Special Story - The Sakala
କଳାକାର ଓ ଦର୍ଶକଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ସହ କାର୍ଯ୍ୟକ୍ରମକୁ ଦର୍ଶକଙ୍କୁ ପାଛୋଟି ଆଣିଥାଏ ଉପସ୍ଥାପକ
ଭୁବନେଶ୍ୱର(ସୁମିତ୍ରା): ଉପକ୍ରମ ବିନା ପ୍ରବନ୍ଧଟିଏ ଯେପରି ରୁଚିହୀନ, ଉପସ୍ଥାପନା ବିନା କଳା ପ୍ରଦର୍ଶନ ସେପରି ରସହୀନ। ତେଣୁ ଉପସ୍ଥାପନାକୁ ଏକ ଉତ୍କୃଷ୍ଟ କଳା ଭାବେ ମାନ୍ୟତା ଦିଆଯାଏ। ବିଶେଷକରି ଉପସ୍ଥାପନା ଯେତେବେଳେ ମଞ୍ଚ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଉପସ୍ଥାପକର ଭୂମିକା ବଢ଼଼ିଯାଏ। ନାଟକଟିଏ ହେଉ ଅବା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଅବା ରାଜନୈତିକ ସଭା ଓ ସମ୍ବର୍ଦ୍ଧନା ପର୍ବ; ଉପସ୍ଥାପକ ହିଁ କାର୍ଯ୍ୟକ୍ରମର ସୂତ୍ରଧର ସାଜେ। ଉପସ୍ଥାପନା ଶୈଳୀ ଯେତିକି ଆକର୍ଷଣୀୟ ହୁଏ କାର୍ଯ୍ୟକ୍ରମଟି ଦର୍ଶକଙ୍କୁ ସେତିକି ବାନ୍ଧି ରଖିବାରେ ସକ୍ଷମ ହୁଏ। ମଞ୍ଚ କାର୍ଯ୍ୟକ୍ରମର ମୁଖଶାଳାରେ ଉପସ୍ଥାପକଟିଏ ଅଭ୍ୟର୍ଥନାର ଦାୟିତ୍ୱ ନିର୍ବାହ କରେ, ଦର୍ଶକଙ୍କୁ ପାଛୋଟି ଆଣେ କାର୍ଯ୍ୟକ୍ରମ ଭିତରକୁ ଏବଂ କଳାକାର ଓ ଦର୍ଶକଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରେ। ଏହି କ୍ରମରେ ମଞ୍ଚ ଉପସ୍ଥାପକଙ୍କୁ ନେଇ ସ୍ୱତନ୍ତ୍ର ଆଲେଖ୍ୟ….
ଆମ ପାଇଁ ମଞ୍ଚ ପରୀକ୍ଷା ହଲ୍‌‌
କଲେଜ୍‌‌ ଷ୍ଟେଜ୍‌‌ରୁ ଆରମ୍ଭ ହୋଇଥିବା ଆଙ୍କରିଂକୁ ୮ବର୍ଷ ବିତିଗଲାଣି। ଯଦିଓ ମୁଁ ଟିଭି ଆଙ୍କରିଂରୁ କ୍ୟାରିଅର୍‌‌ ଆରମ୍ଭ କରିଛି, କିନ୍ତୁ ମଞ୍ଚ ଓ ଟିଭି ଆଙ୍କରିଂ ଦୁଇଟା ସମ୍ପୂର୍ଣ୍ଣ ଭାବେ ଭିନ୍ନ। ତେଣୁ ଦୁଇଟା ଯାକ ଭଲ ଲାଗେ। କାରଣ ଅନେକ ପ୍ରତିବନ୍ଧକ ରହିଥାଏ, ଷ୍ଟେଜ୍‌‌ରେ ବହୁତ ସେନ୍‌‌ସିବୁଲ ହେବାକୁ ପଡ଼େ। ମଞ୍ଚ ଉପରେ ଆଙ୍କରର ସର୍ବାଧିକ ଦାୟିତ୍ୱ ରହିଥାଏ। ଷ୍ଟାଇଲ୍‌‌, ଗୁଡ୍‌‌ ଲୁକିଂ ସାଙ୍ଗକୁ ସ୍ୱର, ଶବ୍ଦ ଉଚ୍ଚାରଣ ଓ କେଉଁ ବିଷୟରେ କହୁଛନ୍ତି ସବୁକିଛି ଗୁରୁତ୍ୱ ରଖେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ହୋମ୍‌‌ୱାର୍କ। ଷ୍ଟେଜ୍‌‌ର ବିଷୟ, ଅତିଥି, ସ୍ଥାନ ଆଦି ସମସ୍ତଙ୍କ ବିଷୟରେ ଜାଣିବା ଦରକାର। କାରଣ ପ୍ରତ୍ୟେକ ଆଙ୍କରମାନଙ୍କ ପାଇଁ ଷ୍ଟେଜ୍‌‌ ହେଉଛି ପରୀକ୍ଷା ହଲ୍‌‌। ତେଣୁ ନିୟମିତ ହୋମ୍‌‌ୱାର୍କ କରିବାକୁ ପଡ଼ିଥାଏ। (ଶୁଭମ)
ଉପସ୍ଥାପନାକୁ ଉଜ୍ଜ୍ବଳ କ୍ୟାରିଅର୍‌‌ କରାଯାଇପାରିବ
ମଞ୍ଚ ଉପରେ ମଞ୍ଚ ଉପସ୍ଥାପନାର ଚାହିଦା ଦିନକୁ ଦିନ ବୃଦ୍ଧିପାଉଛି। ଓଡ଼ିଶାରେ ବହୁ ସଂଖ୍ୟାରେ ଇଭେଣ୍ଟ ଆୟୋଜନ କରାଯାଉଛି। କ୍ରୀଡ଼ା ଠାରୁ ଆରମ୍ଭ କରି, ସାଂସ୍କୃତିକ, ରାଜନୈତିକ, ବିବାହ, ଜନ୍ମଦିନ ସମେତ ବିଭିନ୍ନ କନ୍‌‌ଫରେନ୍ସ ସାଙ୍ଗକୁ କବି ସମ୍ମିଳନୀ, ସାହିତ୍ୟ ସଭା, ସଭା ସମିତିରେ ମଧ୍ୟ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ଅନେକ ଯୁବଗୋଷ୍ଠୀ ରୋଜଗାର ପାଇପାରିଛନ୍ତି। ପ୍ରାୟ ୨୦ ଦୀର୍ଘ ଧରି ଇଭେଣ୍ଟ ଆରମ୍ଭ କରିବା ଭିତରେ ଅନେକ ପରିବର୍ତ୍ତନ ଦେଖାଦେଇଛି। ପୂର୍ବରୁ ଇଭେଣ୍ଟ କ’ଣ ଲୋକେ ଜାଣି ନ ଥିଲେ। କିନ୍ତୁ ବର୍ତ୍ତମାନ ଜନ୍ମଦିନଟିଏ ହେଲେ ବି ଲୋକେ ଉପସ୍ଥାପକ, ଉପସ୍ଥାପିକାମାନଙ୍କୁ ଖୋଜୁଛନ୍ତି। ତେଣୁ ନିଶ୍ଚିତ ଭାବେ ଏହି ଦିଗରେ ଏକ ଉଜ୍ୱଳ କ୍ୟାରିଅର୍‌‌ କରାଯାଇପାରିବ। ତେବେ ଏଥିପାଇଁ ଭାଷାର ଉଚିତ୍‌‌ ବ୍ୟବହାର ହେବା ଆବଶ୍ୟକ, କାରଣ ଅନେକ ସ୍ଥାନରେ ଭାଷାକୁ ବିକୃତ ଭାବେ ବ୍ୟବହାର କରାଯାଇଥାଏ। (ସାନୁ ରଥ, ପ୍ରିଲ୍ୟୁଡ୍‌‌ ମୁଖ୍ୟ)
ଓଡ଼ିଶାରେ ରହିଛି ଅଧିକ ସୁଯୋଗ
ପୂର୍ବରୁ ସଭାପତିମାନେ ସଭା ପରିଚାଳନା ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ସଭା ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରାଯିବାକୁ ପେସାଦାର ଉପସ୍ଥାପନ ଉପସ୍ଥାପିକାଙ୍କୁ ଖୋଜା ପଡ଼ୁଛି। ପ୍ରତିଦିନ ଇନ୍‌‌ଡୋର ଏବଂ ଆଉଟ୍‌‌ଡୋରରେ ହେଉଥିବା ଇଭେଣ୍ଟ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଦକ୍ଷ ଉପସ୍ଥାପକଙ୍କ ପାଇଁ ଅନେକ ସୁଯୋଗ ରହିଛି। ଏଥିପାଇଁ କୌଣସି ପତିଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଏବାବାଦରେ ପେସାଦାର ପାଠ୍ୟକ୍ରମ ବ୍ୟବସ୍ଥା କରିନାହାନ୍ତି। କେବଳ ଉପସ୍ଥାପନାକୁ କମ୍ୟୁକେସନ୍‌‌ର ଏକ ଅଂଶ ଭାବେ କେତେକ ସ୍ଥାନରେ ସ୍ପେଶାଲ ୱାର୍କସପ୍‌‌ ସମେତ ମାସ୍‌‌ କମ୍ୟୁନିକେସନ୍‌‌ର ଗଣଯୋଗଯୋଗ ବିଭାଗରେ ରହିଥିବା କଲେଜ ଓ ୟୁନିଭରସିଟିରେ କର୍ମଶାଳା ଆୟୋଜନ ହୋଇଥାଏ। ଠିକ୍‌‌ ସେହିପରି ଆଉଟ୍‌‌ରିଚ୍‌‌ ପକ୍ଷରୁ ବର୍ଷକୁ ଦୁଇଥର ଆଙ୍କରିଂ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଯେଉଁଥିରେ ଟିଭି, ରେଡିଓ ସମେତ ମଞ୍ଚ ଉପସ୍ଥାପନା ଉପରେ ଗୁରୁତ୍ୱ ଦିଆଯାଇଥାଏ। ଓଡ଼ିଶାର ନାମି ମଞ୍ଚ ଉପସ୍ଥାପକମାନେ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି। (ସୁବ୍ରତ କୁମାର ପତି, ଆଉଟ୍‌‌ରିଚ୍‌‌ର ମୁଖ୍ୟ)
ମଞ୍ଚ ଉପସ୍ଥାପନାରେ ବ୍ୟକ୍ତିତ୍ୱ ବୃଦ୍ଧି ପାଏ
ପିଲାଦିନରୁ ମୁଁ ବିଭିନ୍ନ ରିୟାଲିଟି ଶୋ’ରେ ଭାଗନେଇ ୱିନର ହୋଇଥିଲି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ମୋତେ ଉପସ୍ଥାପନା ପାଇଁ ସୁଯୋଗ ଦିଆଯାଏ। ଏକ ଘରୋଇ ଚ୍ୟାନେଲ ଦ୍ୱାରା ଆୟୋଜିତ ରିୟାଲିଟି ଶୋ ମାଧ୍ୟରେ ମୁଁ ଟେଲିଭିଜନ୍‌‌ ଜଗତକୁ ପ୍ରବେଶ କରିଥିଲି। ଏହାସହିତ ଏବେ ଉଭୟ ମଞ୍ଚ ଓ ଟେଲିଭଜିନ୍‌‌ରେ ମୁଁ ଉପସ୍ଥାପକ ଭାବେ କାମ କରୁଛି। ଦୀର୍ଘ ୧୧ ବର୍ଷ ହେବ ମୁଁ ଅନୁଭବ କରିଛି ଯେ, ଏଥିରେ ବହୁ ସମ୍ମାନ ମିଳେ ଏବଂ ନିଜର ବ୍ୟକ୍ତିତ୍ୱ ବୃଦ୍ଧି ପାଇଥାଏ। ମଞ୍ଚ କେବଳ ଓଡ଼ିଶା ମଧ୍ୟରେ ସୀମିତ ନାହିଁ, ରାଜ୍ୟ ଏବଂ ଦେଶ ବାହାରେ ମଧ୍ୟ କାମ କରିବାକୁ ସୁଯୋଗ ମିଳୁଛି। ତେଣୁ ପ୍ରତ୍ୟେକ ଉପସ୍ଥାପକ କାର୍ଯ୍ୟକ୍ରମକୁ ଭାଲ୍ୟୁଏବୁଲ କରିବା ତା’ର ଦକ୍ଷତାର ପରିଚୟ ଦିଏ। ଏଥିପାଇଁ ଆଙ୍କରମାନେ ମଧ୍ୟ ସେତିକି ଗୁରୁତ୍ୱ ଦେଇ କାମ କରିବା ଆବଶ୍ୟକ । (ପ୍ରେରଣା ପ୍ରତୀକ୍ଷା)
ମଞ୍ଚରେ ମନକଥା ବୁଝନ୍ତି ମିଲନ୍‌‌
ପ୍ରତ୍ୟେକ ଦର୍ଶକ ଓ ଶିଳ୍ପୀଙ୍କ ମଧ୍ୟରେ ସେତୁବନ୍ଧ ସାଜିଥାନ୍ତି ଆଙ୍କର୍‌‌। ଉପସ୍ଥାପକଟିଏ ବହୁବିଧ ପ୍ରତିଭାର ଏକ ସମନ୍ୱିତ ପରିପ୍ରକାଶ। ଯଦିଓ ମଞ୍ଚରେ ନିଜସ୍ୱ ବିଭାଗରେ ବିଶେଷଜ୍ଞ ପାଲଟିଥିବା ପ୍ରତିଭାମାନେ ନିଜସ୍ୱ ପ୍ରତିଭା ପ୍ରଦର୍ଶନ କରନ୍ତି, କିନ୍ତୁ ଉପସ୍ଥାପକକୁ ସାମଗ୍ରିକ ଭାବେ ସମସ୍ତଙ୍କ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାକୁ ପଡ଼େ। ସେ ରାଜନୀତିର ମଞ୍ଚ ହେଉ ଅବା କଳା, ସଂସ୍କୃତି ମଞ୍ଚ, କ୍ରୀଡ଼ା ବା ଆଧ୍ୟାତ୍ମିକ ମଞ୍ଚ। ଉପସ୍ଥାପକଟିଏ ଯେତେବେଳେ ମଞ୍ଚ ଆରୋହଣ କରେ, ସେ କେବଳ ସେ ମଞ୍ଚର ହୋଇଥାଏ। କାରଣ ଅନୁଷ୍ଠାନ ନିଜର ହୋଇ ତାହାର ଆଭିମୁଖ୍ୟକୁ ଦର୍ଶକଙ୍କ ଆଗରେ ପରିପ୍ରକାଶ କରିଥାଏ। ଉପସ୍ଥାପକଟିଏ ଉଭୟ ଦର୍ଶକ ଓ କଳାକାରଙ୍କ ମନକଥା ବୁଝିପାରେ। (ଡ. ମିଲନ)
ଆଙ୍କରିଂ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଆବଶ୍ୟକ
ବର୍ତ୍ତମାନ ଆଙ୍କରିଂ ପାଇଁ ଓଡ଼ିଶାରେ ବହୁତ ସୁଯୋଗ ରହିଛି। ସମୟ ଥିଲା ଦୁଇରୁ ତିନିଜଣ ଆଙ୍କର ରହିଥିଲେ। ବର୍ତ୍ତମାନ ଲାଇଭ୍‌‌ ଇଭେଣ୍ଟ, ଟେଲିଭିଜନ୍‌‌ ଆଙ୍କର, ବାହାଘର, କନ୍‌‌ଫରେନ୍ସ ଆଦିଙ୍କୁ ଅନେକ ଜାଗାରେ ସୁଯୋଗ ରହିଛି। ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ଯୁବଗୋଷ୍ଠୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଯଦି ଏଥିପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ବ୍ୟବସ୍ଥା କରାଯାଆନ୍ତା ତେବେ ଆଙ୍କରମାନେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରନ୍ତେ। ଅନ୍‌‌ଲାଇନ୍‌‌ ମାଧ୍ୟମରେ ନିଜର କମ୍ୟୁନିକେସନ୍‌‌ ସ୍କିଲ୍‌‌କୁ ବଢ଼଼ାଇବା ପାଇଁ ଯଦିଓ ବିଭିନ୍ନ ସର୍ଟଟର୍ମ କୋର୍ସ ରହିଛି ହେଲେ ଏଥିପାଇଁ ସ୍ୱତନ୍ତ୍ର କୋର୍ସର ଆବଶ୍ୟକତା ରହିଛି। କାରଣ ଟ୍ୟାଲେଣ୍ଟ ଥାଇ ମଧ୍ୟ ଅନେକ ଆଗକୁ ଆସିପାରୁ ନାହାନ୍ତି। ଏହାଦ୍ୱାରା ଆଙ୍କରମାନେ ମାର୍ଜିତ ହୋଇପାରିବେ। ଆଗ୍ରହ ଓ ଆତ୍ମବିଶ୍ୱାସ ସାଙ୍ଗକୁ ଆବଶ୍ୟକ ପ୍ରଶିକ୍ଷଣ ପାଇଲେ ଅନେକ ନୂଆ ଚେହେରା ଏହି ଲାଇନ୍‌‌କୁ ଆସିପାରିବେ। (ଦୀକ୍ଷା ତିୱାରୀ)
