RBI Governor Shaktikant Das - The Sakala

ପୁଣି ରେପୋ ରେଟ୍ ବଢାଇଲା ଆରବିଆଇ
ମୁମ୍ବାଇ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। ଆରବିଆଇର ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ରେପୋ ହାର ୪.୯% ରୁ ୫.୪୦% କୁ ବୃଦ୍ଧି ପାଇଛି।  ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା  କୁହାଯାଇଛି।  ରେପୋ ରେଟ ବଢ଼ାଇବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ  । ରେପୋ ରେଟ ବୃଦ୍ଧି ପାଇବା ପରେ ମୁଦ୍ରାସ୍ପୀତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି ।

ଗତ ୪ମାସ ଭିତରେ ରେପୋରେଟ ୧.୪ ପ୍ରତିଶତ ବଢ଼ିଲାଣି  । ଜୁନ୍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା  ଏହାକୁ ଦେଖି ମନ୍ଥଲି ପଲିସି କମିଟି ରେପୋରେଟ ବଢାଇବାକୁ ନିଷ୍ପତ୍ତି ନେଇଥିଲା  ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରି ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋରେଟ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ ।  ତେବେ ରେପୋରେଟ ବଢ଼ାଇବା ପରେ  ୨୦୨୨-୨୩ରେ ମୁଦ୍ରାସ୍ପିତି ୬.୭ ପ୍ରତିଶତକୁ ଖସିବ ବୋଲି ଆଶା ରଖିଛି ଆରବିଆଇ ।

ଖୁବଶୀଘ୍ର ୟୁପିଆଇ ପେମେଣ୍ଟ ସହ ଯୋଡି ହେବ କ୍ରେଡିଟ୍ କାର୍ଡ
ନୂଆଦିଲ୍ଲୀ: ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବ ଉପଭୋକ୍ତା ପାଉଁ ଖୁସି ଖବର। ଖୁବ ଶୀଘ୍ର କ୍ରେଡିଟ୍ କାର୍ଡକୁ ମଧ୍ୟ  ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ( UPI ) ସହିତ ଲିଙ୍କ୍ କରାଯିବ।  ଏହା ଅନଲାଇନ ଟ୍ରାଞ୍ଜାକ୍ସନ କାରବାରକୁ ଅଧିକ ସହଜ କରିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୁଧବାର ଏହା ଘୋଷଣା କରିଛି। ପ୍ରାରମ୍ଭିକ ପର୍ଯ୍ଯାୟରେ ରୁପେ କ୍ରେଡିଟ କାର୍ଡରୁ ଆରମ୍ଭ ହେବ। ବର୍ତ୍ତମାନ UPI ଉପଭୋକ୍ତାମାନେ କେବଳ ଡେବିଟ୍ କାର୍ଡ ଏବଂ ସଞ୍ଚୟ / ସାମ୍ପ୍ରତିକ ଆକାଉଣ୍ଟ୍ ଯୋଡି କାରବାରର ସୁବିଧା ପାଉଥିଲେ।  କ୍ରେଡିଟ୍ କାର୍ଡକୁ UPI ସହିତ ଲିଙ୍କ୍ କରିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ( NPCI ) କୁ ଏହା ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଦିଆଯିବ।

UPI ଏବଂ ରୁପେ କାର୍ଡ ବ୍ୟତୀତ ବିକଳ୍ପ ମାଧ୍ୟମରେ କରାଯାଇଥିବା ପ୍ରତ୍ୟେକ କାରବାର ପାଇଁ ବ୍ୟବସାୟୀଙ୍କୁ କାରବାର ପରିମାଣର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଦେବାକୁ ପଡିବ। ଜାନୁଆରୀ ୧ ତାରିଖ ୨୦୨୦ରେ, UPI ଏବଂ RuPay ମାଧ୍ୟମରେ ହେଉଥିବା କାରବାର ଉପରେ ମର୍ଚ୍ଯାଣ୍ଟ ଡିସ୍କାଉଣ୍ଟ ହାର (MDR) ଶୂନକୁ ହ୍ରାସ କରାଯାଇଥିଲା। ଏହାର ଅର୍ଥ ହେଉଛି ଟ୍ରାଞ୍ଜାକ୍ସନ ଉପର ଉପରେ କୌଣସି ଶୁଳ୍କ ଆଦାୟ କରାଯାଏ ନାହିଁ।  ଏହି କାରଣରୁ ସାରା ଦେଶରେ ବ୍ୟବସାୟୀମାନେ UPI ପେମେଣ୍ଟକୁ ସହଜରେ ଗ୍ରହଣ କରିଥିଲେ।

କ୍ରେଡିଟ୍ କାର୍ଡ ସହିତ UPI କାରବାର ଉପରେ ଦେୟ ଦବାକୁ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆରବିଆଇର ଏହି ନୂତନ ଘୋଷଣା ପରେ କ୍ରେଡିଟ୍ କାର୍ଡ ସହିତ ସଂଯୁକ୍ତ UPI କାରବାର ପାଇଁ ମର୍ଚାଣ୍ଟ ରିହାତି ମୂଲ୍ୟ (MDR) କିପରି ପ୍ରଯୁଜ୍ୟ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାର କାରଣ ହେଉଛି କ୍ରେଡିଟ୍ କାର୍ଡ କାରବାର ଉପରେ ସର୍ବାଧିକ MDR ଆଦାୟ କରାଯାଏ। ଏହା ୨ରୁ ୩ ପ୍ରତିଶତ ପାଖାପାଖି ଟ୍ରାଞ୍ଜାକ୍ସନ ଫି ନେଇଥାଏ। ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡିକ UPI ସଂଯୁକ୍ତ କ୍ରେଡିଟ କାର୍ଡ ମାଧ୍ୟମରେ ହୋଇଥିବା କାରବାର ଉପରେ MDR ଛାଡ କରିବାକୁ ପଡିବ କି ନାହିଁ ତାହା ଉପରେ ସ୍ପଷ୍ଟତାର ଆବଶ୍ୟକତା ରହିଛି।

ଅପରିବର୍ତ୍ତିତ ରହିଲା ରେପା ରେଟ୍ ଓ ରିଭର୍ସ ରେପୋ ରେଟ୍‌
ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଦ୍ବି-ମାସିକ ଆର୍ଥିକ ମୁଦ୍ରାନୀତି ସମୀକ୍ଷା ବୈଠକର ଚୂଡାନ୍ତ ଫଳାଫଳ ଆସିଛି। ବର୍ତ୍ତମାନ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଏହି ମୁଦ୍ରାନୀତି ସମୀକ୍ଷା ସମୟରେ  ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍‌ ପରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଘୋଷଣା କରିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଛି ଯେ, ରେପୋ ରେଟ୍‌ ୪%ରେ ଏବଂ ରିଭର୍ସ ରେପୋ ରେଟ୍‌ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରାଯାଇଛି। ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍‌ ଏବଂ ବ୍ୟାଙ୍କ ରେଟ୍‌ ୪,୨୫% ରହିବ। ସୁଧହାର ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରୀ ପଲିସି କମିଟି’ର ସର୍ବସମ୍ମତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ ଏହାକୁ ମିଶାଇ କ୍ରମାଗତ ୧୦ ଥର ଲାଗି ରେପୋ ରେଟ୍‌ ଅପରିବର୍ତ୍ତିତ ରହିଲାଣି।

ସୂଚନାଯୋଗ୍ୟ ଯେ, ଆରବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ତିନି ଦିନିଆ ବୈଠକ ସୋମବାରଠାରୁ ଆରମ୍ଭ ହୋଇଥିଲା। ସମସ୍ତ ବିଚାର ବିମର୍ଶ ପରେ ଗୁରୁବାର ସୁଧହାର ନେଇ ଘୋଷଣା କରାଯାଇଛି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି : ଆଉ ୩ ବର୍ଷ ପାଇଁ ମିଳିଲା ପୁନଃନିଯୁକ୍ତି
ନୂଆଦିଲ୍ଲୀ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ବର୍ଷ ବୃଦ୍ଧି ପାଇଛି। ଯାହା ଫଳରେ ୨୦୨୪ ଡିସେମ୍ବର ଯାଏଁ ସେ ଏହି ପଦବୀରେ ରହିବେ । ତାଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଡିସେମ୍ବର ୧୦ରେ ଶେଷ ହୋଇଥାନ୍ତା । କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଅନୁମୋଦନ କ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ୨୦୨୧ ଡିସେମ୍ବର ୧୦ରୁ ବର୍ଦ୍ଧିତ କାର୍ଯ୍ୟକାଳ ଲାଗୁହେବ । ୨୦୧୮ ଡିସେମ୍ବର ୧୨ରେ ୩ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ଶକ୍ତିକାନ୍ତ ଦାଶ ହେଉଛନ୍ତି ୧୯୮୦ ବ୍ୟାଚ୍ର ତାମିଲନାଡୁ କ୍ୟାଡର ଆଇଏଏସ୍ ଅଫିସର । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟରେ ସେ ଦୀର୍ଘ ଦିନ ଧରି କାମ କରିଥିଲେ ।ସେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଥିଲେ । ପୂର୍ବରୁ ବିଶ୍ବ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ, ନିଉ ଡେଭଲପମେଣ୍ଟ ବ୍ୟାଙ୍କ, ଏସିଆନ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି ।