Price Hike - The Sakala
ପ୍ରିମିୟମ୍ ପେଟ୍ରୋଲ୍ ଲିଟର ପିଛା ୨.୩୦ ଟଙ୍କା ମହଙ୍ଗା: ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ବଢ଼ିଲା ତୈଳ ଦର
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଆମେରିକା-ଇରାନ ଯୁଦ୍ଧ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି। ତେଲ କମ୍ପାନୀଗୁଡ଼ିକ ଭାରତରେ ପ୍ରିମିୟମ୍ ପେଟ୍ରୋଲ୍ ଦର ଲିଟର ପିଛା ୨ ରୁ ୨.୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଆଶ୍ୱସ୍ତିର ବିଷୟ ହେଉଛି, ସାଧାରଣ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ପ୍ରିମିୟମ୍ ପେଟ୍ରୋଲ୍ ବ୍ରାଣ୍ଡ୍ ଉପରେ ପ୍ରଭାବ
ମିଡିଆ ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ଦର ମାର୍ଚ୍ଚ ୨୦, ୨୦୨୬ ରୁ ଲାଗୁ ହୋଇଛି। ବିଶେଷ କରି ଉଚ୍ଚ-ଅକ୍ଟେନ୍ ଯୁକ୍ତ ଇନ୍ଧନ ଯେପରିକି ଇଣ୍ଡିଆନ୍ ଅଏଲ୍ (IOCL) ର XP95 ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ର Power ପେଟ୍ରୋଲ୍ ର ଦାମ୍ ବୃଦ୍ଧି ପାଇଛି। ଉନ୍ନତ ଇଞ୍ଜିନ୍ ପରଫର୍ମାନ୍ସ ଏବଂ ଅଧିକ ମାଇଲେଜ୍ ପାଇଁ ସାଧାରଣତଃ ଏହି ପ୍ରିମିୟମ୍ ତେଲ ବ୍ୟବହାର କରାଯାଏ। ତେଣୁ ଏହି ବୃଦ୍ଧିର ପ୍ରଭାବ କେବଳ ସୀମିତ ଗ୍ରାହକଙ୍କ ଉପରେ ପଡ଼ିବ।
ଆମେରିକା-ଇରାନ ଯୁଦ୍ଧ ଏବଂ ଅଶୋଧିତ ତୈଳ ସଙ୍କଟ
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି। ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ପରେ ହୋର୍ମୁଜ୍ ପ୍ରଣାଳୀ (Strait of Hormuz) ଦେଇ ତେଲ ପରିବହନ ପ୍ରଭାବିତ ହୋଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏହି ରାସ୍ତା ଦେଇ ପରିବହନ ହୋଇଥାଏ। ଫଳସ୍ୱରୂପ, ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ବା ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୮୦ ଡଲାର୍ ପାର୍ କରିଯାଇଛି। ଭାରତ ନିଜର ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଏହି ବିଶ୍ୱସ୍ତରୀୟ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଦେଶ ଉପରେ ପଡ଼ିଛି।
ସ୍ଥିର ରହିଛି ସାଧାରଣ ପେଟ୍ରୋଲ୍-ଡିଜେଲ୍ ଦର
କେବଳ ପ୍ରିମିୟମ୍ ପେଟ୍ରୋଲ୍ ମହଙ୍ଗା ହୋଇଥିବା ବେଳେ ସାଧାରଣ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆଦିଲ୍ଲୀରେ ଲିଟର ପିଛା ସାଧାରଣ ପେଟ୍ରୋଲ୍ ଦର ୯୪.୭୭ ଟଙ୍କା ଏବଂ ଡିଜେଲ୍ ଦର ୮୭.୬୭ ଟଙ୍କା ରହିଛି। ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ନକରିବା ପାଇଁ ତୈଳ କମ୍ପାନୀଗୁଡ଼ିକ କେବଳ ପ୍ରିମିୟମ୍ ତେଲର ଦାମ୍ ବଢ଼ାଇ ସେମାନଙ୍କ ଖର୍ଚ୍ଚ ଭରଣା କରିବାକୁ ପ୍ରୟାସ କରିଛନ୍ତି।
ଏପ୍ରିଲ୍ ୧ରୁ ମହଙ୍ଗା ହେବ ଫାସଟ୍ୟାଗ୍ (FASTag) ବାର୍ଷିକ ପାସ୍, ଏତିକି ଟଙ୍କା ବୃଦ୍ଧି କଲା NHAI
ଯଦି ଆପଣ ନିୟମିତ ଭାବରେ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଫାସଟ୍ୟାଗ୍ ବାର୍ଷିକ ପାସ୍ (FASTag Annual Pass) ର ଦର ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ୍ ୧, ୨୦୨୬ ରୁ ଏହି ନୂଆ ଦର ଲାଗୁ ହେବ। ଫଳରେ ଏଣିକି ରାଜପଥରେ ଯାତ୍ରା କରିବା ଆଗପେକ୍ଷା ସାମାନ୍ୟ ମହଙ୍ଗା ହେବ।
କେତେ ବଢ଼ିଲା ଦର?
ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ NHAI ଏହି ବାର୍ଷିକ ପାସର ମୂଲ୍ୟରେ ୨.୫ ପ୍ରତିଶତ ଅର୍ଥାତ୍ ୭୫ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ ଗାଡ଼ି ଚାଳକମାନଙ୍କୁ ଏହି ବାର୍ଷିକ ପାସ୍ ପାଇଁ ୩,୦୦୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏପ୍ରିଲ୍ ୧ ତାରିଖରୁ ନୂଆ ପାସ୍ କିଣିଲେ ବା ରିନ୍ୟୁ କଲେ ଗ୍ରାହକଙ୍କୁ ୩,୦୭୫ ଟଙ୍କା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ପ୍ରତିବର୍ଷ ଏହି ଟୋଲ୍ ଦର ସଂଶୋଧନ କରାଯାଇଥାଏ।
କାହା ପାଇଁ ଉଦ୍ଦିଷ୍ଟ ଏହି ପାସ୍?
ଏହି ଫାସଟ୍ୟାଗ୍ ବାର୍ଷିକ ପାସ୍ କେବଳ ବ୍ୟକ୍ତିଗତ ବା ପ୍ରାଇଭେଟ୍ ଗାଡ଼ି (ଯେପରିକି- କାର୍, ଜିପ୍ ଏବଂ ଭ୍ୟାନ୍) ପାଇଁ ଉପଲବ୍ଧ। କୌଣସି ବ୍ୟବସାୟିକ ବା କମର୍ସିଆଲ୍ ଗାଡ଼ି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଏହି ପାସ୍ ଆକ୍ଟିଭ୍ କରିବାକୁ ହେଲେ ଗାଡ଼ିର ୱିଣ୍ଡସିଲ୍ଡରେ ଏକ ବୈଧ ଏବଂ ସକ୍ରିୟ ଫାସଟ୍ୟାଗ୍ (FASTag) ଲାଗିଥିବା ବାଧ୍ୟତାମୂଳକ।
କ'ଣ ରହିଛି ନିୟମ ଓ ସୁବିଧା?
ବାରମ୍ବାର ଟୋଲ୍ ପ୍ଲାଜା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଗତ ୧୫ ଅଗଷ୍ଟ ୨୦୨୫ ରେ NHAI ପକ୍ଷରୁ ଏହି ସ୍ୱତନ୍ତ୍ର ପାସ୍ ଆରମ୍ଭ କରାଯାଇଥିଲା। ଗୋଟିଏ ଥର ପାସ୍ କିଣିବା ପରେ ଏହା ୧ ବର୍ଷ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୦୦ ଥର ଟୋଲ୍ କ୍ରସିଂ ପାଇଁ ବୈଧ ରହିବ। ଯଦି ଗୋଟିଏ ବର୍ଷ ପୂର୍ବରୁ ୨୦୦ ଥର ଯାତ୍ରା ପୂରଣ ହୋଇଯାଏ, ତେବେ ପାସ୍ ସ୍ୱୟଂଚାଳିତ ଭାବେ ଅବୈଧ ହୋଇଯିବ। ଦେଶର ପ୍ରାୟ ୧୧୫୦ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେ ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣଯୋଗ୍ୟ। ଗ୍ରାହକମାନେ 'ରାଜମାର୍ଗ ଯାତ୍ରା' (Rajmarg Yatra) ଆପ୍ କିମ୍ବା NHAI ୱେବସାଇଟ୍ ଜରିଆରେ ଏହି ପାସ୍ ଆକ୍ଟିଭ୍ କରିପାରିବେ।
ବାର୍ଷିକ ପାସର ଲୋକପ୍ରିୟତା
ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଏହି ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏହି ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି। ମୋଟ କାର୍ ଟ୍ରାଞ୍ଜାକ୍ସନର ପ୍ରାୟ ୨୮ ପ୍ରତିଶତ କେବଳ ଏହି ପାସ୍ ମାଧ୍ୟମରେ ହେଉଛି। ରିପୋର୍ଟ ଅନୁସାରେ, ଏହି ପାସର ସର୍ବାଧିକ ବ୍ୟବହାର ଚଣ୍ଡିଗଡ଼ (୧୪%) ରେ ଦେଖିବାକୁ ମିଳିଥିବା ବେଳେ ଏହା ପଛକୁ ତାମିଲନାଡୁ (୧୨.୩%) ଓ ଦିଲ୍ଲୀ (୧୧.୫%) ରହିଛନ୍ତି।
ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ
ଭୁବନେଶ୍ୱର: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ବିଜେଡିର ଯୁଦ୍ଧ ଦେହିଂ ଡାକରା। ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଗର୍ଜନ। ବିଜେଡି ଅଭିଯୋଗ କରିଛି, ଦରଦାମ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି ସରକାର । ମହଙ୍ଗା ମାଡ଼ରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏହି ସମୟରେ ଏଲପିଜି ଦାମ ୬୦ ଟଙ୍କା ବଢିଛି। ଏହା ସହିତ ଏଲପିଜିର ଘୋର ଅଭାବ ଦେଖା ଦେଲାଣି। ସାଧାରଣ ଲୋକଙ୍କ ହାଣ୍ଡିଶାଳରେ ଚଡକ ପଡ଼ିଲାଣି। କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି। ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଜେଡି ବିକ୍ଷୋଭ କରୁଛି। ସରକାରଙ୍କ କାନରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ପହଞ୍ଚାଇବା ପାଇଁ ବିଜେଡିର ମହିଳା, ଯୁବ ଓ ଛାତ୍ର ଶାଖା କରୁଛି ଗର୍ଜନ।
ନୂଆବର୍ଷ ଆରମ୍ଭରୁ ଖାଉଟିଙ୍କୁ ମହଙ୍ଗା ମାଡ଼, ବଢ଼ିଲା କମର୍ସିଆଲ୍ LPG ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଖାଉଟିଙ୍କୁ ମହଙ୍ଗା ମାଡ଼ । ୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦର । ନୂଆଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ଦର ୧୫୮୦.୫୦ ଟଙ୍କାରୁ ୧୬୯୧.୫୦ଟଙ୍କାକୁ ବୃଦ୍ଧି ପାଇଛି ।  ସେହିଭଳି କୋଲକାତାରେ ଏହାର ମୂଲ୍ୟ ୧୬୮୪ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୭୯୫ ଟଙ୍କା ହୋଇଛି । ଏହା ବ୍ୟତୀତ ମୁମ୍ବାଇରେ ୧୫୩୧.୫୦ ଟଙ୍କାରେ ମିଳୁଥିବା LPG ସିଲିଣ୍ଡର ଏବେ ୧୬୪୨.୫୦ ଟଙ୍କା ହୋଇଯାଇଛି ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୧୭୩୯.୫୦ ଟଙ୍କା ବଦଳରେ ବୃଦ୍ଧି ପାଇ ୧୮୪୯.୫୦ ଟଙ୍କା କରାଯାଇଛି । ତେବେ ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ବିଜେଡି ସରକାର କମାଇଥିଲେ, ନୂଆ ବିଜେପି ସରକାର ବଢାଇବେ, ଚାରି ବର୍ଷ ପରେ ବଢ଼ିବ ବିଜୁଳି ଦର!
