Similipal National Park - The Sakala

ବର୍ଷା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ୨ଦିନ ବନ୍ଦ ରହିବ ଶିମିଳିପାଳ ପ୍ରବେଶ
ବାରିପଦା: କାଳବୈଶାଖୀ ଜନିତ ଅଦିନିଆ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ଶନିବାର ଓ ରବିବାର ୨ଦିନ ପାଇଁ ବନ୍ଦ କରାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ବର୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଥିବା ବେଳେ ମଧ୍ୟମରୁ ଭାରି ବର୍ଷା ହୋଇଛି। ତତସହିତ ୨ଦିନ ପାଇଁ ବର୍ଷା ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ କରାଯାଇଛି। ଶିମିଳିପାଳ ମଧ୍ୟରେ ପାହାଡିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯଶିପୁର ପଟୁ କାଲିକାପ୍ରସାଦ ଓ ବାରିପଦା ପଟୁ ପିଠାବଟା ତନଖି ଫାଟକ ଦେଇ ଏହି ଦୁଇଦିନ ପର୍ଯ୍ୟଟକ ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ବର୍ଷା ପରର ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲାଗଲା ଶିମିଳିପାଳ ଅଭୟାରଣ୍ୟ। ବାତ୍ୟା ‘ଦାନା’ ଓ ଅତ୍ୟଧିକ ବର୍ଷା ପାଇଁ ଗତ ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଥିଲା। ପରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ  ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା।

ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିଲା ଶିମିଳିପାଳ ଅଭୟାରଣ୍ୟ
ମୟୂରଭଞ୍ଜ: ଶିମିଳିପାଳ ଭିତରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଆଉ ତିନିଦିନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖା ଦିଆଯାଇଛି । ବାତ୍ୟା ‘ଦାନା’ ଗୁରୁବାର ରାତିରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷ ଜାରି ରହିଛି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଛି। ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଏବେ ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଅକ୍ଟୋବର ୨୬ରୁ ୨୮ ତାରିଖ ଯାଏଁ ଶିମିଳିପାଳ ବନ୍ଦ ରହିବ।

ସହଳ ମୌସୁମୀ ଆଗମନ: ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ବାରିପଦା: ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ୍ୟ ମଣ୍ଡଳ ଭାବେ ପ୍ରସିଦ୍ଧ ଲାଭ କରିଥିବା ଶିମିଳିପାଳ ଅଭୟାରଣ୍ୟ ଚଳିତ ଜୁନ ୧୨ରୁ ସେପ୍ଟେମ୍ବର ୩୦ତାରିଖ ଯାଏଁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ସାଢେ ଚାରି ମାସ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ। ପ୍ରତିବର୍ଷ ବର୍ଷା ଋତୁ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପ୍ରବେଶ ବନ୍ଦ ରହିଥାଏ। ତେବେ ଏଥର ସହଳ ମୌସୁମୀ ପାଇଁ ୪ଦିନ ପୂର୍ବରୁ ବନ୍ଦ କରାଯାଉଛି । ବର୍ଷା ପରେ ସ୍ଥିତିକୁ ଦେଖି ନଭେମ୍ବର ମାସ ପହିଲାକୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଥାଏ। ତେଣୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସାମୟିକ ବନ୍ଦ କରାଯାଇଥାଏ। ଏହି ସମୟ ମଧ୍ୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ। ସେପଟେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁଡୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମରେ ପର୍ଯ୍ୟଟକଙ୍କ ରହଣି ସମେତ ପର୍ଯ୍ୟଟନ ପାଇଁ ଖୋଲା ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି।

ଶିମିଳିପାଳ ସୁରକ୍ଷା ପାଇଁ ଯୁଗ୍ମ ଟାସ୍କ ଫୋର୍ସ ଗଠିତ
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ ଓ ପୁଲିସ ବିଭାଗକୁ ନେଇ ଯୁଗ୍ମ ବା ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ) ଗଠନ କରାଯାଇଛି । ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ) ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିବେ । ଅଭୟାରଣ୍ୟ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ଦୁଇ ବନକର୍ମଚାରୀଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିବା ପରେ ସରକାର ବଡ଼ପଦକ୍ଷେପ ଗ୍ରହଣ କରିଛି ।

