recruitment - The Sakala

ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ଆସନ୍ତା ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତି । ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ  ଆରମ୍ଭ ହୋଇଛି ପ୍ରକ୍ରିୟା । ଜୁନ ୧ତାରିଖରେ ଓଡ଼ିଶା ସରକାରଙ୍କ ପବ୍ଲିକ୍ ଏଣ୍ଟ୍ରରପ୍ରାଇସ୍ ତଥା ସାର୍ବଜାନୀନ ଉଦ୍ୟୋଗ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ଚିଠି ପ୍ରକାଶ ପାଇଛି । ଆସନ୍ତା ଜୁନ ୩୦ସୁଦ୍ଧା ନିଯୁକ୍ତି ଶେଷ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ପାଖାପାଖି ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ ରଖିଛି ବିଭାଗ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ କଣ ଅଗ୍ରଗତି ହୋଇଛି ଜାଣିବା ପାଇଁ ମେ ୮ ତାରିଖରେ ଚିଠି କରିଥିଲା । ଆଉ ଏହାରି ଭିତରେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ସୁଯୋଗ: ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ, ଏଥିରେ ରହିଛି ୯୩୩ଟି SI ପଦବୀ
ଭୁବନେଶ୍ୱର: ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା । ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ । ଏଥର ଆଉ OPRB ନୁହେଁ OUSSSC କରିବ ପରୀକ୍ଷା । କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ମାଧ୍ୟମରେ କରାଯିବ। ଏହା ଭିତରେ ରହିଛି ୯୩୩ଟି SI ପଦବୀ । ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ପାଇଁ ଏବେ ପରୀକ୍ଷା ହେବ । ୪୨୧୯ ସିଭିଲ୍ କନଷ୍ଟେବଲ ଏବଂ ୨୨୧୨ OISF କନଷ୍ଟେବଲ ପଦବୀ ପୂରଣ ହେବ। ସେହିପରି ୩୦୦ କନଷ୍ଟେବଲ ଏବଂ ୯୩୩ ଏସଆଇ ପଦବୀ ପୂରଣ ହେବା ପାଇଁ ଚିଠି କରାଯାଇଛି।

ଓଡ଼ିଶାରେ ପୁଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଏବେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ (OUSSSC) ମାଧ୍ୟମରେ କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି।

ଗୃହ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ସରକାର ଗଭୀର ବିଚାରବିମର୍ଶ ପରେ ଏହି ନିଯୁକ୍ତି ଦାୟିତ୍ୱ OUSSSCକୁ ଦେବାକୁ ଅନୁମୋଦନ କରିଛନ୍ତି। OUSSSC ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କେଉଁ କେଉଁ ପଦବୀରେ ହେବ ନିଯୁକ୍ତି
ସରକାରୀ ଆଦେଶ ଅନୁଯାୟୀ, ମୋଟ ଚାରି ପ୍ରକାର ପଦବୀରେ ନିଯୁକ୍ତି ହେବ। ସେଥିରେ ୩୦୦ଟି କନଷ୍ଟେବଳ (କମ୍ୟୁନିକେସନ୍) ପଦ, ୨,୨୧୨ଟି OISF କନଷ୍ଟେବଳ ପଦ, ୪,୨୧୯ଟି ସିଭିଲ କନଷ୍ଟେବଳ ପଦ ଏବଂ ୯୩୩ଟି SI ଓ ସେଇ rank ପଦ ରହିଛି। ଏହା ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପୁଲିସ ନିଯୁକ୍ତି ପ୍ରକ୍ରିୟା ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଉଛି।

OPRB ପରିବର୍ତ୍ତେ OUSSSC କରିବ SI ନିଯୁକ୍ତି
ବିଶେଷ କଥା ହେଉଛି, SI ଓ ସେଇ rank ପଦବୀର ନିଯୁକ୍ତି ପୂର୍ବରୁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB) ଅଧୀନରେ ଥିଲା। କିନ୍ତୁ ବିଭିନ୍ନ କାରଣରୁ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା। ବିଶେଷ କରି SI ପରୀକ୍ଷାରେ ବଡ ଦୁର୍ନୀତି ପଦାକୁ ଆସିଥିଲା। ଏହାପରେ ସରକାର ସେହି ନିଯୁକ୍ତିକୁ ମଧ୍ୟ OUSSSC ଅଧୀନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, SI ନିଯୁକ୍ତି ପାଇଁ ପୂର୍ବରୁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ନୂତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଏଥିପାଇଁ ପୁନର୍ବାର ଆବେଦନ କରିବା ଆବଶ୍ୟକ ପଡ଼ିବ କି ନାହିଁ, ସେନେଇ ପରବର୍ତ୍ତୀ ନିର୍ଦ୍ଦେଶିକାରେ ସ୍ପଷ୍ଟତା ଆସିବ ବୋଲି ଅନୁମାନ କରାଯାଉଛି।

