gas cylinders - The Sakala

କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌, ଏକାଥରେ ହ୍ରାସ ପାଇଲା ୧୧୫ ଟଙ୍କା
ନୂଆଦିଲ୍ଲୀ : ଗ୍ରାହକଙ୍କୁ ମିଳିଛି ବଡ ଆଶ୍ୱସ୍ତି। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଶସ୍ତା ହୋଇଛି କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁଯାୟୀ ଆଜିଠାରୁ ଦେଶବ୍ୟାପୀ ୧୯ କେଜି କମର୍ସିଆଲ ସିିଲିଣ୍ଡରର ଦର ଏକାବେଳକେ ୧୧୫ ଟଙ୍କା ୫୦ ପଇସା ହ୍ରାସ ପାଇଛି ।ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ରିପୋର୍ଟ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା। ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ଦାମ୍ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ଏହା ଏବେ ୧୮୪୬ ଟଙ୍କାରେ ମିଳିବ। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ।

ଦୀପାବଳି ପରେ ମୁଦ୍ରାସ୍ଫୀତିରୁ ମୁକ୍ତି ଖବର ସାମ୍ନାକୁ ଆସିଛି । ବାସ୍ତବରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି । ଏଲପିଜି ଗ୍ୟାସ ସିଲିଣ୍ଡର ଆଜିଠାରୁ ୧୧୫ ଟଙ୍କା ଶସ୍ତା ହୋଇଛି ଅର୍ଥାତ୍ ନଭେମ୍ବର ୧ । ତେବେ ସାରା ଦେଶରେ ଏଲପିଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି । ବର୍ତ୍ତମାନ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ସିଲିଣ୍ଡର ମୂଲ୍ୟରେ ଶେଷ ପରିବର୍ତ୍ତନ ଜୁଲାଇ ୬ ରେ ହୋଇଥିଲା ।ଏହା ପୂର୍ବରୁ ଅକ୍ଟୋବର ୧ ରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ହ୍ରାସ କରାଯାଇଥିଲା । ତେବେ ପୁରୁଣା ମୂଲ୍ୟରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଉପଲବ୍ଧ ହେବ।

ଗ୍ୟାସ ଠୁ ନେଇ ହ୍ବାଟ୍ସଆପ୍‌ ପର୍ଯ୍ୟନ୍ତ ନଭେମ୍ବର ୧ରେ ବଦଳିବ ୫ ଟି ବଡ ନିୟମ, ଯାହା ଆପଣଙ୍କ ଜୀବନ ଜୀବିକା ଉପରେ ପକାଇବ ସିଧା ପ୍ରଭାବ
ନୂଆଦିଲ୍ଲୀ : ନଭେମ୍ବର ୧ ଠାରୁ ଆମ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି । ଏହି ପରିବର୍ତ୍ତନଗୁଡ଼ିକ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇବ । ଗୋଟିଏ ପଟେ ଆପଣ କିଛି ନୂତନ ନିୟମରୁ ପ୍ରଣୟନ ଦ୍ବାରା ଆଶ୍ବସ୍ତ ହେବେ ତ ଅନ୍ୟ ପଟେ, ଆପଣ କିଛି ଜିନିଷର ଯତ୍ନବାନ୍‌ ହେବେ। ନହେଲେ ଆପଣ ମଧ୍ୟ ଆର୍ଥିକ କ୍ଷତି ଭୋଗିପାରନ୍ତି। ଏହି ନିୟମଗୁଡ଼ିକର ପରିବର୍ତ୍ତନ ଆପଣଙ୍କ ପକେଟକୁ ପ୍ରଭାବିତ କରିବ। ଏହା ଆପଣଙ୍କ ଘରର ବଜେଟ୍ ଉପରେ ମଧ୍ୟ ପ୍ରଭାବ ପକାଇବ । ତେଣୁ ସେଗୁଡ଼ିକ ବିଷୟରେ ଆମର ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ ଓ ତାହା ଆପଣଙ୍କ ଉପରେ କିଭଳି ପ୍ରକାଇବ ପ୍ରଭାବ ।

ଗ୍ୟାସ୍ ସିଲିଣ୍ଡର ମହଙ୍ଗା ହୋଇପାରେ

ନଭେମ୍ବରର ପ୍ରଥମ ସପ୍ତାହରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇପାରେ, କାରଣ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ପ୍ରକାଶ ପାଇଥାଏ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଏଲପିଜି ମୂଲ୍ୟ ବୃଦ୍ଧି କରାଯିବ।

ବଦଳିବ ଗ୍ୟାସ ସିଲିଣ୍ଡର ଡେଲିଭରୀ ପ୍ରକ୍ରିୟା

ଅନ୍ୟପଟେ ନଭେମ୍ବର ପହିଲା ଠାରୁ ରୋଷେଇ ଗ୍ୟାସ ସିଲିଣ୍ଡର ଡେଲିଭରୀର ପୁରା ପ୍ରକ୍ରିୟା ବଦଳିବାକୁ ଯାଉଛି । ଗ୍ୟାସ ବୁକିଂ କରିବା ପରେ ଗ୍ରାହକଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଯେତେବେଳେ ଗ୍ୟାସ ଡେଲିଭରୀ ଆସିବ ସେତେବେଳେ ଆପଣ ଡେଲିଭରୀ ବୟ ସହିତ ସେହି ଓଟିପି ସେୟାର କରିବେ । ଏହି ଓଟିପି କମ୍ପାନୀ ସିଷ୍ଟମରେ ମିଶିବା ପରେ ଆପଣଙ୍କୁ ଗ୍ୟାସ ଡେଲିଭରୀ ମିଳିବ ।

ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବ

ନଭେମ୍ବର ପହିଲାରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଉଠାଣ ଉପରେ ଆପଣଙ୍କୁ ସେବାକର ଦେବାକୁ ପଡିବ । ପ୍ରଥମେ ବ୍ୟାଙ୍କ ଅଫ୍ ବରୋଦା ଏହାର ଆରମ୍ଭ କରିଥିଲା । ଏହି କ୍ରମରେ ନଭେମ୍ବର ପହିଲା ଠାରୁ ସମସ୍ତ ବ୍ୟାଙ୍କ ଗ୍ରାହକ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଟଙ୍କା ଜମା କଲେ ବା ଉଠାଇଲେ ଆପଣଙ୍କୁ ଦେୟ ଦେବାକୁ ହେବ । ଏହାସହ ଲୋକ ଆକାଉଣ୍ଟ ଉପରେ ଆପଣଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ । ଖାତା ଧାରକମାନେ ୩ ଥର ଜମା କରିବା ପରେ ପୁଣି ଯଦି ଗୋଟିଏ ମାସରେ ଚତୁର୍ଥ ଥର ପାଇଁ ଟଙ୍କା ଜମା କରନ୍ତି ତେବେ ଅଧିକ ୪୦ ଦେବାକୁ ପଡିବ । ଅନ୍ୟପଟେ ଜନଧନ ଖାତାଧାରକୁ ଜମା ଉପରେ କର ଦେବାକୁ ପଡିବ ନାହିଁ କିନ୍ତୁ ମାସକୁ ୩ ରୁ ଅଧିକ ଥର ଟଙ୍କା ଉଠାଇଲେ ପ୍ରତିଥରକୁ ୧୦୦ ଟଙ୍କା ଅଧିକ ଦେବାକୁ ପଡିବ ।

ଟ୍ରେନ ଟାଇମ ଟେବୁଲ ପରିବର୍ତ୍ତନ

ନଭେମ୍ବର ଆରମ୍ଭରୁ ଭାରତୀୟ ରେଳବାଇ ଟ୍ରେନ ଟାଇମ ଟେବୁଲ ପରିବର୍ତନ କରିବାକୁ ଯାଉଛି। ଏହା ପୂର୍ବରୁ ଧାର୍ୟ୍ୟ ହୋଇଥିଲା। ଏହା ପୂର୍ବରୁ ଅକ୍ଟୋବର ୧ ରୁ ବଦଳିବାର ଥିଲା କିନ୍ତୁ କୌଣସି କାରଣରୁ ଏହାକୁ ନଭେମ୍ବର ୧ ଯାଏଁ ସ୍ଥଗିତ କରାଯାଇଥିଲା। ଆସନ୍ତା ୧ ତାରିଖରୁ ଟ୍ରେନର ନୂଆ ଟାଇମ ଟେବୁଲ ଲାଗୁ କରାଯିବ। ଏହି ପରିବର୍ତନରେ ୧୩ ହଜାର ଯାତ୍ରୀବାହୀ ଟ୍ରେନ ଓ ୭ ହଜାର ମାଲବାହୀ ଟ୍ରେନ ସାମିଲ କରାଯାଇଛି। ତାଛଡା ଦେଶରେ ଚାଲୁଥିବା ପ୍ରାୟ ୩୦ ଟି ରାଜଧାନୀ ଟ୍ରେନ ସମୟ ମଧ୍ୟ ପରିବର୍ତନ ହେବ। ଏଥି ସହିତ ଦୀପାବଳି ଏବଂ ଛଟ୍‌ ପୁଜା ପାଇଁ ଭାରତୀୟ ରେଳବାଇ  ପକ୍ଷରୁ ଅନେକ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି। କିଛି ଟ୍ରେନର କାର୍ଯ୍ୟ ନଭେମ୍ବର ମାସରେ ବିଭିନ୍ନ ତାରିଖରୁ ଆରମ୍ଭ ହେବ | ଏହି ଟ୍ରେନ୍ ଗୁଡିକ ଦେଶର ବିଭିନ୍ନ ମାର୍ଗରେ ଚାଲିବ।

ହ୍ୱାଟସଆପ ବନ୍ଦ ହେବ

ନଭେମ୍ବର ପହିଲାରୁ କିଛି ଆଇଫୋନ ଓ ସ୍ମାର୍ଟଫୋନରେ ହ୍ୱାଟସଅପ ଆପ୍ କାମ କରିବା ବନ୍ଦ କରିଦେବ । ହ୍ୱାଟସଆପର ସୂଚନା ମୁତାବକ ଫେସବୁକ ମାଲିକାନାରେ ଥିବା ପ୍ଲାଟଫର୍ମ ଆଣ୍ଡ୍ରଏଡ ୪.୦.୩ , ଆଇଓଏସ ୯ ଓ କାଇ ଓଏସ ୨.୫.୦ ରେ ସପୋର୍ଟ କରିବ ନାହିଁ।