Odisha Tourism - The Sakala
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ : କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ଥିଲା
କେଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିଛି। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ତିନି ମାସ ଧରି ବନ୍ଦ ରଖାଯାଇଥିଲା। ଏହି ସମୟରେ ମାଈ କୁମ୍ଭୀରମାନେ ନଦୀ ଏବଂ ନାଳ କୂଳରେ ସେମାନଙ୍କର ବସାକୁ ଜଗି ରହିବା ସହ ବେଶ୍ ଆକ୍ରମଣାତ୍ମକ ହୋଇପଡ଼ନ୍ତି। ତେଣୁ କୁମ୍ଭୀରମାନଙ୍କର ନିରାପଦ ପ୍ରଜନନକୁ ସୁନିଶ୍ଚିତ କରିବା ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।
ଆଜିଠାରୁ ପ୍ରଜନନ ଋତୁ ଶେଷ ହେବା ସହ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁବିଧା, ଯେପରିକି ବୋଟ୍ ସେବା, ୱାଚ୍ ଟାୱାର ଏବଂ ପ୍ରବେଶ ଦ୍ୱାର ସ୍ୱାଭାବିକ ଭାବରେ କାର୍ଯ୍ୟକ୍ଷମ ହୋଇଛି। ତେବେ ପାର୍କ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ନିୟମ କଡ଼ାକଡ଼ି କରାଯାଇଛି। ସମସ୍ତ ପର୍ଯ୍ୟଟକ ନିଜ ସାଥୀରେ ଏକ ବୈଧ ପରିଚୟ ପତ୍ର (Identity Proof) ରଖିବା ବାଧ୍ୟତାମୂଳକ କରାଯାଇଛି। ବିନା ପରିଚୟ ପତ୍ରରେ ପାର୍କ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦିଆଯାଇଛି।
'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭' ପାଇଁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର: ରାଜ୍ୟର ବୟସ୍କ ବ୍ୟକ୍ତିମାନଙ୍କୁ ସରକାରୀ ସହାୟତାରେ ଦେଶର ବିଭିନ୍ନ ଧାର୍ମିକ ସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ମଙ୍ଗଳବାର ଦିନ 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭' ପାଇଁ ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି।
ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆୟୋଜିତ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମାର୍ଗଦର୍ଶିକା ଜାରି କରିଛନ୍ତି। ସେ କହିଛନ୍ତି ଯେ, ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଏବଂ ସୁଗମ ତୀର୍ଥଯାତ୍ରା ଅନୁଭୂତି ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଦର୍ଶାଉଛି। "ବରିଷ୍ଠ ନାଗରିକମାନେ ସମାଜ ପାଇଁ ଅଶେଷ ଅବଦାନ ଦେଇଛନ୍ତି, ଏବଂ ସଠିକ୍ ବ୍ୟବସ୍ଥା ଓ ସହାୟତା ମାଧ୍ୟମରେ ତୀର୍ଥଯାତ୍ରାକୁ ସହଜ କରି ସେମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷାକୁ ପୂରଣ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ," ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ନୂତନ ଭାବେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଏହି ଯୋଜନାର ୨୦୨୬-୨୭ ସଂସ୍କରଣ ପାଇଁ ଜୁଲାଇ ୧୫ ରୁ ଅଗଷ୍ଟ ୧୪, ୨୦୨୬ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ଯୋଗ୍ୟ ବରିଷ୍ଠ ନାଗରିକମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ପାଇଁ yatra.odisha.gov.in ପୋର୍ଟାଲ୍ ବ୍ୟବହାର କରାଯାଇପାରିବ। ଏହା ସହିତ ଆବେଦନ ଫର୍ମ, ଯୋଗ୍ୟତା ମାନଦଣ୍ଡ, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ବିବରଣୀ ସମ୍ପର୍କରେ ବିସ୍ତୃତ ସୂଚନା ପର୍ଯ୍ୟଟନ ବିଭାଗର ୱେବସାଇଟରେ ଉପଲବ୍ଧ ରହିଛି।
ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁଯାୟୀ, ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୪୫,୫୫୫ ରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି ଏବଂ ଭାରତର ବିଭିନ୍ନ ପ୍ରସିଦ୍ଧ ଧାର୍ମିକ ସ୍ଥଳୀ ପରିଦର୍ଶନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଆଇଆରସିଟିସି ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ ଅନୁଜ ଦତ୍ତଙ୍କ ସମେତ ଆଇଆରସିଟିସି ଏବଂ ପର୍ଯ୍ୟଟନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଚାଲିବ ଇଭି ବୋଟ୍, ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ୱାନ
ଭୁବନେଶ୍ୱର: ଡିଜେଲ୍‌ ବୋଟ୍ ବଦଳରେ ଓଡ଼ିଶାରେ ଚାଲିବ EV ବୋଟ୍ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପରିବେଶ ଅନୁକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏପରି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖୁବଶୀଘ୍ର ଇଲେକ୍ଟ୍ରିକ୍ (ଇଭି) ବୋଟ୍ ବା ବିଦ୍ୟୁତ୍ ଚାଳିତ ଡଙ୍ଗା ଚଳାଚଳ ଆରମ୍ଭ ହେବ।
ବର୍ତ୍ତମାନ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ପୂର୍ବରୁ ଚାଲୁଥିବା ଡିଜେଲ ଚାଳିତ ବୋଟ୍ ଗୁଡ଼ିକୁ ବଦଳାଯାଇ ସେଠାରେ ଇଭି ବୋଟ୍ ଚାଲିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ପ୍ରାୟ ୧୦୦ଟି ପର୍ଯ୍ୟଟନସ୍ଥଳୀ ଏବଂ ଜଳାଶୟ ଯଥା ଚିଲିକା, ଟାମ୍ପରା, ଅଂଶୁପା, ସିଲଭର୍ ସିଟି ବୋଟ୍ କ୍ଲବ, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ ଏବଂ ଭିତରକନିକା ଆଦିରେ ବୋଟିଂ ସୁବିଧା ଉପଲବ୍ଧ ରହିଛି। ଏହି ଇଭି ବୋଟିଂ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।
ଟେଣ୍ଡର ମୁତାବକ, ବଛାଯାଇଥିବା ସ୍ଥାନଗୁଡ଼ିକରେ ବିଳାସପୂର୍ଣ୍ଣ କାଟାମାରାନ୍ ସହିତ ସୌରଶକ୍ତି ଏବଂ ଇଭି ବୋଟ୍ ବ୍ୟବହାର କରାଯିବ। କୋରାପୁଟ ଜିଲ୍ଲାର କୋଲାବରେ ୩୦ ସିଟ୍ ବିଶିଷ୍ଟ ଏକ ବୋଟ୍ ଚାଲିବ। ସେହିପରି ସମ୍ବଲପୁର ଜିଲ୍ଲାର ହୀରାକୁଦରେ ଯଥାକ୍ରମେ ୨୦ ଏବଂ ୧୦ ସିଟ୍ ବିଶିଷ୍ଟ ଦୁଇଟି ବୋଟ୍ ନିୟୋଜିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ୨୦ ସିଟ୍ ଏବଂ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଚିଲିକାର ବରକୁଳରେ ୮ ସିଟ୍ ବିଶିଷ୍ଟ ବୋଟ୍ ସେବା ଆରମ୍ଭ କରାଯିବ।
ପର୍ଯ୍ୟଟକମାନଙ୍କୁ ବିନା ବାଧାରେ ସେବା ଯୋଗାଇଦେବା ସହିତ ପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ ଏହି ବୋଟ୍ ଗୁଡ଼ିକରେ ସୌରଶକ୍ତି ଏବଂ ସିଏନ୍‌ଜି (CNG) ବ୍ୟବହାରର ମଧ୍ୟ ବ୍ୟବସ୍ଥା ରହିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ଆଶା ରଖିଛି ଯେ ଏହି ନୂତନ ବୋଟିଂ ବ୍ୟବସ୍ଥା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ।
'ଥିଙ୍କ ଇଣ୍ଡିଆ ଥିଙ୍କ ଓଡିଶା' ଥିମରେ ଦୌଡିବ ଓଡିଶା ପର୍ଯ୍ୟଟନ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଥିଙ୍କ ଇଣ୍ଡିଆ ଥିଙ୍କ ଓଡିଶା ଥିମରେ ଦୌଡିବ ଓଡିଶା ପର୍ଯ୍ୟଟନ । ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ସବୁ ବିଭାଗକୁ ପର୍ଯ୍ୟଟନକୁ ଫୋକସ କରିବାକୁ ନିର୍ଦ୍ଦେଶ । ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କ'ଣ ଯୋଗ ଦାନ କରିପାରିବ ସେନେଇ ସଚିବ ସ୍ତରୀୟ ବୈଠକର ଆଲୋଚନା କରିଛନ୍ତି ଅନୁ ଗର୍ଗ । ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର । ଓଡିଶା ପ୍ରଥମ ପସନ୍ଦ ହେବା ଦରକାର. ଏନେଇ ସବୁ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆଜିର ବୈଠକରେ ନିଯୁକ୍ତି ଏବଂ ସରକାରୀ ଖର୍ଚ୍ଚର ମଧ୍ୟ ହୋଇଛି ସମୀକ୍ଷା ।
ଶାମୁକା ପ୍ରକଳ୍ପକୁ ମିଳିବ ନବକଳେବର: ମାଷ୍ଟର ପ୍ଲାନରେ ହେବ ବଡ଼ ପରିବର୍ତ୍ତନ, ଓଟିଡିସିକୁ ନିର୍ଦ୍ଦେଶ
ବହୁ ପ୍ରତୀକ୍ଷିତ ଶାମୁକା ବେଳାଭୂମି ପ୍ରକଳ୍ପକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ପୁରୀ ନିକଟରେ ହେବାକୁ ଥିବା ଏହି ବିଶାଳ ପର୍ଯ୍ୟଟନ ପ୍ରକଳ୍ପର ମାଷ୍ଟର ପ୍ଲାନରେ ସଂଶୋଧନ କରାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ଏଜେନ୍ସି ନିୟୋଜିତ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) କୁ ନିର୍ଦ୍ଦେଶ ଦିଆଯାଇଛି।
କାହିଁକି ବଦଳିବ ମାଷ୍ଟର ପ୍ଲାନ୍?
ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଏରୋ ସିଟି ଯୋଗୁଁ ସ୍ଥାନୀୟ ଅଞ୍ଚଳର ବିକାଶ ନିୟମାବଳୀରେ ପରିବର୍ତ୍ତନ ଆସିଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ର କଟକଣା ଏବଂ ଉପକୂଳ ନିୟାମକ ଜୋନ୍ (CRZ) ନିୟମକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତ ନକ୍ସାରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ରୁଦ୍ର ନାରାୟଣ ଦାଶ ଏନେଇ ଓଟିଡିସି ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି।
୩୦୦୦ ଏକରରେ ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର
୧୯୯୬ ମସିହାରେ ପ୍ରଥମେ ପୁରୀ ସହରର ଦକ୍ଷିଣରେ ଥିବା ସିପସରୁବାଲି ମୌଜାରେ ପ୍ରାୟ ୩,୫୦୦ ଏକର ଜମିରେ ଏହି 'ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର'ର ପରିକଳ୍ପନା କରାଯାଇଥିଲା। ଏହାକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଠାରେ ପଞ୍ଚତାରକା ହୋଟେଲ, ରିସର୍ଟ ଏବଂ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ।
ପୂର୍ବରୁ ୨୦୦୮ ଏବଂ ୨୦୨୦ରେ ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT) ର ରୋକ୍ ଏବଂ ଅନ୍ୟାନ୍ୟ କାରଣରୁ କାମ ଆଗେଇ ପାରିନଥିଲା। ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତି ଏବଂ ବିମାନବନ୍ଦର ପ୍ରକଳ୍ପକୁ ଖାପ ଖୁଆଇ ନୂଆ ରୂପରେଖ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ପୁରୀ ଶ୍ରୀମନ୍ଦିର ନିକଟରେ ପର୍ଯ୍ୟଟକଙ୍କୁ ତିଳକ ଲଗାଇ ଜୋରଜବରଦସ୍ତି ମାଗୁଛନ୍ତି ଟଙ୍କା, ଦେଖନ୍ତୁ ଭିଡିଓ
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଶୋଷଣ କରାଯାଉଥିବା ନେଇ ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଛି। କିଛି ଅସାଧୁ ବ୍ୟକ୍ତି ସେବାୟତ ବେଶରେ କିମ୍ବା ପଣ୍ଡିତ ସାଜି ଶ୍ରଦ୍ଧାଳୁଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ପର୍ଯ୍ୟଟକ ନିଜର ଅନୁଭୂତି ବଖାଣିଛନ୍ତି।
View this post on Instagram
A post shared by Gaurav Verma (@gaurav_verma0922)
ତିଳକ ଓ ପ୍ରସାଦ ନାଁରେ ଜୁଲମ
ଗୌରବ ବର୍ମା ନାମକ ଜଣେ ପର୍ଯ୍ୟଟକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଘଟଣାର ଭିଡିଓ ସେୟାର କରିଛନ୍ତି। ସୂଚନା ମୁତାବକ, ଗୌରବ ବାଇଶି ପାହାଚରେ ଥିବା ରହସ୍ୟମୟ 'ଯମ ଶିଳା' ବିଷୟରେ ଜାଣିବାକୁ ଚାହୁଁଥିଲେ। ଏହି ସମୟରେ ମନ୍ଦିର ବାହାରେ ଜଣେ ବ୍ୟକ୍ତି (ଯିଏକି ପଣ୍ଡିତ ବେଶରେ ଥିଲେ) ତାଙ୍କ କପାଳରେ ତିଳକ ଲଗାଇ ଦେଇଥିଲେ। ଗୌରବ ସ୍ୱଇଚ୍ଛାରେ ୨୦ ଟଙ୍କା ଦେଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣକ ୫୦ ଟଙ୍କା ଦାବି କରିଥିଲେ। କେବଳ ସେତିକି ନୁହେଁ, ପରେ ସେ ଜୋରଜବରଦସ୍ତି କିଛି ପ୍ରସାଦ ଗୌରବଙ୍କ ହାତରେ ଧରାଇ ଦେଇ ୧୦୦ ଟଙ୍କା ମାଗିଥିଲେ।
ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ
ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓ ଦେଖିବା ପରେ ଅନେକ ଲୋକ କମେଣ୍ଟ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେକ ୟୁଜର ଲେଖିଛନ୍ତି ଯେ, 'ତିଳକ ଲଗାଉଥିବା ସମସ୍ତ ବ୍ୟକ୍ତି ପଣ୍ଡିତ ନୁହନ୍ତି, ଏମାନେ ଠକ'। ଆଉ କିଛି ଲୋକ ମତ ଦେଇଛନ୍ତି ଯେ ଏଭଳି ଆଚରଣ ଯୋଗୁଁ ଓଡ଼ିଶାର ନାଁ ବଦନାମ ହେଉଛି। ଏହା ପର୍ଯ୍ୟଟନ ଉପରେ ଖରାପ ପ୍ରଭାବ ପକାଉଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ମା’ କାଳିଜାଈଙ୍କ ପୀଠରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼; ଚଳଚଞ୍ଚଳ ହେଲା ଚିଲିକା
ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈଙ୍କ ପୀଠରେ ବଡ଼ଦିନ ଛୁଟି ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ଚିଲିକାର ପରିବେଶ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ସକାଳଠାରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଧାଡ଼ି ବାନ୍ଧି ମା’ଙ୍କ ଦର୍ଶନ କରିବା ସହ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି।
ପର୍ଯ୍ୟଟକମାନେ ମା’ କାଳିଜାଈଙ୍କ ଦର୍ଶନ ସହିତ ଚିଲିକାର ନୀଳ ଜଳରାଶିରେ ନୌକାବିହାର, ବିଦେଶାଗତ ପକ୍ଷୀ ଓ ଡଲଫିନ ଦେଖିବାର ମଜା ନେଇଥିଲେ। ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ଗଙ୍ଗାଧରପୁରର ବାବା ଗାଦିଶ୍ୱର ଦେବ ମୋଟର ବୋଟ ଆସୋସିଏସନ, ମିର୍ଜାପୁର ନୌବିହାର ଆସୋସିଏସନ, ଗବକୁଣ୍ଡ ଇକୋ ଟୁରିଜିମ୍ ଏବଂ ସାତପଡ଼ା ଆଦି ସ୍ଥାନରୁ ବ୍ୟାପକ ଡଙ୍ଗା ଓ ଲଞ୍ଚର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ପୀଠକୁ ଆସିଥିବା ସୂଚନା ମିଳିଛି।
ଭିଡ଼କୁ ନିୟନ୍ତ୍ରଣ କରିବା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରର ମାର୍ଫତଦାର ତଥା ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓଙ୍କ ନିର୍ଦ୍ଦେଶରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତ ଏବଂ ତହସିଲଦାର ବିକାଶ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଅରଖକୁଦା ସାମୁଦ୍ରିକ ଥାନା ଓ ସାତପଡ଼ା ପୋଲିସ ପକ୍ଷରୁ ମଧ୍ୟ କଡ଼ା ନଜର ରଖାଯାଇଛି। ତେବେ କିଛି ଡଙ୍ଗା ଚାଳକ ନିୟମ ଉଲ୍ଲଙ୍ଘନ କରି ବିନା ଲାଇଫ୍ ଜାକେଟରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଥିବାରୁ, ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶାସନ ଅଧିକ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଆଗକୁ ପ୍ରସିଦ୍ଧ ମକର ମେଳା ଥିବାରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ବଡ଼ଦିନ ଓ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଟକଣା: ସିଂହଦ୍ୱାରରେ ପ୍ରବେଶ, ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ ଭକ୍ତ....
ପୁରୀ: ବଡ଼ଦିନ ଓ ନୂଆବର୍ଷରେ କେବଳ ସିଂହଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ପଞ୍ଚୁକ ସମୟରେ ଏହି ବ୍ୟବସ୍ଥା ଅନୁସାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଶୃଙ୍ଖଳିତ ହୋଇଥିଲା। ତେଣୁ ଭକ୍ତଙ୍କ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଜି ସୂଚନା ଦେଇଛନ୍ତି। ମଙ୍ଗଳବାର ସର୍କିଟ୍‌ ହାଉସ୍‌ଠାରେ ବଡ଼ଦିନ ଓ ନୂଆବର୍ଷ ସମୟରେ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ପରିଡ଼ା ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ବର୍ଷ ଶେଷ ସହ ଛୁଟି ଦିନ ରହୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଜନସମାଗମ ହେବ। ତେଣୁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ, ସ୍ୱଚ୍ଛତା ଇତ୍ୟାଦି ଅତ୍ୟାବଶ୍ୟକ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଥିବାରୁ ମନ୍ଦିର ଭିତରେ ଓ ବାହାରେ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା, ସମୁଦ୍ର ନିକଟରେ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା, ଲାଇଫ୍‌ଗାର୍ଡ ମୁତୟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୀତିକାନ୍ତି ନିର୍ଘଣ୍ଟ ସମୟରେ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା।
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଥିଲେ, ଅନ୍ୟ ଦିନମାନଙ୍କ ଅପେକ୍ଷା ଛୁଟିଦିନ ପଡ଼ୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ସମ୍ଭାବନା ରହିଛି। ଆଇନଶୃଙ୍ଖଳା ରକ୍ଷା, ପାର୍କିଂ, ଟ୍ରାଫିକ, ଧାଡ଼ିରେ ଥିବା ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ, ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ପୁଲିସ ବିବିଧ ପଦକ୍ଷେପ ନେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ ଓ ସଚେତନତା ପାଇଁ ସାଇନଏଜ ବିଭିନ୍ନ ସ୍ଥାନରେ ଲଗାଯିବ। ତେବେ ନୀତି ଠିକ୍‌ ସମୟରେ ସମ୍ପାଦନ ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରିୟରଞ୍ଜନ ପୃଷ୍ଟି, ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା, ସିଡିଏମ୍‌ଓ ଡା. ଅକ୍ଷୟ କୁମାର ଶତପଥୀ, ଅତିରିକ୍ତ ଏସ୍‌ପି ଦେବୀଶଙ୍କର ପ୍ରତାପ, ସଚିନ ପାଟିଲ, ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ।
(ମାନସ ରଞ୍ଜନ ପ୍ରଧାନ): ବଲାଙ୍ଗୀର ସହର ଠାରୁ ୧୮ କିଲୋମିଟର ଦୂରରେ ପ୍ରାକୃତିକ ସୋନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଏଭଳି ଏକ ପାହାଡ ରହିଛି, ଯାହା ପର୍ଯ୍ୟଟକଙ୍କୁ ଚୁମ୍ୱକ ପରି ଟାଣିଥାଏ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପରିଚିତ ଏହି ପାହାଡର ନାଁ ହେଉଛି “ଭୀମ ପାହାଡ ବା ଭୀମ ଡୁଙ୍ଗୁରୀ’। ଭଗବାନ ଶିବ ଓ ପର୍ଶୁରାମ ଏଠି ପୂଜା ପାଆନ୍ତି।
ବଲାଙ୍ଗୀର ପର୍ଯ୍ୟଟନ କ୍ଷେତ୍ରରେ ‘ଭୀମ ପାହାଡ’ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଘଞ୍ଚ ଅରଣ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ପାଖ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଛି। ବସନ୍ତର ଆଗମନରେ ପର୍ଯ୍ୟଟକଙ୍କ ମନରେ ନୂଆ ଉନ୍ମାଦନା ଭରି ଦିଏ ଏହି ପାହାଡ। ପାଖ ଅଞ୍ଚଳବାସୀ କାର୍ତ୍ତିକ ମାସରେ ଏଠାରେ ଗିରି ଗୋବର୍ଦ୍ଧନ ପୂଜା ଖୁବ୍‌ ଉତ୍ସୁକତାର ସହ ମନାନ୍ତି। ତାହା ସହିତ ମେଳା ଓ ସଂକୀର୍ତ୍ତନର ମଧ୍ୟ ଆସର ଜମିଥାଏ। ପର୍ଯ୍ୟଟକ ‘ଭୀମ ଡୁଙ୍ଗୁରୀ’କୁ ପିକନିକ କରିବାକୁ ମଧ୍ୟ ଆସି ଥାଆନ୍ତି। ବର୍ତ୍ତମାନ ପ୍ରତିଦିନ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସି ବୋଟିଂର ବି ମଜା ନେଉଛନ୍ତି।
ପାଖରେ ଥିବା ପାର୍କ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିଥାଏ। ତାହା ସହ ଏଠାରେ ଥିବା “ମିଶନ ଶକ୍ତି କ୍ୟାଫେ’ ମହିଳାଙ୍କୁ ରୋଜଗାର ଦେଉଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କ୍ୟାଫେର ବି ମଜା ନେଇ ପାରିବେ। ସଂସ୍କୃତି ଗବେଷକଙ୍କ ମତରେ ବାବା ମଠରେ କନ୍ଧ, ଗଣ୍ଡା ଆଦି ଆଦିବାସୀଙ୍କ ଲୋକ ଦେବତା ପୂଜା ପାଆନ୍ତି। ଗାଥା କହେ, ଏହାର ସଂସ୍କୃତି ବେଶ ପ୍ରାଚୀନ ଯାହାର ସଠିକ ପ୍ରମାଣ ଏବେ ଯାଏଁ ଜଣା ପଡି ନାହିଁ। ଗବେଷକମାନ ଭୀମ ପାହାଡ ଉପରେ ଗବେଷଣା ଜାରି ରଖିଛନ୍ତି। ବଡ ଭୀମ ପାହାଡ ଓ ସାନ ଭୀମ ପାହାଡ ସହିତ ଅନେକ ଗୁଡିଏ ଗୁମ୍ଫା ଏଠାରେ ରହିଛି। ଭୀମ ଡୁଙ୍ଗୁରୀର ପୂର୍ବ ଦିଗରେ ରହିଛି “ଶୂଲିଆ ପୀଠ’। ଶୂଲିଆ ଯାତ୍ରା ଆସିଲେ ରକ୍ତ ରଞ୍ଜିତ ହୋଇ ଉଠେ ଏହି ପୀଠ। କନ୍ଧମାନଙ୍କ ବଳି ପ୍ରଥା ଆଜିବି ଏଠାରେ ଦେଖିବାକୁ ମିଳିଥାଏ। ମଠ, ମନ୍ଦିର, ପାହାଡର ମନୋରମ ଦୃଶ୍ୟକୁ ନେଇ ସମୃଦ୍ଧ ହୋଇ ଉଠୁଛି “ଭୀମ ପାହାଡ’। ଆପଣମାନେ ବି ଛୁଟି ତଥା ଅବସରରେ ସମୟରେ ଏଠାକୁ ବୁଲିବା ପାଇଁ ଯାଇପାରିବେ। ରାଜ୍ୟସରକାରଙ୍କ ବିକାଶର ନବୀନ ନକ୍ସାରେ ଆଜି ଭୀମପାହାଡ ନୂଆ ରୂପ ପାଇପାରିଛି। ପର୍ଯ୍ୟଟନଠୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ଏହା ବିକଶିତ ହୋଇ ଗଢି ଉଠିଛି। ପୂର୍ବରୁ ଏଠାକୁ ବହୁତ କମ୍‌ ପର୍ଯ୍ୟଟକ ଆସୁଥିଲେ। ମାତ୍ର ବିକାଶର ନୂଆ ନକ୍ସା ପରେ ଆଜି ଏହା ବେଶ୍‌ ପ୍ରସିଦ୍ଧି ଲାଭ କରି ପାରିଛି। ନବ ରୂପରେ ଝଲସୁଛି ଭୀମ ପାହାଡ ବା ଭୀମ ଡୁଙ୍ଗୁରୀ। ସମସ୍ତଙ୍କୁ ଏହି ପାହାଡ ଡାକୁଛି ମତେ ଦେଖିବୁ ଆ…।
କେମିତି ଯିବେ ଭୀମ ପାହାଡ଼କୁ
ବଲାଙ୍ଗୀରକୁ ଆସି ସାରିଲା ପରେ ବସ୍‌ ତଥା ନିଜର ଗାଡିରେ ଆପଣ ମହିମୁଣ୍ଡା ଦେଇ ଅର୍ଜୁନପୁରକୁ ଯିବେ। ପରେ ଆପଣ ମୁକୁନ୍ଦପୁର ଗ୍ରାମରେ ପହଞ୍ଚି ଦକ୍ଷିଣ ଦିଗରେ ୨ ରୁ ୩ କିଲୋମିଟର ଗଲେ ଭୀମ ପାହାଡରେ ପହଞ୍ଚିଯିବେ। ଏଥି ପାଇଁ ଆପଣଙ୍କୁ ୧୮ କିଲୋମିଟରର ଯାତ୍ରା କରିବାକୁ ପଡିବ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ବସ୍‌ କିମ୍ୱା ରେଳ ଯୋଗେ ୨୦୨ କିଲୋମିଟର ଗଲା ପରେ ଆପଣ ଭୀମ ପାହାଡରେ ପହଞ୍ଚି ପାରିବେ। ଏଠାକୁ ପର୍ଯ୍ୟଟକ ବର୍ଷର ସବୁ ସମୟରେ ଯାଇ ପାରିବେ। ଭୀମ ପାହାଡ ମନ୍ଦିର ସୋମବାରଠୁ ରବିବାର ଯାଏଁ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିଥାଏ।
ପର୍ଯ୍ୟଟନ ଶିଳ୍ପର ମାନ୍ୟତାକୁ ଅପେକ୍ଷା କରିଛି ବାଲେଶ୍ୱର ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳ
ବାଲେଶ୍ୱର(ଅସୀମ ମହାପାତ୍ର): ରାଜ୍ୟର ୪୮୦ କିଲୋମିଟର ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ କେବଳ ୮୧ କି.ମି ବେଳାଭୂମି ରହିଛି। ଯେଉଁଠି ରହିଛି ବିସ୍ତୀର୍ଣ୍ଣ ବେଳାଭୂମି ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଓ ଆକର୍ଷଣୀୟ ତଥା ଶାନ୍ତ ମନୋରମ ପ୍ରାକୃତିକ ପରିବେଶ। ବିଶ୍ୱପ୍ରସିଦ୍ଧ ଉଦୟପୁର-ତାଳସାରୀ ବେଳାଭୂମି ପର୍ଯ୍ୟଟନସ୍ଥଳର ବିକାଶ କାର୍ଯ୍ୟ ପ୍ରଗତିରେ ଥିବା ବେଳେ ଅନ୍ୟ ବେଳାଭୂମିଗୁଡ଼ିକର ବିକାଶର ଛାପ ଦେଖିବା ଅପେକ୍ଷାରେ ରହିଛି। ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ଏବେ ବି ଶିଳ୍ପର ମାନ୍ୟତାକୁ ଅପେକ୍ଷା କରିଛି ଅନେକ ପର୍ଯ୍ୟଟନସ୍ଥଳ। ଏପରିକି ଉଭୟ ବେଳାଭୂମିର ବିକାଶ ପର୍ଯ୍ୟଟନ ଓ ବଣପାହାଡ଼ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଯାହାକି ବାହାର ରାଜ୍ୟର ପର୍ଯ୍ୟଟକ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କଲା ଭଳି କ୍ଷମତା ରଖିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉପଲବ୍ଧ ଭିତ୍ତିଭୂମି ମନ୍ଥର ଗତିରେ ଚାଲିଥିବା ବେଳେ କିଛି କିଛି ସ୍ଥାନକୁ ବିଦେଶୀ ପର୍ଯ୍ୟଟକ ଆପଣାଛାଏଁ ଆକୃଷ୍ଟ ହୋଇ ଆସୁଛନ୍ତି।
ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗର ବେଳାଭୂମି ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ଯେତେଟା ଆଗେଇଛି, ଓଡ଼ିଶା ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ପଶ୍ଚିମବଙ୍ଗ ସରକାର ଆତିଥ୍ୟ ଉଦ୍ୟୋଗକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶା ସରକାର ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଅଧିକ ଫୋକସ୍‌ ଦେଇଛନ୍ତି। ପଶ୍ଚିମବଙ୍ଗର ଦୀଘା, ମନ୍ଦାରମଣି, ଶଙ୍କରପୁର, ତେଜପୁର ଭଳି ବେଳାଭୂମିର ଭିତ୍ତିଭୂମି ବିକାଶ ଓ ଆନୁସଙ୍ଗିକ ହୋଟେଲ୍‌ ଶିଳ୍ପର ବିକାଶ ହୋଇ ଚାଲିଥିବାରୁ ଆତିଥ୍ୟ ଉଦ୍ୟୋଗ ଆଗେଇ ଚାଲିଛି। ପଡେ଼ାଶୀ ବାଲେଶ୍ୱର ଜିଲ୍ଲାରେ ରହିଥିବା ବହୁ ପ୍ରାକୃତିକ ବେଳାଭୂମି ମଧ୍ୟରେ ଉୟଦପୁର, ତାଳସାରୀ, ବିଚିତ୍ରପୁର, ଚାନ୍ଦିପୁର, ଡଗରା, କଷାଫଳ ଓ ଦୁବଲାଗଡ଼ି ଆଦି ବିକାଶର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାସ୍ତାଘାଟ, ମେରାଇନ ଡ୍ରାଇଭ୍‌, ହୋଟେଲ ଏବଂ ଆତିଥ୍ୟ ଉଦ୍ୟୋଗ କ୍ଷେତ୍ରରେ ଯେତେଟା ବିକାଶ ହେବ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ସେତେଟା ଆକର୍ଷଣ କରିପାରିବ। ବିଦେଶୀ ପର୍ଯ୍ୟଟକ ପ୍ରାକୃତିକ ତଥା ଶାନ୍ତ ମନୋରମ ବେଳାଭୂମିକୁ ଅଧିକ ପସନ୍ଦ କରୁଥିବାରୁ ବାଲେଶ୍ୱର ଜିଲ୍ଲାର ପ୍ରତିଟି ପର୍ଯ୍ୟଟନସ୍ଥଳ ସେମାନଙ୍କ ପସନ୍ଦଯୋଗ୍ୟ ହୋଇପାରିବ। କିନ୍ତୁ ହେଟେଲ ଓ ଆତିଥ୍ୟ ଉଦ୍ୟୋଗ କ୍ଷେତ୍ରରେ ସରକାରଙ୍କ ଅଧିକ ଫୋକସ୍‌ ଏବଂ ଘରୋଇ କ୍ଷେତ୍ରରୁ ଅଧିକ ପୁଞ୍ଜିନିବେଶ ହୋଇପାରିଲେ ବାଲେଶ୍ୱର ଜିଲ୍ଲାର ପ୍ରାକୃତିକ ବେଳାଭୂମି ପର୍ଯ୍ୟଟନ ସଫଳତାର ଶୀର୍ଷରେ ଛୁଇଁପାରିବ। ବେଳାଭୂମି ପର୍ଯ୍ୟଟନ ସହିତ ଗ୍ରାମାଞ୍ଚଳ ପର୍ଯ୍ୟଟନ ବିକଶିତ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅର୍ଥନୈତିକ ବିକାଶର ରାସ୍ତା ଫିଟିବ।
ବୈଚିତ୍ର୍ୟପୂର୍ଣ୍ଣ ବିଚିତ୍ରପୁର
ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତ୍ତୀ ଭୋଗରାଇ ବ୍ଲକରେ ରହିଛି ବିଚିତ୍ରପୁର ପ୍ରାକୃତିକ ପର୍ଯ୍ୟଟନସ୍ଥଳ। ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପସାଗର ସଙ୍ଗମସ୍ଥଳରେ ରହିଛି ବଚିତ୍ର ପ୍ରାକୃତିକ ସମ୍ଭାରରେ ଭରପୂର ବିଚିତ୍ରପୁର। ପର୍ଯ୍ୟଟକଙ୍କ ରହଣି ପାଇଁ ରହିଛି ପ୍ରକୃତି ନିବାସ। ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି ପ୍ରକୃତି କୋଳରେ ସମୟ ବିତାଇବାର ପ୍ରକୃଷ୍ଟ ପର୍ଯ୍ୟଟନସ୍ଥଳ ହେଉଛି ବିଚିତ୍ରପୁର। ସୁବର୍ଣ୍ଣରେଖା ନଦୀକୂଳସ୍ଥ ଖଡ଼ିବିଲଠାରୁ ନୌକାବିହାର (ବୋଟିଂ) କରି ସମୁଦ୍ର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଯିବାକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରୁଛନ୍ତି। ନଦୀର ଉଭୟ ପାଶ୍ୱର୍ରେ ଚିର ସବୁଜ ଜଙ୍ଗଲ ପର୍ଯ୍ୟଟକଙ୍କ ମନରେ ସବୁଜିମାର ଛାପ ଛାଡ଼ିଥାଏ। ପାଖାପାଖି ୫୬୩ ହେକ୍ଟର ପରିମିତ ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳରେ ବହୁ ସାମୁଦ୍ରିକ ଜୀବଜନ୍ତୁ, ବିଦେଶୀ ପକ୍ଷୀ, ଅଲିଭ୍‌ ରିଡ୍‌ଲେ କଇଁଛ, ନାଲି କଙ୍କଡ଼ା, ବିରଳ ନୀଳରକ୍ତ କଙ୍କଡ଼ା ଆଦି ଦେଖିବାକୁ ମିଳିଥାନ୍ତି। ସଙ୍ଗମସ୍ଥଳରେ ବିସ୍ତୀର୍ଣ୍ଣ ବେଳାଭୂମି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବାରୁ ବଣଭୋଜି କରିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଓଡ଼ିଶା ବନବିଭାଗ ପକ୍ଷରୁ ବିଚିତ୍ରପୁର ଇକୋ ଟୁରିଜିମ୍‌ କ୍ୟାମ୍ପ୍‌ରେ ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜ୍‌ର ବ୍ୟବସ୍ଥା ରହିଛି। ଯାହାକି ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏଠାର ଇକୋସିଷ୍ଟମ୍‌ ଉପରେ ଗବେଷଣା ପାଇଁ ଅଧିକାଂଶ ସମୟରେ ପ୍ରକୃତି ବିଜ୍ଞାନୀ ଆସିଥାନ୍ତି।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପରୂପ ଅନୁଭବ
ବିଶ୍ୱସ୍ତରୀୟ ପ୍ରାକୃତିକ ବେଳାଭୂମି ମଧ୍ୟରେ ରହିଛି ବାଲେଶ୍ୱରର ତାଳସାରୀ-ଉଦୟପୁର ବେଳାଭୂମି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଭଳି ଏହି ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର କ୍ଷମତା ରହିଛି। ମନୋରମ ବେଳାଭୂମି ଓ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିବାର ଅନ୍ୟଏକ କାରଣ। ଶାନ୍ତ ମନୋରମ ପରିବେଶ ତଥା ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ମନୋଜ୍ଞ ଦୃଶ୍ୟର ମଜା ନେବାକୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ରାଜ୍ୟ ସରକାର ଉଦୟପୁର ଓ ତାଳସାରୀ ବେଳାଭୂମିର ମେରାଇନ୍‌ ଡ୍ରାଇଭ୍‌କୁ ବିକଶିତ କରିବାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଏହି ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି। ମେରାଇନ୍‌ ଡ୍ରାଇଭର ଭିତ୍ତିଭୂମି ବିକାଶ ନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଉନ୍ନୟନ କାର୍ଯ୍ୟ ଜାରିରହିଛି। ପାଖରେ ଥିବା ପଶ୍ଚିମବଙ୍ଗର ଦୀଘା ବେଳାଭୂମି ସଦାସର୍ବଦା ବ୍ୟସ୍ତବହୁଳ ରହୁଥିବାରୁ ବହୁ ପର୍ଯ୍ୟଟକ ଭୋଗରାଇ ବ୍ଲକର ତାଳସାରୀ-ଉଦୟପୁର ବେଳାଭୂମିରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ତେଣୁ ଉଦୟପୁର-ତାଳସାରୀ ବେଳାଭୂମିର ସ୍ୱତନ୍ତ୍ର ପରିଚୟ ଧୀରେ ଧୀରେ ବଢ଼ିବାରେ ଲାଗୁଛି। ତିନି କିଲୋମିଟରର ବିସ୍ତୀର୍ଣ୍ଣ ମେରାଇନ୍‌ ଡ୍ରାଇଭ୍‌ରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ଓ ଝାଉଁ ଜଙ୍ଗଲରୁ ଭାସି ଆସୁଥିବା ସାଇଁ ସାଇଁ ପବନ ଓ ସମୁଦ୍ରରୁ ଭାସି ଆସୁଥିବା ମତୁଆଲା ଲହରୀ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରୁଛି। ଏଠାରେ ଆତିଥ୍ୟ ଉଦ୍ୟୋଗର ବିକାଶ ପାଇଁ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି।
ଚାନ୍ଦିପୁରରେ ଜୁଆରର ନିଆରା ଖେଳ
ବାଲେଶ୍ୱର ସହରଠୁ ଅନତି ଦୂରରେ ଅବସ୍ଥିତ ଚାନ୍ଦିପୁର ବେଳାଭୂମି ହେଉଛି ବିଶ୍ୱର ଅଦ୍ୱିତୀୟ ବିରଳ ବେଳାଭୂମି। ଯଦିଚ ଚାନ୍ଦିପୁର ଡିଆର୍‌ଡିଓର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ପାଇଁ ପ୍ରସିଦ୍ଧ, କିନ୍ତୁ ଏଠାର ଅନନ୍ୟ ବେଳାଭୂମିର ଜୁଆର ଏବଂ ଭଟ୍ଟାର ଲୁଚକାଳି ଖେଳ ବେଶ୍‌ ଅଦ୍ଭୁତ। ଏହି ବେଳାଭୂମିରେ ଜୁଆର ସମୟରେ ସମୁଦ୍ରର ଲହରୀ କୂଳ ଛୁଉଁଥିବା ବେଳେ ଭଟ୍ଟା ଆସିଲେ ସମୁଦ୍ର ଗର୍ଭକୁ ୩ରୁ ୫କିଲୋମିଟର ପର୍ଯ୍ୟନ୍ତ ଲହରୀ ଉଭାନ ହୋଇଯାଇଥାଏ। ଏହି ସମୟରେ ରହିଥିବା ହାଲୁକା ପାଣିରେ ଚାଲିଚାଲି ସମୁଦ୍ର ଭିତରରେ ବୁଲିବାରେ ପର୍ଯ୍ୟଟକଙ୍କୁ ମଜା ଦେଇଥାଏ। ଚାନ୍ଦିପୁର ବେଳାଭୂମିରେ ସମୁଦ୍ର ପାଣିର ଲୁଚକାଳି ଖେଳ ପର୍ଯ୍ୟଟକଙ୍କୁ ଅଧିକ ଉତ୍ସୁକ କରୁଥାଏ ଏବଂ ଏହି ବେଳାଭୂମିକୁ ନିଆରା ପରିଚୟ ଦେଇଥାଏ। ଶାନ୍ତ ମନୋରମ ପରିବେଶର ମଜା ଉଠାଇବାକୁ ପର୍ଯ୍ୟଟକ ଆସିଥାନ୍ତି। ଯଦିଓ ଚାନ୍ଦିପୁରରେ ପର୍ଯ୍ୟଟନ ଶିଳ୍ପର ଆଖିଦୃଶିଆ ବିକାଶ ହୋଇନି, କିନ୍ତୁ ଏଠାର ଶାନ୍ତ ମନୋରମ ପରିବେଶ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବାଲେଶ୍ୱର ସହର ସନ୍ନିକଟ ଚାନ୍ଦିପୁର ବେଳାଭୂମି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଏଠାର ସାମଗ୍ରିକ ଭିତ୍ତିଭୂମି ବିକାଶ ଏକ ଚ୍ୟାଲେଞ୍ଜ ପାଲଟିଛି।
ଯମୁନାଶୂଳରେ ଝାଉଁ ଜଙ୍ଗଲର ସ୍ୱର
ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରୁ ୭୦କିଲୋମିଟର ଓ ବାଲିଆପାଳ ବ୍ଲକ ମୁଖ୍ୟାଳୟଠାରୁ ୨୦କିଲୋମିଟର ଓ ଲଙ୍ଗଳେଶ୍ୱରଠାରୁ ୫କିଲୋମିଟର ଦୂର ପଞ୍ଚୁପାଲିଠାରେ ରହିଛି ଅନନ୍ୟ ଯମୁନାଶୂଳ ବେଳାଭୂମି। ଯାହାକି ଏକ ପ୍ରାକୃତିକ ବେଳାଭୂମି ଭାବେ ପରିଚିତ। ସୁବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ହରିତକାୟ ଝାଉଁ ଜଙ୍ଗଲର ସୁଁ ସୁଁ ଶବ୍ଦ ମଧ୍ୟରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ, ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ଉତ୍ତାଳ ତରଙ୍ଗ ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସମୁଦ୍ରର ଜଳରାଶି ଉପରେ ରକ୍ତଭିଜା ଲାଲ କିରଣର ଦୃଶ୍ୟ ପର୍ଯ୍ୟଟକଙ୍କ ମନ ମୋହି ନେଇଥାଏ। ଏଠାରେ ରହିଥିବା ପାନ୍ଥନିବାସରେ ପର୍ଯ୍ୟଟକଙ୍କୁ ସବୁ ସୁବିଧା ମିଳିଥାଏ। ଏହି ବେଳାଭୂମିରେ ମକର ମେଳା, ବାରୁଣୀ ସ୍ନାନ ପାଇଁ ପ୍ରତିବର୍ଷ ହଜାର ହଜାର ଜନସମାଗମ ହୋଇଥାଏ।
ଡଗରାରେ ନାଲିକଙ୍କଡ଼ାର ଚାଦର
ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଡଗରାଠାରେ ରହିଛି ମନୋରମ ବିସ୍ତୀର୍ଣ୍ଣ ବେଳାଭୂମି। ଏହି ବେଳାଭୂମି ନାଲି କଙ୍କଡ଼ାର ଚାଦର ଓ ରୁପେଲି ବାଲୁକା ଶଯ୍ୟା ପାଇଁ ପ୍ରସିଦ୍ଧ। ଏହ ଏଭଳି ଏକ ପ୍ରାକୃତିକ ବେଳାଭୂମି ଯାହାର ତଟରେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ରହିଛି। ଯାହାକି ସାମୁଦ୍ରିକ ବିରଳ କଇଁଛ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ ନୂଆ ଠିକଣା ମଧ୍ୟ ପାଲଟିଛି। ୨୦୧୪ ମସିହାରେ ଡଗରା ବେଳାଭୂମି ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଥିଲା। କିନ୍ତୁ ଭିତ୍ତିଭୂମି ନ ଥିବାରୁ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁନାହିଁ। ବେଳାଭୂମିର ପାରିପାଶ୍ୱିର୍କ ଉନ୍ନୟନ ହେଉ ନ ଥିବାରୁ ପର୍ଯ୍ୟଟକଙ୍କ ରହଣିରେ ଅସୁବିଧା ଉପୁଜୁଛି। ଏହି ପ୍ରାକୃତିକ ବେଳାଭୂମିର ପାରିପାଶ୍ୱିର୍କ ବିକାଶ ସହିତ ହେଟେଲ ଆଦି ଗଢ଼ି ଉଠିଲେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିପାରିବ।
କଷାଫଳ ଓ ଦୁବଲାଗଡ଼ିରେ ସୁଆଦିଆ ଖାଦ୍ୟର ମଜା
ବାଲେଶ୍ୱର ସଦର ବ୍ଲକର ବାହାବଳପୁର ମୁହାଣକୁ ଲାଗି ରହିଛି କଷାଫଳ ବେଳାଭୂମି। ବିଶେଷକରି ମତ୍ସ୍ୟ ଅବତରଣ କେନ୍ଦ୍ର ଭାବେ ଜଣାଶୁଣା ଏହି ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୁଳନୀୟ। କିନ୍ତୁ ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ଭିତ୍ତିଭୂମି ନ ଥିବାରୁ ଏହି ପ୍ରାକୃତିକ ବେଳାଭୂମି ଲୋକଲୋଚନକୁ ଆସି ପାରୁନାହିଁ। ପଞ୍ଚୁପଡ଼ା ଓ ଡୁବଡୁବି ନଦୀର ସଙ୍ଗମସ୍ଥଳରେ ବିସ୍ତୀର୍ଣ୍ଣ ବେଳାଭୂମିରେ ନାଲି କଙ୍କଡ଼ାର ଅପରୂପ ସମ୍ଭାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ନଦୀର ଗୋଟିଏ ପଟେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ସାଙ୍ଗକୁ ସମୁଦ୍ରର ବିଚିତ୍ର ରୂପ ବେଳାଭୂମି ପର୍ଯ୍ୟଟନ ଉପରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ଛକରୁ ବାହାବଳପୁର ମୁହାଣକୁ ଯୋଡ଼ିଥିବା ରାସ୍ତାର ବିକାଶ ତଥା ଏହି ପ୍ରାକୃତିକ ବେଳାଭୂମିର ଭିତ୍ତିଭୂମି ବିକାଶ ଆବଶ୍ୟକ। ବାହାବଳପୁର ସମୁଦ୍ରତଟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଦୁବଲାଗଡ଼ି ବାଗଦା ବେଳାଭୂମି ରହିଛି। ଏହି ପ୍ରାକୃତିକ ବେଳାଭୂମିର ଇକୋ ରିସୋର୍ଟ ଏବେ ପର୍ଯ୍ୟଟକଙ୍କ ପସନ୍ଦଯୋଗ୍ୟ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି। ପ୍ରାକୃତିକ ପରିବେଶ ମଧ୍ୟରେ ସମୟ ଅତିବାହିତ କରିବା ସହ ସୁଆଦିଆ ଖାଦ୍ୟ ଖାଇବାର ମଜା ଉଠାଇବାକୁ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଦୁବଲାଗଡ଼ି ବାଗଦା ବେଳାଭୂମିର ବିକାଶ କ୍ଷେତ୍ରରେ ବେସରକାରୀ ସଂସ୍ଥାର ଯୋଗଦାନ ଅଧିକ ରହିଛି। ସେହିପରି ଅନ୍ୟ ବେଳାଭୂମି ବିକାଶ ପାଇଁ ପ୍ରୋତ୍ସାହନ ମିଳିଲେ ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ହୋଇପାରିବ।
ସରକାର ଆଣିଛନ୍ତି ନୂଆ ପର୍ଯ୍ୟଟନ ନୀତି, ରାଜ୍ୟର ୧୫ ପର୍ଯ୍ୟଟନ ସ୍ଥଳୀର ହେବ ସ୍ୱତନ୍ତ୍ର ବିକାଶ
ଭୁବନେଶ୍ୱର: ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଅଭିଭାଷଣ । ରାଜ୍ୟର ସାମଗ୍ରିକ ବିକାଶକୁ ସକ୍ଷମ କରିବା ପାଇଁ ଏବଂ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟି ପାଇଁ ପୂର୍ବ ବର୍ଷର ବଜେଟ ତୁଳନାରେ ଏହି ବର୍ଷ ୬୮୦ କୋଟି ୬୩ ହଜାର ଟଙ୍କା ବଜେଟରେ ପ୍ରଦାନ କରାଯାଇଛି । ଏବଂ ପର୍ଯ୍ୟଟନ ବିଭାଗର ବର୍ଷକର ଯୋଜନାକୁ ପ୍ରକାଶ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ରାଜ୍ୟର ପ୍ରାଥମିକତା ଗନ୍ତବ୍ୟସ୍ଥଳର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୪୩୦.୫୭ କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରଖାଯାଇଛି । ପର୍ଯ୍ୟଟନ ବିଭାଗ ୧୫ଟି ପ୍ରାଥମିକ ପର୍ଯ୍ୟଟନ ସ୍ଥଳିକୁ ଚିହ୍ନଟ କରିଛି ।
ଯାହା ଏକୀକୃତ ମାଷ୍ଟର ପ୍ଲାନିଂ ଏବଂ ବିକାଶ ମାଧ୍ୟମରେ ବିଶ୍ନ ମାନଦଣ୍ଡରେ ବିକଶିତ ହେବ । ଏହା ବ୍ୟତୀତ ବିଭିନ୍ନ ଚିହ୍ନିଚ ପର୍ଯ୍ୟଟନ ସ୍ଥଳିର ଭିତ୍ତିଭୂମି ବ୍ୟବଦାନ ଆକଳନ ଉପରେ ଆଧାର କରି ଏହି ବର୍ଷ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ସୁବିଧା ଗୁଡିକୁ ନବୀକରଣ କରାଯିବ । ବୋଟ କ୍ଲବ, ନିମନ୍ତ୍ରଣ ରେଷ୍ଟୁରାଣ୍ଟ, ଇକୋ ରିଟ୍ରିଟ, ବେଳାଭୂମି ଉନ୍ନତିକରଣ, ଫୁଡ୍ କୋର୍ଟ, ଇତ୍ୟାଦି ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିସହିତ କ୍ୟାମ୍ପିଂ, କାରାଭାନ, ୟଟ୍, କ୍ରିଜ ଇତ୍ୟାଦି ନୂତନ ପଦକ୍ଷେପ ଆରମ୍ଭ କରାଯିବା ନେଇ ଗୃହରେ ପ୍ରକାଶ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।
ସେହିପରି ମନ୍ତ୍ରୀ ଅଭିଭାଷଣରେ କହିଛନ୍ତି, ରାଜ୍ୟ ପର୍ଯ୍ୟଟନର ପ୍ରଚାର ଏବଂ ପ୍ରସାର ପାଇଁ ୧୨୫ କୋଟି ଟଙ୍କା ଆବଣ୍ଟନ ପାଇଁ ସ୍ଥିରୀକୃତ ହୋଇଛି । ସାରା ଦେଶରେ ବ୍ରାଣ୍ଡ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପାଇଁ ବାହ୍ୟ ବ୍ରାଣ୍ଡିଂ ଇଲେକ୍ଟ୍ରୋନିକ୍ସ, ଡିଜିଟାଲ , ପ୍ରିଣ୍ଟ ଏବଂ ସୋସିଆଲ ମିଡିଆ ଭଳି ବିଭିନ୍ନ ମିଡିଆ ମାଧ୍ୟମରେ ବ୍ରାଣ୍ଡିଂ କରାଯାଉଛି । ମେଳା ମହୋତ୍ସବ, ଇକୋ ରିଟ୍ରିଟ, ରୋଡ ଶୋ, ଫିଫା ଏବଂ ଏଫଆଇଏଚ ପାଇଁ ପ୍ରାୟୋଜକ, ପର୍ଯ୍ୟଟନ କ୍ଷୁଦ୍ର ଚଳଚ୍ଚିତ୍ରମାନ ପ୍ରସ୍ତୁତି, ଆଇଇସି ସାମଗ୍ରୀ, ସ୍ୱତନ୍ତ୍ର ପ୍ରୋଜ୍ସାହନମୂଳକ ପ୍ରକଳ୍ପ ଚଳିତ ବର୍ଷରେ କରାଯିବ । ଚଳିତ ବର୍ଷ ବିଭାଗ IRCTC ସହିତ ମିଳିତ ଭାବରେ BNTYY ସ୍କିମର ୫ ତମ ସଂସ୍କରଣ ଅଧୀନରେ ୭ଟି ଯାତ୍ରା ଆୟୋଜନ କରୁଛି । ଯାହା ପ୍ରାୟ ୬୭୯୦ଜଣ ହିତାଧିକାରୀଙ୍କୁ ଉପକୃତ କରାଯିବ ।
ଅନ୍ୟପଟେ ବଲାଙ୍ଗୀର ସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟକୁ ଅନୁଦାନ ପାଇଁ ବିଭାଗ ଆବଶ୍ୟକୀୟ ବଜେଟ ବ୍ୟବସ୍ଥା କରିଛି । ନୂତନ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨କୁ ବେସରକାରୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ଏକ ପ୍ରୋତ୍ସାହନ ମୂଳକ ଢାଞ୍ଚା ସହିତ ଆରମ୍ଭ କରିଛି । ଓଡ଼ିଶା ହୋମେଷ୍ଟ ପ୍ରତିଷ୍ଠା ଯୋଜନା ଅନୁଯାୟୀ ହୋମେଷ୍ଟ ମାଲିକଙ୍କୁ ପ୍ରୋତ୍ସାହନ ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା କରାଯାଉଛି । ବିଭିନ୍ନ ଜଳାଶୟ ବ୍ୟବହୃତ ପାରମ୍ପରିକ କାଠ ଡଙ୍ଗା ନବୀକରଣ ପାଇଁ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହେବାନେଇ ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧୬ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।
‘ଇକୋ -ରିଟ୍ରିଟ୍‍’ରେ ମିଳିବ ନିର୍ବନ୍ଧ, ବାହାଘର ଓ ଭୋଜିର ସୁବିଧା, ଜାଣନ୍ତୁ କିପରି କରିବେ ବୁକିଂ
ଭୁବନେଶ୍ୱର : ଡେଷ୍ଟିନେସନ ୱେଡିଂ ହେବ ଇକୋ ରିଟ୍ରିଟ୍‍। ପ୍ରକୃତି କୋଳ ପାଲଟିବ ସ୍ୱର୍ଗୀୟ ବନ୍ଧନର ଠିକଣା। ଆସନ୍ତା ୧ ତାରିଖରୁ ଚନ୍ଦ୍ରଭାଗା ସମେତ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ ଆରମ୍ଭ ହେଉଥିବା ବେଳେ ଏଥର କିଛି ନୂଆ ନେଇ ଆସିଛି ପର୍ଯ୍ୟଟନ ବିଭାଗ। ଏଠାକୁ ବରକନ୍ୟା ଆସିବେ; ଏଇଠି ନିର୍ବନ୍ଧ ହେବ ଓ ବାହାଘର ବି ହେବ। ସିନେମାଠାରୁ ଆହୁରି ସୁନ୍ଦର ହେବ ବାହାଘର। ଫଟୋ ସୁଟ୍‍ ଭିଡିଓ ସୁଟିଂର ବ୍ୟବସ୍ଥା ବି ରହିଛି। ଇକୋ ରିଟ୍ରିଟର ୱେବସାଇଟକୁ ଯାଇ ତାରିଖ ଓ ସ୍ଥାନ ବୁକିଂ କରିହେବ। ଏଠାକୁ ଆସୁଥିବା ପର୍ଯ୍ୟଟକ ଏକ ଚମତ୍କାର ଅନୁଭବ ନେଇ ଫେରିବେ; ତା’ର ସବୁ ବ୍ୟବସ୍ଥା ହେଉଛି।
ଚଳିତ ବର୍ଷ ଇକୋ ରିଟ୍ରିଟ୍‍ ଦେବ ଏହି ସୁବିଧା। ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍‍,ୱାଟର ରାଇଡସ୍‍, ଜେଟ୍‍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍‍ କରିବାର ସୁଯୋଗ ମିଳିବ। ଏହାସହ ଫରେଷ୍ଟ ସଫାରୀ, ରୋପ୍‍ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ଏହି ସମୟରେ ସଂସ୍ଥା ପକ୍ଷରୁ ସୁରକ୍ଷା ପ୍ରତି ଗୁରୁତ୍ୱ ଦଆଯିବ। ମହାମାରୀ କରୋନା ପାଇଁ ୨ବର୍ଷ ଧରି ସମସ୍ତ ପ୍ରକାର ଆୟୋଜନ ଉପରେ କଟକଣା ରହିଥିବା ବେଳେ ଚଳିତ ବର୍ଷ ଭିନ୍ନ ଭିନ୍ନ ସ୍ଥାନକୁ ନିଜର ସେଲିବ୍ରେସନ୍‍ ଡେଷ୍ଟିସନ୍‍ ଭାବେ ବାଛୁଛନ୍ତି ପର୍ଯ୍ୟଟକ। ଏଥିପାଇଁ କୋଣାର୍କ ଇକୋ ରିଟ୍ରିଟ୍‍ରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। କନଫରେନ୍ସ ହଲ୍‍ ସାଙ୍ଗକୁ ରହିଛି ୩୦୦ ପର୍ଯ୍ୟଟକଙ୍କ ବସିବାର ସୁବିଧା। ଇକୋ ରିଟ୍ରିଟ୍‍ରେ ବର, କନ୍ୟା ଏବଂ ବରଯାତ୍ରୀଙ୍କ ସହ ମୋଟ୍‍ ୩୦୦ଜଣ ସାମିଲ ହୋଇପାରିବେ।
ବିବାହ ଉତ୍ସବରେ ପର୍ଯ୍ୟଟକଙ୍କ ଆବଶ୍ୟକତା ଅନୁସାରେ ଡେକୋରସନ୍‍, ଷ୍ଟେଜ୍‍, ଲାଇଟ୍‍, ଚେୟାର, ବେଦି ସାଙ୍ଗକୁ ଖାଇବା ପାଇଁ ବରାଦ ମୁତାବକ ଆଇଟମ୍‍ ସାଙ୍ଗକୁ ବଫେଟ୍‍ ସୁବିଧା ରହିବ। ଏହା କୌଣସି ବିବାହ ମଣ୍ଡପ କିମ୍ବା ବିଳାସପୂର୍ଣ୍ଣ ହୋଟେଲ ଠାରୁ କମ୍‍ ନୁହେଁ। ବିବାହ କାର୍ଯ୍ୟ ପାଇଁ ବ୍ୟବହାର ଉପକରଣ ଅନୁସାରେ ଭିନ୍ନ ଭିନ୍ନ ପ୍ୟାକେଜ୍‍ ରହିଛି। ସେହିପରି ଜନ୍ମଦିନ ଉତ୍ସବ ପାଇଁ ମଧ୍ୟ ବରାଦ ମୁତାବକ ସାଜସଜ୍ଜା, କେକ୍‍ ଆଦି ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତେବେ ଏହି ସମସ୍ତ ଉତ୍ସବ ପାଇଁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ବୁକିଂ କରିବାକୁ ହେବ। ଏଥିପାଇଁ bookodisha.com ୱେସାଇଟ୍‌ରେ ଆରମ୍ଭ ହୋଇଛି ବୁକିଂ। ତେବେ ଏସମ୍ପର୍କରେ ଅଧିକ ବିବରଣୀ ପାଇଁ odishaecoretreats.comକୁ ଯାଇ ସମସ୍ତ ତଥ୍ୟ ପାଇପାରିବେ ପର୍ଯ୍ୟଟକ। ଚଳିତ ବର୍ଷ ଚନ୍ଦ୍ରଭାଗା ସମେତ ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡି, ହୀରାକୁଦ, ସୋନାପୁର ଓ କୋରାପୁଟରେ ଆସନ୍ତା ଫେବୃଆରୀ ୧୩ ତାରିଖ ଯାଏ ଅନୁଷ୍ଠିତ ହେବାର ଯୋଜନା ରହିଥିବା ବେଳେ ଏହା ବିଦେଶ ପର୍ଯ୍ୟଟକଙ୍କୁ ଏହା ଅଧିକ ଆକୃଷ୍ଟ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।