Eco Retreat - The Sakala

ଆଜିଠୁ ଇକୋ-ରିଟ୍ରିଟ୍‌‌, ୪ଟି ସ୍ଥାନରେ ଭର୍ଚୁଆଲରେ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏ ବର୍ଷର ବହୁପ୍ରତୀକ୍ଷିତ ଇକୋ-ରିଟ୍ରିଟ୍‌ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟ (ପୁଟସିଲ୍‌‌) ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାସାଙ୍ଗରେ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବେ।

ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍‌ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନପ୍ରକାର ରୋମାଞ୍ଚକର କାର୍ଯ୍ୟକଳାପର ମଜା ନେଇପାରିବେ ପର୍ଯ୍ୟଟକ। ଏହାସହ ଦେଶବିଦେଶର ପର୍ଯ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଟ୍ରେକିଂ, ଜଙ୍ଗଲ ସଫାରୀ ଅଲ୍‌‌ ଟେରେନ୍‌‌ ଭେଇକିଲ୍‌‌(ଏଟିଭି)ରେ ଜଙ୍ଗଲ ଓ ବେଳାଭୂମିରେ ବୁଲିବା, ରାଇଫଲ୍‌‌ ସୁଟିଂ, ଆର୍ଚେରୀ, ବିଚ୍‌‌ ଭଲିବଲ, ଜେଟ୍‌‌ସ୍କି, ବାନାନା ରାଇଡ୍‌‌, ସ୍ପିଡ୍‌‌ ବୋଟ୍‌‌, ପାରାସେଲିଂ, ଇ-ବାଇସାଇକଲ୍‌‌ ଆଦିର ଭରପୂର ମଜା ନେବାର ସୁଯୋଗ ବି ମିଳିବ। କେବଳ ସେତିକି ନୁହେଁ, ଗାଇଡେଡ୍‌‌ ଟୁର୍‌‌ ସହ ଫରେଷ୍ଟ ଓ ନେଚର ଟ୍ରେଲ୍‌‌, ଭିଲେଜ୍‌‌ ୱାକ୍‌‌, ବାଲୁକା କଳା କର୍ମଶାଳା, ସମୁଦ୍ର ଓ ନଦୀଶଯ୍ୟାରେ ଯୋଗ ଏବଂ ଜୁମ୍ୱା କର୍ମଶାଳାକୁ ବି ଉପଭୋଗ କରିପାରିବେ ପର୍ଯ୍ୟଟକ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ-ରିଟ୍ରିଟ୍‌‌ ୱେବସାଇଟ୍‌‌ bookodisha.com ଏବଂ odishaecoretreats.com‌ରେ ବୁକିଂ ଚାଲିଛି। ଆସନ୍ତାକାଲି ଉଦ୍‌ଘାଟନୀ ଉତ୍ସବରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ମନ୍ତ୍ରୀ, ବିଭାଗୀୟ ନିର୍ଦ୍ଦେଶକଙ୍କ ସମେତ ସ୍ଥାନୀୟ ଜିଲ୍ଲାପାଳ ଓ ଅଧିକାରୀମାନେ ଉପସ୍ଥିତ ରହିବେ। ଏହାର ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୧ ତାରିଖ‌ରେ ସୋନାପୁର ଓ ଭିତରକନିକାରେ ଆରମ୍ଭ ହେବାକୁ ଥିବା ବେଳେ ଡିସେମ୍ବର ୧୫ରୁ ତୃତୀୟ ପର୍ଯ୍ୟାୟ ଅର୍ଥାତ୍‌ କୋଣାର୍କ ଇକୋ-ରିଟ୍ରିଟ୍‌‌ ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, ଗୁଜୁରାଟର କଚ୍ଛ ରଣ୍‌‌ ଉତ୍ସବ ଢାଞ୍ଚାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ପୂର୍ବ ଭାରତର ପ୍ରଥମ ଏବଂ ଏକମାତ୍ର ଗ୍ଲାମ୍ପିଂ ଫେଷ୍ଟିଭାଲ। ୩ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନିଆରା କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନେ ଏଥର ନିଆରା ଅନୁଭୂତି ସାଉଁଟିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

‘ଇକୋ -ରିଟ୍ରିଟ୍‍’ରେ ମିଳିବ ନିର୍ବନ୍ଧ, ବାହାଘର ଓ ଭୋଜିର ସୁବିଧା, ଜାଣନ୍ତୁ କିପରି କରିବେ ବୁକିଂ
ଭୁବନେଶ୍ୱର : ଡେଷ୍ଟିନେସନ ୱେଡିଂ ହେବ ଇକୋ ରିଟ୍ରିଟ୍‍। ପ୍ରକୃତି କୋଳ ପାଲଟିବ ସ୍ୱର୍ଗୀୟ ବନ୍ଧନର ଠିକଣା। ଆସନ୍ତା ୧ ତାରିଖରୁ ଚନ୍ଦ୍ରଭାଗା ସମେତ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ ଆରମ୍ଭ ହେଉଥିବା ବେଳେ ଏଥର କିଛି ନୂଆ ନେଇ ଆସିଛି ପର୍ଯ୍ୟଟନ ବିଭାଗ। ଏଠାକୁ ବରକନ୍ୟା ଆସିବେ; ଏଇଠି ନିର୍ବନ୍ଧ ହେବ ଓ ବାହାଘର ବି ହେବ। ସିନେମାଠାରୁ ଆହୁରି ସୁନ୍ଦର ହେବ ବାହାଘର। ଫଟୋ ସୁଟ୍‍ ଭିଡିଓ ସୁଟିଂର ବ୍ୟବସ୍ଥା ବି ରହିଛି। ଇକୋ ରିଟ୍ରିଟର ୱେବସାଇଟକୁ ଯାଇ ତାରିଖ ଓ ସ୍ଥାନ ବୁକିଂ କରିହେବ। ଏଠାକୁ ଆସୁଥିବା ପର୍ଯ୍ୟଟକ ଏକ ଚମତ୍କାର ଅନୁଭବ ନେଇ ଫେରିବେ; ତା’ର ସବୁ ବ୍ୟବସ୍ଥା ହେଉଛି।

ଚଳିତ ବର୍ଷ ଇକୋ ରିଟ୍ରିଟ୍‍ ଦେବ ଏହି ସୁବିଧା। ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍‍,ୱାଟର ରାଇଡସ୍‍, ଜେଟ୍‍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍‍ କରିବାର ସୁଯୋଗ ମିଳିବ। ଏହାସହ ଫରେଷ୍ଟ ସଫାରୀ, ରୋପ୍‍ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ଏହି ସମୟରେ ସଂସ୍ଥା ପକ୍ଷରୁ ସୁରକ୍ଷା ପ୍ରତି ଗୁରୁତ୍ୱ ଦଆଯିବ। ମହାମାରୀ କରୋନା ପାଇଁ ୨ବର୍ଷ ଧରି ସମସ୍ତ ପ୍ରକାର ଆୟୋଜନ ଉପରେ କଟକଣା ରହିଥିବା ବେଳେ ଚଳିତ ବର୍ଷ ଭିନ୍ନ ଭିନ୍ନ ସ୍ଥାନକୁ ନିଜର ସେଲିବ୍ରେସନ୍‍ ଡେଷ୍ଟିସନ୍‍ ଭାବେ ବାଛୁଛନ୍ତି ପର୍ଯ୍ୟଟକ। ଏଥିପାଇଁ କୋଣାର୍କ ଇକୋ ରିଟ୍ରିଟ୍‍ରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। କନଫରେନ୍ସ ହଲ୍‍ ସାଙ୍ଗକୁ ରହିଛି ୩୦୦ ପର୍ଯ୍ୟଟକଙ୍କ ବସିବାର ସୁବିଧା। ଇକୋ ରିଟ୍ରିଟ୍‍ରେ ବର, କନ୍ୟା ଏବଂ ବରଯାତ୍ରୀଙ୍କ ସହ ମୋଟ୍‍ ୩୦୦ଜଣ ସାମିଲ ହୋଇପାରିବେ।

ବିବାହ ଉତ୍ସବରେ ପର୍ଯ୍ୟଟକଙ୍କ ଆବଶ୍ୟକତା ଅନୁସାରେ ଡେକୋରସନ୍‍, ଷ୍ଟେଜ୍‍, ଲାଇଟ୍‍, ଚେୟାର, ବେଦି ସାଙ୍ଗକୁ ଖାଇବା ପାଇଁ ବରାଦ ମୁତାବକ ଆଇଟମ୍‍ ସାଙ୍ଗକୁ ବଫେଟ୍‍ ସୁବିଧା ରହିବ। ଏହା କୌଣସି ବିବାହ ମଣ୍ଡପ କିମ୍ବା ବିଳାସପୂର୍ଣ୍ଣ ହୋଟେଲ ଠାରୁ କମ୍‍ ନୁହେଁ। ବିବାହ କାର୍ଯ୍ୟ ପାଇଁ ବ୍ୟବହାର ଉପକରଣ ଅନୁସାରେ ଭିନ୍ନ ଭିନ୍ନ ପ୍ୟାକେଜ୍‍ ରହିଛି। ସେହିପରି ଜନ୍ମଦିନ ଉତ୍ସବ ପାଇଁ ମଧ୍ୟ ବରାଦ ମୁତାବକ ସାଜସଜ୍ଜା, କେକ୍‍ ଆଦି ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତେବେ ଏହି ସମସ୍ତ ଉତ୍ସବ ପାଇଁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ବୁକିଂ କରିବାକୁ ହେବ। ଏଥିପାଇଁ bookodisha.com ୱେସାଇଟ୍‌ରେ ଆରମ୍ଭ ହୋଇଛି ବୁକିଂ। ତେବେ ଏସମ୍ପର୍କରେ ଅଧିକ ବିବରଣୀ ପାଇଁ odishaecoretreats.comକୁ ଯାଇ ସମସ୍ତ ତଥ୍ୟ ପାଇପାରିବେ ପର୍ଯ୍ୟଟକ। ଚଳିତ ବର୍ଷ ଚନ୍ଦ୍ରଭାଗା ସମେତ ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡି, ହୀରାକୁଦ, ସୋନାପୁର ଓ କୋରାପୁଟରେ ଆସନ୍ତା ଫେବୃଆରୀ ୧୩ ତାରିଖ ଯାଏ ଅନୁଷ୍ଠିତ ହେବାର ଯୋଜନା ରହିଥିବା ବେଳେ ଏହା ବିଦେଶ ପର୍ଯ୍ୟଟକଙ୍କୁ ଏହା ଅଧିକ ଆକୃଷ୍ଟ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଆଜିଠୁ ୩ ମାସ ଯାଏଁ ଚାଲିବ ପର୍ଯ୍ୟଟନର ମହାପର୍ବ
ଭୁବନେଶ୍ବର : ଆଜିଠୁ ଆରମ୍ଭ ହେଲା ଚଳିତ ବର୍ଷର ଇକୋ ରିଟ୍ରିଟ୍ । ଭର୍ଚୁଆଲରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ପରି ୫ଟି ସ୍ଥାନ ସହ ଚଳିତ ବର୍ଷ ଆଉ ୨ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟର ମଜା । ପ୍ରଥମ କରି କୋରାପୁଟ ଓ ଗଞ୍ଜାମରେ ଇକୋ ରିଟ୍ରିଟ୍ ଓଡ଼ିଶା-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇ ପାରିବେ ।

The much awaited glamping event of Odisha ‘Eco Retreat 2021' has been inaugurated by Chief Minister @Naveen_Odisha today. This year the event is being held at seven exotic destinations of Odisha.@CMO_Odisha#EcoRetreat pic.twitter.com/RXwd6IvBN6

— Odisha Tourism (@odisha_tourism) December 15, 2021

କରୋନା କାଳରେ ଉଦାସ ପଡିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ପୁଣିଥରେ ହସି ଉଠିବ। ରାଜ୍ୟ ତଥା ଦେଶ-ବିଦେଶରୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ। ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ସାଙ୍ଗକୁ ଦୌଡ଼ିବ ବିକାଶର ଧାରା। ପ୍ରକୃତି କୋଳରେ ଭିନ୍ନ ଅନୁଭୂତି ଦେବାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ବିଭାଗ କରିଥିବା ପ୍ରୟାସ ବେଶ ଆଦୃତ ହୋଇଛି। ପୂର୍ବ ବର୍ଷ ଗୁଡିକ ଭଳି ଏଥର ବି ପର୍ଯ୍ୟଟକମାନେ ଚାହିଁ ବସିଥିଲେ କେବେ ଆରମ୍ଭ ହେବ ପର୍ଯ୍ୟଟନର ମହାପର୍ବ ଇକୋ-ରିଟ୍ରିଟ୍‌। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଏ ହୋଇଥିଲା। ଚଳିତ ବର୍ଷ ପୂର୍ବ ୫ସ୍ଥାନ କୋଣାର୍କ,ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସହ ଦୁଇଟି ନୂଆ ସ୍ଥାନ କୋରାପୁଟ ଓ ଗଞ୍ଜାମ ଯୋଡା ଯାଇଛି।

କୋଭିଡ୍ କଟକଣାରେ ପ୍ରକୃତି କୋଳରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ସହିତ ବିଳାସପୂର୍ଣ୍ଣ ଟେଣ୍ଟ, ଖେଳ ସହ ଭଳିକି ଭଳି ଦେଶୀ, ବିଦେଶୀ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ଭରପୂର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କୋଣାର୍କର ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ମୁହାଣରେ ୭୦ଟି ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ ହୋଇଛି । ସେହିପରି ଭିତରକନିକା ପେଣ୍ଠ ବେଳାଭୂମିରେ ହୋଇଛି ଇକୋ ରିଟ୍ରିଟ୍ । ଦାରିଙ୍ଗବାଡ଼ି, ସମ୍ବଲପୁର ଆଦି ସ୍ଥାନରେ ହୋଇଥିବା ଇକୋ-ରିଟ୍ରିଟ୍‌ର ମଜା ନେଇ ପାରିବେ ପର୍ଯ୍ୟଟକ ।ଏହି ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ । ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେବେ ପର୍ଯ୍ୟଟକ ।

ଅନ୍ୟପଟେ ୨୦୨୬ ମସିହା ପର୍ଯ୍ୟନ୍ତ ଏହି ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ କରିବାକୁ ବିଭାଗ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି। ଯଦି ଚଳିତ ବର୍ଷ ଏହିସବୁ ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ଠିକ୍ ରୁହେ ଏବଂ ଉତ୍ସବ ସଫଳ ହୁଏ, ଆଗାମୀ ୫ ବର୍ଷ ଲାଗି ଉତ୍ସବ ସ୍ଥଳ ଅପରିବର୍ତିତ ରହିବ। ପର୍ଯ୍ୟଟକ ବିଭାଗର ଜଣେ ଅଧିକାରୀ ସୂଚନା ମୁତାବକ, ଏଥର ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ପସନ୍ଦ ରହିଛି କୋଣାର୍କ ଏବଂ ଭିତରକନିକା। ସର୍ବାଧିକ ପର୍ଯ୍ୟଟକ ଉକ୍ତ ସ୍ଥଳ ଲାଗି ବୁକିଂ କରିଛନ୍ତି। ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଲାଗି ସୁରକ୍ଷା, ନିରାପତ୍ତା ସହିତ ବିଭିନ୍ନ ସୁବିଧାସୁଯୋଗ ରହିଛି। ବେଳାଭୂମି ଓ ପ୍ରାକୃତିକ ପରିବେଶଭରା ଘଞ୍ଚ ଜଙ୍ଗଲର ସବୁଜବନାନୀରେ ବିଳାସପୂର୍ଣ୍ଣ ରହଣି, ଦୁଃସାହସିକ କ୍ରୀଡ଼ା କୌଶଳ, ଜଳକ୍ରୀଡ଼ା, ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ଓ ପାନୀୟ ସାଙ୍ଗକୁ  ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

କଟେଜ୍‌ ଦର ୮,୫୦୦ରୁ ୨୫ ହଜାର

ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍‌ର ଭିନ୍ନ ଭିନ୍ନ ସ୍ଥାନ ଲାଗି ବୁକିଂ ଦର ବି ଅଲଗା ଅଲଗା ସ୍ଥିର କରିଛି । କୋଣାର୍କ-ରାମଚଣ୍ଡୀ ବେଳାଭୂମି ପାଇଁ ପ୍ରତି ରୁମ୍ ଓ ପ୍ରତି ରାତି ପିଛା ଡିଲକ୍ସ କଟେଜ୍ ୧୦ ହଜାର, ପ୍ରିମିୟମ୍ ସ୍କ୍ରିସ୍ କଟେଜ୍ ୧୩ ହଜାର, ରୟାଲ ଲକ୍‌ଜୁରୀ ସ୍ଟିସ୍ କଟେଜ ୧୮ହଜାର ଓ ପ୍ରେସିଡେନ୍ସିଆଲ୍ ସ୍ବିଟସ୍‌ ପାଇଁ ୨୫ ହଜାର ଟଙ୍କା ରହିଛି। ପ୍ରତି ରୁମ୍‌ରେ ୨ ଜଣ ବରିଷ୍ଠ ଲୋକ ରହି ପାରିବେ କିନ୍ତୁ ପ୍ରେସିଡେନ୍ସିଆଲ ସ୍ବିଟସ୍‌ରେ ୪ଜଣ ରହିବାର ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ରହିଛି। ସାତକୋଶିଆ, କୋରାପୁଟ ଓ ଦାରିଙ୍ଗବାଡ଼ିରେ ଡିଲକ୍ସ ସିସ୍ କଟେଜ୍ ୮୫୦୦ ଓ ପ୍ରିମିୟମ୍ କଟେଜ ୧୨ ହଜାର ଟଙ୍କା ରହିଛି। ଭିତରକନିକା ଓ ଗଞ୍ଜାମର ପତି ସୋନପୁରରେ ଡିଲକ୍ ସ୍ଟିସ୍ କଟେଜ୍ ୧୦ ହଜାର ଓ ପ୍ରିମିୟମ୍ ସ୍ଵସ୍ କଟେଜ୍ ୧୩ ହଜାର ଟଙ୍କା ରହିଛି। ହୀରାକୁଦରେ ପ୍ରିମିୟମ୍ କଟେଜ ୧୨ ହଜାର ଟଙ୍କା ରହିଛି ।

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‍-୨୦୨୧’
ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‍-୨୦୨୧’। ଗତ ୨ବର୍ଷ ମଧ୍ୟରେ ଇକୋ ରିଟ୍ରିଟର ସଫଳତା ମିଳିବା ପରେ ଏହାକୁ ଅଧିକ ସମ୍ପ୍ରସାରିତ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ରାମଚଣ୍ଡୀ ବେଳାଭୂମି ସମେତ ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଏବଂ ସାତକୋଶିଆରେ ଅନୁଷ୍ଠିତ ହୋଇଥିବା ବେଳେ ଏଥର ଯୋଡ଼ି ହୋଇଛି ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ଓ କୋରାପୁଟ ପାହାଡ଼ ପାଦଦେଶରେ ଥିବା ପୁଟସିଲ୍‍। ଏଥର ୭ଟି ସ୍ଥାନରେ ଅନୁଷ୍ଠିତ ହେବ ଇକୋ ରିଟ୍ରିଟ୍‍। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେଉଁ ସ୍ଥାନ ଗୁଡ଼ିକ କେଉଁ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନଥିବା ଜଣା ପଡ଼ିଛି। ତେବେ ପୂର୍ବ ବର୍ଷ ଭଳି ଇକୋ ରିଟ୍ରିଟ୍‍ର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାଙ୍କ ହାତକୁ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ମହାପାତ୍ର କହିଛନ୍ତି।

ଇକୋ ରିଟ୍ରିଟ୍‍ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗନ୍ତବ୍ୟସ୍ଥଳୀ ପାଲଟିବ। ଐତିହ୍ୟ, କୀର୍ତିରାଜ, କଳାକୃତି, ବନ୍ୟଯନ୍ତୁ,ପରିବେଶ ଓ ପ୍ରାକୃତିକ ସମ୍ପଦର ସବୁ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଆଗରେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ପର୍ଯ୍ୟଟନ ସହ ଯୋଡ଼ି ହୋଇଛି କ୍ରୀଡ଼ା ପର୍ଯ୍ୟଟନ, ଆଡଭେଞ୍ଚର ଓ ୱାଟର ସ୍ପୋର୍ଟସ୍‍ ଓ ପରିବେଶ ପର୍ଯ୍ୟଟନ। ବନ୍ୟା, ବାତ୍ୟା ସାଙ୍ଗକୁ ମହାମାରୀ କରୋନା ଭଳି ପ୍ରାକୃତିକ ବିପର୍ଯୟ ପର୍ଯ୍ୟଟନ ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲେ ମଧ୍ୟ ହାର ମାନିନି ରାଜ୍ୟ ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ବିବାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଡିସେମ୍ୱର ଆରମ୍ଭରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ‘ଇକୋ ରିଟ୍ରିଟ୍‍’ରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ସୁବିଧା ଉପଲବ୍ଧ ରହିବ। ପର୍ଯ୍ୟଟକଙ୍କ ରହଣୀ ନିମନ୍ତେ କଟେଜ୍‍, ରେସ୍ତୋରାଁ, କନେଭେନସନ୍‍ ହଲ୍‍ କରାଯିବା ସହିତ ମନୋରଞ୍ଜନ ପାଇଁ ୱାଟର ରାଇଡ୍‌ସ, ଜେଟ୍‍ ସ୍କି, ବନାନା ରାଇଡ୍‍, ବୋଟିଂ ଆଦିର ବ୍ୟବସ୍ଥା ରହିବ। ଏହାସହ ଫରେଷ୍ଟ ସଫାରୀ, ରୋପ୍‍ୱେ ରାଇଫଲ୍‍ ମଜ୍ଜା ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁକିଂ ସିଷ୍ଟମ୍‍ ଖୁବ୍‍ ଶୀଘ୍ର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।