health department warning people - The Sakala

ଚେତାଇଲା ସ୍ବାସ୍ଥ୍ୟ ବିଭାଗ, ଅବହେଳା କଲେ ଫେରିବ କଟକଣା
ଭୁବନେଶ୍ୱର : ବେଶ୍‍ କିଛି ଦିନର ବ୍ୟବଧାନରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶା ଏବେ ବି ସମ୍ବେଦନଶୀଳ ପରିସ୍ଥିତିରେ ଅଛି। ସାମାନ୍ୟ ଅବହେଳା ପରିସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ିଦେବ। ତେଣୁ ସତର୍କ ନ ରହିଲେ ଖରାପ ସ୍ଥିତି ଭୋଗିବାକୁ ପଡ଼ିପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ଚେତାଇ ଦେଇଛି। ଆବଶ୍ୟକ ହେଲେ ପୁଣି ଥରେ କୋଭିଡ୍‍ କଟକଣା ରାଜ୍ୟକୁ ଫେରିବ ବୋଲି ମଧ୍ୟ ସତର୍କ କରିଛି ବିଭାଗ। ତେବେ ରାଜ୍ୟରେ ସମସ୍ୟା ହେଉଛି ନିୟମ ପାଳନରେ ଗୁରୁତର ଅବହେଳା ଆଉ ଲକ୍ଷଣଯୁକ୍ତ ଲୋକ ଟେଷ୍ଟିଂ କରିବାରେ ବିଳମ୍ବ କରିବା। ତେଣୁ କୋଭିଡ୍‍ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ କୋଭିଡ୍‍ ପରୀକ୍ଷା କରାଇନେବା ଜରୁରୀ ବୋଲି ବିଭାଗ କହିଛି।

ପୂଜା ପରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁରେ ସଂକ୍ରମଣ ବଢ଼ିଥିବା ବେଳେ ଚୀନ, ୟୁକେ, ଋଷରେ ପରିସ୍ଥିତି ଉଦ୍‍ବେଗଜନକ ହେଲାଣି। ଚୀନ୍‍ର କିଛି ଅଞ୍ଚଳରେ ପୁଣି ଥରେ ଲକ୍‍ଡାଉନ୍‍ ଫେରିଛି। ଡେଲ୍‌ଟା ଅପେକ୍ଷା ଅଧିକ ସଂକ୍ରାମକ କୁହାଯାଉ ଥିବା ଏୱାଇ-୪.୨ ଭୂତାଣୁ ତିନିଟି ରାଜ୍ୟରେ ଚିହ୍ନଟ ହେଲାଣି। ଏହାକୁ ସତର୍କ ଘଣ୍ଟି ଭାବେ ବିବେଚନା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଜନଗହଳି ହେଉଥିବା ସ୍ଥାନରେ କୋଭିଡ୍‍ ନିୟମ କଡ଼ାକଡ଼ି ପାଳନ ପାଇଁ ସରକାର ସର୍ତ୍ତ ରଖିଛନ୍ତି। କିନ୍ତୁ ଏହାକୁ ପାଳନ କରୁଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ ରହୁଛି। ଏମିତି ବି ଭୁବନେଶ୍ୱରରେ ସଂକ୍ରମଣ ହ୍ରାସ ଘଟୁନାହିଁ। ଏହା ଏବେ ସ୍ଥିର ଅବସ୍ଥାରେ ଥିବା ବେଳେ କିଛି ଜିଲ୍ଲାରେ ସାମାନ୍ୟ ବୃଦ୍ଧି ପାଇଛି। ଏପରି ଚିତ୍ର କେବଳ ତୃତୀୟ ଲହରକୁ ଆମନ୍ତ୍ରଣ କରୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତପୋଷଣ କରିଛନ୍ତି।

ନୂଆ ଭୁତାଣୁ କେତେ ଘାତକ ତାହାର ସବିଶେଷ ସୂଚନା ମିଳିନଥିବା ବେଳେ ବ୍ୟାପକ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଆଇସିଏମ୍‍ଆର ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଅନେକ ଲୋକ ଭାବୁଛନ୍ତି ଉଭୟ ଡୋଜ୍‍ ଟିକା ନେଇଥିବାରୁ ଲକ୍ଷଣ ପ୍ରକାଶ ପାଇଲେ ନମୁନା ପରୀକ୍ଷା କରିବା ଜରୁରୀ ନୁହେଁ। କିନ୍ତୁ ଏହା ଏକ ଭୟଙ୍କର ତ୍ରୁଟି ହୋଇପାରେ। ଟିକା ନେଇଥିବାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉ ନଥିଲେ ସୁଦ୍ଧା ସଂକ୍ରମଣ ବୃଦ୍ଧି କରିବାରେ ଏହା ସହାୟକ ହେଉଛି। ରାଜ୍ୟରେ ଏବେ ସାଢ଼େ ଚାରି ହଜାର ସଂକ୍ରମିତ ଅଛନ୍ତି। ସେମାନେ ଗହଳିକୁ ଗଲେ ଅନ୍ୟମାନଙ୍କୁ ସଂକ୍ରମିତ କରିବେ। ସେହିପରି ଟିକା ନେବା ସତ୍ତ୍ବେ ରୋଗ ପ୍ରତିରୋଧକ ଶକ୍ତି କମ୍‍ ଥିବା ଲୋକ ଆକ୍ରାନ୍ତ ହେଲେ ଗୁରୁରତ ହେବା ଆଶଙ୍କା ରହିଛି।

ରାଜ୍ୟରେ ଏବେ ୭୦ ହଜାର ନମୁନା ପରୀକ୍ଷା ହେଉଥିଲା ବେଳେ ଆବଶ୍ୟକତାକୁ ଦେଖି ବୃଦ୍ଧି କରାଯିବ ବୋଲି ଡା ମିଶ୍ର କହିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ପିଜିଟିଭିଟି ଉଦ୍‍ବେଗଜନକ ଭାବେ ବଢ଼ିଲେ ସରକାର କଟକଣା ଲାଗୁ କରିପାରନ୍ତି। ତେବେ ଏହା ପୂର୍ବରୁ ସମସ୍ତେ ସତର୍କ ହୋଇଯିବା ଆବଶ୍ୟକ।