winter in odisha 2021 - The Sakala

କାଲିଠୁ ବଢ଼ିବ ଶିତ, ୫ପରେ ଆହୁରି ଖସିବ ପାରଦ
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ହାଲୁକା ଶୀତ ଅନୁଭୂତ ହୋଇଛି। ଆଗକୁ ଏହି ଶୀତ ବୃଦ୍ଧି ପାଇବ। ଆସନ୍ତା ଶୁକ୍ରବାର ପରେ ତାପମାତ୍ରାରେ ପରିବର୍ତ୍ତନ ଆସିବା ସହିତ ବିଭିନ୍ନ ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ। ଏହାପରେ ଶୀତ – ଆହୁରି ବଢ଼ିବା ୫ ତାରିଖ ପରେ ପୁଣି ତାପମାତ୍ରା ହ୍ରାସ ହେତୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି।

ଅନ୍ୟପଟେ ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ସିଧାସଳଖ ରାଜ୍ୟ ଉପରେ ରହୁନାହିଁ । ତେଣୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର୍ ବିଶ୍ଵାସ କହିଛନ୍ତି।  ଅକ୍ଟୋବର ୨୯ ରୁ ନଭେମ୍ବର ୨ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨-୩  ଡିଗ୍ରୀ ସେଲ୍‌ସିୟସ କମିପାରେ ।  ଏହାର ତିନି ପର୍ଯ୍ୟନ୍ତ ବାୟୁରୁ ଉତ୍ତର ଭାରତକୁ ଯିବା ଯୋଗୁଁ  ତାପମାତ୍ରା ହ୍ରାସ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ କହିଛନ୍ତି ଯେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ବାରା ତାମିଲନାଡୁ ଓ କେରଳରେ ଭାରୀ ବର୍ଷା ହେବ । ଏହାର ପ୍ରଭାବରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମେଘୁଆ ସହିତ ହାଲୁକା ବର୍ଷା ହୋଇପାରେ। ଥାଇଲାଣ୍ଡରେ ସମ୍ଭାବ୍ୟ ଲଘୁଚାପ ନଭେମ୍ବର ୨ ତାରିଖରେ ଦୁର୍ବଳ ହୋଇଯିବ। କିନ୍ତୁ ଏହା ଲଘୁଚାପ ବଳୟ ହିସାବରେ ବଙ୍ଗୋପସାଗର ବିସ୍ତୃତ ହେବା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରିବ । ଏହା ଦ୍ବାରା ତାମିଲନାଡୁ ଓ ସଂଲଗ୍ନ ଅନ୍ଧ୍ର ଉପକୂଳରେ ଭାରୀ ବର୍ଷା ହୋଇପାରେ। ଏହାର ପ୍ରଭାବରେ ନଭେମ୍ବର ୪ ଓ ୫ରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ହୋଇପାରେ।  ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ସ୍ଵଳ୍ପ ବର୍ଷା ହେବ ।