Puneeth Rajkumar - The Sakala

କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ଖବରକୁ ସହ୍ୟ କରିପାରୁନାହାନ୍ତି ପ୍ରଶଂସକ, ଗଲାଣି ୩ ଜୀବନ
ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକମାନେ । ପ୍ରିୟ ଅଭିନେତାଙ୍କ ଦୁଃଖଦ ମୃତ୍ୟୁକୁ ନେଇ ଶୋକାକୁଳ ହଜାର ହଜାର ଜନତା । ନିଜ ପ୍ରିୟ ଅଭିନେତାଙ୍କ ଶେଷ ଦର୍ଶନ ପାଇଁ ଅସମ୍ଭବ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡୁଛି । ମରଶରୀର ରଖାଯାଇଥିବା କାନ୍ତିରବା ଷ୍ଟାଡିଅମରେ ଏବେ ବି ହଜାର ହଜାର ଲୋକ ପୁନୀତଙ୍କ ଶେଷଦର୍ଶନ କରୁଛନ୍ତି । ୪୬ ବର୍ଷ ବୟସରେ ହୃଦଘାତରେ ଅଭିନେତା ପୁନିତଙ୍କ ଦେହାନ୍ତ ହୋଇଛି। ଆସନ୍ତାକାଲି ହେବ ଶେଷକୃତ୍ୟ ।

ସେପଟେ ପ୍ରିୟ ଅଭିନେତାଙ୍କୁ ହରାଇ କର୍ଣ୍ଣାଟକରେ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଥିବା ଶୁଣିବାକୁ ମିଳୁଛି । ପକର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ହନୁର ତାଲୁକା ଅଞ୍ଚଳର ମାରୋ ଗାଁର ମୁନ୍ନିୟପ୍ପା ନାମକ ୩୦ ବର୍ଷୀୟ ଯୁବକ ପୁନୀତଙ୍କ ମୃତ୍ୟୁ ଖବର ଶୁଣି ଖୁବ୍‌ ମର୍ମାହତ ହୋଇ ପଡ଼ିଥିଲେ। ପୁନୀତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଯୁବକ ଜଣକ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତଳେ ପଡ଼ି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବେଲଗାବି ଅଞ୍ଚଳର ସିନ୍ଦୋଲି ଗାଁର ପର୍ଶୁରାମ ଦେମନ୍ନାବର ନାମକ ଯୁବକଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଛି। ସେ ପୁନିତଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ପୁନିତଙ୍କ ମୃତ୍ୟୁ ଖବର ଶୁଣି ପର୍ଶୁରାମ ଖୁବ୍‌ ଭାଙ୍ଗି ପଡ଼ିଥିବା ବେଳେ ରାତି ୧୧ଟାରେ ତାଙ୍କର ହୃଦଘାତଜନିତ ମୃତ୍ୟୁ ହୋଇଛି।