Mahanadi River - The Sakala
ମହାନଦୀକୁ ଡେଇଁଲେ ୨ ନାବାଳିକା, ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚଢେଇପାଙ୍କ ଗାଁ ନିକଟରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାନଦୀ ଗର୍ଭକୁ ଡେଇଁ ପଡ଼ିଥିବା ୨ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, କୌଣସି ଅଜ୍ଞାତ କାରଣ ବଶତଃ ଉଭୟ ନାବାଳିକା ନଦୀକୁ ଡେଇଁ ପଡ଼ିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଏକ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଏକ ତ୍ୱରିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଉଭୟଙ୍କୁ ନଦୀରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।
ଉଦ୍ଧାର ପରେ ଉଭୟ ନାବାଳିକାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଅନ୍ୟପଟେ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସେମାନେ କେଉଁ ପରିସ୍ଥିତିରେ ଏବଂ କାହିଁକି ନଦୀକୁ ଡେଇଁବା ଭଳି ଚରମ ନିଷ୍ପତ୍ତି ନେଲେ, ସେ ନେଇ ପୋଲିସ ଏକ ତଦନ୍ତ ଆରମ୍ଭ କରିଛି।
ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍: ମୋଟ ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଜି ଆଉ ୨ଟି ଗେଟ୍ ଖୋଲିଛନ୍ତି। ଫଳରେ ବର୍ତ୍ତମାନ ମୋଟ୍ ୧୭ଟି ଗେଟ୍ ଦେଇ ଜଳାଶୟରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମର ବାମ ପାର୍ଶ୍ୱରେ ଥିବା ୧୧ଟି ଗେଟ୍ ଏବଂ ଡାହାଣ ପାର୍ଶ୍ୱରେ ଥିବା ୬ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି। ପୂର୍ବରୁ ବନ୍ୟାଜଳ ନିଷ୍କାସନ ପାଇଁ ୧୫ଟି ଗେଟ୍ ଖୋଲାଯାଇଥିଲା।
ନଦୀବନ୍ଧର ତଳମୁଣ୍ଡରେ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡ଼ିକୁ ଖୋଲାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ହୀରାକୁଦ ଜଳାଶୟର ଜଳସ୍ତର ଏବେ ୬୨୦.୧୭ ଫୁଟ୍ ରହିଛି। ବର୍ତ୍ତମାନ ଜଳାଶୟ ମଧ୍ୟକୁ ପ୍ରତି ସେକେଣ୍ଡରେ ୩,୭୭,୦୮୧ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ସେହି ସମୟରେ ୨,୬୮,୮୮୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ହୀରାକୁଦ ଜଳଭଣ୍ଡାରରୁ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ଭୁବନେଶ୍ୱର: ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଅତିରିକ୍ତ ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରର ୧୩ଟି ଗେଟ୍ ଖୋଲା ରହିଛି । ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବାମ ପାର୍ଶ୍ୱରୁ ୯ଟି ଗେଟ୍ ଏବଂ ଡାହାଣ ପାର୍ଶ୍ୱରୁ ୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୧ ଫୁଟ୍ ରହିଛି।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୯୦,୭୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨,୩୮,୫୦୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଡ୍ୟାମ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଉପରମୁଣ୍ଡରୁ ଆସୁଥିବା ଜଳ ଏବଂ ତଳମୁଣ୍ଡର ପରିସ୍ଥିତିକୁ ଭିତ୍ତି କରି ଏହି ଜଳ ନିଷ୍କାସନକୁ ନିୟନ୍ତ୍ରଣ କରାଯାଉଛି।
ଆଜି ରାତିରେ ପୁଣି ବଢିପାରେ ମହାନଦୀ ଜଳସ୍ତର, ହୀରାକୁଦରୁ ୨୨ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
ଭୁବନେଶ୍ୱର: କମୁଛି ମହାନଦୀର ଜଳସ୍ତର । ସକାଳୁ ମୁଣ୍ଡଳୀ ଠାରେ ୭ ଲକ୍ଷ ୨୦ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଇଥିବା ବେଳେ ଆଜି ରାତିରେ ପୁଣି ମହାନଦୀ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗତକାଲି ପର୍ଯ୍ୟାୟ କ୍ରମେ ୨୦ ଟି ଗେଟ ଖୋଲାଯାଇଥିବା ବେଳେ ମୋଟ ୨୨ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ପାଖାପାଖି ୩ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହା ମୁଣ୍ଡଳୀ ଠାରେ ପହଁଚିଲେ ମହାନଦୀର ଜଳସ୍ତର ଆହୁରି ଅଧିକ ହେବାର ଆଶଙ୍କା ରହିଛି ।
ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ତଳମୁଣ୍ଡରେ ଥିବା ଗେଜ୍ ଷ୍ଟେସନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ନଦୀର ତଳମୁଣ୍ଡ ଏବଂ ଶାଖା ନଦୀ କୂଳରେ ଥିବା ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଡ୍ୟାମ୍ କର୍ତ୍ତୃପକ୍ଷ କ୍ୟାଚମେଣ୍ଟ ଏରିଆରେ ବର୍ଷାର ପରିମାଣ ଓ ଜଳପ୍ରବାହ ଉପରେ ନିରନ୍ତର ନଜର ରଖି ଗେଟ୍ ପରିଚାଳନା କରୁଛନ୍ତି।
ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ଦ୍ଧିତ ଜଳସ୍ତର ଏବଂ ଇନଫ୍ଲୋକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୋଟ ୨୨ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସର୍ବଶେଷ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୪୭ ଫୁଟରେ ପହଞ୍ଚିଛି ଏବଂ ଏହା ଉପରମୁହାଁ ରହିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବର୍ତ୍ତମାନ ଜଳଭଣ୍ଡାର ଭିତରକୁ ହାରାହାରି ୪,୧୫,୦୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବାହାରକୁ ହାରାହାରି ୩,୮୯,୬୦୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।
ମୋଟ ନିଷ୍କାସିତ ଜଳ ମଧ୍ୟରୁ ସ୍ପିଲ୍‌ୱେ ଦେଇ ସର୍ବାଧିକ ୩,୫୪,୦୦୨ କ୍ୟୁସେକ୍ ଜଳ ଛଡ଼ାଯାଉଛି। ସେହିପରି ପାୱାର୍ ଚ୍ୟାନେଲ୍ ଦେଇ ୩୧,୭୫୯ କ୍ୟୁସେକ୍, ଶିଳ୍ପ ବ୍ୟବହାର ପାଇଁ ୨୪୭ କ୍ୟୁସେକ୍ ଏବଂ ବିଭିନ୍ନ କେନାଲ୍ (ମୁଖ୍ୟତଃ ବିଏମ୍‌ସି, ଏସ୍‌ଏମ୍‌ସି ଏବଂ ଏସ୍‌ବିପି) ଦେଇ ୩,୫୯୫ କ୍ୟୁସେକ୍ ଜଳ ଛଡ଼ାଯାଉଛି।
ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ସଂଧ୍ୟା ସୁଦ୍ଧା ହୀରାକୁଦ ଖୋଲିପାରେ ଅଧିକ ଗେଟ୍, ୪ଟି ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ସନ୍ଧ୍ୟା ସୁଦ୍ଧା ହୀରାକୁଦର ମୋଟ୍ ୨୨ ଗେଟ୍ ଖୋଲିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେଥିପାଇଁ କଟକ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପୂର୍ବାନୁମାନ ଠାରୁ ଅଧିକ ଆଲର୍ଟ ରହିବା ପାଇଁ କୁହାଯାଇଛି । ଏବେ ହୀରାକୁଦରେ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୧୦ ଫୁଟ ରହିଛି । ମହାନଦୀ ଅବବାହିକା ଜିଲ୍ଲା ଗୁଡିକୁ ସତର୍କ ରହିବାକୁ କୁହାଯାଇଛି।
ଓଡ଼ିଶାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକ ଭଳି ୪ଟି ଜିଲ୍ଲାକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇ ହାଇଆଲର୍ଟ ଜାରି କରାଯାଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୭୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ସମୀକ୍ଷା ପରେ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟାରେ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଆଉ ୧୫ଟି ଜିଲ୍ଲା ବିପଦମୁକ୍ତ ଅଛନ୍ତି। ୧୫ଟି ଜିଲ୍ଲାର ୫୭ଟି ବ୍ଲକ୍‌ର ୪୪୬ ପଞ୍ଚାୟତ, ୧୩୬୨ ଗାଁ ଓ ୧୧ ପୌରାଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ମୋଟ୍‌ ୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୬୮ ହଜାର ୯୪୩ ଜଣ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବନ୍ୟା ଯୋଗୁ ୨୧ ହଜାର ୩୮୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୦୦ଟି ଘର ଭାଙ୍ଗିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୬୪୭ଟି ରିଲିଫ୍‌ ସେଣ୍ଟର ଖୋଲାଯାଇଛି।
ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ଟି ଗେଟ୍‌, ମୋଟ୍ ୧୨ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସନ ଜାରି
ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଶୁକ୍ରବାର ଦିନ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ୧୦ଟି ଗେଟ୍ ଖୋଲିଛନ୍ତି। ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ଜଳଭଣ୍ଡାରରେ ଜଳସ୍ତର ନିରନ୍ତର ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାରର ଜଲସ୍ତର ୬୨୪ ଫୁଟ ହୋଇ ସାରିଲାଣି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୮୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ , ମାତ୍ର ୧ ଲକ୍ଷ ୮୦ ହଜ଼ାର କ୍ୟୁସେକ ଜଳ ଜଲଭଣ୍ଡାରରୁ ମହାନଦୀକୁ ନିଷ୍କାସନ କରାଯାଉଛି । ଜଳ ପ୍ରବେଶ ସ୍ଥିତିକୁ ଦୃଷ୍ଟିରେ ରଖି ଦିନ ୨ଟା ପରେ ଆହୁରି ଅଧିକ ଗେଟ୍ ଖୋଲିବାର ସମ୍ଭାବନା ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯ ଲକ୍ଷ କ୍ୟୁସେକ୍ ମଧ୍ୟରେ ପହଞ୍ଚିବା ପରେ ପ୍ରଶାସନ ସତର୍କତା ବଢ଼ାଇଛି ।
ବନ୍ୟା ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନକୁ ସତର୍କ କରାଇ ଦିଆଯାଇଛି। ମହାନଦୀ କୂଳ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ନଦୀ କୂଳକୁ ନଯିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।
ହୀରାକୁଦରୁ ଛାଡ଼ିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୪ଟି ଗେଟ୍
ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମ ପର୍ଯ୍ୟାୟରେ ଡ୍ୟାମ୍‌ର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ମହାନଦୀକୁ ବନ୍ୟା ଜଳ ଛଡ଼ାଯାଇଛି। ଆଗକୁ ଜଳପ୍ରବାହ ବଢ଼ିଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବଢ଼ୁଛି ଜଳଭଣ୍ଡାରର ଜଳସ୍ତର
ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବ୍ୟାପକ ମାତ୍ରାରେ ଜଳ ପ୍ରବେଶ କରୁଛି। ଗୁରୁବାର ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୪.୬୫ ଫୁଟ୍ରେ ପହଞ୍ଚିଥିଲା। ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୧,୬୪,୦୦୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ଗେଟ୍ ଖୋଲିବା ପୂର୍ବରୁ ମାତ୍ର ୨୭,୫୯୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିଲା। ୪ଟି ଗେଟ୍ ଖୋଲିବା ପରେ ମହାନଦୀକୁ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବାର ଲକ୍ଷ୍ୟ ରଖାଯାଇଛି। ଜଳ ପରିଚାଳନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।
ତଳିଆ ଅଞ୍ଚଳ ଓ ନଦୀକୂଳିଆ ଲୋକଙ୍କ ପାଇଁ ସତର୍କ ସୂଚନା
ବନ୍ୟା ଜଳ ନିଷ୍କାସନ କାରଣରୁ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଥିପାଇଁ ମହାନଦୀ ଅବବାହିକାରେ ଆସୁଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇ ଦିଆଯାଇଛି। ବିଶେଷ କରି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ନଦୀ କୂଳକୁ ଯିବା ଏବଂ ସେଲ୍‌ଫି କିମ୍ବା ଭିଡିଓ କରିବା ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳକୁ 'ନୋ-ଫ୍ଲାଇଂ ଜୋନ୍' (No-Flying Zone) ଘୋଷଣା କରାଯାଇଛି। ନଦୀକୂଳିଆ ବାସିନ୍ଦାଙ୍କୁ ନଦୀଗର୍ଭକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ: ହୀରାକୁଦକୁ ଆସୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗର ନଜର
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ। ତେବେ ମହାନଦୀ ଅବବାହିକା ଏବଂ ହୀରାକୁଦ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ (ଇଞ୍ଜିନିୟର-ଇନ୍-ଚିଫ୍) ଦିଲ୍ଲୀପ କୁମାର ରାଉତ ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଯେ, ମଙ୍ଗଳବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 606.12 ଫୁଟ୍ ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୩ ରୁ ୪ ଫୁଟ୍ କମ୍ ଅଟେ। ବର୍ତ୍ତମାନ ଜଳଭଣ୍ଡାରରେ ପ୍ରାୟ ୨୬ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଛତିଶଗଡ଼ର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦକୁ ପ୍ରାୟ 1.8 ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ସୁଦ୍ଧା ଏହି ପ୍ରବାହ ବୃଦ୍ଧି ପାଇ 2.5 ଲକ୍ଷ କ୍ୟୁସେକ୍ ଛୁଇଁବାର ସମ୍ଭାବନା ରହିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍‌ର ୨ ରୁ ୩ଟି ଗେଟ୍ ଖୋଲିବା ପାଇଁ ବିଭାଗ ବିଚାର କରୁଛି ଏବଂ ଏକ ସମୀକ୍ଷା ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ମୁଣ୍ଡଳୀ ବ୍ୟାରେଜ୍ ଦେଇ ବର୍ତ୍ତମାନ 3.26 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା 4.5 ଲକ୍ଷ କ୍ୟୁସେକ୍ କୁ ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ତେବେ ମହାନଦୀରେ ଜଳ ପ୍ରବାହ 5 ଲକ୍ଷ କ୍ୟୁସେକ୍ ତଳେ ରହିବାର ସମ୍ଭାବନା ଥିବାରୁ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ଅନ୍ୟପକ୍ଷରେ ଆଖୁଆପଦା ଠାରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ଏବଂ ଏହା 17.33 ଫୁଟ୍ ରେକର୍ଡ କରାଯାଇଛି। ରାଜ୍ୟର ସମସ୍ତ ନଦୀର ଜଳସ୍ତର ଏବଂ ବର୍ଷାର ସ୍ଥିତି ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।
ମହାନଦୀରେ କୁମ୍ଭୀର ଆତଙ୍କ, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ
ବାଙ୍କୀ: ମୁଣ୍ଡଳୀ ନିକଟସ୍ଥ ମହାନଦୀରେ କୁମ୍ଭୀର ଆତଙ୍କ, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ । ସକାଳୁ ମହାନଦୀକୁ ଗାଧୋଇବାକୁ ଯିବା ସମୟରେ ମହାନଦୀ ପଠାରେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କୁମ୍ଭୀରଟିର ଲମ୍ବ ପ୍ରାୟ ୧୦ ରୁ ୧୨ ଫୁଟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଭୟରେ ନଦୀକୁ ଗାଧୋଇବାକୁ ଯାଉ ନାହାଁନ୍ତି ଳୋକେ । ସେପଟେ କୁମ୍ଭୀର ଦେଖିବାକୁ ମୁଣ୍ଡଳୀ ବ୍ରିଜରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି  ।
ଭୁବନେଶ୍ୱର: ମହାନଦୀ ଜଳଧାରକୁ ରୋକି ଛତିଶଗଡ଼ ବ୍ୟାରେଜ, ଆନିକଟ ଓ ଜଳଭଣ୍ଡାର ନିର୍ମାଣ କରୁଛି। କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ର ସରକାର, ବିବାଦର ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲ ସବୁ ଦେଖି ବି ଚୁପ୍‌ ରହୁଛନ୍ତି। ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଚାହିଁ ଚାହିଁ ଓଡ଼ିଶା ଜଳକା ହେଲାଣି, ମହାନଦୀ ଜଳଧାର କ୍ଷୀଣ ହେଲାଣି; ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଟ୍ରିବ୍ୟୁନାଲର ପୂର୍ବ ଅଧ୍ୟକ୍ଷଙ୍କ ସମୟରେ ଓଡ଼ିଶାକୁ ନ୍ୟାୟ ମିଳିଲା ନାହିଁ। ନୂଆ ଅଧ୍ୟକ୍ଷ ରୂପେ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀ ନିଯୁକ୍ତି ପାଇବା ପରେ ଶୁଣାଣି ତ୍ୱରାନ୍ୱିତ ହୋଇ ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଥିଲା, ମାତ୍ର ତାହା ମଧ୍ୟ ସମ୍ଭବ ହୋଇ ପାରିଲା ନାହିଁ। ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ୪ ମାସ ପୂରିବାକୁ ବସିଥିଲେ ମଧ୍ୟ ଗୋଟିଏ ବି ଶୁଣାଣି ହୋଇ ପାରିଲା ନାହିଁ। ୪ ମାସ ପୂର୍ବରୁ ସ୍ଥିତି ଯାହା ଥିଲା, ଏବେ ବି ବିବାଦର ସ୍ଥିତି ସେଇଆ ରହିଛି। କୌଣସି ମଧ୍ୟବର୍ତ୍ତୀକାଳୀନ ରାୟ ନ ଆସିବା ଫଳରେ ମହାନଦୀର ଭାଗ୍ୟ ଓ ଭବିଷ୍ୟତ କ୍ରମଶଃ ଅନ୍ଧକାର ଆଡ଼କୁ ଟାଣି ହୋଇଯାଉଛି।
ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ବିବାଦର ତ୍ୱରିତ୍‌ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଥିଲା। ମାତ୍ର ଗତ ୧୦ ମାସ ମଧ୍ୟରେ ମହାନଦୀ ପ୍ରସଙ୍ଗରେ ସେପରି କିଛି ଉଲ୍ଲେଖନୀୟ ଅଗ୍ରଗତି ଘଟିନାହିଁ। ଗତ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମହାନଦୀ ଜଳ ବିବାଦ ମାମଲା ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଥିଲା। ବୈଠକରେ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଶାନ୍ତିପୂର୍ଣ୍ଣ ସମାଧାନ ରାସ୍ତା ବାହାର କରିବାକୁ ଏକମତ ମଧ୍ୟ ହୋଇଥିଲେ। ମାତ୍ର ଏ ସମ୍ପର୍କରେ ଏଯାଏ ମଧ୍ୟ କୌଣସି ଅଗ୍ରଗତି ହୋଇ ପାରିଲା ନାହିଁ।
ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ସମାଧାନ ସମ୍ଭବ କି ନୁହେଁ ତାହା ଭିନ୍ନ କଥା। ମାତ୍ର କୌଣସି ଟ୍ରିବ୍ୟୁନାଲ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ କରିଥିବାର ନଜିର ନାହିଁ। ଏହି ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲ କେବଳ ସମୟ ଗଡ଼ାଇବା ପାଇଁ ଏକ ମାଧ୍ୟମ ବୋଲି ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଗତ ଡିସେମ୍ବର ୧୩ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ନିଯୁକ୍ତି ପୂର୍ବରୁ ୯ ମାସ ଧରି ଏହି ପଦବୀ ଖାଲି ପଡ଼ିଥିଲା। ବିଭିନ୍ନ ମହଲରେ ଏେନେଇ କ୍ଷୋଭ ପ୍ରକାଶ ପାଇବା ପରେ ଶେଷରେ ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି। ମାତ୍ର ଏହା ପରେ ମଧ୍ୟ ଟ୍ରିବ୍ୟୁନାଲ ମହାନଦୀ ବିବାଦ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିବା ରାଜ୍ୟବାସୀଙ୍କୁ ବିବ୍ରତ କରିଛି। ୨୦୧୮ ମସିହାରେ ଟ୍ରିବ୍ୟୁନାଲ ଗଠନ ହେବା ପରେ ମହାନଦୀ ମାମଲା ଯେପରି ଲମ୍ବିତ ହେବାରେ ଲାଗିଛି, ତାହାକୁ ନେଇ ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଇତିମଧ୍ୟରେ ମୋଟ ୩୬ଟି ଶୁଣାଣି ସରିଥିବା ବେଳେ ଟ୍ରିବ୍ୟୁନାଲ କୌଣସି ଅନ୍ତରୀଣ ଆଦେଶ ଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ଏପରିସ୍ଥଳେ ରାଜ୍ୟରେ ନୂଆ ସରକାର ଏବଂ ନୂଆ ଅଧ୍ୟକ୍ଷଙ୍କଠାରୁ ଢେର ଆଶା ରଖାଯାଇଥିଲା। ମାତ୍ର ଉଭୟେ ଏନେଇ ତତ୍ପରତା ପ୍ରକାଶ ନକରିବା ଏବଂ ବିବାଦର ସମାଧାନ କେବଳ ଆଲୋଚନାରେ ସୀମିତ ରହିବା ମହାନଦୀର ଭାଗ୍ୟକୁ ଆହୁରି ଅନ୍ଧାରକୁ କ୍ରମଶଃ ଠେଲି ଦେଉଛି।
ମହାନଦୀ ବଞ୍ଚାଅ, ଓଡ଼ିଶା ବଞ୍ଚାଅ ଅଭିଯାନର ଆବାହାକ ସୁଦର୍ଶନ ଛୋଟରାୟ କହିଛନ୍ତି ଯେ ମହାନଦୀ ଜଳବିବାଦ ମାମଲାରେ କେନ୍ଦ୍ର ସରକାର ଆରମ୍ଭରୁ ନିଜ ଦାୟିତ୍ୱ ନିର୍ବାହ କରିନାହାନ୍ତି। ଯାହାଫଳରେ ବିଗତ କିଛି ବର୍ଷ ଧରି ଓଡ଼ିଶା ପ୍ରବଳ କ୍ଷତି ସହି ଆସୁଛି। ଟ୍ରିବ୍ୟୁନାଲରେ ତାରିଖ ପରେ ତାରିଖ ଗଡ଼ି ଚାଲିଥିବା ବେଳେ ଗତ ମାସରେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଗଲା। ଉଭୟ ରାଜ୍ୟରେ ପୂର୍ବରୁ ଟ୍ରୁିବ୍ୟୁନାଲ ସରଜମିନ୍‌ ତଦନ୍ତ କରିସାରିଛନ୍ତି। ତେଣୁ ନୂଆ ଅଧ୍ୟକ୍ଷ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରି ତୁରନ୍ତ ରାୟ ପ୍ରଦାନର ଆବଶ୍ୟକତା ରହିଛି। ମାତ୍ର ଏନେଇ ଟ୍ରିବ୍ୟୁନାଲ ନିରବ ରହିବା ଦୁର୍ଭାଗ୍ୟଜନକ । ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ, ଜୀବୀକା ବଞ୍ଚାଅ ଅଭିଯାନ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ ସମେତ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ଖୁବଶୀଘ୍ର ସ୍ମାରକପତ୍ର ପ୍ରଦାନ କରିିବ। ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡକୁ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରାଯିବ। ମହାନଦୀର ସ୍ୱାର୍ଥ ସହ ଆଦୌ ସାଲିସ୍‌ କରାଯିବ ନାହିଁ ବୋଲି ଅଭିଯାନର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି।
କମୁଛି ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା, ମରୁଭୂମି ପାଲଟି ଗଲାଣି ମହାନଦୀ..
ଭୁବନେଶ୍ବର: ଲଗାତାର କମୁଛି ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା। ଛତିଶଗଡର ମନମୁଖୀ ପାଇଁ ମରୁଭୂମି ପାଲଟି ଗଲାଣି ଓଡ଼ିଶାର ଜୀବନ ରେଖା ମହାନଦୀ।  ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୬୮୬ ଘନଫୁଟ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ହୀରାକୁଦ ପାଇଁ ୧୦ ହଜାର ଘନଫୁଟ ଜଳ ଆବଶ୍ୟକ ଥିବାବେଳେ ମାତ୍ର ୫୦୦ ରୁ ୬୦୦ ଘନଫୁଟ ପାଣି ଆସୁଛି। ଯାହାକୁ ନେଇ ଚିନ୍ତାରେ ନଈ କୂଳିଆ। ସେପଟେ ବର୍ତ୍ତମାନ ଚାଷ କାମ ପାଇଁ ୪୫୦୦ ଘନଫୁଟ ଓ  ବିଦ୍ୟୁତ୍ ଉତ୍ପାଦନ ପାଇଁ ୫୦୦୦ ଘନଫୁଟ ଆବଶ୍ୟକ ରହିଛି। ଏହି ପରିସ୍ଥିତିରେ ଛତିଶଗଡ କାହିଁକି ପାଣି ଛାଡୁନି ବୋଲି ସବୁଠି ଚର୍ଚ୍ଚା ହେଲାଣି। ସବୁଠାରୁ ବଡ଼କଥା ହେଲା ମହାନଦୀ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ପରେ ମଧ୍ୟ ପାଣି ଛାଡୁନି ଛତିଶଗଡ଼। କିନ୍ତୁ କାହିଁକି ରାଜ୍ୟ ସରକାର ଚୁପ୍ ବୋଲି ଲୋକେ ପ୍ରଶ୍ନ କଲେଣି।
ଫୁଲୁଛି ମହାନଦୀ, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସଆରସି
ଭୁବନେଶ୍ବର: ଫୁଲୁଛି ମହାନଦୀ। ଲଗାଣ ବର୍ଷା ହେବା ଫଳରେ ଧୀରେଧୀରେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ବଢିବା ଯୋଗୁଁ ତିଗିରିଆ ସୋମପଡାରୁ ଖଣ୍ଡହତା ଗାଁକୁ ଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ବାଙ୍କିର ହୁଳୁହୁଳା ପୋଲ ଦେଇ ମହାନଦୀର ବନ୍ୟାଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି।
ଆଜି ସକାଳ ୮ଟା ସୁଦ୍ଧା ମହାନଦୀ ନଦୀରେ ୫.୭୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସମ୍ବଲପୁର, ସୋନେପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ବିଶେଷ ଧ୍ୟାନ ଦିଆଯିବ। କିଛି ଗାଁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ସମ୍ଭାବନା ରହିଛି। ଯେକୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ପଶିଥିବା ରାସ୍ତା ଓ ପୋଲ ଉପରୋ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।