INDvsNZ - The Sakala
ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୪ର୍ଥ ଟି-୨୦ ମ୍ୟାଚ୍, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଭାରତ
ବିଶାଖାପାଟନା: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମ୍ୟାଚ ଆଜି ବିଶାଖାପାଟନାରେ ଖେଳାଯିବ। ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ୩-୦ରେ ଆଗୁଆ ସିରିଜ କବ୍‌ଜା କରିସାରିଛି। ବିଶ୍ୱକପ୍‌ ପୂର୍ବରୁ ସିରିଜ ବିଜୟୀ ହୋଇସାରିଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଖେଳାଳିଙ୍କ ମନୋବଳ ବେଶ୍‌ ଦୃଢ଼ ରହିଛି। ତେଣୁ ଭାରତ ବିଶ୍ୱକପ୍‌ ପୂର୍ବରୁ ଏହାର ଶେଷ ଦୁଇଟି ମ୍ୟାଚ୍‌ରେ କମ୍ବିନେସନ ଉପରେ ଗୁରୁତ୍ୱ ଦେବ।
ବିଶେଷ କରି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ବରିଷ୍ଠ ୱିକେଟକିପର ସଞ୍ଜୁ ସାମସନଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ସାମସନ ପ୍ରଥମ ଦୁଇଟି ମ୍ୟାଚରେ ୧୦ ଓ ୬ ରନ କରିଥିବାବେଳେ ଶେଷ ଟି-୨୦ରେ ‘ଗୋଲ୍ଡେନ ଡକ୍‌’ରେ ଆଉଟ୍‌ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୱିକେଟ୍‌କିପର ଇଶାନ କିଶାନ ୨ୟ ଟି-୨୦ରେ ୩୨ ବଲରେ ୭୬ ରନର ବିସ୍ଫୋରକ ପାଳି ଖେଳି ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅପରପକ୍ଷରେ ଚଳିତ ସିରିଜରେ ଦୁଇ ଅଭିଜ୍ଞ ସ୍ପିନର କୁଲଦୀପ୍‌ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଶ୍ରେଷ୍ଠ ଫର୍ମକୁ ଫେରିବା ଲାଗି ସଂଘର୍ଷ କରୁଛନ୍ତି। ତେଣୁ ଶେଷ ଦୁଇ ମ୍ୟାଚ ଉଭୟଙ୍କ ଲାଗି ବେଶ୍‌ ଗୁରୁତ୍ୱବହନ କରୁଛି। ସେହିଭଳି ସିରିଜ ବିଜୟୀ ହୋଇସାରିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଶେଷ ଦୁଇ ମ୍ୟାଚରେ ବିଶ୍ରାମ ଦେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅପରପକ୍ଷରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସିରିଜ ହାରିସାରିଛି। କିନ୍ତୁ ଶେଷ ଦୁଇ ମ୍ୟାଚରେ ବିଜୟୀ ହୋଇ ଦଳ ମନୋବଳ ଦୃଢ଼ ମନୋବଳ ସହ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ୩ଟି ମ୍ୟାଚରେ କିୱି ଦଳର ବୋଲିଂ ବିଭାଗ ଫେଲ୍‌ ମାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ, ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍
ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ । ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍ । ଦୁଇ ଅଙ୍କ ଛୁଇଁ ପାରିଲେନି ଭାରତର ୮ଜଣ ବ୍ୟାଟସମ୍ୟାନ୍ । ଶୂନରେ ପ୍ୟାଭିଲିୟନ ଫେରିଲେ ୫ ଜଣ ଖେଳାଳି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। କେବଳ ଯଶସ୍ୱୀ ଜୟସ୍ୱାଲ (୧୩ରନ୍) ଏବଂ ଋଷଭ ପନ୍ତ(୨୦ ରନ୍) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଛନ୍ତି।
ସୂଚନାଯୋଗ୍ୟ ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଥିଲା । ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି ।
ହକି ବିଶ୍ୱକପରେ ଆଜିଠୁ କ୍ରସ ଓଭର ମ୍ୟାଚ୍: ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ହାଇଭୋଲଟେଜ ମ୍ୟାଚ
ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ବିଶ୍ୱକପ୍‌‌ର ପୁଲ ପର୍ଯ୍ୟାୟ ମ୍ୟାଚ୍‌‌ ଶେଷ ହୋଇଯାଇଛି। ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍ ସିର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଗତ ବିଶ୍ୱକପରେ ଭାରତକ କ୍ୱାର୍ଟର ଫାଇନାଲରୁ ପରାଜିତ ହୋଇଥିଲା । ତେଣୁ ଏଥର ମ୍ୟାଚ ଜିତି କ୍ୱାର୍ଟରକୁ ଯିବାକୁ ଲକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।
ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ପୁଲ୍‌‌ର ନଂ-୧ ଟିମ୍‌‌ ଯଥା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ଲାଗି ଆଜିଠାରୁ କ୍ରସ୍‌‌ଓଭର ବା ଅନ୍ୟ ପକ୍ଷରେ କହିଲେ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ହେବ।
ଏହି କ୍ରସ୍‌‌ ଓଭରରେ ପ୍ରଥମ ମ୍ୟାଚ୍‌‌ ପୁଲ-ସି’ରେ ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନିତ ଦଳ ସ୍ପେନର ମୁକାବିଲା ହେବ। ଏହା ପରେ ପୁଲ-ଡି’ରେ ଦ୍ୱିତୀୟ ହୋଇଥିବା ଭାରତ ସହ ପୁଲ-ସି’ର ତୃତୀୟ ଦଳ ନ୍ୟୁଜିଲାଣ୍ଡ ଖେଳିବ। ଉଭୟ ମ୍ୟାଚ୍‌‌ କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବ। ଆୟୋଜକ ଭାବେ ଭାରତ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଏହି ମ୍ୟାଚ୍‌‌ର ଫଳାଫଳକୁ ନେଇ ଚାପରେ ରହିଛି। କାରଣ ଏହା ହେଉଛି ନକ୍‌‌ଆଉଟ ପର୍ଯ୍ୟାୟ। ଏବେଠାରୁ ମ୍ୟାଚ୍‌‌ରେ ପରାଜିତ ହେବା ଅର୍ଥ ବିଶ୍ୱକପ୍‌‌ରୁ ବିଦାୟ। ଦୀର୍ଘ ୪୮ ବର୍ଷ ପରେ ଭାରତ ପଦକ ଜିତିବାକୁ ଆଶା ରଖିଥିଲାବେଳେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମେ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଜରୁରୀ। ଭାରତ ଯଦି ଏହି ମ୍ୟାଚ୍‌‌ରେ ବିଜୟୀ ହୁଏ, ତେବେ ଜାନୁଆରୀ ୨୪ରେ ବେଲଜିୟମ୍‌‌ ସହ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏଣୁ ଏବେ ଠାରୁ ଭାରତ ପ୍ରତ୍ୟେକ ମ୍ୟାଚ୍‌‌କୁ ସେମିଫାଇନାଲ ଭାବେ ବିବେଚନା କରିବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ କହିଛନ୍ତି।
ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦; ଖେଳାଳି ଚୟନକୁ ନେଇ ଦ୍ୱନ୍ଦ୍ୱରେ ଭାରତ
ମାଉଣ୍ଟ ମାଉଙ୍ଗାନୁଇ(ଏଜେନ୍ସି): ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ବେ ଓଭାଲ ଷ୍ଟାଡିୟମ୍‍ରେ ରବିବାର ଖେଳାଯିବ। ଏହା ପୂର୍ବରୁ ୱେଲିଂଟନରେ ଖେଳାଯିବାକୁ ଥିବା ପ୍ରଥମ ମୁକାବିଲାଟି ବର୍ଷା ଯୋଗୁ ସମ୍ଭବ ହୋଇ ପାରି ନଥିଲା। ଯାହା ଫଳରେ ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ପ୍ରଥମ ଲଢ଼େଇରୁ ବଞ୍ଚିତ ହୋଇଥିଲେ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଏହି ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତାର ପରୀକ୍ଷା ଦେବାକୁ ଅପେକ୍ଷା କରିଛନ୍ତି। ଏଠାରେ ଯଦି ଖେଳ ସମ୍ଭବ ହୁଏ, ତେବେ ଉଭୟ ଦଳର ଖେଳାଳି ବଡ଼ ପଡ଼ିଆ ସହ ନିଜକୁ ଆଡଜଷ୍ଟ କରିବେ।
ଭାରତୀୟ ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହାକୁ ନେଇ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ୍‍। ଗୋଟିଏ ପରେ ୯୦ ଭାଗ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିଲାବେଳେ ଭୁବନେଶ୍ୱର କୁମାରଙ୍କ ଭଳି ବୟସ୍କ (ପାଖାପାଖି ୩୩ ବର୍ଷ) ଖେଳାଳିଙ୍କୁ ସାମିଲ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ୍‍। ତାଙ୍କୁ ଏବେ କେବଳ ଗୋଟିଏ ଫର୍ମାଟ ଏହି ଟି-୨୦ରେ ଖେଳିବାକୁ ସୁଯୋଗ ମିଳୁଛି। ଆସନ୍ତାବର୍ଷ ଖୁବ କମ୍‍ ସଂଖ୍ୟାରେ ଟି-୨୦ ମ୍ୟାଚ୍‍ ଖେଳାଯିବ। ଏବେ ସୁଇଂ ନେଉଥିବା ପିଚ୍‍ରେ ସେ କେବଳ ସଫଳ ହେଉଛନ୍ତି। ତାଙ୍କ ବୋଲିଂର ପେସ୍‍ କମିବାରେ ଲାଗିଛି। ଏଭଳି ସ୍ଥଳେ ତାଙ୍କୁ ୨୦୨୪ ବିଶ୍ୱକପ୍‍ ଲାଗି ଭାରତୀୟ ଦଳରେ ସାମିଲ କରିବାର ସମ୍ଭାବନା କମ୍‍ ରହିଛି। ତାଙ୍କୁ ଦଳରେ ରଖିବା ଫଳରେ ଟିମ୍‍ ମ୍ୟାନେଜମେଣ୍ଟକୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ତାଙ୍କୁ ଦଳରେ ସାମିଲ କରି ନ ଖେଳାଇଲେ ଜଣେ ଅଭିଜ୍ଞ ବୋଲର ଏକ ମାଇଲଷ୍ଟୋନ୍‍ରୁ ବଞ୍ଚିତ ହେବା ସହ ସେ ମାନସିକ ଭାବେ ଆଘାତ ପାଇପାରନ୍ତି। ଏସେ ସେ ଦଳର ସବୁଠାରୁ ସଫଳ ବୋଲର। ଏହି ଦୁଇଟି ମ୍ୟାଚ୍‍ରେ ସେ ଯଦି ଆଉ ୪ଟି ୱିକେଟ ଅକ୍ତିଆର କରନ୍ତି, ତେବେ ଗୋଟିଏ ସିଜନରେ ସର୍ବାଧିକ ୪୦ଟି ୱିକେଟ ନେବାର ରେକର୍ଡ କରିବେ। ତାଙ୍କ ବଦଳରେ ଉମ୍ରାନ ମଲ୍ଲିକଙ୍କୁ ଖେଳାଇଲେ ସେ ବେଶ ଅଭିଜ୍ଞତା ଲାଭ କରିବେ। ମଲ୍ଲିକଙ୍କ ନିକଟରେ ପେସ୍‍ ରହିଛି ଓ ସେ ସୁଯୋଗ ପାଇଲେ, ପୂର୍ବପରି ହାତଛଡ଼ା କରିବେ ନାହିଁ ବୋଲି ଆଶା କରାଯାଉଛି।
ସେହିପରି ବ୍ୟାଟିଂ ଲାଗି କେଉଁ ଖେଳାଳିଙ୍କୁ ସାମିଲ କରାଯିବ, ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ଏହି ସିରିଜ୍‍ରେ ୱିକେଟକିପର ଋଷଭ ପନ୍ତ୍‍ଙ୍କୁ ଇନିଂସ ଓପନ କରିବାକୁ ସୁଯୋଗ ଦିଆଯିବ ବୋଲି ଅଲିଖିତ ଘୋଷଣା ହୋଇଛି। ଭାରତକୁ ଟପ୍‍ ଅର୍ଡରରେ ଜଣେ ବାମହାତୀ ବ୍ୟାଟରଙ୍କ ଆବଶ୍ୟକତା ରହିଛି। ଏଣୁ ପନ୍ତ୍‍ ଇନିଂସ ଓପନ କଲେ ତାଙ୍କ ସହ ଜଣେ ଡାହାଣହାତୀ ବ୍ୟାଟରଙ୍କୁ ପାର୍ଟନର କରାଯିବ। ଶୁବମାନ ଗିଲଙ୍କୁ ଏହି ସୁଯୋଗ ମିଳିବ ବା ଆଉ ଜଣେ ବାମହାତୀ ଇଶାନ କିସାନଙ୍କୁ ସୁଯୋଗ ଦିଆଯିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ଉଭୟ କିସାନ ଓ ଶ୍ରେୟସ ଆୟର ସଟ୍‍ର୍ପିଚ୍‍ ବଲ ବିପକ୍ଷରେ ଭଲ ଖେଳିପାରନ୍ତି ନାହିଁ। ଏଣୁ ଆୟରଙ୍କ ସ୍ଥାନରେ ଦୀପକ ହୁଦାଙ୍କୁ ସାମିଲ କରାଗଲେ ସେ ଅଲରାଉଣ୍ଡର ଭୂମିକା ଗ୍ରହଣ କରିପାରିବେ। ଚୂଡାନ୍ତ ଦଳରେ ସୂର୍ଯ୍ୟକୁମାର ଯାଦବ, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ଉଭୟ ଏନଫୋର୍ସରର ଓ ଫିନିସର ଭୂମିକା ଗ୍ରହଣ କରିପାରିବେ। ଲେଗ୍‍ ସ୍ପିନର ଯୁଜବେନ୍ଦ୍ର ଚହଲ ବିଶ୍ୱକପ୍‍ରେ ହେଡ୍‍ କୋଚ୍‍ ରାହୁଲ ଦ୍ରାବିଡ୍‍ଙ୍କ ବିଶ୍ୱାସ ଜିତିପାରିଲେ ନାହିଁ। ଏହି ସିରିଜ୍‍ରେ ତାଙ୍କୁ ନିଜ ଉପରେ ଥିବା ବିଶ୍ୱାସକୁ ଦୃଢ଼ୀଭୂତ କରିବାରେ ସହାୟକ ହେବ।
ବର୍ଷା ଯୋଗୁ ବାତିଲ୍ ହେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍
ଓ୍ୱେଲିଂଟନ: ବର୍ଷା ଧୋଇନେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ । ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି ।
ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ନଛାଡିବା ଯୋଗୁଁ ୧ଟା ୪୫ ମିନିଟରେ ମ୍ୟାଚ ବାତିଲ ଘୋଷଣା କରାଯାଇଥିଲା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ ୨୦ ତାରିଖରେ ହେବାର ଅଛି । ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି ।
ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବିଶ୍ୱକପ୍‌ରୁ ଉଭୟ ଦଳ ସେମି ଫାଇନାଲରେ ପରାସ୍ତ ହେବା ପରେ ଆଜି ଦୁଇ ଟିମ୍ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥାନ୍ତେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡାୟଙ୍କ ନେତୃତ୍ୱରେ ମୌଦାନକୁ ଓହ୍ଲାଇଥାନ୍ତା ଟିମ୍ ଇଣ୍ଡିଆ। ହେଲେ ବର୍ଷା ସବୁ ବିଗାଡ଼ି ଦେଇଛି।
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୩ ରନ୍‌ରେ ଭାରତ ଆଗୁଆ
କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ଜବରଦସ୍ତ କମ ବ୍ୟାକ୍ କରିଛି ଭାରତୀୟ ଦଳ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ କୌଣସି ଓ୍ୱିକେଟ ହରାଇନଥିବା ବେଳେ ବିନା କୌଣସି ଓ୍ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ତୃତୀୟ ଦିନ ଖେଳ ଆରମ୍ଭ ପରେ ଅଶ୍ୱିନୀ ଆକ୍ସନକୁ ଫେରିଥିଲେ । ନ୍ୟୁଜିଲାଣ୍ଡ ଓପନର ଓ୍ୱିଲ୍ ୟଙ୍ଗଙ୍କୁ ୮୯ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିଥିଲା ।
ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଦମଦାର ଆରମ୍ଭ କରିଥିଲା । ତଥାପି ୨୯୬ ରନ୍ କରି ଅଲଆଉଟ ହୋଇଯାଇଛି ଦଳ । ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ତେବେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୫ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ ଓ ଜାଡେଜା, ଉମେଶ ଗୋଟିଏ ଲେକାଏଁ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି ।
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ରବିବାର ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି (ରବିବାର) ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାକୁ ଥିବା ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
ନ୍ୟୁଜିଲାଣ୍ଡ ଭଳି ଏକ ଦକ୍ଷ ଦଳ ବିପକ୍ଷରେ ବିଜୟ ହାସଲ କରିବା ଭାରତ ପାଇଁ ସେତେଟା ସହଜ ହେବ ନାହିଁ । ବିଶେଷ କରି କିୱି ଦଳର ଦୁଇ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସୌଦୀ ଭାରତର ଆଗଧାଡ଼ିର ବ୍ୟାଟର୍‌ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ | ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ୍ ଆଫ୍ରିଦୀ ଯେଉଁଭଳି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ବୋଲ୍ଟ ମଧ୍ୟ ସେହି ଭୂମିକା ତୁଲାଇବା ଲକ୍ଷ୍ୟରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଅଧିନାୟକ କୋହଲିଙ୍କୁ
ଛାଡ଼ିଦେଲେ ଅନ୍ୟକେହି ଆଖୁଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ତେଣୁ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ଵ ରଖୁଛି। ତେବେ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ଅଧା ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଫର୍ମରେ ନ ଥିବା ଭୁବନେଶ୍ଵର କୁମାର। ପିଠିଜନିତ ଯନ୍ତ୍ରଣା ପରଠାରୁ ପାଣ୍ଡ୍ୟା ଆଉ ବୋଲିଂ ଟ୍ରାକ୍‌କୁ ଫେରିନାହାନ୍ତି। ବିଗତ ୨ଦିନ ହେବ ହାର୍ଦ୍ଦିକ ନେଟରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟ୍‌ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି ଭାରତୀୟ ବୋଲର ପାକ୍ ଦଳର ଗୋଟିଏ ହେଲେ ୱିକେଟ୍‌ ଅକ୍ତିଆର କରିବାରେ ବିଫଳ ହୋଇଥିଲେ।
ଅପରପକ୍ଷରେ କୋହଲିଙ୍କ ପାଇଁ ମଧ୍ୟ ଚଳିତ ଟି ୨୦ ବିଶ୍ବକପ୍ ଏହି ଫର୍ମାଟ୍‌ରେ ଶେଷ ନେତୃତ୍ବ। ଏହାପରେ ସେ ଟି-୨୦ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ସେ ତାଙ୍କ ଟି-୨୦ ନେତୃତ୍ବକୁ ସ୍ମରଣୀୟ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍‌ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।
ସମ୍ଭାବ୍ୟ ଏକାଦଶ
ଭାରତୀୟ ଦଳ: ବିରାଟ କୋହଲି (ଅଧୁନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ବିନ, ଇଶାନ କିସାନ ଓ ରାହୁଲ ଚହର |
ନ୍ୟୁଜିଲାଣ୍ଡ ଦଳ: କେନ୍‌ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗୁପ୍‌ଟିଲ, ଡାର୍ଲି ମିଚଲେ, ଡେଭନ୍‌ କନ୍‌ୱେ, ଟିମ୍ ସିଫର୍ଟ (ୱିକେଟ୍‌କିପର), ଜେମ୍ସ ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଟ୍ରେଣ୍ଟ ବୋଲ୍ଟ, ଟିମ୍ ସୌଦୀ, ମାର୍କ ଚାମ୍ପମାନ, ଆଦାମ୍ ମିଲନେ, କାଏଲ ଜେମିସନ ଓ ଟଡ୍ ଅଷ୍ଟଲ।