Oil prices rise - The Sakala

ନିର୍ବାଚନ ପରେ ୧୫ ଟଙ୍କା ବଢ଼ିବ ତେଲ ଦର !
ନୂଆଦିଲ୍ଲୀ : ସାଢ଼େ ତିନି ମାସ ହେବ ବଢୁନି କି କମୁନି ତେଲ ଦର। ତେବେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିରେ ଲାଗିଛି ସାମୟିକ ବ୍ରେକ୍‌। ଯଦିବା ଏଥିଯୋଗୁ ଖାଉଟି ଆଶ୍ବସ୍ତ ତେବେ ଏହି ବ୍ରେକ୍ ଆଉ ବେଶୀ ଦିନ ନୁହେଁ। କାରଣ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ କାରଣରୁ ନିତି ଦିନ ବଢ଼ିଚାଲୁଥିବା ତେଲ ଦରରେ ଏବେ ଆଉ କୌଣସି ପରିବର୍ତ୍ତନ ହେଉନାହିଁ। ବିଶେଷ କରି ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ୍ ବା ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ଇତି ମଧ୍ୟରେ ରେକର୍ଡ ୯୫ ଡଲାର ଟପିଯାଇଛି। ପୂର୍ବରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲ ଦର ଅଳ୍ପ ବହୁତ ବଢ଼ିଲେ ବି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ନିଆଁ ଲାଗିଯାଉଥିଲା।

ଏବେ କିନ୍ତୁ ରାଜ୍ୟଗୁଡିକରେ ଚାଲିଥିବା ନିର୍ବାଚନ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଦର ଯେତେ ବଢ଼ିଲେ ବି ଘରୋଇ ବଜାରରେ କେନ୍ଦ୍ର ସରକାର ଦର ବଢ଼ାଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି। କାରଣ ଏହି ନିର୍ବାଚନୀ ଋତୁରେ ବଜାର ଦର ଜନିତ ମହଙ୍ଗା ମାଡ଼ରେ ତେଲ ଦର ବଢ଼ାଇ ସରକାର ଆଉ ଭୋଟରଙ୍କ ରୋଷ ଶିକାର ହେବାକୁ ଇଚ୍ଛା କରୁନାହାଁନ୍ତି। ରାଜ୍ୟ ନିର୍ବାଚନ ପାଇଁ ବର୍ତ୍ତମାନ ସମୟରେ ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦରରେ ହେଉଥିବା ଦୈନିକ ସଂଶୋଧନ ବନ୍ଦ ହୋଇଯାଇଛି। ଏମିତିକି ଦୀପାବଳି ପରଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିର୍ବାଚନ ଶେଷ ହେବା ଖାଉଟିଙ୍କୁ ପେଟ୍ରୋଲ ଏବଂ ଡିଜେଲ ଦର ଆକାରର ଆଉ ଏକ ବଡ଼ ମହଙ୍ଗା ମାଡ଼ ହେବାକୁ ଯାଉଛି।

ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ନିର୍ବାଚନ ପରେ ଘରୋଇ ବଜାରରେ ପେଟ୍ରୋଲ ଡିଜେଲ ଦର ପିଛା ୧୫ ଟଙ୍କା ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ପଟେ ଅଶୋଧୃତ ତୈଳ ଦର ବୃଦ୍ଧି ପାଉଥିବାବେଳେ ଅନ୍ୟପଟରେ ପେଟ୍ରୋଲ ଡିଜେଲ ଦର କିନ୍ତୁ ସ୍ଥିର ରହିଛି। ଷାଥେର ପାଇଁ ୨୦୦୮ରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୭୨୭ ଡଲାର ରହିଥିଲା । ସେତେବେଳେ ଦେଶରେ ପେଟ୍ରୋଲ ଲିଟର ପିଛା ୪୫ ଟଙ୍କା ଉପରେ  ରହିଥିଲା। ବର୍ତ୍ତମାନ ଅଶୋଧ ତୈଳ ମୂଲ୍ୟ ବିଗତ ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହାପୂର୍ବରୁ ୨୦୧୪ ରେ ଅଶୋଧ । ତୈଳ ଦର ୯୫ ଡଲାର ଅତିକ୍ରମ କରିଥିଲା। ୨୦୨୧ ଡିସେମ୍ବର ପହିଲାରେ ଅଶୋଧ ତୈଳ ମୂଲ୍ୟ ବ୍ୟାରେଲ ପିଛା ୬୯ ଡଲାର ରହିଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୯୫ ଡଲାରରେ ପହଞ୍ଚିଛି।

