Vegetable Price - The Sakala

କାର୍ତ୍ତିକ ପୂର୍ବରୁ ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି
ଭୁବନେଶ୍ୱର: କାର୍ତ୍ତିକ ପୂର୍ବରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶଛୁଆଁ ପରିବା ଦର । ନିୟନ୍ତ୍ରଣ ବାହାରେ ଅଧିକାଂଶ ପରିବା ଦର । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ପରିବା ଦରବୃଦ୍ଧି ବଢାଇଲା ଖାଉଟିଙ୍କ ଚିନ୍ତା । ବଜାରରେ ପରିବାରେ ହାତ ମାରିବାକୁ ଭୟ ଲାଗୁଛି । କଟକ ଛତ୍ରବଜାରରେ ଟମାଟୋ କିଲୋ ୮୦ ଟଙ୍କା ରହିଥିବା ବେଳେ ପୋଟଳ କିଲୋ ମଧ୍ୟ ୮୦ ଟଙ୍କା ରହିଛି । ବାଇଗଣ ୭୦, ଝୁଡ଼ଙ୍ଗ ୬୦, ଭେଣ୍ଡି ଓ କାକୁଡ଼ି ୬୦ ଟଙ୍କା ରହିଛି ।

କଟକ ଛତ୍ର ବଜାରରେ ପରିବା ଦର

ପୋଟଳ – ୮୦

ବାଇଗଣ – ୭୦

ବିଲାତି – ୭୦

କାକୁଡି – ୬୦

ପିଆଜ – ୬୦

ମୂଳା ବିଡା -୨୦

କଲରା – ୮୦

କାଙ୍କଡ଼ – ୧୨୦

କଖାରୁ – ୩୦

ଶାଗ ବିଡା – ୧୦

ଅମୃତଭଣ୍ଡା – ୪୦

ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପରିବାର ଦର । ଦରବୃଦ୍ଧି ଯନ୍ତ୍ରଣାରେ ଖାଉଟି ଏବେ କଲବଲ । ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି। ରୋଷେଇ ଘରୁ ଏବେ ବହୁ ପରିବା ଧୀରେ ଧୀରେ ଗାଏବ ହବାକୁ ବସିଲାଣି । କଟକ ଛତ୍ର ବଜାରରେ ବି ସମାନ ସ୍ଥିତି ଦେଖା ଦେଇଛି ।

ରୋଷେଇ ଘରୁ ଉଭାନ ହୋଇଗଲାଣି ପରିବା, ବଜାରରେ ଅଧିକାଂଶ ପରିବା ଦର ତିନିଅଙ୍କ ପାର୍‌‌
ଭୁବନେଶ୍ୱର: କିଛିଦିନ ଧରି ରାଜଧାନୀରେ ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର ଶହେ ଟଙ୍କା ପାର୍‌‌ କରିଛି। ବିଶେଷକରି ଆଳୁ, ପିଆଜକୁ ଛାଡ଼ିଲେ ଅଧିକାଂଶ ପରିବା ଦର ତିନି ଅଙ୍କ ଛୁଇଁଲାଣି। ଫଳରେ ରାଜଧାନୀର ସବୁ ବର୍ଗର ଲୋକେ ଦରଦାମରେ ଅତିଷ୍ଠ ହୋଇପଡ଼ିଲେଣି। ଏଭଳି ସ୍ଥିତି ଅତିକମ୍‌‌ରେ ଆଉ ଏକମାସ ପର୍ଯ୍ୟନ୍ତ ଜାରିରହିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି।

ଗତ ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ପରିବା ହାଟରେ ଭେଣ୍ଡି ଦର କିଲୋପ୍ରତି ୫୦ରୁ ୬୦ ଟଙ୍କା ଥିବା ବେଳେ ଏବେ ଏହା ତିନି ଅଙ୍କ ପାର୍‌‌ କରି ଶହେରେ ପହଞ୍ଚିଛି। ସେହିଭଳି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ଜହ୍ନି ଏବେ ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ ଏବେ ୧୨୦ରେ ପହଞ୍ଚିଛି। ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ହାଟରେ ଟମାଟୋ ଦର ୫୦ରୁ ୬୦ ଟଙ୍କା ମଧ୍ୟରେ ସୀମିତ ରହିଥିଲା। ତେବେ ଗତ ସପ୍ତାହରେ ପରିବାର ଦର ଶହେ ଟଙ୍କା ପାର୍‌‌ କରିଥିବା ବେଳେ ହଠାତ୍‌‌ ୧୫ରୁ ୨୦ ଟଙ୍କା କମି ୭୫ରୁ ୮୦ ଟଙ୍କାରେ ବିକ୍ରି ହୋଇଥିଲା। ଏବେ ପୁଣିଥରେ ଟମାଟୋ ଦର ବୃଦ୍ଧି ପାଇଛି। ସେହିଭଳି ଝୁଡ଼ଙ୍ଗ ୪୦ରୁ ୪୫ ଟଙ୍କା ରହିଥିବା ବେଳେ ୧୫ ଦିନ ଭିତରେ ଏହାର ଦର ଶହେ ଟପିଛି।

ଦୈନନ୍ଦିନ ଖାଇବାକୁ ଅଧିକ ରୋଚକପୂର୍ଣ୍ଣ କରୁଥିବା କଞ୍ଚା ଲଙ୍କା ଦର ସର୍ବାଧିକ ରହିଛି। ମଙ୍ଗଳବାର ପରିବା ହାଟରେ କଞ୍ଚାଲଙ୍କା ଦର କିଲୋପ୍ରତି ୩ ଶହ ଟଙ୍କାରେ ବିକ୍ରି ହୋଇଥିଲା। ଫଳରେ ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ କଞ୍ଚା ଲଙ୍କା ବଦଳରେ ଶୁଖିଲା ଲଙ୍କାରେ କାମ ଚଳାଉଛନ୍ତି। ସେହିଭଳି ମଙ୍ଗଳବାର ରାଜଧାନୀର ବିଭିନ୍ନ ପରିବା ହାଟରେ ଅଦା କିଲୋପ୍ରତି ଦର ୩ ଶହ ଟଙ୍କା ପାର୍‌‌ କରିଥିବା ବେଳେ ରସୁଣ ଦର ୧୬୦ ରହିଥିଲା। ବାଇଗଣ ଶହେ ରୁ ଊର୍ଦ୍ଧ୍ବ ଦାମ୍‌‌ରେ ବିକ୍ରି ହେଉଥିବା ବେଳେ କଲରା େକଜି ୧୧୦ ଟଙ୍କାରେ ବିକ୍ରି ହେଉଥିଲା। ଅପରପକ୍ଷେ ସବୁଜ ପନିପରିବା ଦରବୃଦ୍ଧି ଦୃଷ୍ଟିରୁ ଲୋକେ ଭାତ ସାଙ୍ଗକୁ ଆଳୁ ପିଆଜକୁ ଖାଉଥିଲେ। କିନ୍ତୁ ଗତ ୧୫ ଦିନ ତଳେ ଆଳୁ ପିଆଜ ଦର ବି ୩୦ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ଦୁଇ ସପ୍ତାହ ତଳେ ଆଳୁଦର ୧୩/୧୪ ଟଙ୍କାରେ ବିକ୍ରି ହେଉଥିବା ଏବେ ୨୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ପିଆଜ ଦାମ ମଧ୍ୟ ଦୁଇଗୁଣ ବୃଦ୍ଧି ପାଇଁ ୩୦ ଟଙ୍କାରେ ପହଞ୍ଚିଛି। ଗତ ଦୁଇ ସପ୍ତାହ ତଳେ ଗୋଦାମରେ ପିଆଜ ଦର ୧୨ରୁ ୧୪ ଟଙ୍କା ଥିବା ବେଳେ ଏବେ ପିଆଜର ଗୋଦାମ ଦର ୧୮ରୁ ୧୯ ଟଙ୍କା ରହିଛି। ତେବେ ଖୁଚୁରା ବ୍ୟବସାୟୀମାନେ ଏବେ ପିଆଜ କିଲୋପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିଭଳି ଆଳୁ ଦର ଏବେ ଗୋଦାମରେ ୧୫ ଟଙ୍କା ଥିବା ବେଳେ ବାହାରେ ୨୦ ଟଙ୍କାରେ ବିକ୍ରି ହେଉଛି।

ହଠାତ୍‌‌ ରାଜଧାନୀରେ ପରିବାର ଦରବୃଦ୍ଧି ନେଇ କୁବେରପୁରୀ କଞ୍ଚା ପରିବାର ଗୋଦାମର ବ୍ୟବସାୟୀ ଅଭିମନ୍ୟୁ ମହାରଣା କୁହନ୍ତି ସ୍ଥାନୀୟ ଉତ୍ପାଦିତ ପନିପରିବା ଆସୁ ନ ଥିବାରୁ ବାହାର ରାଜ୍ୟର ପରିବାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଅପରପକ୍ଷେ ଏବେ ବର୍ଷା ଯୋଗୁଁ ପରିବାର ଜମିରୁ ଆସିପାରୁନି। ତେଣୁ ଦାମ୍‌‌ ଚଢ଼ା ରହିଛି ବୋଲି କହିଛନ୍ତି। ତେବେ ଆମ ରାଜ୍ୟର ପିଆଜ ଉତ୍ପାଦନ ହେଲା ବେଳକୁ ଫେବୃୟାରୀ ହୋଇଯିବ। ତେଣୁ ତାହା ଭିତରେ ପିଆଜ ଦର କମିବାର ସମ୍ଭାବନା କମ୍‌‌ ଅଛି ବୋଲି ସେ କହିଛନ୍ତି।

ପରିବା ବଜାରରେ ନିଆଁ; ସପ୍ତାହକ ମଧ୍ୟରେ ଦୁଇ ଗୁଣ ବଢ଼ିଲା ଦର, ଶତକ ମାରିଲା ଟମାଟୋ
ଭୁବନେଶ୍ବର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ପରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି। ମୌସୁମୀର ପ୍ରବେଶ ସହ ହାଟ ବଜାରରେ ପନିପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଖୁଚୁରା ବଜାରକୁ ମହଙ୍ଗା କରିଦେଇଛି। ଗତ ସପ୍ତାହରେ ୫୦ ଟଙ୍କା ତଳେ ଥିବା ସବୁ ପରିବା ଦର ଏବେ ଶତକ ମୁହାଁ । ଏଥିରେ ବିନ୍ସ ଦର ସବୁ ରେକର୍ଡ ଟପିଯାଇଛି। ବଜାରରେ ବିନ୍ସ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ହଠାତ୍‌ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଛୁଇଁବା ଏବେ ଖାଉଟିଙ୍କ ନିଦ ହଜାଇ ଦେଇଛି। ମାତ୍ର ମାସଟା ଭିତରେ ଅଦା ଓ ରସୁଣ ଦର ଯେଉଁଭଳି ଭାବେ ବଢ଼ିଛି ସେଥିରେ ଖାଉଟି କଲବଲ ହୋଇଥିବାବେଳେ ଏବେ ଅନ୍ୟ ପରିବା ଦର ବଢ଼ିବା ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଚାହିଦା ଏବଂ ଯୋଗାଣ ଜନିତ ସମସ୍ୟା ଯୋଗୁ ଦର ବଢ଼ୁଥିବା ବ୍ୟବସାୟୀ କହୁଥିବାବେଳେ ବାହାର ରାଜ୍ୟରୁ ଆମଦାନୀ କମୁଥିବାରୁ ଯୋଗାଣ ବିଭାଗ ଦୋଷ ଦେଉଛି।

ବଜାରରେ ମାତ୍ର ସପ୍ତାହକ ମଧ୍ୟରେ ସବୁ ପରିବା ଦର ଦୁଇ ଗୁଣ ବଢ଼ିଯାଇଛି। ଏଥିରେ କେବଳ ଆଳୁ ଏବଂ ପିଆଜ ଦର ବାଦ୍‌ ପଡିଛି। ଖୁଚୁରା ବଜାରରେ ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡଙ୍ଗ ୧୦୦, କଲରା ୧୦୦, ବାଇଗଣ ଏବଂ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି। ଦୀର୍ଘ ୩ ବର୍ଷ ହେବ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହୋଇଆସୁଥିବା ଅମୃତ ଭଣ୍ଡା ଦର ଏବେ କିଲୋ ପିଛା ୧୫ରୁ ୨୦ ଟଙ୍କା ବଢ଼ିଯାଇଛି। ପ୍ରସଙ୍ଗ ଉପରେ ମତ ରଖି ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯେ, ଓଡ଼ିଶାକୁ ପ୍ରମୁଖ ପରିବା ଯୋଗାଣକାରୀ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ଯୋଗୁ ପରିବହନ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ବର୍ତ୍ତମାନ ବଜାରରେ ଦର ଉଚ୍ଚା ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ଖାଉଟି ବୈଜୟନ୍ତୀ ସ୍ବାଇଁ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଦର ମହଙ୍ଗା। ଏହାସହ ଏବେ ପନିପରିବା ଦର ଯେଉଁ ଭଳି ହେଲାଣି ଏଥିରେ ଚଳିବା ବେଶ କଷ୍ଟକର। ଏହାସାଙ୍ଗକୁ ଟମାଟୋ ଦର ଏବେ ଶହେ ଟଙ୍କା ଛୁଇଁବା ବେଶ କଷ୍ଟକର। ଅପରପକ୍ଷେ ରସୁଲଗଡ଼ର ଖୁଚୁରା ବ୍ୟବସାୟୀ ନାରାୟଣ ସାହୁ କହିଛନ୍ତି ଯେ, ଦୁଇ ଦିନ ହେବ ଆମକୁ ସବୁ ପରିବା କିଣା ଅଧିକ ପଡ଼ୁଛି। ତେଣୁ ଆମେ ତାହାକୁ ଅଧିକ ଦରରେ ବିକ୍ରି କରୁଛୁ। ମଣ୍ଡିରେ ଯୋଗାଣ କମୁଥିବା କୁହାଯାଉଛି, ତେଣୁ ଦର ଅଧିକ ପଡ଼ୁଥିବା ସେ କହିଛନ୍ତି। ମୌସୁମୀ ଆରମ୍ଭରୁ ସ୍ଥିତି ଏମିତି, ଆଗକୁ ଅଧିକ ବର୍ଷାରେ ବନ୍ୟା ହେଲେ ସେତେବେଳେ ଦରଦାମ୍‌ କେଉଁ ଅବସ୍‌ତାରେ ଥିବା ତାହା ଏବେଠାରୁ କହିବା ଅସମ୍ଭବ।

ଗତବର୍ଷ ଟମାଟୋ କିଲୋ ୪ ଟଙ୍କାରୁ କମ୍‌ ହେବା ଯୋଗୁ ନାସିକ୍‌ ଏବଂ ଔରଙ୍ଗାବାଦ୍‌ରେ ଚାଷୀମାନେ ରାସ୍ତାରେ ଟମାଟୋ ଫିଙ୍ଗି ଦେଇଥିଲେ। ଚଳିତବର୍ଷ ମଧ୍ୟ ଉତ୍ପାଦନ ସମୟରେ ପାଇକାରୀ ବଜାରରେ ଦର କିଲୋ ପିଛା ୬-୭ ଟଙ୍କା ରହିଥିଲା। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ପଲଟିଯାଇଛି। କିଲୋ ଟମାଟୋ ପାଇଁ ଖାଉଟି ଏବେ ଗଣିବେ ୧୦୦ ଟଙ୍କା। ୧୫ ଦିନ ତଳେ ଟମାଟୋ କିଲୋ ପିଛା ୨୦ ଟଙ୍କା ରହିଥିଲା। ମାତ୍ର ସପ୍ତାହକ ମଧ୍ୟରେ ଟମାଟୋ କିଲୋ ପିଛା ତିନି ଗୁଣରୁ ଅଧିକ ହୋଇ ଶତକ ମାରିଛି। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଏବେ ଟମାଟୋ ଯୋଗାଣ ବନ୍ଦ ହୋଇଯାଇଛି। ଏବେ କେବଳ ବେଙ୍ଗାଲୁରୁ ଟମାଟୋ ଉପରେ ଭରସା। ତଥାପି ସେଠାରୁ ଯୋଗାଣ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁଠାରେ ସୋମବାର ଟମାଟୋ କ୍ବିଣ୍ଟାଲ ପିଛା ହାରାହାରି ୭୦ ଟଙ୍କା ଉପରେ ରହିଛି। ଏହାର ପ୍ରଭାବ ସ୍ବରୂପ ଇତିମଧ୍ୟରେ ରାଜଧାନୀ ଭୁବନେଶ୍ବରର ହାଟ ବଜାରଗୁଡିକରେ ଟମାଟୋ କିଲୋ ପିଛା ୭୦ରୁ ହଠାତ୍‌ ୧୦୦ ଟଙ୍କାରେ ପହଞ୍ଚିଛି। ତେବେ ଦୁଇ ଦିନର ବ୍ୟବଧାନରେ ହଠାତ୍‌ ଟମାଟୋ କିଲୋ ପିଛା ଦୁଇ ଗୁଣ ହୋଇ ଖାଉଟିଙ୍କୁ ହତାଶ କରିଛି।

ଆକାଶଛୁଆଁ ପରିବା ଦର, ଚିନ୍ତାରେ ସାଧାରଣ ଖାଉଟି
ଟାଂଗୀ: ଡିଜେଲ ଓ ପେଟ୍ରୋଲର ଅହେତୁକ କ୍ରମାଗତ ଭାବେ ମୂଲ୍ୟ ବୃଦ୍ଧି ଯୋଗୁ ପରିବା ଦର ଏବେ ଆକାଶଛୁଆଁ ହୋଇଛି। ଏହି କଞ୍ଚା ପରିବା ଉପରେ କାହାର ନିୟନ୍ତ୍ରଣ ନ ଥିବାରୁ ପ୍ରତିଦିନ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି ଘଟିବାରେ ଲାଗିଛି। ଫଳରେ ସାଧାରଣ ଖଟିଖିଆ ଉପରେ ଏହାର ପ୍ରଭାବ ପଡିଥିବା ଲଖ୍ୟ କରାଯାଉଛି। ବାଇଗଣ କିଲୋପ୍ରତି ୫୦ ଟଙ୍କା, କାଙ୍କଡ କିଲୋପ୍ରତି ୭୦ ଟଙ୍କା, ପିଆଜ କିଲୋପ୍ରତି ୪୫ ରୁ ୫୦ ଟଙ୍କା, ଟମାଟୋ କିଲୋପ୍ରତି ମଧ୍ୟ ୫୦ ଟଙ୍କା ହୋଇଥିବା ବେଳେ ପୋଟଳ କିଲୋପ୍ରତି ୬୦ ଟଙ୍କା, ଶାରୁ କିଲୋପ୍ରତି ୪୦ଟଙ୍କା, ବିନ କିଲୋପ୍ରତି ୭୦ ଟଙ୍କା ବିକ୍ରି କରାଯାଉଥିବା ଜଣାପଡିଛି । ଅନୁରୂପ ଭାବେ କଖାରୁ, ଭେଣ୍ଡି, ଦେଶିଆଳୁ ସମେତ ବିଭିନ୍ନ ପନାପରିବାର ମୂଲ୍ୟ ମଧ୍ୟ ଚିନ୍ତାଜନକ। ପନିପରିବା ବିକ୍ରୀ ର କେନ୍ଦ୍ର ସ୍ଥଳ ଚାନ୍ଦପୁରରେ ଏଭଳି ଚଢା ଦର ହୋଇଥିବା ବେଳେ ଏଠାରୁ କିଣି ଗାଁ ଗହଳିରେ ବିକ୍ରି କରୁଥିବା ଖୁଚୁରା ବ୍ୟବସାୟୀ କେତେ ଦରରେ ବିକ୍ରୀ କରୁଥିବେ ଓ ଗ୍ରାମାଞ୍ଚଳରେ ଜନସାଧାରଣ କିଭଳି ଦୟନୀୟ ପରିସ୍ଥିତି ଦେଇ ଗତି କରୁଥିବେ ତାହା ଏଥିରୁ ସ୍ପଷ୍ଟ। କାର୍ତିକ ମାସରେ ଅଧିକାଶଂ ପରିବାର ଘରକୁ ଆମିଷ ନେଉ ନ ଥିବାରୁ ପନିପରିବା କିଣିବା କଷ୍ଟସାଧ୍ୟ ହୋଇପଡୁଥିବା ଜଣାପଡୁଛି । ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିଛି ।

ଧର୍ମମାସରେ ପରିବା ଚଢ଼ାଦର ଓ କରୋନା କଟକଣା ମଧ୍ୟରେ କିଣାବିକା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ଧର୍ମମାସରେ ଅଧିକାଂଶ ଆମିଷ ତ୍ୟାଗ କରିଥା’ନ୍ତି । ତେବେ ପନିପରିବା ଦରକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଆଳୁ ଓ ଟମାଟୋ ଠାରୁ ଆରମ୍ଭ କରି ପ୍ରତ୍ୟେକ ପନିପରିବା ଚଢ଼ାଦରରେ ବିକ୍ରି ହୋଇଗଲାଣି ।