Rasagola - The Sakala
ନୀଳାଦ୍ରିବିଜେ ଓ ରସଗୋଲାର ମହତ୍ତ୍ୱ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଶେଷ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ଘୋଷଯାତ୍ରର ଦଶମ ଏବଂ ଏକାଦଶ ଦିବସରେ ସୁନାବେଶ ଏବଂ ଅଧର ପଣା ନୀତି ସମାପ୍ତ ହେଲା ପରେ ଦ୍ୱାଦଶ ଦିନରେ ନୀଳାଦ୍ରିବିଜେ ଉତ୍ସବ ପାଳନ କରାଯାଏ। ଏହି ଦିନ ରଥରୁ ଓହ୍ଲାଇ ଶ୍ରୀଜୀଉମାନେ ବଡ଼ ଦେଉଳକୁ ପ୍ରବେଶ କରନ୍ତି। ମା’ ଲକ୍ଷ୍ମୀ ବଡ଼ ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି। କିନ୍ତୁ ଶ୍ରୀଜଗନ୍ନାଥଙ୍କ ପାଇଁ କବାଟ ବନ୍ଦ କରିଦିଅନ୍ତି। ମା’ ଲକ୍ଷ୍ମୀଙ୍କ କେତେକ ପ୍ରଶ୍ନର ଉତ୍ତର ଦେବା ପରେ ଯାଇ ମା’ ଲକ୍ଷ୍ମୀ ଜଗତର ନାଥଙ୍କ ପାଇଁ କାବଟ ଖୋଲନ୍ତି। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ମଧ୍ୟରେ ଏହି ପ୍ରଶ୍ନ-ଉତ୍ତରକୁ ‘ବଚନିକା’ ବା ‘ଲକ୍ଷ୍ମୀ ନାରାୟଣ କଳି’ କୁହାଯାଏ। ତ୍ରିଭୁବନ ପତି ମହାପ୍ରଭୁ ଶେଷରେ ମିଠାମାନଙ୍କର ରାଜା ‘ରସଗୋଲା ଦେଇ ପତ୍ନୀଙ୍କର ମାନଭଞ୍ଜନ କରନ୍ତି। ଭିତରଚ୍ଛ ମହାପାତ୍ର ସେବକ ଏଇ ନୀତି ଉପଲକ୍ଷେ ଅତ୍ୟନ୍ତ ସାତ୍ତ୍ୱିକ ଭାବରେ ରସଗୋଲା ନିଜ ଘରେ ପ୍ରସ୍ତୁତ କରନ୍ତି। ରସଗୋଲା ସହିତ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ପାଟ ଶାଢ଼ି ମଧ୍ୟ ଦିଅନ୍ତି। ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଅନ୍ତି। ଶ୍ରୀମନ୍ଦିରରେ ଏହି ପରମ୍ପରା ଓ ନୀତି ଅନେକ ଶତାବ୍ଦୀ ଧରି ପାଳିତ ହୋଇଆସୁଛି। ଏଥିରେ ରସଗୋଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ‘ନୀଳାଦ୍ରିବିଜେ’କୁ ‘ରସଗୋଲା ଦିବସ’ ଭାବେ ଏବେ ଗତ କିଛି ବର୍ଷ ହେଲା ପାଳନ କରାଯାଉଛି।
ଆମେ ୨୦୧୫ଠାରୁ ରଥଯାତ୍ରାର ଶେଷ ଦିନ ନୀଳାଦ୍ରିବିଜେକୁ ‘ରସଗୋଲା ଦିବସ’ ଭାବରେ ପାଳନ କରୁଛୁ। ଏହା ପରେ ହିଁ ରସଗୋଲା ଓଡ଼ିଶାର ବୋଲି ଏକ ସର୍ବଜନଚେତନା ସୃଷ୍ଟି ହୋଇପାରିଲା ଏବଂ ରସଗୋଲାର ଜିଆଇ ଟ୍ୟାଗ୍‍ ପାଇଁ ଉଦ୍ୟମ ଆରମ୍ଭ ହେଲା।
ରସଗୋଲା ବିଷୟରେ ସଚେତନତା ସୃଷ୍ଟି ପାଇଁ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମର ମୁଖ୍ୟ ସ୍ରୋତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ଉଦ୍ୟମରେ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ଧନ୍ୟବାଦାର୍ହ। ରାଜ୍ୟ ସରକାର ୨୦୧୮ରେ ଏଥିପାଇଁ ଆବେଦନ କରିବା ପରେ ଜୁଲାଇ ୨୯, ୨୦୧୯ରେ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍‍ ଓ ମାନ୍ୟତା ପାଇଥିଲା। ପରିଶ୍ରମର ଫଳ ଦେଖିବା ହୃଦୟସ୍ପର୍ଶୀ। ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ଆମର ଗର୍ବ ଓ ଅଧିକାର। ବର୍ତ୍ତମାନ ଯେତେବେଳେ କେହି ପଚାରନ୍ତି – ‘ରସଗୋଲା କାହାର?’ ଏବେ ଅଧିକରୁ ଅଧିକ ଲୋକ ଦମ୍ଭର ସହିତ କହିପାରୁଛନ୍ତି ଯେ ‘ଜୟ ଜଗନ୍ନାଥ! ରସଗୋଲା ଆମର।’
ଯେତେବେଳେ ଏହି ଲେଖକ ପ୍ରଥମେ ମାର୍ଚ୍ଚ ୨୦୧୫ଠାରୁ ଅନ୍‌ଲାଇନରେ ହାସ୍‍ଟ୍ୟାଗ ରସଗୋଲା ଦିବସ ପାଳନ ପାଇଁ ନବକଳେବର ରଥଯାତ୍ରା ଉତ୍ସବରେ ପ୍ରସ୍ତାବ ଦେଇଥିଲେ, ଅନେକ ପଚାରିଥିଲେ – କାହିଁକି? କେତେକ ଓଡ଼ିଆ ବନ୍ଧୁ ଏହା ମଧ୍ୟ କହିଥିଲେ ଯେ ରସଗୋଲା ହେଉଛି ପଡ଼ୋଶୀ ରାଜ୍ୟର ସମ୍ପତ୍ତି! ଆଶ୍ଚର୍ଯ୍ୟର ବିଷୟ ରସଗୋଲାକୁ ପଡ଼ୋଶୀ ରାଜ୍ୟର ବୋଲି ଯୁକ୍ତି କରୁଥିବା ସେହି ଓଡ଼ିଆ ବନ୍ଧୁମାନେ ନୀଳାଦ୍ରିବିଜେ ସହିତ ରସଗୋଲାର ସମ୍ପର୍କ ବିଷୟରେ ଜାଣି ନଥିଲେ। ଯେତେବେଳେ ଧୀରେ ଧୀରେ ଏ ବିଷୟରେ ସଚେତନତା ସୃଷ୍ଟି ହେଲା ସେତେବେଳେ ରସଗୋଲା ଦିବସ ଅଭିଯାନ ସହିତ ଅଧିକରୁ ଅଧିକ ଯୋଡ଼ିହେଲେ ଏବଂ ନବକଳେବର ରଥଯାତ୍ରା ଉତ୍ସବରେ ନୀଳାଦ୍ରିବିଜେରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆମେ ଜୁଲାଇ ୩୦, ୨୦୧୫ରେ ସାମାଜିକ ଗଣମାଧ୍ୟମରେ ରସଗୋଲା ଦିବସ ହ୍ୟାସଟ୍ୟାଗର ଆରମ୍ଭ କରିଥିଲୁ। ସେତେବେଳେ ମଧ୍ୟ କେତେଜଣ ପଚାରିଥିଲେ – କାହିଁକି (ଅନାବଶ୍ୟକ ଯୁଦ୍ଧ)? ଯେତେବେଳେ ଆମେ ଆମର ପରମ୍ପରା ବିଷୟରେ ଲେଖୁଛୁ – ‘ରସଗୋଲା ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶା ସହିତ ଜଡ଼ିତ’, ଅନେକେ ପଚାରନ୍ତି – କାହିଁକି (ବିବାଦ)? ଯେତେବେଳେ ଆମେ ଆମର ନିଃସ୍ୱାର୍ଥ ସେବା ସହିତ ଅବିରତ ରହିଲୁ ଏବଂ ଜିଆଇ ପ୍ରଦର୍ଶନୀରେ ଓଡ଼ିଶାର ପ୍ରତିନିଧିତ୍ୱ କଲୁ ସେତେବେଳେ ଆଉ କେତେଜଣ ପଚାରିଲେ – କାହିଁକି (ଆମେ ଏଥିପାଇଁ ଏତେ ଉତ୍ସାହର ସହ କାର୍ଯ୍ୟ କରୁଛୁ)? ଯେତେବେଳେ ବୁଦ୍ଧିଜୀବୀ, ହିତାଧିକାରୀ ଏବଂ ଉତ୍ପାଦକ ଗୋଷ୍ଠୀକୁ ଗୋଟିଏ ମଞ୍ଚକୁ ଅଣାଯାଇଥିଲା ଏବଂ ଜିଆଇ ସମ୍ୱନ୍ଧରେ ଶିକ୍ଷିତ ଏବଂ ସମ୍ୱୋଧିତ କରାଯାଇଥିଲା, ପୁଣି ପ୍ରଶ୍ନ ହେଲା – କାହିଁକି (ଆବଶ୍ୟକତା କ’ଣ)?
ଯେତେବେଳେ ଆମେ ଓଡ଼ିଶା, ରସଗୋଲା, ନୀଳାଦ୍ରିବିଜେ, ରସଗୋଲା ଦିବସ ଇତ୍ୟାଦି ପାଇଁ ସଠିକ୍‍ ବନାନ ବ୍ୟବହାର ଉପରେ ଜୋର ଦେଇଥିଲୁ ସେତେବେଳେ ମଧ୍ୟ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଆନନ୍ଦିତ ଯେ, ନୀଳାଦ୍ରିବିଜେରେ ‘ରସଗୋଲା ଦିବସ’ ଉତ୍ସବ ଆମ ଓଡ଼ିଶା ରାଜ୍ୟର ଜିଆଇ ଯାତ୍ରାକୁ ସୁଗମ କରିଛି। ଏହି ରସଗୋଲା ଦିବସରେ ଆସନ୍ତୁ ଗର୍ବର ସହିତ ହାସ୍‍ଟ୍ୟାଗ୍‍ ରସଗୋଲା ଦିବସ ସହିତ ସଠିକ୍‍ ସୂଚନା ଓ ସଠିକ୍‍ ବନାନରେ ସାମାଜିକ ଗଣମାଧ୍ୟମରେ ଲେଖିବା। ଆଉ କେହି ଯେମିତି ନ ପଚାରନ୍ତି ନ ଲେଖିଲେ ହେବନି?
ସୌଭାଗ୍ୟବଶତଃ, କିଛି ସ୍ୱାଭିମାନୀ ଓଡ଼ିଶାର ରସଗୋଲା ଅଭିଯାନରେ ସକ୍ରିୟ ଯୋଗ ଦେଇଛନ୍ତି। ସଠିକ୍‍ ସୂଚନା ପ୍ରକାଶନ ଏବଂ ପ୍ରୋତ୍ସାହନ ଦେଇ ଭୁଲ ତଥ୍ୟ, ଅସତ୍ୟ ଏବଂ ଭୁଲ ଧାରଣା ପରିବର୍ତ୍ତନ କରାଯାଇପାରିବ। ସମୟ ଆସିଛି ବିଶ୍ୱଦରବାରରେ ଓଡ଼ିଶା ରସଗୋଲାକୁ ପହଞ୍ଚାଇବା ପାଇଁ ଏବଂ ରସଗୋଲାର ପ୍ରକୃତ ‘ଉତ୍ପତ୍ତି ସ୍ଥଳ’ ଗ୍ରହଣୀୟ କରାଇବା ପାଇଁ। ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ, କାର୍ଯ୍ୟ ଏବଂ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଏହା ସମ୍ଭବ ହୋଇପାରିବ।ରସଗୋଲା ବିଷୟରେ ଆମେ ଆଉ ‘ବିବାଦ’ କିମ୍ୱା ‘ବିତର୍କ’ ଚାହୁଁନାହୁଁ। କାରଣ ନୀଳାଦ୍ରିବିଜେ ହିଁ ଏହାର ବଳିଷ୍ଠ ଓ ଅଲଂଘ୍ୟ ପ୍ରମାଣ। ଆସନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତିର ମଧୁରତା ଏବଂ ଓଡ଼ିଆ ସମାଜର ସମୃଦ୍ଧିକୁ ବିଶ୍ୱସ୍ତରରେ ବିସ୍ତାର କରିବା। ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସତ୍ୟ, ନ୍ୟାୟ ଏବଂ ଧର୍ମର ଜୟ ହେଉ। ମିଠାର ରାଜା ରସଗୋଲାକୁ ଉପଭୋଗ କରନ୍ତୁ।
କଟକ: ରସଗୋଲା କାହାର? ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା। ତେବେ ସଙ୍ଗୀତ ଦୁନିଆର ଏକ ଶ୍ରେଷ୍ଠ ମଞ୍ଚ କୁହାଯାଉଥିବା ଜି-ଟିଭିର ସାରେଗାମା ପା’ ରିଅଲିଟି ସୋ’ରେ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଛି। ଯାହାର ଉତ୍ତର ଦେଇଛନ୍ତି କଟକ ସେଲ୍‌ଟର୍‌ ଛକର ଯୁବତୀ ସ୍ଥିତିପଦ୍ମା ଦାଶ। ଏହି ଘଟଣାବଳୀର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିୟାଁ ହିନ୍ଦୀରେ ପଚାରିଥିବା ରସଗୋଲା କାହାର ପ୍ରଶ୍ନରେ ସ୍ଥିତିପଦ୍ମା କହିଛନ୍ତି, ‘ଜୟ ଜଗନ୍ନାଥ ରସଗୋଲା ଆମର’।
ଗତ ସେପ୍ଟେମ୍ବର ମାସ ଶେଷ ସପ୍ତାହର ଘଟଣା। ସାରେଗାମାପା ରିଅଲିଟି ସୋ ନିମନ୍ତେ ମୁମ୍ବଇରେ ଅଡିସନ୍‍ ହେଉଥିଲା। ଏଥିରେ ବିଚାରକ ଭାବେ ବସିଥିଲେ ହିମେଶଙ୍କ ସମେତ ବିଶାଲ ଦଦଲାନି ଓ ଶଙ୍କର ମହାଦେବନ୍‍। ଯେଉଁ ପ୍ରତିଯୋଗୀ ପଶ୍ଚିମବଙ୍ଗରୁ ଆସିଥାନ୍ତି, ସମସ୍ତଙ୍କୁ ହିମେଶ ପ୍ରଥମେ ଗୋଟିଏ ପ୍ରଶ୍ନ ହିଁ ପଚାରୁଥିଲେ, ରସଗୁଲା କିସିକା ହେ! ଓଡ଼ିଶାକା ୟା କୋଲକାତା କା? ପଶ୍ଚିମବଙ୍ଗର ପ୍ରତିଯୋଗୀମାନେ ରସଗୋଲା ସେମାନଙ୍କର ବୋଲି ଦୃଢ଼୍ୟୋକ୍ତିର ସହ କହୁଥିଲେ। ତେବେ ଏହି କ୍ରମରେ ମଞ୍ଚକୁ ଆସିଥିଲେ କଟକର ଝିଅ ସ୍ଥିତିପଦ୍ମା। ସେ କଟକରୁ ଆସିଛନ୍ତି ବୋଲି ଜଣାପଡ଼ିବା ପରେ ବିଚାରକ ବିଶାଲ ଓ ଶଙ୍କର ହିମେସଙ୍କୁ ମନେପକାଇ ଦେଇଥିଲେ ପୁରୁଣା ପ୍ରଶ୍ନଟି। ହିମେସ ପୁଣି ସମାନ ପ୍ରଶ୍ନ ଦୋହରାଇଥିଲେ। ଏହାର ଉତ୍ତରରେ ସ୍ଥିତିପଦ୍ମା କହିଥିଲେ ଯେ, ଜୟ ଜଗନ୍ନାଥ ରସଗୋଲା ଆମର। ରସଗୋଳା କୋଲକାତାର ହୋଇପାରେ, ହେଲେ ରସଗୋଲା କେବଳ ଓଡ଼ିଶାର। ଯେଉଁମାନେ ଏଥିରେ ଯୁକ୍ତି କରୁଛନ୍ତି ସେମାନଙ୍କୁ କୌଣସି ଉତ୍ତର ଦେବାର ନାହିଁ ବୋଲି ରୋକଠୋକ ଭାବେ ଜବାବ ରଖିଥିଲେ ସ୍ଥିତିପଦ୍ମା। ଏହାର ଭିଡ଼ିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ପ୍ରକାଶ ଥାଉକି, ସୁଶୀଲ ଦାଶ ଓ ଶୈଳବାଳା ଦାଶଙ୍କ ଝିଅ ସ୍ଥିତିପଦ୍ମା ସଙ୍ଗୀତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି। ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ମଧ୍ୟ ଅଟନ୍ତି। ପିଲାଟିବେଳୁ ସଙ୍ଗୀତ ପ୍ରତି ଦୁର୍ବଳତା ଥିଲା। ଏପରିକି ତାଙ୍କ ପରିବାରେ ସମସ୍ତେ ସଙ୍ଗୀତ ପ୍ରତି ରୁଚି ରଖନ୍ତି ବୋଲି ସ୍ଥିତିପଦ୍ମା କହିଥିଲେ। ସ୍ଥିତିପଦ୍ମାଙ୍କ ଆଉ ଏକ ପରିଚୟ ହେଉଛି, ସେ ହେଉଛନ୍ତି ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସୁବାସ ଦାଶଙ୍କ ଝିଆରୀ। ସେ ସାରେଗାମାପା କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୩୦ ଭିତରେ ସ୍ଥାନ ପାଇଥିଲେ। ହେଲେ ଶ୍ରେଷ୍ଠ ୧୬ ଚୟନ ପ୍ରକ୍ରିୟାରେ ସେ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଥିଲେ।