Karttika Month - The Sakala
ହିନ୍ଦୁମାନଙ୍କ ପାଇଁ କାର୍ତ୍ତିକ ମାସର ଅନେକ ମହତ୍ତ୍ବ ଅଛି। ଏହି ମାସରେ ଶ୍ରୀବିଷ୍ଣୁ, ମା’ଲକ୍ଷ୍ମୀ ଓ ତୁଳସୀଙ୍କ ପୂଜାର୍ଚ୍ଚନା ବିଶେଷ ଭାବେ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ପୌରାଣିକ କଥାନୁସାରେ, କାର୍ତ୍ତିକ ମାସରେ ଭଗବାନ ଶ୍ରୀବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି ଏବଂ ମା’ ଲକ୍ଷ୍ମୀ ଧରାପୃଷ୍ଠକୁ ଅବତରଣ କରିଥାନ୍ତି। ତେଣୁ ସମଗ୍ର ସୃଷ୍ଟିରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ତେଣୁ କାର୍ତ୍ତିକ ମାସରେ କିଛି ନୀତିନିୟମ ପାଳନ କରିବା ଉଚିତ, ଯଦ୍ଦ୍ବାରା ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ମାସରେ ଭୋରୁ ସ୍ନାନ, ଦାନ ଓ ପୂଜାର୍ଚ୍ଚନା କରିବା ଦ୍ବାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ।
କାର୍ତ୍ତିକ ମାସରେ ତୁଳସୀ ଗଛ ରୋପଣ, ପୂଜାର୍ଚ୍ଚନା ଓ ତୁଳସୀ ଜଳ ସେବନର ବିଶେଷ ମହତ୍ତ୍ବ ଅଛି। ଏଭଳି କରିବା ଦ୍ବାରା ବିବାହ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଥାଏ।
କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଆକାଶ ଦୀପ ପ୍ରଜ୍ବଳିତ କରିବାର ନିୟମ ରହିଛି। ଏହାଦ୍ବାରା ଶୁଭଫଳ ପ୍ରାପ୍ତ ହୋଇଥାଏ।
ଖଟ ପରିବର୍ତ୍ତେ ଭୂମି ଉପରେ ଶୋଇବା ହେଉଛି କାର୍ତ୍ତିକ ମାସର ଏକ ପ୍ରମୁଖ ନିୟମ। ଏଭଳି କରିବା ଦ୍ବାରା ମନରେ ସାତ୍ତ୍ବିକ ଭାବ ଜାଗ୍ରତ ହେବା ସହ ବିକାର ଦୂର ହୋଇଥାଏ।
କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବା ବର୍ଜିତ ଥାଏ। କେବଳ ଗୋଟିଏ ଦିନ ‘ନରକ ଚତୁର୍ଦ୍ଦଶୀ’ ଦିନ ତେଲ ଲଗାଇବାର ନିୟମ ରହିଛି।
ଏହି ମାସରେ ଦିନରେ ଶୋଇବା ମଧ୍ୟ ଉଚିତ ନୁହେଁ। ସାତ୍ତ୍ବିକ ଖାଦ୍ୟ ଖାଇବା ଉଚିତ।
ପ୍ରତିଦିନ ଲକ୍ଷ୍ମୀ-ନାରାୟଣଙ୍କ ପୂଜାର୍ଚ୍ଚନା କରିବା ସହିତ କାର୍ତ୍ତିକ ପୁରାଣ ପଢ଼ିବା ଉଚିତ।
ଆଜିଠୁ ମହା କାର୍ତ୍ତିକର ପଞ୍ଚକ ବ୍ରତ; ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ଆଜିଠୁ ଆରମ୍ଭ ହେଲା ମହା କାର୍ତ୍ତିକର ପଞ୍ଚୁକ ବ୍ରତ। ପଞ୍ଚକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଶୁକ୍ରବାର ହରି ଉତ୍‍ଥାପନ ଏକାଦଶୀ ରହିଛି। ଶ୍ରୀମନ୍ଦିରରେ ହରି ଉତ୍‍ଥାପନ ଏକାଦଶୀ ନୀତି ସମ୍ପନ୍ନ ହେବା ସହିତ ମହାପ୍ରଭୁଙ୍କର ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୫ରେ ବାଙ୍କଚୁଡ଼ ବା ବାମନ ବେଶ ଥିବାବେଳେ ଏହିଦିନ ଗରୁଡ଼ ଉତ୍‍ଥାପନ ନୀତି ରହିଛି। ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପଞ୍ଚକର ଶେଷ ଦିନ ଅର୍ଥାତ୍‍ ନଭେମ୍ବର ୮ରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। କାର୍ତ୍ତିକର ଶେଷ ପାଞ୍ଚଦିନକୁ ପଞ୍ଚୁକ କୁହାଯାଏ, ଯାହା ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଦୀର୍ଘ ୨୫ ଦିନ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧାଦାମୋଦର ବେଶର ଗୁରୁବାର ଥିଲା ଶେଷ ଦିନ।
ତେବେ ପଞ୍ଚୁକ ପାଞ୍ଚଦିନ ଭିନ୍ନ ଭିନ୍ନ ବେଶରେ ସଜେଇ ହେବେ ମହାପ୍ରଭୁ। ପ୍ରଥମ ଦିନ ଅର୍ଥାତ୍‍ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ପରେ ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ ହୋଇଥାଏ। ଏହି ବେଶ ଥାଇ ଠାକୁରମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ସମ୍ପନ୍ନ ହେବ। ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହଙ୍କୁ ବେଶ କରିବେ। କାର୍ତ୍ତିକ ମାସରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବାବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଓ କେତେକ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି। ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ। ଏତଦବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ୱରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ।