temperatures in 10 districts below 20 degrees in odisha - The Sakala

କମୁଛି ତାପମାତ୍ରା, ରାଜ୍ୟରେ ଅନୁଭୂତ ହେଉଛି ଶୀତର ପହିଲି ସ୍ପର୍ଶ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସହରରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ରାତିର ତାପମାତ୍ରା ୧୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଏହି ସମୟ ମଧ୍ୟରେ ତାପମାତ୍ରା ବିଶେଷ ପରବର୍ତ୍ତନ ହେବାର ନ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି କେନ୍ଦ୍ର କହିଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟରେ ପାଣିପାଗରେ ବର୍ତ୍ତମାନ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ରାତିର ତାପମାତ୍ରା କିମ୍ବା ଦିନର ତାପମାତ୍ରା ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ୧୭-୧୯ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଅଞ୍ଚଳରେ ୧୯-୨୧ ଡିଗ୍ରୀ ସେଲ୍‌ଫସିୟସ ମଧ୍ୟରେ ରହିବ ବୋଲି ସେ କହିଛନ୍ତି। ସାଧାରଣତଃ ଶୀତ ଦିନେ ପଶ୍ଚିମ ଦିଗରୁ ଅର୍ଥାତ ପାକିସ୍ତାନ ଓ ଆଫଗାନି ସ୍ଥାନ ଅଞ୍ଚଳରୁ ପବନ ଆସିଲେ ରାଜ୍ୟରେ ଶୀତ ବଢ଼଼ିଥାଏ। ଆଉ କିଛି ଦିନ ମଧ୍ୟରେ ଏହି ବାୟୁ ରାଜ୍ୟକୁ ପ୍ରବେଶ କରିବ। କାରଣ ବର୍ତ୍ତମାନ ପଶ୍ଚିମା ଗଡ଼଼ବଡ଼ି (ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ) ସୃଷ୍ଟି ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପ୍ରକ୍ରିୟାରେ ସ୍ଥଳଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଥାଏ। ଏହା ବାୟୁମଣ୍ଡଳରେ ସୃଷ୍ଟି ହୋଇ ପଶ୍ଚିମରୁ ପୂର୍ବ ଆଡ଼କୁ ଅଗ୍ରଶର ହୋଇଥାଏ। ଏହା ପ୍ରଭାବରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଦିଲ୍ଲୀ, କଶ୍ମୀର ଆଦିରେ ବର୍ଷା ସାଙ୍ଗକୁ ଶୀତର ପ୍ରକୋପ ବଢ଼଼ିଥାଏ। ଯେତେବେଳେ ଏହି ପ୍ରକ୍ରିୟାର ସମାପ୍ତି ପରେ ପଶ୍ଚିମା ବାୟୁ ପ୍ରବେଶ କରିବା ସହିତ ହଠାତ୍‍ ତାପମାତ୍ରା କମିଥାଏ। ଓଡ଼ିଶାରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବନ୍ସ ପ୍ରଭାବରେ ଶୀତ ହୋଇଥାଏ। ଆଗକୁ ଏହି ପ୍ରକ୍ରିୟାରେ ଶୀତ ହେବ ବୋଲି ଆକଳଳ କରାଯାଇଛି।