Jayee Rajguru - The Sakala

ମହାନ ବିପ୍ଲବୀ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଜୟୀ ରାଜଗୁରୁଙ୍କ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଅଭୁଲା ପୃଷ୍ଠା। ସେ ଥିଲେ ଓଡ଼ିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ତଥା ଖୋର୍ଦ୍ଧାଗଡର ଦୁର୍ଦ୍ଧର୍ଷ ରକ୍ଷକ। ତାଙ୍କ ଗରିମା, ବୀରତ୍ଵ ଓ ଦେଶପ୍ରେମକୁ ଆଜି କେବଳ ତାଙ୍କ ଜନ୍ମମାଟି ନୁହେଁ ସାରା ଦେଶ ସଗର୍ବେ ସମ୍ମାନ ଦେଉଛି । ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବା ଅପେକ୍ଷା ଜନ୍ମମାଟି ପାଇଁ ହସି ହସି ପ୍ରାଣବଳି ଦେଇଥିଲେ । ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଇଂରେଜ ବିରୋଧୀ ଆନ୍ଦୋଳନରେ ଲଢି ପ୍ରାଣବଳି ଦେଇଥିଲେ। ସେ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦଦେବ ଦ୍ଵିତୀୟଙ୍କ ରାଜ ଦରବାରରେ ରାଜକୀୟ ରାଜଗୁରୁ (ପୂଜାରୀ) ହେବା ସହ ରାଜାଙ୍କ ସେନା ବାହିନୀର ମୁଖ୍ୟ ସେନାପତି ତଥା ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ।

୧୭୩୯ ମସିହା ଆଜିର ଦିନରେ ପୁରୀ ଜିଲ୍ଲା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଚାନ୍ଦ ରାଜଗୁରୁ ଓ ମାତା ହାରାମଣୀ ଦେବୀ। ପିଲାଟି ଦିନରୁ ଜୟକୃଷ୍ଣ ଥିଲେ ନିରୀକ ଏବଂ ସ୍ବାଧୀନଚେତା। ସେ ଜଣେ ମେଧାବୀ ଛାତ୍ରଥିଲେ। ବଂଶ ପରମ୍ପରା ଅନୁଯାୟୀ ରାଜ ପୁରୋହିତ ଥିବା ଜୟୀ ରାଜଗୁରୁ ଜ୍ଞାନୀ, ମାନୀ, ନାନା ଶାସ୍ତ୍ର ବିଶାରଦ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା,  ନିପୁଣ ଗୁଣଗ୍ରାହୀ ରୂପେ ପ୍ରସିଦ୍ଧ ହୋଇଥିଲେ। ତାଙ୍କର ଏପରି ଦକ୍ଷତା ଦେଖ୍ ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବା ପାଇଁ ଚେଷ୍ଟିତ ଥିଲେ। ଆୟୁର୍ବେଦ ଚିକିତ୍ସାଶାସ୍ତ୍ର ତଥା ବିଭିନ୍ନ ଧର୍ମଶାସ୍ତ୍ର ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ପୁରୀର ଗଜପତି ମହାରାଜା ଦ୍ଵିତୀୟ ଦିବ୍ୟସିଂହ ଦେବ ତାଙ୍କୁ ରାଜଗୁରୁ ଭାବେ ନିଯୁକ୍ତ କରିଥିଲେ। ଏହାପରଠାରୁ ସେ ଜୟ ରାଜଗୁରୁ ଭାବେ ପରିଚିତ ହେଲେ । ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ ଦ୍ବିତୀୟଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ।

ସେତେବଳେ ଇଂରେଜମାନେ ଓଡିଶା ଅଧିକାର କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ମରହଟ୍ଟାମାନଙ୍କୁ ଓଡିଶାରୁ ହଟାଇବା ଲାଗି ଖୋର୍ଦ୍ଧା ରାଜାଙ୍କ ସହାୟତା ଲୋଡିଥିଲେ। ଇଂରେଜ ସେନାଧ୍ୟକ୍ଷଙ୍କଠାରୁ ରାଜା ମୁକୁନ୍ଦଦେବଙ୍କୁ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା ଯେ, ଯୁଦ୍ଧରେ ସହାୟତା କଲେ ମରହଟ୍ଟାମାନେ ଛଡାଇ ନେଇଥିବା ଖୋର୍ଦ୍ଧାର ରାହାଙ୍ଗ, ସରାଇ, ଚବିଶକୁଦ ଓ ଲିମ୍ବାଇ ନାମକ ଚାରିଟି ମୂଲ୍ୟବାନ ପ୍ରଗଣା ସେମାନେ ଫେରିପାଇବେ । ରାଜା ଯୁଦ୍ଧରେ ଇଂରେଜମାନଙ୍କୁ ସହାୟତା କରିବା ସତ୍ତ୍ବେ ଇଂରେଜମାନେ ପ୍ରତିଶ୍ରୁତି ରକ୍ଷା କଲେ ନାହିଁ । ୧୮୦୪ରେ ଇଂରେଜମାନଙ୍କ ବିରୋଧରେ ରାଜା ଯୁଦ୍ଧ ଘୋଷଣା କରିଥିଲେ। ପରେ ରାଜା ଓ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା। ବିଚାର ସମୟରେ ନାବାଳକ ରାଜାଙ୍କୁ ବଞ୍ଚାଇବା ଲାଗି ଜୟ ରାଜଗୁରୁ ସମସ୍ତ ଦୋଷ ନିଜେ ସ୍ବୀକାର କରି ନେଇଥିଲେ। ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ଜୟୀ ରାଜଗୁରୁଙ୍କ ମୃତ୍ୟୁଦଣ୍ଡ ଥିଲା ଅତ୍ୟନ୍ତ କଠୋର ଓ ପୈଶାଚିକ । ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ଇଂରଜେମାନେ ତାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ ମେଦିନୀପୁର ନିକଟବର୍ତ୍ତୀ ବାଘିତୋଟାର ବରଗଛର ଦୁଇଟି ଡାଳକୁ ଭିଡିଆଣି ବିପ୍ଳବୀ ଜୟୀ ରାଜଗୁରୁଙ୍କ ହାତ ଗୋଡକୁ ଉଭୟ ଡାଳରେ ବାନ୍ଧି ଡାଳ ଦୁଇଟିକୁ ଛାଡି ଦିଆଗଲା। ଜୟୀ ରାଜଗୁରୁଙ୍କ ଶରୀର ଦୁଇଫାଳ ହୋଇଗଲା। ମଇ ବି ସେ ଅମର ହୋଇଗଲେ ଓଡ଼ିଆ ଜାତି ତାଙ୍କର ନିଜସ୍ବାର୍ଥ ତ୍ୟାଗକୁ ଭୁଲିନି କି ଭବିଷ୍ୟତରେ ଭୁଲିପାରିବନି ।

ସ୍ଵାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ, ବିପ୍ଲବୀ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କ ନିର୍ଭୀକ ସଂଗ୍ରାମୀ ଜୀବନ, ଅସାଧାରଣ ଦେଶପ୍ରେମ ଓ ଅସୀମ ତ୍ୟାଗ ଚିର ସ୍ମରଣୀୟ ହୋଇ ରହିବ। pic.twitter.com/jAwVlmaICS

— Naveen Patnaik (@Naveen_Odisha) October 29, 2021

ଆଜି ସେହି ମହାନ ବିପ୍ଲବୀ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟୀ ରାଜଗୁୁରୁଙ୍କ ନିର୍ଭୀକ ସଂଗ୍ରାମୀ ଜୀବନ, ଅସାଧାରଣ ଦେଶପ୍ରେମ ଓ ଅସୀମ ତ୍ୟାଗ ଚିର ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।