ଶିମିଳିପାଳ ଅଭୟାରଣ୍ୟରୁ ମହାବଳ ବାଘ, କଲରାପତରିଆ ବାଘ ଓ ହାତୀ ଶିକାର ଘଟଣା ବର୍ଷ ତମାମ ଲାଗି ରହିଛି । ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ଯୋଗାଇବାରେ ବନବିଭାଗ ଅସଫଳ ରହିଥିବା ବେଳେ ଶିକାରୀଙ୍କ ଅନୁପ୍ରବେଶକୁ ରୋକିବାରେ ସକ୍ଷମ ହୋଇପାରିନଥିଲା । ନିକଟରେ ପିସିସିଏଫ ଶିମିଳିପାଳ ଗସ୍ତରେ ଆସି ଟାସ୍କଫୋର୍ସ ଗଠନ ସମ୍ପର୍କରେ ସୂଚନା ଦେବା ସହିତ ରୂପରେଖ ପ୍ରସ୍ତୁତ କରି ଫେରିଥିଲେ । ତଦନୁଯାୟୀ ଶିମିଳିପାଳ ସୁରକ୍ଷାକୁ କଡାକଡି କରାଯିବା ନେଇ ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯାଇଛି । ଅଧ୍ୟକ୍ଷଙ୍କ ବ୍ୟତୀତ ମୟୂରଭଞ୍ଜର ଅତିରିକ୍ତ ଏସପି କିମ୍ବା ଡିଏସପି ର‌୍ୟାଙ୍କର ପୁଲିସ ଅଧିକାରୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ, ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ସମେତ ଶିମିଳିପାଳ ଦକ୍ଷିଣ ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଏଥିରେ ପ୍ରମୁଖ ସଦସ୍ୟ ରହିଛନ୍ତି । ଏଥିରେ ୩ ରେଞ୍ଜ ଅଫିସର, ୬ଫରେଷ୍ଟରଙ୍କ ସହ ୮୧ଜଣ ଫରେଷ୍ଟ ଗାର୍ଡକୁ ସାମିଲ କରାଯାଇଛି । ଏହା ସହିତ ୧୦୦ ସଶସ୍ତ୍ର ପୁଲିସ କନେଷ୍ଟବଳକୁ ନିୟୋଜିତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଆରସିସିଏଫ) ପ୍ରକାଶ ଚାନ୍ଦ ଗୋଗେନାନୀଙ୍କ ଠାରୁ ଜଣାପଡିଛି ।

କମ୍ବିଂ ଅପରେସନବେଳେ ଶିମିଳିପାଳ ଅଭୟାରଣ୍ୟ ନିକଟ ଅଞ୍ଚଳରୁ ୩ଟି ବନ୍ଧୁକ ଜବତ, ୩ ଗିରଫ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ କମ୍ବିଂ ଅପରେସନ ବେଳେ ମୟୂରଭଞ୍ଜ ପୁଲିସକୁ ପୁଣି ସଫଳତା ମିଳିଛି। ଦୁଇଟି ପୃଥକ ଘଟଣାରେ ତିନି ଗୋଟି ବନ୍ଧୁକ ସମେତ ୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ବାରିପଦା ଠାରେ ଏସପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶିମିଳିପାଳର ପାଦଦେଶ ଅଞ୍ଚଳର ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ପଞ୍ଚାୟତର ଚନ୍ଦନଚତୁରୀ ଗ୍ରାମ ନିକଟ ରେଣ୍ଟସାହିରୁ ଦୁଇଟି ବନ୍ଧୁକ ସମେତ ୩ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ରେଣ୍ଟାସାହିର ଯଦୁନାଥ ହାଁସଦା(୫୨), ଚନ୍ଦନଚତୁରୀ ଗ୍ରାମର ଠାକୁର ସିଂ(୨୬) ଓ ମଧୁ ସିଂ(୩୦)।

ସେହିପରି ଉଦଳା ଥାନା ଅନ୍ତର୍ଗତ କାଶିକୁନ୍ଦଳ ଗ୍ରାମ ନିକଟ ଜଙ୍ଗଲରୁ ଲୁଚାଯାଇଥିବା ଅନ୍ୟ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏନେଇ ଦୁଇ ଗୋଟି ଥାନାରେ ପୃଥକ ମାମଲା ରୁଜୁ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବଡ଼ସାହି ଓ ଉଦଳା ଥାନା ଅଧିକାରୀ ଉପସ୍ଥିତ ଥିଲେ। ଏବେ ନିୟମିତ ଭାବେ ବନବିଭାଗର କର୍ମଚାରୀ ଏବଂ ପୁଲିସର ମିଳିତ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଏବଂ ତା’ର ପାଦଦେଶରେ ଥିବା ଅଞ୍ଚଳରେ ବ୍ୟାପକ ଭାବେ ଖାନତଲାସ ଏବଂ କୋମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏହି ଅବସରରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶୀ ବନ୍ଧୁକ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେମାନେ ସ୍ୱଇଛାରେ ଚଳିତ ମାସ ୩୧ ତାରିଖ ମଧ୍ୟରେ ପୁଲିସ ନିକଟରେ ଜମା କରି ପୁରସ୍କୃତ ହୁଅନ୍ତୁ ଅନ୍ୟଥା ଗିରଫ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଚେତାବନୀ ଦେଇଛନ୍ତି।

ଶିମିଳିପାଳ ଅଭୟାରଣ୍ୟରୁ ଅଚିହ୍ନା ମୃତଦେହ ଉଦ୍ଧାର, ହାତୀପଲ ଆକ୍ରମଣରେ ମୃତ୍ୟୁ ସନ୍ଦେହ
ବାରିପଦା: ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରୁ ଗୁରୁବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବନ ବିଭାଗ ପକ୍ଷରୁ ପୁଲିସକୁ ଏନେଇ ଖବର ଦେବା ପରେ ପୁଲିସ ଟିମ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲେ ହେଁ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ପରିଚୟ ମିଳିପାରିନି ।

ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପୀଠାବଟା ଦକ୍ଷିଣ ରେଞ୍ଜର କଚୁଦହନ ସେକ୍ସନ କୋର ଅଞ୍ଚଳରେ ଏକ ମୃତଦେହ ପଡିଥିବାର ଖବର ପାଇ ରେଞ୍ଜର ଜ୍ୟୋତି ରଞ୍ଜନ ସେନାପତି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ମୃତଦେହଟି ମୁଁହ ମାଡି ପଡିଥିବାରୁ ଚିହ୍ନଟ କରିନପାରି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡା ପ୍ରକାଶ ଚାନ୍ଦ ଗୋଗିନେନି ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲେ। ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ପରେ ଏହା ଏକ ହାତୀପଲର ଆକ୍ରମଣ ଜନିତ ମୃତ୍ୟ ବୋଲି ଅନୁମାନ କରିଥିଲେ। ନିକଟରେ ହାତୀଙ୍କ ଦ୍ବାରା ମୃତଦେହ ଘୋଷଡା ଦାଗ ଦେଖିଥିଲେ ।

ଘଟଣାସ୍ଥଳରେ ବଡ଼ସାହି ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଆଣିଛନ୍ତି। ତେବେ ଏ ପର୍ଯ୍ୟନ୍ତ ମୃତଦେହର ପରିଚୟ ମିଳି ପାରିନାହିଁ। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୫ବର୍ଷ ହେବ ଓ ରଙ୍ଗ ଶ୍ୟାମଳ ଏବଂ ଗଞ୍ଜି ଓ ଲୁଙ୍ଗି ପିନ୍ଧିଥିବା ନେଇ ଥାନା ଅଧିକାରୀ ସଞ୍ଜୟ ପରିଡା ସୂଚନା ଦେଇଛନ୍ତି। ତେବେ ପ୍ରଥମେ ମୃତକ ଜଣକ ବନ କର୍ମଚାରୀ ବୋଲି ହେଉଥିବା ଚର୍ଚ୍ଚାକୁ କ୍ଷେତ୍ର ନିର୍ଦ୍ଦେଶକ ଡା ଗୋଗିନେନି ଖଣ୍ଡନ କରିଛନ୍ତି।

ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟର ମାଥିଙ୍କ ପରିବାରକୁ ଦିଆଯିବ ୨୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା
ଶିମିଳିପାଳ: ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟର ମାଥି ହାଁସଦାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି । ଶିମିଳିପାଳର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ । ଶିକାରୀମାନଙ୍କୁ ଧରିବା ପାଇଁ ପୋଲିସ୍ ପ୍ରଶାସନ ତତ୍ପର ରହିଛି । ଆଗକୁ ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଯଶୀପୁରସ୍ଥିତ ଖଇରୀ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଆସନ୍ତା ୧୬ତାରିଖ ଠାରୁ ଅକ୍ଟୋବର ୩୧ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
ବାରିପଦା: ଆସନ୍ତା ଶୁକ୍ରବାର ୧୬ ତାରିଖ ଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ। ଏନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ସାଢେ ଚାରି ମାସ ପର୍ଯ୍ୟନ୍ତ ଉଭୟ ପୀଠାବଟା ଓ କାଳିଆଣି ଫାଟକ ବନ୍ଦ ରହିବ। ତତସହିତ ଅଭୟାରଣ୍ୟ ଭିତରେ ରାତ୍ରି ଯାପନ ଓ ସାମୟିକ ରହଣୀ ନିମନ୍ତେ ଅନଲାଇନ ବୁକିଂ ସୁବିଧା ମଧ୍ୟ ବନ୍ଦ ରହିବ । ପ୍ରତିବର୍ଷ ବର୍ଷା ଋତୁ ସମୟରେ ଜୁନ୍ ୧୬ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ବନ୍ଦ କରାଯାଇଥାଏ।

ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦ ସଙ୍କୁଳ ଅବସ୍ଥାରେ ରହିଥାଏ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସାମୟିକ ବନ୍ଦ କରାଯାଇଥାଏ । ଏହି ସାଢେ ଚାରି ମାସ ମଧ୍ୟରେ ବର୍ଷା ଛାଡିଯିବା ପରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି କରାଯାଇଥାଏ । ନଭେମ୍ବର ମାସ ୧ ତାରିଖରୁ ଶିମିଳିପାଳକୁ ପ୍ରବେଶ ନିମନ୍ତେ ପର୍ଯ୍ୟଟକମାନଙ୍କୁ ଅନୁମତି ଓ ଅନଲାଇନ ବୁକିଂ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡା ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ଠାରୁ ଜଣାପଡିଛି।

ନିହତ ବନରକ୍ଷୀ ପରିବାରଙ୍କ ପାଖରେ ପହଞ୍ଚିଲେ ପିସିସିଏଫ
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ପିସିସିଏଫ ୱାର୍ଲଡ଼ ଲାଇଫ ସୁଶିଲ କୁମାର ପୋପଲି। ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ସେନେଇ ଦେଇଛନ୍ତି ପ୍ରତିଶୃତି। ସ୍ୱର୍ଗତ ବିମଳ ଜେନାଙ୍କ ପରିବାର ଲୋକେ ପିସିସିଏଫଙ୍କ ନିକଟରେ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ। ମୃତକଙ୍କ ସ୍ତ୍ରୀ ଲିପିନା ସ୍ୱାଇଁ ମଧ୍ୟ ସେହି ଶିମିଳିପାଳ ଅଭୟାରଣ୍ୟରେ ବନରକ୍ଷୀ ଭାବେ କାର୍ଯ୍ୟରତ। ସ୍ୱର୍ଗତ ବିମଳ ଜେନା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଲିପିନା ସ୍ୱାଇଁଙ୍କର ବାପାଙ୍କ ପରିବାରରେ କେହି ନଥିବା କାରଣରୁ ଲିପିକାଙ୍କୁ ଜଙ୍ଗଲରେ ଡ୍ୟୁଟି ନଦେଇ ବାରିପଦାର ଭଞ୍ଜପୁର ଠାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିୟୋଜିତ କରିବାକୁ ନିବେଦନ କରିଥିଲେ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ନିକଟରେ ଏହି ବଦଳି କରିସାରିଛନ୍ତି। ଅପରପକ୍ଷରେ ଏକମାତ୍ର ୬ ବର୍ଷର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ। ସେହିପରି ସ୍ୱର୍ଗତ ବିମଳ ଜେନାଙ୍କ ସମସ୍ତ ସରକାରୀ ପ୍ରାପ୍ୟ ସହିତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପିସିସିଏଫଙ୍କ ଠାରେ ନିବେଦନ ପରିବାର ଲୋକେ କରିଥିଲେ। ସ୍ୱର୍ଗତ ବିମଳ ଜେନାଙ୍କ ମୃତ୍ୟୁ ରାଜ୍ୟ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେଵେ ବ୍ୟର୍ଥ ଯିବନି। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ସମସ୍ତ ପ୍ରକାର ସରକାରୀ ପ୍ରାପ୍ୟ ସହିତ ଶିମିଳିପାଳ ଫାଉଣ୍ଡେସନ ତରଫରୁ ଏବଂ ନେସନାଲ ଟାଇଗର କନଜରଭେସନ ଅଥରିଟି (ଏନଟିସିଏ) ତରଫରୁ ମଧ୍ୟ ଯାହା ଅଧିକ ସହାୟତା କରାଯାଇପାରିବ, ଆମେ ତାହା ଦେଖୁଛୁ ବୋଲି ପିସିସିଏଫ କହିଛନ୍ତି।

ଅପରପକ୍ଷରେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ମୟୂରଭଞ୍ଜ ପୁଲିସ ସହାୟତାରେ ଗିରଫ କରାଯିବ ବୋଲି କହିଥିଲେ ଏବଂ ଶିମିଳିପାଳ ପାଦଦେଶରେ କୁମ୍ବିଂ ଅପରେସନ ଜୋରଦାର କରି ସେମାନେ ବ୍ୟବହାର କରୁଥିବା ଦେଶୀ ବନ୍ଧୁକ ଜବତ କରିବା ସହିତ ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ, ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସାଇକିରଣ ଓ ସମ୍ରାଟ ଗୌଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହା ପରେ ପରେ ପିସିସିଏଫ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ

ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି; ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୪ ଓ ୫ ତାରିଖ ବନ୍ଦ ରହିବ ଶିମିଳିପାଳ
ବାରିପଦା: ମହାମହିମ ରାଷ୍ଟ୍ରପତିଙ୍କ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ସୂଚନା ଦେଇଛନ୍ତି । ଏନେଇ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିମିଳିପାଳ ଅଭୟାରଣ୍ୟକୁ ଦେଶର ମୁଖ୍ୟ ପ୍ରଥମ ଥର ପାଇଁ ଆସୁଥିବା ଆମ ପାଇଁ ବିଶେଷ କରି ଶିମିଳିପାଳ ପାଇଁ ଗର୍ବ ଓ ଗୌରବର ବିଷୟ। ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥ୍ୟସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଶ୍ରୀ ଗୋଗିନେନୀ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ମୁର୍ମୁ ୫ତାରିଖ ପୂର୍ବାହ୍ନରେ ଯଶୀପୁର ହେଲିପେଡରୁ ଓହ୍ଲାଇ ସଡକ ପଥରେ ସ୍ବତନ୍ତ୍ର ଗାଡିରେ ଶିମିଳିପାଳ ଗସ୍ତ କରି ଅପରାହ୍ନରେ ପୁନର୍ବାର ଯଶୀପୁର ହ୍ୟାଲିପେଡକୁ ଫେରିବା କାର୍ଯ୍ୟକ୍ରମ ରହିଛି ।

ଶିମିଳିପାଳରୁ ୫ ଶିକାରୀ ଗିରଫ: ବନ୍ୟଜନ୍ତୁ ଜୀବାଂଶ, ବନ୍ଧୁକ ଓ ମୋବାଇଲ ଫୋନ ଜବତ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାର ହୋଇଥିବା ହାତୀ ଓ ବାଘଚମଡା ଜବତ ଘଟଣାରେ ଜଡିତ ଆଉ ୫ଜଣ ଶିକାରୀ ତଥା ବନ୍ୟପ୍ରାଣୀ ଜୀବାଂଶ ଚୋରା ବେପାରୀଙ୍କୁ ବନବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପ ନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମର ମିଳିତ ଚଢ଼ାଉ ଦ୍ବାରା ସମସ୍ତଙ୍କୁ ବାରିପଦା ସଦର ଥାନା ଅଧୀନ ପାଇକବସା ଗ୍ରାମର ସୁନାରାମ ବାରିକଙ୍କ ଘରୁ ଗିରଫ କରାଯାଇଛି। ସେଠାରୁ ମୃତ ହାତୀର ହାଡ଼, କଇଁଛ ଖୋଳପା ଓ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ହାଡ଼ ସହିତ ଦୁଇ ଗୋଟି ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି।

ସୁନାରାମଙ୍କ ଘରେ ଚୋରା ବ୍ୟବସାୟ ପାଇଁ ରାଇରଙ୍ଗପୁର ସଦର ଥାନା ଅନ୍ତର୍ଗତ କରକଚିଆ ଗ୍ରାମର ସୁନ୍ଦର ମୋହନ, ବେତନଟୀ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ରାମ ବିନ୍ଧାଣି, ବାରିପଦା ସଦର ଥାନା ଅନ୍ତର୍ଗତ ଲାଲଗଞ୍ଜ ଗ୍ରାମର ବୁଦ୍ଧିରାମ ସିଂ ଓ ଜିତେନ ଶ୍ୟାମ ସିଂ ଏବଂ ସୁନାରାମ ମୂଲଚାଲ ଚଳାଇଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା। ସମସ୍ତ ୫ଜଣଙ୍କ ନାମରେ ବନ୍ୟାପ୍ରାଣୀ ଆଇନ ଅନୁଯାୟୀ କେଶ ନମ୍ବର ୧୩୧/୨୦୨୨-୨୩ କ୍ରମେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଅଭିଯୁକ୍ତ ମାନେ ସମାନ ଘଟଣାରେ ସଂପୃକ୍ତ ଥାଇ ଜେଲ ଯାଇଥିଲେ। ଜେଲରେ ଅନ୍ୟ ଅଭିଯୁକ୍ତଙ୍କ ସହିତ ସମ୍ପର୍କ ସ୍ଥାପନ ପରେ ଜାମିନରେ ଆସିବା ପରେ ଚୋରା ବ୍ୟବସାୟରେ ଅନ୍ୟମାନେ ସାମିଲ ହୋଇଥିଲେ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ଝାରପୋଖରୀଆ ଥାନା ଅନ୍ତର୍ଗତ ଜଳଡିଙ୍ଗାର ଟାୱାର ଢ଼ାବାରୁ କଲରାପତରିଆ ବାଘ ଛାଲ ସହିତ ଜବତ ୮ଶିକାରୀ ଓ ଜେନାବିଲ ରେଞ୍ଜର ଗୋରାଣ୍ଡି ବିଟରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ କରିବା ଘଟଣା ତଦନ୍ତର ଅଗ୍ରଗତି ସ୍ବରୂପ ଲିଙ୍କ ଅନୁଯାୟୀ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି ।