DMET - The Sakala

ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ, ୩ ଲେୟାର କିମ୍ବା ଏନ୍-୯୫ ମାସ୍କ ପିନ୍ଧିବା ପାଇଁ ଡିଏମ୍‌ଇଟିଙ୍କ ପରାମର୍ଶ
ଭୁବନେଶ୍ବର : ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାକ୍ସ ନ ପିନ୍ଧି ତିନି ଲେୟାର ମାକ୍ସ କିମ୍ବା ଏନ 95 ମାକ୍ସ ପିନ୍ଧିବା ପାଇଁ ପାଇଁ ପରାମର୍ଶ ଦେଲେ ଡ଼ିଏମଇଟି । ଓମିକ୍ରନ ୫ ଗୁଣ ଅଧିକ ଜୋରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ଲାଗିଛି ରୋକ । ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବାହାଘର ଓ ଶେଷକୃତ୍ୟ ସମୟରେ ରିଲାକ୍ସ ଦିଆଯିବ । ବାକି ସବୁଠି କଟକଣା ଲାଗିବ । ଆଉ ୪ ଟି ସାମ୍ପୁଲ ଜିନମ ସିକ୍ୟୁଏନିସଂ ପାଇଁ ଯାଇଛି । ଆଇସିୟୁ ଓ ବେଡ଼,ଭେଣ୍ଟିଲେଟର ସବୁ କୁ କାର୍ଯ୍ୟକ୍ଷମ ମୋଡ଼ରେ ରଖାଯାଇଛି ବୋଲି ଡିଏମଇଟି ସୂଚନା ଦେଇଛନ୍ତି।

ଓମିକ୍ରନକୁ ନେଇ ଏବେ ଚିନ୍ତା ବଢୁଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଦୁଇଟି ଅଧ୍ୟୟନ କହୁଛି ଓମିକ୍ରନର ବିଶେଷ ପ୍ରଭାବ ପଡିନପାରେ । କିନ୍ତୁ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ । ଭିଡ ନିୟନ୍ତ୍ରଣ ହେଉଛି ସୁବୁଠୁ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସର୍ଭିଲାନ୍ସ, ଟିକାକରଣ, କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଯେତେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କର ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବ ବୋଲି ସେ କହିଛନ୍ତିି । ଏପଟେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆଜି ପର୍ଯ୍ୟନ୍ତ  ୪ କୋଟି ୮୨ ଲକ୍ଷ ଟିକା ଦିଆସରିଥିବା ବେଳେ ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ ଦିଆଯାଇଛି ଯାହା ୮୯ ପ୍ରତିଶତ । ସେହିପରି ୩୭ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ଏବେ ବି ନେଇ ନଥିବାବେଳେ ୩୧ ଲକ୍ଷ ଦ୍ଵିତୀୟ ଡୋଜ ମଧ୍ୟ ନେଇନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ରାଜ୍ୟରେ ପ୍ରଥମ ଡୋଜ କୋରୋନା ଟିକା ନେଇନାହାନ୍ତି ୩୭ ଲକ୍ଷତେବେ ଜାନୁଆରୀ ୧୫ ସୁଦ୍ଧା ପ୍ରଥମ ଡୋଜ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ରାଜ୍ୟରେ ଟିକା ମହଜୁଦ ହୋଇ ରହିଛି। ଗାଁ ଗାଁରେ ମୋବାଇଲ ଭ୍ୟାନ ବୁଲିବା ସହ ଟୀକାକରଣ କରାଯାଉଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ନେବା ପାଇଁ ସ୍ବାସ୍ଥ୍ୟକର୍ମୀ ଓ ଆଶା କର୍ମୀମାନେ ସେମାନଙ୍କୁ ଅନୁରୋଧ କରିଛନ୍ତି। ଓମିକ୍ରନକୁ ଦୃଷ୍ଟିରେ ରଖି ସର୍ଭିଲାନସ ଜୋରଦାର କରାଯାଉଛି। ପଜିଟିଭ ଆସିଲେ ସାମ୍ପୁଲ ଜିନମ ସିକ୍ୟୁଏନିସଂ ପାଇଁ ପଠାଯାଉଛି ବୋଲି କହିଛନ୍ତି ବିଜୟ ପାଣୀଗ୍ରାହୀ ।

ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ଓଡ଼ିଶା, କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଡିଏମଇଟି
ଭୁବନେଶ୍ବର : ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କୋଭିଡ ସଂକ୍ରମଣ ବଢିଲେ ତୁରନ୍ତ ଯେମିତି କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ଡିଏମଇଟି ପ୍ରଫେସର ଡା.ରମାରମଣ ମହାନ୍ତି  କହିଛନ୍ତି ଯେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ଚିନ୍ତା ବଢ଼ିଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ଓମିକ୍ରନ୍‌ ଯୋଗୁଁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି, ତଥାପି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସୀମାନ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କହିଛନ୍ତି।  ତୃତୀୟ ଲହରକୁ ନେଇ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ସଂକ୍ରମଣ ବଢ଼ିଲେ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ। ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ ରଖିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ୧୦୦ ପାର କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୧୧ ଟି ରାଜ୍ୟରେ ୧୦୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ରାଜସ୍ଥାନ ସମେତ ମୋଟ ୧୧ଟି ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରିଛି। ଗତ ୨୦ ଦିନ ଧରି କୋଭିଡ ସଂକ୍ରମଣର ଦୈନିକ ୧୦,୦୦୦ ରୁ କମ୍, କିନ୍ତୁ ଓମିକ୍ରନ୍ ଫର୍ମାଟ୍ ଏବଂ ଅନ୍ୟାନ୍ୟ ଦେଶରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ ।

ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ତଥ୍ୟ ରହିଛି, ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ: ଡିଏମଇଟି
ଭୁବନେଶ୍ବର : ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ରାଜ୍ୟରୁ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି। ଏସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ପଜିଟିଭ ନମୂନା ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ଶୁକ୍ରବାର ଜଣା ପଡ଼ିବ । ଏହାସତ୍ତ୍ୱେ ମୁଁ ଜନସାଧାରଣଙ୍କୁ ନିବେଦନ କରିବି, ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ।ଯେଉଁ ଜାଗାରେ ଓମିକ୍ରନ ଚିହ୍ନଟ ହେଲାଣି, ସ୍ୱଳ୍ପ ଲକ୍ଷଣ ଦେଖାଦେଉଛି। ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ପର୍ୟ୍ୟାୟରେ ଅଛି। ଯଦି ସେମାନଙ୍କୁ ଟିକା ଦିଆଯାଏ, ତେବେ ଶତପ୍ରତିଶତ ଜନସଂଖ୍ୟାକୁ ଟିକାକରଣ କରାଯାଇ ପାରିବ।

ଅନ୍ୟପଟେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଗଣାମଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତକାଲି ସନ୍ଧ୍ୟା ଯାଏଁ କୌଣସି ବିଦେଶ ଫେରନ୍ତା ପଜିଟିଭ ବାହାରିନାହାନ୍ତି । ୬ ବିଦେଶ ଫେରନ୍ତା ପଜିଟିଭ ବାହାରିଥିବା ନେଇ ଯେଉଁ ଖବର ଆସୁଛି, ତାହା ତର୍ଜମା କରାଯାଉଛି । ସଂଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ କରାଯିବ । ଯେଉଁଦେଶରେ ଓମିକ୍ରନ ଚିହ୍ନଟ ହୋିଛି ସେଠାରୁ ଫେରନ୍ତାଙ୍କୁ ଠାବ କରିବାକୁ ଜିଲ୍ଲା ସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି । ଆମେ ନିଶ୍ଚିତ ସମସ୍ତଙ୍କୁ ଖୋଜି ବାହାର କରିବୁ । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ଏଯାଏଁ କାହାରି ମୃତ୍ୟୁ ହୋଇନି । ଟୀକା କାମ କରୁଛି ବୋଲି ସବୁ ବିଶେଷଜ୍ଞ ମତ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଯାହା ତଥ୍ୟ ଆସିଛି, ଓମିକ୍ରନକୁ ଡରିଲା ଭଳି ନୁହେଁ । ୧୮ ବର୍ଷରୁ କମ ପିଲାଙ୍କ ଟୀକାକରଣ ଲାଗି କୌଣସି ନିର୍ଦେଶ ଆସିନି । ଯଦି ନିର୍ଦେଶ ଆସିବ, ଆମର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଟୀକା ବି ଅଛି  ବୋଲି ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ: ଡାକ୍ତର ରମାରମଣ ମହାନ୍ତି ନୂଆ ଡିଏମ୍‍ଇଟି ନିଯୁକ୍ତ
ଭୁବନେଶ୍ବର : ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ । ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ସିବିକେ ମହାନ୍ତି । ମହାମାରୀର ଆରମ୍ଭରୁ ଭୂତାଣୁ ବିରୋଧି ଯୁଦ୍ଧରେ ସିବିକେ ସାଜିଥିଲେ ଆଗଧାଡିର ସିପାହୀ । ଦୀର୍ଘ ୨ବର୍ଷ ଧରି ଲୋକଙ୍କ ସେବାରେ ସେ ନିୟୋଜିତ ହୋଇଥିଲେ । ଯେତେବେଳେ କରୋନା କହରରେ ସାରା ଦେଶ ଛଟପଟ ହେଉଥିଲା ସେତେବେଳେ ଓଡ଼ିଶାବାସୀଙ୍କୁ ଦମ୍ଭ ଦେଇ ପ୍ରତିଦିନ ଲୋକଙ୍କୁ ସଚେତନ କରୁଥିଲେ ସିବିକେ ମହାନ୍ତି ।

କରୋନାର ଭୟଙ୍କର ରୂପଠୁ ସଚେତନ ଓ ସତର୍କ ରହିବାର ବାଟ ବତାଉଥିଲେ ସିବିକେ । କରୋନାର ପରିବର୍ତ୍ତିତ ରୂପ ହେଉ ବା ବଢୁଥିବା ସଂକ୍ରମଣର କାରଣ । ଏସବୁର ଟିକନିକ୍ ଅପଡେଟ୍ ଦେଇ ସେ ଲୋକଙ୍କ ମନରେ ଆଶ୍ୱସ୍ତ ଭରୁଥିଲେ । ରାଜ୍ୟ ସରକାରଙ୍କର ସଫଳ କୋଭିଡ ମୁକାବିଲାରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା । କେବଳ କରୋନା ମୁକାବିଲା ନୁହେଁ ଜନସାଧାରଣ କିପରି ସଠିକ ସମୟରେ ଭ୍ୟାକସିନ୍ ନେବେ ଏଥିପାଇଁ କିପରି ବ୍ୟବସ୍ଥା ହେବ ଏସମ୍ବଦ୍ଧରେ ମଧ୍ୟ ସିବିକେଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା । ଆସନ୍ତା ୩୧ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟକାଳ ଦିବସ । ଏହି ଅବସରରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ଦିଆଯାଇଛି । ଏହି ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଡିଏମଇଟି ସିବିକେ ମହାନ୍ତି ।

ତେବେ ବାରିପଦା ପିଆରଏମ୍‍ ମେଡିକାଲ କଲେଜର ଭାରପ୍ରାପ୍ତ ଡିନ୍‍ ଓ ଅଧ୍ୟକ୍ଷ ଡାକ୍ତର ରମାରମଣ ମହାନ୍ତି ରାଜ୍ୟର ନୂଆ ଭେଷଜ ଶିକ୍ଷା ଓ ପ୍ରଶିକ୍ଷଣ (ଡିଏମ୍‍ଇଟି) ନିଯୁକ୍ତ ହୋଇଛନ୍ତି। ଏବେ ଡିଏମ୍‍ଇଟି ଭାବେ କାର୍ଯ୍ୟରତ ଡିଏମଇଟି ଡାକ୍ତର ସିବିକେ ମହାନ୍ତଙ୍କ ଠାରୁ ଡା. ରମାରମଣ ମହାନ୍ତି ଚଳିତ ମାସ ୩୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିବେ। ଏ ନେଇ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ ଡିଏମ୍‍ଇଟି ଡା ସିବିକେ ମହାନ୍ତି ଗତ ଏପ୍ରିଲ ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତେବେ କୋଭିଡ୍‍ ମହାମାରୀ ସକ୍ରିୟ ଥିବା ଦୃଷ୍ଟିରୁ ରାଜ୍ୟ ସରକାର ଦୁଇ ଦଫାରେ ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ। କୋଭିଡ୍‍ ମହାମାରୀ ପରଠାରୁ ଆଜି ପର୍ଯ୍ୟନ୍ତ ଡା ମହାନ୍ତି ରାଜ୍ୟରେ କୋଭିଡ୍‍ ସ୍ଥିତି ସମ୍ପର୍କରେ ସବୁଦିନ ବିବୃତ୍ତି ରଖି ଆସୁଥିଲେ।