OPRBକୁ ତଥ୍ୟ ହସ୍ତାନ୍ତର ନିର୍ଦ୍ଦେଶ
ଗୃହ ବିଭାଗ OPRBକୁ ନିର୍ଦ୍ଦେଶ ଦେଇଛି ଯେ, ପୂର୍ବରୁ SI ନିଯୁକ୍ତି ପାଇଁ ମିଳିଥିବା ସମସ୍ତ ଆବେଦନପତ୍ର, ଡାଟା ଓ ସମ୍ପୃକ୍ତ ରେକର୍ଡ ତୁରନ୍ତ OUSSSCକୁ ହସ୍ତାନ୍ତର କରାଯାଉ। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବାରେ ସହାୟତା ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଯୁବବର୍ଗ ମଧ୍ୟରେ ଉତ୍ସାହ
ରାଜ୍ୟରେ ବେକାରି ଯୁବବର୍ଗ ମଧ୍ୟରେ ଏହି ଘୋଷଣାକୁ ନେଇ ଉତ୍ସାହ ଦେଖାଦେଇଛି। ଦୀର୍ଘଦିନ ଧରି ପୁଲିସ ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀମାନେ ଏହାକୁ ସ୍ୱାଗତ କରିଛନ୍ତି। ବିଶେଷକରି SI ନିଯୁକ୍ତି ପ୍ରକ୍ରିୟା ଅଟକି ରହିଥିବାରୁ ଅନେକ ପ୍ରାର୍ଥୀ ଅନିଶ୍ଚିତତାରେ ଥିଲେ। ନୂତନ ନିଷ୍ପତ୍ତି ସେମାନଙ୍କ ପାଇଁ ଆଶ୍ୱାସନ ନେଇଆସିଛି।

ପ୍ରଶାସନିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ
ପ୍ରଶାସନିକ ମହଳରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ଗୋଟିଏ ସଂସ୍ଥା ମାଧ୍ୟମରେ ବିଭିନ୍ନ ପୁଲିସ ପଦବୀର ନିଯୁକ୍ତି କରାଯିବା ଫଳରେ ପ୍ରକ୍ରିୟାରେ ସମନ୍ୱୟ ଓ ସ୍ୱଚ୍ଛତା ବଢ଼ିବ ବୋଲି ମତ ପ୍ରକାଶ ପାଉଛି। ସେହିପରି ଖାଲି ପଦବୀ ପୂରଣ ହେଲେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ: ରାଜ୍ୟରେ ୯୩ ହଜାରରୁ ଉର୍ଦ୍ଧ୍ବ ପଦରେ ନିଯୁକ୍ତି ପାଇଁ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ। ନିଯୁକ୍ତି ପରୀକ୍ଷା କମାଇବା ପାଇଁ ସମାନ ଯୋଗ୍ୟତା ବିଶିଷ୍ଟ ବିଭିନ୍ନ ପରୀକ୍ଷାକୁ ଏକତ୍ରୀକରଣ କରାଯିବ। ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ବୁଧବାର ମୁଖ୍ୟ ଶାସନ ସଚିବ କରିଥିବା ସମୀକ୍ଷା ବୈଠକରେ ଏ ସମ୍ପର୍କରେ ଆଲେଚନା ହୋଇଛି। ସାମ୍ପ୍ରତ୍ତିକ ପରିସ୍ଥିତିରେ ନିଯୁକ୍ତି ନିୟମରେ ବହୁ ଅନାବଶ୍ୟକ ବ୍ୟବସ୍ଥା ରହିଛି। ଉଦାହରଣ ସ୍ୱରୂପ ଲାଇଭ୍‌‌ଷ୍ଟକ୍‌‌ ଇନିସପେକ୍ଟର ପଦରେ ନିଯୁକ୍ତି ପାଇଁ ପରୀକ୍ଷାର୍ଥୀମାନେ ସାଇକେଲ ଚାଳନା କରିବାର ନିୟମ ରହିଛି। ବିନା ଦ୍ୱିଧାରେ ସମ୍ପ୍ରତି ଏହାକୁ ଅନାବଶ୍ୟକ କୁହାଯାଇ ପାରିବ। ଏହା ନିଯୁକ୍ତି ପରକ୍ରିୟାକୁ ବିଳମ୍ବିତ କରୁଛି। ଏହାସହ କିଛି ପରୀକ୍ଷାରେ ମଧ୍ୟ ବହୁ ଅନାବଶ୍ୟକ ଯୋଜନା ଓ ପାଠ୍ୟକ୍ରମ ରହିଥିବା ଆଲୋଚନା ହୋଇଛି।

ଅନୁରୂପ ଭାବେ ରାଜ୍ୟରେ ୧ଲକ୍ଷ ୩୪ ହଜାର ୬୭ ଟି ବେସ୍‌‌ ଲେବୁଲ୍‌‌ ପଦ ଖାଲି ରହିଛି। ତନ୍ମଧ୍ୟରୁ ୯୩ ହଜାର ୫୨୪ ପଦରେ ନିଯୁକ୍ତି କରିବା ପାଇଁ ନିଯୁକ୍ତି କମିଟି ଅନୁମୋଦନ କରିଛି। ୮୦ ହଜାର ୧୭୩ଟି ପଦରେ ନିଯୁକ୍ତି ଦେବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ପରୀକ୍ଷା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସମସ୍ତ କ୍ୟାଡର ରୁଲ୍‌‌, ନିଯୁକ୍ତି ନିୟମ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ବିଭାଗ କୌଣସି ନିୟମକୁ ଅନାବଶ୍ୟକ ମନେକରେ ତେବେ ତାକୁ ସଂଶୋଧନ କରିପାରିବେ ବୋଲି କୁହାଯାଇଛି।

୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଧ୍ଯାପକ, ଅଫିସର ଓ ଷ୍ଟାଫ ନିଯୁକ୍ତି । ଆଜି ୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଯେଉଁଥିରେ ରହିଛନ୍ତି ୯୭୭ ଅଧ୍ଯାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକ ସଂପର୍କର ୩୧ ଜଣ କର୍ମଚାରୀ । ନିଜ ନିଜ ଚାକିରି କ୍ଷେତ୍ରରେ ୫ଟି ଉପକ୍ରମରେ ଲୋକଙ୍କ ସେବା କରିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ନୂଆ ଅଧ୍ଯାପକ ଓ ଅଫିସରଙ୍କ ପ୍ରତିଭା, ପ୍ରତିଶ୍ରୁତି ଓ କଠିନ ପରିଶ୍ରମ ନିଜ ଚାକିରି କ୍ଷେତ୍ରରେ ଅଧିକ ଫଳବତୀ ହୋଇପାରିବ।

୫ଟି ଉପକ୍ରମରେ ସରକାର ସବୁ କ୍ଷେତ୍ରରେ ବିକାଶ କାମକୁ ଆଗେଇ ନେଉଛନ୍ତି । ୫ଟି ଉପକ୍ରମ ଦ୍ବାରା ଉନ୍ନତିମୂଳକ ପ୍ରକଳ୍ପ ସ୍ବଚ୍ଛତାର ସହ କରାଯାଉଛି। ପ୍ରତ୍ଯେକ କ୍ଷେତ୍ରରେ ସମସ୍ତଙ୍କୁ ଏହା ସଶକ୍ତ କରିବା ଉପାନ୍ତରେ ଥିବା ଶେଷ ଲୋକ ପାଖରେ ସରକାର ପହଞ୍ଚିପାରିଛନ୍ତି । ତେଣୁ ନିଷ୍ଠାର ସହ କାମ କରି ରାଜ୍ଯର ଉନ୍ନତିରେ ଭାଗୀଦାର ହେବାକୁ ମୁଖ୍ଯମନ୍ତ୍ରୀ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

SAIL ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ କରିପାରିବେ ଆବେଦନ
ଭୁବନେଶ୍ବର: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ପକ୍ଷରୁ  ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ଅପରେଟର୍ ଏବଂ ଟେକ୍ନିସିଆନ୍ ପଦବୀ ପୂରଣ ହେବ। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ / ଡିପ୍ଲୋମା ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। SAIL ର ଅଫିସିଆଲ୍ ୱେବ୍‌ସାଇଟ https://sailcareers.com କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

[wp-embedder-pack width=”100%” height=”400px” download=”all” download-text=”” attachment_id=”116022″ /]

ଅନ୍‌ଲାଇନ୍ ଆବେଦନ ଆରମ୍ଭ ଆଜିଠୁ  ୨୬ ଫେବ୍ରୁଆରୀ ୨୦୨୪ ହୋଇଥିବା ବେଳେ  ଅନ୍‌ଲାଇନ୍ ଆବେଦନ ଶେଷ ତାରିଖ ୧୮ ମାର୍ଚ୍ଚ ୨୦୨୪ ରହିଛି।  ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୨୮ ବର୍ଷ ରହିଛି। ସର୍ବନିମ୍ନ ମାସିକ ଦରମା ୧୬,୧୦୦ ଟଙ୍କା ରହିଥିବା ବେଳେ ସର୍ବାଧିକ ମାସିକ ଦରମା ୩୮ ହଜାର ୯୨୦ ଟଙ୍କା ରହିଛି। ସାଧାରଣ ବର୍ଗ/  EWS / OBC ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଥିବା ବେଳେ SC / ST/ phd  ବର୍ଗଙ୍କ ପାଇଁ  ୨୦୦ ଟଙ୍କା ରହିଛି।

ଫୋକସରେ ସ୍ବାସ୍ଥ୍ୟ ସେବା: ରାଜ୍ୟରେ ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ
ଭୁବନେଶ୍ବର: ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାରଙ୍କ ଫୋକସ୍ । ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ  । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ନୂଆ ଡାକ୍ତର ପଦବୀ ସୃଷ୍ଟିକୁ ରାଜ୍ୟପାଳ ମଞ୍ଜୁର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପାଇଁ ପଦବୀ ସୃଷ୍ଟି ହୋଇଛି। ୩୨ ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଥିବା ବେଳେ ୩୭୫ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ୫ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ସିଡିଏ ଓ ଚାଉଳଗଞ୍ଜ UCHCରେ ୮ ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି।

[wp-embedder-pack width=”100%” height=”400px” download=”all” download-text=”” attachment_id=”91601″ /]

ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ରେ ଯୋଗ ଦେଇ ଦେଶର ସୁରକ୍ଷା ପାଇଁ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାତୀୟ ବାୟୁସେନାରେ ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏ ନେଇ ଆଜି ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ରେ ପ୍ରକାଶ ପାଇଛି। । ୱେବସାଇଟ୍‌କୁ ଯାଇ ୧୭ ଅଗଷ୍ଟରୁ ଆବେଦନ କରିପାରିବେ । ଅନଲାଇନ୍‌ ଲିଖିତ ପରୀକ୍ଷା ୧୩ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ।

ଯୋଗ୍ୟତା ମାନଦଣ୍ଡ:

ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୧ ବର୍ଷରେ ସ୍ଥିର କରାଯାଇଛି। ଆବେଦକ ଗଣିତ, ଫିଜିକ୍ସ ଓ ଇଂରାଜୀ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ପାସ୍‌ ହୋଇଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀଙ୍କ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ରହିଥିବା ଦରକାର । କିମ୍ବା ୫୦ ପ୍ରତିଶତ ନମ୍ବର ସହ ତିନି ବର୍ଷିୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ତଥା ଫିଜିକ୍ସ ଓ ଗଣିତ ପରି ନନଭୋକେସନାଲ ବିଷୟରେ ୫୦ ପ୍ରତିଶତ ନମ୍ବର ସହ ଦୁଇ ବର୍ଷ ପାଠ ପଢ଼ିଥିବା ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ।

ଉଚ୍ଚତା: ଆବେଦନ କରୁଥିବା ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୫୨.୫ ସେମି ଓ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ୧୫୨ ସେମି ହୋଇଥିବା ଆବଶ୍ୟକ । ପୁରୁଷ ପ୍ରାର୍ଥୀଙ୍କ ଛାତି ଅତି କମରେ ୭୭ ସେମି ହୋଇଥିବା ସହ ସେମାନେ ୫ ସେମି ପର୍ଯ୍ୟନ୍ତ ଛାତି ଫୁଲାଇ ପାରୁଥିବେ ।

ପରୀକ୍ଷା ଦେୟ

ଆବେଦନକାରୀଙ୍କୁ ଆବେଦନ ଫି ବାବଦକୁ୨୫୦ ଟଙ୍କା ଦେବାକୁ ପଡିବ। ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରି ପେମେଣ୍ଟ ଗେଟୱେ ମାଧ୍ୟମରେ ପେମେଣ୍ଟ କରାଇପାରିବେ।

ଚୟନ ପ୍ରକ୍ରିୟା

ଚୟନ ପ୍ରକ୍ରିୟା ୩ ଟି ପର୍ଯ୍ୟାୟକୁ ନେଇ ଗଠିତ ହୋଇଛି। ପ୍ରଥମ ପର୍ଯ୍ୟାୟ ଅନଲାଇନ୍ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ଶାରୀରିକ ଫିଟନେସ୍ ପରୀକ୍ଷା (PFT) ଏବଂ ଆଡାପ୍ଟେସନ୍ ଟେଷ୍ଟ 1 ଏବଂ 2 ଏବଂ ପର୍ଯ୍ୟାୟ ୩ ଡାକ୍ତରୀ ପରୀକ୍ଷା । ଶେଷରେ  ନାମିତ ପ୍ରାର୍ଥୀଙ୍କ ତାଲିକା ଫେବୃଆରୀରେ ପ୍ରକାଶ ପାଇବ।

ବାୟୁସେନା ଅଗ୍ନିବୀରର ୪ ବର୍ଷର ଟ୍ରେନିଂ ସମୟରେ ୪୮ ଲକ୍ଷ ଟଙ୍କା ମେଡିକାଲ ଇନସ୍ୟୁରାନ୍ସ ଦିଆଯିବ । ଅଗ୍ନିବୀର ଗ୍ରାଚୁଟି ପାଇବାର ଅଧିକାର ପାଇବେ ନାହିଁ । ଚାକିରି କାଳ ସମୟରେ ଅଗ୍ନିବୀର ଇଣ୍ଡିଆନ୍ ଏୟାରଫୋର୍ସର ହସ୍ପିଟାଲ ଓ ଇଣ୍ଡିଆନ୍‌ ଏୟାରଫୋର୍ସର ସିଏସ୍‌ଡି କ୍ୟାଣ୍ଟିନ୍‌ର ଲାଭ ଉଠାଇ ପାରବେ । ଅଗ୍ନିବୀରଙ୍କୁ ବାର୍ଷିକ ୩୦ ଦିନ ଛୁଟି ମିଳିବ । ଏହା ବ୍ୟତୀତ ଡାକ୍ତରଙ୍କ ପରାମର୍ଶ କ୍ରମେ ସିକ୍‌ ଲିଭ୍‌ ନେଇପାରିବେ ଅଗ୍ନିବୀର ।

ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ; ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଦ ପୂରଣ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌‌
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆଦି ବିଭାଗରେ ଖାଲି ପଦ ପୂରଣ କରାଯିବ। ସେହିପରି ପୁଲିସ ବିଭାଗରେ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସାଧାରଣ ପ୍ରଶାସନ ବିଭାଗକୁ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରାଜ୍ୟରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇ ଆସୁଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଶିକ୍ଷକ ନିଯୁକ୍ତି ଜାରି ରହିଥିବା ବେଳେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ଜାରି ରହିଛି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ନିଯୁକ୍ତି କେନ୍ଦ୍ର ପାଲଟିବାକୁ ଯାଉଥିବା ବେଳେ ସେହି ଅନୁଯାୟୀ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି। ଏହିକ୍ରମରେ ରାଜ୍ୟ ଦକ୍ଷତା ବିକାଶ ବିଭାଗ ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ଏକ ନିର୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବ। ସେହିପରି ସମସ୍ତ ବିଭାଗ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକୀୟ ନିଯୁକ୍ତି ପ୍ରଦାନ କରିପାରିବେ ସେନେଇ ଏକ ନିଯୁକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ଏଭଳି ନକ୍ସା ଆଙ୍କୁଥିବା ବେଳେ ଚଳିତ ବର୍ଷ ଯୁବକ ଯୁବତୀଙ୍କ ପାଇଁ ମେଗା ନିଯୁକ୍ତିର ବର୍ଷ ହେବ ବୋଲି ଆକଳନ କରାଯାଉଛି। ଆଗାମୀ ୧୭ ତାରିଖରେ ସଚିବସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ରାଜ୍ୟରେ ପ୍ରଶାସନକୁ ଅଧିକରୁ ଅଧିକ କ୍ରିୟାଶୀଳ ଏବଂ ଲୋକକୈନ୍ଦ୍ରୀକ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ‘୫-ଟି’ ଏବଂ ମୋ ସରକାରର ଉପକ୍ରମକୁ ଉପଯୋଗ କରି ରାଜ୍ୟ ପ୍ରଶାସନ ପ୍ରତିଟି ସେବା ଏବଂ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇ ଆସୁଛି। ଏହାକୁ ଅଧିକ କ୍ରିୟାଶୀଳ କରିବା ପ୍ରଶାସନିକ ପ୍ରସ୍ତୁତି କରାଯାଊଛି। ଏହା ସହ ଲୋକହିତକର ଯୋଜନାଗୁଡ଼ିକ ନେଇ ସରକାରୀ ପ୍ରତିବଦ୍ଧତାର ପରିପୂରଣ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ସରକାର ଯେଉଁ ପ୍ରମୁଖ ଘୋଷଣା କରିଥିଲେ ତାହା କେତେମାତ୍ରାରେ ପୂରଣ ହୋଇଛି ଏବଂ ଏ ନେଇ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପ୍ରଶାସନିକ ସ୍ତରରେ ସମୀକ୍ଷା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ଯେଉଁ ବଡ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ତାହାର କାର୍ଯ୍ୟକାରିତା ସହ ପ୍ରକଳ୍ପୱାରୀ ସମୀକ୍ଷା କରାଯିବ। ରାଜ୍ୟର ବିତ୍ତୀୟ ପରିଚାଳନା ଦେଶର ଅନ୍ୟ ବଡ଼ ରାଜ୍ୟ ତୁଳନାରେ ଖୁବ୍‌‌ ଭଲସ୍ଥିତିରେ ଥିବା ବେଳେ ଆର୍ଥିକ ପ୍ରଗତିକୁ ମଧ୍ୟ ରାଜ୍ୟ ସରକାର ସମାନ ଭାବେ ଗୁରୁତ୍ୱାରୋପ କରି ଆସୁଛନ୍ତି। ତେଣୁ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ସ୍ଥିତି ଉପରେ ଆଲୋଚନା କରାଯିବ। ଏଥିପାଇଁ ଆସନ୍ତା ୧୭ ତାରିଖରେ ସଚିବସ୍ତରରେ ଏକ ବୈଠକ ଆହ୍ୱାନ କରାଯାଇଛି।

