼ା: ଆରମ୍ଭରୁ ଝୁଣ୍ଟିଲାଣି ଆୟୁଷ୍ମାନ। ଏପଟେ ରାଜ୍ୟ ସାରା କାର୍ଡ ବଣ୍ଟା ନ ସରୁଣୁ, ପୁଳାପୁଳା ଅଭିଯୋଗ ଗଦା ହେଲାଣି। ପୂର୍ବ ସରକାରର ଲୋକପ୍ରିୟ ‘ବିଏସ୍‌କେୱାଇ’ ଯୋଜନା ବନ୍ଦ କରି ରାଜ୍ୟ ବିଜେପି ସରକାର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି। ବିଏସ୍‌କେୱାଇ ଅପେକ୍ଷା ଏଥିରେ ଗରିବ ଲୋକଙ୍କୁ ଅଧିକ ସୁବିଧା ମିଳିବ ବୋଲି କହି ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ପୂରା ଭିନ୍ନ। ବିଶେଷକରି ରାଜ୍ୟ ବାହାରେ ଏହି କାର୍ଡ କାମ କରୁନାହିଁ ବୋଲି ସାଂଘାତିକ ଅଭିଯୋଗ ଆସିଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ରାଜ୍ୟ ବାହାରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ସେଠାରେ ଆୟୁଷ୍ମାନ କାର୍ଡ କାମ ଦେଉ ନ ଥିବା ଏବଂ ଚିକିତ୍ସା ପାଇଁ ଟଙ୍କା ମଗାଯାଉଛି ବୋଲି ଅଭିଯେଗା କରିଛନ୍ତି। ଜଣେ କି ଦୁଇଜଣ ନୁହେଁ, ଜିଲ୍ଲାରୁ ଏମିତି ପୁଳାପୁଳା ଅଭିଯୋଗ ଆସିବାରେ ଲାଗିଛି।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଅମ୍ୱାଦଳା ପଞ୍ଚାୟତର ଜଳେନ୍ଦ୍ରି ଟାକ୍ରି କୀଡ୍‌ନି ଜନିତ ରୋଗରେ ଆକ୍ରାନ୍ତ। ତାଙ୍କ ପେଟ ଓ ଛାତିରେ ପାଣି ଜମି ଶରୀର ଫୁଲି ଯାଇଛି। ଅବସ୍ଥା ଗୁରୁତର ହେବାରୁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସେଭେନ୍‌ ହିଲ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଏଠାରେ ଆୟୁଷ୍ମାନ କାର୍ଡ ଚଳିବନି କହି ହସ୍ପିଟାଲ କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେବା ସହ ଚିକିତ୍ସା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ପରେ ସେମାନେ ସେଠାକାର ଅନ୍ୟ ଏକ ହସ୍ପିଟାଲ ମେଡି କଭର ପ୍ରାଇଭେଟ୍‌ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ସେଠି ବି ସେମାନଙ୍କୁ ସମାନ ସମସ୍ୟା ଭୋଗିବାକୁ ପଡ଼ିଛି। ଏମିତି ଗୋଟିଏ ପରେ ଗୋଟିଏ ମେଡିକାଲ ଚକ୍କର୍‌ କାଟିବା ପରେ ପରିବାରଲୋକ ଜାଣିବାକୁ ପାଇଥିଲେ ଯେ ଆନ୍ଧ୍ରପ୍ରଦେଶର କୌଣସି ବି ପ୍ରାଇଭେଟ୍‌ ହସ୍ପିଟାଲରେ ଆୟୁଷ୍ମାନ କାମ କରୁନାହିଁ। ତେଣୁ ସେମାନେ ଜଳେନ୍ଦ୍ରିଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ନେଇ ଆସିଛନ୍ତି।
ଖାଲି ଜଳେନ୍ଦ୍ରି ନୁହେଁ, ତାଙ୍କ ପରି ଏକାଧିକ ରୋଗୀ ଏମିତି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଡିମିରିଗୁଡ଼ା ପଞ୍ଚାୟତ ଦୋରାଗାଁର ଡମ୍ବରୁଧର ପୂଜାରୀ(୫୫)। ସେ କର୍କଟ ରୋଗରେ ପୀଡ଼ିତ। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶ ସିକାକୁଲମସ୍ଥିତ ଜେମ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଉକ୍ତ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ କାମ ନ ଦେବାରୁ ଆଜକୁ ୬ ଦିନ ହେଲା ୩୫ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ତାଙ୍କ ପରିବାର ହତାଶ ହୋଇପଡ଼ିଛନ୍ତି। ଅଧିକ ଖର୍ଚ୍ଚ କରିବାକୁ ପାଖରେ ସମ୍ବଳ ନଥିବାରୁ, ସେମାନେ ଡମ୍ବରୁଧରଙ୍କୁ ଘରକୁ ଫେରାଇ ଆଣିଛନ୍ତି।
ସେହିପରି ପାରଳାଖେମୁଣ୍ଡିର ପାଚ ମାଳି ନାମକ ଜଣେ ଯୁବକ ବରଡ଼ା ଶାଗ ତୋଳିବା ବେଳେ ଗଛରୁ ପଡ଼ିଯାଇଥିଲେ। ଏଥିରେ ତାଙ୍କର ଅଣ୍ଟା ଭାଙ୍ଗି ଯାଇଛି। ପରିବାରଲୋକ ତାଙ୍କୁ ସିକାକୁଲମ୍‌ ଜେମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଆୟୁଷ୍ମାନ କାର୍ଡ କାମ ନଦେବାରୁ ମେଡିକାଲ କର୍ତ୍ତୃପକ୍ଷ ଦିନକରେ ତାଙ୍କଠାରୁ ୪୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ହାଙ୍କି ନେଇଛନ୍ତି। ଫଳରେ ବାଧ୍ୟ ହୋଇ ପରିବାର‌ଲୋକ ତାଙ୍କୁ ବ୍ରହ୍ମପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଖାଲି ସେତିକି ନୁହେଁ, କାର୍ଡ କାମ ନଦେବାରୁ ଶ୍ରୀକାକୁଲମ ଜେମ୍ସ ହସ୍ପିଟାଲରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ରୁ ୨୦ ଜଣ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ନିକଟରେ ଖାଇବା ପାଇଁ ଟଙ୍କା ନଥିବା ମଧ୍ୟ ଅଭିଯୋଗ କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ନଥାଇ ତରବରିଆ ଭାବେ କାର୍ଡଗୁଡ଼ିକ ଗ୍ରାମାଞ୍ଚଳରେ ବଣ୍ଟା ଯାଇଛି। ହିତାଧିକାରୀ ଏଥିପ୍ରତି ସଚେତନ ନ ଥିବାରୁ ଏହାର ବ୍ୟବହାର ସମ୍ପର୍କରେ କୌଣସି ସୂଚନା ନ ପାଇ ରୋଗୀ ଓ ଅଭିଭାବକ ନାନାପ୍ରକାର ହଇରାଣ ହେଉଛନ୍ତି। ଗରିବ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉକ୍ତ କାର୍ଡ ଉପରେ ନିର୍ଭରଶୀଳ। କିନ୍ତୁ କାର୍ଡ କାମ ନକରିବାରୁ ସରକାରଙ୍କ ଆୟୁଷ୍ମାନ ଯୋଜନା ଉପରୁ ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି। ଯନ୍ତ୍ରଣାରେ ଛଟପଟ ହୋଇ ଧାରକରଜ କରି ରୋଗୀ ଚିକିତ୍ସାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଆୟୁଷ୍ମାନ ଯୋଜନା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଦୁଃଖ ବଖାଣିଲେ କର୍କଟ ରୋଗୀ
‘ମୋତେ କର୍କଟ ହେଇଛେ, ଗଲା ୮ ମାସ ହେଲା ଚିକିତ୍ସା ଚାଲିଛେ। ଗତ କିଛି ଦିନ ତଳେ ରାଏପୁରର ଡାକ୍ତରଖାନା ଯାଇଥିଲୁ। ସେନ୍‌ ଆମର ହେଲଥ କାର୍ଡ ଦେଖାଲୁ । ଆଗରୁ ଇ କାର୍ଡରେ ଏକା ଚିକିତ୍ସା ଚାଲିଥିଲା। ବାକି ଇଥର କାଏଁ ହେଲା ଯେ ମନା କଲେ ଆମେ ତ ଜାନି ନାଇ ପାରଲୁ ଆଜ୍ଞା…। ଇହାଦେ ଇଟା ବନ୍ଦ ହେଇଗଲାନ ଆଉ ନାଇ ଚଲେ କେହେଲେ। ଫେର୍‌ ଚିନହାର ଜନାର ଲୋକ କେ ପଏସା ଉଦ୍ଧାର ମାଗଲୁ ଆଉ କେମୋ ନେଇ କରି ଆସଲୁ।’ ଏ ହେଉଛି ବଲାଙ୍ଗିର ଜିଲ୍ଲା ସଦର ମହକୁମା କଦମପଡ଼ା ରେ ରହୁଥିବା ଜଣେ କର୍କଟ ରୋଗୀଙ୍କ ପ୍ରତିକ୍ରିୟା। ବଲାଙ୍ଗିର ସହର କଦମପଡ଼ାରେ ରହନ୍ତି ଜୟଚନ୍ଦ୍ର ସୁନା। କେଇମାସ ତଳେ ତାଙ୍କ ସ୍ତ୍ରୀ କୁନୀ ସୁନାଙ୍କ ପେଟ କାଟିବାରୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର କର୍କଟ ରୋଗ ପାଇଁ ଆବଶ୍ୟକ ପରୀକ୍ଷା କରାଇଥିଲେ। କିଛିଦିନ ପରେ ତାଙ୍କର କର୍କଟ ରୋଗ ଚିହ୍ନଟ ହୋଇଥିବାବେଳେ ଏହା ଶୁଣିବା ପରେ ପୁରା ପରିବାର ଚିନ୍ତାରେ ପଡ଼ିଯାଇଥିଲେ।
ସେହି ସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁନିଙ୍କ ପାଇଁ ସଞ୍ଜିବନୀ ସାଜିଥିଲା। ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ତାଙ୍କୁ ଛତିଶଗଡ଼ ରାଏପୁରରେ ଥିବା ମିତ୍ତଲ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା। ସେଠାରେ ତାଙ୍କର ମାଗଣାରେ ସମସ୍ତ ପରୀକ୍ଷା କରାଯିବା ସହ କର୍କଟ ରୋଗର ଚିକିତ୍ସା ଆରମ୍ଭ କରାଯାଇଥିଲା। ପର୍ଯ୍ୟାୟ କ୍ରମେ କୁନିଙ୍କୁ ପରିବାରଲୋକେ ପ୍ରାୟ ଚାରି ଥର ଉକ୍ତ ଘରୋଇ ଡାକ୍ତରଖାନାଙ୍କୁ ନେଇ ଚିକିତ୍ସା କରାଇଥିଲେ। ଉକ୍ତ ସ୍ୱାସ୍ଥ୍ୟକାର୍ଡ ମାଧ୍ୟମରେ ମାଗଣାରେ କେମୋ ମଧ୍ୟ ଦେଇଥିଲେ। ତେବେ କିଛିଦିନ ତଳେ ନିଜ ପରିବାର ସହ କୁନି ପୁଣି ରାଏପୁରର ଉକ୍ତ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କର କେମୋ ନେବା ପାଇଁ ତାରିଖ ରହିଥିବା ବେଳେ ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ସଫା ସଫା ମନା କରିଦେଇଥିଲେ। ଉକ୍ତ କାର୍ଡ ବନ୍ଦ ହୋଇଯାଇଥିବାବେଳେ ମାଗଣାରେ ଆଉ ଚିକିତ୍ସା ହୋଇପାରିବାନି କହି ସେମାନଙ୍କୁ ଟଙ୍କା ଦେବା ପାଇଁ କହିଥିଲେ।
ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ଜୟଚନ୍ଦ୍ର ଓ ପରିବାର ଲୋକେ ଧାର୍‌ ଉଦ୍ଧାର କରିଥିଲେ। ସେଠାରେ ଥିବା ସମ୍ପର୍କୀୟମାନଙ୍କୁ ମଧ୍ୟ ହାତପତାଇ କୁନିଙ୍କ କେମୋ ଦିଆଯାଇଥିଲା। ବହୁ କଷ୍ଟରେ କେମୋ ସାରି ଫେରିବା ପରେ କୁନି ହୋଇଥିବା ହଇରାଣ ବିଷୟରେ କହିଛନ୍ତି। ବିଜେଡି ସରକାର ଥିବା ସମୟରେ ବିଏସ୍‌କେୱାଇ ଯୋଜନା ଲାଗୁ କରାଯାଇଥିଲା ଯେଉଁଥିରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହୋଇଛନ୍ତି। କିନ୍ତୁ ଆୟୁଷ୍ମାନ ଯୋଜନା ଲାଗୁହେବା ପରେ ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଆୟୁଷ୍ମାନ ଯୋଜନା ଲାଗୁହୋଇଛି ସତ କିନ୍ତୁ ଘରେ ପଶିବା ବେଳେ ଚାଳ ବାଜିବା ଭଳି ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।
ବିଧାନସଭାରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ଦାବି
ଭୁବନେଶ୍ବର: ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରିବାକୁ ଗୃହରେ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ ଏହି ଦାବି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଧାୟକ ଦରମା ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭା କମିଟି ସୁପାରିସ କରିଛି । ସେଥିପାଇଁ ଦରମା ବୃଦ୍ଧି କରାଯାଉ । ୨୦୧୭ ମସିହାରେ ଦରମା ବୃଦ୍ଧି ପାଇଥିଲା । ସାଂସଦମାନଙ୍କ ଦରମା ବୃଦ୍ଧି ପାଇଥିଲା ତେଣୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ । ସେହିପରି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।
ବରିଷ୍ଠ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହରେ ଦାବି କରିଛନ୍ତି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ଶାସକ ଓ ବିରୋଧୀ ଏକ ହୋଇ ସ୍ଵର ଉଠାଇଥିଲେ।ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଧାନସଭା କମିଟିର ଅଧ୍ୟକ୍ଷ ଭାସ୍କର ମଢେଇ ଦରମା ବୃଦ୍ଧି ସପକ୍ଷରେ ଶୂନ୍ୟକାଳରେ ଦାବି କରିଥିଲେ । ପୂର୍ବତନ ବିଧାୟକମାନେ ଭଲ ସ୍ଥିତିରେ ନାହାନ୍ତି  । ବଜାର ଦର ବୃଦ୍ଧି ପାଇଛି । ତେଣୁ ସମାଜର ନେତୃତ୍ୱ ନେଉଥିବା ବିଧାୟକମାନେ କାହା ପାଖରେ ହାତ ପତେଇବେନି । ଦରମା ବୃଦ୍ଧି ନେଇ କମିଟି ସୁପାରିସ କରିଛି । ସାଂସଦଙ୍କ ଦରମା ବି ବୃଦ୍ଧି ପାଇଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି ହେଉ । କମିଟି ଯାହା ସୁପାରିସ କରିଛି ତାହା କାର୍ଯ୍ୟକାରୀ କରାଯାଉ।
ସେହିପରି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି । ସପ୍ତମ ବେତନ କମିଶନ ଅନୁସାରେ ପିଅନ, ଶିକ୍ଷକ, ଅଧ୍ୟାପକଙ୍କ ଦରମା ଠାରୁ ବିଧାୟକଙ୍କ ଦରମା କମ୍ ରହିଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ। କମିଟି ଯାହା ସୁପାରିଶ କରିଛି ତାହାକୁ କାର୍ଯ୍ୟକାରୀ କରିବାକୁ ଦାବି କଲେ ପଦ୍ମଲୋଚନ ପଣ୍ଡା ।
ପିଇଓଙ୍କୁ ଘାରିଥିଲା ରାତାରାତି କୋଟିପତି ନିଶା : ୪୩ ଲକ୍ଷର ସରକାରୀ ଅର୍ଥରେ କରୁଥିଲେ କ୍ରିକେଟ୍‌ ବେଟିଂ
ଦିଗପହଣ୍ଡି : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)।ସରକାରୀ ଅର୍ଥ ହେରଫେର ମାମଲାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍‌ ବେଟିଂରେ ଲଗାଇଥିବା ଅଭିଯୋଗରେ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତକୁ ବିଭିନ୍ନ ଯୋଜନା ପାଇଁ ଆସିଥିବା ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍‌ ବେଟିଂରେ ଲଗାଇଥିଲେ ପିଇଓ କ୍ଷେତ୍ରମୋହନ ନାୟକ।
ମିଳିଥିବା ସୂଚନା ଅନୁସାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ କମଦିନରେ କୋଟିପତି ହେବା ନିଶା ଲାଗିଥିଲା। ସରକାରୀ ଚାକିରିକୁ ବର୍ଷେ ପୂରି ନଥିଲେ ମଧ୍ୟ ମନରେ ଆଦୌ ଭୟ ନଥିଲା। କମଦିନରେ କୋଟିପତି ହେବା ପାଇଁ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତ ସରକାରୀ ଟଙ୍କାକୁ ଉଠାଇ ଗେମିଂ ଆପ୍‌ରେ ଲଗାଇଥିଲେ। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୪୩ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓ କ୍ଷେତ୍ର ମୋହନ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗକ୍ରମେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପିଇଓଙ୍କୁ ଜେରା କରିବା ସହ ତାଙ୍କୁ ବ୍ରହ୍ମପୁର ଉଠାଇ ନେଇଥିବା ନେବା ସହ ପିଇଓଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଅନ୍ୟପଟେ ଅଧିକ ତଦନ୍ତ ପାଇଁ ସରପଞ୍ଚଙ୍କ ସମେତ ବ୍ଲକର କିଛି ଅଧିକାରୀଙ୍କୁ ମଧ୍ୟ ଭିଜିଲାନ୍ସ ଡ଼ାକିଥିବା ସୂଚନା ମିଳିଛି। ଅପରପକ୍ଷେ ପିଇଓ କ୍ଷେତ୍ର ମୋହନଙ୍କୁ ବଦଳି କରାଯାଇ ଆଉ ଜଣେ ପିଇଓଙ୍କ ନିଯୁକ୍ତି ପାଇଁ ବ୍ଳକ୍ ପକ୍ଷରୁ ଆଦେଶ ଦିଆଯାଇଛି। ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତରେ କ୍ଷେତ୍ରମୋହନ ନାୟକ ପିଇଓ ଭାବେ ୨୦୨୪ ଜୁଲାଇ ମାସ ଠାରୁ କାର୍ଯ୍ୟରତ ଥିଲେ। ସରକାରୀ ଚାକିରିକୁ ବର୍ଷେ ବିତି ନଥିବା ବେଳେ ଅସାଧୁ କାମ ଆରମ୍ଭ କରିଦେଇଥିଲେ। ପଞ୍ଚାୟତର ସବୁ ଟଙ୍କା ଦିଗପହଣ୍ଡିସ୍ଥିତ ଆକ୍ସିସ ଓ କାନାଡା ବ୍ୟାଙ୍କର ଶାଖାରେ ଥିଲା। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍‌ସି, ଏସ୍‌ଏଫ୍‌ସି, ପିଡିଏସ୍‌ ଏବଂ ଓଏପି ଆକାଉଣ୍ଟସ୍‌ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ। ସରକାରୀ ଟଙ୍କାକୁ ଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍‌ ବେଟିଂ କରୁଥିଲେ। ସେହିପରି ସେ ବିଭିନ୍ନ ପ୍ରକାରର ଗେମିଂ ଆପ୍‌ରେ ମଧ୍ୟ ଖେଳୁ ଥିଲେ।
ଓଡ଼ିଶାରେ ରହିଛି ଭରପୁର ସୁନା ଖଣି: ମନ୍ତ୍ରୀ ବିଭୂତି ଜେନା
ଭୁବନେଶ୍ବର: ଓଡ଼ିଶାରେ ରହିଛି ଭରପୁର ସୁନା ଖଣି । ଦେବଗଡ଼ କେନ୍ଦୁଝର ପରେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସୁନା ଖଣି ଥିବା ସୂଚନା ମିଳିଛି।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି ଓ ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମପାହାଡ ଅଞ୍ଚଳରେ ସୁନାଖଣି ଅନ୍ଵେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛ॥
ପୂର୍ବରୁ ରାଜ୍ୟରେ ଦେବଗଡ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ (GSI) ସଂସ୍ଥା ଦ୍ବାରା ତମ୍ବାପଥର ପାଇଁ ଜି-୨ ସ୍ତରରେ ଅନ୍ଵେଷଣ କଲାବେଳେ ସୁନାପଥରର ସନ୍ଧାନ ମିଳିଛି।କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।
ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ବିଜେଡିର ଦାବି ଉପସ୍ଥାପନ
ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଛି ବିଜେଡି। ବୁଧବାର ଏସଟି କମିଶନ ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ। ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ରମେଶ ମଝି, ପ୍ରଦୀ ମାଝୀ ପ୍ରମୁଖଙ୍କ ସହ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଯୋଗ ଦେଇଥିଲେ। ପୋଲାଭରମ ପ୍ରକଳ୍ପରେ ଓଡ଼ିଶାର ମତାମତ ନେବା, ୨୦୧୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରକଳ୍ପରେ ଆଡ଼ିବନ୍ଧ ତିଆରି କରିବା ଏବଂ ଓଡ଼ିଶାର ମାଲକାନଗିରି ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ରର ହସ୍ତକ୍ଷେ ପାଇଁ ବିଗତ ୨ ଦିନ ହେଲା ବିଜୁଜନତା ଦଳ ତରଫରୁ ସାଂସଦ ଏବଂ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ମନ୍ତ୍ରଣାଳୟ ବୁଲିବା ସହ ବୁଧବାର ଏସଟି କମିଶନର ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପୁରୀରେ ପାଳନ ହେବ ନୌ ସେନା ଦିବସ: ପହଞ୍ଚିଲାଣି ୪ ଯୁଦ୍ଧ ଟ୍ୟାଙ୍କ, ଆସିବ ୨୫ ଜାହାଜ ଓ ୪୦ରୁ ଊର୍ଦ୍ଧ୍ବ ଯୁଦ୍ଧ ବିମାନ
ପୁରୀ: ପୁରୀରେ ପାଳନ ହେବ ନୌ ସେନା ଦିବସ। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିରକ୍ଷା ବିଭାଗର ଏଭଳି ଏକ ମେଗା କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏହାକୁ ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରାଯିବା ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ହାତରେ ଆଉ ମାତ୍ର ସପ୍ତାହେରୁ କମ୍‌ ସମୟ ରହିଛି। ପୁରୀ ମାଟିରେ ପରାକ୍ରମ ଦେଖାଇବ ନୌ ସନା, ଯାହାର ସାକ୍ଷୀ ରହିବ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ବେଳାଭୂମିରେ ପହଞ୍ଚିଲେଣି ଯୁଦ୍ଧ ଟ୍ୟାଙ୍କ। ଆଉ ଗଭୀର ସମୁଦ୍ରରେ ଲଙ୍ଗର ପକାଇଲେଣି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ। ଆକାଶରେ ଚକ୍କର କାଟୁଛନ୍ତି ହେଲିକପ୍ଟର। ଏହାର ଭିତରେ ବୁଧବାରଠାରୁ ବେଳାଭୂମିରେ ନୌ ବୀରଙ୍କ ରିହର୍ସାଲ ମଧ୍ୟ ଆରମ୍ଭ ହୋଇଛି।
ଆସନ୍ତା ଡିସେମ୍ବର ୪ରେ ପୁରୀ ସମୁଦ୍ର କୂଳରେ ଭାରତୀୟ ନୌସେନା ପାଳନ କରିବ ନୌସେନା ଦିବସ। ଅତି ନିକଟରୁ ଭାରତୀୟ ନୌବୀରଙ୍କ ଶୌର୍ଯ୍ୟ ଓ ପରାକାଷ୍ଠା ଦେଖିପାରିବେ ରାଜ୍ୟବାସୀଙ୍କ ସମେତ ଦେଶ ବିଦେଶର ପର୍ଯ୍ୟଟକ। ଏଥିରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଉଥିବାବେଳେ ତିନି ସେନାର ମୁଖିଆଙ୍କ ସମେତ ଭିଭିଆଇପି, ଭିଆଇପି ଏବଂ ବିଶଷ୍ଟ ବ୍ୟକ୍ତି ଯୋଗଦେବେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନୌସେନା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବ୍ଲୁ ଫ୍ଲାଗ ବିଚ୍‌ ସମ୍ମୁଖରେ ନୌସେନା ଦିବସ ପାଳନ ହେବାକୁ ଥିବା ବେଳେ ଏଠାରେ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚ ସହ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ବ୍ଲୁ ଫ୍ଲାଗ ବିଚ୍‌କୁ ସୁନ୍ଦର ଭାବେ ସଜ୍ଜାଯାଉଛି।
ବୁଧବାର ପୁରୀ ବେଳାଭୂମିରେ ପହଞ୍ଚିଛି ୪ଟି ଯୁଦ୍ଧ ଟ୍ୟାଙ୍କ। ଏହି ବିଏମ୍‌ପି ଟ୍ୟାଙ୍କର ଗୁଡ଼ିକରେ ସେନା ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଆଗକୁ ଆହୁରି ଅନେକ ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ସହିତ ଅନେକ ଯୁଦ୍ଧ ସାମଗ୍ରୀ ଆସିବ।
ସମୁଦ୍ରରେ ଲଙ୍ଗର ପକାଇଲେଣି ଯୁଦ୍ଧ ଜାହାଜ
ନୌସେନା ଦିବସ ପାଳନ ପାଇଁ ପୁରୀ ସମୁଦ୍ରରେ ପହଞ୍ଚିଲେଣି ଯୁଦ୍ଧ ଜାହାଜ। ଏହି ଯୁଦ୍ଧ ଜାହାଜରୁ ହିଁ ନୌ ବୀରମାନେ କିପରି ଶତ୍ରୁ ପକ୍ଷକୁ ମୁକାବିଲା କରିବେ ଏବଂ ବିଭିନ୍ନ ଯୁଦ୍ଧ କୌଶଳ ଦେଖାଇବେ। ପୁରୀ ସମୁଦ୍ରକୁ ନୌ ସେନାର ୨୫ଟି ଜାହାଜ ଆସିବାକୁ ଥିବାବେଳେ ବୁଧବାର ସୁଦ୍ଧା ୭ଟି ଜାହାଜ ପହଞ୍ଚି ଯାଇଛନ୍ତି। ଏହି ଜାହାଜ ଗୁଡ଼ିକ ଗଭୀର ସମୁଦ୍ରରେ ଲଙ୍ଗର ପକାଇ ରହିଛନ୍ତି। ବୁଧବାର ଏହି ଜାହାଜରୁ ନୌ ବୀରମାନେ ରେସିକ୍ୟୁ ବୋଟ ଆଣି ବେଳାଭୂମିରେ ପହଞ୍ଚିଛନ୍ତି। ପ୍ରାୟ ୬ଟି ରେସିକ୍ୟୁ ବୋଟ ଅଣାଯାଇଛି।
ଭୁବନେଶ୍ୱର: ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କରିଥିଲା ବାତ୍ୟା ଦାନା । ବାତ୍ୟାର ପଛଭାଗ ଅତିକ୍ରମ କରିବାକୁ କିଛି ଘଣ୍ଟା ସମୟ ଲାଗି ଯାଇଥିଲା । ଆଗମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତଳର ରୂପ ନେବ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଡିଜିପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ
ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାମ୍ପ୍ରଦାୟିକ ସ୍ଥିତି ତଥା ଚିକିଟି ମଦମୃତ୍ୟୁ ସଂକ୍ରାନ୍ତରେ ପୋଲିସ୍‌ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଆଜି ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କୁ ଭେଟି ଆଲୋଚନା କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ଘଟିଥିବା ଏକ ବର୍ବୋରଚିତ ହତ୍ୟାକାଣ୍ଡରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଏହାକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଭୟ ଓ ଆଶଙ୍କାରେ କାଳତିପାତ କରୁଛନ୍ତି। ନିକଟ ଅତୀତରେ ସାରୁଅ ଓ ଛଣଗିରି ସମେତ ପାତ୍ରପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ସାମ୍ପ୍ରଦାୟିକ ସ୍ଥିତି ବିପନ୍ନ ହୋଇଛି। ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନରେ ବିଶ୍ୱାସ ରଖୁଥିବା ଓଡ଼ିଶାବାସୀଙ୍କ ମନରେ ଏହିସବୁ ଘଟଣା ଆଘାତ ଦେଇଛି।
