Accenture - The Sakala

ଭୁବନେଶ୍ୱରରେ ଗ୍ଲୋବାଲ ଡେଲିଭର ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର
ଭୁବନେଶ୍ବର: ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଆକ୍ସେଞ୍ଚରର କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ବିଜଙ୍କ ନେତୃତ୍ଵରେ ଏକ ବରିଷ୍ଠ ପ୍ରତିନିଧି ଦଳ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ପାଇଁ କମ୍ପାନିର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଆକ୍ସେଞ୍ଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ଗଭର୍ଣ୍ଣମେଣ୍ଟ ରିଲେସନ୍ ଲିଡ୍ ପୁନୀତ ଜେ କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବୁରାଇ, ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶ୍ରୀ ଭିଜ୍ କହିଛନ୍ତି ଯେ, ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଓଡ଼ିଶାର ଆଇଟି ଇକୋସିଷ୍ଟମ ଏବଂ ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ ସହର ଭୁବନେଶ୍ବରରେ ଆମର ନୂତନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ନୂତନ କେନ୍ଦ୍ର ସମଗ୍ର ବିଶ୍ବର ଗ୍ରାହକଙ୍କୁ ବୈଷୟିକ ସେବା ଯୋଗାଇବାରେ ସହାୟକ ହେବ ଏବଂ ରାଜ୍ୟର ଯୁବପିଢିମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ଓଡ଼ିଶାରେ ଆକ୍ସେଞ୍ଚରର ନୂତନ ପ୍ରୟୋଗ କେନ୍ଦ୍ର ପ୍ରତିଷ୍ଠା ତଥା ଏହାର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଆକ୍ସେଞ୍ଚର ହେଉଛି ବିଶ୍ବର ଅନ୍ୟତମ ବୃହତ୍ ବୃତ୍ତିଗତ ବୈଷୟିକ ସେବା କମ୍ପାନି। ଏହି କମ୍ପାନି ୧୨୦ରୁ ଅଧିକ ଦେଶରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ବିଭିନ୍ନ ସଂସ୍ଥାକୁ ସେମାନଙ୍କ ବ୍ୟବସାୟର ପୁନରୁଦ୍ଧାର କରିବା, ସେମାନଙ୍କ କାର୍ୟ୍ୟକୁ ସର୍ବୋଚ୍ଚ ଶିଖରକୁ ନେଇଯିବା ଏବଂ ବ୍ୟାପକ ସେବା, ସମମସ୍ୟାର ସମାଧାନ ତଥା ସେମାନଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାରେ ସାହାଯ୍ୟ କରିଆସୁଛି।

ଭୁବନେଶ୍ବରରେ ପ୍ରତିଷ୍ଠିତ ହେବାକୁ ଯାଉଥ‌ିବା ଆକ୍ସେଞ୍ଚରର ଏହି ଅତ୍ୟାଧୁନିକ ସେବାକେନ୍ଦ୍ର କମ୍ପାନିର ଗ୍ଲୋବାଲ ଡେଲିଭରି ନେଟୱାର୍କକୁ ସମ୍ପ୍ରସାରିତ କରିବ ଏବଂ ଶିଳ୍ପ କ୍ଷେତ୍ରର ଗ୍ରାହକଙ୍କ ପାଇଁ ଏହା ଅବଶ୍ୟକୀୟ ଟେକ୍ନୋଲୋଜି ସେବା ଯୋଗାଇଦେବ। ଆକ୍ସେଞ୍ଚର ଓଡ଼ିଶାରେ ୧,୨୦୦ରୁ ଅଧିକ ଦକ୍ଷ କର୍ମଚାରୀଙ୍କୁ ନେଇ ତାହାର ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ପରିଚାଳନା କରିବାପାଇଁ ଲକ୍ଷ୍ୟ ରଖୁଛି। ସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ଖୁବଶୀଘ୍ର ଓଡିଶାରେ ୭୫,୦୦୦ ବର୍ଗ ଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା-ସମୃଦ୍ଧ କେନ୍ଦ୍ର ସ୍ଥାପନ କରିବ। ଏଥନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି।

ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧ୍ ଦଳ ଭାରତର ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଏବଂ ଜାପାନ ଓ ଆମେରିକାରେ ରୋଡ୍ ସୋ’ କରିବା ସହ ବିଶ୍ବର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନିଗୁଡ଼ିକର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ଫଳରେ ଆଇବିଏମ୍, ପିଡବ୍ଲ୍ୟୁସି, ଡେଲଏଟ୍, ହାପିଏଷ୍ଟ ମାଇଣ୍ଡସ ଓ କନସେଟ୍ରିକ୍ସ ଆଦି ବହୁରାଷ୍ଟ୍ରୀୟ କମ୍ପାନି ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରି ରାଜ୍ୟର ଆଇଟି କ୍ଷେତ୍ରରେ ୧୦,୦୦୦ରୁ ଅଧ‌ିକ ଲୋକଙ୍କୁ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିପାରିଛନ୍ତି । ଓଡ଼ିଶାରେ ଆକ୍ସେଞ୍ଚରର ପୁଞ୍ଜିନିବେଶ ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସର ଅନ୍ୟତମ ପ୍ରତିଫଳ।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଓଡ଼ିଶାରେ ଆକ୍ସଞ୍ଚରର ପ୍ରବେଶକୁ ସ୍ବାଗତ କରି କହିଲେ, “ଏହା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ” ଏବଂ ଓଡିଶା ଆଇଟି କମ୍ପାନୀମାନଙ୍କ ନିବେଶସ୍ଥଳ ଭାବରେ ରାଜ୍ୟର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିଛି । ଓଡ଼ିଶାର ନିବେଶକ-ଅନୁକୂଳ ନୀତି, ଆଇଟି ଇକୋସିଷ୍ଟମ, ଅବଶ୍ୟକୀୟ ଭିତ୍ତିଭୂମି, ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ ତଥା ରାଜ୍ୟ ସରକାରଙ୍କ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି। ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ, ନିକଟ ଭବିଷ୍ୟତରେ ଓଡ଼ିଶା ଏକ ଗ୍ଲୋବାଲ ଆଇଟି ଏବଂ ସେମିକଣ୍ଡକ୍ଟର ହବରେ ପରିଣତ ହେବା ସହିତ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ।

ଖୁବଶୀଘ୍ର ୧୯ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆଇଟି ସେକ୍ଟର କମ୍ପାନୀ Accenture
ନୂଆଦିଲ୍ଲୀ: ବୃହତ ଆଇଟି କମ୍ପାନୀ ଆକ୍ସେଞ୍ଚର (Accenture) ୧୯ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ତରଫରୁ ଆଜି କୁହାଯାଇଛି ।

ଏକ ବିବୃତ୍ତିରେ କମ୍ପାନି କହିଛି ଯେ ବର୍ତ୍ତମାନ ଥିବା ସମୁଦାୟ କର୍ମଚାରୀଙ୍କ ସଂଖ୍ୟାର ୨.୫% କର୍ମଚାରୀଙ୍କ ଛଟେଇ କରଯିବ। ଆଗାମୀ ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କର୍ମଚାରୀଙ୍କ ଛଟେଇ କରାଯାଇପାରେ। କମ୍ପାନୀ ତରଫରୁ କୁହାଯାଇଛି କି ଏହା ଅଣ-ବିଲ୍ ଯୋଗ୍ୟ କର୍ପୋରେଟ୍ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଅଧିକ ଛଟେଇ କରାଯିବ । କମ୍ପାନୀର ଏଭଳି ନିଷ୍ପତ୍ତି ପରେ ସେୟାର ମାର୍କେଟରେ କମ୍ପାନୀର ସେୟାର ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

୨୦୨୩ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଆକ୍ସେଞ୍ଚର ଏହାର କାର୍ଯ୍ୟଶୈଳୀକୁ ସରଳ କରିବା ପାଇଁ ଏହି ପଦକ୍ଷେପ ନେଉଛି। ଏହା ଫଳରେ ଖର୍ଚ୍ଚ ହ୍ରାସ କରାଯାଇପାରିବ ବୋଲି କୁହାଯାଇଛି । ମାନ୍ଦାବସ୍ଥା ଯୋଗୁଁ ପ୍ରଭାବିତ ଟେକ୍ନୋଲୋଜୀ ବଜେଟ୍ ହ୍ରାସ କରିବାର ସମ୍ଭାବନା ଥିବାରୁ କମ୍ପାନୀ ନିକଟରେ ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନ ହ୍ରାସ କରିଛି ।

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ମହିଳା ମୃତ
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡାର ବେଣା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ , ଆଜି ମଧ୍ୟାହ୍ନ ସମୟରେ ତେଲକୋଇ ପଡାଙ୍ଗ ନିପିଣ୍ଡା ଗ୍ରାମର ସୁକାମିନୀ ନାୟକ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ସହିତ ସିରିଆବାହାଳିରେ ଥିବା ତାଙ୍କ ଝିଆରୀ ଘରକୁ ଯାଉଥିଲେ। ବାଟରେ ଖୁଣ୍ଟାପଡା ବେଣା ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ପଡିବାରୁ ସୁକାମିନୀ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ତେଲକୋଇ ଡାକ୍ତରରଖାନାକୁ ଅଣାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ନଜ କର୍ମଚାରୀଙ୍କୁ ମାଗଣାରେ ଟିକା ଦେବେ ଏହି ଦୁଇ କମ୍ପାନୀ
ନୂଆଦିଲ୍ଲୀ : ସୂଚନା ପ୍ରଯୁକ୍ତି ଉଦ୍ୟୋଗ ଇନଫୋସିସ୍ ଲିମିଟେଡ ଓ କନସଲଟାଣ୍ଟ ଆଉଟ ସୋର୍ସିଂ କମ୍ପାନୀ ଆସେଞ୍ଚର ଘୋଷଣା କରିଛନ୍ତି କି ଭାରତରେ ଥିବା ସେମାନଙ୍କ କର୍ମଚାରୀଙ୍କ କୋଭିଡ-୧୯ ଟିକା ଖର୍ଚ୍ଚ କମ୍ପାନୀ ତରଫରୁ ବହନ କରାଯିବ । ଭାରତରେ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପିଡିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ମାଗଣା ଥିବାବେଳେ ଘରୋଇ ଡାକ୍ତରଖାନାଗୁଡ଼ିକ ଡୋଜ ପିଛା ୨୫୦ରୁ ଅଧିକ ଟଙ୍କା ରହିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ଗୁଡିକ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଟିକାକରଣ ପାଇଁ ଇନଫୋସିସ୍ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏଭଳି ସୂଚନା ଦେଇଛନ୍ତି ଇନଫୋସିସର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ରାଓ। ଇନଫୋସିସ୍‌ରେ ପ୍ରାୟ ୨ଲକ୍ଷ ୪୨ହଜାର କର୍ମଚାରୀ ଅଛନ୍ତି। ଏହା ସହିତ ଆଉଟସୋର୍ସିଂ ସେବା ପ୍ରଦାନକାରୀ କମ୍ପାନୀ ଆସେନଚୁଏର ଏହାର କମ୍ପାନୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ କହିଛି। ଆସେନଚୁଏର ଭାରତରେ ଦେଢ ଲକ୍ଷ କର୍ମଚାରୀ ଅଛନ୍ତି। ଦେଶର ଅନ୍ୟାନ୍ୟ କେତେକ କମ୍ପାନୀ ଯଥା ମହିନ୍ଦ୍ରା ଗ୍ରୁପ୍‌, ଆଇଟିସି ଲିମିଟେଡ ଆଦି ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ ବିଚାର କରୁଛନ୍ତି।