Phone Pe - The Sakala
ରାଜଧାନୀରେ ସ୍ମାର୍ଟ ଠକ; ନକଲି ଫୋନ୍‍ ପେ’ ଆପ୍ ରେ ୨୦ ହଜାର ଟଙ୍କା ଠକେଇ
ଭୁବନେଶ୍ୱର: ରାଜଧାନୀରେ ଏବେ ଫୋନ୍‍ ପେ’ର ନକଲି ଆପ୍‍ ରେ ଠକେଇ ବୃଦ୍ଧି ପାଇବାରେ ଲାଗିଛି। ସହିଦନଗର ଥାନା ଅଞ୍ଚଳରେ ଥିବା ବ୍ୟବସାୟୀ ମୁନ୍ନା ରାଉତ ଏଭଳି ୫ ହଜାର ଟଙ୍କାର ଠକେଇ ହୋଇଛନ୍ତି। କେବଳ ମୁନ୍ନା ନୁହେଁ ନୂଆପଲ୍ଲୀ ଅଞ୍ଚଳରେ ଦୋକାନ କରିଥିବା ଅଶୋକ ବେହେରା ମଧ୍ୟ ୧୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଦୁଇ ଜଣ ଠକ ଅଶୋକଙ୍କ ଦୋକାନକୁ ଆସିଥିଲେ। ଦୋକାନରୁ ୧୦ ହଜାର ଟଙ୍କାର ସାମଗ୍ରୀ କିଣି ନେଇଥିଲେ। ଦୋକାନୀ ଜଣଙ୍କ ସେମାନଙ୍କୁ ବିଲ୍‍ ଦେବା ପରେ ଠକ ତାଙ୍କୁ ୟୁପିଆଇ ମାଧ୍ୟମରେ ଟଙ୍କା ପୈଠ କରିବ ବୋଲି କହିଲେ। ଅଭିଯୁକ୍ତ ଜଣଙ୍କ ଦୋକାନୀ କ୍ୟୁଆର୍‍ କୋଡ ନେଇ ସ୍କାନ୍‍ କରିଥିଲେ। ସ୍କାନ୍‍ କରିବା ପରେ ଫୋନ୍‍ ପେ’ ଭଳି ଟଙ୍କା କାରବାର୍‍ ହୋଇଥିବା ମେସେଜ୍‍ ଦେଖାଇଥିଲା। ଏହାପରେ ଠକ ବିଲ୍‍ ଧରି ଦୋକାନରୁ ଚମ୍ପଟ ମାରିଥିଲା। ଠକ ଯିବାର ଅଧ ଘଣ୍ଟା ପରେ ଦୋକାନୀ ତାଙ୍କର ଆକାଉଣ୍ଟ ଯାଞ୍ଚ କରିବା ପରେ ସେଥିରେ ଟଙ୍କା ଯାଇ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଦୋକାନ ବିଲ୍‍ ଯାଞ୍ଚ କରିବା ପରେ ଠକର ଫୋନ୍‍ ନମ୍ବରକୁ କଲ୍‍ କରିଥିଲେ। ହେଲେ ଫୋନ୍‍ ବନ୍ଦ ରହିଥିଲା। ଶେଷର ଏନେଇ ଅଶୋକ ନୂଆପଲ୍ଲୀରେ ଅଭିଯୋଗ କରିଥିବା ଜଣାପଡ଼ିଛି।
ସେହିପରି ମୁନ୍ନାଙ୍କ ଗ୍ରୋସରୀ ଦୋକାନକୁ ଜଣେ ଗ୍ରାହକ ଯାଇଥିଲା। ସେ ଏକାଧିକ ଗ୍ରୋସରୀ ନେବା ପରେ ତାଙ୍କର ବିଲ୍‍ ୫ ହଜାର ହୋଇଥିଲା। ସେ ମଧ୍ୟ ୟୁପିଆଇ ମାଧ୍ୟମରେ ଟଙ୍କା ଦେବ ବୋଲି କହିଥିଲା। ଦୋକାନୀ କ୍ୟୁଆର୍‍ କୋଡ୍‍ ଦେବା ପରେ ଅଭିଯୁକ୍ତ ଫୋନ୍‍ ପେ’ ଭଳି ଏକ ଆପ୍‍ ରେ ଟଙ୍କା ପଠାଇଥିଲେ। ଟଙ୍କା ଟ୍ରାଞ୍ଜାକ୍‍ସନ୍‍ ସଫଳ ହୋଇଥିବା ଦୋକାନୀଙ୍କୁ ଦେଖାଇଥିଲେ। ଦୋକାନୀ ଟଙ୍କା ଯାଇଥିବା ଦେଖିବା ପରେ ତେଜରାତି ସାମଗ୍ରୀ ଦେଇ ତାଙ୍କୁ ଛାଡିଥିଲେ। କିନ୍ତୁ ପରେ ଯାଞ୍ଚ କରିବା ପରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନ ଥିଲା। ତେଣୁ କେବଳ ଏହି ଦୁଇଟି ଦୋକାନ ନୁହେଁ। ଏହାଧିକ ଦୋକାନୀ ମଧ୍ୟ ଏହିଭଳି ଠକେଇର ଶିକାର ହେଉଛନ୍ତି। କିନ୍ତୁ ଛୋଟ ଅଙ୍କର ହୋଇଥିବାରୁ ଅନେକ ଦୋକାନୀ ଅଭିଯୋଗ କରିବାକୁ ଥାନାକୁ ଯାଉନାହାନ୍ତି।
କିଭଳି ହେଉଛି ଠକେଇ
ଫୋନ୍‍ ପେ’ ଏବଂ ଗୁଗଲ ପେ’ ଭଳି ଅବିକଳ ଦେଖାଯାଉଥିବା ଏକ ନକଲି ଆପ୍‍ ବଜାରକୁ ଆସିଛି। ଠକ ଏହି ଆପ୍‍କୁ ନିଜ ମୋବାଇଲ୍‍ ରେ ଇନ୍‍ଷ୍ଟଲ୍‍ କରିଛନ୍ତି। ସେମାନେ ଏଥିରେ ମଧ୍ୟ ନିଜ ମୋବାଇଲ୍‍ ଏବଂ ନାମ ଦେଈ ରେଜିଷ୍ଟେସନ୍‍ କରୁଛନ୍ତି। ପରେ କୌଣସି ଏକ ଦୋକାନକୁ ଯାଇ ଫୋନ୍‍ ପେ’ ଭଳି କ୍ୟୁଆର୍‍ କୋଡ୍‍ ସ୍କାନ୍‍ କରୁଛନ୍ତି। ସେଥିରେ ଦୋକାନୀ ନାମ ଏବଂ ଫୋନ୍‍ ନମ୍ବର ଆସିଯାଉଛି। ତଳେ ଦିଆଯାଇଥିବା ଟଙ୍କାର ପରିମାଣ ବିକଳ୍ପରେ ଠକ ଟଙ୍କାର ପରିମାଣ ପକାଇ କ୍ଲିକ୍‍ କରୁଛନ୍ତି। ଏହା ପରେ ଟଙ୍କା ଚାଲିଯାଇଥିବା ଏଥିରେ ଦେଖାଇବ। କିନ୍ତୁ ଅସଲରେ ଏଥିରେ କୌଣସି ଟଙ୍କା କାରବାର ହୋଇ ନ ଥାଏ। ଏଥିରେ କେବଳ ଦୋକାନୀକୁ ଭୁଆଁ ବୁଲାଇବା ପାଇଁ ସ୍କିନ୍‍ ରେ ଦେଖାଇଥାଏ।
ଏଭଳି ଠକେଇରୁୁ କିପରି ବର୍ତ୍ତିବେ
ଏଭଳି ଠକେଇ ବଢ଼ୁଥିବାରୁ ପୁଲିସ ଅନେକ ଦୋକାନୀଙ୍କୁ ସଚେତନ କରିଛନ୍ତି। ଦୋକାନୀମାନେ ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଦୋକାନରେ ଟଙ୍କା କାରବାର ହେବା ନେଇ ଏକ ଲାଉଡ୍‍ ସ୍ପିକର ବକ୍ସ ଆସୁଛି। ଏହାଦ୍ୱାରା ଟଙ୍କା କାରବାର ହେଲେ ଏଥିରେ ଜଣାଇଦେବ। ଫଳରେ ଦୋକାନୀ ଟଙ୍କା ଯାଇଥିବା ନେଇ ଜାଣିପାରିବେ। ଏହାସହ ଗ୍ରାହକ ଟଙ୍କା ପଠାଇବା ପରେ ଦୋକାନୀ ନିଜର ଫୋନ୍‍ର ମେସେଜ୍‍ ଯାଞ୍ଚ କରିବା ପରେ ଗ୍ରାହକଙ୍କୁ ଛାଡ଼ନ୍ତୁ।
ଡିଜିଟାଲ୍‌ ପେମେଣ୍ଟ ଆପ୍ ଫୋନ୍ ପେ’ ରେ ଆପଣ ମୋବାଇଲ୍ ରିଚାର୍ଜ କରୁଛନ୍ତି କି, ତେବେ ଆପଣଙ୍କୁ ଝଟକା ଲାଗିବାକୁ ଯାଉଛି । ଫୋନ୍ ପେ’ ୟୁଜର୍ସଙ୍କ ପାଇଁ ଖରାପ ଖବର। କାରଣ ଏଣିକି ଫୋନ୍ ପେ’ କାରବାରକାରୀଙ୍କୁ ଏଥିପାଇଁ ଚାର୍ଜ ଲାଗିବ। ଯାହାଫଳରେ ୟୁଜରମାନେ ଆଉ ମାଗଣାରେ ଫୋନ୍ ପେ’ ରେ ମୋବାଇଲ୍ ରିଚାର୍ଜ କରିପାରିବେ ନାହିଁ | ଏହି ଆପ୍‌ରେ ଏଥର ମୋବାଇଲ୍ ରିଚାର୍ଜ କଲେ ୟୁଜର୍ସ ଚାର୍ଜ ଦେବେ । ଏଠାରେ ସୂଚନାଯୋଗ୍ୟ, ଏବେ ଯାଏ ଫୋନ୍ ଫେ ୟୁଜର୍ସଙ୍କୁ ଏହି ଆପ୍‌ର ବ୍ୟବହାର ପାଇଁ ଅଧିକ କୌଣସି ପ୍ରୋସେସିଂ ଫି ଦେବାକୁ ପଡୁ ନ ଥିଲା। ଫୋନ୍ ପେ ବ୍ୟବହାର କରି ମୋବାଇଲ୍ ରିଚାର୍ଜ କରିବା ହୋଇଛି ମହଙ୍ଗା । କାରଣ ପ୍ରତି ରିଚାର୍ଜ କାରବାରରେ ଏହି ପେମେଣ୍ଟ ଆପ୍ ଏଣିକି ୧-୨ ଟଙ୍କା ଚାର୍ଜ ନେଉଛି। ତେବେ ୫୦ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ କଲେ ହିଁ ଏହି ପ୍ରୋସେ ଫି ଲାଗୁ ହେଉନାହିଁ | ଦେଶରେ ବିମୁଦ୍ରାୟନ ହେବାଠାରୁ ଅନ୍‌ଲାଇନ୍ କାରବାର ଢେର ବଢ଼ିଛି ।
କରୋନା ମହାମାରୀ ପରଠୁ ଏହାର ବ୍ୟବହାର ବହୁଗୁଣିତ ହୋଇଯାଇଛି। କଣ୍ଟାକ୍ଟଲେସ୍ କାରବାର ଉପରେ ସରକାର ଜୋର ଦେଉଥିବାବେଳେ ଲୋକେ ଏହା କରୁଛନ୍ତି। ଲୋକମାନେ ଏଟିଏମ୍‌ରେ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେଉନାହାନ୍ତି କି ପକେଟ୍‌ରେ ଟଙ୍କା ଧରି ବୁଲୁନାହାନ୍ତି। ଏଭଳି ସମୟରେ ଏହି ନୂଆ ଚାର୍ଜ ୟୁଜରଙ୍କୁ ବେଶ ବାଧିଲାଣି । ୫୦ ଟଙ୍କାରୁ ଉର୍ଦ୍ଧ୍ବ ରିଚାର୍ଜ ଉପରେ ଫୋନ୍ ପେ’ ପ୍ରୋସେସିଂ ଫି ନେଉଛି। ବଜାରରେ ଏବେ ଅନେକ ପେମେଣ୍ଟ ଆପ୍‌ ରହିଥିବାବେଳେ ଲୋକେ ଗୁଗଲ ପେ, ପେଟିଏମ୍ ଏବଂ ଫୋନ୍ ପେ’ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗୁଗଲ ପେ ଏବଂ ପେଟିଏମ୍ କାରବାର ପାଇଁ ଅର୍ଥ ଚାର୍ଜ କରି ନ ଥିବାବେଳେ ଫୋନ୍ ପେ’ ଏହି ନିୟମ ଲାଗୁ କରିଛି। ତେବେ ମିଳିଥିବା ସୂଚନା ଅନୁସାରେ, ୫୦ ଟଙ୍କାରୁ କମ୍ ମୂଲ୍ୟର ରିଚାର୍ଜ ଉପରେ ହିଁ ଆପ୍ କୌଣସି ଚାର୍ଜ ନେବନାହିଁ । ୫୦-୧୦୦ ଟଙ୍କା ମଧ୍ୟରେ ରିଚାର୍ଜ ଉପରେ ୧ ଟଙ୍କା ଏବଂ ତାଠାରୁ ଅଧିକ ରିଚାର୍ଜ କଲେ ୨ ଟଙ୍କା ଚାର୍ଜ ଲାଗୁଛି । କିନ୍ତୁ ଅନ୍ୟ କାରବାରଗୁଡିକ ପୂର୍ବ ଭଳି ମାଗଣା ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।