Happy Diwali - The Sakala

ଆଜି ଆଲୋକର ପର୍ବ ଦୀପାବଳୀ: ଜାଣନ୍ତୁ ଦୀପାବଳିରେ କଣ ରହିଛି ଦୀପଦାନର ମହତ୍ତ୍ୱ ଏବଂ ଦୀପଦାନର ବିଧି
ଆଜି ଆଲୋକର ପର୍ବ ଦୀପାବଳୀ । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁ’ଠୁ ସହର ଉôସବମୁଖର । ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳିକୁ। ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି। ତେଣୁ ଏହି ଦିନ ଘରକୁ ଆଲୋକରେ ସଜାଇ ଲୋକେ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଆଲୋକ ଜାଳନ୍ତି ବୋଲି କୁହାଯାଏ।କୁହାଯାଏ କି, ଅନ୍ଧାରକାର ନକାରାତ୍ମକ ଶକ୍ତିକୁ ଅଧିକ ପ୍ରଭାବଶାଳୀ କରିଦିଏ। ଏହି ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ। ତେଣୁ ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ସାରା ବିଶ୍ୱରେ ଆଲୋକ ଜାଳନ୍ତି। ଏହାଛଡ଼ା ଚାରିଆଡ଼େ ଆଲୋକିତ ହେଉଥିବା ରଶ୍ମୀ ଏକପ୍ରକାର ଏକାଗ୍ରତାର ପରିଚୟ ବି ଦିଏ।

ଦୀପଦାନର ମହତ୍ତ୍ୱ

ରହିଛି ଯେ ଦୀପ ଜାଳିବା ଦ୍ୱାରା ପରିବେଶରେ ସକରାତ୍ମକତା ଆସିଥାଏ। ଦୀପର ଆଲୋକ ଯେଉଁ ସ୍ଥାନ ଯାଏଁ ପହଞ୍ଚିଥାଏ, ସେହି ସ୍ଥାନରୁ ନକାରାତ୍ମକତା ଚାଲିଯାଏ। ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରର ରହିଥିବା କୁପ୍ରଭାବ ଦୂର ହୋଇଥାଏ। ପୁରାଣରେ କୁହାଯାଇଛି ଯେ ପୂଜା ସମୟରେ ଘିଅ ଏବଂ ତେଲର ଦୀପ ଜଳାଯାଏ। ଘରେ ଯେତେବେଳେ ପୂଜା ହୁଏ, ଦୀପ ଜଳାଯାଏ। ତେବେ, ଦୀପାବଳୀରେ ଦୀପ ଜାଳିବାର ଏକ ଅଲଗା ମହତ୍ତ୍ୱ ରହିଛି। ଏହି ପର୍ବକୁ ଦୀପତ୍ସୋବ ମଧ୍ୟ କୁହାଯାଏ। ଦୀପ ଜାଳିବା ଅର୍ଥ ଜୀବନରୁ ଅନ୍ଧକାର ଦୂର କରିବା ଏବଂ ଆଲୋକ ବିସ୍ତାର କରିବା। ଆଲୋକ ହେଉଛି ଜ୍ଞାନର ପ୍ରତୀକ। ସେଥିପାଇଁ ପୂଜାରେ ଦୀପ ଜାଳିବା ଦ୍ୱାରା ଆମେ ଜୀବନରୁ ଅନ୍ଧକାର ଚାଲିଯାଇ ଥାଏ। ଦୀପଦାନ ଦ୍ୱାରା ଅଗ୍ନିଦେବ ସନ୍ତୁଷ୍ଟ ହୁଅନ୍ତି ଏବଂ ଜୀବନର ଅନେକ ସମସ୍ୟାରୁ ରକ୍ଷା କରନ୍ତି। ଏହା ବ୍ୟତୀତ ପୂଜାରେ ଦୀପ ଜାଳିବାର ଅନେକ ଲାଭ ଏବଂ ବିଶ୍ୱାସ ଅଛି।

ଦୀପଦାନର ବିଧି

ଦୀପ ଜାଳିବା ଦ୍ୱାରା ଘରେ ସକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ ଏବଂ ଘରେ ବାତାବରଣ ସକରାତ୍ମକ ଶକ୍ତି ସହିତ ସନ୍ତୁଳିତ ରହିଥାଏ।

ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଲକ୍ଷ୍ମୀ ମାତା ପ୍ରଶନ୍ନ ହୁଅନ୍ତି। ସେଥିପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଦୀପ ଜାଳିବା ଉଚିତ୍।

ଦୀପ ପ୍ରଜ୍ବଳନ ଅନ୍ଧକାରକୁ ଦୂର କରି ଘରକୁ ଆଲୋକ ଦେଇଥାଏ, ଯାହାଫଳରେ ପରିବାରର ପରିବେଶ ସୁଖଦ ରହିଥାଏ।

ବିଶ୍ୱାସ କରାଯାଏ ଯେ ଅଗ୍ନି ଦେବଙ୍କୁ ସାକ୍ଷୀ ଭାବରେ ମାନି, ଦୀପଦାନ କରି ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳତା ପ୍ରାପ୍ତି ହୋଇଥାଏ।

ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ରହିଥିବା ଦୁର୍ବଳତା ଦୂର ହୋଇଯାଏ।

ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ନକାରାତ୍ମକ ଶକ୍ତି ସମାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ। ରୋଗଠାରୁ ମଣିଷକୁ ଦୂରଇ ରଖେ। ଦୀପ ଜ୍ୟୋତି ଆରୋଗ୍ୟ ରଖିବାରେ ସାହାଯ୍ୟ କରେ।

ଦୀପ ଜାଳିବା ଦ୍ୱାରା ଘରେ ଥିବା କ୍ଷତିକା

ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି । ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ନିବାସକୁ ଦୀପର ଆଲୋକରେ ଆଲୋକିତ କରାଯାଇଛି । କୋଣ ଅନୁକୋଣରେ ଧାଡ଼ି କରି ଅତି ସୁନ୍ଦର ଭାବେ ଦୀପ ସଜାଯାଇଛି । ଦୀପର ଆଲୋକରେ ନବୀନ ନିବାସର ସୌନ୍ଦର୍ଯ୍ୟ ବଢ଼ିଯାଇଛି ।

ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇବା ସହ ସମସ୍ତଙ୍କର ଉନ୍ନତି କାମନା କରିଛନ୍ତି । ପବିତ୍ର ଦୀପାବଳିରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ହଟାଇ ଆଲୋକର ଉଦ୍ଦୀପନା ଖେଳିଯିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଆ ରିତିନିତୀ ଏବଂ ହିନ୍ଦୁ ଧର୍ମର ମହତ୍ୱ ଅନୁଯାୟୀ ଦୀପ ଜାଳି ନବୀନ ନିବାସକୁ ଆଲୋକିତ କରାଯାଇଛି । ଆଉ ଆଲୋକର ଶିକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବୁଲି ବୁଲି ଏହାକୁ ଅନୁଭବ କରୁଥିବା ଭିଡିଓରେ ପ୍ରତୀୟମାନ ।

ଜାଣନ୍ତୁ ଦୀପାବଳିରେ କଣ ରହିଛି ଦୀପଦାନର ମହତ୍ତ୍ୱ ଏବଂ ଦୀପଦାନର ବିଧି
ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁ’ଠୁ ସହର ଉôସବମୁଖର । ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳିକୁ। ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି। ତେଣୁ ଏହି ଦିନ ଘରକୁ ଆଲୋକରେ ସଜାଇ ଲୋକେ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଆଲୋକ ଜାଳନ୍ତି ବୋଲି କୁହାଯାଏ।କୁହାଯାଏ କି, ଅନ୍ଧାରକାର ନକାରାତ୍ମକ ଶକ୍ତିକୁ ଅଧିକ ପ୍ରଭାବଶାଳୀ କରିଦିଏ। ଏହି ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ। ତେଣୁ ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ସାରା ବିଶ୍ୱରେ ଆଲୋକ ଜାଳନ୍ତି। ଏହାଛଡ଼ା ଚାରିଆଡ଼େ ଆଲୋକିତ ହେଉଥିବା ରଶ୍ମୀ ଏକପ୍ରକାର ଏକାଗ୍ରତାର ପରିଚୟ ବି ଦିଏ।

ଦୀପଦାନର ମହତ୍ତ୍ୱ

ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ମଧ୍ୟ ପୃଥକ ଭାବରେ ଦୀପ ବ୍ୟବହୃତ କରାଯାଇ ଥାଏ। ଦୀପ ପାତ୍ରର ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ମାଟିର ଦୀପ ସାତ୍ତ୍ଵିକ କାର୍ୟ୍ୟରେ ଏବଂ ଧାତୁର ଦୀପ ତାନ୍ତ୍ରିକ କାର୍ୟ୍ୟ ପାଇଁ ପ୍ରୟୋଗ କରାଯାଏ। ଧାର୍ମିକ ଦୃଷ୍ଟିକୋଣରୁ କୌଣସି ବିପତ୍ତି ନିବାରଣ ପାଇଁ ଦୀପଦାନ ସର୍ବୋତ୍ତମ ଉପାୟ ହୋଇଥାଏ। ବିଶ୍ୱାସ ରହିଛି ଯେ ଦୀପ ଜାଳିବା ଦ୍ୱାରା ପରିବେଶରେ ସକରାତ୍ମକତା ଆସିଥାଏ। ଦୀପର ଆଲୋକ ଯେଉଁ ସ୍ଥାନ ଯାଏଁ ପହଞ୍ଚିଥାଏ, ସେହି ସ୍ଥାନରୁ ନକାରାତ୍ମକତା ଚାଲିଯାଏ। ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରର ରହିଥିବା କୁପ୍ରଭାବ ଦୂର ହୋଇଥାଏ। ପୁରାଣରେ କୁହାଯାଇଛି ଯେ ପୂଜା ସମୟରେ ଘିଅ ଏବଂ ତେଲର ଦୀପ ଜଳାଯାଏ। ଘରେ ଯେତେବେଳେ ପୂଜା ହୁଏ, ଦୀପ ଜଳାଯାଏ। ତେବେ, ଦୀପାବଳୀରେ ଦୀପ ଜାଳିବାର ଏକ ଅଲଗା ମହତ୍ତ୍ୱ ରହିଛି। ଏହି ପର୍ବକୁ ଦୀପତ୍ସୋବ ମଧ୍ୟ କୁହାଯାଏ। ଦୀପ ଜାଳିବା ଅର୍ଥ ଜୀବନରୁ ଅନ୍ଧକାର ଦୂର କରିବା ଏବଂ ଆଲୋକ ବିସ୍ତାର କରିବା। ଆଲୋକ ହେଉଛି ଜ୍ଞାନର ପ୍ରତୀକ। ସେଥିପାଇଁ ପୂଜାରେ ଦୀପ ଜାଳିବା ଦ୍ୱାରା ଆମେ ଜୀବନରୁ ଅନ୍ଧକାର ଚାଲିଯାଇ ଥାଏ। ଦୀପଦାନ ଦ୍ୱାରା ଅଗ୍ନିଦେବ ସନ୍ତୁଷ୍ଟ ହୁଅନ୍ତି ଏବଂ ଜୀବନର ଅନେକ ସମସ୍ୟାରୁ ରକ୍ଷା କରନ୍ତି। ଏହା ବ୍ୟତୀତ ପୂଜାରେ ଦୀପ ଜାଳିବାର ଅନେକ ଲାଭ ଏବଂ ବିଶ୍ୱାସ ଅଛି।

ଦୀପଦାନର ବିଧି

ଦୀପ ଜାଳିବା ଦ୍ୱାରା ଘରେ ସକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ ଏବଂ ଘରେ ବାତାବରଣ ସକରାତ୍ମକ ଶକ୍ତି ସହିତ ସନ୍ତୁଳିତ ରହିଥାଏ।

ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଲକ୍ଷ୍ମୀ ମାତା ପ୍ରଶନ୍ନ ହୁଅନ୍ତି। ସେଥିପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଦୀପ ଜାଳିବା ଉଚିତ୍।

ଦୀପ ପ୍ରଜ୍ବଳନ ଅନ୍ଧକାରକୁ ଦୂର କରି ଘରକୁ ଆଲୋକ ଦେଇଥାଏ, ଯାହାଫଳରେ ପରିବାରର ପରିବେଶ ସୁଖଦ ରହିଥାଏ।

ବିଶ୍ୱାସ କରାଯାଏ ଯେ ଅଗ୍ନି ଦେବଙ୍କୁ ସାକ୍ଷୀ ଭାବରେ ମାନି, ଦୀପଦାନ କରି ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳତା ପ୍ରାପ୍ତି ହୋଇଥାଏ।

ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ରହିଥିବା ଦୁର୍ବଳତା ଦୂର ହୋଇଯାଏ।

ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ନକାରାତ୍ମକ ଶକ୍ତି ସମାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ। ରୋଗଠାରୁ ମଣିଷକୁ ଦୂରଇ ରଖେ। ଦୀପ ଜ୍ୟୋତି ଆରୋଗ୍ୟ ରଖିବାରେ ସାହାଯ୍ୟ କରେ।

ଦୀପ ଜାଳିବା ଦ୍ୱାରା ଘରେ ଥିବା କ୍ଷତିକାରକ ଜୀବାଣୁ ଏବଂ ଭୂତାଣୁ ନଷ୍ଟ ହୋଇଯାଆନ୍ତି।

ମିଳିଲା ଅନୁମତି, ଏଥର ଦୀପାବଳିରେ ଫୁଟିବ କେବଳ ଗ୍ରୀନ୍ କ୍ରାକର
କଟକ: ସବୁଜ ବାଣକୁ ରାଜ୍ୟରେ ମିଳିଲା ଅନୁମତି। ଏଥର ଦୀପାବଳିରେ ଫୁଟିବ ଗ୍ରୀନ୍ କ୍ରାକର । ଅନୁମତି ଦେଲେ ମାନ୍ୟବର ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ଉଚ୍ଚ ନ୍ୟାୟାଳୟ । ସରକାର ବାଣ ଫୁଟାଇବା ନେଇ ପ୍ରତିବନ୍ଧକ ଲାଗାଇଥିବାବେଳେ ହାଇକୋର୍ଟରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା । କୋଭିଡ ସମୟରେ କଟକଣାକୁ ଅନୁପାଳନ କରିବା ଏବଂ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାରୁ ଏହା ଉପରେ ପ୍ରତିବନ୍ଧକ ଜାରି କରିଥିଲେ ରାଜ୍ୟ ସରକାର । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ।

କେବଳ ରାତି ୮ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟି ପାରିବ । ବଜାରରେ କେବଳ ଗ୍ରୀନ୍ କ୍ରାକର ବିକ୍ରି ହେବା ଦାୟିତ୍ବ ରାଜ୍ୟ ସରକାରଙ୍କର । ଗ୍ରୀନ୍ କ୍ରାକର ବ୍ୟତୀତ ଅନ୍ୟ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ଉଲଂଘନ ହେଲେ ସ୍ଥାନୀୟ ପୋଲିସ ପଦକ୍ଷେପ ନେଇପାରିବ ।

ଦୀପାବଳି ପାଇଁ ରାଜଧାନୀରେ ଥିମ୍‍ମିଠା, ବଜାରରେ ମିଳୁଛି ଶିଳପୁଆ, ହ୍ୱାଟ୍ସଆପ୍‍, ପାନ ମିଠା ପରି ଭଳିକି ଭଳି ମିଠା
ଭୁବନେଶ୍ୱର: ମିଠା। ଏହି ଶବ୍ଦ ଶୁଣିବାମାତ୍ରେ ପାଟିରେ ପାଣି ଜକେଇ ଆସେ। କେବଳ ସୁଆଦ ନୁହେଁ, ଆକାର ବି ଗ୍ରାହକଙ୍କୁ ଦୂରରୁ ଟାଣିଆଣେ। ଗୋଲାକାର, ତ୍ରିକୋଣୀୟା, ବର୍ଗକ୍ଷେତ୍ର ଭଳି ଆକାରରୁ ବାହାରି ଏବେ ଭିନ୍ନଭିନ୍ନ ପ୍ରକାରର ମିଠାର ରୂପ ନେଇଛି। କେବଳ ପୂଜାପର୍ବ ନୁହେଁ ବିଭିନ୍ନ ସମୟରେ ମିଠାର ଆକାର, ଆକୃତି ଏବଂ ସ୍ୱାଦକୁ ତିଆରି କରାଯାଉଛି ବିଭିନ୍ନ ମିଠା। ଓଡ଼ିଶାର ପ୍ରସିଦ୍ଧ ରସଗୋଲାକୁ ନେଇ ଅନେକ ସମୟରେ ବାଦବିବାଦ ହୋଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ମିଳୁଛି ଭଳିକି ଭଳି ମିଠା। ରସଗୋଲାରେ ଶିଳପୁଆ ମିଠା, ଦହି ରସଗୋଲା, ତୁଳସୀ ରସଗୋଲା, ଗୁଡ଼ ରସଗୋଲା ଓ ସୁଗାର୍‍ଫ୍ରି ରସଗୋଲା ମିଳୁଥିବାବେଳେ ଶୁଖିଲା ମିଠା ବା ସନ୍ଦେଶରେ ବି ବିଭିନ୍ନ କିସମର ମିଠା ମିଳୁଛି। ଯାହାକି ଲୋକଙ୍କୁ ଆକୃଷ୍ଟ କରୁଛି।

ପୂର୍ବରୁ ରସାବଳୀ, ରସଗୋଲା, ଛେନା ମିଠା, ଗୋଲାପ ଜାମୁ, କାଲା ଜାମୁ, ପେଡ଼ା, ବରଫି, କାଜୁ ବରଫି ଇତ୍ୟାଦି ରହିଥିଲା। କିନ୍ତୁ ଲୋକଙ୍କ ଚାହିଦାକୁ ଦେଖି ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ‘ଥିମ୍‍ ମିଠା’ ବିକ୍ରି ହେଉଛି। ଏହି ମିଠା ମଧ୍ୟରେ ରହିଛି ହ୍ୱାଟ୍ସଆପ୍‍ ମିଠା, ପାନ ମିଠା, ପଦ୍ମ ମିଠା, ନଡ଼ିଆ ମିଠା, ଷ୍ଟ୍ରବେରୀ ମିଠା, ଛେନା ଜିଲାପି ଇତ୍ୟାଦି ଭଳି ଥିମ୍‍ ମିଠା ମିଳୁଛି। ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ବଜାରରେ ବିଭିନ୍ନ ଡିଜାଇନ୍‍ର ମିଠା ମିଳୁଛି। ବର୍ତ୍ତମାନ ସମୟରେ ହ୍ୱାଟସ୍‍ଆପର ବେଶ୍‍ ଲୋକପ୍ରିୟତା ହାସଲ କରିଥିବାବେଳେ ମିଠାରେ ଏଭଳି ଆକାର ବେଶ୍‍ ଆଦୃତି ଲାଭ କରିଛି। ଗୋଟିଏ ପିସ୍‍ ମିଠାର ଦାମ୍‍ ୨୫ଟଙ୍କା ରହିଛି। ସେହିପରି କାଜୁରେ ତିଆରି ପାନ ମିଠାରେ ପାନର ବିଭିନ୍ନ ମସଲା ଦିଆଯାଇ ପ୍ରସ୍ତୁତ କରାଯାଉଛି। ପାନକୁ ଖାଇବାବେଳେ ପାନ୍‍ର ସ୍ୱାଦ ବାରି ହୋଇପଡୁଛି।

ରବିଟକିଜ୍‍ରେ ଥିବା ଭାଇଭାଇ ସୁଇଟ୍‍ ଷ୍ଟଲରେ ମିଳୁଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ବ ପ୍ରକାରର ମିଠା ବିକ୍ରି ହେଉଛି। ନଡ଼ିଆ ଆକୃତିର ହୋଇଥିବା ଏହି ମିଠା ଦେଖିବାପାଇଁ ଯେଉଁଭଳି ନିଆରା ସ୍ୱାଦ ବି ନିଆରା। ଗୋଟିଏ ଲେଖାଏଁ ପିସ୍‍ର ଦାମ୍‍ ୧୦ଟଙ୍କାରୁ ଆରମ୍ଭ କରି ୩୫ଟଙ୍କା ପର୍ଯ୍ୟନ୍ତ ରହିଛି।

ଶିଳପୁଆ ଆକୃତିର ରସଗୋଲା। ୧୪ଇଞ୍ଚର ଏହି ଗୋଟିଏ ମିଠାର ଦାମ୍‍ ୨୫୦ଟଙ୍କା। ରସଗୋଲା ମଧ୍ୟରେ ଏହା ସବୁଠାରୁ ବଡ଼ ଆକୃତିର ମିଠା। ଗୋଲାକାର ଆକୃତିର ରସଗୋଲା ମିଳୁଥିବାବେଳେ ଶିଳପୁଆ ଆକାରର ଏହି ମିଠା ବେଶ୍‍ ଚାହିଦାରେ ରହିଛି। ସେହିପରି ଛୋଟ ଓ ବଡ଼ ଶିଳପୁଆ ମିଠା ବି ରହିଛି। ଯାହାର ଦାମ୍‍ ୫୦ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏତେ ବଡ଼ ଶିଳପୁଆ ମିଠାର ଓଜନ ୧୨୫୦ଗ୍ରାମ୍‍ରୁ ଅଧିକ ହେବ। ସେହିପରି ଦହି, କଞ୍ଚାଲଙ୍କା, ଗାଜର, ଲୁଣକୁ ମିଶାଇ ପ୍ରସ୍ତୁତ ହେଉଛି ‘ଦହି ମିଠା’। ଆଗକୁ ଦୀପାବଳୀ ଆସୁଥିବାରୁ ଏଥର ଗ୍ରାହକଙ୍କ ନିକଟରେ କିଛି ନୂଆ ଢଙ୍ଗର ମିଠା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷକରି ଦୀପାବଳୀକୁ ଦୃଷ୍ଟିରେ ରଖି ଆହୁରି ମିଠାର ଥିମ୍‍କୁ ନେଇ ଗିଫ୍ଟ ପ୍ୟାକ୍‍ କରାଯିବ ବୋଲି ମିଠା ଦୋକାନୀ ଜଗନ୍ନାଥ ଦଳାଇ କହିଛନ୍ତି। ଦିନକୁ ଦିନ ମିଠାର ଭେରାଇଟି ବଢ଼଼ିବା ସହ ଦାମ୍‍ ବି ବଢ଼ୁଛି। ଲୋକଙ୍କୁ ପସନ୍ଦ ହେଲା ଭଳି ମିଠା ସବୁ ପ୍ରସ୍ତୁତ କରାଯାଉଛି।