ଭାଷା ଉପରେ ଶାଳୀନତା ଓ ସୃଜନଶୀଳତା ଆବଶ୍ୟକ
ମୁଁ ୧୨ ବର୍ଷ ହେବ ଆଙ୍କରିଂ କରୁଛି। ଜଣେ ଆଙ୍କର ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ହେବା ଉଚିତ୍‌‌। କାରଣ ବିଭିନ୍ନ ଜେନେରେସନ୍‌‌ଙ୍କୁ ଆଡ୍ରେସ୍‌‌ କରିବାକୁ ପଡ଼ିଥାଏ। ଜଣେ ଆଙ୍କରର ଉପସ୍ଥାପନା ଶୈଳୀ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଦକ୍ଷ ହେବା ଉଚିତ୍‌‌। କାରଣ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ଓଡ଼ିଆ ଭାଷା ବୁଝୁଥିବା ଲୋକେ ଉପସ୍ଥିତ ଥାଆନ୍ତି। ମୁଁ ସବୁବେଳେ ଚେଷ୍ଟା କରେ ଉପସ୍ଥାପନା ଶୈଳୀ ନିର୍ଭୁଲ୍‌‌ ଓ ସରଳ କରିବାକୁ। ତେବେ ଆଙ୍କରିଂ କେବଳ ମୋତେ ଏକ ପରିଚୟ ଦେଇନି ବରଂ ମୋତେ ରାଜନୀତି ବିଷୟରେ ଅନେକ କଥା ଜାଣିବାର ସୁଯୋଗ ଦେଇଛି। ଏଥିପାଇଁ ପ୍ରତ୍ୟେକ ଦିନ ମୁଁ କେବଳ ୧ଘଣ୍ଟା ବିଭିନ୍ନ ସୋସିଆଲ ମିଡିଆରେ ନିଉଜ୍‌‌ ଦେଖେ। ବଡ଼କଥା ହେଉଛି ନିକଟରେ ଆଇପିଏଲ୍‌‌ରେ ଆଞ୍ଚଳିକ ଭାଷା (ଓଡ଼ିଆ) ପାଇଁ ମୁଁ ଆଙ୍କର୍‌‌ ଥିଲି। ଯେଉଁଠି ମୁଁ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଥିଲି। (ଶୋଭନା ମିଶ୍ର)
ବୃତ୍ତିରେ ଅଧ୍ୟାପକ, ପ୍ରବୃତ୍ତିରେ ପ୍ରଖ୍ୟାପକ
ଯେତେବେଳେ ଜଣେ ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମକୁ ଉପସ୍ଥାପନ କରେ, ସେତେବେଳେ ସେ ସାହିତ୍ୟ ଓ ସଂସ୍କୃତି ପରିମଣ୍ଡଳର ଜଣେ ଦେବୀତ୍ୟମାନ ପ୍ରଦୀପ। ସାହିତ୍ୟ, ସଙ୍ଗୀତ, ବାଦ୍ୟ, ନୃତ୍ୟ ଆସର, ସମ୍ପାନରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିବା ହେଉଛି ଗୁରୁ ଦାୟିତ୍ୱ। କେଉଁ କାର୍ଯ୍ୟକ୍ରମରେ କେଉଁ ଭାଷା, ଶବ୍ଦ ବ୍ୟବହାର କରାଯିବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାଷା ଓ ଭାବର ସମନ୍ୱୟରେ ଆବେଗ ଓ ଅନୁରାଗର ମିଶ୍ର ଅନୁଭବରେ ଶବ୍ଦ ମାଧୁରୀ ଶ୍ରୋତାଙ୍କୁ ପୁଲକିତ କରେ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପରିଲେ ସମୟ ଅନୁକୂଳ ହୋଇଯିବ। ମୁଁ ବୃତ୍ତିରେ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ, କିନ୍ତୁ ପ୍ରବୃତ୍ତିରେ ସାହିତ୍ୟ ସଂସ୍କୃତିର ପ୍ରଖ୍ୟାପକ। ଦିବାଲୋକରେ ଅଧ୍ୟାପନା ଓ ସନ୍ଧ୍ୟାଲୋକରେ ସଂଯୋଜନା ଆଧାରରେ ମୁଁ ସମୟର ଉପଯୋଗ କରେ। (ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ)
ସୁନ୍ଦର ଚେହେରା ନୁହେଁ, ଉପସ୍ଥିତ ବୁଦ୍ଧି ଜରୁରି
ମୁଁ ଜଣେ ଆଙ୍କର, ପରେ ଅଭିନେତ୍ରୀ। ୨୨ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମୁଁ ମଞ୍ଚ ଉପସ୍ଥାପନା କରିଆସୁଛି। ଟିଭି ଆଙ୍କରିଂ ଠାରୁ ଷ୍ଟେଜ୍‌‌ ଆଙ୍କରିଂ ବହୁତ ଭଲ ଲାଗେ। ଯଦିଓ ରେକର୍ଡେଡ୍‌‌ ଠାରୁ ଷ୍ଟେଜ୍‌‌ରେ ମ୍ୟାନେଜ୍‌‌ କରିବା କଷ୍ଟ ହୋଇଥାଏ, କିନ୍ତୁ ଦର୍ଶକମାନଙ୍କ ଉପସ୍ଥିତି ଆତ୍ମବିଶ୍ୱାସକୁ ବଢ଼଼ାଇଦିଏ। ଏଥିପାଇଁ ଉପସ୍ଥିତ ବୁଦ୍ଧି ନିଶ୍ଚିତ ରହିବା ଆବଶ୍ୟକ। ଅନେକ ସମୟରେ ମଞ୍ଚରେ ବହୁତ୍‌‌ କିଛି ପରିସ୍ଥିତି ଆସିଥାଏ, ଯାହା ଏଜେଣ୍ଡାରେ ନ ଥାଏ। ସେସବୁକୁ ଯଦି ଜଣେ ମ୍ୟାନେଜ୍‌‌ କରିପାରିଲା ତେବେ ସେ ନିଶ୍ଚିତ ଜଣେ ଭଲ ମଞ୍ଚ ଉପସ୍ଥାପକ ହୋଇପାରିବ। ଏଥିପାଇଁ ସୁନ୍ଦର ଚେହେରାର କୌଣସି ଆବଶ୍ୟକତା ନାହିଁ। (ମଧୁମିତା ମହାନ୍ତି)
ପରିବେଶ ସନ୍ତୁଳନର ଏକ ବଡ଼ ବାର୍ତ୍ତାବହ ଘରଚଟିଆ; ବିଲୁପ୍ତ ପ୍ରାୟ ଏ ଚଢ଼େଇର ଗୃହ ପ୍ରତ୍ୟାବର୍ତ୍ତନ ପାଇଁ ଗଞ୍ଜାମ ଜିଲ୍ଲାରେ ଉଦ୍ୟମ ଆରମ୍ଭ
ବ୍ରହ୍ମପୁର( କ୍ଷୀରସିନ୍ଧୁ ମହାନ୍ତି): ଘରଚଟିଆ; କୁନି ଚଢ଼େଇଟିଏ। କିନ୍ତୁ ପରିବେଶ ସନ୍ତୁଳନର ଏକ ବଡ଼ ବାର୍ତ୍ତାବହ। ପ୍ରାକୃତିକ ବିଲକ୍ଷଣ, ଅନେକ ମନୁଷ୍ୟକୃତ କାରଣ ପାଇଁ ବିଲୁପ୍ତ ପ୍ରାୟ ଏ ଚଢ଼େଇର ଗୃହ ପ୍ରତ୍ୟାବର୍ତ୍ତନ ପାଇଁ ଗଞ୍ଜାମ ଜିଲ୍ଲାରେ ଉଦ୍ୟମ ଆରମ୍ଭ ହୋଇଛି। ବେଶୀ ନ ହେଲେ ବି ସେମାନଙ୍କ ଫେରିବାର ପ୍ରକ୍ରିୟା ପରିବେଶ ସୁରକ୍ଷା ଓ ପୁନରୁଦ୍ଧାର କ୍ଷେତ୍ରରେ ଏକ ବଡ଼ ବାର୍ତ୍ତା ଦେଉଛି। ସବୁଆଡ଼େ ଉଦ୍ୟମ ହେଲେ, ଆମେ ପିଲା ବେଳେ ଦେଖିଥିବା ଏ କୁନି ଅତିଥି ପୁଣି ସବୁଦିନିଆ ସଦସ୍ୟ ପାଲଟିବାର ସମ୍ଭାବନା ସୃଷ୍ଟି ହୋଇଛି।
ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରେ କିଛି ପରିବେଶପ୍ରେମୀ ଯୁବକଙ୍କ ସହଯୋଗରେ ଗଢି ଉଠିଥିବା ଆଞ୍ଚଳିକ ବିକାଶ ପରିଷଦ ନାମକ ସଂଗଠନ ଘରଚଟିଆର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି। ୨୦୧୧ ମସିହାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ବ୍ରହ୍ମପୁର ମହାନଗରରେ ଘର ଚଟିଆ ସୁରକ୍ଷା କାର୍ଯ୍ୟକ୍ରମ ଚାଲିଛି। ସେହିଭଳି ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ପାଟିକଟା ଗ୍ରାମରେ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମୁଦାୟ ଗଞ୍ଜାମ ଓ ଗଜପତି ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ସ୍ଥାନରେ ଘର ଚଟିଆକୁ ସୁରକ୍ଷା ଦିଆଯାଉଛି। ଘର ଚଟିଆଙ୍କ ସୁରକ୍ଷା ପାଇଁ ପ୍ରାୟ ଦୁଇ ହଜାର ବାସସ୍ଥଳୀ, ଏକ ହଜାର ଖାଦ୍ୟ ଓ ଜଳ ପାତ୍ର ମାଗଣାରେ ବଣ୍ଟନ କରାଯାଇଛି। ଲୋକମାନେ ମଧ୍ୟ ଧୀରେ ଧୀରେ ସଚେତନ ହୋଇ ଏହି କୁନି ପକ୍ଷୀକୁ ସୁରକ୍ଷା ଦେବାକୁ ଆଗଭର ହୋଇଛନ୍ତି। ସିମେଣ୍ଟ ଘର ଦାଣ୍ଡରେ ଏବେ ଘର ଚଟିଆଙ୍କ ପାଇଁ ବାସସ୍ଥଳୀ ସ୍ଥାପନ ହେଉଛି। ଏଥିରେ ପାଣି ଓ କିଛି ଖାଦ୍ୟ ରଖାଯାଉଛି। ଏମାନଙ୍କ ସୁରକ୍ଷା ପାଇଁ ଘରମାଲିକ ଯତ୍ନବାନ ହେଉଛନ୍ତି। ଏଥିଯୋଗୁଁ ପୁଣିଥରେ ଦାଣ୍ଡରେ କିଚିରି ମିଚିରି ଶୁଭୁଛି।
ଗାଁ ଚାଳ ଘରର ନଡ଼ା ସନ୍ଧି, କାନ୍ଥ ଓ କୋଠା ଘରର ସ୍କାଇ ଲାଇଟ୍‌‌ ବିଦ୍ୟୁତ ଖୁଣ୍ଟ କେବୁଲ୍‌‌ ବକ୍ସରେ ବି ଘର ତୋଳି ରହିଥାଏ ଘର ଚଟିଆ। ସେମାନଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର ପାତ୍ର ଆମେରିକା ଯାଇ ସେଠାରେ ଘର ଚଟିଆ ସୁରକ୍ଷା ଦିଗରେ ପରିବେଶପ୍ରେମୀଙ୍କୁ ନୂତନ ଦିଗ୍‌‌ଦର୍ଶନ ଦେଇଛନ୍ତି। ଶ୍ରୀ ପାତ୍ରଙ୍କ କହିବା ଅନୁସାରେ ସାଧାରଣତଃ ପାରା ଯେ, କୌଣସି ସ୍ଥାନରେ ତାର ବଂଶ ବିସ୍ତାର କରିପାରେ। ମନୁଷ୍ୟ ସହ ପ୍ରତିକୂଳ ପରିବେଶରେ ରହିପାରେ କିନ୍ତୁ ଅନ୍ୟ ପକ୍ଷୀଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହଁ। ଘର ତିଆରି ଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଛି। ଚାଳ, ଝିକର ଘରେ ଘରଚଟିଆ ବାସ କରୁଥିଲେ। ଚାଳରୁ କୁଟା ସଂଗ୍ରହ କରି ଗଛ, ବିଦ୍ୟୁତ ଖୁଣ୍ଟରେ କାଉ, ବଣି, ରଣୀ ଘର କରୁଥିଲେ। ବର୍ତ୍ତମାନ ପରିବର୍ତ୍ତିତ କଂକ୍ରିଟ ଘରେ ଏମାନଙ୍କ ପାଇଁ ସ୍ଥାନ ନାହିଁ। ଘରର ଦାଣ୍ଡଦୁଆରେ ପୂର୍ବରୁ ସ୍ତ୍ରୀ ଲୋକମାନେ ବସି ଦୈନିଦିନ କାର୍ଯ୍ୟ ଯଥା ଚାଉଳ, ମୁଗ, ବିରି ଆଦି ଶସ୍ୟ ବାଛୁଥିଲେ। ସେଥିରୁ ବାଛିବା ବେଳେ ତଳେ ପଡୁଥିବା ଶସ୍ୟ ଖାଇ ପକ୍ଷୀ ନିଜର କ୍ଷୁଧା ମେଣ୍ଟାଉଥିଲେ। ମାଟିରେ ବର୍ଷା ଜଳ ଜମା ହୋଇ କିଛି ଦିନ ରହୁଥିଲା ତାହା ଆଶ୍ରାରେ କିଛିଦିନ ବଞ୍ଚିଯାଉଥିଲେ ପକ୍ଷୀମାନେ। କିନ୍ତୁ ଏବେ ସେ ସ୍ଥିତି ନାହିଁ; ତେଣୁ ପ୍ରତ୍ୟେକ ନାଗରିକ ଘର ଚଟିଆର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।
ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସେ ତେଜ ଓ ପ୍ରାଣଶକ୍ତିର ସ୍ୱରୂପ ଏବଂ ଚରାଚର ବିଶ୍ୱର ଆତ୍ମା। ଯାହାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ। ସୂର୍ଯ୍ୟଦେବଙ୍କ ବିଷୟରେ ଋଗ୍‌ବେଦରେ ବର୍ଣ୍ଣନା କରାଯାଇଛି।
ସୂର୍ଯ୍ୟ ଓଁକାର ସ୍ବରୂପ। ସୂର୍ଯ୍ୟଙ୍କୁ ଜଗତ ପିତା ଓ ଧର୍ମର ଦେବତା ରୂପେ ଆରାଧନା କରାଯାଏ। ପରମାତ୍ମାଙ୍କର ପ୍ରତ୍ୟକ୍ଷ ସ୍ବରୂପ ହିଁ ସୂର୍ଯ୍ୟ। ସେ ହିଁ ଅକ୍ଷୟ ଓ ପରିବର୍ତ୍ତନ ରହିତ ଶାଶ୍ବତ ବ୍ରହ୍ମ। ତାଙ୍କ ଉପାସନା ଓ ଆରାଧନା ମନୁଷ୍ୟର ପାପରାଶିକୁ କ୍ଷୟ କରି ଅଷ୍ଟ ଐଶ୍ବର୍ଯ୍ୟ ପ୍ରଦାନ କରେ। ଉଦୟକାଳୀନ, ମଧ୍ୟାହ୍ନ ଓ ସାୟଂକାଳୀନ ସୂର୍ଯ୍ୟଙ୍କୁ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ରୂପେ ଆରାଧନା କରାଯାଏ।
ହିନ୍ଦୁ ଧର୍ମରେ, ସପ୍ତାହ ସାତଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ। ସୋମବାର ଶିବଙ୍କୁ ସମର୍ପିତ ହୋଇଥିବା ବେଳେ, ମଙ୍ଗଳବାରରେ ଦେବୀ ମଙ୍ଗଳା ଓ ହନୁମାନଙ୍କୁ ପୂଜା କରାଯାଏ। ଏହିକ୍ରମରେ, ସୂର୍ଯ୍ୟଦେବଙ୍କୁ ରବିବାର ସମର୍ପିତ। ତେବେ ସପ୍ତାହକ ମଧ୍ୟରେ ରବିବାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ପବିତ୍ର ଦିନ ବିଷୟରେ ପୁରାଣ ଶାସ୍ତ୍ରରୁ ଆରମ୍ଭ କରି ଜ୍ୟୋତିଷ ଶାସ୍ତ୍ର ପର୍ଯ୍ୟନ୍ତ ସବୁଠାରେ ଉଲ୍ଲେଖ ରହିଛି। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ପୂଜା, ଧ୍ୟାନ, ଦାନ, ତପସ୍ୟା ଓ ବିଭୁ କୃପା ଲାଭ ପାଇଁ ଏକ ପ୍ରକୃଷ୍ଟ ତଥା ସୁଗମ ଦିବସ। ସଂସ୍କୃତରେ ଏହି ଦିନଟିକୁ ଅର୍କବାସର ବୋଲି କୁହାଯାଏ। ବିଶ୍ବାସ ରହିଛି ଯେ, ସୂର୍ଯ୍ୟନାରାୟଣଙ୍କ ବ୍ରତ ଓ ଉପାସନା କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟଦେବ ହେଉଛନ୍ତି ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା। ଆଦିତ୍ୟଲୋକରେ ଭଗବାନ ସୂର୍ଯ୍ୟ ସାକାର ବିଗ୍ରହରେ ଅବସ୍ଥାନ କରନ୍ତି। ସେ ରକ୍ତପଦ୍ମ ଉପରେ ବିରାଜମାନ ହୋଇଥାଆନ୍ତି । ତାଙ୍କର ଶରୀରର ବର୍ଣ୍ଣ ହିରଣ୍ମୟ। କେତେକ ଶ୍ଳୋକରେ ତାଙ୍କର ବର୍ଣ୍ଣକୁ ‘ପଦ୍ମଗର୍ଭ’ ବୋଲି ମଧ୍ୟ କୁହାଯାଇଛି।
ସୂର୍ଯ୍ୟଦେବଙ୍କ କୃପା ହେଲେ ଆରୋଗ୍ୟ ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଯେଉଁମାନେ ସୂର୍ଯ୍ୟଙ୍କୁ ପ୍ରତିଦିନ ଜଳ ଅର୍ପଣ କରିବା ସହ ରବିବାର ଦିନ ସୂର୍ଯ୍ୟଦେବଙ୍କ ବ୍ରତ କରନ୍ତି ସେମାନଙ୍କ ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଥାଏ। କୁହାଯାଏ, ସୂର୍ଯ୍ୟଦେବଙ୍କ ଉପାସନା କରିବା ଦ୍ବାରା ନେତ୍ର ଓ ଚର୍ମ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ସୂର୍ଯ୍ୟଦେବଙ୍କ ତମ୍ବାରେ ନିର୍ମିତ ଏକ ପ୍ରତିମା ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ସୂର୍ଯ୍ୟଦେବଙ୍କ ଉପାସନା ପାଇଁ ପ୍ରାତଃକାଳରୁ ସ୍ନାନ ସାରି ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଏହି ଜଳରେ ସିନ୍ଦୂର ଏବଂ ନାଲି ଫୁଲ ପକାଇ ଅର୍ପଣ କରନ୍ତୁ। ଏହାପରେ ସୂର୍ଯ୍ୟଙ୍କ ମନ୍ତ୍ର ‘ଓଁ ଆଦିତ୍ୟାୟ ନମଃ’ ଜପ କରନ୍ତୁ। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣବେଳେ ନାଲି ଏବଂ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି ବିଶ୍ବାସ ରହିଛି।
ଯିଏ ସୂର୍ଯ୍ୟ ଉପାସନା କରେ, ତା’ର ସମସ୍ତ ଦୁଃଖ କ୍ଳେଶ ଦୂର ହେବା ସହ, ଯଶ କୀର୍ତ୍ତି ବୃଦ୍ଧି ପାଇଥାଏ। ଏଥÒସହ ସମସ୍ତ ରୋଗରୁ ମୁକ୍ତି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।
ପ୍ରତିଦିନ ବାହାଘରକୁ ନେଇ ଅନେକ ରୋଚକ ଖବର ସବୁ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ବ୍ରିଟେନର ହଟଫୋର୍ଡସାୟାରରେ ରହୁଥିବା କାର୍ଲା ବେଲୁସୀ ନାମ୍ନୀ ଜଣେ ମଡେଲ୍‌ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖି ଚର୍ଚ୍ଚାକୁ ଆସିଛନ୍ତି। କାର୍ଲାଙ୍କ ସର୍ତ୍ତ ମୁତାବିକ, ତାଙ୍କ ଆଲିସାନ୍‌ ବାହାଘରରେ ଯୋଗ ଦେବା ପାଇଁ ଇଚ୍ଛୁକ ଅତିଥି ନିଜ ଖାଇବା ଖର୍ଚ୍ଚ ନିଜେ ଉଠାଇବେ। ତେବେ କାର୍ଲାଙ୍କ ଏହି ବାହାଘରରେ ୩୦ ଜଣ ଅତିଥି ଯୋଗଦେବେ। ଏହି ଅତିଥିମାନେ ସେମାନଙ୍କର ୯୦୦୦ ଟଙ୍କାର ଖାଇବା ଖର୍ଚ୍ଚ ନିଜେ ଭରଣା କରିବେ । କାର୍ଲାଙ୍କର ବୟସ ୪୦, ସେ ଚାରୋଟି ସନ୍ତାନର ମା’। ବହୁତ ଜଲଦି ସେ ତାଙ୍କ ୫୨ ବର୍ଷୀୟ ପ୍ରେମିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିବାହ ପୂର୍ବରୁ ତାଙ୍କର ଏପରି ଅଜବ ସର୍ତ୍ତ ଶୁଣି ଅନେକ ଆଶ୍ଚର୍ଯ୍ୟ ପ୍ରକଟ ମଧ୍ୟ କରିଛନ୍ତି। କାର୍ଲାଙ୍କର ବିବାହ ଖର୍ଚ୍ଚ ୩୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କାର୍ଲା ଏକ ପଞ୍ଚ ତାରକା ହୋଟେଲରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ସେ ତାଙ୍କର ଅର୍ଜିତ ସମସ୍ତ ଅର୍ଥକୁ ବିବାହରେ  ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି, ସେଥିପାଇଁ ସେ ବିବାହରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସମ୍ମୁଖରେ ଏଭଳି ଏକ ଅଭାବନୀୟ ସର୍ତ୍ତ ରଖିଛନ୍ତି।
ବାରମ୍ବାର ଫୋନ ରିଂ ହେବା ଭଳି ମନେ ହେଉଛି କି ? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ବଡ ରୋଗ
ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକଙ୍କ ଜୀବନକୁ ସ୍ମାର୍ଟଫୋନ୍ ଅଧିକ ସହଜ ଓ ସରଳ କରିଛି। ବିନା ଫୋନ୍‌ରେ କୌଣସି କାର୍ଯ୍ୟ କରିବା ଯେପରି ଅସମ୍ଭବ ହୋଇଗଲାଣି। ହେଲେ ଆମ ଭିତରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବାରମ୍ବାର ଫୋନ୍ ଚେକ୍ କରନ୍ତି । ଆଉ ଯଦି ଏମାନେ ଫୋନ୍ ଠାରୁ କିଛି ସମୟ ଦୂରେଇ ଯାଇଥାନ୍ତି ତାହେଲେ ସେମାନଙ୍କ ଫୋନ୍ ରିଂ ହେଉଛି କି ବୋଲି ଭାବିଥାନ୍ତି । ଏନବିଟି ରିପୋର୍ଟରେ ମନସ୍ତତ୍ବବିତ୍ ଡ. ଅଜୟ ସିରୋହା ଏହାକୁ ଏକପ୍ରକାର ରୋଗ ବୋଲି ମତ ଦେଇଛନ୍ତି। ଏହାକୁ ‘ଫାଣ୍ଟମ ଭାଇବ୍ରେସନ୍ ସିଣ୍ଡ୍ରୋମ’ ବୋଲି କୁହାଯାଇଥାଏ। ଏହି ସିଣ୍ଡ୍ରୋମ୍‌ରେ ପୀଡିତ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ୍ ରିଂ ହେବା ପରି ଶବ୍ଦ ଶୁଣାଯାଇଥାଏ। ଏହା ଏକ ପ୍ରକାର ମାନସିକ ସମସ୍ୟା ।
ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଫୋନ୍ ରିଂ ନହେବା ସତ୍ତ୍ଵେ ବାରମ୍ବାର ରିଂ ହେବା ପରି ମନେ ହୋଇଥାଏ । ଏମାନେ ଗୋଟିଏ କଥାକୁ ବାରମ୍ବାର ଚିନ୍ତା କରିଥାନ୍ତି। ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ଫୋନ୍‌କୁ କଲ୍ କିମ୍ବା ମେସେଜ ନ ଆସିଲେ ସେମାନେ ବିଚଳିତ ହୋଇଯାନ୍ତି। ଏହି ସମୟରେ ସେମାନଙ୍କ ଶରୀରରୁ ଝାଳ ବାହାରୁଥିବାର ମଧ୍ୟ ଦେଖାଯାଏ । ସାଧାରଣତଃ ଏଭଳି ସମସ୍ୟା ୨୫ରୁ ୪୦ବର୍ଷ ବୟସ ବ୍ୟକ୍ତିଙ୍କ ଠାରେ ଅଧିକ ଦେଖିବାକୁ ମିଳେ। ଏପରିକି କରୋନା ସମୟରେ ପିଲାମାନେ ଅନ୍‌ଲାଇନ୍ କ୍ଲାସ୍, ପରୀକ୍ଷା, ମୋବାଇଲ୍‌ରେ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିବାର ଅଭ୍ୟାସ ସେମାନଙ୍କୁ ଏହି ରୋଗ ଆଡକୁ ଟାଣି ନେଉଛି।
ଏହି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ ନିମ୍ନଲିଖିତ ଉପାୟ ଆପଣାନ୍ତୁ
ଫୋନର ମେସେଜ ଟୋନ୍ ବା ନୋଟିଫିକେସନ୍‌କୁ ବନ୍ଦ କରିଦିଅନ୍ତୁ। ଏହାଦ୍ଵାରା ବାରମ୍ବାର ଫୋନ୍‌କୁ ଧ୍ୟାନ ଯାଇ ନ ଥାଏ ।
କିଛି ସମୟ ପାଇଁ ମୋବାଇଲ ଡାଟା ବନ୍ଦ କରିବା ସବୁଠୁ ସହଜ ଉପାୟ ।
ଫୋନ୍ କିମ୍ବା ଭରଚୁଆଲ ଜଗତରୁ ଦୂରେଇ ରହି ଯେତେସମ୍ଭବ ପରିବାର ସହିତ ସମୟ କାଟନ୍ତୁ।
କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଫୋନ୍ ନ ରଖି ବାରମ୍ବାର ସ୍ଥାନ ବଦଳାଇ ଫୋନ ରଖିବାକୁ ଚେଷ୍ଟା କରନ୍ତୁ ।
ବିଶ୍ୱର ଏଭଳି ଏକ ସହର ଯେଉଁଠି ରାସ୍ତାକଡ଼ର ବୁଲାବିକାଳିମାନେ ବିକ୍ରି କରିଥାନ୍ତି ଔଷଧ
ହାଇତିର ପୋର୍ଟ-ଔ-ପ୍ରିନ୍ସ ସହରରେ ପରିବା ଭଳି ଔଷଧ ବିକ୍ରି ହୋଇଥାଏ। ତେଜରାତି ଜିନିଷ ତଥା ଚକୋଲେଟ୍‌ ଭଳି ଏଠାରେ ଔଷଧ ବିକ୍ରି କରାଯାଏ। ରାସ୍ତାକଡ଼ରେ ବୁଲା ବିକାଳିମାନେ ଔଷଧ ବୋଝେଇ ବାସ୍କେଟକୁ ମୁଣ୍ଡେଇ ଏ ଗଳିରୁ ସେ ଗଳି ରୋଗୀଙ୍କ ସନ୍ଧାନରେ ବୁଲିଥାନ୍ତି। ବିରାଟକାୟ ପ୍ଲାଷ୍ଟିକ୍ ଡାଲାରେ ଥାଏ ଭଳିକି ଭଳି ରଙ୍ଗବେରଙ୍ଗର ଔଷଧ ଓ କଇଁଚିଟିଏ । ଏହି ସବୁ ଔଷଧକୁ ରବର ବ୍ୟାଣ୍ଡରେ ବନ୍ଧା ଯାଇଥାଏ। ତା’ସହ ଗ୍ରାହକଙ୍କ ଦୃଷ୍ଟିଆକର୍ଷଣ କରିବା ଲାଗି ଔଷଧ ସବୁକୁ ସୁନ୍ଦର ଭାବେ ବାସ୍କେଟରେ ଖଞ୍ଜାଯାଇଥାଏ। ଏହା ପରେ ସେମାନେ ଔଷଧ ବୋଝେଇ ବାସ୍କେଟ୍‌କୁ ମୁଣ୍ଡରେ ଧରି ଗଳିକନ୍ଦି ବୁଲନ୍ତି। ତେବେ ଏହାକୁ ବ୍ରିକି କରୁଥିବା ଲୋକଙ୍କର ଔଷଧ ସମ୍ପର୍କରେ ସେତେଟା ଜ୍ଞାନ ନ ଥାଏ। ତା’ ସତ୍ତ୍ବେ ବି ସେମାନେ ନିଜ ସାଧ୍ୟମୁତାବକ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି। ଏହି କାର୍ଯ୍ୟ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦି’ ପଇସା ରୋଜଗାର କରିବା। ସେହିପରି ଲୋକମାନେ ମଧ୍ୟ ବିନା ପ୍ରେସ୍‌କ୍ରିପସନ୍‌ରେ ସେମାନଙ୍କ ପାଖରୁ ଔଷଧ କିଣିବା ପାଇଁ ଆଗେଇ ଆସନ୍ତି। ଅବଶ୍ୟ ସେମାନଙ୍କର ଅନଭିଜ୍ଞତା ହିଁ ରୋଗୀଙ୍କୁ ବେେଳବେଳେ ଅଧିକ ରୋଗଗ୍ରସ୍ତ କରିପକାଏ।
ଅବଶ୍ୟ ଏହା ହେଉଛି ବେଆଇନ ଓ ଅନୈତିକ କାର୍ଯ୍ୟ। ଏକଥା ଜାଣିବା ପରେ ମଧ୍ୟ ଏହି ସବୁ କାମ କରିବାକୁ ସେମାନେ ତିଳେମାତ୍ର ଭୟ କରି ନ ଥାନ୍ତି। ଗତ ଦଶନ୍ଧି ମଧ୍ୟରେ ଘଟିଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହାଇତିରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ ଉନ୍ନତି ହୋଇପାରି ନାହିଁ। ଫଳରେ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ତଥା ଜୀବିକା ନିର୍ବାହ କରିବା ଲାଗି ରାସ୍ତାକଡ଼ର ଏହି ବୁଲା ବିକାଳିମାନେ ଔଷଧ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ସମୟ କ୍ରମେ ଏଥିରେ ପରିବର୍ତ୍ତନ ଆସିଛି। କିନ୍ତୁ ଏସବୁ ସତ୍ତ୍ବେ ଏବେବି ଏଠାରେ ଏଭଳି ବୁଲା ଔଷଧ ବିକାଳିମାନଙ୍କୁ ଦେଖିବାକୁ ମିଳିଥାଏ।
ବିଶ୍ୱର ଏପରି ଏକ ଗ୍ରାମ ଯେଉଁଠି ଝିଅମାନେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ପାଲଟି ଯାଆନ୍ତି ପୁଅ
ବିଶ୍ବରେ ଅନେକ ବୈଚିତ୍ରମୟ ଘଟଣା ଘଟିଥାଏ। ଯାହାକୁ ବୈଜ୍ଞାନିକମାନେ ମଧ୍ୟ ସମାଧାନ କରିପାରନ୍ତି ନାହିଁ । କେଉଁଠି ରହସ୍ୟମୟ ଝରଣା ବହୁଛି ତ, କେଉଁଠି ସବୁବେଳେ ଯାଆଁଳା ଶିଶୁ ଜନ୍ମ ହୋଇଥା’ନ୍ତି। ଏହିଭଳି କିଛି ରହସ୍ୟମୟ ଘଟଣା ଘଟେ, ଡୋମିନିକାନ୍ ରିପବ୍ଲିକ୍ ଦେଶରେ। ଏଠାରେ ଥିବା ଲା ସୋଲିନାସ୍ ଗ୍ରାମରେ ଝିଅମାନେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ପୁଅ ପାଲଟି ଯାଆନ୍ତି। ସେମାନଙ୍କର ଲିଙ୍ଗଗତ ପରିବର୍ତ୍ତନ ହୋଇଥାଏ। ତେଣୁ ଆଖପାଖର ଲୋକେ ଏହାକୁ ଅଭିଶପ୍ତ ଗାଁ କୁହନ୍ତି। ଏପରିକି ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହି ରହସ୍ୟର ସମାଧାନ କରିପାରି ନାହାଁନ୍ତି। ୧୨ ବର୍ଷ ବୟସ ହେଉ ହେଉ ଝିଅମାନେ ହଠାତ୍ ପୁଅହୋଇଯାନ୍ତି। ଏଭଳି ପିଲାମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ‘ଗ୍ବେଦୋଚେ’ କୁହାଯାଏ । ଏହି କାରଣରୁ ସ୍ଥାନୀୟ ଲୋକମାନେ ବିଶ୍ବାସ କରନ୍ତି ଯେ, ଗ୍ରାମଟିରେ ଅଦୃଶ୍ୟ ଶକ୍ତିର ପ୍ରଭାବ ଅଛି । ଆଜି ବି ଏହି ଗ୍ରାମରେ ଯଦି ଝିଅଟିଏ ଜନ୍ମ ନିଏ, ଲୋକମାନେ ଶୋକ ମନାନ୍ତି। ଏହା ଏକ ପ୍ରକାର ରୋଗ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ, ଏହି କାରଣରୁ ଏଠାରେ ଝିଅଙ୍କ ସଂଖ୍ୟା ବହୁତ କମ୍ । ସମୁଦ୍ରକୂଳରେ ଅବସ୍ଥିତ ଏହି ଗ୍ରାମଟିର ଜନସଂଖ୍ୟା ପ୍ରାୟ ୬ ହଜାର। ଏହି ଅନନ୍ୟ ଆଶ୍ଚର୍ଯ୍ୟ ହେତୁ, ସମଗ୍ର ବିଶ୍ବର ଅନୁସନ୍ଧାନକାରୀଙ୍କ ଅନୁସନ୍ଧାନର କେନ୍ଦ୍ରସ୍ଥଳୀ ପାଲଟିଛି ଲା ସୋଲିନାସ୍ ଗ୍ରାମ। ଅନ୍ୟପକ୍ଷରେ, ଡାକ୍ତରମାନେ କହିଛନ୍ତି ଯେ ଏହା ହେଉଛି ଏକ ପ୍ରକାର ବଂଶଗତ ରୋଗ । ସ୍ଥାନୀୟ ଭାଷାରେ, ଏହି ରୋଗରେ ପୀଡ଼ିତ ପିଲାମାନଙ୍କୁ ‘ସୁଡୋହର୍ମାଫ୍ରଡାଇଟ୍’ କୁହାଯାଏ। ଏହି ରୋଗରେ ଆକ୍ରାନ୍ତ ସମସ୍ତ ଝିଅ ୧୨ ବର୍ଷ ବୟସରେ ପହଞ୍ଚୁ ପହଞ୍ଚୁ ସେମାନଙ୍କ ଶରୀର ପୁରୁଷଙ୍କ ଭଳି ହୋଇଯାଏ। ସ୍ୱଭାବ, ଆଚାର ବ୍ୟବହାର ଆଦି ସବୁ କିଛି ପରିବର୍ତ୍ତନ ହୋଇଯାଏ | ଗ୍ରାମର ୯୦ ଜଣ ପିଲାଙ୍କ ମଧ୍ୟରୁ ଜଣେ ଏହି ବିରଳ ରୋଗର ଶିକାର ହୋଇଥାନ୍ତି।
ବିବାହିତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ନିଜ ପତ୍ନୀଙ୍କ ଜନ୍ମ ତାରିଖକୁ ମନେ ରଖିବାକୁ ପଡ଼େ। ନଚେତ୍ ଅନେକ କିଛି ସମସ୍ୟା ସୃଷ୍ଟି ହୁଏ । ଏକଥା ମଜାକ୍ ହୋଇପାରେ। କିନ୍ତୁ ବିଶ୍ବରେ ଏମିତି ଏକ ଦେଶ ଅଛି, ଯେଉଁଠି ପତ୍ନୀଙ୍କ ଜନ୍ମତାରିଖ ମନେ ନ ରଖିଲେ, ସ୍ଵାମୀକୁ ଜେଲ୍ ଯିବାକୁ ପଡ଼େ । ଏହି ଆଇନକୁ ‘ଫର୍‌ଗେଟ୍ସ ୱାଇଫସ ବାର୍ଥ ଡେ’ ଲ’ ନାମରେ ନାମିତ କରାଯାଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦେଶ ‘ସାମୋଆ’ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପରିଚିତ। ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ଵୀପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏଠାରେ ଏଭଳି ବିଚିତ୍ର ଆଇନ ପ୍ରଚଳିତ । କେବଳ ଜନ୍ମଦିନ ଭୁଲିବା ନୁହେଁ, ଛୋଟ ଛୋଟ ଭୁଲ୍ ପାଇଁ ମଧ୍ୟ ଏଠାରେ ସ୍ଵାମୀକୁ ଗିରଫ କରାଯିବାର ଆଇନ ରହିଛି। ଯଦି ଏଠାରେ ଜଣେ ପତ୍ନୀର ଜନ୍ମଦିନ ଭୁଲିଯାଉଛନ୍ତି, ତେବେ ପ୍ରଥମ ଥର କେବଳ ସତର୍କ କରିଦିଆଯାଏ। କିନ୍ତୁ ଯଦି ସ୍ଵାମୀ ସେହି ଭୁଲ୍‌କୁ ବାରମ୍ବାର କରନ୍ତି, ତେବେ ପୁଲିସ୍ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥାଏ ।
ସ୍ନାନ ଓ ଦାନର ମାସ ତଥା ଶ୍ରୀବିଷ୍ଣୁଙ୍କ ପ୍ରିୟ କାର୍ତ୍ତିକ ମାସର ମାହାତ୍ମ୍ୟ
କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ସମୟକୁ କାର୍ତ୍ତିକ ମାସ କୁହାଯାଏ । ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକକୁ ସ୍ନାନ ଓ ଦାନର ମାସ ମଧ୍ୟ କୁହାଯାଏ । ଏହି ମାସରେ ଭୋରରୁ ସ୍ନାନ କରିବା ଓ ଦାନ ଦେବା ଯୋଗୁଁ ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିଥାନ୍ତି ହବିଷ୍ୟାଳୀ । ତେବେ ଏହି ମାସରେ ଶ୍ରୀବିଷ୍ଣୁଙ୍କୁ ବିଶେଷ ପୂଜାର୍ଚ୍ଚନା ସହିତ ଆଉ କିଛି ବିଧିବିଧାନ ପାଳନ କରିବା ନିୟମ ରହିଛି।
♦ କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଆକାଶଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ।
♦ ଏହି ମାସରେ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ସହିତ ପୁଣ୍ୟଫଳଦାୟୀ ତୀର୍ଥ ଓ ନଦୀମାନଙ୍କର ସ୍ମରଣ କରିବା ଉଚିତ । ଏଭଳି କରିବା ଦ୍ୱାରା ମହିଳାମାନଙ୍କର ଆୟୁବୃଦ୍ଧି ହୁଏ । ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୁଅନ୍ତି ଓ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ପାପକ୍ଷୟ ହୋଇଥାଏ ।
♦ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ତମ୍ବା ପାତ୍ରରେ ଜଳ, କୁଙ୍କୁମ, ଫୁଲ ଓ ଚାଉଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେବା ସହିତ “ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଜରୁରୀ।
♦ ଏହି ମାସରେ ତାମସିକ ବା ଅଧିକ ମସଲାଯୁକ୍ତ ଖାଦ୍ୟ ବର୍ଜନୀୟ । ଶୁଦ୍ଧ ଶାକାହାରୀ ଭୋଜନ ଖାଇବା ଆବଶ୍ୟକ।
♦ ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଓ ପବିତ୍ର ନଦୀ ତଟରେ ଦୀପଦାନ କରିବା ବିଧେୟ । ତୁଳସୀଙ୍କୁ ପୂଜା କରିବା ଦ୍ବାରା ଶ୍ରୀବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି।
♦ କାର୍ତ୍ତିକ ମାସରେ ଚିତ୍ତକୁ ଶାନ୍ତ ରଖୁବା ପାଇଁ ଧ୍ୟାନ କରନ୍ତୁ |
♦ କାର୍ତ୍ତିକ ମାସରେ ଶିବପୂଜାର ମହତ୍ତ୍ଵ ରହିଛି। ତେଣୁ ଶିବଙ୍କୁ ଜଳାଭିଷେକ କରି ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ ।