Ward will be reorganized based on the 2011 census - The Sakala

୨୦୧୧ ଜନଗଣନା ଆଧାରରେ ହେବ ୱାର୍ଡ ପୁନର୍ଗଠନ, ବିଏମ୍‍ସିରେ ଯୋଡ଼ିହେବ ୨-୩ ୱାର୍ଡ
ଭୁବନେଶ୍ୱର : ଆସନ୍ତା ପୌର ନିର୍ବାଚନରେ ବିଏମ୍‍ସି ଅଞ୍ଚଳରେ ୱାର୍ଡସଂଖ୍ୟା ବୃଦ୍ଧି ପାଇବ। ଭୁବନେଶ୍ୱରରେ ଆଉ ୨-୩ ଟି ନୂଆ ୱାର୍ଡ ସୃଷ୍ଟି ହେବାକୁ ଥିବା ବେଳେ ଆସନ୍ତା ନିର୍ବାଚନରେ ୱାର୍ଡ ସଂଖ୍ୟା ୬୭ରୁ ଉପରକୁ ବଢ଼଼ିବ। ୨୦୧୪ ପୌର ନିର୍ବାଚନ ପରେ ବିଏମ୍‍ସି ଅଞ୍ଚଳରେ ମିଶିଥିବା ପାତ୍ରପଡ଼ା, ଭଗବାନପୁର, ସୁବୁଦ୍ଧିପୁୁର, ପାଇକରାପୁର ଓ ଶଙ୍କରପୁର ଅଞ୍ଚଳବାସୀ ପ୍ରଥମଥର ପାଇଁ ମହାନଗର ଭୋଟ୍‍ରେ ସାମିଲ୍‍ ହେବେ। ଏହି ମୌଜାଗୁଡ଼ିକୁ ମିଶାଇ ପ୍ରଥମେ ୱାର୍ଡ ପୁନର୍ଗଠନ କରାଯିବ ଓ ଏହି ଅଞ୍ଚଳର ଲୋକେ ନିଜର ୱାର୍ଡ ନମ୍ବର ମଧ୍ୟ ପାଇବେ। ସେହିପରି ନିକଟରେ ବିଏମ୍‍ସିରେ ମିଶିଥିବା କଳାରାହାଙ୍ଗ ପାଇଁ ମଧ୍ୟ ସମାନ ପ୍ରକ୍ରିୟା ଗ୍ରହଣ କରାଯିବ। ଗତ ୨୦୧୪ ପୌର ନିର୍ବାଚନ ପରେ ପରେ ଉପରୋକ୍ତ ୫ଟି ମୌଜା ବିଏମ୍‍ସିରେ ମଶିଥିଲେ ମଧ୍ୟ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ୱାର୍ଡରେ ଗଣତି ହେଉନାହାନ୍ତି। କିନ୍ତୁ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

ନିର୍ବାଚନ ପ୍ରକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପୌର ସଂସ୍ଥାଗୁଡ଼ିକ ନିର୍ବାଚିତ ପ୍ରତିନିଧିଙ୍କ ବିନା ଚାଲିଥିଲା। ଏହି କ୍ରମରେ ରାଜ୍ୟର ସବୁଠାର ବଡ଼ ମହାନଗର ନିଗମ ଭାବେ ବିଏମ୍‍ସିରେ ମଧ୍ୟ ଏହି ସ୍ଥିତି ଲାଗି ରହିଛି। ତେବେ ସୋମବାରଠାରୁ ନିର୍ବାଚନ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯିବା ପରେ ବିଏମ୍‍ସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ସ୍ଥାନ ସଂରକ୍ଷଣ କାମ ଆରମ୍ଭ ହୋଇଯାଇଛି। ବିଏମ୍‍ସିର ନିର୍ବାଚନ ବିଭାଗର ଅଧିକାରୀମାନେ ଏହି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ଜନସଂଖ୍ୟାକୁ ଆଧାରକୁ ନେଲେ ବିଏମ୍‍ସି ଅଞ୍ଚଳରେ ପ୍ରାୟ ୭-୮ ଟି ନୂଆ ୱାର୍ଡ ସୃଷ୍ଟି ହେବା କଥା। କାରଣ ଶେଷଥର ପାଇଁ ୨୦୧୪ ପୌର ନିର୍ବାଚନ ପୂର୍ବରୁ ୱାର୍ଡ ପୁନର୍ଗଠନ କରାଯାଇ ବିଏମ୍‍ସି ୱାର୍ଡ ସଂଖ୍ୟା ୫୭ରୁ ୬୭କୁ ବୃଦ୍ଧି କରାଯାଇଥିଲା। ଇତି ମଧ୍ୟରେ ୭ ବର୍ଷରୁ ଅଧିକ ସମୟ ହୋଇଯାଇଥିବା ବେଳେ ଅନେକ ନୂଆ ଭୋଟ୍‍ର ସୃଷ୍ଟି ହୋଇଛନ୍ତି। ମାତ୍ର ଚଳିତ ବର୍ଷ ହେବାକୁ ଥିବା ୱାର୍ଡ ପୁନର୍ଗଠନ ୨୦୧୧ ମସିହାର ଜନଗଣନା ଆଧାରରେ ହିଁ ହେବାକୁ ସ୍ଥିର କରାଯାଇଛି। ଯାହାଦ୍ୱାରା ବିଭିନ୍ନ ୱାର୍ଡରେ ଜନସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଅଧିକ ୱାର୍ଡ ଗଠନ କରିହେବ ନାହିଁ।

ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଯେଉଁ ମୌଜାଗୁଡ଼ିକ ବିଏମସିରେ ମିଶିଛନ୍ତି ସେମାନେ ସବୁ ପୌରାଞ୍ଚଳର ସୁବିଧା ସୁଯୋଗ ପାଉଛନ୍ତି। କିନ୍ତୁ ଏହି ଅଞ୍ଚଳ ମିଶିବା ପରେ ଆଉ ନିର୍ବାଚନ ହୋଇ ନ ଥିବାରୁ ସେମାନଙ୍କୁ ୱାର୍ଡଭାବେ ସ୍ୱୀକୃତି ମିଳି ନ ଥିଲା। ଚଳିତବର୍ଷ ଏହି କାର୍ଯ୍ୟ କରାଯିବ। ସାଧାରଣତଃ ଗୋଟିଏ ୱାର୍ଡରେ ସର୍ବାଧିକ ୧୩ ହଜାର ଲୋକ ରହିପାରିବେ। ୨୦୧୧ର ଜନଗଣନାକୁ ଆଧାର କରି ଏମାନଙ୍କୁ ବିଭିନ୍ନ ୱାର୍ଡରେ ମିଶାଯିବ। ପ୍ରତି ୱାର୍ଡରେ ୧୩ ହଜାର ଲେଖାଏଁ ଲୋକଙ୍କୁ ରଖାଯିବା ସହିତ ଅଧିକ ଲୋକସଂଖ୍ୟା ଅନୁଯାୟୀ ନୂଆ ୱାର୍ଡ ସୃଷ୍ଟି କରାଯିବ। ଯାହାକି ୬୮, ୬୯ କିମ୍ବା ଅତି ବେଶୀରେ ୭୦ରେ ପହଞ୍ଚିବ। ଏହି ସମସ୍ତ ପ୍ରକ୍ରିୟା ୨୦୧୧ ଜନଗଣନାକୁ ଆଧାର କରି କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।