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କି ବିଜୁଳି ଶୁଳ୍କ ? ଗତ କିଛିଦିନ ହେଲା ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ବିଦ୍ୟୁତ୍‌ ଉତ୍ପାଦକ ଓ ବିତରକ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ନିମନ୍ତେ ଓଇଆର୍‌ସିର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ପରାମର୍ଶଦାତା କମିଟି ନିକଟରେ ନିଜର ପକ୍ଷ ରଖିଛନ୍ତି। ଗ୍ରୀଡ଼୍‌କୋ ନିଜ କ୍ଷତି ଭରଣା ନିମନ୍ତେ ୟୁନିଟ୍‌ ପିଛା ୫୪ ପଇସା ଶୁଳ୍କ ବୃଦ୍ଧି ଦାବି କରିଛି । ସେହିପରି ଓପିଜିସି, ଓପିଟିସିଏଲ୍‌, ଓଏଚ୍‌ପିସି ଆଦି ଉତ୍ପାଦକ ସଂସ୍ଥା ଓ ଟାଟା ପାୱାର ପରି ବିତରକ ସଂସ୍ଥା ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସରକାର ଯଦି ବିଦ୍ୟୁତ୍‌ ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ମାନି ନିଅନ୍ତି ତେବେ ୪ ବର୍ଷ ପରେ ପୁଣି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଘୋଷଣା ହୋଇପାରେ ବୋଲି କୁହାଯାଉଛି।
ରାଜ୍ୟରେ ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ପାଇଥିଲା। ୨୦୨୨ ଓ ୨୦୨୩ ମସିହାରେ ଶୁଳ୍କ ଅପରିବର୍ତ୍ତିତ ଥିବାବେଳେ ୨୦୨୪ରେ ତତ୍‌କାଳୀନ ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍‌ ପିଛା ୧୦ ପଇସା ଶୁଳ୍କ ହ୍ରାସ କରିଥିଲେ। ସମ୍ପ୍ରତି ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପାଇଁ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା ଓ ୨୦୦-୪୦୦ ୟୁନିଟ୍‌ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୬ ଟଙ୍କା ୧୦ ପାଇସା ପ୍ରଦାନ କରୁଛନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଆଶଙ୍କା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗୋଟିଏ ପଟେ ପରିବା, ତେଲ, ଗ୍ୟାସ୍‌ ଆଦି ଜରୁରୀ ସାମଗ୍ରୀର ଦରବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ଥିତି ବିଗାଡୁ଼ଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ ଦେୟ ବୃଦ୍ଧି ଆଶଙ୍କା ସାଧାରଣ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।
ଗତ ସାଧାରଣ ନିର୍ବାଚନ ବେଳେ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ମାଗଣା ବିଦ୍ୟୁତ୍‌ର ପ୍ରତିଶୃତି ଦେଇଥିଲେ। କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ସରକାର ୧୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇ ଦେବେ ଓ ଜୁଲାଇମାସରୁ ଉପଭୋକ୍ତାମାନେ ବିଜୁଳି ବିଲ୍‌ ଦେବେ ବୋଲି ବିଜେଡି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଅପରପକ୍ଷରେ ସରକାର ଗଢ଼ିଲେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ବିଜେପି ନେତାମାନେ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ସେହିପରି ସୂର୍ଯ୍ୟଘର ଯୋଜନାରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବା ପାଇଁ ଦଳ ନିର୍ବାଚନୀ ସଂକଳ୍ପ ପୁସ୍ତକରେ ଉଲ୍ଲେଖ କରିଥିଲା। ମାତ୍ର କ୍ଷମତାକୁ ଆସିବା ପରେ ରାଜ୍ୟ ଶକ୍ତିମନ୍ତ୍ରୀ ମାଗଣା ବିଜୁଳି ଘୋଷଣା କଥାକୁ ଫାଙ୍କି ଦେଲେ। ଲୋକଙ୍କୁ ମାଗଣା ବିଜୁଳି ତ ମିଳିଲା ନାହିଁ, ଏବେ ବିଜୁଳି ଶୁଳ୍କ ବୃଦ୍ଧି ମସୁଧା ପରେ ଉପଭୋକ୍ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ବିଜୁଳି ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ସରକାର ଯଦି ମାନି ନିଅନ୍ତି, ତେବେ ୟୁନିଟ୍‌ ପିଛା ଅତି କମ୍‌ରେ ୭୨ ପଇସାରୁ ୯୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ଆଶଙ୍କା ରହିଛି।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ବିତରକ କମ୍ପାନୀ ଓ ଉତ୍ପାଦକ ସଂସ୍ଥାମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିବାବେଳେ ଓଇଆର୍‌ସି କୌଣସି ରାୟ ପ୍ରଦାନ କରିନାହାନ୍ତି । ସମ୍ପ୍ରତି ଓଇଆର୍‌ସିରେ କେହି ଅଧ୍ୟକ୍ଷ ନାହାନ୍ତି । ତେଣୁ ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ବିଦ୍ୟୁତ୍‌ ଦେୟ ବୃଦ୍ଧିକୁ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିରବତା ଏହି ପ୍ରସଙ୍ଗକୁ ବଳ ଯୋଗାଉଛି। ତେଣୁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ଘୋଷଣା ହେବା ପୂର୍ବରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସମସ୍ତ ବିରୋଧୀ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠମାନେ ଆନ୍ଦୋଳନ ପାଇଁ ମେଳି ବାନ୍ଧୁଛନ୍ତି। ଯଦି ରାଜ୍ୟରେ ପଇସାଟିଏ ବି ବିଦ୍ୟୁ୍‌ତ ଦେୟ ବୃଦ୍ଧି ହୁଏ ତେବେ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଆହ୍ୱାନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି
ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଆରମ୍ଭ ହେଉଛି ନୂତନ ଆର୍ଥିକବର୍ଷ ୨୦୨୩-୨୪। ଚଳିତମାସ ୩୧ରୁ ଶେଷ ହୋଇଯିବ ପୁରୁଣା ଆର୍ଥିକ ବର୍ଷ। ଏହି ପରିପ୍ରେକ୍ଷୀରେ ଚଳିତଥର ସାଧାରଣ ବଜେଟ ୨୦୨୩-୨୪ରେ କରାଯାଇଥିବା ଘୋଷଣା ଏପ୍ରିଲ ପହିଲାଠାରୁ ପ୍ରଭାବୀ ହୋଇଯିବ। କାରଣ ଆସନ୍ତା ଏପ୍ରିଲ ପହିଲାଠାରୁ ଅନେକ ସାମଗ୍ରୀର ମୂଲ୍ୟ ବଢ଼ିଯିବ, ଯାହା ସାଧାରଣ ଖାଉଟିଙ୍କୁ ମୁଦ୍ରାସ୍ଫୀତି ଆକାରରେ ବଡ଼ ଝଟକା ଦେବ। ଏପ୍ରିଲରୁ ବଜାରରେ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ। ଏହା ସହିତ ବଜେଟରେ ପ୍ରସ୍ତାବିତ ସମସ୍ତ ପ୍ରକାର ଟିକସ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଯିବ। ଏହାର ଫଳସ୍ବରୂପ ନୂତନ ଆର୍ଥିକ ବର୍ଷରୁ କାର, ଇଭି,ସିଗାରେଟ୍, ରୂପା ସାମଗ୍ରୀ କିଣିବା ମହଙ୍ଗା ହେବ। ଅପରପକ୍ଷେ ପହିଲାଠାରୁ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ଖେଳନା, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ସାମଗ୍ରୀର ମୂଲ୍ୟ ହ୍ରାସ ଘଟିବ।
ଏପ୍ରିଲ ପହିଲାରୁ ସିଗାରେଟ୍ କିଣିବା ମହଙ୍ଗା ହେବ। କାରଣ ଚଳିତଥର ବଜେଟରେ ସରକାର ଏହାର ସୀମା ଶୁଳ୍କରେ ୧୬ ପ୍ରତିଶତ ବୃଦ୍ଧି ଘଟାଇଛନ୍ତି। ଏହାବ୍ୟତୀତ ରୋଷେଇ ଘରର ଚିମିନି, ଆମଦାନୀ ହୋଇଥିବା ସାଇକେଲ ଏବଂ ଖେଳନା, ସମ୍ପୂର୍ଣ୍ଣ ଆମଦାନୀ ହୋଇଥିବା କାର ଏବଂ ବୈଦ୍ୟୁତିକ ଯାନ, ଏକ୍ସ-ରେ ମେସିନ୍ ଏବଂ ଆମଦାନୀ ହୋଇଥିବା ରୂପା ସାମଗ୍ରୀ, ଆର୍ଟିଫିସିଆଲ ଅଳଙ୍କାର ମୂଲ୍ୟ ବୃଦ୍ଧି ଘଟିବ। ଏହି ସମୟରେ ଶସ୍ତା ହେବାକୁ ଥିବା ସାମଗ୍ରୀ ମଧ୍ୟରେ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ରହିଛି। ୨୦୨୩ ସାଧାରଣ ବଜେଟରେ ଏହି ସମସ୍ତ ଉତ୍ପାଦ ଉପରେ ସୀମା ଶୁଳ୍କ ହ୍ରାସ କରିବାକୁ ସରକାର ଘୋଷଣା କରିଥିଲେ। ଏଗୁଡିକ ଉପରେ ସୀମା ଶୁଳ୍କ ୫ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ଏପ୍ରିଲ ୧ ରୁ ଏହି ଜିନିଷଗୁଡ଼ିକ ଶସ୍ତା ହୋଇଯିବ।
ଏହାବ୍ୟତୀତ ନୂଆ ମାସରୁ ଯାନବାହାନର ମୂଲ୍ୟ ମଧ୍ୟ ବୃଦ୍ଧି ହେବାକୁ ଥିବାରୁ କାର କିଣିବା ମଧ୍ୟ ମହଙ୍ଗା ହେବ। ଟାଟା ମୋଟର୍ସ, ହିରୋ ମୋଟୋ କର୍ପ ଏବଂ ମାରୁତି ଭଳି କମ୍ପାନୀ ସେମାନଙ୍କ ଗାଡି ମୂଲ୍ୟ ବୃଦ୍ଧି ଘଟାଇବାକୁ ଘୋଷଣା କରିଛନ୍ତି। ଏଥିସହିତ ଏପ୍ରିଲ ୧ ରୁ ଏକ ନୂତନ ସେଦାନ୍ କାର କିଣିବା ମଧ୍ୟ ମହଙ୍ଗା ହେବ। ଏହାବାଦ୍‌ ଏପ୍ରିଲରୁ ଜରୁରୀ ଔଷଧ ସାମଗ୍ରୀ ମୂଲ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏଥିରେ ୯୦୦ ଔଷଧର ମୂଲ୍ୟ ବୃଦ୍ଧି ହେବ। ବିଭିନ୍ନ ଔଷଧ ସାମଗ୍ରୀର ମୂଲ୍ୟ ୧୨.୧୨% ବୃଦ୍ଧି ହୋଇପାରେ। ପେନ୍‌କିଲରଠାରୁ ଆଣ୍ଟିବାୟୋଟିକ୍ ଯାଏ ସବୁର ଦାମ୍‌ ବଢ଼ିପାରେ, ଯାହା ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା ଦେବ।
ବଜାରରେ ଟମାଟୋ ୧୦୦କୁ ଚିକେନ ୩୦୦; ଅହେତୁକ ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି
ବାଲେଶ୍ଵର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ଲେମ୍ବୁ ଦର ହଠାତ୍ ବୃଦ୍ଧି ପାଇବା ପରେ ଏବେ ଟମାଟୋ ଦର ଶତକ ଛୁଇଁବା ସାଧାରଣ ପରିବାର ପାଇଁ ମହା ସମସ୍ୟା ଭାବେ ଉଭା ହୋଇଛି । ଓଡ଼ିଆ ପରିବାରଙ୍କ ସୁଖଦୁଃଖର ସାଥୀ ଭାବେ ଟାମାଟୋର ଗୁରୁତ୍ୱ ଅଧିକ । ପରିବା ଦର ବୃଦ୍ଧି ପାଇଲେ ବି ଟମାଟୋ ଓ ଆଳୁକୁ ନେଇ ସାଧାରଣ ଲୋକେ କୌଣସିମତେ ଚଳି ଯାଉଥିଲା ବେଳେ ଏବେ ଟମାଟୋର ଆଶାତୀତ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିବା ସାଧାରଣରେ ମତପ୍ରକାଶ କରିଛନ୍ତି । ଗୋଟିଏ ସପ୍ତାହ ପୂର୍ବରୁ ଟମାଟୋ କେଜି ପିଛା ୭୦ ରୁ ୮୦ ଟଙ୍କାରେ ଏବେ ଏହା ୧୦୦ ଟପିଥିବା ଜଣାପଡିଛି । ସାଧାରଣତଃ ଗ୍ରୀଷ୍ମ ଋତୁରେ ଓଡିଶାରେ ଟମାଟୋ ଚାଷ ହେଉନଥିବା ବେଳେ ପଡୋଶୀ ପଶ୍ଚିମବଙ୍ଗ ଏବଂ ବାଙ୍ଗାଲୁରୁ ବଜାର ଉପରେ ନିର୍ଭଶଶୀଳ ସ୍ଥାନୀୟ ବଜାରରେ ଏହାର ପ୍ରଭାବ ପଡିଥିବା ବାଲେଶ୍ୱରର ବ୍ୟବସାୟୀ କହିଛନ୍ତିି ।
ପ୍ରତିକୂଳ ପାଗ ଯୋଗୁଁ କର୍ଣ୍ଣାଟକ ରାଜ୍ୟରେ ଆଶାନୁରୁପ ଟମାଟୋ ଚାଷ ହୋଇନଥିବା ବେଳେ ବାଙ୍ଗାଲୁରୁ ବଜାରରେ ଟମାଟୋର ଦର ଚଢା ରହିଛି । ସେହିପରି ପଶ୍ଚିମବଙ୍ଗର ଜୟନଗର ଓ ବିହାରରରେ କେତେକ ସ୍ଥାନରୁ ବାଲେଶ୍ୱରକୁ ଟମାଟୋ ଆସୁଥିଲେ ବି କମ୍ ଉତ୍ପାଦନ ହେତୁ ଦିନକୁ ଦିନ ଦର ବୃଦ୍ଧି ହେଉଥିବା ବ୍ୟବସାୟୀମାନେ ଯୁକ୍ତି ଦର୍ଶାଇଛନ୍ତି । ବଜାରରେ ଅନ୍ୟ ପନିପରିବା ଦର କମି ଯାଇଥିଲେ ବି ଟମାଟୋ ଦର ବେଶ ବଢିଥିବା କାରଣରୁ ବିକ୍ର ମଧ୍ୟ କମିଥିବା ସେମାନେ କହିଛନ୍ତି । ଆସନ୍ତା ମାସେ ମଧ୍ୟରେ ଉତ୍ପାଦନ ବଢିବା କ୍ଷଣି ବଜାରକୁ କମ ଦାମରେ ଟମାଟୋ ପହଂଚିବ ବୋଲି ବ୍ୟବସାୟୀମାନେ ଆଶାପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଆମିଷ ଖାଦ୍ୟ ରୁଚି ରଖୁଥିବା ପରିବାରଙ୍କ ପାଇଁ ହଠାତ୍ ଚିକେନ ଦରବୃଦ୍ଦି ବେଶ ଚିନ୍ତାର କାରଣ ହୋଇଛି । ମାସେ ପୂର୍ବରୁ ଚିକେନ କେଜି ପ୍ରତି ୨୦୦ରୁ ୨୨୦ ଟଙ୍କା ଥିବା ବେଳେ ସମ୍ପ୍ରତି ଏହା ୩୦୦ରେ ପହଂଚିଛି । ତେବେ ଚିକେନ ଦରବୃଦ୍ଧି ବି ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦାୟୀ କରିଛିନ୍ତି କିଛି ବ୍ୟବସାୟୀ । ଗ୍ରୀଷ୍ଣ ଋତୁରେ କୁକୁଡାଙ୍କ ମୃତ୍ୟୁହାର ଯଥେଷ୍ଟ ଅଧିକ ଥିବାରୁ ସେହି ଅନୁସାରେ ଉତ୍ପାଦନ କମିଛି । ଏହା ସହିତ କୁକୁଡା ଦାନା ବ୍ୟାଗ୍ ପିଛା ପ୍ରାୟ ୬୫୦ଟଙ୍କା ବଢିଯାଇଛି । କୁକୁଡା ଚିଆଁ ପିଛା ଦର ମଧ୍ୟ ୨୨ଟଙ୍କାରେ ପହଂଚିଛି । ଫଳରେ ଚାଷୀ କୁକୁଡା ଚାଷ ଉପରୁ ମୁହଁ ଫେରାଉଛନ୍ତି । ଚାଷୀଙ୍କ ଠାରୁ ଉଚ୍ଚ ଦରରେ କୁକୁଡା କିଣିବା ସହିତ ତେଳ ଦର ବୃଦ୍ଧି ଅନୁସାରେ ବଢା ଗାଡି ଭଡା ଖର୍ଚ୍ଚ ପରେ ବଜାରକୁ ପହଂଚିବା ବେଳକୁ କୁକୁଡା ଦର ବୃଦ୍ଧି ହେଉଛି ବୋଲି ବାଲେଶ୍ୱର ସହରର ନୂଆବଜାର ସ୍ଥିତ ପପୁଲାର ଚିକେନ ସେଂଟରର ମାଲିକ ହରିଚନ୍ଦନ ତିୱାରୀ କହିଛନ୍ତି । ଆଗାମୀ ଦିନରେ ଏହି ଦରରେ ଆହୁରି ବୃଦ୍ଧି ଦେଖା ଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ଆଜିଠୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡି
ଭୁବନେଶ୍ବର: ଅସହ୍ୟ ହେଲାଣି ମହଙ୍ଗା ମାଡ଼ । ଦରବୃଦ୍ଧି ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି । ବିକାଶ କଥା କହି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି; କିନ୍ତୁ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଭୋକରେ ଅଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ, ଇନ୍ଧନ, ଏଲ୍‌ପିଜି ଦର ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ପ୍ରତ୍ୟେକ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ତେଣୁ ରାଜ୍ୟବାସୀଙ୍କ ସ୍ଵାର୍ଥର ଜାଗ୍ରତ ପ୍ରହରୀ ଭାବରେ ବିଜେଡି ଦରଦାମ ବୃଦ୍ଧି ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତି ନେଇଛି। ଆସନ୍ତା ୩୧ ତାରିଖଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିଜେଡ଼ି ରାଜଧାନୀରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ଓ ପ୍ରତି ନିର୍ବାଚନମଣ୍ଡଳୀରେ ଆନ୍ଦୋଳନକୁ ଓହ୍ଲାଇବ। ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି |
ଆଜି ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ କରିବ ବିଜୁ ଜନତା ଦଳ । ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ । ଆସନ୍ତା ୫ରୁ ୭ ତାରିଖ ଯାଏଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସବୁ ବିଧାନସଭା ନିର୍ବାଚନୀ ମଣ୍ଡଳୀର ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯିବ । ରାଜ୍ୟରେ ଏବେ ପେଟ୍ରୋଲ, ଡିଜେଲ ୧୧୦ ଟଙ୍କା ହେଲାଣି । ଖାଇବା ତେଲ ଲିଟର ପ୍ରତି ୨୦୦ ଟଙ୍କା ଛୁଇଁଲାଣି । ଡାଲି ଠାରୁ ଆରମ୍ଭ କରି ପନିପରିବା ଦରରେ ପକେଟରେ ନିଆଁ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାକିରିଆ ଯାଏଁ ସଭିଁଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଦରଦାମକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହେବା ପରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ବିଜେଡି ।