ବିଷାକ୍ତ ମଦ୍ୟପାନ ଜନତି ଚିକିଟି ମଦମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରି ବିଜେଡି ପ୍ରତିନିଧି ମଣ୍ଡଳୀ କହିଥିଲେ ଯେ, ୫ଟି ଅମୂଲ୍ୟ ଜୀବନ ହରାଇବା ପରେ ମଧ୍ୟ ମଦମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ପ୍ରଶାସନ ଖୋଜି ପାଇନାହିଁ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ମଣ୍ଡଳୀ ଏମକେସିଜି ମେଡ଼ିକାଲ କଲେଜ ଓ ଚିକିଟି ଗସ୍ତ କରି ଏ ବାବଦରେ ବିସ୍ତୃତ ବିବରଣୀ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ୧୦ରୁ ଅଧିକ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଭବିଷ୍ୟତରେ ଏହାର ପୁନରାବୃତ୍ତି ଯେଭଳି ନ ଘଟେ, ସେଥିପାଇଁ ପୋଲିସ୍‌ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିନିଧି ମଣ୍ଡଳୀ କହିଛନ୍ତି।
ନିକଟ ଅତୀତରେ ପୁରୀ ରାଜଭବନ ଠାରେ ଜଣେ ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଗଲା ଏବଂ ବର୍ତ୍ତମାନ ସୁଦ୍ଧା ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ବାବଦରେ ରାଜ୍ୟବାସୀ ଅନ୍ଧକାରରେ ଅଛନ୍ତି। ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ୍‌ର ନିରବତା ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ଉଲ୍ଲେଖ କରି ବିଜେଡି ପ୍ରତିନିଧି ମଣ୍ଡଳୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ନିକଟରେ ଦାବି ଜଣାଇଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ସାଂସଦ ସୁଲତା ଦେଓ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମନ୍ମଥ ରାଉତରାୟ, ମୁଖପାତ୍ର ଭୃଗୁ ବକ୍ସିପାତ୍ର ଓ ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ।
ଜଗତସିଂହପୁର: ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ସବଇନ୍ସପେକ୍ଟର। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୁଜଙ୍ଗ ଥାନା ଏସଆଇ ବିବେକାନନ୍ଦ ସାହୁ । ଏକ ମାମଲାର ରଫାଦଫା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଲା ଭିଜିଲାନ୍ସ ।
ସୂଚନା ଅନୁଯାୟୀ, ୨୯ ମେ ୨୦୨୪ରେ ଦାୟର ହୋଇଥିବା ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୁଲିସ ବାବୁ । ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି। ପୁର୍ବ ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ପୁଲିସ ବାବୁଙ୍କୁ ସମସ୍ତ ଲାଞ୍ଚ ଟଙ୍କା ଦେଇଥିଲା । ସେହି ଲାଞ୍ଚ ଟଙ୍କା ନେଇ ଫେରୁଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ସେପଟେ ଏସଆଇ ବିବେକାନନ୍ଦ ସାହୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।