name will also be announced soon - The Sakala

କ୍ୟାପଟେନ ଅମରିନ୍ଦର ସିଂଙ୍କ ଘୋଷଣା : ନୂଆ ଦଳ ଗଠନ କରି ଲଢିବେ ନିର୍ବାଚନ, ଯୋଗଦେବେ ବହୁ କଂଗ୍ରେସ ନେତା
ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ପଞ୍ଜାବର ରାଜନୀତିରେ ଏକ ବଡ ଧମାକା କରିଛନ୍ତି। କ୍ୟାପଟେନ ଅମରିନ୍ଦର ସିଂ ଆଜି  ସାମ୍ବାଦିକ ସମ୍ମିଳନୀରେ ସେ ଏକ ନୂଆ ଦଳ ଗଠନ କରୁଥିବା ନେଇ ଘୋଷଣା କରିଛନ୍ତି।କ୍ୟାପଟେନ ଅମରିନ୍ଦର ସିଂ ନୂତନ ଦଳ ସହିତ ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ୧୧୭ ନିର୍ବାଚନ ମଣ୍ଡଳୀରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି। ଖୁବଶୀଘ୍ର ଦଳର ନାମ ଘୋଷଣା କରାଯିବ।

ଅମରିନ୍ଦର କହିଛନ୍ତି, ମୁଁ ନୂଆ ରାଜନୈତିକ ଦଳ ଗଠନ କରୁଛି । ଏନେଇ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି। ଦଳର ନାଁ କଣ ଏ ବାବଦରେ ମୁଁ କହିପାରିବି ନାହିଁ କାରଣ ଏଯାବତ୍ ଦଳର ନାଁ ବାବଦରେ ମୁଁ ଜାଣିନାହିଁ । ଯେତେବେଳେ ନିର୍ବାଚନ ଆୟୋଗ ଦଳର ନାମ ଓ ଚିହ୍ନ ଉପରେ ମୋହର ମାରିବେ ସେତେବେଳେ ଏବାବଦରେ ସମସ୍ତଙ୍କୁ ଜଣାଇବି । କିନ୍ତୁ ଆମ ଦଳ ୧୧୭ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ ବୋଲି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି। ଦଳର ନାଁ ଘୋଷଣା ଦିନ ୧୦ରୁ ଅଧିକ କଂଗ୍ରେସ ବିଧାୟକଙ୍କ ସହ କ୍ୟାପଟେନ୍‌ଙ୍କ ପତ୍ନୀ ସାଂସଦ ପରନୀତି କୌର ମଧ୍ୟ ନୂଆ ଦଳରେ ଯୋଗ ଦେବେ ବୋଲି କ୍ୟାପଟେନ୍‌ କହିଛନ୍ତି। ଏଥି ସହିତ ବହୁ କଂଗ୍ରେସ ନେତା ତାଙ୍କ ସହ ସମ୍ପର୍କରେ ରହିଛନ୍ତି।  ଅମରିନ୍ଦରଙ୍କ ଏଭଳି ଘୋଷଣା ଏବେ ପଞ୍ଜାବ ରାଜନୀତିରେ ରୋଚକ ମୋଡ ସୃଷ୍ଟି କରିଛି । ପଞ୍ଜାବରେ କ୍ୟାପଟେନ କଂଗ୍ରେସର ହାତ ଛାଡିବା ପରେ ଏବେ ଦଳକୁ ବଡ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି ।

କ୍ୟାପଟେନ୍‌ଙ୍କ ନୂଆ ଦଳର ନାଁ କଣ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ କ୍ୟାପଟେନଙ୍କ ଘନିଷ୍ଠ ସାଂସଦ ଜସବୀର ସିଂ ଡିମ୍ପା ଟ୍ୱିଟ୍ କରି ଏଥିରେ ଦର୍ଶାଇଛନ୍ତି ଯେ କ୍ୟାପଟେନଙ୍କ ନୂଆ ଦଳର ନାମରେ କଂଗ୍ରେସ ନାମ ଅନ୍ତର୍ଭୁକ୍ତ ହେବ। ଯେପରି ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଏବଂ ଶରଦ ପାୱାର ଜାତୀୟତାବାଦୀ କଂଗ୍ରେସ ଦଳ ଗଠନ କରିଛନ୍ତି, ସେହିପରି କ୍ୟାପଟେନ ମଧ୍ୟ ତାଙ୍କ ଦଳର ନାମରେ କଂଗ୍ରେସ ଶବ୍ଦକୁ ଅନ୍ତର୍ଭୁକ୍ତ କରିବେ।

ଆଜି  ସାମ୍ବାଦିକ ସମ୍ମିଳନୀରେ ନୂଆ ଦଳ ଗଠନ ଘୋଷଣା କରିବା ସହ ଅମରିନ୍ଦର ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି । ସିଦ୍ଧୁ ଯେଉଁ ଆସନରୁ ନିର୍ବାଚନ ଲଢିବେ ମୁଁ ମଧ୍ୟ ସେଠାରୁ ନିର୍ବାଚନ ଲଢିବି ବୋଲି କହିଛନ୍ତି ଅମରିନ୍ଦର । ଏହାସହ ସିଦ୍ଧୁଙ୍କୁ କଂଗ୍ରେସ ସଭାପତି କରାଯିବା ପରେ ଦଳର ଲୋକପ୍ରିୟତା ପଞ୍ଜାବରେ ୨୫ ପ୍ରତିଶତ କମିଛି ବୋଲି କହିଛନ୍ତି ଅମରିନ୍ଦର। ଅନ୍ୟପଟେ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଅନ୍ୟ କେଉଁ ଦଳ ସହ ମିଶି ଲଢିବ ନା ଏକାକୀ ଲଢିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ  କିନ୍ତୁ କ୍ୟାପଟେନ୍‌ଙ୍କ ଦଳ ବିଜେପି ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଛି। ଯଦି ଚାଷୀଙ୍କ ସମସ୍ୟାର ସମାଧାନ ହୁଏ ତେବେ ତାଙ୍କ ନୂଆ ଦଳ ଏବଂ ବିଜେପି ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥା କାର୍ଡରେ ଅଧିକ ସମ୍ଭାବନା ରହିଛି।