Corruption - The Sakala

୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ
ପିପିଲି: ଭିଜିଲାନ୍ସ ଜାଲରେ ଦୁଇ ରାଜସ୍ୱ ଅଧିକାରୀ । ଓଡ଼ିଶା ଭିଜିଲାନ୍ସ ବିଭାଗ ପୁରୀ ଜିଲ୍ଲାର ଦୁଇ ଜଣ ରାଜସ୍ୱ ଅଧିକାରୀଙ୍କୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି । ଏକ ଜମି କିସମ ପରିବର୍ତ୍ତନ ଆବେଦନର ପ୍ରକ୍ରିୟାକରଣ ପାଇଁ ସେମାନେ ଅଭିଯୋଗକାରୀଙ୍କ ଠାରୁ ଏହି ଅର୍ଥ ଦାବି କରିଥିଲେ। ଅଭିଯୁକ୍ତ ଦ୍ୱୟ ହେଲେ ପିପିଲି ତହସିଲ ଅନ୍ତର୍ଗତ ସିଉଳା ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ (RI) କଲ୍ୟାଣୀ ଜେନା ଏବଂ ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ARI) ପୂର୍ଣ୍ଣଚନ୍ଦ୍ର ବେହେରା।

ସରକାରୀ ସୂତ୍ର ଅନୁଯାୟୀ, ଅଭିଯୋଗକାରୀ ନିଜର କୃଷି ଜମିକୁ ଘରବାରି ଜମିରେ ପରିବର୍ତ୍ତନ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ ଏକ ବିଧିବଦ୍ଧ ଆବେଦନ କରିଥିଲେ। ତେବେ ସେ ଯେତେବେଳେ ନିଜ ଫାଇଲର ସ୍ଥିତି ବୁଝିବା ପାଇଁ ସିଉଳା ଆରଆଇ ଅଫିସକୁ ଯାଇଥିଲେ, ସେତେବେଳେ ଆରଆଇ କଲ୍ୟାଣୀ ଜେନା ଏବଂ ଏଆରଆଇ ପୂର୍ଣ୍ଣଚନ୍ଦ୍ର ବେହେରା ଅନୁସନ୍ଧାନ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ସମସ୍ତ ସରକାରୀ ନିୟମ ପୂରଣ କରିଥିବା କହି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଟଙ୍କା ବିନା କାମ କରିବାକୁ ମନା କରିଦେଇଥିଲେ।

ଏହି ମାନସିକ ନିର୍ଯାତନାର ଶିକାର ହୋଇ ଅଭିଯୋଗକାରୀ ବାଧ୍ୟ ହୋଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକ ଟ୍ରାପ୍ ପ୍ରସ୍ତୁତ କରାଯାଇଥିଲା। ଆଜି ଅଭିଯୋଗକାରୀଙ୍କ ଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ହିଁ ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ମାଡ଼ି ବସିଥିଲେ। ସେମାନଙ୍କ ଠାରୁ ସମସ୍ତ ଟଙ୍କା ଘଟଣାସ୍ଥଳରୁ ଜବତ କରାଯାଇଛି। ଗିରଫ ପରେ ଓଡ଼ିଶା ଭିଜିଲାନ୍ସ ଏହି ତଦନ୍ତକୁ ଆହୁରି ବ୍ୟାପକ କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭିଯୁକ୍ତଙ୍କ ସହ ଜଡିତ ତିନୋଟି ସ୍ଥାନରେ ସମାନ୍ତରାଳ ଚଢ଼ାଉ କରିଛି।

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର
ଯାଜପୁର: ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଆଡିସନାଲ ଡ୍ରଗ୍ସ କଣ୍ଟ୍ରୋଲର । ମେଡିସିନ ହୋଲସେଲିଂ ଲାଇସେନ୍ସ ପାଇଁ ୬ ହଜାର ଲାଞ୍ଚ ନେଉଥିଲେ ଆଡିସନାଲ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ ହାଁସଦା । ଏକ ହୋଲସେଲ୍ ଔଷଧ ଦୋକାନ ପାଇଁ ଲାଇସେନ୍ସ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ବା ଔଷଧ ନିୟନ୍ତ୍ରକ। ସେ ଅତିରିକ୍ତ ଭାବେ ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ମଧ୍ୟ ଥିଲେ। ଏକ ଲାଇସେନ୍ସ ଇସ୍ୟୁ କରିବା ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସେ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତରେ କାବୁ କରିଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣକ ୧୧ ମେ ୨୦୨୫ ରେ ନିଜର ଏକ ହୋଲସେଲ୍ ଔଷଧ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏହି ଆବେଦନକୁ ଭୁବନେଶ୍ୱର ସ୍ଥିତ ଡ୍ରଗ୍ସ କଣ୍ଟ୍ରୋଲର ଅଫିସକୁ ସୁପାରିଶ କରିବା ପାଇଁ ସେ ବାରମ୍ବାର ସଞ୍ଜୟ କୁମାର ହାଁସଦାଙ୍କୁ ଭେଟିଥିଲେ। ମାତ୍ର ଅଧିକାରୀ ଜଣକ କାମ ନକରି ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ହଇରାଣ ହୋଇ ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକାରୀ ଜଣକ ଅଫିସକୁ ଯାଇଥିବା ବେଳେ ଅଧିକାରୀ ଜଣକ ସେଠାରେ ନଥିଲେ। ଫୋନ୍‌ରେ କଥା ହେବା ପରେ ସେ ଅଭିଯୋଗକାରୀଙ୍କୁ ପାରାଦୀପ-କଟକ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜୟପୁର ଛକକୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ନିଜ କାର୍ ଭିତରେ ବସାଇ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।

ଅଭିଯୁକ୍ତ ଅଧିକାରୀଙ୍କ ଠାରୁ ଭିଜିଲାନ୍ସ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ୬,୦୦୦ ଟଙ୍କା ଜବତ କରିଛି। ଏହି ଘଟଣା ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି (Disproportionate Assets) ଠାବ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଅଫିସ ଏବଂ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ଏୟାର ହୋଷ୍ଟେସରୁ ଡିଏସପି ହୋଇଥିବା ନେହା ପଚ୍ଚିସିଆଙ୍କ ନାମରେ ଏଫଆଇଆର, ଜମି କେଳେଙ୍କାରୀ ମାମଲାରେ ନିଲମ୍ବିତ
ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ସିଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ (ସିଏସପି) ତଥା ଡିଏସପି ନେହା ପଚ୍ଚିସିଆ ବର୍ତ୍ତମାନ ଏକ ବଡ଼ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି। ଏକଦା ଏୟାର ହୋଷ୍ଟେସ ଭାବରେ କାର୍ଯ୍ୟ କରୁଥିବା ନେହା ପରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ, କିନ୍ତୁ ବର୍ତ୍ତମାନ ଏକ ଜମି ହେରଫେର ତଥା ଲାଞ୍ଚ କାରବାର ଅଭିଯୋଗରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ହତ୍ୟା ଅଭିଯୁକ୍ତଙ୍କ ପରିବାରଠାରୁ ଜମି ହଡ଼ପ

ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସରେ କଟନୀ ଅଞ୍ଚଳରେ ଏକ ହତ୍ୟା ମାମଲାର ତଦନ୍ତ ଭାର ନେହା ପଚ୍ଚିସିଆଙ୍କୁ ଦିଆଯାଇଥିଲା। ଏହି ମାମଲାରେ ଆକାଶ ଲୋଧୀ ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ। ଅଭିଯୋଗ ହୋଇଛି ଯେ, ଡିଏସପି ନେହା ଅଭିଯୁକ୍ତଙ୍କ ପରିବାର ଉପରେ ଚାପ ପକାଇ ଜାମିନ କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ପ୍ରାୟ ୮୨ ଲକ୍ଷ ଟଙ୍କାର ଜମିକୁ ମାତ୍ର ୧୮ ଲକ୍ଷ ଟଙ୍କାରେ ନିଜର ଜଣେ ପରିଚିତ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟ୍ରି କରାଇ ନେଇଥିଲେ। ନିଜ କଥା ରଖିବାକୁ ଯାଇ ସେ ଜାଣିଶୁଣି ଚାର୍ଜଶିଟ୍ ଦାଖଲ କରିବାରେ ବିଳମ୍ବ କରିଥିଲେ, ଯାହା ଫଳରେ ଅଭିଯୁକ୍ତ ଆକାଶ ଲୋଧୀଙ୍କୁ ଡିଫଲ୍ଟ ବେଲ୍ ମିଳିଯାଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏହି ସଙ୍ଗୀନ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ଏହି ଘଟଣାର ବିଭାଗୀୟ ତଦନ୍ତ ପରେ ସତ୍ୟତା ପ୍ରମାଣିତ ହେବାରୁ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶକ୍ରମେ କୁଠଲା ଥାନାରେ ଡିଏସପି ନେହାଙ୍କ ସମେତ ତିନି ଜଣଙ୍କ ବିରୋଧରେ ଧୋକାଧଡ଼ି ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଏଫଆଇଆର ରୁଜୁ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସସ୍ପେଣ୍ଡ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ନେହା ପଚ୍ଚିସିଆ ଆଗୁଆ ଆଶ୍ବସ୍ତି ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କଟନୀ ଜିଲ୍ଲାରେ ଏହି ବହୁଚର୍ଚ୍ଚିତ ଘଟଣା ବର୍ତ୍ତମାନ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ
ସୁନ୍ଦରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ ।  ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁରୁବାର ଦିନ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଶୁକ୍ରବାର ଦିନ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଦିନ ତହସିଲଦାର ମୁରଲୀଧର ଉର୍ମାଲ ଏକ ଭଡ଼ା ଗାଡ଼ି ଯୋଗେ ଅଫିସରୁ ରାଉରକେଲା ସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଏହି ସମୟରେ ଲାଠିକଟା ନିକଟସ୍ଥ ରାଜାବାସା ଛକ ଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ନଗଦ ୫ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ଦେଇନପାରିବାରୁ ତାଙ୍କୁ ଅଟକ ରଖାଯିବା ସହ ଗାଡ଼ିକୁ ଜବତ କରାଯାଇଥିଲା। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା କେସ୍ ନମ୍ବର ୯ ରୁଜୁ କରାଯାଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଟକ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଏକାଧିକ ଠିକଣାରେ ସମାନ୍ତରାଳ ଚଢ଼ାଉ କରାଯାଇଥିଲା। ରାଉରକେଲା ସିଭିଲ୍ ଟାଉନସିପ୍ ସ୍ଥିତ ଘର, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡିହି ଗାଁ ରେ ଥିବା ପୈତୃକ ବାସଭବନ ଏବଂ ଲାଠିକଟା ତହସିଲ ଅଫିସରେ ଯାଞ୍ଚ କରାଯାଇଥିଲା। ଘରୁ ଆହୁରି ୫.୮୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ଫଳରେ ସମୁଦାୟ ନଗଦ ଟଙ୍କା ଜବତ ପରିମାଣ ୧୦.୮୩ ଲକ୍ଷ ଟଙ୍କା ରେ ପହଞ୍ଚିଛି।

ଏହା ବ୍ୟତୀତ ଯାଞ୍ଚ ବେଳେ ତାଙ୍କ ଓ ତାଙ୍କ ପରିବାର ନାମରେ ଥିବା ଅନେକ ସମ୍ପତ୍ତିର ତାଲିକା ମିଳିଛି। ସେଥିମଧ୍ୟରେ ୬୦୬ ଗ୍ରାମ ସୁନା ଏବଂ ୬୩୫ ଗ୍ରାମ ରୂପା ଅଳଙ୍କାର ଥିବା ବେଳେ, ବ୍ୟାଙ୍କ ଓ ବୀମାରେ ମୋଟ ୭୫.୩୧ ଲକ୍ଷ ଟଙ୍କା ର ଜମା ରହିଛି। ସେହିପରି ସୁନ୍ଦରଗଡ଼ର କରମଡିହିରେ ୩,୭୦୦ ବର୍ଗଫୁଟ ର ଏକ ଦୁଇ ମହଲା କୋଠା, ସୁନ୍ଦରଗଡ଼ ସହର ଉପକଣ୍ଠରେ ୬ଟି ଦାମୀ ପ୍ଲଟ୍, ଗୋଟିଏ କାର୍ ଏବଂ ୩ଟି ଦୁଇ ଚକିଆ ଯାନ ଭିଜିଲାନ୍ସ ଠାବ କରିଛି।

ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ
ଜଗତସିଂହପୁର: ଭିଜିଲାନ୍ସ ଜାଲରେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର । ୨୦,୦୦୦ ଟଙ୍କା ଲାଞ୍ଚ ନେବାବେଳେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ରେ କାର୍ଯ୍ୟରତ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର (ଏନ୍‌ଏଚ୍‌ଏମ୍) ମନୋଜ ରଞ୍ଜନ ନାୟକଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ଜଣେ ଆଶାକର୍ମୀଙ୍କ ଚାକିରି ଦୁଇ ବର୍ଷ ଅଧିକ ବୃଦ୍ଧି କରିଦେବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମନୋଜ ।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଆଶାକର୍ମୀଙ୍କ ଆଧାର କାର୍ଡ ରେ ଜନ୍ମ ତାରିଖ ଭୁଲ୍ ରହିଥିଲା। ମାତ୍ର ତାଙ୍କ ସ୍କୁଲ୍ ସାର୍ଟିଫିକେଟ୍ ଅନୁଯାୟୀ ତାଙ୍କର ଆହୁରି ଦୁଇ ବର୍ଷର ଚାକିରି ବାକି ଥିଲା। ଏହି ତ୍ରୁଟିପୂର୍ଣ୍ଣ ଆଧାର କାର୍ଡକୁ ଆଳ କରି ତାଙ୍କୁ ଆଗୁଆ ଅବସର ଦେଇଦିଆଯିବ ବୋଲି ମନୋଜ ରଞ୍ଜନ ନାୟକ ଧମକ ଦେଇଥିଲେ ଚାକିରୀ କରିବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ନିଜ ଚାକିରି ବଞ୍ଚାଇବା ପାଇଁ ଅନ୍ୟ ଉପାୟ ନପାଇ ସମ୍ପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ମନୋଜ ରଞ୍ଜନ ନାୟକ ଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମନୋଜ ରଞ୍ଜନ ନାୟକଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଅଭିଯାନ ଜାରି ରହିଛି।

ନୟାଗଡ଼ର ପୂର୍ବତନ ଜେଇଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ଚିତ୍ତ ରଞ୍ଜନ ପରିଡ଼ାଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଭୁବନେଶ୍ୱର ସ୍ଥିତ ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ) ତାଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇବା ସହ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶିର ଜୋରିମାନା ଲଗାଇଛନ୍ତି।

ସୂଚନା ଅନୁଯାୟୀ, ଗୋଟିଏ ସିସି ରୋଡ୍ (CC Road) ପ୍ରକଳ୍ପର ଚୂଡ଼ାନ୍ତ ବିଲ୍ ପାସ୍ କରାଇଦେବା ପାଇଁ ଶ୍ରୀ ପରିଡ଼ା ଜଣେ ଠିକାଦାରଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ଏବଂ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୧୩(୨) ସହ ୧୩(୧)(ଡି)/୭ ଅନୁଯାୟୀ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଦୀର୍ଘ ଦିନର ବିଚାର ପ୍ରକ୍ରିୟା ଶେଷ ହେବା ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ବର୍ତ୍ତମାନ ଚାକିରିରୁ ଅବସର ନେଇସାରିଥିବା ଚିତ୍ତ ରଞ୍ଜନ ପରିଡ଼ାଙ୍କ ପେନ୍‌ସନ୍ ସୁବିଧା ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।

ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର ସତ୍ୟଜିତ ବେହେରା । ଜଣେ NGO କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଦରମା ବିଲ୍ ପାଇଁ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ନେଉଥିଲେ ଲାଞ୍ଚ । ଡାକ୍ତର ସତ୍ୟଜିତ୍ ବେହେରା ହସ୍ପିଟାଲରେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାର୍ଯ୍ୟରତ ଥିଲେ।

ଭିଜିଲାନ୍ସର ସୂଚନା ଅନୁଯାୟୀ, କ୍ୟାପିଟାଲ୍ ହସ୍ପିଟାଲର କାଜୁଆଲଟି ବିଭାଗକୁ ଆସୁଥିବା ଅସହାୟ ଓ ପରିଚୟହୀନ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଉକ୍ତ ଏନଜିଓକୁ ନିୟୋଜିତ କରାଯାଇଥିଲା। ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଜୁନ୍ ଏବଂ ଜୁଲାଇ ୨୦୨୬ ମସିହାର ଦରମା ପ୍ରଦାନ ନିମନ୍ତେ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ଥିଲା। ଏଥିପାଇଁ ଡାକ୍ତର ବେହେରା ଗତ ଜୁନ୍ ମାସରୁ ଉକ୍ତ ଏନଜିଓ କର୍ମକର୍ତ୍ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରି ଆସୁଥିଲେ। ଡାକ୍ତରଙ୍କ ହଇରାଣ ହରକତର ଶିକାର ହେବା ପରେ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ସୋମବାର ଦିନ ଏକ ଯୋଜନାବଦ୍ଧ ଜାଲ ବିଛାଇଥିଲା। ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଡାକ୍ତର ସତ୍ୟଜିତ୍ ବେହେରା ଙ୍କୁ ଭିଜିଲାନ୍ସ ଅଧିକାରୀମାନେ ରଙ୍ଗେ ହାତରେ ଧରିଥିଲେ ଏବଂ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଥିଲା। ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡାକ୍ତରଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ତିର୍ତ୍ତୋଲ ବ୍ଲକ୍‌ରୁ ୩ କୋଟି ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଦୁଇ ପୂର୍ବତନ ଅଧିକାରୀ ଗିରଫ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ରେ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ଏସ୍‌ଆର୍‌ଏ (SRA) ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ ପିଇଓ (PEO) ପ୍ରଦୀପ୍ତ କୁମାର ମଲ୍ଲିକ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୧-୧୨ ରୁ ୨୦୨୧-୨୨ ମଧ୍ୟରେ ଏହି ଆର୍ଥିକ ଠକେଇ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଭଞ୍ଜ କିଶୋର ବେହେରା, ପ୍ରଦୀପ୍ତ କୁମାର ମଲ୍ଲିକ ଏବଂ ତିର୍ତ୍ତୋଲ ବ୍ଲକ୍‌ର ତତ୍କାଳୀନ ଏଇଇ (AEE) ସ୍ୱର୍ଗତ ରାଜଦୀପ ହାଁସଦା ମିଳିତ ଭାବେ ସରକାରୀ ଦରମା ରେଜିଷ୍ଟର ଏବଂ ଅର୍ଥ ପ୍ରଦାନ କାଗଜପତ୍ରରେ ଜାଲିଆତି କରିଥିଲେ। ଅଭିଯୁକ୍ତମାନେ ମଞ୍ଜୁର ହୋଇଥିବା ବଜେଟ୍ ଠାରୁ ବହୁ ଅଧିକ ଦରମା ବିଲ୍ ପ୍ରସ୍ତୁତ କରି ସେହି ବେଆଇନ ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟକ୍ତିଗତ ସଞ୍ଚୟ ଖାତାକୁ ପଠାଉଥିଲେ। ସୂଚନାଯୋଗ୍ୟ ଯେ, ଭଞ୍ଜ କିଶୋର ବର୍ତ୍ତମାନ ନୂଆଗାଁ ତହସିଲ୍‌ ରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ ଥିବା ବେଳେ ପ୍ରଦୀପ୍ତ କୁମାର ମଲ୍ଲିକ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି।

ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କଟକ ଭିଜିଲାନ୍ସ ପୁଲିସ୍ ଷ୍ଟେସନରେ କେସ୍ ନମ୍ବର ୩୦ (୧୨.୦୮.୨୦୨୬) ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ୍ (ପିସି ଆକ୍ଟ, ୨୦୧୮) ଏବଂ ଆଇପିସିର ଧାରା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୩୪ ଅନୁଯାୟୀ ମାମଲା ଦାଏର ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

୫,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଆରଆଇ। ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅନ୍ତର୍ଗତ ତୁଡିଗଡିଆ ଆରଆଇ ଶରତ କୁମାର ସେଠୀ ଏକ ଜମି ନାମଜରୀ କେଶରେ ୫ ହଜାର ଟଙ୍କା କାମ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ନିଜ ଜେଜେବାପାଙ୍କ ନାମରେ ଥିବା ପୈତୃକ ଜମିର ମ୍ୟୁଟେସନ୍ କରାଇବା ସହ ଏକ ରେକର୍ଡ ଅଫ୍ ରାଇଟସ୍ ବା ପଟ୍ଟା (ROR) ବାହାର କରିବା ପାଇଁ ଆବେଦନ କରିଥିଲେ। ତେବେ ଆରଆଇ ଶରତ କୁମାର ସେଠୀ ଏହି ପ୍ରକ୍ରିୟାରେ ବିଳମ୍ବ କରିଥିଲେ ଏବଂ ଅନୁକୂଳ ଫିଲ୍ଡ ଇନ୍‌କ୍ୱାରୀ ରିପୋର୍ଟ ପ୍ରଦାନ କରିବା ସହ ପଟ୍ଟା କରାଇଦେବା ପାଇଁ ୫,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଲାଞ୍ଚ ଦେବାକୁ ଚାହୁଁନଥିବାରୁ ଏନେଇ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୁଧବାର ଦିନ ଆରଆଇ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଅଭିଯୁକ୍ତଙ୍କ ପାଖରୁ ସମସ୍ତ ୫,୦୦୦ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଶରତ କୁମାର ସେଠୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

ଭିଜିଲାନ୍ସ ଜାଲରେ ଏଡିଇଓ, ପିଏମଏୱାଇ ବୋନସ୍ ପାଇଁ ନେଉଥିଲେ ୪,୦୦୦ ଟଙ୍କା ଲାଞ୍ଚ
ନୟାଗଡ: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର । ରଣପୁର ରାଜଜଙ୍କିଆ ପଞ୍ଚାୟତର ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ କୁମାର ଭଟ୍ଟ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ନୟାଗଡ଼ ଭିଜିଲାନ୍ସ । ପ୍ରଶାନ୍ତ ଜଣେ ହିତାଧିକାରୀଙ୍କଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଥିବା ବୋନସ୍ ରାଶି ପ୍ରଦାନ କରିବା ପାଇଁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ଅଧିକାରୀଙ୍କ ସୂଚନାନୁସାରେ, ଅଭିଯୋଗକାରୀ ନିଜର ପିଏମଏୱାଇ-ଜି ଘର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ କରିଥିଲେ। ତେବେ ଘର ନିର୍ମାଣର ଠିକ୍ ସମୟରେ ସମାପ୍ତି ପାଇଁ ମିଳୁଥିବା ବୋନସ୍ ଏବଂ ଏମଜିଏନଆରଇଜିଏସ (MGNREGS) ବାବଦରେ ବକେୟା ମଜୁରୀ ପ୍ରଦାନ କରିବାକୁ ଏହି ଏଡିଇଓ ପୂର୍ବରୁ ହିତାଧିକାରୀଙ୍କଠାରୁ ୭,୦୦୦ ଟଙ୍କା ନେଇସାରିଥିଲେ। ଏହା ସତ୍ତ୍ୱେ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେ ଅଧିକ ଟଙ୍କା ଦାବି କରିଥିଲେ।

ଏହି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ଏକ ଜାଲ ବିଛାଇଥିଲେ ଏବଂ ପ୍ରଶାନ୍ତ କୁମାର ଭଟ୍ଟଙ୍କୁ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଥିଲେ। ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଅର୍ଥ ୪,୦୦୦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ଜଡିତ ଥିବା ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ମହିଳା ଆରଆଇ । ମ୍ୟୁଟେସନ୍ ପାଇଁ ୫୫୦୦ ଲାଞ୍ଚ ନେବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର କାଉପଡ଼ା ସର୍କଲରେ କାର୍ଯ୍ୟରତ RI ସାଇଦର୍ଶିନୀ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ । ଦୁର୍ନୀତି ନିବାରଣ ବିଭାଗର ପୂର୍ବ ପ୍ରସ୍ତୁତି ମୁତାବକ ଫାଶରେ ପଡ଼ି ସେ ରଙ୍ଗେହାତ ଧରାପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ କିଛି ବର୍ଷ ପୂର୍ବେ ଦୁଇ ଜଣ ଯୁଗ୍ମ ମାଲିକଙ୍କଠାରୁ ଖଣ୍ଡିଏ ଜମି କିଣିଥିଲେ। କିଣିଥିବା ଜମିର ମ୍ୟୁଟେସନ୍ (ନାମଜାରି) କରିବା ସହ ନିଜ ସପକ୍ଷରେ ରେକର୍ଡ ଅଫ୍ ରାଇଟସ୍ (RoR) ବା ପଟ୍ଟା ପାଇବା ପାଇଁ ସେ ଗତ ଜୁନ୍ ୨୪ ତାରିଖରେ ଆବେଦନ କରିଥିଲେ। ସେବେଠାରୁ ମ୍ୟୁଟେସନ୍ ମାମଲାର ଫଇସଲା କରିବା ପାଇଁ ସେ ବାରମ୍ବାର ଆରଆଇଙ୍କୁ ଅନୁରୋଧ କରୁଥିଲେ।

ଅଭିଯୋଗ ହୋଇଛି ଯେ, ମ୍ୟୁଟେସନ୍ ସପକ୍ଷରେ ରିପୋର୍ଟ ଦେବା ଏବଂ ପଟ୍ଟା ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସାଇ ଦର୍ଶିନୀ ଆବେଦନକାରୀଙ୍କୁ ପ୍ରଥମେ ୬,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ପରେ ଏହି ରାଶିକୁ ୫,୫୦୦ ଟଙ୍କାକୁ କମାଇ ଦିଆଯାଇଥିଲା। ଆରଆଇଙ୍କ ଏଭଳି ଦାବିରେ ଅତିଷ୍ଠ ହୋଇ ଆବେଦନକାରୀ ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ପ୍ରାଥମିକ ଯାଞ୍ଚ କରିବା ପରେ ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାପ୍ ପ୍ରସ୍ତୁତ କରାଯାଇଥିଲା।

ଯୋଜନା ଅନୁଯାୟୀ, ଆଜି ଅଭିଯୋଗକାରୀ ଲାଞ୍ଚ ଟଙ୍କା ଧରି ଆରଆଇଙ୍କ ପାଖକୁ ଯାଇଥିଲେ। ସାଇ ଦର୍ଶିନୀ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଧରିଥିଲା। ଏହି ଘଟଣାରେ ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ-୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଅଧିକ ପଚରାଉଚରା ଜାରି ରଖିଛି। ଏହାଛଡ଼ା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ସନ୍ଦେହରେ ସାଇ ଦର୍ଶିନୀଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।

ଭିଜିଲାନ୍ସ ଜାଲରେ ଗୁଣୁପୁର RI, ଜମି ପଟ୍ଟା କରାଇଦେବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ
ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ ଅଧୀନ ସିର୍ଜୁଳି ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ । ଏକ ମ୍ୟୁଟେସନ ମାମଲାରେ ଜମି ପଟ୍ଟା କରାଇଦେବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ନିଜର ପୈତୃକ ସମ୍ପତ୍ତିର ଜମି ପଟ୍ଟା (ମ୍ୟୁଟେସନ) ପାଇଁ ନିର୍ଦ୍ଧାରିତ ଫିସ୍ ଦାଖଲ କରି ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ। ମାତ୍ର ଅଭିଯୁକ୍ତ ଆରଆଇ ସୁଶାନ୍ତ ମଲ୍ଲିକ ବିନା କୌଣସି କାରଣରେ ଏହି ଫାଇଲକୁ ବିଳମ୍ବ କରୁଥିଲେ। ପରବର୍ତ୍ତୀ ସମୟରେ ଅନୁକୂଳ ତଦନ୍ତ ରିପୋର୍ଟ ପ୍ରଦାନ କରିବା ଏବଂ ଫାଇଲକୁ ଆଗକୁ ବଢ଼ାଇବା ପାଇଁ ସେ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଏକ ସ୍ପେଶାଲ୍ ଟ୍ରାପ୍ ପ୍ରସ୍ତୁତ କରିଥିଲା। ବୁଧବାର ଦିନ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଭିଯୋଗକାରୀଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଚଢ଼ାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ନେଇ ଅଭିଯୁକ୍ତ ଆରଆଇଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।