G20 summit - The Sakala
ଆଜି G20 ସମ୍ମିଳନୀର ଦ୍ବିତୀୟ ଦିନ: ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବିଶ୍ୱନେତା
ନୂଆଦିଲ୍ଲୀ: ରାଜଘାଟରେ ରାଷ୍ଟ୍ରମୁଖ୍ୟ । ଆଜି G20 ସମ୍ମିଳନୀର ଦ୍ବିତୀୟ ଦିନରେ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବିଶ୍ୱ ନେତା । ରାଜଘାଟରେ ପହଁଚୁଥିବା ବିଶ୍ୱ ନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖଦୀରେ ପ୍ରସ୍ତୁତ ଉପଢୌକନ ଦେଇ ସ୍ୱାଗତ କରୁଛନ୍ତି ମୋଦି । ଗାନ୍ଧୀଙ୍କ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା । ଗାନ୍ଧୀଙ୍କ ସମାଧିସ୍ଥଳ ପରିଦର୍ଶନ କରୁଛନ୍ତି G20 ଅତିଥି ।
୧୦ଟାରେ ଭାରତ ମଣ୍ଡପମ୍ ର ସାଉଥ ପ୍ଲାଜାରେ ବୃକ୍ଷରୋପଣ ସମାରୋହ ଆୟୋଜନ କରାଯିବ । ଏହାପରେ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନ ଆରମ୍ଭ ହେବ । ବୈଠକରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ, ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଜାପାନା ପ୍ରଧାନମନ୍ତ୍ରୀ ପ୍ରମୁଖ ।
ସେପଟେ ଗତକାଲି ଜି-୨୦ ସମ୍ମଳିନୀର ପ୍ରଥମ ଦିନରେ ଅନେକ ପ୍ରସ୍ତାବ ଉପରେ ବିଶ୍ବନେତା ନିଜର ସହମତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ଘୋଷଣାନାମାରେ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ଵାନ ଦିଆଯାଇଛି । ସଦସ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରର ସୀମାକୁ ବଳପୂର୍ବକ ଅକ୍ତିଆର କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି । କୌଣସି ରାଷ୍ଟ୍ରର ଅଖଣ୍ଡତାକୁ କ୍ଷୁଣ୍ଣ କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କିମ୍ବା ଧମକକୁ ଅଗ୍ରହଣୀୟ ବୋଲି ମଧ୍ୟ ଘୋଷଣାନାମାରେ ସ୍ପଷ୍ଟ କରାଯାଇଛି ।
ଆଜିର ସମୟ, ଯୁଦ୍ଧର ସମୟ ନୁହେଁ ବୋଲି ଘୋଷଣାନାମାରେ ଦର୍ଶାଯାଇଛି । ୟୁକ୍ରେନ୍ ଆକ୍ରମଣ ପ୍ରସଙ୍ଗରେ ରୁଷ ବିରୋଧରେ କୌଣସି ସିଧାସଳଖ ମନ୍ତବ୍ୟ ରଖା ନଯାଇ ଏଭଳି ସଂକଳ୍ପ ନିଆଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ‘ବିଶ୍ୱରେ ବିଶ୍ୱାସର ଅଭାବ’ ଦୂର କରିବା, ଆମେରିକା, ଭାରତ, ସାଉଦି ଆରବ ଏବଂ ଉପସାଗରୀୟ ଏବଂ ଆରବ ରାଷ୍ଟ୍ରକୁ ସଂଯୋଗ କରୁଥିବା ରେଳ ଏବଂ ଜାହାଜ ଚଳାଚଳ ଯୋଗାଯୋଗ ନେଟୱାର୍କର ଶୁଭାରମ୍ଭ ଏବଂ ବିଶ୍ୱ ଜୈବ ଇନ୍ଧନ ‘ଆଲାଏନ୍ସ’ର ଶୁଭାରମ୍ଭ ପାଇଁ ଆହ୍ଵାନ ଦିଆଯାଇଛି । ଏହା ବ୍ୟତୀତ ବୈଠକରେ ବହୁ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି ।
ଜି-୨୦ ସମ୍ମିଳନୀ: ନୂଆଦିଲ୍ଲୀ ଘୋଷଣାପତ୍ରକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ପ୍ରଥମ ଦିନ ଶନିବାର ନୂଆଦିଲ୍ଲୀରେ ଜି-୨୦ ଘୋଷଣା ପତ୍ରକୁ ମଞ୍ଜୁରୀ ମିଳିଛି। ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିଛନ୍ତି। ସମ୍ମିଳନୀର ଦ୍ଵିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ  ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଜି-୨୦ର ରାଷ୍ଟ୍ରାଧ୍ୟକ୍ଷ ଓ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର କଠିନ ପରିଶ୍ରମ ଓ ଆପଣ ସମସ୍ତଙ୍କ ସହଯୋଗରେ ଜି-୨୦ ସମ୍ମିଳନୀର ଘୋଷଣା ପତ୍ର ଉପରେ ସହମତି ପ୍ରକାଶ ପାଇଛି। ମୋର ପ୍ରସ୍ତାବ ଏହି ଘୋଷଣାପତ୍ରକୁ କାର୍ଯ୍ୟକାରୀ କରାଯାଉ। ଏହି ୩୭ ପୃଷ୍ଠାର ଘୋଷଣାପତ୍ରକୁ ଆପଣା ଯାଉ ବୋଲି ମୁଁ ଘୋଷଣା କରୁଛି।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ଵିକ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜି-୨୦ ଶିଖର ସମ୍ମିଳନୀରେ କହିଛନ୍ତି, ଭାରତ ଆପଣ ସମସ୍ତଙ୍କୁ ଏହି ପ୍ରୟାସରେ ସାମିଲ୍ ହେବାକୁ ଆମନ୍ତ୍ରିତ କରୁଛି। ଭାରତ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ କରିବାପାଇଁ ବିଶ୍ଵସ୍ତରରେ ପ୍ରସ୍ତାବ ଦେଉଛି। ପରିବେଶ ଓ ଜଳବାୟୁ ଅବଲୋକନପାଇଁ ଜି-୨୦ ଉପଗ୍ରହ ମିଶନ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଉଛି। ମୋର ଏହା ମଧ୍ୟ ପ୍ରସ୍ତାବ ଯେ, ଗ୍ରୀନ କ୍ରେଡିଟ୍ ଉପରେ କାମ ଆରମ୍ଭ କରାଯାଉ। ବିକଶିତ ରାଷ୍ଟ୍ରଗୁଡ଼ିକ ଏହି ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି ଜି-୨୦ ସମ୍ମିଳନୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗୁରୁତ୍ବ ମିଳିଛି। ସାଇବର ସିକ୍ୟୁରିଟି ଉପରେ ମଧ୍ୟ ସମ୍ମିଳୀନରେ ଗୁରୁତ୍ୱାରୋପ କରାଯାଇଛି।  ଥ୍ରୀ-ଏଫ୍‌କୁ ମିଳିତ ଭାବେ ସହମତି ମିଳିଛି। ଥ୍ରୀ-ଏଫର ଅର୍ଥ ହେଉଛି ଫୁଡ୍‌, ଫୁଏଲ ଓ ଫର୍ଟିଲାଇଜର। ଆତଙ୍କବାଦ ବିରୋଧୀ ଅଭିଯାନକୁ ବି ସବୁ ରାଷ୍ଟ୍ରଙ୍କ ସମର୍ଥନ ଜଣାଇଥିବା ବେଳେ ମନି ଲଣ୍ଡରିଂ ଉପରେ ମଧ୍ୟ ସବୁ ରାଷ୍ଟ୍ରଙ୍କ ଗୁରୁତ୍ୱାରୋପ କରିିଛନ୍ତି।
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଭାରତ ଲେଖାଯାଇଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ପ୍ରଥମ ଦିନ । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଥିଲେ । ତାଙ୍କ ଟେବୁଲରେ ରଖା ଯାଇଥିବା କଣ୍ଟ୍ରି ପ୍ଲେଟରେ ଦେଶର ନାମ ଇଣ୍ଡିଆ ବଦଳରେ ଲେଖା ଯାଇଥିଲା ଭାରତ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁସବୁ ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧନ କରିଛନ୍ତି ସେଠାରେ କଣ୍ଟ୍ରିପ୍ଲେଟ ଉପରେ ଇଣ୍ଡିଆ ଲେଖା ଯାଇଥାଏ । ହେଲେ ପ୍ରଥମ ଥର ପାଇଁ ଆଜି ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ।
ତେବେ ଏହି ନାମକରଣକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୫ ତାରିଖରୁ ଯେତେବେଳେ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଥିଲା । ଏହି ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ସରକାର ଦେଶର ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ବିପକ୍ଷ ନାରା ଲଗାଇଥିଲେ । ଏପରିକି କେନ୍ଦ୍ର ସରକାର ଏହି ପରିବର୍ତ୍ତନ ଆଣିବା ପାଇଁ ସଂସଦର ବିଶେଷ ଅଧିବେଶନ ଡକାଇଛନ୍ତି ବୋଲି ବିରୋଧୀ କହିଥିଲେ।
G-20 ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ ପୁଟିନ, ଫୋନ ଯୋଗେ ମୋଦୀଙ୍କୁ ଜଣାଇଲେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷର ପ୍ରତିନିଧିତ୍ବ କରିବେ ବୋଲି ପୁଟିନ ଜଣାଇଛନ୍ତି ।
କିଛିଦିନ ପୂର୍ବେ ରୁଷରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ ଯେ, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ୍ ବ୍ୟକ୍ତିଗତ ଭାବେ ନୂଆଦିଲ୍ଲୀ ଯିବେ ନାହିଁ। ୟୁକ୍ରେନରେ ଚାଲିଥିବା ସ୍ବତନ୍ତ୍ର ସାମରିକ ଅପରେସନ ଉପରେ ନଜର ରଖିବାକୁ ସେ ଭାରତ ଆସିବେ ନାହିଁ ବୋଲି ପେସ୍କୋଭ କହିଥିଲେ । ଏହା ପୂର୍ବରୁ ପୁଟିନ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ମଧ୍ୟ ଯାଇନଥିଲେ।
କୋଣାର୍କରେ ହେବ ଜି-୨୦ ବୈଠକ
ଭୁବନେଶ୍ବର : କୋଣାର୍କରେ ହେବ ଜି-୨୦ ବୈଠକ । ଆସନ୍ତା ଡିସେମ୍ବର ୧ ତାରିଖରୁ ୩୦ ନଭେମ୍ବର ୨୦୨୩ ବର୍ଷେ ଯାଏଁ ଭାରତ ଜି-୨୦ ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି ।
ଜି-୨୦ ବୈଠକର ୨୧୫ଟି ବୈଠକ ମଧ୍ୟରୁ ୫ଟି ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ। ଯାହା ଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ।କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି, ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟର ୫ଟି ବୈଠକ ଆୟୋଜିତ ହେବ। ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି , ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ ।୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ଦୁଇଟି ଓ ଅନ୍ୟ ଐତିହ୍ୟ ସ୍ଥଳମାନଙ୍କରେ ଗୋଟିଏ ଲେଖାଏଁ ବୈଠକ ହେବ। ଏହି ସବୁ ବୈଠକ ସମ୍ମିଳନୀ ପ୍ରକୋଷ୍ଠ କିମ୍ବା କୌଣସି ପ୍ରତିଷ୍ଠାନରେ ଆୟୋଜନ କରାଯିବା ସମ୍ଭାବନା ରହିଛି।
ଜି-୨୦ ପ୍ରତିନିଧି ଓ ଅଧିକାରୀଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯିବ । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡାନ୍ତ ରୂପରେଖ ପ୍ରସ୍ତୁତି କରୁଛି । ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି କରୁଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିକୁ ସାମିଲ କରାଯିବ। ମୁଖ୍ୟ ବୈଠକ ଦିଲ୍ଲୀର ପ୍ରଗତି ମୈଦାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।
ଜି -୨୦ ବୈଠକରେ ଭାଗନେବା ପାଇଁ ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରୋମ୍: ଆଜିଠୁ ଇଟାଲୀରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିରେ ୨୦ଟି ଦେଶର ମୁଖ୍ୟ ଭାଗ ନେବେ । କରୋନା ସମୟରେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ଆଲୋଚନା କରିବେ ରାଷ୍ଟ୍ର ମୁଖ୍ୟ । ଯେଉଁଥିପାଇଁ ରୋମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେବଳ ଏତିକି ନୁହେଁ ପ୍ରାୟ ୧୨ ବର୍ଷ ପରେ ରୋମ୍ ଯାଇଛନ୍ତି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ।
ଇଟାଲିରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସୂଚନା ଅନୁଯାୟୀ, ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରୋମ ଗସ୍ତ। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରୋମ ଯାଉଛନ୍ତି। ପ୍ରାୟ ୧୨ ବର୍ଷ ପରେ ଭାରତର ଜଣେ ପ୍ରଧାନମନ୍ତ୍ରୀ ରୋମ ଗସ୍ତରେ ଯାଇଛନ୍ତି। ଗତବର୍ଷ କୋଭିଡ ପାଇଁ ଜି-୨୦ ବୈଠକ ଭର୍ଟୁଆଲରେ ହୋଇଥିବା ବେଳେ ଏଥର ରୋମରେ ହେବାକୁ ଥିବା ବୈଠକରେ ଯୋଗ ଦେବେ । ଜଳ ବାୟୁ ପରିବର୍ତ୍ତନକୁ ଅଧିକ ଫୋକସ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇବ ଭାରତ । କାଶ୍ମୀରରେ ହେଉଥିବା ଆତଙ୍କୀ ଗତିବିଧି ବନ୍ଦ କରିବାକୁ ବିଭିନ୍ନ ଦେଶର ସମର୍ଥନ ଲୋଡିବ ଭାରତ। ଏଥିସହ ଆଫଗାନସ୍ଥାନ ପ୍ରସଙ୍ଗରେ ମଧ୍ୟ ମତ ରଖିବେ ପ୍ରଧାନମନ୍ତ୍ରୀ।
୨ ଦିନିଆ ରହଣି କାଳରେ ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ରୋମ୍ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ଭାଟିକାନ ଯାଇ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଇଟାଲି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ମୋଦି ରୋମ୍ ଏବଂ ଭାଟିକାନା ଗସ୍ତ କରିଛନ୍ତି । ସେଠାରୁ ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ୟୁକେର ଗ୍ଲାସଗୋ ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲଡ ଲିଡର୍ସ ସମିଟ୍ ରେ ସାମିଲ ହେବେ । ବୈଠକରେ ୧୨୦ ରାଷ୍ଟ୍ରର ମୁଖ୍ୟ ଏବଂ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ । ସ୍ଥାନୀୟ ସମୟାନୁସାରେ, ସକାଳ ଟାରେ ବୈଠକ ଆରମ୍ଭ ହେବ । ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । ଖାଲି ସେତିିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।