BJD protests - The Sakala

ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା; ବୁଧବାର ଲୋକସେବା ଭବନ ଘେରାଉ କରିବ ବିଜେଡି
ଭୁବନେଶ୍ୱର: ଏଫଏମ ସ୍ୱୟଂଶାସିତ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତୁ୍ୟ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି । ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ତରଫରୁ ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବି କରି ଆଜିଠାରୁ ରାଜ୍ୟବ୍ୟାପୀ ଛାତ୍ର ଆନେ୍ଦାଳନ ଆରମ୍ଭ ହୋଇଛି ଓ ଆସନ୍ତାକାଲି ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ଦିଆଯାଇଛି ।

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ପ୍ରତାପ ଜେନା ଏଫଏମ କଲେଜ ଛାତ୍ରୀ ମୃତୁ୍ୟ ଘଟଣାରେ ପୀଡିତା ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଜଣାଇ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରିବାରୁ ଏପରି ଅଭାବନୀୟ କାଣ୍ଡ ଘଟିଲା ବୋଲି କହିଛନ୍ତି । ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଆନେ୍ଦାଳିତ କରିଛି । ପୀଡିତା ଛାତ୍ରୀ ଦୀର୍ଘ ୬ ମାସ ଧରି ନ୍ୟାୟ ପାଇଁ ସଂଗ୍ରାମ କରି ବିଫଳ ହେବା ପରେ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇତ୍ୟାଦିଙ୍କୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଟ୍ୱିଟ୍ କରି ନ୍ୟାୟ ଭିକ୍ଷା କରିଥିଲା । ସମସ୍ତ କ୍ଷେତ୍ରରୁ ନ୍ୟାୟ ପାଇବାରେ ବିଫଳ ହେବା ପରେ, ଛାତ୍ରୀ ଜଣକ ଆତ୍ମାହୂତି ଭଳି ଚରମ ନିଷ୍ପତ୍ତି ନେଇଥିଲା । ଏହି ଦୁଖଃଦ ଘଟଣାରେ, ମୃତ ଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସଂହତି ଜଣାଇବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୧୬ ତାରିଖ (ବୁଧବାର) ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି । ଏହାଛଡା, ଆଜିଠାରୁ ଆରମ୍ଭ ହୋଇଥିବା କଲେଜ ଷ୍ଟ୍ରାଇକ ଦାବି ପୂରଣ ହେବା ଯାଏଁ ଜାରି ରହିବ ।

ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟାପକ, କଲେଜ ଅଧ୍ୟକ୍ଷଙ୍କ ବ୍ୟତୀତ ମୃତ ଛାତ୍ରୀ ଯେଉଁ ଯେଉଁ ମାନଙ୍କ ନିକଟରେ ଅଭିଯୋଗ କରିଥିଲା ସେହି ବ୍ୟକ୍ତି ମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର । ଏହାଛଡା ଏହି ଘଟଣା ଘଟିବା ବେଳକୁ ଯେଉଁମାନେ ଭିଡିଓ କରୁଥିଲେ, ଯେଉଁମାନେ ତାକୁ ଉସକେଉଥିଲେ ଓ ଯେଉଁମାନେ କଲେଜ ଦ୍ୱାରା ଗଠିତ ହୋଇଥିବା ତଦନ୍ତ କମିଟିରେ ରହି ତଦନ୍ତକୁ ବାଟବଣା କରିଥିଲେ, ସେମାନେ ମଧ୍ୟ ଏହି ଘଟଣାରେ ଦାୟୀ, ତେଣୁ ସେମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା ଦରକାର । ଗତ ଏକ ବର୍ଷ ଭିତରେ ମହିଳା ଓ ଛାତ୍ରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଥିବା ବେଳେ, ଏହି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ଅସୁରକ୍ଷିତତା ଅଭିଯୋଗର ସଦ୍ୟତମ ଉଦାହରଣ ଭାବେ ଉଭା ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପୀଡିତା ଛାତ୍ରୀ ତାର ଅଭିଯୋଗକୁ ଏକ୍ସ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଯେଉଁଥିପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ପ୍ରତାପ ଜେନା କହିଥିଲେ, ମୃତ ଛାତ୍ରୀ ନିଜର ଅଭିଯୋଗକୁ ସାଂସଦ, ବିଧାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇତ୍ୟାଦିଙ୍କୁ ଜଣାଇଥିଲେ ମଧ୍ୟ କେହି ଅଭିଯୋଗ ଉପରେ କର୍ଣ୍ଣପାତ କରିନଥିଲେ । ଏହାଛଡ଼ା ସେ ଜିଲ୍ଲା ଏସ୍ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ, ତାଙ୍କ ଅଭିଯୋଗକୁ ନ୍ୟାୟ ଦେବା ତ ଦୂରର କଥା, କେସ୍ ପଞ୍ଜିକୃତ କରାଗଲା ନାହିଁ । ଏହା ହୋଇଥିଲେ ଛାତ୍ରୀ ଜଣକ ହୁଏତ ଏଭଳି ଚରମ ପଦକ୍ଷେପ ନେବାରୁ ନିବୃତ ରହିଥାନ୍ତେ । ଏହାଦ୍ୱାରା ପୋଲିସ ପ୍ରଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ଉଠିଯାଉଛି । କେବଳ ସରକାରୀ ଅଧିକାରୀ ମାନେ ନୁହେଁ, ନିର୍ବାଚିତ ଜନପ୍ରତିନିଧି ମାନେ ମଧ୍ୟ ଉତ୍ତରଦାୟୀ ହେବା ଉଚିତ । ତେଣୁ, ଯେଉଁମାନେ ଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରିଛନ୍ତି, ସେମାନେ ସମସ୍ତେ ଏହି ଛାତ୍ରୀର ମୃତୁ୍ୟ ପାଇଁ ଦାୟୀ । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ନିଜ ପଦରୁ ଇସ୍ତଫା ଦେବା ଦରକାର । ଏହି ଘଟଣାର ତଦନ୍ତ ଏକ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବି କରୁଛି ।