Health Care - The Sakala
ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି
ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ଡାଏଲେସିସ ବ୍ୟବସ୍ଥା ଗତ କିଛି ଦିନ ହେଲା ଅଚଳ ହୋଇ ପଡିଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବ ତାର ମଧ୍ୟ କୌଣସି ସୂଚନା ମିଳୁ ନଥିବାରୁ ଡାଏଲେସିସ୍ ପାଇଁ ଅପେକ୍ଷାରତ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି କିନ୍ତୁ କର୍ତ୍ତୃପକ୍ଷ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏହାଛଡା, ନିରାମୟ ଯୋଜନା ମାଧ୍ୟମରେ ମିଳୁଥିବା ଅଧିକାଂଶ ମାଗଣା ଔଷଧ ମଧ୍ୟ ମିଳୁନାହିଁ, ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ଧୀରେ ଧୀରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି ।  ସ୍ଥିତିକୁ ସୁଧାରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ବେଳେ କେବଳ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି । କଟକ ବଡ଼ ମେଡିକାଲରେ ପୂର୍ବ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଡାଏଲେସିସ ବ୍ୟବସ୍ଥା ଗତ କିଛି ଦିନ ହେଲା କାର୍ଯ୍ୟ କରୁନାହିଁ । କିଡ଼ନୀ ରୋଗରେ ପୀଡିତ ମାନଙ୍କ ଚିକିତ୍ସା ପାଇଁ ଡାଏଲେସିସ୍ ମେସିନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ, ଏହି ମେସିନରେ ହଜାର ହଜାର ରୋଗୀ ଚିକିତ୍ସିତ ହୋଇଥାନ୍ତି । ଏହି ମେସିନ ଅକାମି ହେବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଡ଼ନୀ ରୋଗୀମାନେ ନିୟମିତ ବ୍ୟବଧାନରେ ଡାଏଲେସିସ କରାଇବା ଅତ୍ୟନ୍ତ ଜରୁରୀ ହୋଇ ଥିବାରୁ, ଡାଏଲେସିସ ବିନା ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥାଏ । ଘରୋଇ ହସ୍ପିଟାଲରେ ଡାଏଲେସିସ ସକାସେ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ, ଅଧିକାଂଶ ଲୋକ ମାଗଣା ଡାଏଲେସିସ ପାଇଁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି । କିଡ଼ନୀ ରୋଗୀ ମାନେ ଡାଏଲେସିସ ମେସିନକୁ ଶୀଘ୍ର ଠିକ କରାଇବା ପାଇଁ ଏସସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଆଗରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।
ଡ. ମହାନ୍ତି ଆହୁରି କହିଛନ୍ତି, ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ନିରାମୟ ଯୋଜନା ମାଧ୍ୟମରେ ରୋଗୀ ମାନଙ୍କୁ ମାଗଣାରେ ମେଡ଼ିସିନ ମିଳୁଥିଲା, ଏବେ ବେଶ କିଛିଦିନ ହେଲା  ତନ୍ମଧ୍ୟରୁ ପାଖାପାଖି ୧୭୦ ପ୍ରକାରରୁ ଉଦ୍ଧ୍ୱର୍ ମେଡିସିନ୍ ବନ୍ଦ ହୋଇ ଯାଇଛି । ଆର୍ଥିକ ସ୍ୱଚ୍ଛଳ ନଥିବା ବର୍ଗର ଲୋକଙ୍କ ପାଇଁ ଏହି ନିରାମୟ ଯୋଜନାରେ ମିଳୁଥିବା ମାଗଣା ଔଷଧ ବାସ୍ତବରେ ସଂଜୀବନୀ ସଦୃଶ୍ୟ ହୋଇଥିଲା । ଏହି ଔଷଧ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକମାନେ ଏବେ ଔଷଧ ନପାଇ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି । ଦୁଃଖ ଓ ପରିତାପର ବିଷୟ, ରାଜ୍ୟ ସରକାରଙ୍କ ଏଥିପ୍ରତି ଦୃଷ୍ଟି ନାହିଁ । ଦଳୀୟ କନ୍ଦଳ ଭିତରେ ଛନ୍ଦି ହୋଇଥିବା ବିଜେପି ନେତା ମନ୍ତ୍ରୀ ମାନଙ୍କୁ ରାଜ୍ୟବାସୀଙ୍କ ଦୁଃଖ ଦୁର୍ଦଶା ବୁଝିବାକୁ ସମୟ ନାହିଁ । ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ବିପର୍ଯ୍ୟସ୍ତ ହୋଇ ପଡିଥିବା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ତୁରନ୍ତ ସୁଧାର କରନ୍ତୁ, ଅନ୍ୟଥା ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।
ଶୀତଦିନେ ହୃଦ୍‌ରୋଗୀଙ୍କ ପାଇଁ ସତର୍କତା...
ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ଶରୀର ଉପରେ ପ୍ରଭାବ ପକାଇଥାଏ। ତାପମାତ୍ରା ସର୍ବାଧିକ ହ୍ରାସ ପାଇଲେ, ଧମନୀ ସଙ୍କୁଚିତ ହୁଏ। ଏହାଦ୍ବାରା ରକ୍ତଚାପସ୍ତର ବଢ଼ିଯାଇଥାଏ। ରକ୍ତଚାପ ବଢ଼ିଲେ ହୃଦୟ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଉଚ୍ଚରକ୍ତଚାପରେ ପୀଡ଼ିତ ଓ ହୃଦ୍‌ରୋଗୀ ଥଣ୍ଡା ସମୟରେ ସତର୍କ ରହିବା ଜରୁରି।
ଶୀତଋତୁରେ ବୟସ୍କ ବ୍ୟକ୍ତି, ମଧୁମେହ, ଉଚ୍ଚରକ୍ତଚାପ, କୋଲେଷ୍ଟ୍ରଲରେ ପୀଡ଼ିତ, ହୃଦ୍‌ଜନିତ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଥଣ୍ଡା ପବନରେ ବୁଲିବା ଅନୁଚିତ। ଏହା ଦ୍ବାରା ରକ୍ତ ଜମାଟ ବାନ୍ଧିଥାଏ। ରକ୍ତସଞ୍ଚାଳନରେ ବାଧାପ୍ରାପ୍ତ ହୋଇ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ବାହାରକୁ ଯାଉଥିଲେ,  ଗରମ ପୋଷାକ, ମୋଜା, ଟୋପି, ହ୍ୟାଣ୍ଡ ଗ୍ଲୋବ୍‌ସ ଆଦି ପିନ୍ଧନ୍ତୁ। ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିପାରେ।
କଠିନ ବ୍ୟୟାମ ଅନୁଚିତ: ନିୟମିତ ୨୦ରୁ ୩୦ ମିନିଟ୍‌ ଚାଲିବା, ବ୍ୟାୟାମ ଓ ଯୋଗ ଦ୍ବାରା ରକ୍ତଚାପ ନିୟନ୍ତ୍ରଣ ହୁଏ। ମାଂସପେଶୀରେ ରକ୍ତସଞ୍ଚାଳନ ହୋଇଥାଏ। ଏହା ହୃଦୟ ପାଇଁ ଭଲ। ତେବେ ହୃଦ୍‌ରୋଗୀ ଥଣ୍ଡା ସମୟରେ ଅଧିକ କଠିନ ବ୍ୟାୟାମ କରିବା ଅନୁଚିତ।
ଜୀବନଶୈଳୀରେ ପରିବର୍ତ୍ତନ : ଶୀତଦିନେ ଶରୀରରେ ଜଳୀୟ ଅଂଶ କମ୍‌ ହୁଏ। ଦିନକୁ ୩ଲିଟର ପାଣି ପିଇ ହୃଦ୍‌ପିଣ୍ଡକୁ ସୁସ୍ଥ ରଖିପାରିବେ। ମାସ୍କ ଲଗାଇବା ଉଚିତ। ଧୂମପାନଠାରୁ ଦୂରେଇ ରୁହନ୍ତୁ।  କମ୍‌ ଲୁଣଯୁକ୍ତ ସନ୍ତୁଳିତ ଖାଦ୍ୟ ଗ୍ରହଣ ସହ ଖାଦ୍ୟରେ  ଓମେଗା-୩ଯୁକ୍ତ ଖାଦ୍ୟ, ଫାଇବର, ଭିଡାମିନ୍‌ ଡି ଆଦି ସାମିଲ କରିପାରିବେ। ମୁଣ୍ଡବିନ୍ଧା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି। ନିୟମିତ  ଉଚ୍ଚରକ୍ତଚାପସ୍ତର, ରକ୍ତ ଶର୍କରା, କୋଲେଷ୍ଟ୍ରଲ ଆଦିକୁ ପରୀକ୍ଷା କରାଇ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଜରୁରି।
ସ୍ୱାସ୍ଥ୍ୟସେବାରେ ନୂଆପଡ଼ାକୁ ପ୍ରତାରଣା; ସ୍ୱାସ୍ଥ୍ୟବୀମା ଯୋଜନାରେ ନାହିଁ ଜିଲ୍ଲାର ଗୋଟିଏ ବି ଘରୋଇ ହସ୍‌ପିଟାଲ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରରିପେକ୍ଷୀରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ନିର୍ଦ୍ଦେଶନାମା ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଉପଲବ୍ଧ ନାହିଁ। ଯୋଜନା ଅଧୀନରେ ନୂଆପଡ଼ା ଜିଲ୍ଲା॥େର ଏପରିକି  ପଡେ଼ାଶୀ ରାୟପୁରରେ ଗୋଟିଏ ହେଲେ ବି ବେସରକାରୀ ଅନୁବନ୍ଧିତ ହସ୍ପିଟାଲ ନ ଥିବା ଜଣାପଡ଼ିଛି। ରାଜ୍ୟସାରା ଅନ୍ୟ ଜିଲ୍ଲାମାନଙ୍କରେ ଲୋକେ ଦେୟମୁକ୍ତ ବୀମା ଚିକିତ୍ସା ସୁବିଧା ପାଉଥିବା ବେଳେ ରାଜ୍ୟ ବିଜେପି ସରକାର ନୂଆପଡ଼ାବାସୀଙ୍କୁ ଏଥିରୁ କାହିିଁକି ବଞ୍ଚିତ ରଖିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ଅକ୍ଟୋବର ୧୦ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କ ସହ ଭିସି ଯୋଗେ ଏକ ବୈଠକ କରିଥିଲେ। ବୈଠକରେ ଉପ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଚିକିତ୍ସା ସୁବିଧା ଯୋଗାଇ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା। ମାତ୍ର ବୈଠକରେ ସ୍ୱାସ୍ଥ୍ୟ ସଚିବ ନୂଆପଡ଼ା କିମ୍ୱା ପଡେ଼ାଶୀ ରାୟପୁରରେ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଅଧୀନରେ କୌଣସି ଘରୋଇ ହସ୍ପିଟାଲ ସହବନ୍ଧିତ ହୋଇ ନ ଥିବା ସୂଚନା ଦେଇଥିଲେ। ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତାବ୍ୟକ୍ତ କରିବା ସହ ଉପ ନିର୍ବାଚନ ସମୟରେ ନୂଆପଡ଼ାରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀ, ପୁଲିସ ଏବଂ ସିଏପିଏଫ ଯବାନଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜିଲ୍ଲାର ସମସ୍ତ ବେସରକାରୀ ହସ୍ପିଟାଲରେ ଉପଲବ୍ଧ ଥିଲା। ଫଳସ୍ୱରୂପ ଗ୍ରାମାଞ୍ଚଳର ଗରିବ ଲୋକେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇ ପାରୁଥିଲେ। ତେବେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଏସକେୱାଇକୁ ବନ୍ଦ କରିଦେବା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କଲେ। ମାତ୍ର ଏହି ଯୋଜନା କାର୍ଯ୍ୟକାରୀ ହେବା ସହ ନୂଆପଡ଼ା ଜିଲ୍ଲାର ସମସ୍ତ ଘରୋଇ ହସ୍ପିଟାଲ ଯୋଜନା ଅନୁବନ୍ଧିତ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଏପରିକି ପଡେ଼ାଶୀ ରାୟପୁରରେ ମଧ୍ୟ କୌଣସି ଘରୋଇ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ବୀମା  ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଯାହାଫଳରେ ଉନ୍ନତ ତଥା ଦେୟମୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ସନ୍ତୁଳି ହେଉଛନ୍ତି ନୂଆପଡ଼ାବାସୀ। କେଉଁ ଅପରାଧ ପାଇଁ ବିଜେପି ସରକାର ଆମକୁ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରଖିଲେ ବୋଲି ନୂଆପଡ଼ାବାସୀ  ପଚାରୁଥିବା ବେଳେ ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ।
ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ୪ଟି ଆକସ୍ମିକ ଘଟଣା ଯଥା ସାପକାମୁଡା, ହୃଦଘାତ, ଦୁର୍ଘଟଣା କିମ୍ୱା ଅନ୍ୟ କୌଣସି ଜୀବନପ୍ରତି ବିପଦ ଥିବା ଜରୁରୀକାଳୀନ ସ୍ଥିତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ସେପରି କୌଣସି ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କୁ ଓଡ଼ିଶା କିମ୍ୱା ରାୟପୁରରେ ଯେକୌଣସି ସରକାରୀ କିମ୍ୱା ବେସରକାରୀ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଅନ୍ୟ କୌଣସି ଘଟଣାରେ ନୂଆପଡ଼ାରେ ଉଭୟ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଆବଶ୍ୟକସ୍ଥଳେ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଥିବା ବେଳେ ଏହାର ସମସ୍ତ ଖର୍ଚ୍ଚ ପରବର୍ତ୍ତୀ ସମୟରେ ନିର୍ବାଚନ ଖର୍ଚ୍ଚ ବ୍ୟୟ ଅଟକଳରୁ ବହନ କରାଯିବ ବୋଲି ସୂଚନା ମିଳିଛି ।
ଜୀବନଶୈଳୀ ଜନିତ ବିକାରରୁ ହୋଇପାରେ ଆଲଜାଇମର୍‌
ଆଲଜାଇମର୍‌ ଏକ ବୟସାଧିକ୍ୟ ରୋଗ। ଏହା ୬୦ରୁ ୬୫ ବର୍ଷ ପରେ ଆରମ୍ଭ ହୋଇଥାଏ। ପ୍ରଥମେ ସ୍ମରଣଶକ୍ତି କମିଯାଏ। ଧୀରେ ଧୀରେ ଜଣେ ନିତିଦିନଆ କାମ କରିବାରେ ଅସୁବିଧା ଭୋଗନ୍ତି। ଏହା ମସ୍ତିଷ୍କର ଏକ ଜଟିଳ ପ୍ରକ୍ରିୟାଯୋଗୁଁ ସ୍ନାୟୁ ନଷ୍ଟ ହେଲେ ହୋଇଥାଏ। ତାଛଡ଼ା ମସ୍ତିଷ୍କରେ ଆଘାତ ହୋଇଥିଲେ ମାନସିକ ଅବସାଦ ଓ ଉଚ୍ଚ ରକ୍ତଚାପ ରୋଗର ସମ୍ଭାବନାକୁ ବଢ଼ାଇଦିଏ। ଏବେ କିନ୍ତୁ ୩୦ରୁ ୪୦ ବର୍ଷର ବ୍ୟକ୍ତି ଆଲଜାଇମର୍‌ରେ ପୀଡ଼ିତ ହେଉଛନ୍ତି।
ଯେଉଁମାନଙ୍କ ପରିବାରରେ କେହି ଆଲଜାଇମର୍‌ରେ ପୀଡ଼ିତ ଥାଆନ୍ତି, ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। କାରଣ ଜେନେଟିକ୍‌ ମ୍ୟୁଟେସନ୍‌ ଏହି ରୋଗକୁ କମ୍‌ ବୟସରୁ ଆରମ୍ଭ କରିପାରେ।  ଜୀବନଶୈଳୀ ଜନିତ ବିକାର ଯଥା- ଚିନ୍ତା, ନିଦ୍ରାହୀନତା, ଭିଟାମିନ୍‌ ବି- ୧୨ ଅଭାବ, ଶାରୀରିକ ନିଷ୍କ୍ରିୟତା ଆଦି ଯୋଗୁ ବେଳେ ବେଳେ ଜଣେ କିଛି କଥାକୁ ଭୁଲି ଯାଆନ୍ତି। ଉଚ୍ଚରକ୍ତଚାପ, ମଧୁମେହ, ଧୂମପାନ ଆଦି ଏହି ରୋଗ ଆଶଙ୍କାକୁ ବଢ଼ାଇ ଦିଏ। ଯାହାଫଳରେ ଆଜିକାଲିର  ଯୁବପିଢ଼ି ବହୁତ  ଛୋଟ ଛୋଟ କଥା  ଭୁଲିଯାଆନ୍ତି। ସହଜରେ କାହାକୁ ଚିହ୍ନି ପାରନ୍ତିନି। ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରନ୍ତି ।
ଉପରୋକ୍ତ ଲକ୍ଷଣ  ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଜରୁରି। ପୀଡ଼ିତଙ୍କୁ ଅଳ୍ପ ଅଳ୍ପ ଖାଇବାକୁ ଦେବା, ପରିବାର ଲୋକଙ୍କ ସହଯୋଗ ଆବଶ୍ୟକ ହୋଇଥାଏ। ଦୈନିକ ବ୍ୟାୟାମ କରିବା ହିତକର।  କ୍ରସୱାର୍ଡ ପଜଲ, ସୁଡ଼ୋଗୁ ସମାଧାନ କରିପାରିବେ। ଧୂମପାନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଖାଦ୍ୟରେ ଫଳ, ପରିବା ସାମିଲ କରି ପର୍ଯ୍ୟାପ୍ତ ପାଣି ପିଇବା ଆବଶ୍ୟକ।
ଯନ୍ତ୍ରଣାର ଜଣାଶୁଣା ଶତ୍ରୁ ଆର୍ଥ୍ରାଇଟିସ୍‌; ଜାଣନ୍ତୁ ଏହାର କାରଣ, ଲକ୍ଷଣ, ପ୍ରଭାବ ଓ ନିରାକରଣ
ବର୍ତ୍ତମାନ ସମୟରେ ଆର୍ଥ୍ରାଇଟିସ୍‌ ଏକ  ଗମ୍ଭୀର  ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭାହୋଇଛି। ଏହା ଗତିଶୀଳତା ଓ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଗବେଷଣା ଅନୁଯାୟୀ, ଭାରତରେ ପ୍ରାୟ ୧୯.୫ କୋଟି ଲୋକ ଏହି ରୋଗରେ ପୀଡ଼ିତ। ମହିଳାମାନେ ଏହି ରୋଗରେ ପୁରୁଷମାନଙ୍କଠାରୁ ଦୁଇ ଗୁଣା ଅଧିକ  ପ୍ରଭାବିତ। କେବଳ ବୟସ୍କ ନୁହଁନ୍ତି; ଏବେ ଯୁବଗୋଷ୍ଠୀ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। ତେବେ ଆର୍ଥ୍ରାଇଟିସ୍‌କୁ ଠିକ୍ ସମୟରେ ଚିକିତ୍ସା ନ ମିଳିଲେ ଏହା ଜଣକୁ ଅକର୍ମଣ୍ୟ କରିଦେଇପାରେ।
ଆର୍ଥ୍ରାଇଟିସ୍‌ର ପ୍ରକାର ଓ ଲକ୍ଷଣ
ଆର୍ଥ୍ରାଇଟିସ୍‌ ବିଭିନ୍ନ ପ୍ରକାରର ରହିଛି।  ପ୍ରତ୍ୟେକର କାରଣ, ଲକ୍ଷଣ ଓ ପ୍ରଭାବ ଅଲଗା ଅଟେ।
ଅଷ୍ଟିଓ ଆର୍ଥ୍ରାଇଟିସ୍‌: ବୟସ ଓ କାର୍ଯ୍ୟ ଦ୍ୱାରା ଗଣ୍ଠିରେ କାର୍ଟିଲେଜର କ୍ଷୟ ଯୋଗୁ ସାଧାରଣତଃ ଏହା ବୃଦ୍ଧା ଅବସ୍ଥାରେ ଦେଖାଦେଇଥାଏ। ଗଣ୍ଠିରେ ଯନ୍ତ୍ରଣା, ଚାଲିବାରେ କଠିନତା ଆଦି ଏହାର ଲକ୍ଷଣ।
ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ (RA):  ଏକ ସ୍ୱୟଂ ପ୍ରତିରୋଧୀ ରୋଗ। ଏହା  ଗଣ୍ଠି ଓ ରକ୍ତକଣିକାକୁ ପ୍ରଭାବିତ କରେ। ହାତ ଓ ଗୋଡ଼ର ଗଣ୍ଠିଗୁଡିକ ଫୁଲିବା ସହ ଦରଜ ଅନୁଭୁତ ହୁଏ।
ସୋରିଆଟିକ୍‌ ଆର୍ଥ୍ରାଇଟିସ୍‌:  ଏହା ଗଣ୍ଠି ଏବଂ ଚର୍ମକୁ ପ୍ରଭାବିତ କରେ। ଗଣ୍ଠିଯନ୍ତ୍ରଣା, କଠିନତା, ଫୁଲିବା ତଥା  ତ୍ୱଚାରେ  ନାଲି ଚିହ୍ନ ଦେଖାଦେବା ଏହାର ଲକ୍ଷଣ ହୋଇପାରେ।
ଗାଉଟ୍‌:  ୟୁରିକ୍ ଅମ୍ଳ ବୃଦ୍ଧି ହୋଇ ପାଦ ଗଣ୍ଠିରେ କ୍ରିଷ୍ଟାଲ ଜମି ଅଚାନକ ଯନ୍ତ୍ରଣା ହେବା ସହ ଫୁଲିଯାଏ। ଯନ୍ତ୍ରଣା ଏବଂ ଫୁଲା ଯୋଗୁ ଗଣ୍ଠିକୁ ଚଳପ୍ରଚଳ କରିବାରେ ସମସ୍ୟା ହୁଏ।
Systemic Lupus Erythematosus (SLE): ଏହା ଏକ ବ୍ୟାପକ ସ୍ୱୟଂ ପ୍ରତିରୋଧୀ ରୋଗ, ଯେଉଁଥିରେ ଯକୃତ, ଫୁସ୍‌ଫୁସ୍‌, ବୃକ୍‌କ ଆଦି ଅଙ୍ଗ ପ୍ରଭାବିତ ହୋଇଥାଏ।
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌: ଏହା ମୁଖ୍ୟତଃ ପିଠି ବା ଅଣ୍ଟାରେ ଦେଖାଦେଇଥାଏ। ଏହି ରୋଗରେ ହାଡ଼ ଯୋଡ଼ି ହୋଇଯିବାର ସମ୍ଭାବନା ଥାଏ । ସକାଳୁ ଉଠିଲେ ଅଣ୍ଟା ଓ ପିଠି ଦରଜ ହେବା ଆଦି ଏହାର ଲକ୍ଷଣ।
ତେଣୁ ଦୀର୍ଘ ଦିନ ଧରି ଗଣ୍ଠି, ହାତ, ପାଦ, କାନ୍ଧ ଆଦିରେ ଯନ୍ତ୍ରଣା ବା ଫୁଲା, ଜ୍ବର ଅନୁଭୂତି, ଥକ୍କାପଣ, ଚାଲିବାରେ ଯନ୍ତ୍ରଣା, ତ୍ବଚାରେ ଲାଲ ଚିହ୍ନ, ରକ୍ତପରୀକ୍ଷାରେ ଇଏସ୍‌ଆର, ସିଆର୍‌ପିରେ ବୃଦ୍ଧି ଥିଲେ Ðୁମାଟୋଲୋଜିଷ୍ଟଙ୍କ ପରାମର୍ଶ  ନେବା ଆବଶ୍ୟକ।
ଜୀବନଶୈଳୀରେ ପରିବର୍ତ୍ତନ ଜରୁରି:  ଜୀବନଶୈଳୀ ଜନିତ ସାବଧାନତା ଯଥା- ସଠିକ ଓଜନ ରଖିବା,  ହାଲୁକା ବ୍ୟାୟାମ କରିବା, ଗଣ୍ଠି ଉପରେ ଚାପ ପଡ଼ିବା ଭଳି କାର୍ଯ୍ୟରୁ ବଞ୍ଚିତ ହେବା ଆବଶ୍ୟକ। ଓମେଗା-୩ ଫ୍ୟାଟି ଏସିଡ୍, କ୍ୟାଲସିୟମ୍, ଭିଟାମିନ୍ D ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆର୍ଥ୍ରାଇଟିସ୍‌ ଜନିତ ଅସୁବିଧା କମି ଯାଇପାରେ। ଧୂମପାନ ଓ ମଦ୍ୟପାନଠୁ ଦୂରେଇବା ଭଲ।
ଚିକିତ୍ସା ପଦ୍ଧତି:  ଆର୍ଥ୍ରାଇଟିସ୍‌ର ଚିକିତ୍ସା ରୋଗର ପ୍ରକାର, ତୀବ୍ରତା ଓ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ନିରୂପଣ  ହୋଇଥାଏ। ସାଧାରଣତଃ ଯନ୍ତ୍ରଣା ଓ ଫୁଲା ହ୍ରାସ ପାଇଁ ଔଷଧ  ଯଥା- ଏନ୍ଏସ୍ଏଆଇଡିସ୍, ଡିଏମ୍ଏଆର୍‌ଡିସ୍‌, ବାୟୋଲୋଜିକ୍ସ, ଫିଜିଓଥେରାପି ଓ ଜୀବନଶୈଳୀ ପରିବର୍ତ୍ତନ ମୁଖ୍ୟ ଭୂମିକା ନିଭାନ୍ତି। ପ୍ରଶିକ୍ଷିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ସହିତ ଉଚିତ ଆହାର, ବ୍ୟାୟାମ, ଓ ଯୋଗ ଦ୍ୱାରା ରୋଗୀ ଦୈନନ୍ଦିନ ଜୀବନକୁ ଆରାମଦାୟକ କରିପାରିବେ।
ପ୍ରଫେସର ଡା. ଜ୍ୟୋତିରଞ୍ଜନ ପରିଡ଼ା
ଚିକିତ୍ସା ନିର୍ଦ୍ଦେଶକ, ଓଡିଶା ଆର୍ଥ୍ରାଇଟିସ୍‌ ଆଣ୍ଡ ରୁମାଟୋଲୋଜି ସେଣ୍ଟର, ସହୀଦ ନଗର ଭୁବନେଶ୍ବର
ଅଶ୍ବଗନ୍ଧାର ବୈଜ୍ଞାନିକ ନାଁ ଉଇଥାନିଆ ସୋମନିଫେରା। ଏଥିରେ ଭିଟାମିନ୍‌ -ବି, ଡି, ଇ, କ୍ୟାଲସିୟମ, ପଟାସିୟମ,ମ୍ୟାଗ୍ନେସିୟମ, ଜିଙ୍କ ଭଳି ଅନ୍ୟାନ୍ୟ ପୋଷକତତ୍ତ୍ବ ରହିଛି। ଅଶ୍ବଗନ୍ଧାର ମୂଳଟି ମାଂସାଳ । ପତ୍ରଗୁଡ଼ିକ ଅଣ୍ଡାକୃତି। ଏହାର ଚେରରେ ବିଭିନ୍ନ ପ୍ରକାର ଆଲକାଲଏଡ଼୍‌, ଫ୍ଲାବୋନଏଡ୍‌ ଆଦି ଥିବାରୁ ଏହା ବହୁ ଔଷଧ ତିଆରିରେ ବ୍ୟବହୃତ ହୁଏ। ଆୟୁର୍ବେଦରେ ଅଶ୍ବଗନ୍ଧାକୁ ଔଷଧ ଭାବେ ବ୍ୟବହାର କରାଯାଏ।
ଏଥିରେ ଥିବା ହେମାଟିନିକ ରକ୍ତରେ ଲୌହ ଅଂଶ ବୃଦ୍ଧି କରାଏ। କୃମିନାଶକ, ବ୍ୟଥା ଉପଶମକାରୀ, ରକ୍ତବିଶୋଧକ, ପୌରୁଷତ୍ବବର୍ଦ୍ଧକ ପାଇଁ ଏହା ବହୁତ ହିତକର। ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀରରେ ଏକ ଚାମଚ ଅଶ୍ବଗନ୍ଧା ପାଉଡର ପିଇବା ସର୍ବୋତ୍ତମ। ମହୁ ସହିତ ମଧ୍ୟ ସେବନ କରଯାଇପାରେ।
ଏହାର ମୂଳର ଚୂର୍ଣ୍ଣ କ୍ଷୀର କିମ୍ବା ଘିଅ ସହିତ ସେବନ କଲେ ସ୍ବାସ୍ଥ୍ୟ ଏବଂ ମେଧା ଉଭୟ ବୃଦ୍ଧି ପାଏ। ଅଶ୍ବ ଗନ୍ଧାର ପତ୍ରଗୁଡିକ ଜ୍ବର, ଆଖିଫୁଲା ଆଦିରେ ବ୍ୟବହାର କରାଯାଏ। ଏହା ଚିନ୍ତା ଓ ଥକ୍କାପଣ ଦୂର କରେ। ଓଜନ ହ୍ରାସ କରେ।
ତିନି ଗ୍ରାମ୍‌ ଅଶ୍ବଗନ୍ଧାକୁ ୫୦ ମିଲି ଗ୍ରାମ୍‌ ପିପ୍ପଳି, ୫ଗ୍ରାମ୍‌ ଘିଅ ଓ ୫ଟି ତୁଳସୀ ପତ୍ର ସହିତ ମିଶାଇ ସେବନ କଲେ ଅର୍ଶ ରୋଗରୁ ଉପଶମ ଦିଏ। ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ମାନସିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରେ।
ମହିଳାଙ୍କ ଋତୁସ୍ରାବ ଅନିୟମିତତାକୁ ଦୂର କରେ। ତେବେ ଅଶ୍ବଗନ୍ଧା ସେବନ ପୂର୍ବରୁ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରି। ଗର୍ଭବତୀ ମହିଳା, ରକ୍ତଚାପ କିମ୍ବା ଥାଇରଏଡ ରୋଗୀ ଚିକିତ୍ସକଙ୍କ ବିନା ପରାମର୍ଶରେ ଏହାକୁ ସେବନ କରିବା ଅନୁଚିତ।
ଅଭିଶାପ ପାଲଟିଛି ‘ଆୟୁଷ୍ମାନ’; ଡାକ୍ତରଖାନାରେ ବନ୍ଧା ପଡ଼ିଛି ପୁଅ, ଫି’ ବଦଳରେ ନିଜ କିଡ୍‌ନୀ ଦେବାକୁ ବାପା କରୁଛି ଗୁହାରି
ଭୁବନେଶ୍ୱର: ରାଜ୍ୟରେ ରୋଗୀଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଡକୁ ଆଶୀର୍ବାଦ ବୋଲି ପ୍ରଚାର କରାଯାଉଛି; ମାତ୍ର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରିବାକୁ ଅରାଜି। ଅନେକ ସ୍ଥାନରେ ଏହି ସ୍ୱାସ୍ଥ୍ୟ କାର୍ଡ ଆଶୀର୍ବାଦ ବଦଳରେ ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି। ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ରୋଗୀଙ୍କୁ ଭର୍ତ୍ତି କରି ଦେଉଛନ୍ତି ସିନା, ପରବର୍ତ୍ତୀ ସମୟରେ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରୁନାହାନ୍ତି। ଫଳରେ ହସ୍‌ପିଟାଲର ଲମ୍ବା ଡାକ୍ତରୀ ଚିଠା ଓ ମୋଟା ବିଲ୍‌ ସାଧାରଣ ଗରିବ ଲୋକଙ୍କୁ ରାସ୍ତାର ଭିକାରୀ କରି ଦେଉଛି। ଏପରି ସ୍ଥଳରେ ବିଭିନ୍ନ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ପରିବାର ନବୀନ ସରକାରଙ୍କ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କାର୍ଡ(ବିଏସ୍‌କେୱାଇ)କୁ ଝୁରି ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଆପୋଲୋ ହସ୍‌ପିଟାଲରେ। ଦୁର୍ଘଟଣାରେ ପୀଡ଼ିତ ଜଣେ ଯୁବକଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଡାକ୍ତରଖାନାରେ ପାଖାପାଖି ୬ ଲକ୍ଷ ଟଙ୍କା ଦେବା ପରେ ଆହୁରି ୧୧ ଲକ୍ଷ ଟଙ୍କା ଡାକ୍ତରଖାନା କର୍ତ୍ତୃପକ୍ଷ ଦାବି କରୁଛନ୍ତି। ଆୟୁଷ୍ମାନ କାର୍ଡରୁ ଅବଶିଷ୍ଟ ଅର୍ଥ ଭରଣା ପାଇଁ ରୋଗୀଙ୍କ ବାପାଙ୍କ ଗୁହାରି କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି। ଶେଷରେ ବକେୟା ଫି ବଦଳରେ ତାଙ୍କ କିଡ୍‌ନୀ ନେଇ ପୁଅକୁ ଡାକ୍ତରଖାନାରୁ ମୁକ୍ତି ଦେବାକୁ ବିଚରା ବାପା ଗୁହାରି କରିଛନ୍ତି।
ଗତ ମାସ ୫ ତାରିଖରେ ଆଲୋକ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଷ୍ଟୁଡିଓ ଛକ ନିକଟରେ ଦୁର୍ଘଟଣା ହୋଇଥିଲା। ତାଙ୍କର ଗୋଡ, ହାତ ଆଉ କାନ୍ଧ ବି ଭାଙ୍ଗିଯାଇଥିଲା। ଡାହାଣ ପଟ ଆଖି ନଷ୍ଟ ହୋଇଯାଇଥିଲା। ପୁଲିସ ଆଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରି ସାଙ୍ଗସାଥିଙ୍କୁ ସୂଚନା ଦେଇଥିଲା। ଆଲୋକଙ୍କ ବନ୍ଧୁମାନେ ତାଙ୍କର ଆୟୁଷ୍ମାନ କାର୍ଡ ଥିବା ଜାଣିବା ପରେ ସ୍ଥାନୀୟ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରିଦେଲେ। ସେଠାରେ ଚିକିତ୍ସା ଚାଲିଲା। ହେଲେ ପରବର୍ତ୍ତି ସମୟରେ ହସ୍ପିଟାଲ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡକୁ ଗ୍ରହଣ ନ କରିବାରୁ ଆଲୋକଙ୍କ ପରିବାର ଅସହାୟ ମନେ କଲେ। ଆଲୋକଙ୍କ ବାପା ଅମୂଲ୍ୟ ଘରର ସୁନାଗହଣା ବିକ୍ରି କରି ଓ ଅନ୍ୟଠାରୁ ଧାର ଆଣି ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ୫ଲକ୍ଷ ୯୩ ହଜାର ଟଙ୍କା ଜମା କରି ସାରିଲେଣି। ଏହା ପରେ ବି ହସ୍ପିଟାଲ କର୍ତ୍ତୃପକ୍ଷ ୧୧ଲକ୍ଷ ଟଙ୍କା ମାଗୁଛନ୍ତି। ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ଆୟୁଷ୍ମାନ କାର୍ଡରେ ସରକାର ଯୋଗାଇ ଦେଉଥିବା ୫ ଲକ୍ଷ ଟଙ୍କା କାଟି ରଖିବାକୁ ସେ ଅନୁରୋଧ କରିଥିଲେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି। ଶେଷରେ ଅମୂଲ୍ୟ ତାଙ୍କ ପାଖରେ ଆୟୁଷ୍ମାନ କାର୍ଡ ଓ ନିଜ କିଡ୍‌ନୀ ଛଡ଼ା ଆଉ କିଛି ନାହିଁ ବୋଲି ଉଲ୍ଲେଖ କରି ବକେୟା ଟଙ୍କା ବଦଳରେ ତାଙ୍କ କିଡ୍‌ନୀ ନେଇଯିବାକୁ ଆପୋଲୋ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଗୁହାରି କରିଛନ୍ତି । ନ ହେଲେ ତାଙ୍କୁ ଜେଲ ପଠାଇ ଦିଅନ୍ତୁ, ହେଲେ ବନ୍ଧା ପଡ଼ିଥିବା ପୁଅକୁ ମୁକୁଳାଇ ଦିଅନ୍ତୁ ବୋଲି ନେହୁରା ହୋଇଛନ୍ତି ।
ଏପଟେ ଟଙ୍କା ଦେଇ ନ ପାରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରୁଥିବା ବାପା ଅଭିଯୋଗ କରିଛନ୍ତି। ଏପରିକି କିଛି ଆବଶ୍ୟକୀୟ ମେଡିସିନ୍‌କୁ ମଧ୍ୟ ବନ୍ଦ କରି ଦିଆଗଲାଣି। ଟଙ୍କା ନ ଦେଇ ନ ପାରିବାରୁ ଫିଜିଓଥେରାପି ବି କରାଯାଉ ନାହିଁ। ମାତ୍ର ପ୍ରତିଦିନ ଡାକ୍ତରଖାନା ବିଲ୍‌ ବଢ଼ି ବଢ଼ି ଚାଲିଛି। ଅମୁଲ୍ୟ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ତୁରନ୍ତ ଚିକିତ୍ସା ହେଉଥିଲା। ମାତ୍ର ଏବେ ସରକାର ଏଭଳି ଏକ କାର୍ଡ ଆଣିଲେ ଯେ ତାହାକୁ ହସ୍ପିଟାଲ ଗ୍ରହଣ କରୁନାହିଁ। ଏହି କାର୍ଡ ଥାଇ କିଛି ଲାଭ ନାହିଁ। କାର୍ଡ କାମ କରୁ ନାହିଁ ବୋଲି ଜାଣିଥିଲେ ପୁଅର ସାଙ୍ଗସାଥି ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ନ ଥାନ୍ତେ କିମ୍ବା ସେମାନେ ଏତେ ଅବସ୍ଥା ହୋଇ ନ ଥାନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ଅମୂଲ୍ୟ।
ଏ ସମ୍ପର୍କରେ ଆପୋଲୋ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବାରେ ସେ ଡାକ୍ତରଖାନାରେ ଆୟୁଷ୍ମାନ କାର୍ଡ ଗ୍ରହଣ କରାଯାଉଥିବା ପ୍ରକାଶ କରିଛନ୍ତି। ମାତ୍ର ବେଡ୍‌ ନ ଥିବାରୁ ଲୋକେ ପ୍ରଥମରୁ କ୍ୟାସ (ନଗଦ ଅର୍ଥ)ରେ ଚିକିତ୍ସା ହେବେ ବୋଲି ସ୍ୱୀକୃତି ଦେଉଥିବା କ୍ଷେତ୍ରରେ ଆୟୁଷ୍ମାନ କାର୍ଡ ଗ୍ରହଣ କରାଯାଉ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ଉତ୍ତର ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। ଯଦି ଡାକ୍ତରଖାନାରେ ଶଯ୍ୟା ଖାଲି ନାହିଁ, ତେବେ ନଗଦ ଅର୍ଥ ଦେଉଥିବା ରୋଗୀଙ୍କୁ କିପରି ଭର୍ତ୍ତି କରାଯାଉଛି, ସେମାନଙ୍କ ପାଇଁ ଶଯ୍ୟା କେଉଁଠୁ ଆସୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଚୁଟ୍‌କିରେ ଦୂର ହେବ ଗ୍ୟାସ୍‌-ପେଟଫମ୍ପା ସମସ୍ୟା
ବର୍ତ୍ତମାନ ସମୟରେ ଖାଦ୍ୟପେୟ ଶୈଳୀ, ଶାରୀରିକ ସକ୍ରିୟତାର ଅଭାବ, ଅତ୍ୟଧିକ ତେଲ ମସଲା ଓ ରାଗଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ, ଅତିଗରିଷ୍ଠ ଭୋଜନ ଆଦି ଦ୍ବାରା ଗ୍ୟାସ୍, ପେଟ ଫାମ୍ପିବା, ଅମ୍ଳ ଏବଂ କୋଷ୍ଠକାଠିନ୍ୟ ଆଦି ସାଧାରଣ ସମସ୍ୟା ଭାବେ ଉଭା ହୋଇଛି। ଏହାଦ୍ବାରା ଅଣନିଃଶ୍ବାସୀ ଲାଗିବା, ଭୋକ ନ ଲାଗିବା, ମୁଣ୍ଡ ବିନ୍ଧିବା, ତଣ୍ଟି ଓ ଛାତି ଜଳାପୋଡ଼ା, ବାନ୍ତି ହେବା ଆଦି ଲକ୍ଷଣ ଦେଖାଯାଇଥାଏ। ଏସବୁ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଅଧିକାଂଶ ଡାକ୍ତରଙ୍କ ବିନା ପରାମର୍ଶରେ ବି ଔଷଧ ସେବନ କରିଥାନ୍ତି। ଯଦିଓ ଔଷଧ ସେବନରୁ ଆରାମ ମିଳିଥାଏ ହେଲେ ଏହାର ବିଭିନ୍ନ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇପାରେ। ତେଣୁ ଏକ୍ଷେତ୍ରରେ ଘରୋଇ ଚିକିତ୍ସା ଉପାୟ ଆପଣାଇ ପାରିବେ।
ପାନ ମଧୁରୀ, ଜିରା ଏବଂ ଜୁଆଣିକୁ ଅନୁମୋଦିତ ହାରରେ ମିଶାଇ ଏହାକୁ ଅଳ୍ପ ଆଞ୍ଚରେ ହାଲୁକା ଭାଜି ଦିଅନ୍ତୁ। ଏହି ମିଶ୍ରଣକୁ ଗୁଣ୍ଡ କରି ନିର୍ଦ୍ଦିଷ୍ଟ ପରିମାଣରେ ସେବନ କଲେ, ଗ୍ୟାସ୍‌, ଅମ୍ଳ, ପେଟଫାମ୍ଫିବା ସମସ୍ୟାରୁ ଉପଶମ ମିଳିଥାଏ। ଏହା ପାଚନତନ୍ତ୍ରକୁ ସକ୍ରିୟ କରି ଚୟାପଚୟ ପ୍ରକ୍ରିୟାକୁ ତ୍ବରାନିତ କରେ। ଯାହାଦ୍ବାରା ଓଜନ ନିୟନ୍ତ୍ରଣ ହୋଇପାରେ। ଆୟୁର୍ବେଦ ଚିକିତ୍ସକଙ୍କ ମତଅନୁଯାୟୀ ପାନ ମଧୁରୀ, ଜିରା ଏବଂ ଜୁଆଣି ତିନିଟିରେ ଭରପୁର ଆଣ୍ଟିଅକ୍ସିଡାଣ୍ଟ ଓ ଔଷଧୀୟ ତତ୍ତ୍ବ ରହିଛି। ଏହାକୁ ମିଶାଇ ଖାଇବା ଦ୍ବାରା ଏହା ପାଚନଶକ୍ତିକୁ ମଜୁଭତ କରିଥାଏ।
ଶରୀରରେ ଜମା ହୋଇଥÒବା ଦୂଷିତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ପେଟକୁ ସଫା କରିବା ସହ ଗ୍ୟାସ୍‌ ଓ ଅପଚ କମ୍‌ କରିଥାଏ। ତେଣୁ ଏହି ଗୁଣ୍ଡରେ ଅଳ୍ପ ହେଙ୍ଗୁ କିମ୍ବା କଳା ଲୁଣ ମିଶାଇ ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନ ପରେ ଅଧା ଚାମଚ ଉଷୁମ ପାଣି ସହିତ ମିଶାଇ ପିଇପାରିବେ।
ସେହିପରି ସାଧାରଣଭାବେ ଜିରା, ପାନ ମଧୁରୀ, ଜୁଆଣି ଭଜା ହୋଇ ନ ଥିଲେ, ଏହାକୁ ପାଣିରେ ଫୁଟାଇ ସକାଳୁ ପିଇ ହେବ। ଖାଲି ପାଣିରେ ମଧ୍ୟ ରାତିସାରା ଏହାକୁ ବତୁରାଇ ସକାଳୁ ଏହାକୁ ଛାଣି ସେହି ପାଣି ପିଇବା ଦ୍ବାରା ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, କୋଷ୍ଠକାଠିନ୍ୟ ଉପଶମ କରିବାରେ ସହାୟକ ହୋଇଥାଏ। ସେହିପରି ଖାଦ୍ୟ ଖାଇବାର ଘଣ୍ଟାଏ ପରେ ପାଣି ପିଇବା ଦରକାର। ରାତ୍ରି ଭୋଜନରେ ଅଳ୍ପ ଖାଦ୍ୟ ଖାଇବା ଆବଶ୍ୟକ। ପଞ୍ଚଗବ୍ୟ ଔଷଧଆକାରରେ ଗୋମୂତ୍ର ଅର୍କ, ଜୀବନଧାରା, ଗାୟତ୍ରୀ ଚୂର୍ଣ୍ଣ, ହରିଡ଼ା ଚୂର୍ଣ୍ଣ ଆଦି ସେବନ କଲେ, ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବୀମା କ୍ଲେମ୍‌କୁ ନେଇ ଏକ ଆଶ୍ୱସ୍ତିଭରା ଖବର ଆସିଛି। ଏବେ ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ଆଉ ଆପଣଙ୍କୁ ହସ୍ପିଟାଲରେ ପୁରା ୨୪ ଘଣ୍ଟା ବିତାଇବାକୁ ପଡିବନି। ଏବେ ଅନେକ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ଆଡମିସନରେ ବି ମେଡିକ୍ଲେମ ଦେଲେଣି। ଏହି ପରିବର୍ତ୍ତନ ଏଥି ପାଇଁ ହୋଇଛି ଯେ ଚିକିତ୍ସା ଦ୍ରୁତ ଓ ଆଧୁନିକ ହୋଇଯାଇଛି। ମୋତିଆବିନ୍ଦୁ, କେମୋଥେରାପି ଓ ଏନଜିଓଗ୍ରାଫି ପାଇଁ ପୂର୍ବରୁ ସାରା ରାତି ହସ୍ପିଟାଲରେ କଟାଇବାକୁ ପଡୁଥିଲା। ଏବେ ଏହି ସବୁ ଚିକିତ୍ସା ମାତ୍ର କିଛି ଘଣ୍ଟାରେ ହୋଇଯାଉଛି।
ଏବେ ଏପରି ଚିକିତ୍ସାକୁ ଡେ-କେୟାର ପ୍ରୋସିଜିୟର କୁହାଯାଉଛି। ଯେପରି ମୋତିଆବିନ୍ଦୁ ଅପରେସନ, ଡାୟଲିସିସ୍, କେମୋଥେରାପି ଆଦି ଲାଗି ମଧ୍ୟ ମେଡିକ୍ଲେମ ମିଳି ପାରିବ। ପୂର୍ବରୁ ଏହି ସବୁ ମାମଲାରେ ଏଥି ପାଇଁ କ୍ଲେମ ମିଳୁନଥିଲା ଯେହେତୁ ରୋଗୀ ହସ୍ପିଟାଲରେ ୨୪ ଘଣ୍ଟା ବିତାଉ ନଥିଲେ। ଏବେ କମ ସମୟରେ ଚିକିତ୍ସା କରାଇବା ପାଇଁ ପକେଟରୁ ପଇସା ଟେ ବି ଖର୍ଚ୍ଚ କରିବାକୁ ପଡିବନି। ଏହା ଦ୍ୱାରା ଲୋକେ ସଠିକ ସମୟରେ ନିଜର ଚିକିତ୍ସା କରାଇ ପାରିବେ ଓ ଆର୍ଥିକ ବୋଝରୁ ମଧ୍ୟ ବର୍ତ୍ତି ପାରିବେ।  ବୀମା କମ୍ପାନୀ ଏବେ ଚିକିତ୍ସାର ଅତ୍ୟାଧୁନିକ ଟେକନିକ୍ କୁ ବୁଝିଲେଣି ଓ ନିଜ ପଲିସିକୁ ସେହି ଅନୁସାରେ ଅପଡେଟ କରୁଛନ୍ତି। ଏହାର ଅର୍ଥ ଏବେ ବୀମା କଭର ଅଧିକ ସ୍ମାର୍ଟ, ଦ୍ରୁତ ଓ ଆବଶ୍ୟକତା ଅନୁସାରେ ହୋଇଯାଇଛି। ମୋଟ ଉପରେ କହିବାକୁ ଗଲେ ଏହି ପରିବର୍ତ୍ତନ ଗ୍ରାହକଙ୍କ ନିମନ୍ତେ ଆଶ୍ୱସ୍ତିଭରା ଓ ହେଲଥ୍ ଇନସ୍ୟୁରାନ୍ସ କୁ ପୂର୍ବାପେକ୍ଷା ଅଧିକ ସୁବିଧାଜନକ କରିଛି।
ଭୁବନେଶ୍ବର: ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି ନବୀନ।  ଆଜି ଅଳ୍ପ ଚଲାବୁଲା କରିଛନ୍ତି ।  ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ।  ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ହେବ ଅସ୍ତ୍ରୋପଚାର ଚିକିତ୍ସା । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା। ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଥିଲା ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଥିଲେ । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏୟାରପୋର୍ଟରେ ବିଜେଡି ନେତା ଓ କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, କର୍ମଚାପ, ମଦ୍ୟପାନ, ଓଜନବୃଦ୍ଧି ଆଦି ଯୋଗୁଁ ଯକୃତରେ ଚର୍ବି ଜମା ହୋଇଥାଏ। ଏହା ଏକ ଗମ୍ଭୀର ସମସ୍ୟା। ସେହିପରି ମଧୁମେହ, ଉଚ୍ଚ ରକ୍ତଚାପ, ବଂଶାନୁଗତ ଆଦି ଏହି ରୋଗ ହେବାର ପ୍ରମୁଖ କାରଣ। ରୋଗର ଲକ୍ଷଣକୁ ଅଣଦେଖା କଲେ ଏହା ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ପହଞ୍ଚିଯାଏ। ତେଣୁ ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା କରିବା ଜରୁରି।
ଫ୍ୟାଟି ଲିଭର ଗ୍ରେଡ୍‌ ୩ ହେଲେ, ଯକୃତ୍‌ରେ ପାଖାପାଖି ୬୬%ରୁ ଅଧିକ ଚର୍ବି ଜମା ହୋଇଯାଇଥାଏ। ଏହା ଏକ ଗମ୍ଭୀର ସ୍ଥିତି। ଯକୃତ୍‌ ସଠିକ ଭାବେ କାର୍ଯ୍ୟ ନ କରିପାରିବାରୁ ଏହି ସ୍ଥିତି ଜୀବନ ପାଇଁ ଘାତକ ସାଜିପାରେ। ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ଥକ୍କାପଣ, ଦୁର୍ବଳ ଅନୁଭବ, ପେଟ ଯନ୍ତ୍ରଣା, ବିଚଳିତ ଲାଗିବା, ପେଟ ଫୁଲିବା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖାଯାଏ। ସେହିପରି ଓଜନ କମ୍‌ ହେବା, ପାଦ ଫୁଲିବା, ଆଖି ଓ ତ୍ବଚା ହଳଦିଆ ପଡ଼ିବା, ବାନ୍ତି ଲାଗିବା ପରି ଅନୁଭବ ଆଦି ଲକ୍ଷଣ ଦେଖାଯାଏ।
ତେଣୁ ଉପରୋକ୍ତ ଲକ୍ଷଣ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ। ଏହାବାଦ୍‌ ଜୀବନଶୈଳୀରେ ପରିବର୍ତ୍ତନ, ସନ୍ତୁଳିତ ଖାଦ୍ୟ ଗ୍ରହଣ, ମଦ୍ୟପାନ ଅଭ୍ୟାସକୁ ବନ୍ଦ କରିବା, ଓଜନ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରି। ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରୁ ଲକ୍ଷଣକୁ ଚିହ୍ନି ଚିକିତ୍ସା କରିବା ସବୁଠୁ ଭଲ ଉପାୟ।
କୋଭିଡ୍ ଯୋଗୁଁ ଲକ୍‌ଡାଉନ, ୱାର୍କଫ୍ରମ୍‌ ହୋମ ଦୁଃଖକୁ ଲୋକେ ଭୁଲି ନଥିବାବେଳେ ଏବେ ପୁଣି କରୋନାର ନୂଆ ପ୍ରଜାତି ଚିନ୍ତା ବଢ଼ାଇଛି। ହଙ୍ଗକଙ୍ଗ, ଚୀନ୍, ଥାଇଲ୍ୟାଣ୍ଡ ପରେ ପ୍ରଥମେ ମୁମ୍ବାଇ ବର୍ତ୍ତମାନ ପୁରା ଦେଶରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ନୂତନ ଉପ ପ୍ରଜାତିର ଲକ୍ଷଣ କ’ଣ ଓ କେଉଁମାନଙ୍କ ପାଇଁ ଏହା ବିପଦ ସେ ବିଷୟରେ ଜାଣିବା..
କରୋନାର ଓମିକ୍ରନ ଉପ ପ୍ରଜାତି ଜେଏନ୍‌.୧ ପ୍ରଥମ ଥର ପାଇଁ ୨୦୨୩ରେ ଚିହ୍ନଟ ହୋଇଥିଲା। ଓମିକ୍ରନ ଉପ ପ୍ରଜାତି ବିଏ.୨.୬୮ରୁ ସୃଷ୍ଟି। ଏହି ପ୍ରଜାତିରେ ଅଧିକ ମ୍ୟୁଟେଶନ୍‌ ଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ତେଣୁ ଏହା ଦ୍ରୁତ ଗତିରେ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ସିଡିସି ଅନୁସାରେ, ଏହାର ପ୍ରାରମ୍ଭିକ ଲକ୍ଷଣ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ସହିତ ପ୍ରାୟତଃ ସମାନ। ଯେପରିକି ଭୂତାଣୁ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ନାକରୁ ପାଣି ଗଡ଼ିବା, ଶୁଖିଲା କାଶ, ଜ୍ବର, ଗଳା ଦରଜ, ନିଃଶ୍ବାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା, ତରଳ ଝାଡ଼ା, ବାନ୍ତି, ଥଣ୍ଡା ଅନୁଭବ ଇତ୍ୟାଦି ହୋଇଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖିଲାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସାରେ ରହିବା ଆବଶ୍ୟକ ।
ଏମାନଙ୍କୁ ଅଧିକ ବିପଦ: ଏହି ପ୍ରଜାତି ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ତେବେ ରୋଗପ୍ରତିରୋଧକ ଶକ୍ତି କମ୍‌ଥିବା ବ୍ୟକ୍ତି, ଟିକା ନ ନେଇଥିବା ଲୋକ, ବୟସ୍କ ନାଗରିକ, ଅଣନିୟନ୍ତ୍ରିତ ଉଚ୍ଚ ରକ୍ତଚାପ, ମଧୁମେହ, ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟା, ଶ୍ବସନ ସଂକ୍ରମଣ, ବିଭିନ୍ନ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ନୂତନ ପ୍ରଜାତି ଅଧିକ ବିପଦ।
ସତର୍କତାରୁ ସୁରକ୍ଷା: ସତର୍କତା ଅବଲମ୍ବନ କରି ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିହେବ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ, ଭିଟାମିନ୍‌ -ସି,ଏ,ଡି ଏବଂ ଇ ଜରୁରି। ଭିଡସ୍ଥାନକୁ ଯିବା ଅନୁଚିତ। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଆବଶ୍ୟକ। ସେହିପରି ନିଦ ପୂରା କରିବା ସହ ଶରୀରକୁ ଆବଶ୍ୟକତା ଅନୁଯାୟୀ ପାଣି ପିଇବା ଆବଶ୍ୟକ।