municipalelection - The Sakala

ପୌର ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
କେନ୍ଦ୍ରାପଡା: ରାତି ପାହିଲେ ପୌର ନିର୍ବାଚନ। ଦୀର୍ଘ ୧୧ ବର୍ଷ ପରେ ଜିଲ୍ଲାରେ ଏହି ନିର୍ଵାଚନ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ରାପଡା ପୌରାଞ୍ଚଳର ୨୧ଟି ୱାର୍ଡ ପାଇଁ ୪୧ଟି ବୁଥର ବ୍ୟବସ୍ଥା ହୋଇଛି।  ଏଥିପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ପୋୖରାଞ୍ଚଳର ୪୧ଟି ବୁଥକୁ ପୋଲିଂ ପାର୍ଟି ପଠାଯାଇଛି। ୩ଟି ପିଙ୍କ ବୁଥରେ କେବଳ ମହିଳା ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ନିର୍ଦେଶ ରହିଛି। ଏମିତିକି ଏହି ପିଙ୍କ ବୁଥରେ ସୁରକ୍ଷା ପାଇଁ ମଧ୍ୟ ମହିଳା ପୋଲିସ କର୍ମଚାରୀ ରହିବା ନେଇ ବ୍ୟବସ୍ଥା ହୋଇଛି। ସେହିପରି ୩ଟି ମଡ଼େଲ ବୁଥରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ୩ଟି ବୁଥରେ ଦିବ୍ୟକ୍ଷଙ୍ଗଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି। ଏମିତିକି ହୁଇଲ ଚେୟାର ବ୍ୟବସ୍ଥା ମଧ୍ୟ ହୋଇଛି। ୪୧ଟି ବୁଥରେ ୪୧ଟି ହୁଇଲ ଚେୟାର ରଖାଯାଇଛି। ଏହି ନିର୍ବାଚନରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀ ମୁତୟନ ହୋଇଛନ୍ତି। ଏଥର ନୂତନ ଭାବେ ବାଇକ ଏବଂ ମୋବାଇଲ ପାର୍ଟି ବ୍ୟବସ୍ଥା ହୋଇଛି। କେନ୍ଦ୍ରାପଡା ପୌରାଞ୍ଚଳକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରରେ ୭ରୁ ୮ଟି ବୁଥ ରହିଛି। ସେଥିପାଇଁ ପ୍ରତି ସେକ୍ଟରରେ ବାଇକ ଓ ମୋବାଇଲ ପାର୍ଟିର ବ୍ୟବସ୍ଥା ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।

ପୌର ନିର୍ବାଚନ ୨୦୨୨: ପ୍ରଥମ ଥର ପାଇଁ ନୋଟାରେ ଭୋଟ ଦେଇପାରିବେ ଭୋଟର
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ପ୍ରଥମ ଥର ପାଇଁ ଚଳିତ ପୌର ଭୋଟରେ ରହିବ NOTA ( None of the above) । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ପ୍ରାର୍ଥୀ ନା ପସନ୍ଦ ହେଲେ ନୋଟାରେ ଭୋଟ ଦେଇପାରିବେ ଭୋଟର । ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରହୁଥିଲା ନୋଟା । ତେବେ ପ୍ରଥମ ଥର ପାଇଁ ପୌର ଭୋଟରେ ରହିବ ନୋଟା । ସମ୍ବିଧାନର ଧାରା ୨୪୩-ZA ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହୋଇଛି।

ସୂଚନା ଅନୁଯାୟୀ,  ଆଗକୁ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଥର ପୌର ନିର୍ବାଚନରେ ଇଭିଏମ୍‌ର ବ୍ୟବହାର କରାଯିବ ବୋଲି କୁହାଯାଇଥିଲା ।

ପୌର ନିର୍ବାଚନ -୨୦୨୨: ସର୍ବଦଳୀୟ ବୈଠକ ଶେଷ, ୧୧୦ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ହେବ ନିର୍ବାଚନ
ଭୁବନେଶ୍ୱର: ପୌର ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ସହ ଆଲୋଚନା ହୋଇଛି। ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।  ୧୧୦ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନ ସମୟକୁ ନେଇ କୌଣସି ଦଳ କିଛି ପ୍ରସ୍ତାବ ଦେଇନାହାନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ଯ ପାଢୀ ସାମ୍ବାଦିଳ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଚେୟାରମ୍ୟାନ ବା ମେୟର ପାଇଁ ସିଧାସଳଖ ନିର୍ବାଚନ ହେବାକୁ ସ୍ଥିର ହୋଇଥିବାରୁ ମତଦାନ କେନ୍ଦ୍ରରେ ଦୁଇଟି ଇଭିଏମରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ଇଭିଏମ କାଉନସିଲର, କର୍ପୋରେଟର ଓ ଅନ୍ୟଟି ଚେୟାରମ୍ୟାନ ଓ ମେୟର ପ୍ରାର୍ଥୀଙ୍କ ପାଇଁ ରହିବ ।

ପୌର ନିର୍ବାଚନ ହେବା ବେଳକୁ ଖରାଦିନ ଆସିଯାଇଥିବ। ସେଥିପାଇଁ ପିଇବା ପାଣିର ପ୍ରସ୍ତାବ ଦେଇଛି ବିଜୁ ଜନତା ଦଳ ।

ଖବର ଅନୁଯାୟୀ, ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବ । ନିକଟରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଓ ମହାନଗର ନିଗମ ମେୟର ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏନେଇ ପୂର୍ବରୁ ବିଜ୍ଞପ୍ତି ବି ଜାରି ହୋଇଛି ।

ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବରଦାନ ସାଜିବ ‘ଜାଗା ମିଶନ’
ଭୁବନେଶ୍ୱର: ଚଳିତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବରଦାନ ସାଜିବ ‘ଜାଗା ମିଶନ’। ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେଉଥିବା ଏହି ଯୋଜନା ହିଁ ବସ୍ତିରେ ବିଜେଡିକୁ ଆହୁରି ମଜ୍‍ଭୁତ କରାଇବ। ଦଳର ଛାମୁଆ ଓ ପୂର୍ବତନ କର୍ପୋରେଟରମାନେ ମଧ୍ୟ ଜାଗା ମିଶନ ନାଁରେ ନିଜ ଦଳ ପାଇଁ ସମର୍ଥନ ଯୋଗାଡ଼ ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ନର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇଯାଇଥିବା ବେଳେ ଏହି ଯୋଜନା ଭୋଟ୍‍ ଯୋଗାଡ଼ର ପ୍ରମୁଖ ମାଧ୍ୟମ ସାଜିିଛି। ଦିନ କେଇଟା ପରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏଥିପାଇଁ ନିଜନିଜ ସ୍ଥରରେ ଆଶାୟୀ ପ୍ରାର୍ଥୀ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଟିକଟ ସ୍ଥାୟୀ ହୋଇସାରିଥିବା ପ୍ରାର୍ଥୀମାନେ ଅଘୋଷିତ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି।

କେଉଁ ବସ୍ତିଗୁଡ଼ିକରେ ଅସନ୍ତୋଷ ରହିଛି ଓ ନିଜ ପାଇଁ ଅଡୁଆ ହେବ ତାହାର ତାଲିକା ପ୍ରସ୍ତୁତ କରି ନେତା ଏବେ ବସ୍ତି ମୁହାଁ ହୋଇଛନ୍ତି। ପୂର୍ବରୁ ନେତାମାନେ ବସ୍ତିମୁହାଁ ହେଲେ ଗୋଟିଏ ସମସ୍ୟାର ସେମାନଙ୍କ ପାଖେ ଉତ୍ତର ରହୁ ନ ଥିଲା। ବସ୍ତି ଉଚ୍ଛେଦ ସମ୍ପର୍କରେ ଅଭିଯୋଗ କରି ବସ୍ତିବାସିନ୍ଦାମାନେ କର୍ପୋରେଟରଙ୍କୁ ଘେରୁଥିଲେ। ବସ୍ତିବାସିନ୍ଦାମାନେ ଉଚ୍ଛେଦ ଟିମ୍‍ ଦ୍ୱାରା ଭୋଗୁଥିବା ସମସ୍ୟା ସମ୍ପର୍କରେ ଲମ୍ବା ତାଲିକା ରଖି ସେମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ। ମାତ୍ର ବର୍ତ୍ତମାନ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ପର୍କରେ ସେମାନଙ୍କ କହିବା ସହିତ ଜାଗା ମିଶନରେ ସେମାନଙ୍କୁ ପଟ୍ଟା ଦିଆଯିବା କଥା କୁହାଯାଉଛି। ଗତ କିଛିଦିନ ତଳେ ରାଜ୍ୟ ସରକାର ବିଏମ୍‍ସି ପାଇଁ ଘୋଷଣା କରିଥିବା ଏହି ଯୋଜନାରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ମିଳିବା ପରେ ସେମାନେ ନିଜନିଜ ସ୍ଥାନରେ ସରକାରୀ ଯୋଜନାରେ ପକ୍କା ଘର ମଧ୍ୟ ପାଇବେ। ଏହା ଦ୍ୱାରା ସେମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି କହୁଛନ୍ତି।