ବୈଠକରେ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟରୁ ଯେପରି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରିବ ସେନେଇ ଆଲୋଚନା ହେବା ସହ ଯୁବକମାନଙ୍କ ଦକ୍ଷତା ବିକାଶ ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସରକାର ଅଧୀନରେ ସାଧାରଣ ଲୋକଙ୍କଠାରୁ ଫିଡବ୍ୟାକ୍‌‌ ସଂଗ୍ରହ କରାଯାଇ ସେହି ଅନୁଯାୟୀ ରାଜ୍ୟ ପ୍ରଶାସନର ବିଭିନ୍ନ ଅଙ୍ଗକୁୁ କ୍ରିୟାଶୀଳ କରାଯାଇପାରୁଛି। ଅତଏବ ମୋ ସରକାରର ଏହି ଫିଡବ୍ୟାକ୍‌‌ ପ୍ରକ୍ରିୟାକୁ ଅଧିକ କିପରି ତ୍ୱରାନ୍ୱିତ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହେବା ନେଇ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସେବା କେନ୍ଦ୍ର ସହ ଅଧିକରୁ ଅଧିକ ଜନସେବାକୁ ଯୋଡ଼ିବା ପାଇଁ ବୈଠକରେ ଆଲୋଚନା ହେବ। ସାଧାରଣ ଲୋକଙ୍କ ଦୁଆରେ ଯେପରି ଅଧିକରୁ ଅଧିକ ମାତ୍ରାରେ ସରକାରୀ ସେବା ପହଞ୍ଚିପାରିବ ସେନେଇ ତାହା ବୈଠକର ଏଜେଣ୍ଡାରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ରାଜ୍ୟର ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିକଟରେ ପରାମର୍ଶ ଦିଆଯାଇଥିବା ବେଳେ ଏନେଇ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଖାଲି ରହିବନି କୌଣସି ବର୍ଗର କର୍ମଚାରୀ ପଦ: ମିଶନ୍‌‌ ମୋଡ୍‌‌ରେ ନିଯୁକ୍ତ ହେବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ନବକଳେବର ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାଥମିକ ସ୍ତରରେ ଖୁବଶିଘ୍ର ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଖାଲି ଥିବା ପ୍ରାୟ ୪୦ ହଜାର ଶିକ୍ଷକ ପଦ ପୂରଣ ହେବ। ସେହିପରି ରେସିଡେନ୍ସି ପିରିୟଡ଼ ଅବଧି କମାଯିବା ପରେ ଶିକ୍ଷକମାନଙ୍କ ପଦୋନ୍ନତି ପ୍ରକ୍ରିୟା ସହଜ ହେବା ସହ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ ବର୍ଗର ଶିକ୍ଷକ ପଦ ପୂରଣ ହେବ। ସର୍ବୋପରି ଗଣଶିକ୍ଷା ବିଭାଗରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ଖୁବଶୀଘ୍ର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଥମିକ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିରେ)ଙ୍କୁ ନିୟୋଜନ କରାଯିବ। ଏହା ଦ୍ୱାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଲିମ୍ପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜିତ ହେବେ। ସେହିପରି ୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କର ପଦୋନ୍ନତି ପାଇଁ ‘ରେସିଡେନ୍ସି ପିରିୟଡ୍‌‌’ କୋହଳ କରାଯାଇଥିବାରୁ ଖାଲି ରହିଥିବା ବରିଷ୍ଠ ବର୍ଗର ଶିକ୍ଷକ ପଦ ତ୍ୱରିତ ପୂରଣ ହେବ। ସେହିପରି ମାଧ୍ୟମିକ ଶିକ୍ଷା ସ୍ତରରେ ୭,୫୪୦ ଜଣ ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାକୁ ୬୦୨୫ଟି ଏଲଟିଆର୍‌‌(ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ପଦ) ଶିକ୍ଷକ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ମାଧ୍ୟମିକ ବିଦ୍ୟାଳୟ ସହ ଜିଲ୍ଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ୍‌‌ ୧୭୯୯ କନିଷ୍ଠ ସହାୟକ ପଦ ପୂରଣ ସହ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ଏସଏସବି(ସର୍ଭିସ୍‌‌ ସିଲେକ୍ସନ୍‌‌ ବୋର୍ଡ) ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଅପରପକ୍ଷେ ଓପିଏସସି ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୩୩୫ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫୦ ଜଣ ପିଜିଟିଙ୍କୁ ଇତିମଧ୍ୟରେ ନିଯୁକ୍ତି ମିଳିଥିବା ବେଳେ ୨୦୨୩-୨୪ ସୁଦ୍ଧା ଆହୁରି ୩୬୭ ଜଣ ପିଜିଟିଙ୍କୁ ନିଯୁକ୍ତ ହେବେ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୧୫୪୩ ଜଣ ପିଜିଟି ନିଯୁକ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏସଏସବି ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୫୫୫ ପିଜିଟି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ବିଭିନ୍ନ ସିଟି ସ୍କୁଲ୍‌‌ (ଡିଆଇଇଟି ଓ ବିଆଇଇଟି)ରେ ୧୨୦ଟି ଶିକ୍ଷକ-ପ୍ରଶିକ୍ଷକ ପଦବୀ ପୂରଣ କରିବାକୁ ମଧ୍ୟ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଏସଏସଏସସିକୁ ଚିଠି: ୨ ହଜାର ୨୫୯ ଅଣଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ସରକାରୀ ସ୍କୁଲରେ ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା। ଶିକ୍ଷକମାନେ କେବଳ ଶିକ୍ଷାଦାନ ପ୍ରକ୍ରିୟାରେ ହିଁ ନିୟୋଜିତ ହେବେ। ‘୫-ଟି’ ରୂପାନ୍ତରଣରେ ରାଜ୍ୟ ସରକାର ସ୍କୁଲଗୁଡ଼ିକର ନବଜାଗରଣ ପରେ ଶିକ୍ଷାଦାନ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମିକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଖାଲିଥିବା ଶିକ୍ଷକ ପଦ ନିଯୁକ୍ତି ଲାଗି ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅଣଶିକ୍ଷକ କର୍ମଚାରୀ ମଧ୍ୟ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ଚୟନ ପାଇଁ ଓଏସଏସଏସସି(ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ)କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛି। ତେବେ ୨ହଜାର ୨୫୯ ପଦ ମଧ୍ୟରୁ ୨୨୬ଟି ପଦୋନ୍ନତି ଦ୍ୱାରା ପୂଣ ହେବାକୁ ଥିବାବେଳେ ୨ ହଜାର ୩୩ଟି ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ଓ ହାଇ ସ୍କୁଲରେ ୪ ହଜାର ୭୪୦ ଅନୁମୋଦିତ କନିଷ୍ଠ ଆସିଷ୍ଟାଣ୍ଟ ପଦରୁ ୨୨୫୯ଟି ଖାଲି ପଡ଼ିଛି। ୧୦ ପ୍ରତିଶତ ପଦ ପଦୋନ୍ନତି ଜରିଆରେ ପୂରଣ ହେବାକୁ ଥିବାବେଳେ ଅବଶିଷ୍ଟ ଚୟନ ପ୍ରକ୍ରିୟା ଦ୍ୱାରା ପୂରଣ ହେବ। ଗଞ୍ଜାମରେ ସର୍ବାଧିକ ୨୦୭ଟି ପଦ ପୂରଣ ହେବାକୁ ଥିବାବେଳେ ମୟୂରଭଞ୍ଜରେ ୧୨୧, କେନ୍ଦୁଝରରେ ୧୦୩, କଟକରେ ଶହେ, ବରଗଡ଼ ଓ କଳାହାଣ୍ଡିରେ ୧୦୯ଟି ଲେଖାଏଁ ଆଦି ବିଭିନ୍ନ ଜିଲ୍ଲାକୁ ମିଶାଇ ମୋଟ୍‍ ୨୦୩୩ଟି ପଦ ପୂରଣ ହେବ। ତେବେ ଓଏସଏସଏସସି ପକ୍ଷରୁ ଚୟନ ସମ୍ପର୍କରେ ସବିଶେଷ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ।

ଦକ୍ଷ ମାନବ ସମ୍ବଳ ବିକାଶ ଓ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ : ଖୁବ୍‌ଶିଘ୍ର ପୂରଣ ହେବ ଖାଲି ପଦ
ଭୁବନେଶ୍ୱର : ରାଜ୍ୟ ସରକାର ପଞ୍ଚମ ପାଳିରେ ଅନ୍ୟ ବିକାଶମୂଳକ କାର୍ଯ୍ୟ ସହ ଦକ୍ଷ ମାନବ ସମ୍ବଳ ବିକାଶ ସହିତ ନିଯୁକ୍ତି ଉପରେ ଦେଇଛନ୍ତି ସର୍ବାଧିକ ଗୁରୁତ୍ୱ। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, କୃଷି ଓ ଗୃହ ବିଭାଗ ଅଧୀନରେ ସରକାରୀ ଭାବେ ରାଜ୍ୟର ଯୁବକ ଓ ଯୁବତୀମାନଙ୍କ ପାଇଁ ନିକଟରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି। ଏହା ସହିତ ବର୍ତ୍ତମାନଠାରୁ ଆସନ୍ତା ୨୦୨୩ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲିଥÒବା ଓ ଖାଲି ହେବାକୁଥିବା ପଦ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ ନିମନ୍ତେ ମୁଖ୍ୟ ସଚିବ ବିଭିନ୍ନ ବିଭାଗରୁ ତଥ୍ୟ ଲୋଡ଼ିଛନ୍ତି। ଏହି ତଥ୍ୟ ମିଳିବା ପରେ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ।

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ, କଲେଜ, ଡ଼ାକ୍ତରଖାନା, ଥାନା, ଅଗ୍ନିଶମ ବାହିନୀ, କ୍ରୀଡ଼ା, କୃଷି ବିଭାଗ ଆଦିରେ ବହୁ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟକୁ ଅନ୍ୟୂନ ୨.୨୫ ଲକ୍ଷ କୋଟି ଟଙ୍କା ଶିଳ୍ପ ନିବେଶ ନିମନ୍ତେ ରାଜ୍ୟ ସରକାର ପଥ ପ୍ରସ୍ତୁତ କରିଛନ୍ତି। ଏହି କ୍ଷେତ୍ରରେ ଅନ୍ୟୂନ ଲକ୍ଷେ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସୂଚନା ପ୍ରଯୁକ୍ତି ବିଦ୍ୟା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦୃତ ଅଗ୍ରଗତି ହାସଲ କରିଛି। ଡ଼ାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସଫଳତା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି। ‘ଭିସୁଟ୍‌’କୁ ଆଇଆଇଟି ସମକକ୍ଷ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଇଟିକୁ ଓଡ଼ିଶା ୟୁନିଭରସିଟି ଅଫ୍‌ ଟେକ୍‌ନିକାଲ୍‌ ଏଜୁକେଶନ୍‌ ଆଣ୍ଡ ରିସର୍ଚ୍ଚ (ଓୟୁଟିଇଆର୍‌)କୁ ରୂପାନ୍ତର କରାଯାଇଛି। ଏହା ସହିତ ବୈଷୟିକ ଜ୍ଞାନକୌଶଳ ଉପରେ ଉଚ୍ଚତର ଗବେଷଣା ସହ ଆନ୍ତର୍ଜାତୀୟ ମାନର ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟରେ ସୃଷ୍ଟି ହେଉଥିବା ଦକ୍ଷ ମାନବସମ୍ବଳର ଉପଯୁକ୍ତ ବିନିଯୋଗ ସହ ସେମାନଙ୍କର ଯୋଗଦାନକୁ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ରୂପାନ୍ତରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ପଦ ପୂରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ହାଇସ୍କୁଲଗୁଡ଼ିକରେ ୧୭ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ପର୍ଯ୍ୟାୟରେ ଡ଼ାକ୍ତରଖାନାଗୁଡ଼ିକରେ ୧୦୦୦ରୁ ଊର୍ଦ୍ଧ୍ବ ଏଲୋପାଥି, ହୋମିଓପାଥି ଓ ଆୟୁଷ ଡ଼ାକ୍ତରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ସେହିପରି ଓପିଟିସିଏଲ୍‍ରେ ୯୨ ଜଣ ଓ ଅନ୍ୟ ବୈଷୟିକ ବିଭାଗରେ ୩୦ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। କଲେଜଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ବ ଅଣ ଅଧ୍ୟାପକ ଓ ଦୁଇ ପର୍ଯ୍ୟାୟରେ ୭୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ବର୍ଗର ଅଧ୍ୟାପକମାନଙ୍କୁ ନିଯୁକ୍ତି ମିଳି ସାରିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ୩୦୦ରୁ ଅଧିକ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆହୁରି ଅନେକ ବିଭାଗରେ ସହକାରୀ ପ୍ରଫେସର ନିଯୁକ୍ତି ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ସେହିପରି ପୌରାଞ୍ଚଳଗୁଡ଼ିକରେ ନିଯୁକ୍ତି ପାଇଁ କ୍ୟାଡ଼ରଭୁକ୍ତ ୪୦ ଅଧିକାରୀ, ପରିବେଶ ବିଭାଗରେ ୩୫ ଜଣ

ବୈଜ୍ଞାନିକଙ୍କୁ ନିଯୁକ୍ତି ଦିଆଯାଇଛି।

ଏହାବ୍ୟତୀତ ପୁଲିସ ବାହିନୀ, କୃଷି ବିଭାଗ, ପରିବେଶ ଅଗ୍ନିଶମ ବିଭାଗ ଆଦିରେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି। ପାରମ୍ପରିକ ଶିକ୍ଷା ପରିବର୍ତ୍ତେ ନିଯୁକ୍ତିଭିତ୍ତିକ ଓ ବୃତ୍ତିଗତ ଶିକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଧାରରେ ସରକାର ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷ ମାନବସମ୍ବଳ ଯେ କୌଣସି ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏହା ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଡ଼ାକ୍ତରୀ, ଇଞ୍ଜିନିୟରିଂ ପରି ବୃତ୍ତିଗତ ଶିକ୍ଷାନୁଷ୍ଠାନ ସ୍ଥାପନ ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ି ତୋଳିବାକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପରିଣତିସ୍ୱରୂପ ୨୦୧୪ ସୁଦ୍ଧା ଓଡ଼ିଶା ଡ଼ାକ୍ତର ବଳକା ରାଜ୍ୟରେ ପରିଣତ ହେବାକୁ ଯାଉଛି।

ଅନ୍ୟପକ୍ଷରେ ଓଡ଼ିଶା ଦେଶର ଆଇଟି ଓ ଅନ୍ୟ ଶିଳ୍ପ ହବ୍‍ରେ ପରିଣତ ହେବାକୁ ଯାଉଥିବାରୁ ଦକ୍ଷ ମାନବସମ୍ବଳ ସୃଷ୍ଟି ପାଇଁ ଇଞ୍ଜିନିଅରିଂ ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକୁ ଅଧିକ ବିକଶିତ କରାଯାଇଛି। ଯାହା ଫଳରେ ଓଡ଼ିଶାର ଯୁବକଯୁବତୀମାନଙ୍କୁ ଚାକିରି ପାଇଁ ରାଜ୍ୟ ବାହାରର ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ। ୫ଟି ଉପକ୍ରମ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ନିଯୁକ୍ତିରେ ସ୍ୱଚ୍ଛତା ଅଣାଯିବା ସହ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ନବନିଯୁକ୍ତ ଅଧିକାରୀ, କର୍ମଚାରୀଙ୍କୁ ପ୍ରସ୍ତୁତ କରାଯାଉଛି। ନିଜ ଦାୟିତ୍ୱ ପ୍ରତି ପ୍ରତିବଦ୍ଧ ହେବା ଓ ରାଜ୍ୟର ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଉଛନ୍ତି।

ବଜେଟ୍-୨୦୨୨-୨୩: ବେରୋଜଗାର ଏବଂ ବେକାରୀ ସମସ୍ୟା ହଟାଇବା ପାଇଁ ସୃଷ୍ଟି ହେବ ୬୦ ଲକ୍ଷ ନିଯୁକ୍ତି
ନୂଆଦିଲ୍ଲୀ : ସଂସଦରେ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି ଏବଂ ଏହା ସହିତ ଆସନ୍ତା ୫ ବର୍ଷରେ ୩୦ ଲକ୍ଷ କୋଟି ଅତିରିକ୍ତ ଉତ୍ପାଦନ ହେବ । ଯାହାଦ୍ୱାରା ଦେଶରେ ବେରୋଜଗାର ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ଏହି ବଜେଟ୍‌ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି। ଆଗକୁ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି ।

ଏହା ସହିତ ଦେଶରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ । ପର୍ବତମାଳା ଅନ୍ତର୍ଗତରେ ପାହାଡି ଅଂଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ ।