Shiv Nadar - The Sakala

ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକା: ଶିବ ନାଦର ଭାରତର ବଡ଼ ଦାନବୀର, ୫ ନମ୍ବରରେ ସୁବ୍ରତ ବାଗ୍‌ଚୀ
ନୂଆଦିଲ୍ଲୀ: ଦେଶର ସବୁଠାରୁ ଦାନୀ ଭାବେ ଜଣାଶୁଣା ୱିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମଜୀଙ୍କଠାରୁ ହଟିଯାଇଛି ଦେଶର ସବୁଠୁ ବଡ଼ ଦାନୀ ମାନ୍ୟତା। ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦର ଏବେ ପାଲଟିଛନ୍ତି ଦେଶର ବଡ ଦାନବୀର। ଏହି ତାଲିକାରେ ପ୍ରେମ୍‌ଜୀ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକାରୁ ଏହା ଜଣାପଡିଛି। ୨୦୨୨ ଆର୍ଥିକବର୍ଷରେ ନାଦର ମୋଟ ୧୧୬୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ସମୟରେ ସେ ପ୍ରତିଦିନ ତିନି କୋଟି ଟଙ୍କା ଦାନ କରିଥିଲେ। ଅପରପକ୍ଷେ ପ୍ରେମଜୀ ଗତ ବର୍ଷ ମୋଟ ୪୮୪ କୋଟି ଟଙ୍କା ଦାନ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ଏସିଆ ଏବଂ ଭାରତର ସବୁଠୁ ବଡ ଧନୀ କୁହାଯାଉଥିବା ଗୌତମ ଆଦାନୀ ଗତ ବର୍ଷ ଦାନ ଦୃଷ୍ଟିରୁ ସାତ ନମ୍ବର ସ୍ଥାନରେ ରହିଥିଲେ। ଏହି ସମୟ ମଧ୍ୟରେ ସେ ମୋଟ ୧୯୦ କୋଟି ଟଙ୍କା ଦାନ କରିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତାଲିକାରେ ମାଇଣ୍ଡଟ୍ରିର ସୁବ୍ରତ ବାଗ୍‌ଚୀ ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି।

ହୁରୁନ୍ ଇଣ୍ଡିଆ ପରୋପକାର ତାଲିକା ଅନୁଯାୟୀ, ଦେଶର ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୪୧୧ କୋଟି ଟଙ୍କା ଦାନ କରିଛନ୍ତି। ସେ ଏହି ଦାତା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ୨୪୨ କୋଟି ଟଙ୍କା ଦାନ କରିଛନ୍ତି। ମାଇଣ୍ଡଟ୍ରିର ସୁବ୍ରତ ବାଗ୍‌ଚୀ ଏବଂ ଏନଏସ ପାର୍ଥସାରଥୀ ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି। ଉଭୟ ୨୧୩ କୋଟି ଟଙ୍କା ଦାନ କରିଛନ୍ତି। ଏହି ତାଲିକାରେ ପ୍ରଥମ ଥର ପାଇଁ ଉଭୟ ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି। ଏହି ତାଲିକାରେ ଥିବା ୧୫ ଧନୀ ଗତ ବର୍ଷ ୧୦୦ କୋଟିରୁ ଅଧିକ ଟଙ୍କା ଦାନ କରିଥିଲେ। ସେହିଭଳି ୨୦ ରୁ ଅଧିକ ବ୍ୟକ୍ତି ୫୦ କୋଟି ଏବଂ ୪୩ ଜଣ ବ୍ୟକ୍ତି ୨୦ କୋଟିରୁ ଅଧିକ ଦାନ କରିଛନ୍ତି।

ଲାର୍ସନ୍ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡ୍‌ଟି) ଗ୍ରୁପ୍ ଅଧ୍ୟକ୍ଷ ଏମ୍ ନାୟକ ଏହି ସମୟ ମଧ୍ୟରେ ୧୪୨ କୋଟି ଟଙ୍କା ଦାନ କରିଛନ୍ତି। ଜିରୋଧାର ନୀତିନ୍‌ କାମାଥ୍‌ ଏବଂ ନିଖିଲ କାମାଥ୍‌ ସେମାନଙ୍କ ଦାନ ପରିମାଣରେ ୩୦୦% ବୃଦ୍ଧି ଘଟାଇ ୧୦୦ କୋଟି ଟଙ୍କାରେ ପହଞ୍ଚାଇଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ସହ-ପ୍ରମୋଟର ରାକେଶ ଗାଙ୍ଗୱାଲ ପ୍ରଥମ ଥର ପାଇଁ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଇଆଇଟି କାନପୁରକୁ ୧୦୦ କୋଟି ଟଙ୍କା ବ୍ୟକ୍ତିଗତଭାବେ ଦାନ ଦେଇ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ୩୬ ବର୍ଷର ନିଖିଲ କାମାଥ ଏହି ତାଲିକାରେ ସର୍ବକନିଷ୍ଠ ଦାନୀ। ଏହି ତାଲିକାରେ ୧୯ ଜଣ ନୂତନ ବ୍ୟକ୍ତିଙ୍କ ଆଡୁ ୮୩୨ କୋଟିର ଅତିରିକ୍ତ ଦାନରାଶି ଆସିଛି। ଏହି ଦାନୀ ତାଲିକାରେ ୬ ଜଣ ମହିଳା ରହିଛନ୍ତି। ୧୨୦ କୋଟି ଟଙ୍କାର ଦାନ ସହ ରୋହିନୀ ନୀଲେକାନି ମହିଳାଙ୍କ ମଧ୍ୟରେ ଆଗରେ ରହିଛନ୍ତି। ଲୀନା ଗାନ୍ଧୀ ତିୱାରୀ ୨୧ କୋଟି ଟଙ୍କା ଏବଂ ଅନୁ ଆଗା ୨୦ କୋଟି ଟଙ୍କା ଦାନ କରିଛନ୍ତି।

ଜାଣନ୍ତୁ ମାନବକଲ୍ୟାଣ ଦିଗରେ କେଉଁ ଭାରତୀୟ ଉଦ୍ୟୋଗପତି କେତେ ଅର୍ଥ ଦାନ କରନ୍ତି
ମୁମ୍ବାଇ : ଆନ୍ତର୍ଜାତିକ ସ୍ତରରେ ଅରବପତି ବିଲ ଗେଟସ୍‌ଙ୍କ ଠାରୁ ଭାରତର ବହୁ ପ୍ରତିଷ୍ଠିତ ଉଦ୍ୟୋଗପତି ମାନବକଲ୍ୟାଣ ଦିଗରେ ବିପୁଳ ଅର୍ଥ ଦାନ କରିଥାଆନ୍ତି। ଏପରିକି ମାନବକଲ୍ୟାଣ କିମ୍ବା ସମାଜକଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରାୟ ସମସ୍ତ ପ୍ରତିଷ୍ଠିତ ଶିଳ୍ପଗୋଷ୍ଠୀର ଏକ ପୃଥକ ବିଭାଗ କାର୍ଯ୍ୟ କରୁଛି। ହେଲେ ଏସବୁ କ୍ଷେତ୍ରରେ ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଅଜିମ୍‌ ପ୍ରେମଜୀଙ୍କ ସ୍ଥାନ ସବୁଠୁ ଆଗରେ । ଗତ ଆର୍ଥିକ ବର୍ଷ(୨୦୨୦-୨୧)ରେ ପ୍ରେମଜୀଙ୍କ କମ୍ପାନୀ ଯେତିକି ପରିମାଣର ଦାନ କରିଛି ତାହା ଅନ୍ୟ ସମସ୍ତ ଉଦ୍ୟୋଗ କ୍ଷେତ୍ର ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ମୁଖ୍ୟତଃ ସଫ୍ଟୱେୟର ରପ୍ତାନୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଜିମ ପ୍ରେମଜୀଙ୍କ ୱିପ୍ରୋ କମ୍ପାନୀ ଏହି ଆର୍ଥିକ ବର୍ଷରେ ମୋଟ ୯୭୧୩ କୋଟି ଟଙ୍କା ମାନବକଲ୍ୟାଣ ଦିଗରେ ବ୍ୟୟ କରିଛି। ଅର୍ଥାତ ଦିନକୁ ୨୭ କୋଟି ଟଙ୍କା ଦାନ କରାଯାଇଛି। ଫଳରେ ଏହି ଆର୍ଥିକ ବର୍ଷରେ ମାନବକଲ୍ୟାଣ ଦିଗରେ ସର୍ବାଧିକ ବ୍ୟୟ କରିଥିବା ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଅଜିମ ପ୍ରେମଜୀ ସବୁଠୁ ଆଗରେ ରହିଛନ୍ତି।

‘ହୁରୁନ୍‌ ଇଣ୍ଡିଆ ଫିଲାନ୍ତ୍ରୋଫି ତାଲିକା ୨୦୨୧’ ଅନୁଯାୟୀ ୱିପ୍ରୋ କମ୍ପାନୀର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ପ୍ରେମଜୀ ଗତବର୍ଷ ନିଜ ଦାନ ପରିମାଣରେ ବୃଦ୍ଧି କରିଥିଲେ। ପୂର୍ବରୁ ସେ ବାର୍ଷିକ ଯେତିକି ପରିମାଣର ଦାନ ଦେଉଥିଲେ ତାହାର ଏକ ଚତୁର୍ଥାଂଶ ବୃଦ୍ଧି କରିଥିଲେ। ବିଶେଷକରି କରୋନା ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରେମଜୀ ଏଭଳି ନିଷ୍ପତ୍ତି ନେଇଥÒଲେ ବୋଲି କୁହାଯାଇଛି। ପ୍ରେମଜୀଙ୍କ ପଛକୁ ଦାନ କରିବା କ୍ଷେତ୍ରରେ ଦ୍ବିତୀୟରେ ରହିଛନ୍ତି ଏଚସିଏଲ କମ୍ପାନୀର ଶିବ ନାଦର। ସେ ଏହି ବର୍ଷରେ ମୋଟ ୧୨୬୩ କୋଟି ଟଙ୍କା ଦାନ ଦେଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ସବୁଠୁ ବିତ୍ତଶାଳୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ୨୦୨୦-୨୧ ଆର୍ଥିକ ବର୍ଷରେ ସେ ୫୭୭ କୋଟି ଟଙ୍କା ଦାନ ଦେଇଛନ୍ତି। ଏହାପରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ୩୭୭ କୋଟି ଟଙ୍କାର ଦାନ ଦେଇଥÒବା ବେଳେ ଭାରତର ଦ୍ବିତୀୟ ବିତ୍ତଶାଳୀ କୁହାଯାଉଥିବା ଗୌତମ ଆଦାନୀ ମାତ୍ର ୧୩୦ କୋଟି ଟଙ୍କା ଦାନ କରିଛନ୍ତି। ସେହିପରି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲକେନି ଏହି ବର୍ଷରେ ୧୮୩ କୋଟି ଟଙ୍କା ଦାନ କରି ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତୀୟ ଉଦ୍ୟୋଗପତିମାନେ ଦେଉଥିବା ଦାନର ସର୍ବାଧିକ ଅଂଶ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କରାଯାଉଥିବା ବେଳେ ଏବେ ଏହି ତାଲିକାରେ ଆଉ କିଛି ନୂଆ ଉଦ୍ୟୋଗପତି ମଧ୍ୟ ଯୋଡି ହେବା ଦେଖାଯାଇଛି।

ଶେୟାର ବଜାରରେ ସର୍ବାଧିକ ପୁଞ୍ଜି ନିବେଶ କରୁଥିବା ରାକେଶ ଝୁନଝୁନୱାଲା ଏବେ ମାନବକଲ୍ୟାଣ ଦିଗରେ ଦାନ କରିବା ଆରମ୍ଭ କରିଥିବା ବେଳେ ଏହି ବର୍ଷରେ ସେ ୫୦ କୋଟି ଟଙ୍କା ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିଛନ୍ତି। ସେହିପରି ଉଦ୍ୟୋଗପତି ଭ୍ରାତା ନିତିନ ଏବଂ ନିଖିଲ କାମଥ ୭୫୦ କୋଟି ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଅନ୍ୟ ଉଦ୍ୟୋଗପତିଙ୍କ ମଧ୍ୟରେ ହିନ୍ଦୁଜା ପରିବାର, ବଜାଜ ଗୋଷ୍ଠୀ, ଅନୀଲ ଅଗ୍ରୱାଲ ଏବଂ ବର୍ମନ ପରିବାର ରହିଥିଲା ବେଳେ ଏଲ ଆଣ୍ଡି ଟି ମୁଖ୍ୟ ଏ କେ ନାୟକ ୧୧୨ କୋଟି ଟଙ୍କା ଦାନ କରି ୧୧ତମ ସ୍ଥାନରେ ରହିଛନ୍ତି। ଦାନକାରୀଙ୍କ ତାଲିକାରେ କିଛି ମହିଳା ଉଦ୍ୟୋଗପତି ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୬୯ କୋଟି ଟଙ୍କା ଦାନ କରି ରୋହିଣୀ ନିଲକେନି ସବୁଠୁ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ୟୁଏସଭି ଗୋଷ୍ଠୀର ଲିନା ତିୱାରି ୨୪ କୋଟି ଟଙ୍କା ଦାନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଥର୍ମାକ୍ସର ଅନୁ ଆଗା ଯିଏକି ୨୪ କୋଟି ଟଙ୍କାର ଦାନ ଦେଇଛନ୍ତି। ଏହି ତାଲିକାରେ ୩୧ ପ୍ରତିଶତ ଭାବେ ମୁମ୍ବାଇର ସବୁଠୁ ଅଧିକ ଉଦ୍ୟୋଗପତିଙ୍କ ନାମ ରହିଥିବା ବେଳେ ଏହାପଛକୁ ଦିଲ୍ଲୀ(୨୭ ପ୍ରତିଶତ) ଏବଂ ବେଙ୍ଗାଲୁରୁ(୧୦ ପ୍ରତିଶତ) ତୃତୀୟ ସ୍ଥାନରେ ରହିଛି। ତେବେ ଫାର୍ମା ଶିଳ୍ପ କ୍ଷେତ୍ରରୁ ସର୍ବାଧିକ ଦାନକାରୀ ରହିଥିବା ଜଣାପଡ଼ିଛି।