BJD ODISHA - The Sakala

ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଓଡ଼ିଶା ଦିବସ ପାଳିବ ବିଜେଡି
ଭୁବନେଶ୍ୱର : ଏପ୍ରିଲ ୧ ତାତିଖ ଦିନ ୮୯ତମ ଓଡିଶା ଦିବସ ପାଳିତ ହେବାକୁ ଯାଉଥିବା ବେଳେ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ଏହି ଦିବସଟିକୁ ପାଳିବ ବୋଲି ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । କଳା, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ଓଡ଼ିଶାର ପ୍ରସିଦ୍ଧି ରହିଛି। ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବା ସହିତ ଓଡିଶା ଦିବସ ଭାବେ ପାଳିତ ହୋଇଆସୁଛି ।

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କାର୍ଯ୍ୟାଳୟରେ ବିଜୁ ଜନତା ଦଳ ତରଫରୁ ଓଡିଶା ଦିବସ ପାଳନ କରିବା ପାଇଁ ହୋଇଥିବା ନିଷ୍ପତ୍ତି ଦଳ ତରଫରୁ ସମନ୍ୱୟ କମିଟି ଅଧ୍ୟକ୍ଷ  ଦେବୀ ପ୍ରସାଦ ମିଶ୍ର ଓ କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ  ସଞ୍ଜୟ ଦାସବର୍ମା ସୂଚିତ କରିଛନ୍ତି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ର ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କରାଯିବ। ତାଛଡା, ନିଜ ଅଞ୍ଚଳରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଦଳ ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯିବ। ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ବିଜେଡି ଆନୁକୂଲ୍ୟରେ ଶଙ୍ଖ ଭବନରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବିଜେଡିର ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ଦଳ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୯ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ରେଙ୍ଗାଲି- ସୁଦର୍ଶନ ହରିପାଲ

ରାଉରକେଲା-ସାରଦା ନାୟକ

ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ

କେନ୍ଦୁଝର- ମୀନା ମାଝୀ

ରାଇରଙ୍ଗପୁର- ରାଇସେନ ମୁର୍ମୁ

ବାଲେଶ୍ବର- ସ୍ବରୁପ କୁମାର ଦାସ

ବାରବାଟି କଟକ- ପ୍ରକାଶ ଚନ୍ଦ୍ର ବେହେରା

ଜୟଦେବ- ନବ କିଶୋର ମଲ୍ଲିକ

ସାଲେପୁର- ପ୍ରଶାନ୍ତ ବେହେରା

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ଏହାପରେ ସେହି ଦିନ ପୁଣି ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ପରେ ଏପ୍ରିଲ ୩ରେ ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୋଟ ୨୦ ଲୋକସଭା ଆସନ ଓ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଆଉ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ: ୨୦୨୪ ନିର୍ବାଚନରେ ବିଜେଡି ଜିତିବ ୧୨୮ ବିଧାନସଭା ଆସନ
ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପୁଣି ଫୁଙ୍କିବେ ଶଙ୍ଖ । ତେବେ ଏହି ନିର୍ବାଚନ ବିଜେଡି ପାଇଁ ହେବାକୁ ଯାଉଛି ଐତିହାସିକ । କାରଣ ଏହି ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବାକୁ ଯାଉଛି । ଖାଲି ସେତିକି ନୁହେଁ, ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ଜିତିଥିବା ୧୨୩ ବିଧାନସଭା ଆସନର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି ବିଜେଡି । ଅର୍ଥାତ ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବାକୁ ଯାଉଛି । ଏମିତି କହୁଛି ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ ।

ସର୍ଭେ ଅନୁସାରେ ବିଜେପି ବିଜେପି ୧୩, କଂଗ୍ରେସ ୪,  ସିପିଏମ ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ବିଧାନସଭା ଆସନରେ ବିଜୟୀ ହେବେ ନେଇ ରିପୋର୍ଟ ପ୍ରକାଶ ପାଇଛି । ୧୭ଟି ଲୋକସଭା ଆସନରେ ବିଜେଡି ସମସ୍ତ ୭ଟି ବିଧାନସଭା ଆସନ ଏବଂ ଅବଶିଷ୍ଟ ୪ଟି ଲୋକସଭା ଆସନରୁ ଦଳ ୨ରୁ ୩ଟି ଲେଖାଏଁ ବିଧାନସଭା ଆସନ ଜିତିବ ।

ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ଯଗୁଡ଼ିକରେ ଏହି ସର୍ଭେ କରାଯାଇଥିଲା । ଏବେ ୱାନ ନେସନ- ୱାନ ଇଲେକ୍ସନ ବା ଗୋଟିଏ  ଦେଶ- ଗୋଟିଏ ନିର୍ବାଚନ କଥା ଉଠୁଥିବା ବେଳେ ଓଡ଼ିଶାରେ ୨୦୦୪ ମସିହାରୁ ଏହି ଧାରାରେ ନିର୍ବାଚନ ହୋଇ ଆସୁଛି ।

ସୂଚନାଯୋଗ୍ୟ, ୨୦୦୦ ମହିସାରୁ ବିଜେଡି ସରକାରକୁ ଆସିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି । ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆଣିଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ । ପ୍ରତିଟି ଓଡ଼ିଆଙ୍କ ପାଇଁ ହୋଇଛି କିଛି ନା କିଛି ବ୍ୟବସ୍ଥା । ସବୁ କ୍ଷେତ୍ରରେ ବିଶାର ଶିଖର ଛୁଇଁଛି ଓଡ଼ିଶା । ଆଉ ଏହାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି । ନିର୍ବାଚନ ପରେ ନିର୍ବାଚନ ହେଉଛି ଆଉ ପ୍ରତି ଥର ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ସଦୃଢ଼ ହୋଇ କ୍ଷମତାକୁ ଫେରୁଛନ୍ତି । ପ୍ରତି ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ବର୍ଷର ଶାସନ ନବୀନଙ୍କ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପରିପାରିଛି ।

ଘରେ ଘରେ ଶଙ୍ଖ ବାଜିବ: ବିକାଶର ବିଜୟ ହେବ, ଆମେ ଗଢିବା ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା
ଭୁବନେଶ୍ବର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ସେ ସମ୍ବୋଧିତ କରି କହିଥିଲେ ଯେ, ଜୟ ଜଗନ୍ନାଥ । ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ ।

ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ । ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ।

ଆମ ଦଳ ମହିଳା ଶସକ୍ତିକରଣରେ ବିଶ୍ବାସ କରେ । ସବୁବେଳେ ଆମେ ମାଆ ମାନଙ୍କ କଲ୍ୟାଣକୁ ଅଗ୍ରାଧିକାର ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମାଆ ମାନଙ୍କ ନେତୃତ୍ବ ନେଉଥିବା ଆମର ମହିଳା ଲିଡରସିପକୁ ମୋର ପ୍ରଣାମ । ମାଆ ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।

ସମସ୍ତେ କହୁଛନ୍ତି ବିଜେଡି ହେଉଛି ସବୁଠାରୁ ସଫଳ ଆଞ୍ଚଳିକ ଦଳ ।  କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ଦେଶର ସବୁଠାରୁ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ ହେଉଛି ବିଜେଡି।

ଆମ ଦଳର ମୂଳ ମନ୍ତ୍ର ସେବା। ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ୍‌ ଭାବେ ପାଳନ କରିବା ପାଇଁ  ତୃଣମୂଳ ସ୍ତରରରୁ ଆମର କର୍ମୀ ଓ ଆମର ବିଭିନ୍ନ ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।

କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ ନିର୍ବାଚନୀ ପ୍ରସ୍ତୁତି କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ ନିର୍ବାଚନୀ ପ୍ରସ୍ତୁତି ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ ।

ଇତିହାସ କେବେ ଏତେ ବଡ ରୂପାନ୍ତରଣ ଦେଖି ନ ଥିଲା।  ତୁମେମାନେ ଏହି ରୂପାନ୍ତରଣ ଗୋଟିଏ ପାର୍ଟ ଓ ଶାକ୍ଷୀ ହେଇ ରହିବ । ମଠ, ମନ୍ଦିର, ସ୍କୁଲ, କଲେଜ, ହସ୍ପିଟାଲ ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ ବ୍ୟାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର । ଓଡିଶା ଆଜି ଦେଶର କ୍ରୀଡା କ୍ୟାପିଟାଲ ହୋଇ ପାରିଛି।

ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆନୂଆ ଆଇଟି କମ୍ପାନୀ ଖୋଲିବା, ଦକ୍ଷତା ବିକାଶ, ମାଆ ମାନଙ୍କୁ ଶସକ୍ତୀ କରଣ, ଚାଷୀ ଓ ସବୁ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ଆଜି ଉଦାହରଣ ହୋଇଛି । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ। ବିରୋଧୀଙ୍କ ପାଖରେ କିଛି ଇସୁ ନାହିଁ।  ଓଡ଼ିଶାର ରୂପାନ୍ତର ସେମାନଙ୍କ  ପାଇଁ ବଡ଼  shock  ହୋଇଛି ।

ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ। ମିଛ କହିବେ। ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । ସୋସିଆଲ ମିଡିଆରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ । ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡ଼ିଶା। ସଶକ୍ତ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଇଟି କ୍ଷେତ୍ରରେ ରାଜ୍ୟର ଅଭୂତପୂର୍ବ ସଫଳତା ବିଜେପିକୁ ଦେଖାଯାଉ ନାହିଁ, ଜଣେ ଅଧିକାରୀଙ୍କ ପୁନଃ ନିଯୁକ୍ତିକୁ ନେଇ ରାଜନୀତି କରୁଛି : ବିଜେଡି
ଭୁବନେଶ୍ୱର :  ରାଜ୍ୟ ତଥା ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଯାହା ଆବଶ୍ୟକ ସେହି ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶା ଏବଂ ସାଢେ଼ ଚାରିକୋଟି ଓଡ଼ିଆ ଲୋକଙ୍କ ସ୍ୱାର୍ଥକୁ ସରକାର ସର୍ବଦା ପ୍ରାଥମିକତା ଦେଉଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତାଙ୍କ ପାଇଁ ରାଜ୍ୟର ସ୍ୱାର୍ଥ ନୁହେଁ ବରଂ ନିଜର ରାଜନୈତିକ ସ୍ୱାର୍ଥ ଗୁରୁତ୍ୱପୂର୍ଣ୍ଣ । ଏବେ ଓଡ଼ିଶା ବିଜେପି ଜଣେ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ହୀନ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି ।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଆଇଟି କ୍ଷେତ୍ରରେ ଓଡ଼ିଶା ବେଶ୍‌ ସୁନାମ ଅର୍ଜନ କରିଛି । ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଭାବେ ମନୋଜ ମିଶ୍ର ସଫଳତାର ସହ ଦୀର୍ଘ କାର୍ଯ୍ୟ କରିବା ସହିତ ଓଡିଶାକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ଖ୍ୟାତନାମା ଆଇଟି କମ୍ପାନୀମାନଙ୍କୁ ଆଣି ଏଠାରେ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିଛନ୍ତି । ଏଭଳି ସଫଳତା ବିଜେପି ନେତାଙ୍କୁ ଦେଖାଯାଉ ନାହିଁ । ସେମାନେ ଥରୁଟିଏ ବି ଏହି ସଫଳତାକୁ ପ୍ରଂଶସା କରିନାହାନ୍ତି । କିନ୍ତୁ ଆଜି କିନ୍ତୁ ଶ୍ରୀ ମିଶ୍ରଙ୍କ ପୁନଃ ନିଯୁକ୍ତିକୁ ନେଇ ଭୟଭୀତ ହେବା ସହିତ ଯେଭଳି ପ୍ରଶ୍ନ ଉଠାଇବାରେ ଲାଗିଛି ତାହା ନିନ୍ଦନୀୟ ବୋଲି ଶ୍ରୀ ଦାସ କହିଛନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ ଶ୍ରୀ ମିଶ୍ର ଦୀର୍ଘ ଦିନ ଧରି ଆଇଟି ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅନେକ ନାମୀ ଦାମୀ ଆଇଟି କମ୍ପାନୀ ଓଡିଶାକୁ ଆସି କାରବାର ଆରମ୍ଭ କରିଛନ୍ତି । ଓଡିଆ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ପରିତାପର ବିଷୟ କେବଳ ରାଜନୈତିକ ଫାଇଦା ଦେଖୁଥିବା ବିଜେପିକୁ ଏହା ଦେଖାଯାଉ ନାହିଁ । ବର୍ତ୍ତମାନ ଶ୍ରୀ ମିଶ୍ରଙ୍କ ପୁନଃ ନିଯୁକ୍ତିକୁ ନେଇ ବିଜେପି କାହିଁକି ଭୟଭୀତ ବୋଲି ବିଜେଡି ପ୍ରଶ୍ନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଶହ ଶହ ଅଧିକାରୀଙ୍କ ମଧ୍ୟରୁ ଶ୍ରୀ ମିଶ୍ର ଅନ୍ୟତମ । ଅନ୍ୟ ଅଧିକାରୀଙ୍କ ଭଳି ଶ୍ରୀ ମିଶ୍ର ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । କିନ୍ତୁ ରାଜ୍ୟ ବିଜେପି କାହିଁକି ଶ୍ରୀ ମିଶ୍ରଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଏକାଧିକ ଅଧିକାରୀଙ୍କୁ ନିଯୁକ୍ତି ଦେଉଥିବାବେଳେ ବିଜେଡି କିନ୍ତୁ ଥରୁଟିଏ ହେଲେ ଏ ନେଇ ପ୍ରଶ୍ନ କରିନାହିଁ, କାରଣ ଏ ସବୁ ହେଉଛି ପ୍ରଶାସନିକ ବିଷୟ । ତେଣୁ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିବା ଏବଂ ଅଧିକାରୀ ନିଯୁକ୍ତି ଉପରେ ରାଜନୀତି ଖେଳ ବନ୍ଦ କରି ଓଡିଶାର ବିକାଶ ପ୍ରସଙ୍ଗରେ ବିଜେପି ରାଜନୀତି କରିବା ଆବଶ୍ୟକ ଯାହା ସେମାନଙ୍କ ପ୍ରାଥମିକତା ହେବା ଉଚିତ ବୋଲି ଶ୍ରୀ ଦାସ କହିଛନ୍ତି ।

ବିଜେଡିର ଜନସମ୍ପର୍କ ପଦଯାତ୍ରା : ରାଜ୍ୟ ସରକାରଙ୍କ ସଫଳ ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ
ଭୁବନେଶ୍ୱର : ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରୁ ବିଜୁ ଜନତା ଦଳର ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଉଛି। ଆଜି ସକାଳ ୧୦ଟା ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ମାସେ କାଳ ଚାଲିବାକୁ ଥିବା ଏହି ପଦଯାତ୍ରା ଦଳ ପାଇଁ ବେଶ୍‌‌ ଗୁରୁତ୍ୱ ବହନ କରୁଛି। କୋଭିଡ୍‌‌ ମହାମାରୀ ହେତୁ ଦୁଇ ବର୍ଷ ପରେ ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଆୟୋଜନ କରୁଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବୁଝାଇବ ଦଳ। ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ଦଳ।

ଏହି ପରିପ୍ରେକ୍ଷୀରେ ଦୁଇ ଦିନ ଧରି ବରମୁଣ୍ଡା ପଡ଼ିଆ ଠାରେ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ପଦଯାତ୍ରାକୁ ସଫଳ କରିବା ପାଇଁ ଦଳର ସାଂସଦ, ମନ୍ତ୍ରୀ, ବିଧାୟକ, ନିର୍ବାଚିତ ଜନ ପ୍ରତିନିଧି, ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇବା ସହିତ ରାଜ୍ୟ ସରକାରଙ୍କର ସଫଳ ଯାତ୍ରାର ବାର୍ତ୍ତା ଏବଂ କେନ୍ଦ୍ର ସରକାରଙ୍କ ଅବହେଳାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନନଙ୍କ ଅବଦାନକୁ ମଧ୍ୟ ମନେ ପକାଇବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି।

ଏହି ପଦଯାତ୍ରାର ଆଭିମୁଖ୍ୟ ଏବଂ ଏହାର ସଫଳ କାମନା କରି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଦଳର ସମସ୍ତ ପଦାଧିକାରୀଙ୍କୁ ପତ୍ର ଲେଖିଥିଲେ। ସେହିପରି ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳାରେ ମଧ୍ୟ ଦଳର ବରିଷ୍ଠ ନେତୃବୃନ୍ଦ, ମନ୍ତ୍ରୀ, ବିଧାୟକ, ସାଂସଦମାନେ ଯୋଗଦେଇ କର୍ମୀଙ୍କ ମାର୍ଗଦର୍ଶନ କରିଥିଲେ। କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କର ଅବହେଳା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କିପରି ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛି ତାହାର ବାର୍ତ୍ତା ସେମାନେ ଲୋକଙ୍କ ନିକଟରେ ପହଞ୍ଚାଇବେ। ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ। ପଦଯାତ୍ରା ସମୟରେ ରକ୍ତଦାନ, ବୃକ୍ଷରୋପଣ, ଦରିଦ୍ର ନାରାୟଣ ସେବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେବାର ୨୫ ବର୍ଷ ପୂରଣ କରିଥିବା ସାଧକ ନବୀନ ପଟ୍ଟନାୟକ ଯେପରି ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ ଜାରି ରଖିଛନ୍ତି, ସେହି ସେବା ମନୋବୃତ୍ତି ସେ ନିଜ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ବି ଆଶା ରଖିଛନ୍ତି । ଯେଉଁଥିପାଇଁ ପଦଯାତ୍ରାର ସମ୍ପୂର୍ଣ୍ଣ ସମୀକ୍ଷା ନିଜେ କରିବେ ବୋଲି ଘୋଷଣା କରିଛନ୍ତି ନବୀନ ।

ଲୋକଙ୍କ ସେବା କରିବା ବିଜୁ ଜନତା ଦଳର ମୁଖ୍ୟ ଉଦ୍ଦେଶ୍ୟ, ରାଜନୀତି ଏକ ମାଧ୍ୟମ ମାତ୍ର : ନବୀନ ପଟ୍ଟନାୟକ
ଭୁବନେଶ୍ବର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ଆରମ୍ଭ କରୁଛି ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା। ଏକ ସାମୂହିକ ଆନ୍ଦୋଳନରେ ପରିଣତ ବିଜୁ ଜନତା ଦଳ ଚଳିତ ବର୍ଷ ପଦଯାତ୍ରାକୁ ଜନସାଧାରଣଙ୍କ ସେବା ନିମନ୍ତେ ଉତ୍ସର୍ଗକରିଛି। ପଦଯାତ୍ରା ସମୟରେ ରୋଗୀମାନଙ୍କର ସେବା, ରକ୍ତଦାନ, ଚାରା ରୋପଣ ପରି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ରାଜ୍ୟର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବାକୁ ଦଳ ନିଜକୁ ପ୍ରସ୍ତୁତ କରିଛି। ଏହି ପରିପ୍ରେକ୍ଷୀରେ ଦଳର ଗତକାଲି ନୂତନ କର୍ମୀ, କର୍ମକର୍ତ୍ତା ଓ କନିଷ୍ଠ ସଦସ୍ୟମାନଙ୍କୁ ଜନସମ୍ପର୍କ ପଦଯାତ୍ରା ସମ୍ପର୍କରେ ଦିଗ୍‌‌ଦର୍ଶନ ଦିଆଯାଇଥିବା ବେଳେ ଆଜି ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିଙ୍କୁ ଭିଡିଓ କନଫରେନସିଂ ଜରିଆରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ‘ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ତାହାକୁ ସ୍ଵାଗତ କରୁଛି। ବିଜେଡ଼ି ଏକ ଆଞ୍ଚଳିକ ଦଳ। ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚାଲିବୁ। ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହି ଆସିଛି। ପଞ୍ଚାୟତ ଓ ପୌର ନିର୍ବାଚନ ସରିଗଲା। ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର।

ବିଜେଡି ପଞ୍ଚାୟତ,ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଅପଣେଇଛି। ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆଶୁଛନ୍ତି। ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ। ରାଜନୀତି ଏକ ମାଧ୍ୟମ ମାତ୍ର। ସମସ୍ତେ ମନେ ରଖିବା ଆବଶ୍ୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ଦଳ ସବୁ କାମ କରୁଛି। ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ। ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ।’

ଅନ୍ୟପଟେ କାର୍ଯ୍ୟକ୍ରମ ଆରମ୍ଭରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜନସମ୍ପର୍କ ଯାତ୍ରାର ଆଭିମୁଖ୍ୟ ଓ ଦାୟିତ୍ୱ ସମ୍ପର୍କରେ ନିର୍ବାଚିତ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରାଇଛନ୍ତି। ସେ କହିଛନ୍ତି ରାଜନୀତି କ୍ଷେତ୍ରରେ ବିଜୁବାବୁଙ୍କ ବଡ଼ ଅବଦାନ। ଗାଁକୁ କାମ,ମାକୁ ସମ୍ମାନ। ଆଉ ତାହା ଆଜି ରାଜ୍ୟରେ ପ୍ରତିଫଳିତ ହୋଇଛି।

ସେହିପରି ପଦଯାତ୍ରା ପ୍ରସ୍ତୁତି ବୈଠକରେ ବିଜେଡି ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା ନିଜର ଉଦବୋଧନ ଦେଇ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ ବିଜେଡି ଶାସନକୁ ଆସିବା ବେଳେ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡ଼ିଥିଲା ରାଜ୍ୟ। ଏଥିରୁ ମୁକୁଲେଇ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ବାରମ୍ବାର ଦାବି କରିଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଗତ ନୀତି ଆୟୋଗ ବୈଠକରେ ସ୍ଵତନ୍ତ୍ର ଫୋକାସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି। ବାତ୍ୟା ବିରୋଧୀ ଭିତ୍ତିଭୂମି ନେଇ ଦାବି କରିଥିଲେ ନବୀନ। ରେଳବାଇ କ୍ଷେତ୍ରରେ ବି ଓଡ଼ିଶାକୁ ଅବହେଳା କରାଯାଇଛି। ରାଜ୍ୟରୁ ୨୦ ହଜାର କୋଟି ଟଙ୍କା ରାଜସ୍ବ ନେଉଥିଲେ ବି ସେହି ଅନୁସାରେ ପ୍ରାପ୍ୟ ମିଳୁନି। ଏହି ହକ ପାଇଁ ଓଡ଼ିଶା ଲଢେଇ ଜାରି ରଖିଛି। ଆଗକୁ ପଦଯାତ୍ରା ଜରିଆରେ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ବାନ କରୁଛୁ। ଆମେ ଆଶା କରୁଛୁ ଆମର ଏହି ପଦଯାତ୍ରା ସଫଳ ହେବ।

ସୁନାବେଡ଼ାରେ ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ
ସୁନାବେଡା: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ । ଦଳକୁ ତୃଣମୂଳ ସ୍ତରରେ ଶସକ୍ତ କରିବା ପାଇଁ ଜାରି ରହିଛି ମିଶ୍ରଣ ପର୍ବ । ସୁନାବେଡାରେ ଶତାଧିକ ଅନ୍ୟଦଳର କର୍ମୀ, ସାମାଜିକ କାର୍ୟ୍ୟକର୍ତ୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି । ଡକ୍ଟର ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ନାରାୟଣପାଟଣାର ରବି ନାଚିକା ମଧ୍ୟ ବିଜେଡି ଉତ୍ତରୀୟ ପକାଇ ଶଙ୍ଖ ଫୁଙ୍କିଛନ୍ତି ।

ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି ମିଶ୍ରଣ ପର୍ବ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ କରିଚାଲିଛି, କଥା କମ କାମ ବେଶୀରେ ବିଶ୍ୱାସ ମୁଖ୍ୟମନ୍ତ୍ରୀ ରଖନ୍ତି ବୋଲି କହିଥିଲେ ପ୍ରଣବ ପ୍ରକାଶ ଦାସ।

ସେହିପରି ରାଜ୍ୟ ଭୋକର ଭୂଗୋଳରୁ ଓଡ଼ିଶାକୁ ଶସ୍ୟ ଶ୍ୟାମଳା କରିପାରିଛନ୍ତି । ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସୁଛି । କୋରାପୁଟର ସର୍ବାଙ୍ଗୀନ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରହିଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ୟ୍ୟରେ ଆକୃଷ୍ଟ ହୋଇ ଅନ୍ୟ ଦଳର କାର୍ୟ୍ୟକର୍ତ୍ତା ବିଜେଡିରେ ସାମିଲ ହେଉଛନ୍ତି । ଦଳ ସର୍ବଦା ଓଡ଼ିଶାର ବିକାଶ ଦିଗରେ କାର୍ୟ୍ୟ ଜାରି ରଖିଛି ବୋଲି କହିଥିଲେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

୩୦ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେଡି, ୬ ନେତାଙ୍କୁ ମିଳିଲା ୩୦ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ବର : ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଦାୟିତ୍ୱ । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଦାୟିତ୍ବ ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଦାୟିତ୍ବରେ ରହିବେ ପ୍ରମିଳା ମଲ୍ଲିକ।

-ନିରଞ୍ଜନ ପୂଜାରୀଙ୍କୁ ୪ ଜିଲ୍ଲାର ଦାୟିତ୍ବ
-ପ୍ରମିଳା ମଲ୍ଲିକଙ୍କୁ ୫ ଜିଲ୍ଲାର ଦାୟିତ୍ବ
-ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଜିଲ୍ଲାର ଦାୟିତ୍ବ
-ଦେବୀ ମିଶ୍ରଙ୍କୁ ୬ ଜିଲ୍ଲାର ଦାୟିତ୍ବ
-ମହେଶ୍ୱର ମହାନ୍ତିଙ୍କୁ ୨ ଜିଲ୍ଲାର ଦାୟିତ୍ବ
-ପ୍ରତାପ ଜେନାଙ୍କୁ ୭ ଜିଲ୍ଲାର ଦାୟିତ୍ୱ#bjd #Odisha

— Sakala (ସକାଳ) (@TheSakala) August 18, 2022

ସେହିପରି ଦେବୀପ୍ରସାଦ ମିଶ୍ରଙ୍କୁ ମିଳିଛି ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ୱ । ମୟୂରଭଞ୍ଜ, କେନ୍ଦୁଝର ସମ୍ଭାଳିବେ ମହେଶ୍ୱର ମହାନ୍ତି । ସେହିପରି ପ୍ରତାପ ଜେନାଙ୍କୁ ମିଳିଛି ସର୍ବାଧିକ ୭ଟି ଜିଲ୍ଲାର ଦାୟିତ୍ୱ। ସେଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ।

ଓଡ଼ିଆରେ ରାଜ୍ୟସଭା ସାଂସଦ ଭାବରେ ଶପଥନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ
ଭୁବନେଶ୍ବର: ଆଜି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି। ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭା ପରିସରରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଓଡିଆରେ ଶପଥ ନେଇଛନ୍ତି ଉଭୟ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ।

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ଭାବେ କାର୍ଯ୍ଯ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା । ଶ୍ରୀ ମଙ୍ଗରାଜ ଏବଂ ଶ୍ରୀମତୀ ଦେଓ ପ୍ରଥମ ଥର ପାଇଁ ରାଜ୍ୟସଭା ଯାଇଥିବା ବେଳେ ଅନ୍ୟତମ ପ୍ରାର୍ଥୀ ଭାବେ ଡ଼ ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି।

ଏହା ପୂର୍ବରୁ ସିଏମ୍‍ସି ମେୟର ନିର୍ବାଚନ ପାଇଁ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ସୁବାସ ସିଂହଙ୍କ ସ୍ଥାନରେ ନିର୍ବାଚିତ ହୋଇଥିବା ନିରଞ୍ଜନ ବିଶି ଶପଥ ଗ୍ରହଣ କରି ସାରିଛନ୍ତି।

ବ୍ରଜରାଜନଗର ଫାଇଟ୍‌ ପୂର୍ବରୁ ବିରୋଧୀଙ୍କ ଅସ୍ତ୍ର ତ୍ୟାଗ, କହିଲେଣି ତୃଣମୂଳସ୍ତରେ ବିଜେଡି ସହ ଲଢିବା କଷ୍ଟ
ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଆହୁରି ପ୍ରାୟ ୧୦ ଦିନ ବାକି। ନିର୍ବାଚନରେ ରେକର୍ଡ଼ ବ୍ୟବଧାନରେ ବିଜୟୀ ହେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳବଳ ଧରି ବ୍ରଜରାଜନଗରରେ ଡେରା ପକାଇଛନ୍ତି। ଖରା ତାତି ସହ ତାଳ ଦେଇ ନିର୍ବାଚନ ପ୍ରଚାର ପାରଦ ଊର୍ଦ୍ଧ୍ବଗାମୀ ହୋଇଛି। ତିନି ଦଳ ନିଜନିଜ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ସ୍ଥିତିରେ ବ୍ରଜରାଜନଗର ଯୁଦ୍ଧରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ଅନ୍ୟତମ ବିରୋଧୀ ଦଳ ଆତ୍ମସମର୍ପଣ ମୁଦ୍ରାରେ ଠିଆ ହୋଇଛନ୍ତି।

ଗତକାଲି ବିଜେପି ଦଳର ବରିଷ୍ଠ ନେତା ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିରେ ଯୁଦ୍ଧଂ ଦେହି ଡ଼ାକରା ଅପେକ୍ଷା ଆତ୍ମସମର୍ପଣର ଭାବ ବେଶୀ ପ୍ରକଟିତ ହୋଇଛି। ବିଷ୍ଣୁଙ୍କ ଏହି ବିବଶତା ବିଜେଡିକୁ କେବଳ ଉତ୍ସାହିତ କରିନାହିଁ, ପକ୍ଷାନ୍ତରେ ଦଳୀୟ ପ୍ରାର୍ଥୀ ଓ ସ୍ଥାନୀୟ ବିଜେପି ନେତାଙ୍କୁ ହତୋତ୍ସାହିତ କରିଛି। ବିଷ୍ଣୁ ସେଠୀ ହେଉଛନ୍ତି ରାଜ୍ୟ ବିଜେପିର ଛାମୁଆ ଚେହେରା। ବିଧାନସଭାରେ ଦଳର ଉପନେତା। ତେଣୁ ସେ କହିଥିବା କଥାକୁ ଉପେକ୍ଷା କରାଯାଇ ପାରିବ ନାହିଁ କିମ୍ବା ଏହାକୁ ଗୌଣ ମନେ କରାଯିବା ସମ୍ଭବ ନୁହେଁ। “ଓଡ଼ିଶାରେ ବିଜେଡି ସଶକ୍ତ ରହିଛି। ଏ କଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ଏଥର ବି ଉପନିର୍ବାଚନରେ ବିଜେଡି ସଫଳତା ପାଇବାର ସମ୍ଭାବନା ଅଛି। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜିଯାଏ ଲଢ଼େଇ ଭୂଇଁରେ ବିଜେପି ପହଞ୍ଚି ପାରିନାହିଁ। ଗ୍ରାଉଣ୍ଡରେ ବିଜେଡି ସହ ଲଢ଼ିବା କଷ୍ଟ” ବୋଲି ମନ୍ତବ୍ୟ ଦେଇ ବିଷ୍ଣୁ ନିର୍ବାଚନ ପୂର୍ବରୁ ପରୋକ୍ଷରେ ବ୍ରଜରାଜନଗର ପରାଜୟକୁ ସ୍ୱୀକାର କରିନେଇଛନ୍ତି।

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିଜେଡିକୁ ନେଇ ଏପରି ବାସ୍ତବ ଚିତ୍ର ରଖିବା ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି ।  ସେପେଟ ମୁଖ୍ୟ ବିରୋଧୀ ବିଜେପି ଉପନେତାଙ୍କ ବୟାନ ସଂପୂର୍ଣ୍ଣ ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଂଗ୍ରେସ । ଦରଦାମ ବୃଦ୍ଧି ଯୋଗଁ ବିଜେପି ଉପରେ ଲୋକ ଅସନ୍ତୁଷ୍ଟ ହୋଇଛନ୍ତି ତେଣୁ ବିଜେପି ଫଳରେ ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ ଦଳ। ବିଜେପି ଉପନେତା ଯାହା କହିଛନ୍ତି ତାହା ସତ ବୋଲି କହିଛନ୍ତି ସୁର ରାଉତରାୟ। ଅନ୍ୟପଟେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଶକ୍ତିଶାଳୀ ବୋଲି କଂଗ୍ରେସ ନେତାଏ ବି କହିଛନ୍ତି ।

ଅନ୍ୟପଟେ  ବିରୋଧୀ ଦଳ ନେତାମାନେ ବିଜେଡିକୁ ନେଇ ରଖୁଥିବା ଆଭିମୁଖ୍ୟ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ରଖିଛନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ ଏପରି ବୟାନ ମୁକାବିଲା ପୂର୍ବରୁ ମଇଦାନ ଛାଡ଼ିବା କଥା ପରି ବୋଲି ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ଓଡ଼ିଶାବାସୀ ।ଏବେ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତାଙ୍କ ବୟାନ ବିରୋଧୀ ଶିବିରଙ୍କୁ ଚିନ୍ତାରେ ପକାଇ ଦେଇଛି ।

ରାଜ୍ୟରେ ପୂର୍ବରୁ ବିଜେଡି ସହ ମେଣ୍ଟ କରି ୯ ବର୍ଷ କାଳ କ୍ଷମତା ଉପଭୋଗ କରିବା ସତ୍ତ୍ବେ ବିଜେପି ନିଜ ସ୍ଥିତି ରକ୍ଷା କରିବାରେ ଏଯାଏ ସମର୍ଥ ହୋଇନାହିଁ। ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ହାସଲ କରିଥିବା ସଫଳତା ୨୦୨୨ରେ ଦୋହରାଇବାରେ କେବଳ ବିଫଳ ହୋଇନାହିଁ; ୮୦% ଜିଲ୍ଲା ପରିଷଦ ଆସନ ଓ ୮ ଜିଲ୍ଲା ପରିଷଦ ସଭାପତି ପଦ ହରାଇଛି। ଗତ ୨୦୧୯ ନିର୍ବାଚନରେ ଦଳ ୨୩ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ସେହି ସ୍ଥାନଗୁଡ଼ିକରେ ବାଜିମାତ୍‍ କରିଛି ବିଜେଡି। ନିଜ ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ବିଜେଡି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଏହାକୁ ପ୍ରତିରୋଧ କରିବାକୁ ବିଜେପି ଶକ୍ତି ଗୋଟାଇବାରେ ଅସମର୍ଥ ହୋଇଛି। ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ଏହି ସବୁ ଅସହାୟତା ପ୍ରତିଫଳିତ ହୋଇଛି।

ବିଜେଡି ସହ ନିର୍ବାଚନ ଲଢ଼ିବା କଷ୍ଟ ବୋଲି ବିଷ୍ଣୁଙ୍କ ମନ୍ତବ୍ୟରେ ଯେ ଅତିଶୟୋକ୍ତି ନାହିଁ ଏହା ଅତୀତରେ ସବୁ ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି। କେବଳ ଲୋକସଭା ବା ବିଧାନସଭା ନିର୍ବାଚନ ନୁହେଁ; ଉପ ନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନରେ ଏହା ପ୍ରତିଫଳିତ ହୋଇଛି। ବିଜେଡିର ନିର୍ବାଚନୀ ରଣନୀତି ନିକଟରେ ବିରୋଧୀ ସବୁବେଳେ ଆତ୍ମସମର୍ପଣ କରିଛନ୍ତି। ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଉପନିର୍ବାଚନଗୁଡ଼ିକରେ ବିଜେଡିର ଅପରାଜେୟ ରେକର୍ଡ଼ ଭାଙ୍ଗିବାରେ ବିରୋଧୀମାନେ ସଫଳ ହୋଇପାରି ନାହାନ୍ତି। ଏପରିକି ଉପନିର୍ବାଚନରେ ବିଜେପିର ଆସନ ବିଜେଡି ଛଡ଼ାଇ ନେବାରେ ସମର୍ଥ ହୋଇଛି।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ଏବେ ବହୁଧା ବିଭକ୍ତ। ନେତାମାନଙ୍କ ମଧ୍ୟରେ ସମନ୍ୱୟ ଓ ସଂଯୋଜନା ଅଭାବ ଦଳକୁ ଗୋଷ୍ଠୀବାଦରେ ବିଭାଜିତ କରିଛି। ବିଶୃଙ୍ଖଳିତ ସାଂସଦ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ତଥାକଥିତ ‘ଦୁର୍ବଳ ନେତୃତ୍ୱ’ ଆକ୍ଷେପକୁ ସତ୍ୟ ବୋଲି ପ୍ରମାଣିତ କରିଛି। ରାଜ୍ୟର କିଛି ବଡ଼ବଡ଼ ନେତା ଦଳୀୟ ସଙ୍ଗଠନ ଅପେକ୍ଷା ନିଜର ବ୍ୟକ୍ତିଗତ ପତିଆରା, ବ୍ୟକ୍ତିଗତ ସଙ୍ଗଠନକୁ ସୁଦୃଢ଼ କରିବାକୁ ଲାଗିପଡ଼ିଛନ୍ତି ଓ ନିଜକୁ ସମାନ୍ତରାଳ ନେତା ଭାବରେ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାରାତାରିଣୀ ଗସ୍ତ ସମୟରେ ‘ବିଜେପି ନିଜ ସହ ପ୍ରତିଯୋଗିତା କରୁଛି’ ବୋଲି ମନ୍ତବ୍ୟ ଦେଇ ଦଳର ବାସ୍ତବ ସ୍ଥିତିକୁ ସ୍ପଷ୍ଟ କରି ଦେଇଛନ୍ତି। ଏହା ସହ ‘ମିଶିକି କାମ କରିବାର ଆବଶ୍ୟକତା ରହିଛି’ ବୋଲି ତାଙ୍କର ଟିପ୍ପଣୀକୁ ବ୍ୟାଖ୍ୟା କଲେ ଦଳରେ ଏ ପର୍ଯ୍ୟନ୍ତ ଏକାଠି କାମ କରିବାର ଧାରା ଆରମ୍ଭ ହୋଇନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।

ବାସ୍ତବିକତା ଦେଖିଲେ ଏବେ ବି ରାଜ୍ୟ ବିଜେପି ସଙ୍ଗଠନ କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହିଁ ନିର୍ଭରଶୀଳ ହୋଇ ରହିଛି। ରାଜ୍ୟରେ ଦଳର ସର୍ବସମ୍ମତ ନେତାଙ୍କ ଅଭାବ ଦଳକୁ ଅସଙ୍ଗଠିତ କରି ରଖିଛି। ଦଳୀୟ ନେତାଙ୍କ ମଧ୍ୟରେ ଅସୁରକ୍ଷା ଭାବ ଦିନକୁ ଦିନ ବଢ଼଼଼ୁଛି। ବିଜେପିର ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହେବା ସହଜ ନୁହେଁ ବୋଲି ଦଳୀୟ ନେତାମାନେ ମନେ କରୁଛନ୍ତି। ସମ୍ଭବତଃ ସେଇଥିପାଇଁ ଆଗାମୀ ଦିନରେ ବିଷ୍ଣୁ ସେଠୀଙ୍କ ପରି ନେତାମାନେ ବିଧାୟକ ପଦ ଅପେକ୍ଷା ସାଂସଦ ପଦ ଲାଗି ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ କଥା ମଧ୍ୟ ସେ ସ୍ପଷ୍ଟ ଭାବରେ କହିଛନ୍ତି। ଦୁଇଥର ବିଧାୟକ ଭାବରେ ସେ ଲଢ଼ିଥିବା ଉଲ୍ଲେଖ କରି ଆଉ ଏମ୍‍ଏଲ୍‍ଏ ପଦରେ ଘାଣ୍ଟି ହେବାକୁ ଚାହୁଁ ନାହିଁ ବୋଲି କହିଛନ୍ତି। ସାଂସଦ ପଦରୁ ଲଢ଼ିବାକୁ ଇଚ୍ଛା ବ୍ୟକ୍ତ କରିବା ସହ ଏ ସଂକ୍ରାନ୍ତ ନିଷ୍ପତ୍ତି ସେ ଦଳ ଉପରେ ଛାଡ଼ି ଦେଇଛନ୍ତି।

କିମିଆ କରିଛି ଐତିହାସିକ ବିଜୟ : ବିଜେଡିମୁହାଁ ବିରୋଧୀ ଓ ସ୍ୱାଧୀନ
ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ମିଳିଥିବା ଅଭୂତପୂର୍ବ ସଫଳତା ପାର୍ଶ୍ବ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳିଛି। ନିର୍ବାଚନରେ ବିପୁଳ ସଫଳତା ପରେ ଦଳର ଶକ୍ତି ଆହୁରି ବଢ଼଼ିବାରେ ଲାଗିଛି। ବିରୋଧୀ, ବିଜୟୀ ସ୍ୱାଧୀନ ଓ ଦଳରୁ ଟିକଟ ନପାଇ ମୁହଁ ମୋଡିଥିବା ନେତା ଏବେ ବିଜେଡି ମୁହାଁ ହୋଇଛନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି ସମଗ୍ର ରାଜ୍ୟରେ ଏହି ଧାରା ଦେଖିବାକୁ ମିଳିଛି। ଜଣକ ପରେ ଜଣେ ନେତା ଶଙ୍ଖ ଫୁଙ୍କିବାକୁ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ନିର୍ବାଚନରେ ଟିକଟ ନମିଳିବାରୁ ୬୦ ନଂ ୱାର୍ଡରେ ଚନ୍ଦ୍ର ଶେଖର ମଲିଆ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହେଲେ। ଗତକାଲି ସେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ମଲିଆ ବିଜେଡିରେ ମିଶିଛନ୍ତି। ସ୍ୱାଧୀନ ଭାବେ ଲଢ଼ିଥିଲେ ମଧ୍ୟ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ସେହିପରି ଗତକାଲି ମଧ୍ୟ ଜଟଣୀ ମ୍ୟୁନିସିପାଲିଟିର ୩ ଜଣ ସ୍ୱାଧୀନ କାଉନସିଲର ବିଜେଡିରେ ମିଶିଛନ୍ତି। ଜଟଣୀ ୱାର୍ଡ ନଂ-୧୨ କାଉନସିଲର ନିଳିମା ସ୍ୱାଇଁ, ୬ ନଂ ୱାର୍ଡର କାଉନସିଲର ବିଷ୍ଣୁ ସାହୁ ଏବଂ ୱାର୍ଡ ନଂ-୪ କାଉନସିଲର ଫେମିନା ବେଗମ୍‍ ବିଜେଡିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ବିଜେଡି ବରିଷ୍ଠ ଉପସଭାନେତ୍ରୀ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍‍, ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ବିଧାୟକ ଉମାକାନ୍ତ ସାମନ୍ତରାୟ, ସାଂସଦ ମୁନ୍ନା ଖାନ୍‍, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ବାଚନ ପୂର୍ବରୁ ଉଭୟ କଂଗ୍ରେସ୍‍ ଓ ବିଜେପିର ବହୁ ହେଭିୱେଟ୍‍ ନେତା ଶଙ୍ଖ ଧରିବା ପାଇଁ ଆଗେଇ ଆସିଥିଲେ। ଦଳର ସଭାପତି ମଧ୍ୟ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ଅନୁମତି ଦେଇଛନ୍ତି। ନିର୍ବାଚନ ପରେ ମଧ୍ୟ ମିଶ୍ରଣ ଧାରା ଅବ୍ୟାହତ ରଖିଛି ବିଜେଡି। ଗତ ସପ୍ତାହରେ କଟକ ମହାନଗର ନିଗମ (ସିଏମ୍‍ସି)ର ୩୧ ୱାର୍ଡର ସ୍ୱାଧୀନ କର୍ପୋରେଟର ପଦ୍ମିନୀ ସାହୁ ବିଜେଡିରେ ଯୋଗ ଦେଇଥିଲେ। ପୌର ନିର୍ବାଚନ ପୂର୍ବରୁ ଦେବଗଡ଼଼ରେ ବିଜେପି ଓ କଂଗ୍ରେସ୍‍ର ବହୁ ତୁଙ୍ଗ ନେତା ବିଜେଡିରେ ମିଶିଥିଲେ। ମାର୍ଚ୍ଚ ୧୬ ତାରିଖରେ ବରଗଡ଼଼ ସ୍ୱାଧୀନ ପୌରାଧ୍ୟକ୍ଷା ପ୍ରାର୍ଥିନୀ ରାଜକୁମାରୀ ଦାଶ ଓ ତାଙ୍କ ସ୍ୱାମୀ ବିଜେଡିରେ ମିଶିଥିଲେ। ସେହିପରି ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୋମିନି ତଥା ବିଜେପି ନଗର ସଭାପତି ଅବନୀକାନ୍ତ ଜେନା ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ଏବେ ନିର୍ବାଚନ ପରେ ବିଜେପି ଓ କଂଗ୍ରେସରେ ମଧ୍ୟ ଇସ୍ତଫା ଧାରା ଅବ୍ୟାହତ ରହିଛି। ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗୀ ଓ କଂଗ୍ରେସର ଟାଣୁଆ ନେତା ତଥା ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ଜର୍ଜ ତିର୍କୀ ଦଳ ଛାଡ଼ିଛନ୍ତି।

ଏହି ଅବସରରେ ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଭିନ୍ନ କାରଣ ପାଇଁ ଆମର କିଛି ସାଥୀ ଆମ ଠାରୁ ଦୂରେଇ ଯାଇଥିଲେ। ସେମାନଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ; ବରଂ ଦଳକୁ ସ୍ୱାଗତ କରିବା ପାଇଁ ସେମାନଙ୍କ ପାଇଁ ଆମେ ଦ୍ୱାର ଖୋଲା ରଖିଛୁ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ବିରୋଧୀ ନେତା ଆମ ଦଳରେ ସାମିଲ ହେଉଛନ୍ତି। ସାଂସଦ ମୁନ୍ନା ଖାନ୍‍ କହିଛନ୍ତି ସମସ୍ତଙ୍କୁ ନେଇ ଦଳ ଚାଲିଥାଏ। ସମସ୍ତଙ୍କ ସହଯୋଗ ହେତୁ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଜନସାଧାରଣଙ୍କର ଆକୁଣ୍ଠ ସମର୍ଥନ ମିଳିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ବିରୋଧୀ ନେତାଙ୍କ ସହିତ ଦୂରେଇ ଯାଇଥିବା ବିଦ୍ରୋହୀ ନେତାମାନେ ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହା ଦ୍ୱାରା ବିଜେଡିର ଶକ୍ତି ଆହୁରି ବୃଦ୍ଧି ହୋଇଛି।

ରାଜ୍ୟର ୩୦ ଜିଲ୍ଲା ପରିଷଦରେ ସଭାପତି ଓ ଉପସଭାପତି ଆସନ ବିଜେଡିକୁ ମିଳିଛି। କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ବରଗଡ଼଼, ଭଦ୍ରକ, ନୂଆପଡ଼ାରେ ବିଜେଡି ପ୍ରାର୍ଥୀମାନେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ। ପୌର ନିର୍ବାଚନରେ ବିଜେଡିକୁ ୯୦ ପ୍ରତିଶତ ଭୋଟ ମିଳିଥିଲା। ୮୫୩ ଜିଲ୍ଲା ପରିଷଦ ଜୋନ୍‍ରୁ ୭୬୨ ଜୋନ୍‍ ହାତେଇବାରେ ବିଜେଡି ସଫଳ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛି। ଏହି ସ୍ଥିତିରେ ବିରୋଧୀ, ସ୍ୱାଧୀନ ଓ ବିଦ୍ରୋହୀ ସ୍ୱାଭାବିକ ଭାବରେ ବିଜେଡି ମୁହାଁ ହୋଇଛନ୍ତି।