ରାଜଧାନୀରେ ବର୍ତ୍ତମାନ ୪୫୮ ଟି ବସ୍ତି ରହିଛି। ଜାଗା ମିଶନରେ ବର୍ତ୍ତମାନ ୪୩୬ଟି ବସ୍ତି ସାମିଲ୍‍ ହୋଇସାରିଥିବେ ଏହି ମିଶନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ୧୫୦ ଟିରୁ ଊର୍ଦ୍ଧ୍ବ ବସ୍ତିରେ ଏହି କାର୍ଯ୍ୟ ସମାପ୍ତ ହୋଇ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ବାକିଗୁଡ଼ିକରେ କାମ ଜାରି ରହିଛି। ପୂର୍ବରୁ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦାଙ୍କୁ ଏହି ଯୋଜନା ସମ୍ପର୍କରେ କୁହାଯାଉଥିଲା। କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଏହି ଯୋଜନା ସମ୍ପର୍କରେ କହୁଥିଲେ। ରାଜଧାନୀର ଏହି ୪୫୮ଟି ବସ୍ତିରେ ୧ ଲକ୍ଷରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଫଳରେ ରାଜଧାନୀର ଅଧା ଭୋଟର ଏଠାରେ ରହୁଥିବାରୁ ବସ୍ତିବାସିନ୍ଦା ପ୍ରମୁଖ ଭୂମିକା ନେଇଥାନ୍ତି। ପୂର୍ବରୁ ଯଦିଓ ବିଜେଡିର ବସ୍ତିରେ ଦଖଲ ରହିଛି ଏହି ଯୋଜନା ଦଳକୁ ଆହୁରି ସଶକ୍ତ କରିବ ବୋଲି ଦଳ ଆଶା ରଖିଛି।

ବିଏମସି ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଜାଗା ମିଶନ ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ରାଜଧାନୀର ବସ୍ତିଗୁଡ଼ିକୁ ଜାଗା ମିଶନରେ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ଏଥିରେ ବସ୍ତିବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। ଏହପରେ ସେମାନଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବ। ରାଜ୍ୟ ସରକାର ଏନେଇ କ୍ୟାବିନେଟ୍‍ରେ ନିଷ୍ପତ୍ତି ନେଇଥିବା ବେଳେ ଲୋକମାନଙ୍କର ଦୀର୍ଘଦିନର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏହି ଜନହିତକର ଯୋଜନା ହିଁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍‍ ଦେବ ବୋଲି ସେ କହିଛନ୍ତି।

ପୌର ନିର୍ବାଚନ: ପଛୁଆ ବର୍ଗଙ୍କୁ ବାଦଦେଇ ସଂରକ୍ଷଣ ତାଲିକା ଦେଲା ବିଏମ୍‍ସି
ଭୁବନେଶ୍ୱର: ବିଏମ୍‍ସି ନର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ସଂରକ୍ଷଣ ତାଲିକା ପ୍ରସ୍ତୁତ କରି ନଗର ଉନ୍ନୟନ ବିଭାଗକୁ ପଠାଇଛି ବିଏମ୍‍ସି। ପଞ୍ଚାୟତ ନିର୍ବାଚନ ଢାଞ୍ଚାରେ ପୌର ନିର୍ବାଚନରେ ମଧ୍ୟ ଅନ୍ୟାନ ପଛୁଆ ବର୍ଗ (ଓବିସି) ବର୍ଗଙ୍କୁ ବାଦ୍‍ ଦେଇ ସାନି ସଂରକ୍ଷଣ ନିର୍ଦ୍ଧାରଣ କରି ବିଭାଗ ଏହି ତାଲିକା ପ୍ରଦାନ କରିଛି। ସେହିପରି ଯେଉଁ କିଛି ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି। ୫ ତାରିଖ ସୁଦ୍ଧା ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସୀମା ନିର୍ଦ୍ଧାରଣ ତାଲିକା ଦେବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ପୁନର୍ବାର ବିଏମ୍‍ସି ସଂରକ୍ଷଣ ସୀମା ନିର୍ଦ୍ଧାରଣ କରି ଏହି ତାଲିକା ନଗର ଉନ୍ନୟନ ବିଭାଗକୁ ପଠାଇଛି। ବିଏମ୍‍ସିଠାରୁ ଏହି ତାଲିକା ହସ୍ତଗତ ହେବା ପରେ ବିଭାଗ ପକ୍ଷରୁ ୭ ତାରିଖରେ ସାନି ଚିଠା ତାଲିକା ପ୍ରକାଶ ପାଇବ। ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ସାନି ଚିଠା ତାଲିକା ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଏହା ପରେ ବିଭାଗ ଚୁଡ଼ାନ୍ତ ତାଲିକା ପ୍ରକାଶ କରିବ ବୋଲି ପୂର୍ବରୁ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଇଛି।

ଗତ ୧୦ ତାରିଖରେ ବିଏମ୍‍ସି ନିର୍ବାଚନ ପାଇଁ ଚିଠା ତାଲିକା ପ୍ରକାଶ ପାଇଥିଲା। ଏଥିରେ ୬୭ଟି ଆସନ ମଧ୍ୟରୁ ୨୭ଟି ଆସନକୁ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ସଂରକ୍ଷିତ ଥିବା ୨୭ଟି ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ୧୮ଟି ଆସନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୭ଟି ଆସନ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨ ଟି ଆସନ ସଂରକ୍ଷିତ ରହିଥିଲା। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂରକ୍ଷଣ ତାଲିକାରେ ସରକାରୀ ଭାବେ ପଛୁଆ ବର୍ଗଙ୍କୁ ରଖାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ହୋଇଛି। ଏହାକୁ ଆଧାର କରି ସାନି ତାଲିକା ପ୍ରକାଶ ପାଇବ। ଏହା ଦ୍ୱାରା ଗତ ତାଲିକାରେ ପଛୁଆ ବର୍ଗଙ୍କ ପାଇଁ ଥିବା ୧୮ ଆସନ ଅଣସଂରକ୍ଷିତ ହୋଇଯିବ ବୋଲି ଜଣାପଡ଼ିଛି। ଏମିତି ହେଲେ ପୂର୍ବରୁ ଅଣସଂରକ୍ଷିତ ଥିବା ୨୦ ଆସନ ସହିତ ଆଉ ୧୮ ମିଶି ମୋଟ୍‍ ୩୮ ଟି ଆସନ ଅଣସଂରକ୍ଷିତ ରହିବ ବୋଲି ଜଣାପଡ଼ିଛି। ତେବେ ଏହି ଆସନ ସଂଖ୍ୟା ସମାନ ରହିଲେ ମଧ୍ୟ କିଛି ଆସନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପୁଣି ଥରେ ଜାରି ହେଲା ନିର୍ଦ୍ଦେଶ
ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ ହୋଇଛି। ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପୁଣି ଥରେ ନିର୍ଦ୍ଦେଶ ଦିଆଯାଇଛି। ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ। ଓବିସି ମାନଙ୍କ ପାଇଁ ସଂରକ୍ଷଣ ରହିବନି । ଜାନୁଆରୀ ୧୨ ତାରିଖରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଜାନୁଆରୀ ୧୩ ତାରିଖରେ ପୁନଃ ନିର୍ଦ୍ଧାରଣ ସୀମା ପ୍ରକାଶ ପାଇବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମହାନଗର ନିଗମରେ ୫ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ୧୬ ତାରିଖରେ ଏନେଇ ଆପତ୍ତି ଅଭିଯୋଗ କରିପାରିବେ ।

ଗାଁଠୁ ସହର ସବୁଠି ଜମିଲାଣି ନିର୍ବାଚନୀ ଉଷ୍ମତା
ଭୁବନେଶ୍ୱର: ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ଘୋଷଣା ହୋଇ ନାହିଁ। ନିର୍ବାଚନ କେବେ ହେବ ତାହା ଧାର୍ଯ୍ୟ ହୋଇ ନ ଥିଲା ବେଳେ ରାଜନୈତିକ ଦଳ ପ୍ରାର୍ଥିତ୍ୱ ଘୋଷଣା କରି ନାହାନ୍ତି। କିନ୍ତୁ ଆଶାୟୀ ପ୍ରାର୍ଥୀମାନେ ନିଜ ତରଫରୁ ପ୍ରଚାର ଆରମ୍ଭ କରି ଦେଲେଣି। ଘର ପାଖ ଛକ, କଲୋନୀ ଭିତରେ ଆଶାୟୀଙ୍କ ମାଳମାଳ ପ୍ରଚାର ପତ୍ର ଛାଇ ଗଲାଣି। କିଏ ଦଳୀୟ ନେତାଙ୍କ ସହ ନିଜ ଫଟୋ ଛାପି ବ୍ୟାନର୍‍ ଟାଙ୍ଗି ଲେଣି ତ ଆଉ କିଏ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଦେବ ଦେବୀଙ୍କ ଫଟୋ ଥିବା ପୋଷ୍ଟର ଲଗାଇଛନ୍ତି। ପ୍ରାର୍ଥିତ୍ୱକୁ ନେଇ ଅନେକ ସ୍ଥାନରେ ବିବାଦ ମଧ୍ୟ ମୁଣ୍ଡ ଟେକିଲାଣି। କିଏ ଟିକଟ ପାଇବ ତାହା ସମୟ କହିବ। କିନ୍ତୁ ଆଶାୟୀ ଏବେଠାରୁ ପୋଷ୍ଟର ଯୁଦ୍ଧ ଆରମ୍ଭ କରି ଦେଲେଣି। ତେବେ ପ୍ରଚାର ପାଇଁ ସବୁ ଠାରୁ ସହଜ ଓ ସୁଲଭ ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଭଳିକି ଭଳି ପୋଷ୍ଟର ଡିଜାଇନ୍‍ କରି ନିଜ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ବ୍ୟାନର୍‍ ତୁଳନାରେ ସାମାଜିକ ଗଣମାଧ୍ୟମରେ ମାଗଣାରେ ପ୍ରଚାର ମଧ୍ୟ ହୋଇ ଯାଉଛି। ସାମାଜିକ ଗଣମାଧ୍ୟମ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେଉଛି। କିଛି ପ୍ରାର୍ଥୀ ତ ନିଜ ଆଡ଼ୁ ପ୍ରାର୍ଥିତ୍ୱ ଘୋଷଣା କରିଦେଲେଣି। କିଏ ସମିତି ସଭ୍ୟ ପ୍ରାର୍ଥୀ ଲେଖୁଛି ତ ଆଉ କିଏ ସରପଞ୍ଚ ଅବା ୱାର୍ଡ ମେମ୍ବର ପ୍ରାର୍ଥୀ ଲେଖି ଦେଲେଣି। ନିଜ ବିରୋଧୀଙ୍କୁ ମାତ୍‍ ଦେବା ପାଇଁ ଏହି ପ୍ରଚାର ବେଶ୍‍ କାମ ଦେଉଛି। ନିଜ ସହିତ ସାଂସଦ, ବିଧାୟକ, ଦଳୀୟ ମୁଖିଆଙ୍କ ଫଟୋ ଝଲସୁଛି। ନେତାଙ୍କ ସମର୍ଥନ ଜଟାଇବା ଲକ୍ଷ୍ୟରେ ଏସବୁ କରାଯାଉଛି।

ସାମାଜିକ ଗଣମାଧ୍ୟମ ପ୍ରଚାରର ପ୍ରମୁଖ ମାଧ୍ୟମ ହୋଇଛି। କିନ୍ତୁ ଏଥିରେ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ କମେଣ୍ଟ ଯୁଦ୍ଧ ଚାଲୁଛି। କମେଣ୍ଟ ବକ୍ସରେ ଉଭୟ ଗୋଷ୍ଠୀ ଆରୋପ ପ୍ରତ୍ୟାରୋପରେ ମାତୁଥିବା ଦେଖାଯାଇଛି। ପୌରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ରାଜନୀତି ଅଧିକ ଉଷ୍ମ ରହିଛି। ନୂଆବର୍ଷ ପ୍ରଚାର ପାଇଁ ଖୋରାକ ଯୋଗାଉଛି। ଭୋଟର ଏବଂ ନେତାଙ୍କ ଆକୃଷ୍ଠ କରିବା ପାଇଁ ନୂଆବର୍ଷ ଏବଂ ପର୍ବପର୍ବାଣୀ ଶୁଭେଚ୍ଛା ବାର୍ତ୍ତା ପ୍ରଚାରର ପ୍ରମୁଖ କାରଣ ସାଜିଛି। ନିର୍ବାଚନ ପୂର୍ବରୁ ଏପରି ପ୍ରଚାର ପ୍ରସାର କିଛି ନୂଆ କଥା ନୁହେଁ। କିନ୍ତୁ ଇଣ୍ଟରନେଟ୍‍ ଓ ମୋବାଇଲ୍‍ ଫୋନ୍‍ ଯୁଗରେ ଏହି ଧାରା କ୍ରମାଗତ ଭାବେ ତ୍ୱରାନ୍ୱିତ ହେଉଛି। ସେମାନଙ୍କ ମଧ୍ୟରୁ କିଛି ଆଶାୟୀ ବେଶ୍‍ କିଛି ସମୟ ହେଲା ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି। ସେମାନଙ୍କ ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି, ସମସ୍ୟା ସମାଧାନ ପାଇଁ ଆଗେଇ ଆସୁଛନ୍ତି। ଜନତା ଓ ନେତାଙ୍କ ସମର୍ଥନ ଜୁଟାଇବା ଦିଗରେ ଏହା ବେଶ୍‍ କାମ ଦେଉଛି। ତେବେ ଆଉ କିଛି ଆଶାୟୀଙ୍କ ହଠାତ୍‍ ଆବିର୍ଭାବ ହେଉଛି। କେବଳ ପ୍ରଚାର ପ୍ରସାର ମାଧ୍ୟମରେ ଲୋକଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଏହି ଚିତ୍ର ବଦଳିଯିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ  ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୦୫ଟି ଓ୍ବାର୍ଡର ସୀମାର ପୁନଃନିର୍ଦ୍ଧାରଣ  ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧୨ ତାରିଖ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସରିବ। ୧୦୫ଟି ପୌରପାଳିକା ମଧ୍ୟରୁ ୧୦୧ଟି ୱାର୍ଡର କାର୍ଯ୍ଯକାଳ ସରିଛି ।

ନବଗଠିତ ୪ଟି ଏନଏସି ଗଠନକୁ ୬ମାସ ପୂରିଯାଇଛି । ସଂରକ୍ଷଣ ଆଧାରରେ ହେବ ସୀମା ପୁନଃନିର୍ଦ୍ଧାରଣ । ନଭେମ୍ବର ୧୧ ତାରିଖରେ ପ୍ରକାଶ ପାଇବ ଚିଠା ତାଲିକା । ୧୮ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେବ ଆପତ୍ତି ଅଭିଯୋଗ । ୨୯ ତାରିଖରେ ପ୍ରକାଶ ପାଇବ ଚୁଡାନ୍ତ ସୀମା ପୁନଃନିର୍ଦ୍ଧାରଣ ତାଲିକା । ଡିସେମ୍ବର ୧୨ ତାରିଖ ସୁଦ୍ଧା ତାଲିକା ନେଇ ହୋଇପାରିବ ଅପିଲ ।