ଅର୍ଥାତ୍ ଏହି ଅଢ଼େଇ ମାସ ମଧ୍ୟରେ ଅଶୋଧୃତ ତୈଳ ଦର ୩୭% ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଖୁବ୍ ଶୀଘ୍ର ଏହା ବ୍ୟାରେଲ ପିଛା ୧୦୦ ଡଲାରର ସ୍ତର ଅତିକ୍ରମ କରିବ। ଯଦି ରୁଷ ଯୁକ୍ରେନ୍ ଉପରେ ଆକ୍ରମଣ କରେ, ତେବେ ଅଶୋଧୂତ ତୈଳ ବ୍ୟାରେଲ ପିଛା ୧୦୦ରୁ ୧୨୦ ଡଲାରରେ ପହଞ୍ଚିପାରେ। ବର୍ତ୍ତମାନ ବଜାରରେ ଯେତିକି ଚାହିଦା ରହିଛି ସେହି ଅନୁପାତରେ ଯୋଗାଣ ନାହିଁ, ଯେଉଁଥିପାଇଁ ତୈଳ ଦର ବଢ଼ୁଛି । ବିଶେଷଜ୍ଞଙ୍କ କହିବାନୁସାରେ ବିଗତ ବର୍ଷଗୁଡ଼ିକରେ ଏହା ଦେଖାଦେଇଛି ଯେ, ନିର୍ବାଚନ ସମୟରେ ସରକାର ଜନସାଧାରଣଙ୍କୁ ଖୁସି କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରନ୍ତି ନାହିଁ ।

ଗତ ବର୍ଷର ଧାରା କହୁଛି ଯେ ନିର୍ବାଚନ ଋତୁରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିରୁ ଜନସାଧାରଣ ନିସ୍ତାର ପାଇଛନ୍ତି। ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍‌ର ଉପସଭାପତି ନୁଜ ଗୁପ୍ତା କହିଛନ୍ତି ଯେ, ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁପାରେ। ତୈଳ କମ୍ପାନୀଗୁଡିକ ନଭେମ୍ବର ୩ରୁ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ସେବେଠାରୁ ଅଶୋଧ ତୈଳ ବ୍ୟାରେଲ ପିଛା ୧୫ ଡଲାରରୁ ଅଧିକ ମହଙ୍ଗା ହୋଇଛି। କେବଳ ଏତିକି ନୁହେଁ, ଭବିଷ୍ୟତରେ ମଧ୍ୟ ଆହୁରି ବଢ଼ିପାରେ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ତେଲ ଦରରେ ଲାଗୁନି ଲଗାମ୍ : ଭୁବନେଶ୍ୱରରେ ପେଟ୍ରୋଲ ୧୦୮.୯୦, ମାଲକାନଗିରିରେ ୧୧୪.୪୮ ଟଙ୍କା
ଭୁବନେଶ୍ବର : ପେଟ୍ରୋଲ-ଡିଜେଲ୍ ଦାମ୍ ଆକାଶଛୁଆଁ ହେବାରେ ଲାଗିଛି। ଲଗାତର ତେଲ ଦାମ୍ ବଢିବା ଫଳରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଉଛନ୍ତି ।ଆଜି ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୯୦ପଇସା ଓ ଡିଜେଲ ଲିଟର ପିଛା ୧୦୫ ଟଙ୍କା ୪୭ ପଇସାରେ ପହଞ୍ଚିଛି । ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୪୮ ଟଙ୍କାରେ ପହଁଚିଛି।

ଅନ୍ୟପଟେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୫୯ ପଇସା ଓ ଡିଜେଲ ଦର ୯୬.୩୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୪୬ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୪ ଟଙ୍କା ୩୮ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୧୧ ପଇସା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୪୩ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୨ ପଇସା ଥିବା ବେଳେ ଡିଜେଲ ଦାମ ୧୦୦ ଟଙ୍କା ୫୯ ପଇସା ରହିଛି।