delivers-baby - The Sakala

୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ଜନ୍ମ କଲେ ଶିଶୁ
ନୂଆଦିଲ୍ଲୀ: ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ତାଙ୍କ ଘରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଏହି ଘଟଣାଟି କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି । ୧୭ ବର୍ଷର ଝିଅଟି ଅକ୍ଟୋବର ୨୦ରେ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି। ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନ ଥିବା ଜଣାପଡ଼ିଛି। ଶିଶୁଟି ଜନ୍ମ ହେବାର ତିନି ଦିନ ପରେ ହିଁ ଯୁବତୀଙ୍କ ମାଆ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। କାରଣ ପ୍ରସବ ପରେ ଯୁବତୀଙ୍କଠାରେ ସଂକ୍ରମଣ ଜନିତ ସମସ୍ୟା ଦେଖାଯାଇଥିଲା ଏବଂ ଶିଶୁଟି କାନ୍ଦ ମଧ୍ଯ ଶୁଣିବାକୁ ପାଇଥିଲେ।

ପୋକ୍ସୋ ନିୟମ ଅନୁଯାୟୀ ଅଭିଯୁକ୍ତ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମାଆ ଏବଂ ଶିଶୁଙ୍କୁ ମଞ୍ଜେରୀସ୍ଥିତ ସରକାରୀ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଅଛନ୍ତି।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ,ସେ ପ୍ରସବ ସମୟରେ କୌଣସି ବାହ୍ୟ ସହାୟତା ନେଇ ନ ଥିଲେ। ଅକ୍ଟୋବର ୨୨ ରେ ଶିଶୁଟିର କାନ୍ଦ ଶୁଣି ଝିଅର ପିତାମାତା ଜାଣିବାକୁ ପାଇଥିଲେ। ଝିଅଟି ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରେ। ତାଙ୍କ ପିତାମାତା ଦୃଷ୍ଟିହୀନ କାରଣରୁ ସେମାନେ ମଧ୍ଯ ଜାଣି ପାରି ନ ଥିଲେ ଯେ ପିଲାଟି ଗର୍ଭବତୀ ଅଛି। ଝିଅ ଏବଂ ୨୧  ବର୍ଷ ବୟସ୍କ ପୁରୁଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ସମୟ ପାଇଁ ଚାଲିଥିଲା ​​। ଝିଅଟିର ବୟସ ୧୮ ବର୍ଷ ହେବା ପରେ ଉଭୟ ବିବାହ କରିବାକୁ ଯୋଜନା କରିଥିଲେ।